ରାଜ୍ୟ |

ପିକ୍‌ନିକ୍‌ ସ୍ପଟ୍‌: କାନଝରୀ ଡ୍ୟାମ୍‌

ପିକ୍‌ନିକ୍‌ ସ୍ପଟ୍‌: କାନଝରୀ ଡ୍ୟାମ୍‌

କେନ୍ଦୁଝର, ୭।୧୨(ସ୍ବ.ପ୍ର.)- କେନ୍ଦୁଝର ଜିଲା ସଦର ମହକୁମା, ଘଟଗାଁ ଓ ପାଟଣା ବ୍ଲକ ଅଞ୍ଚଳକୁ ଜଳସେଚନ ଉଦେଶ୍ୟରେ ୧୯୭୫ ମସିହାରେ ନିର୍ମାଣ କରାଯାଇଥିଲା। କାନଝରୀ ଡ୍ୟାମ୍‌ ଯାହାକି ଏକ ଆକର୍ଷଣୀୟ ପିକ୍‌ନିକ୍‌ ସ୍ପଟ୍‌ରେ ପରିଣତ ହୋଇଛି। ଶୀତଦିନେ ଏଠାରେ ପିକ୍‌ନିକ୍‌ ପାଟିର ଭିଡ଼ ଜମିଥାଏ। ଜଙ୍ଗଲ ପରିବେଷ୍ଟିତ ଏହି ଜଳଭଣ୍ଡାରର ସୌନ୍ଦର୍ଯ୍ୟ ଅତି ମନୋରମ। ଡ୍ୟାମର ଲମ୍ବ ପ୍ରାୟ ୧୨୪୪ ମିଟର, ଉଚ୍ଚତା ୨୯.୫୦ ମିଟର । ଏହାର ଚାରିପାର୍ଶ୍ୱକୁ ଘେରି ରହିଛି ଘଞ୍ଚ ଜଙ୍ଗଲ। ସୂର୍ଯ୍ୟୋଦୟ ଓ ସୂର୍ଯ୍ୟାସ୍ତ ସମୟର ଦୃଶ୍ୟ ରୋମାଞ୍ଚକର। ବର୍ଷର ବିଭିନ୍ନ ସମୟରେ ଏଠାକୁ ବହୁସଂଖ୍ୟାରେ ପର୍ଯ୍ୟଟକ ଆସିଥାନ୍ତି। ଏହା ନିକଟରେ ରହିଛି ଫୁଲବଗିଚା । ସନ୍ଧ୍ୟା ସମୟରେ ହାତୀପଲ ଓ ଅନ୍ୟ ବନ୍ୟପ୍ରାଣୀ ପାଣି ପିଇବାକୁ ଆସିଥାନ୍ତି। ଅନେକ ଚଢ଼େଇ ଏହି ଡ୍ୟାମକୁ ଆସି ପାଖ ଜଙ୍ଗଲରେ ଆଶ୍ରୟ ନେଇଥାନ୍ତି। ଏଠାରେ ଜଳସମ୍ପଦ୍‌ ବିଭାଗର ଏକ ଗେଷ୍ଟ ହାଉସ ରହିଛି। ଜଳଭଣ୍ଡାରରୁ ମାଛ ମରା ଦୃଶ୍ୟ ଅନେକଙ୍କୁ ବିମୋହିତ କରିଥାଏ। ବନ୍ଧ ଉପରେ ଥିବା କାନଝରୀ ନିଳୟରୁ ବନ୍ଧର ସୌନ୍ଦର୍ଯ୍ୟ ଭଲ ଭାବରେ ଉପଭୋଗ କରିହୁଏ। ଏଠାରେ ପିକ୍‌ନିକ୍‌ କରିବା ପାଇଁ ପ୍ରସସ୍ତ ସ୍ଥାନ ରହିଛି । ଡ୍ୟାମ ନିକଟ ଏବଂ କେନାଲ ନିକଟରେ ଲୋକେ ଭୋଜିଭାତ କରିଥାନ୍ତି। ଶୀତ ଦିନେ ଦୂରଦୁରାନ୍ତରୁ ଛାତ୍ରୀଛାତ୍ର ଆସି ବଣଭୋଜି କରିଥାନ୍ତି। ଏଠାରେ ରହିବା ପାଇଁ ଯଦିଓ ବ୍ୟବସ୍ଥା ଅଛି ତେବେ ଜଳସଂପଦ ବିଭାଗର ଅନୁମତି ନେବାକୁ ପଡ଼ିଥାଏ ।
କେମିତି ଯିବେ...
ଭୁବନେଶ୍ୱରରୁ ବସ ବା କାର ଯୋଗେ କେନ୍ଦୁଝରକୁ ଆସି ଘଟଗାଁ ଦେଇ ପ୍ରାୟ ୨୫ କି.ମି. ଦୂର ଗଲେ କାନଝରୀ ଛକରେ ଓହ୍ଲାଇବାକୁ ପଡ଼େ। ସେଠାରୁ ୬ କି.ମି. ଦୂରରେ ମନୋରମ କାନଝରୀ ଡ୍ୟାମ ରହିଛି । ଟ୍ରେନରେ କେନ୍ଦୁଝର ଆସି ସେଠାରୁ ମଧ୍ୟ କାନଝରୀକୁ ଯାଇ ହୁଏ।

All Right Reserved By

Model This Week

ନିକିତା

ରାଜ୍ୟ |

ଜିଲାପାଳଙ୍କ ଜନ ଶୁଣାଣି

ଜିଲାପାଳଙ୍କ ଜନ ଶୁଣାଣି

ସାକ୍ଷୀଗୋପାଳ,୨୩।୪(ଡି.ଏନ୍‌.ଏ.): ସତ୍ୟାବାଦୀ ବ୍ଲକରେ ସୋମବାର ପୁରୀ ଜିଲାପାଳଙ୍କ ଜନ ଶୁଣାଣି ଶିବିିର ଅନୁଷ୍ଠିତ ହୋଇଯାଇଛି। ମୋଟ ୯୮ ଅଭିଯୋଗ ଶୁଣିବାପରେ ଜିଲାପାଳ ଅରବିନ୍ଦ ଅଗ୍ରଓ୍ବାଲ ପାନୀୟଜଳ ଯୋଗାଣ ବ୍ୟବସ୍ଥାକୁ ତ୍ୱରାନ୍ବିତ କରିବାକୁ ଗୁରୁତ୍ୱ ଦେଇଥିଲେ।

ଏମ୍‌ସିଆଇ ଟିମ୍‌ର ବଲାଙ୍ଗୀର ମେଡିକାଲ କଲେଜ ପରିଦର୍ଶନ: ୨୦୧୮ରେ ନାମଲେଖା ଆରମ୍ଭ ନେଇ ଆଶା ଉଜ୍ଜୀବିତ

ଏମ୍‌ସିଆଇ ଟିମ୍‌ର ବଲାଙ୍ଗୀର ମେଡିକାଲ କଲେଜ ପରିଦର୍ଶନ: ୨୦୧୮ରେ ନାମଲେଖା ଆରମ୍ଭ ନେଇ ଆଶା ଉଜ୍ଜୀବିତ

ବଲାଙ୍ଗୀର ଅଫିସ, ୨୩।୪- ମେଡିକାଲ କାଲନସିଲ ଅଫ୍‌ ଇଣ୍ଡିଆ (ଏମ୍‌ସିଆଇ)ର ଏକ ୩ ଜଣିଆ ଟିମ୍‌ ସୋମବାର ବଲାଙ୍ଗୀର ପହଞ୍ଚତ୍ ବହୁ ପ୍ରତୀକ୍ଷିତ ବଲାଙ୍ଗୀର ମେଡିକାଲ କଲେଜ ଓ ହସ୍‌ପିଟାଲ ପରିଦର୍ଶନ କରିଛନ୍ତି। ଏହି କଲେଜରେ ୨୦୧୮ ମସିହାରେ ନାମଲେଖା ଆରମ୍ଭ ହେବାକୁ ନେଇ ଅନିଶ୍ଚିତତା ଲାଗିରହିଥିଲା। ଏମସିଆଇ ଟିମ୍‌ ଦ୍ୱିତୀୟ ପର୍ଯ୍ୟାୟ ପରିଦର୍ଶନ କରିବାକୁ ଆସୁ ନ ଥିବାରୁ ଚଳିତ ଶିକ୍ଷାବର୍ଷରେ ନାମଲେଖା ଆରମ୍ଭ ହେବ କି ନାହିଁ ସେନେଇ ଅନିଶ୍ଚିତତା ଲାଗିରହିଥିଲା। ସୋମବାର ଏହି ଟିମର ତିନି ଜଣିଆ ସଦସ୍ୟ ଗନ୍ଧରେଲସ୍ଥିତ ନବନିର୍ମିତ ବଲାଙ୍ଗୀର ମେଡିକାଲ କଲେଜ କୋଠା ଏବଂ ଜିଲା ମୁଖ୍ୟ ଚିକିତ୍ସାଳୟରୁ ମେଡିକାଲ କଲେଜ ହସପିଟାଲ ଭାବେ ଅଫ୍‌ଗ୍ରେଡ ହୋଇଥିବା ହସ୍‌ପିଟାଲର ବିଭିନ୍ନ ୱାର୍ଡକୁ ବୁଲି ଦେଖିଥିଲେ।

କମ୍ପୁଟର ଶିକ୍ଷକ ମାନ୍ୟତା ଦାବି

କମ୍ପୁଟର ଶିକ୍ଷକ ମାନ୍ୟତା ଦାବି

ଭୁବନେଶ୍ୱର,୨୩।୪(ବ୍ୟୁରୋ): ୫ ଦଫା ଦାବି ନେଇ ଆଇସିଟି ବିଦ୍ୟାଳୟ ସଂଯୋଜନ ସଂଘ ପକ୍ଷରୁ ସୋମବାର ଭୁବନେଶ୍ୱର ଲୋୟର ପିଏମ୍‌ଜିରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ଏଥିରେ ପ୍ରାୟ ୪ ହଜାର ବିଦ୍ୟାଳୟ ସଂଯୋଜକ ସାମିଲ ହୋଇଥିଲେ।

କୋର୍ଟରୁ ଅଭିଯୁକ୍ତ ଚମ୍ପଟ୍‌, ପୋଲିସ ଜଳକା

କୋର୍ଟରୁ ଅଭିଯୁକ୍ତ ଚମ୍ପଟ୍‌, ପୋଲିସ ଜଳକା

ବଲାଙ୍ଗୀର ଅଫିସ, ୨୩।୪- ବଲାଙ୍ଗୀର ସିଭିଲ କୋର୍ଟ ପରିସରରୁ ସୋମବାର ଜଣେ ଅଭିଯୁକ୍ତ ଚମ୍ପଟ୍‌ ମାରିବା ଘଟଣା ଚର୍ଚ୍ଚାରା ବିଷୟ ହୋଇଛି। ବଲାଙ୍ଗୀର ମାଲପଡାର ଅଭିଯୁକ୍ତ ଭିକି ରଥଙ୍କୁ ଟାଉନ୍‌ ଥାନା ପୋଲିସ ସୋମବାର କୋର୍ଟଚାଲାଣ କରିଥିଲା। ପୋଲିସ ଟିମ୍‌ ଅଭିଯୁକ୍ତ ରଥକୁ କୋର୍ଟକୁ ନେଇକରି ଯାଉଥିବାବେଳେ କୋର୍ଟ ପରିସରରୁ ପୋଲିସକୁ ଚକ୍‌ମା ଦେଇ ଅଭିଯୁକ୍ତ ରଥ ଫେରାର ହୋଇଯାଇଥିବା ଜଣାପଡିଛି। ଏନେଇ ଟାଉନ୍‌ ଥାନା ଆଇଆଇସି ଗୋକୁଳାନନ୍ଦ ସାହୁଙ୍କୁ ପଚରାଯିବାରୁ ଡକାୟତି ଉଦ୍ୟମ ଯୋଜନା କରୁଥିବା ମାମଲାରେ ରବିବାର ଗିରଫ କରାଯାଇଥିବା ଅଭିଯୁକ୍ତ ରଥକୁ ସୋମବାର କୋର୍ଟଚାଲାଣ କରାଯିବା ପରେ କୋର୍ଟରୁ ସେ ଚମ୍ପଟ୍‌ ମାରିଥିବା ସୂଚନା ଦେଇଛନ୍ତି।

୫ ଦଫା ଦାବିରେ ଭିନ୍ନକ୍ଷମ ଶିକ୍ଷା ସଂଘ ପକ୍ଷରୁ ଧାରଣା

୫ ଦଫା ଦାବିରେ ଭିନ୍ନକ୍ଷମ ଶିକ୍ଷା ସଂଘ ପକ୍ଷରୁ ଧାରଣା

ଭୁବନେଶ୍ୱର,୨୩।୪(ବ୍ୟୁରୋ): ୫ ଦଫା ଦାବି ନେଇ ରାଜ୍ୟ ଭିନ୍ନକ୍ଷମ ଅନ୍ତର୍ନିବେଶୀ ଶିକ୍ଷା ସ୍ବେଚ୍ଛାସେବୀ ସଂଘ ପକ୍ଷରୁ ସୋମବାର ଭୁବନେଶ୍ୱର ଲୋୟର ପିଏମ୍‌ଜି ରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ସଂଘର ସଭାପତି ଶିବ ଶଙ୍କର ପଣ୍ଡାଙ୍କ ନେତୃତ୍ୱରେ ରାଜ୍ୟର ବିଭିନ୍ନ ଜିଲାରେ କାର୍ଯ୍ୟ କରୁଥିବା ଶିକ୍ଷା ସ୍ବେଚ୍ଛାସେବୀ ରେଳ ଷ୍ଟେସନଠାରେ ଏକତ୍ର ହୋଇ ଶୋଭାଯାତ୍ରାରେ ବାହାରି ରାଜ୍ୟ ସରକାରଙ୍କ ଉପରେ ଗର୍ଜିଛନ୍ତି।

ସଡ଼କ ନିରାପତ୍ତା ପାଇଁ ସଚେତନତା କାର୍ଯ୍ୟକ୍ରମ

ସଡ଼କ ନିରାପତ୍ତା ପାଇଁ ସଚେତନତା କାର୍ଯ୍ୟକ୍ରମ

କେନ୍ଦାପଡ଼ା ଅଫିସ୍‌,୨୩।୪- କେନ୍ଦ୍ରାପଡ଼ା ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ପକ୍ଷରୁ ପରିବହନ କାର୍ଯ୍ୟାଳୟଠାରେ ସୋମବାର ସଡ଼କ ନିରାପତ୍ତା ସପ୍ତାହ ଆରମ୍ଭ ହୋଇଛି। ଜିଲାପାଳ ରେଘୁ ଜୀ. ଏହି କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିଥିଲେ। ଏହି ଅବସରରେ କାର୍ଯ୍ୟାଳୟ ପରିସରରେ ଏକ ସଭା ଅନୁଷ୍ଠିତ ହୋଇଛି।

ସାଇନ ବୋର୍ଡ ମାରିବାକୁ ନେଇ ବିବାଦ, ସଶସ୍ତ୍ର ପୋଲିସ ମୁତୟନ

ଯାଜପୁର ରୋଡ଼,୨୩।୪(ନି.ପ୍ର.)- କୋରେଇ ଥାନା ଅନ୍ତର୍ଗତ ତାହାରପୁର ପଞ୍ଚାୟତ ହାଇସ୍କୁଲ ସମ୍ମୁଖରେ ସାଇନ ବୋର୍ଡ ମାରିବାକୁ ନେଇ ସୋମବାର ଜଇଁନ୍ତଳ ଓ ଖଣ୍ଡୁଆଳ ଗ୍ରାମ ମଧ୍ୟରେ ବିବାଦ ଦେଖାଦେଇଛି। ସୂଚନାଯୋଗ୍ୟ, ପଞ୍ଚାୟତ ହାଇସ୍କୁଲ ଛକ ଜଇଁନ୍ତଳ ଗ୍ରାମବାସୀ ଜନସାଧାରଣଙ୍କୁ ସୂଚନା ଦେବାପାଇଁ ଗାଁ ନାମ ଲେଖି ଏକ ସାଇନବୋର୍ଡ ମାରିଥିଲେ।

କାର୍‌ ଦୁର୍ଘଟଣାରେ ୩ ଆହତ

କାର୍‌ ଦୁର୍ଘଟଣାରେ ୩ ଆହତ

ଚଣ୍ଡିଖୋଲ,୨୩।୪(ଡି.ଏନ୍‌.ଏ)- ବଡ଼ଚଣା ଥାନା ଅନ୍ତର୍ଗତ ୧୬ ନଂ ଜାତୀୟ ରାଜପଥ ବଡ଼ଚଣା ପେଟ୍ରୋଲ ପମ୍ପ ନିକଟରେ ସୋମବାର କାର୍‌ ଧକ୍କାରେ ୩ ଜଣ ଆହତ ହୋଇଛନ୍ତି।

ବେକରେ ଓଡ଼ଣି ଦେଇ ଆତ୍ମହତ୍ୟା କଲେ ନବବଧୂ

ବେକରେ ଓଡ଼ଣି ଦେଇ ଆତ୍ମହତ୍ୟା କଲେ ନବବଧୂ

ମହାକାଳପଡ଼ା,୨୩।୪(ଡି.ଏନ୍‌.ଏ)- ଜମ୍ବୁ ମେରାଇନ ଥାନା ଅଧୀନ ସ୍ଥାନୀୟ ରାମନଗର ପଞ୍ଚାୟତ ୫ ନଂ. ଓ୍ବାର୍ଡର କାଳାବାଡ଼ିଠାରେ ପାରିବାରିକ କଳହକୁ ନେଇ ରବିବାର ବିଳମ୍ବିତ ରାତିରେ ଜଣେ ନବବଧୂ ବେକରେ ଓଢଣି ଦେଇ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି।

ବସ୍‌ ଚକା ତଳେ ପଡ଼ି ବୃଦ୍ଧା ଗୁରୁତର

ବସ୍‌ ଚକା ତଳେ ପଡ଼ି ବୃଦ୍ଧା ଗୁରୁତର

ଓଡ଼ଗାଁ,୨୩।୪(ସ୍ବ.ପ୍ର)- ଓଡ଼ଗାଁ ବସ୍‌ ଷ୍ଟାଣ୍ଡରେ ଏକ ମିନି ବସ୍‌ ଚକା ତଳେ ପଡ଼ି ସୋମବାର ଜଣେ ବୃଦ୍ଧା ଗୁରୁତର ହୋଇଛନ୍ତି। ଘଟଣାସ୍ଥଳରୁ ସ୍ଥାନୀୟ ଲୋକେ ବୃଦ୍ଧାଙ୍କୁ ନୟାଗଡ଼ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଛନ୍ତି।ବୃଦ୍ଧା ଜଣକ ନୟାଗଡ଼ ଜିଲା ମେଣ୍ଟୁପଲ୍ଲୀ ଗ୍ରାମର ବୋଲି ପୋଲିସ ସୂଚନାରୁ ଜଣାପଡ଼ିଛି।

୩ ପିସିଆର୍‌ ଭ୍ୟାନ୍‌ ଉଦ୍‌ଘାଟିତ

୩ ପିସିଆର୍‌ ଭ୍ୟାନ୍‌ ଉଦ୍‌ଘାଟିତ

ଝାରସୁଗୁଡ଼ା ଅଫିସ,୨୩।୪: ଝାରସୁଗୁଡା ଜିଲା ମୁଖ୍ୟାଳୟ ପରିସରରେ ସୋମବାର ୩ଟି ପାଟ୍ରୋଲିଂ ପିସିଆର୍‌ ଭ୍ୟାନ୍‌ ଉଦ୍‌ଘାଟିତ ହୋଇଛି। ଜିଲାପାଳ ବିଭୂତି ଭୂଷଣ ପଟ୍ଟନାୟକ ଓ ଏସ୍‌ପି ଅଶ୍ୱିନୀ କୁମାର ମହାନ୍ତି ଏହାକୁ ଉଦ୍‌ଘାଟନ କରିଥିଲେ।

ପଶ୍ଚିମବଙ୍ଗ ଗଲା ଝାରସୁଗୁଡ଼ା ଜିଆର୍‌ପି

ପଶ୍ଚିମବଙ୍ଗ ଗଲା ଝାରସୁଗୁଡ଼ା ଜିଆର୍‌ପି

ଝାରସଗୁଡ଼ା ଅଫିସ,୨୩।୪: ଆଜାଦ ହିନ୍ଦ ଟ୍ରେନରୁ ଡାଇନାମାଇଟ୍‌ ଉଦ୍ଧାର ଘଟଣାର ତଦନ୍ତ ପାଇଁ ଝାରସୁଗୁଡ଼ା ଜିଆରପି ପୋଲିସ ପଶ୍ଚିମବଙ୍ଗ ଯାଇଛି। ରବିବାର ରାତିରେ ଜିଆରପିର ୨ ଜଣ ଅଧିକାରୀ ପଶ୍ଚିମବଙ୍ଗ ଅଭିମୁଖେ ଗସ୍ତ କରିଛନ୍ତି।