ରାଜ୍ୟ |

ଶ୍ମଶାନରୁ ଦେଢ଼ବର୍ଷର ଦିବ୍ୟାଙ୍ଗ ଶିଶୁକନ୍ୟା ଉଦ୍ଧାର

ଶ୍ମଶାନରୁ ଦେଢ଼ବର୍ଷର ଦିବ୍ୟାଙ୍ଗ ଶିଶୁକନ୍ୟା ଉଦ୍ଧାର

ଘେରିରହିଥିଲେ କୁକୁର ପଲ
ଉଦ୍ଧାର କଲେ ଗଁ। ପୂଜକ
- ହେପାଜତକୁ ନେଲା ଶିଶୁ ସୁରକ୍ଷା ଟିମ୍‌
ବାରଙ୍ଗ,୭।୧୨(ଡି.ଏନ୍‌.ଏ.)-ବାରଙ୍ଗ ଥାନା ଅନ୍ତର୍ଗତ ମଧୁବନ ଗଁ।ମୁଣ୍ଡ ଶ୍ମଶାନରୁ ବୁଧବାର ରାତିରେ ଦେଢ଼ବର୍ଷର ଏକ ଶିଶୁକନ୍ୟାକୁ ଉଦ୍ଧାର କରାଯାଇଛି। ଗଁାର ଜଣେ ପୂଜକ ଶିଶୁକନ୍ୟାଟିକୁ ଉଦ୍ଧାର କରି ଘରକୁ ଆଣିବା ପରେ ସ୍ଥାନୀୟ ଅଞ୍ଚଳରେ ଖବର ପ୍ରଚାରିତ ହୋଇଯାଇଥିଲା। ଉଦ୍ଧାର ଶିଶୁକନ୍ୟାକୁ ଦେଖିବା ଲାଗି ଲୋକଙ୍କ ଭିଡ଼ ଜମିଥିଲା। ଖବର ପାଇ ଗୁରୁବାର ଅପରାହ୍ନରେ କଟକ ଜିଲା ଶିଶୁ ସୁରକ୍ଷା ଅଧିକାରୀ ପ୍ରଗତି ମହାନ୍ତିଙ୍କ ନେତୃତ୍ୱରେ ତିନିଜଣିଆ ଟିମ୍‌ ପହଞ୍ଚି ଶିଶୁକନ୍ୟାକୁ ହେପାଜତକୁ ନେଇଛନ୍ତି। ତେବେ କନ୍ୟାଟି ଦିବ୍ୟାଙ୍ଗ ହୋଇଥିବାବେଳେ ପିଠିରେ ଆବୁ ଥିବା ଜଣାପଡ଼ିଛି। ମିଳିଥିବା ସୂଚନାନୁଯାୟୀ, ମଧୁବନ ଗଁାର ପୂଜକ ଶିଶିର ପଣ୍ଡା ସବୁଦିନ ଭଳି ବୁଧବାର ମଧ୍ୟ ଗଁାମୁଣ୍ଡ ଶ୍ମଶାନ ନିକଟରେ ଥିବା ଶିବ ମନ୍ଦିରରେ ପୂଜା ସାରି ରାତି ପ୍ରାୟ ୧୦ଟାରେ ଘରକୁ ଫେରୁଥିଲେ। ଏହି ସମୟରେ ଦୂରରୁ ଶିଶୁର କ୍ରନ୍ଦନ ଶୁଣିବାକୁ ପାଇଥିଲେ। ସେଠାରେ କିଛି ସମୟ ଅଟକି ଶବ୍ଦ ଆସୁଥିବା ଦିଗକୁ ଅନୁସରଣ କରି ଶ୍ମଶାନ ଅଭିମୁଖେ ଯାଇଥିଲେ। ଶ୍ମଶାନରେ ପହଞ୍ଚିବା ପରେ ଏକ ଶିଶୁକନ୍ୟାକୁ କୁକୁର ପଲ ଘେରିରହିଥିବା ଦେଖିବାକୁ ପାଇଥିଲେ। ଶିଶୁଟିର ଜୀବନ ବଞ୍ଚାଇବା ପାଇଁ ସଙ୍ଗେସଙ୍ଗେ ତାକୁ ଉଦ୍ଧାର କରି ସାଙ୍ଗରେ ନେଇ ପଳାଇ ଆସିଥିଲେ। ପୂଜକଙ୍କ ପରିବାର ଲୋକ ଶିଶୁକନ୍ୟାକୁ ଆଦର ସହକାରେ ଦେଖିବା ପରେ ତା’ପିଠିରେ ଏକ ଆବୁ ଥିବା ଏବଂ ଶିଶୁଟି ଦିବ୍ୟାଙ୍ଗ ହୋଇଥିବା ଜାଣିବାକୁ ପାଇଥିଲେ। ଏହାପରେ ପୂଜକ ଶିଶୁଟିକୁ ଧରି ବାରଙ୍ଗ ଥାନାରେ ପହଞ୍ଚିଥିଲେ। ପୋଲିସକୁ ଘଟଣା ସମ୍ପର୍କରେ ଜଣାଇବା ପରେ ମଧ୍ୟ ତାଙ୍କୁ ନିରାଶ ହେବାକୁ ପଡ଼ିଥିଲା। ପରେ ତାଙ୍କ ପରିବାର ଲୋକ କଟକର ବିଭିନ୍ନ ଘରୋଇ ଡାକ୍ତରଖାନା ନେଇ ଶିଶୁଟିର ସ୍ବାସ୍ଥ୍ୟ ପରୀକ୍ଷା କରାଇଥିଲେ। ପିଠିରେ ରହିଥିବା ଆବୁ ଶିଶୁର ଜୀବନ ପ୍ରତି ବିପଦ ଆଣିପାରେ। ଏଥିପାଇଁ ଅପରେଶନ କଲେ ୧ ଲକ୍ଷ ଟଙ୍କା ଆବଶ୍ୟକ ବୋଲି ଡାକ୍ତରମାନେ କହିଥିଲେ। ଗୁରୁବାର ଅପରାହ୍ନରେ କଟକ ଜିଲା ଶିଶୁ ସୁରକ୍ଷା ଟିମ୍‌ ପହଞ୍ଚିବା ପରେ ପୂଜକ ପଣ୍ଡା ଉଦ୍ଧାର ଶିଶୁକନ୍ୟାଟିକୁ ହସ୍ତାନ୍ତର କରିଛନ୍ତି।

All Right Reserved By

Model This Week

Model This Week

ରାଜ୍ୟ |

ଅନୁମୋଦିତ ହେଲା ପୁରୀ ପୌର ବଜେଟ

ଅନୁମୋଦିତ ହେଲା ପୁରୀ ପୌର ବଜେଟ

ପୁରୀ ଅଫିସ,୨୫।୪: ପୁରୀ ପୌର ସଂସ୍ଥାର ସ୍ବତନ୍ତ୍ର କାଉନସିଲ୍‌ ବୈଠକ ନଗରପାଳ ଜୟନ୍ତ କୁମାର ଷଡଙ୍ଗୀଙ୍କ ଅଧ୍ୟକ୍ଷତାରେ ବୁଧବାର ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ୨୦୧୮-୧୯ ଆର୍ଥିକ ବର୍ଷର ବଜେଟକୁ ପୁଙ୍ଖାନୁପୁଙ୍ଖ ଆଲୋଚନା କରାଯାଇ ବଜେଟକୁ ଅନୁମୋଦନ କରାଯାଇଛି। ଚଳିତ ଆର୍ଥିକ ବର୍ଷର ୭୫ କୋଟି ୩୧ଲକ୍ଷ ୯ହଜାର ୬୬୦ଟଙ୍କାର ସମତୁଲ ବଜେଟ ଅନୁମୋଦିତ ହୋଇଛି।

୨୦୦୮ ପରଠାରୁ ନୂଆ ଚିନିକଳ ସ୍ଥାପିତ ହୋଇନାହିଁ

୨୦୦୮ ପରଠାରୁ ନୂଆ ଚିନିକଳ ସ୍ଥାପିତ ହୋଇନାହିଁ

ଭୁବନେଶ୍ୱର,୨୫।୪(ବ୍ୟୁରୋ): ୨୦୦୮ ପରଠାରୁ ରାଜ୍ୟରେ ନୂତନ ଚିନିକଳ ସ୍ଥାପନ କରାଯାଇନାହିଁ। ପୂର୍ବରୁ ଥିବା ୮ ଚିନିକଳ ମଧ୍ୟରୁ ୫ଟି ବନ୍ଦ ହୋଇ ପଡ଼ିରହିଛି।

ମହାପ୍ରଭୁଙ୍କୁ ଦର୍ଶନ କରି କ୍ଷମା ପ୍ରାର୍ଥନା କଲେ କଂସ

ମହାପ୍ରଭୁଙ୍କୁ ଦର୍ଶନ କରି କ୍ଷମା ପ୍ରାର୍ଥନା କଲେ କଂସ

ପୁରୀ ଅଫିସ,୨୫।୪: ଖୋର୍ଦ୍ଧା ଜିଲା ଜଟଣୀ ନିକଟ ପାତ୍ରପଡାଠାରେ ଅନୁଷ୍ଠିତ ୭ ଦିନିଆ ପୂର୍ବ ଓଡ଼ିଶା ଧନୁଯାତ୍ରା ମହୋତ୍ସବ ମଙ୍ଗଳବାର ଶେଷ ହୋଇଛି। ଏଥିରେ କଂସ ଭୂମିକାରେ ଅଭିନୟ କରିଥିବା ଲକ୍ଷ୍ମୀଧର ବିଶ୍ୱାଳ ବୁଧବାର ପୁରୀ ଆସି ପବିତ୍ର ମହୋଦଧିରେ ସ୍ନାନ କରି ନିଜ ପାପର ପ୍ରାୟଶ୍ଚିତ୍ତ କରିଛନ୍ତି।

ସଫାରୀ ସେବା ପାଇଁ ୩ୟ ଥର ଟେଣ୍ଡର

ସଫାରୀ ସେବା ପାଇଁ ୩ୟ ଥର ଟେଣ୍ଡର

ଭୁବନେଶ୍ୱର,୨୫।୪(ବ୍ୟୁରୋ): ନନ୍ଦନକାନନରେ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ପାଇଁ ପ୍ରଚଳିତ ଥିବା ପ୍ରାଣୀ ଉଦ୍ୟାନ ସଫାରୀ ସେବା ଲାଗି ପୂର୍ବରୁ ୨ ଥର ଟେଣ୍ଡର ଆହ୍ବାନ କରାଯାଥିଲା। ପ୍ରତ୍ୟେକ ଟେଣ୍ଡରରେ ଧାର୍ଯ୍ୟ ମୂଲ୍ୟଠାରୁ ଅଧିକ ରାଜସ୍ବ ପାଇଥିଲେ ମଧ୍ୟ ସେମାନଙ୍କ ମଧ୍ୟରୁ କେହି ରାଜିନାମାରେ ସ୍ବାକ୍ଷର କରିନାହାନ୍ତି।

ଜଙ୍ଗଲ ବିଭାଗରେ ୪୩୩ ପଦବୀ ଖାଲି

ଜଙ୍ଗଲ ବିଭାଗରେ ୪୩୩ ପଦବୀ ଖାଲି

ଭୁବନେଶ୍ୱର,୨୫।୪(ବ୍ୟୁରୋ): ରାଜ୍ୟରେ ଭାରତୀୟ ବନ ସେବା ଏବଂ ଓଡ଼ିଶା ବନ ସେବା ବିଭାଗରେ ୪୩୩ ପଦବୀ ଖାଲି ପଡ଼ିଛି। ଜଙ୍ଗଲ ବିଭାଗର ୧୬ ଅଫିସରଙ୍କୁ ଅନ୍ୟ ବିଭାଗ ଦାୟିତ୍ୱ ଦିଆଯାଇଥିବା ବେଳେ ୯ ଜଣ ଅଧିକାରୀ କେନ୍ଦ୍ରୀୟ ଡେପୁଟେଶନ୍‌ରେ ଯାଇଛନ୍ତି।

ଭାଲୁ ଆକ୍ରମଣରେ ମା’, ପୁଅ ଗୁରୁତର

ପାରଳାଖେମୁଣ୍ଡି,୨୫।୪(ଡି.ଏନ୍‌.ଏ.): ଗଜପତି ଜିଲା ରା. ଉଦୟଗିରି ଥାନା ଶିଆଳିଲଟି ପଞ୍ଚାୟତ ଭିତରଢମ୍ପା ଗ୍ରାମରେ ମଙ୍ଗଳବାର ଭାଲୁ ଆକ୍ରମଣରେ ୨ଜଣ ଗୁରୁତର ହୋଇଛନ୍ତି। ସେମାନେ ହେଲେ ଉକ୍ତ ଗ୍ରାମର ଲକ୍ଷ୍ମୀ ଶବର ଏବଂ ତାଙ୍କ ୮ ବର୍ଷର ପୁଅ ସୀମାଞ୍ଚଳ ଶବର।

ସିଟିବସ୍‌ରେ ଯୁବତୀଙ୍କୁ ଅସଦାଚରଣ, ଭିଡିଓ ଭାଇରାଲ

ସିଟିବସ୍‌ରେ ଯୁବତୀଙ୍କୁ ଅସଦାଚରଣ, ଭିଡିଓ ଭାଇରାଲ

ଭୁବନେଶ୍ୱର,୨୫।୪(ବ୍ୟୁରୋ): ରାଜଧାନୀରେ ଗଡୁଥିବା ସିଟିବସରେ ଯାତ୍ରା କରିବା ଯୁବତୀଙ୍କ ପ୍ରତି ଅସୁରକ୍ଷିତ ହୋଇପଡିଛି। ସେମାନଙ୍କୁ ବିଭିନ୍ନ ସମୟରେ ଅସଦାଚରଣର ଶିକାର ହେବାକୁ ପଡୁଛି। ଏପରି ଏକ ଘଟଣା ବୁଧବାର କଳିଙ୍ଗ ହସ୍ପିଟାଲ ଛକରେ ଘଟିଥିବା ଜଣାପଡିଛି।

ଦନ୍ତା ଆକ୍ରମଣରେ ବୃଦ୍ଧା ମୃତ

ଦନ୍ତା ଆକ୍ରମଣରେ ବୃଦ୍ଧା ମୃତ

ବାରିପଦା ଅଫିସ,୨୫।୪: ମୟୂରଭଞ୍ଜ ଜିଲା ପିଠାବଟା ରେଞ୍ଜ ଅନ୍ତର୍ଗତ ଆହାରି ଗ୍ରାମର ବିମଳା ମହାନ୍ତ(୬୫) ନାମକ ଜଣେ ବୃଦ୍ଧାଙ୍କ ମୃତଦେହ ନିକଟସ୍ଥ ଜଙ୍ଗଲରୁ ବୁଧବାର ଉଦ୍ଧାର କରାଯାଇଛି। ସେ ମଙ୍ଗଳବାର ସକାଳେ ଜାଳେଣିକାଠ ସଂଗ୍ରହ କରିବା ପାଇଁ ଜଙ୍ଗଲକୁ ଯାଇ ଆଉ ଫେରି ନ ଥିଲେ।

କୃଷକ ବଜାର ଭିତ୍ତିପ୍ରସ୍ତର ସ୍ଥାପିତ

କୃଷକ ବଜାର ଭିତ୍ତିପ୍ରସ୍ତର ସ୍ଥାପିତ

ଢେଙ୍କାନାଳ ଅଫିସ,୨୫।୪: ଢେଙ୍କାନାଳ ପୌରାଞ୍ଚଳ କୈବଲ୍ୟ ବଜାରଠାରେ ଢେଙ୍କାନାଳ ନିୟନ୍ତ୍ରିତ ବଜାର କମିଟି ପକ୍ଷରୁ ବୁଧବାର ସକାଳ ୯ଟାରେ ୧ କୋଟି ଟଙ୍କା ବ୍ୟୟରେ ହେବାକୁ ଥିବା କୃଷକ ବଜାରର ଭିତ୍ତିପ୍ରସ୍ତର ସ୍ଥାପିତ ହୋଇଯାଇଛି। ଜିଲାପାଳ ନିଖିଲ ପବନ କଲ୍ୟାଣ ଏହି ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି।

ବିଶ୍ୱ ମ୍ୟାଲେରିଆ ଦିବସ ପାଳିତ

ବିଶ୍ୱ ମ୍ୟାଲେରିଆ ଦିବସ ପାଳିତ

ଢେଙ୍କାନାଳ ଅଫିସ,୨୫।୪: ଢେଙ୍କାନାଳ ଜିଲା କାର୍ଯ୍ୟାଳୟ ସଦ୍‌ଭାବନା ଗୃହରେ ବୁଧବାର ପୂର୍ବାହ୍ନରେ ବିଶ୍ୱ ମ୍ୟାଲେରିଆ ଦିବସ ପାଳିତ ହୋଇଯାଇଛି। ଏ ନେଇ ଆୟୋଜିତ କାର୍ଯ୍ୟକ୍ରମରେ ଜିଲାପାଳ ନିଖିଲ ପବନ କଲ୍ୟାଣ ଅଧ୍ୟକ୍ଷତା କରି ମ୍ୟାଲେରିଆ ନିରାକରଣ ପାଇଁ ସ୍ବାସ୍ଥ୍ୟ ବିଭାଗ ସମେତ ସମସ୍ତଙ୍କୁ ନିଷ୍ଠାର ସହ କାର୍ଯ୍ୟ କରିବାକୁ ପରାମର୍ଶ ଦେଇଥିଲେ।

ବ୍ଲକ୍‌ କାର୍ଯ୍ୟାଳୟ ଫାଟକରେ ତାଲା ପକାଇଲେ ସରପଞ୍ଚ

ବ୍ଲକ୍‌ କାର୍ଯ୍ୟାଳୟ ଫାଟକରେ ତାଲା ପକାଇଲେ ସରପଞ୍ଚ

କଣିହାଁ,୨୫।୪(ଡି.ଏନ୍‌.ଏ.): କଣିହାଁ ବ୍ଲକ ଓ ଆର୍‌ଡବ୍ଲ୍ୟୁଏସ୍‌ଏସ୍‌ କାର୍ଯ୍ୟାଳୟ ଫାଟକରେ ବୁଧବାର ସରପଞ୍ଚ ଦୁଖବନ୍ଧୁ ଭୁତିଆ ତାଲା ପକାଇଦେଇଥିଲେ। ୨ଟି ପାନୀୟଜଳ ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ଶେଷ କରାଯାଉ ନ ଥିବାରୁ ସେ ଏହି ପଦକ୍ଷେପ ନେଇଥିବା ଜଣାପଡ଼ିଛି।

ଝାରପଡା ଜେଲ୍‌ରୁ ମୁକୁଳିଲେ ଗ୍ୟାଙ୍ଗଷ୍ଟର ରାଜା ଆଚାର୍ଯ୍ୟ

ଝାରପଡା ଜେଲ୍‌ରୁ ମୁକୁଳିଲେ ଗ୍ୟାଙ୍ଗଷ୍ଟର ରାଜା ଆଚାର୍ଯ୍ୟ

ଭୁବନେଶ୍ୱର,୨୫।୪(ବ୍ୟୁରୋ): ୨୦୦୮ରୁ ବିଭିନ୍ନ ମାମଲାରେ ଛନ୍ଦି ହୋଇ ଜେଲରେ ଥିବା ଗ୍ୟାଙ୍ଗଷ୍ଟର ରାଜା ଆଚାର୍ଯ୍ୟ ବୁଧବାର ଝାରପଡ଼ା ଜେଲରୁ ବାହାରିଛନ୍ତି। ଗତ ୨୦ ତାରିଖରେ ଜ୍ୟୋତି ମୋଟର୍ସ କର୍ମଚାରୀ ଅପହରଣ ମାମଲାରେ ରାଜାଙ୍କୁ ହାଇକୋର୍ଟରୁ ସର୍ତ୍ତମୂଳକ ଜାମିନ ମିଳିଥିଲା।