ରାଜ୍ୟ |

ଅପରାହ୍ନ ୫ ଟାରେ ମହାନଦୀ ପ୍ରସଙ୍ଗରେ ସର୍ବଦଳୀୟ ବୈଠକ

ଅପରାହ୍ନ ୫ ଟାରେ ମହାନଦୀ ପ୍ରସଙ୍ଗରେ ସର୍ବଦଳୀୟ ବୈଠକ

ଭୁବନେଶ୍ୱର,୭।୧୨(ବ୍ୟୁରୋ): ମହାନଦୀ ପ୍ରସଙ୍ଗରେ ବିଷଦ୍‌ଭାବେ ବିଚାର ବିମର୍ଷ ପାଇଁ ବାଚସ୍ପତି ପ୍ରଦୀପ ଅମାତ ଗୁରୁବାର ଅପରାହ୍ନ ୫ଟାରେ ଏକ ସର୍ବଦଳୀୟ ବୈଠକ ଡାକିଛନ୍ତି। ମୁଖ୍ୟମନ୍ତ୍ରୀ, ବିରୋଧୀଦଳ ନେତା, ସରକାରୀ ମୁଖ୍ୟସଚେତକ, ଉପ ମୁଖ୍ୟସଚେତକ, ବିରୋଧୀ ମୁଖ୍ୟସଚେତକ, ଭାଜପା ବିଧାୟକ ଦଳ ନେତା, ବିଧାୟକ ଜର୍ଜ ତିର୍କୀ, ଲକ୍ଷ୍ମଣ ମୁଣ୍ଡା ଓ ନୀତେଶ ଗଙ୍ଗଦେବ ଏହି ବୈଠକରେ ଯୋଗଦେବେ। ବୈଠକ ପରେ ସନ୍ଧ୍ୟା ୬ଟାରେ ବାଚସ୍ପତି ବିଧାନସଭା କାର୍ଯ୍ୟ ଆରମ୍ଭ କରିବେ।

All Right Reserved By

Model This Week

Model This Week

ରାଜ୍ୟ |

ଆଶାରାମଙ୍କୁ ଆଜୀବନ ଜେଲ

ଆଶାରାମଙ୍କୁ ଆଜୀବନ ଜେଲ

ଯୋଧପୁର,୨୫ା୪(ପି.ଟି.): ଶାହଜାହାନପୁରର ବଳାତ୍କାର ପୀଡ଼ିତାଙ୍କୁ ୫ ବର୍ଷ ପରେ ନ୍ୟାୟ ମିଳିଛି। ବଳାତ୍କାର ଅଭିଯୁକ୍ତ ଆଧ୍ୟାତ୍ମିକଗୁରୁ ଆଶାରାମ ବାପୁଙ୍କୁ ବୁଧବାର ରାଜସ୍ଥାନର ଯୋଧପୁରସ୍ଥିତ ସ୍ବତନ୍ତ୍ର ଏସ୍‌ସି/ଏସ୍‌ଟି କୋର୍ଟ ଦୋଷୀ ସାବ୍ୟସ୍ତ କରି ଆଜୀବନ ଜେଲ ଦଣ୍ଡାଦେଶ ଦେଇଛନ୍ତି। ଏହି ମାମଲାରେ ଆଶାରାମଙ୍କ ଦୁଇ ସହଯୋଗୀଙ୍କୁ ୨୦ ବର୍ଷ ଲେଖାଏ ଜେଲ ଦଣ୍ଡାଦେଶ ମିଳିଥିବାବେଳେ ଅନ୍ୟ ଦୁଇ ଅଭିଯୁକ୍ତ ନିର୍ଦ୍ଦୋଷରେ ଖଲାସ ହୋଇଛନ୍ତି।

ପୁଞ୍ଜିଲାଲ ‘ଏ ଟୁ ଜେଡ୍‌’

ପୁଞ୍ଜିଲାଲ ‘ଏ ଟୁ ଜେଡ୍‌’

ବଲାଙ୍ଗୀର ଅଫିସ, ୨୫ା୪: ୨ମାସ ୨ଦିନ ପରେ ବହୁଚର୍ଚ୍ଚିତ ପାଟଣାଗଡ ପାର୍ସଲ ବୋମା ବିସ୍ଫୋରଣ ଘଟଣାର ପର୍ଦ୍ଦାଫାଶ ହୋଇଛି। ଭଇଁଷା ଜ୍ୟୋତି ବିକାଶ କଲେଜର ଇଂଲିଶ ଅଧ୍ୟାପକ ତଥା ପୂର୍ବତନ ଅଧ୍ୟକ୍ଷ ପୁଞ୍ଜିଲାଲ ମେହେର ଏହି ହତ୍ୟାକାଣ୍ଡର ଏକମାତ୍ର ଓ ମୁଖ୍ୟ ଅଭିଯୁକ୍ତ ବୋଲି କ୍ରାଇମ୍‌ବ୍ରାଞ୍ଚ ସ୍ପଷ୍ଟ କରିଛି। କଲେଜର ଅଧ୍ୟକ୍ଷ ଚୌକିକୁ ନେଇ ଲାଗି ରହିଥିବା ବିବାଦ ହିଁ ଏହି ଘଟଣାର ମୁଖ୍ୟ କାରଣ। ଅଧ୍ୟକ୍ଷ ଚୌକିରୁ ଅପସାରଣ ପରେ ଅପମାନିତ ପୁଞ୍ଜିଲାଲ ପ୍ରତିଶୋଧ ପରାୟଣ ହୋଇପଡିଥିଲେ।

ଦୁର୍ଘଟଣା: ମା’ବାପା ମୃତ, ପୁଅ ଗୁରୁତର

ଦୁର୍ଘଟଣା: ମା’ବାପା ମୃତ, ପୁଅ ଗୁରୁତର

ଠାକୁରମୁଣ୍ଡା/ଆନନ୍ଦପୁର, ୨୫ା୪(ଡି.ଏନ.ଏ.): ମୟୂରଭଞ୍ଜ ଜିଲା ଠାକୁରମୁଣ୍ଡା-ଆନନ୍ଦପୁର ରାସ୍ତାର ସାତକୋଶିଆ ନିକଟରେ ବୁଧବାର ଏକ କାର ଦୁର୍ଘଟଣାରେ ଏକ ଦମ୍ପତିଙ୍କ ମୃତ୍ୟୁ ହୋଇଛି। ଏହି ଦୁର୍ଘଟଣାରେ ସେମାନଙ୍କ ପୁଅ ଗୁରୁତର ହୋଇଛନ୍ତି। ମୃତକ ହେଲେ ଢେଙ୍କାନାଳ ଜିଲା ମାର୍ଥାପୁର ଅଞ୍ଚଳର ଦେବଦତ୍ତ ମିଶ୍ର (୬୦) ଓ ତାଙ୍କ ସ୍ତ୍ରୀ ପୂର୍ଣ୍ଣଶଶୀ ମିଶ୍ର(୫୫) । ଗୁରୁତର ଜଣକ ହେଲେ ସେମାନଙ୍କ ପୁଅ ପାରେଶ୍ୱର ମିଶ୍ର (୩୫)।

‘ଆଜିର ଖୁସି ସୌମ୍ୟଙ୍କୁ ଉତ୍ସର୍ଗ କରିଛି’

‘ଆଜିର ଖୁସି ସୌମ୍ୟଙ୍କୁ ଉତ୍ସର୍ଗ କରିଛି’

ଘଣ୍ଟାପଡା, ୨୫ା୪ (ଡି.ଏନ.ଏ.): ପାଟଣାଗଡ ପାର୍ସଲ ବୋମା ବିସ୍ଫୋରଣ ଘଟଣାର ପର୍ଦ୍ଦାଫାଶ ହୋଇଛି। ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ ଭଇଁଷା ମହାବିଦ୍ୟାଳୟ ଅଧ୍ୟାପକ ପୁଞ୍ଜିଲାଲ ମେହେରଙ୍କୁ କ୍ରାଇମ୍‌ବ୍ରାଞ୍ଚ ଗିରଫ କରିଛି। ଏହି ଖବର ଜଣାପଡିବା ପରେ ରୀମାରାଣୀ ସାହୁଙ୍କ ପୈତୃକ ଘର ବଲାଙ୍ଗୀର ଜିଲା ଘଣ୍ଟାପଡ଼ାରେ ଖୁସିର ଲହରି ଖେଳିଯାଇଛି। ଏପରି ଜଘନ୍ୟକାଣ୍ଡ ଭିଆଇ ଥିବା ପୁଞ୍ଜିଲାଲଙ୍କୁ ଫାଶୀଦଣ୍ଡ ମିଳୁ ବୋଲି ଗ୍ରାମବାସୀ ଦାବି କରିଛନ୍ତି।

ବାରିପଦାରେ ସାଇକେଲ ଯୋଗାଣ ମାମଲା: ସାନି ଟେଣ୍ଡର ହାଇକୋର୍ଟରେ ରଦ୍ଦ

ବାରିପଦାରେ ସାଇକେଲ ଯୋଗାଣ ମାମଲା: ସାନି ଟେଣ୍ଡର ହାଇକୋର୍ଟରେ ରଦ୍ଦ

କଟକ ଅଫିସ, ୨୫।୪- ବାରିପଦା ଜିଲାରେ ସାଇକେଲ ଯୋଗାଣ ପାଇଁ ହୋଇଥିବା ସାନି ଟେଣ୍ଡରକୁ ହାଇକୋର୍ଟ ଅବୈଧ ଘୋଷଣା କରିବା ସହ ତାହାକୁ ରଦ୍ଦ କରିଦେଇଛନ୍ତି। ଏଥିସହ ଜିଲା ଶ୍ରମ ଅଧିକାରୀ ସ୍ଥାନୀୟ ସାଇକେଲ ଷ୍ଟୋରଗୁଡ଼ିକରୁ ଶ୍ରମିକମାନଙ୍କୁ ସାଇକେଲ ଯୋଗାଇବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ମୁଖ୍ୟ ବିଚାରପତି ବିନୀତ ସରନ ଓ ବିଚାରପତି ବିଦ୍ୟୁତ୍‌ ରଞ୍ଜନ ଷଡ଼ଙ୍ଗୀଙ୍କୁ ନେଇ ଗଠିତ ଖଣ୍ଡପୀଠ ଉପରୋକ୍ତ ଆଦେଶ ଦେଇଛନ୍ତି।

ଜ୍ୟୋତି ଏଗ୍ରି ନିର୍ଦ୍ଦେଶକଙ୍କ ଜାମିନ ଖାରଜ

ଜ୍ୟୋତି ଏଗ୍ରି ନିର୍ଦ୍ଦେଶକଙ୍କ ଜାମିନ ଖାରଜ

କଟକ ଅଫିସ, ୨୫।୪- ଚିଟ୍‌ଫଣ୍ଡ୍‌ ଠକେଇ ମାମଲାରେ ଅଭିଯୁକ୍ତ ଜ୍ୟୋତି ଏଗ୍ରି ଇଣ୍ଟରନ୍ୟାଶନାଲର ନିର୍ଦ୍ଦେଶକ ମାଧବାନନ୍ଦ ସାହୁଙ୍କ ପୁନଃ ଜାମିନ ଆବେଦନକୁ ସ୍ବତନ୍ତ୍ର ଚିଟ୍‌ଫଣ୍ଡ କୋର୍ଟ ବୁଧବାର ଖାରଜ କରିଦେଇଛନ୍ତି।

‘ନାବାଳିକା ବଳାତ୍କାର ଅଭିଯୋଗକୁ ରେଡ୍‌ଫ୍ଲାଗ୍‌ ମାମଲାଭୁକ୍ତ କର’

‘ନାବାଳିକା ବଳାତ୍କାର ଅଭିଯୋଗକୁ ରେଡ୍‌ଫ୍ଲାଗ୍‌ ମାମଲାଭୁକ୍ତ କର’

କଟକ ଅଫିସ, ୨୫।୪- ରାଜ୍ୟରେ ବୃଦ୍ଧି ପାଉଛି ଶିଶୁକନ୍ୟା ଓ ନାବାଳିକା ବଳାତ୍କାର ଘଟଣା। ଏହାକୁ ନେଇ ରାଜ୍ୟରେ ତୁମ୍ବିତୋଫାନ ଚାଲିଥିବାବେଳେ ନିଜ ଭାବମୂର୍ତ୍ତି ରକ୍ଷା କରିବା ପାଇଁ ପୋଲିସ ଉଦ୍ୟମ ଆରମ୍ଭ କରିଛି। ବୁଧବାର ଅପରାହ୍ନରେ ପୋଲିସ ମୁଖ୍ୟାଳୟ ସମ୍ମିଳନୀ କକ୍ଷରେ ଡିଜିପି ରାଜେନ୍ଦ୍ର ପ୍ରସାଦ ଶର୍ମା ଖବରଦାତା ସମ୍ମିଳନୀ ଡକାଇ ନିକଟରେ ଘଟିଥିବା ନାବାଳିକା ବଳାତ୍କାର ଘଟଣା ସମ୍ପର୍କରେ ସୂଚନା ଦେଇଛନ୍ତି। ସେ କହିଲେ, ଶିଶୁକନ୍ୟା ଓ ନାବାଳିକା ବଳାତ୍କାର ଘଟଣାକୁ ଅତି ସମ୍ବେଦନଶୀଳ ମାମଲା ଭାବେ ଗ୍ରହଣ କରାଯାଉଛି।

ଅଂଶୁଘାତରେ  ଜଣେ ଚାଷୀଙ୍କ ମୃତ୍ୟୁ

ଅଂଶୁଘାତରେ ଜଣେ ଚାଷୀଙ୍କ ମୃତ୍ୟୁ

ବାହାନଗା,୨୫ା୪(ଡି.ଏନ.ଏ.)-ବାଲେଶ୍ୱର ଜିଲା ବାହାନଗା ବ୍ଲକ କୋଚିଆକୋଇଲି ଗ୍ରାମର ଜିତେନ୍ଦ୍ର ପୃଷ୍ଟି (୫୯)ଙ୍କର ଅଂଶୁଘାତ ଜନିତ ମୃତ୍ୟୁ ଘଟିଛି। ବୁଧବାର ସକାଳ ୭ ଟାରେ ଘରୁ ବିଲକୁ ଖତଭାର ଧରି ଯାଇଥିଲେ। ମାତ୍ର ସେ ବିଲରେ ପହଞ୍ଚିବା ସମୟରେ ଅଂଶୁଘାତରେ ଆକ୍ରାନ୍ତ ହୋଇଥିଲେ। ଫଳରେ ସେ ତଳେ ପଡି ଯାଇଥିଲେ।

ପୂରଣ ହେବ ୯୨ପୋଲିସ ସବ୍‌ ଇନ୍ସପେକ୍ଟର ପଦବୀ

ପୂରଣ ହେବ ୯୨ପୋଲିସ ସବ୍‌ ଇନ୍ସପେକ୍ଟର ପଦବୀ

ଭୁବନେଶ୍ୱର, ୨୪।୪(ବ୍ୟୁରୋ): ରାଜ୍ୟର ପୋଲିସ ବିଭାଗରେ ଖାଲି ଥିବା ୯୨ଟି ପୋଲିସ ସବ୍‌ଇନ୍ସପେକ୍ଟର ପଦବୀ ପୂରଣ ପାଇଁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ରାଜ୍ୟ ଷ୍ଟାଫ ସିଲେକ୍ସନ କମିଶନ ଦ୍ୱାରା ଏହି ପଦବୀଗୁଡିକୁ ପୂରଣ ନିମନ୍ତେ ତୁରନ୍ତ ପ୍ରକ୍ରିୟା ଆରମ୍ଭ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି।

ଇଚ୍ଛାଶକ୍ତି ଆଗରେ ହାର ମାନିଛି ବୟସ: ୮୦ବର୍ଷ ବୟସରେ ନଡିଆ ଗଛରେ ଚଢି ଆଣୁଛନ୍ତି ପାରିଶ୍ରମିକ

ଇଚ୍ଛାଶକ୍ତି ଆଗରେ ହାର ମାନିଛି ବୟସ: ୮୦ବର୍ଷ ବୟସରେ ନଡିଆ ଗଛରେ ଚଢି ଆଣୁଛନ୍ତି ପାରିଶ୍ରମିକ

ନିରାକାରପୁର,୨୫ା୪(ଡି.ଏନ.ଏ.)-ଦୃଢ ଇଚ୍ଛା ଶକ୍ତି ଆଗରେ ହାର ମାନିଛି ଦାରିଦ୍ର୍ୟ ଆଉ ବୟସ। ୮୦ବର୍ଷ ବୟସରେ ଉଚ୍ଚା ଉଚ୍ଚା ନଡିଆ, ତାଳ ଗଛରେ ଚଢି ତାଳ,ନଡିଆ ତୋଳି ଯାହା ପାରିଶ୍ରମିକ ପାଆନ୍ତି ସେଥିରେ ତାଙ୍କର ପାଞ୍ଚ ପ୍ରାଣୀ କୁଟୁମ୍ଭ ଚଳାନ୍ତି। ଏପରି ଦୃଢମନୋବଳ ରଖିଥିବା ବ୍ୟକ୍ତି ହେଲେ ଖୋର୍ଦ୍ଧା ଜିଲା ଟାଙ୍ଗୀ ବ୍ଲକ ଡ଼ିଆ ପଞ୍ଚାୟତ ଡ଼ିଆ ଗ୍ରାମର ବୈରାଗୀ ସାହୁ।

ଟିଟିଇଙ୍କୁ ମାଡ଼ ଘଟଣା: ଜିଆରପି ଥାନାଧିକାରୀଙ୍କୁ ମିଳିଲା ସର୍ତ୍ତମୂଳକ ଜାମିନ

ବ୍ରହ୍ମପୁର ଅଫିସ,୨୫।୪- ଟିଟିଇଙ୍କୁ ମାଡ଼ ମାରିବା ଅଭିଯୋଗରେ ଗିରଫ ହୋଇଥିବା ବ୍ରହ୍ମପୁର ଜିଆରପି ଥାନାଧିକାରୀ ରାଜେନ୍ଦ୍ର କୁମାର ମୁଣ୍ଡାଙ୍କୁ ବୁଧବାର ଏଡିଜେ-୧ କୋର୍ଟରୁ ସର୍ତ୍ତ ମୂଳକ ଜାମିନ ମିଳିଛି। ୨୦ ହଜାର ଟଙ୍କା ଓ ଦୁଇ ଜାମିନଦାରଙ୍କ ସହିତ ମାମଲାରେ ପୋଲିସକୁ ସହାୟତା କରିବା ଓ ଥାନାରେ ହାଜର ହେବାକୁ ଏଡିଜେ-୧ ଜଜ୍‌ ରେଖାପ୍ରସାଦ ରାୟ ପ୍ରକାଶ କରିଛନ୍ତି।

ହିତାଧିକାରୀଙ୍କୁ ପ୍ରଧାନମନ୍ତ୍ରୀ ଆବାସ କାର୍ଯ୍ୟାଦେଶ ବଣ୍ଟନ

ହିତାଧିକାରୀଙ୍କୁ ପ୍ରଧାନମନ୍ତ୍ରୀ ଆବାସ କାର୍ଯ୍ୟାଦେଶ ବଣ୍ଟନ

ଚମ୍ପୁଆ,୨୫।୪(ଡି.ଏନ.ଏ): ଚମ୍ପୁଆ ପଞ୍ଚାୟତ ସମିତି ପକ୍ଷରୁ ୨୦୧୮-୧୯ ଆର୍ଥିକ ବର୍ଷ ପାଇଁ ୨ଟି ପଞ୍ଚାୟତରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ପ୍ରଥମ ପର୍ଯ୍ୟାୟରେ ୨୦୪ କାର୍ଯ୍ୟାଦେଶ ବଣ୍ଟନ କରାଯାଇଛି। ଚମ୍ପୁଆ ବ୍ଲକ ପକ୍ଷରୁ ଜ୍ୟୋତିପୁର, ଭୁଇଁପୁର ଓ ବଡନଇ ପଞ୍ଚାୟତରେ ଉକ୍ତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।