Dharitri News
ରାଜ୍ୟ |

ରାଜପଥରେ ପରିବା ଢାଳି ଚାଷୀଙ୍କ ବିକ୍ଷୋଭ

ରାଜପଥରେ ପରିବା ଢାଳି ଚାଷୀଙ୍କ ବିକ୍ଷୋଭ ଯାଜପୁର ଅଫିସ, ୭।୧୨: ଯାଜପୁର ଜିଲା ୧୬ନଂ ଜାତୀୟ ରାଜପଥ କଡ଼ରେ ଥିବା ପରିବା ମାର୍କେଟ ଉପରେ ପୋଲିସର ମାତ୍ରାଧିକ କାର୍ଯ୍ୟାନୁଷ୍ଠାନକୁ ବିରୋଧ କରି ଚାଷୀମାନେ ରାସ୍ତାରୋକୋ କରିଛନ୍ତି। ରସୁଲପୁର ବ୍ଲକ ବାରବାଟୀ ଏନଏଚ୍‌ରେ ଚାଷୀମାନେ ପରିବା ଢାଳି ଏହାର ପ୍ରତିବାଦ କରିଛନ୍ତିି। ଫଳରେ ପ୍ରାୟ ୩୦ ମିନିଟ ଧରି ରାସ୍ତାର ଉଭୟ ପାର୍ଶ୍ୱରେ ଶତାଧିକ ଗାଡ଼ି ଅଟକି ରହିଥିଲା। ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇବା ପରେ ପୋଲିସ ମୁତୟନ କରାଯାଇଥିଲା। ତେବେ ପୋଲିସର ବୁଝାଶୁଝା ପରେ ରାସ୍ତା ଅବରୋଧ ପ୍ରତ୍ୟାହୃତ ହୋଇଥିବା ଜଣାପଡ଼ିଛି।

ରାଜ୍ୟ |

ନବୀନ ନିବାସ ଘେରାଉ ପୂର୍ବରୁ ଭାଜପା କର୍ମୀ-ପୋଲିସ ମୁହାଁମୁହିଁ: ୪ ପୋଲିସଙ୍କ ମୁଣ୍ଡ ଫାଟିଲା

ନବୀନ ନିବାସ ଘେରାଉ ପୂର୍ବରୁ ଭାଜପା କର୍ମୀ-ପୋଲିସ ମୁହାଁମୁହିଁ: ୪ ପୋଲିସଙ୍କ ମୁଣ୍ଡ ଫାଟିଲା

ଭୁବନେଶ୍ୱର, ୨୩।୧(ବ୍ୟୁରୋ): ଭାଜପା କାର୍ଯ୍ୟାଳୟଠାରୁ ଶତାଧିକ ଭାଜପା କର୍ମୀ ନବୀନ ନିବାସ ଘେରାଉ କରିବାକୁ ରାଲି କରି ବାହାରିଥିବା ବେଳେ ପୋଲିସ ସହ ମୁହାଁମୁହିଁ ହୋଇଛନ୍ତି। ସୂଚନା ଭବନ ଛକ ନିକଟରେ ପୋଲିସ କର୍ମୀମାନଙ୍କୁ ଅଟକାଇବାକୁ ଉଦ୍ୟମ କରୁଥିବା ସମୟରେ ଉଭୟଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା। ଏଥିରେ ୪ଜଣ ପୋଲିସ କର୍ମଚାରୀଙ୍କ ମୁଣ୍ଡ ଫାଟିଥିବା ଜଣାପଡିଛି। ପୋଲିସ ପକ୍ଷରୁ ଲାଠିଚାର୍ଜ କରାଯାଇଛି।

ମହାନଦୀ ଜଳ ବିବାଦ ମାମଲା: ଏକ ମାସ ମଧ୍ୟରେ ଟ୍ରିବ୍ୟୁନାଲ ଗଠନ ପାଇଁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

ମହାନଦୀ ଜଳ ବିବାଦ ମାମଲା: ଏକ ମାସ ମଧ୍ୟରେ ଟ୍ରିବ୍ୟୁନାଲ ଗଠନ ପାଇଁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର,୨୩।୧(ବ୍ୟୁରୋ): ମହାନଦୀ ଜଳ ବିବାଦକୁ ନେଇ ମଙ୍ଗଳବାର ସୁପ୍ରିମକୋର୍ଟ ଗୁରୁତ୍ୱପୂର୍ଣ୍ଣ ରାୟ ପ୍ରକାଶ କରିଛନ୍ତି। ବିଚାରପତି ଏସ୍‌ଏ ବବଦେ ଓ ଏଲ୍‌ ନାଗେଶ୍ୱରଙ୍କୁ ନେଇ ଗଠିତ ଖଣ୍ଡପୀଠ ମାମଲାର ଶୁଣାଣି କରି ଏକ ମାସ ମଧ୍ୟରେ ଟ୍ରିବ୍ୟୁନାଲ ଗଠନ ପାଇଁ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

କୁନ୍ଦୁଲି ପୀଡ଼ିତାଙ୍କ ଆତ୍ମହତ୍ୟା ଘଟଣା: ଦୁଃଖ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ

କୁନ୍ଦୁଲି ପୀଡ଼ିତାଙ୍କ ଆତ୍ମହତ୍ୟା ଘଟଣା: ଦୁଃଖ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୩।୧(ବ୍ୟୁରୋ): ଦୀର୍ଘ ୪ ମାସରୁ ଊର୍ଦ୍ଧ୍ୱ ସମୟ ଧରି ନ୍ୟାୟପାଇଁ ଲଢ଼େଇ କରି କୁନ୍ଦୁଲି ପୀଡ଼ିତାଙ୍କ ଆତ୍ମହତ୍ୟା ଘଟଣାକୁ ନେଇ ଦୁଃଖପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ନେତାଜୀ ଜୟନ୍ତୀ ସମାରୋହରେ ମୁଖ୍ୟମନ୍ତ୍ରୀଙ୍କ ପତାକା ଉତ୍ତୋଳନ

ନେତାଜୀ ଜୟନ୍ତୀ ସମାରୋହରେ ମୁଖ୍ୟମନ୍ତ୍ରୀଙ୍କ ପତାକା ଉତ୍ତୋଳନ

କଟକ ଅଫିସ,୨୩।୧: ନେତାଜୀଙ୍କ ଜନ୍ମସ୍ଥାନ ସଂଗ୍ରହାଳୟରେ ଆୟୋଜିତ ନେତାଜୀ ଜୟନ୍ତୀ ସମାରୋହରେ ମଙ୍ଗଳବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗଦେଇ ପତାକା ଉତ୍ତୋଳନ କରିବାସହ ନେତାଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଛନ୍ତି।

କୁନ୍ଦୁଲି ପୀଡ଼ିତାଙ୍କ ମୃତଦେହ ରଖି ରାସ୍ତା ଅବରୋଧ

କୁନ୍ଦୁଲି ପୀଡ଼ିତାଙ୍କ ମୃତଦେହ ରଖି ରାସ୍ତା ଅବରୋଧ

ପଟ୍ଟାଙ୍ଗୀ,୨୩।୧(ଡି.ଏନ୍‌.ଏ.): କୁନ୍ଦୁଲି ପୀଡ଼ିତାଙ୍କ ମୃତଦେହ ରଖି ମଙ୍ଗଳବାର ୨୬ ନମ୍ବର ଜାତୀୟ ରାଜପଥ ଅବରୋଧ କରାଯାଇଛି। ପରିବାର ଲୋକଙ୍କ ସମେତ କଂଗ୍ରେସ ନେତୃତ୍ୱରେ ଏହି ରାସ୍ତାରୋକୋ କରାଯାଇଛି।

ହୋଟେଲ ଅନନ୍ୟାରେ ଅଗ୍ନିକାଣ୍ଡ

ହୋଟେଲ ଅନନ୍ୟାରେ ଅଗ୍ନିକାଣ୍ଡ

ପୁରୀ ଅଫିସ,୨୩।୧: ସ୍ଥାନୀୟ ଭିଆଇପି ରୋଡ଼ସ୍ଥିତ ହୋଟେଲ ପ୍ରାଇଡ଼ ଅନନ୍ୟାରେ ମଙ୍ଗଳବାର ଭୋର ସମୟରେ ଅଗ୍ନିକାଣ୍ଡ ଘଟିଛି। ହୋଟେଲର ଚତୁର୍ଥ ମହଲାରେ ଥିବା ପ୍ୟାଣ୍ଟ୍ରି ଷ୍ଟୋରରେ କୌଣସି କାରଣରୁ ନିଆଁ ଲାଗିଯିବାରୁ ଏହି ଅଘଟଣ ଘଟିଛି।

ସନ୍ଦେହଘେରରେ ପୋଲିସ ଭୂମିକା

ସନ୍ଦେହଘେରରେ ପୋଲିସ ଭୂମିକା

ଭୁବନେଶ୍ୱର,୨୨ା୧(ବ୍ୟୁରୋ) : ଗଣବଳାତ୍କାର ୧୦୦ ଦିନ ପରେ କୁନ୍ଦୁଲି ପୀଡିତାଙ୍କୁ ନ୍ୟାୟ ମିଳି ପାରିଲା ନାହିଁ। ପୋଲିସର ହେରଫେର ତଦନ୍ତ ରିପୋର୍ଟ ଏବଂ ଲୋକଲଜ୍ଜାକୁ ସହି ନ ପାରି ଶେଷରେ ଆମତ୍ହତ୍ୟା ଭଳି ଏକ କଠିନ ପନ୍ଥାକୁ ଆପଣାଇ ନେଲେ ପୀଡିତା।

 ପୀଡ଼ିତାଙ୍କ ଆତ୍ମହତ୍ୟା: ନ୍ୟାୟ ନ ପାଇ ଜୀବନ ହାରିଲେ

ପୀଡ଼ିତାଙ୍କ ଆତ୍ମହତ୍ୟା: ନ୍ୟାୟ ନ ପାଇ ଜୀବନ ହାରିଲେ

ପଟ୍ଟାଙ୍ଗୀ,୨୨।୧(ଡି.ଏନ.ଏ.): ୨୦୧୭ ଅକ୍ଟୋବର ୧୦ରୁ ୨୦୧୮ ଜାନୁୟାରୀ ୨୨। ୪ମାସରୁ ଉର୍ଦ୍ଧ୍ୱକାଳ ନ୍ୟାୟ ପାଇଁ ଲଢେଇ କରି ନିରାଶ କୁନ୍ଦୁଲି ନାବାଳିକା ଶେଷରେ ଆତ୍ମହତ୍ୟାର ପଥ ବାଛି ନେଲେ।

ଆପଣଙ୍କ ଭଲପାଇବା ମୋତେ ଋଣୀ କରିଛି: ମୁଖ୍ୟମନ୍ତ୍ରୀ

ଆପଣଙ୍କ ଭଲପାଇବା ମୋତେ ଋଣୀ କରିଛି: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୨।୧(ବ୍ୟୁରୋ)- ପୁନେର ଏମ୍‌ଆଇଟି-ଡବ୍ଲ୍ୟୁପିୟୁ କ୍ୟାମ୍ପସ୍‌ରେ ୮ମ ଭାରତୀୟ ଛାତ୍ର ସଂସଦ ଅବସରରେ ରବିବାର ଦେଶର ଆଦର୍ଶ ମୁଖ୍ୟମନ୍ତ୍ରୀ ସମ୍ମାନ ପାଇବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡ଼ିଶା ଫେରିଛନ୍ତି।

ନିର୍ବାଚନ କମିଶନଙ୍କୁ ଦିଲ୍ଲୀ ହାଇକୋର୍ଟଙ୍କ ପ୍ରଶ୍ନ: କାହିଁକି ପ୍ରକାଶ ପାଉନାହିଁ ବିଜେପୁର ଉପନିର୍ବାଚନ ବିଜ୍ଞପ୍ତି

ନିର୍ବାଚନ କମିଶନଙ୍କୁ ଦିଲ୍ଲୀ ହାଇକୋର୍ଟଙ୍କ ପ୍ରଶ୍ନ: କାହିଁକି ପ୍ରକାଶ ପାଉନାହିଁ ବିଜେପୁର ଉପନିର୍ବାଚନ ବିଜ୍ଞପ୍ତି

ନୂଆଦିଲ୍ଲୀ,୨୨।୧(ସ୍ବ.ପ୍ର.): ବିଜେପୁର ବିଧାନସଭା ନିର୍ବାଚନ ମଣ୍ଡଳୀର ଉପନିର୍ବାଚନ ପାଇଁ ଏ ପର୍ଯ୍ୟନ୍ତ କାହିଁକି ବିଜ୍ଞପ୍ତି ପ୍ରକାଶ ପାଇନାହିଁ। ଏହି ଉପନିର୍ବାଚନକୁ କାହିଁକି ବିଳମ୍ବିତ କରାଯାଉଛି ବୋଲି ସୋମବାର ନିର୍ବାଚନ କମିଶନଙ୍କୁ ପ୍ରଶ୍ନ କରିଛନ୍ତି ଦିଲ୍ଲୀ ହାଇକୋର୍ଟ।

କୋକେଇ ହଲିଲା, ଶୁଣାଗଲା କଥା: ୧୧ ଘଣ୍ଟା ପରେ ଆଖି ବୁଜିଲେ

କୋକେଇ ହଲିଲା, ଶୁଣାଗଲା କଥା: ୧୧ ଘଣ୍ଟା ପରେ ଆଖି ବୁଜିଲେ

କଟକ ଅଫିସ, ୨୨।୧- କୋକେଇ ବନ୍ଧା ସରିଥିଲା। ପରିଜନଙ୍କ ମଧ୍ୟରେ କାନ୍ଦ ବୋବାଳି ପଡ଼ିଯାଇଥିଲା। ହେଲେ ଶ୍ମଶାନ ଅଭିମୁଖେ କୋକେଇ ଉଠିଲା ବେଳକୁ ତାହା ହଲିବା ସହ କଥାସ୍ବର ଶୁଣାଯାଇଥିଲା।

ମହାପ୍ରଭୁଙ୍କ ଚାଚେରି ବେଶ

ମହାପ୍ରଭୁଙ୍କ ଚାଚେରି ବେଶ

ପୁରୀ ଅଫିସ, ୨୨।୧: ପବିତ୍ର ବସନ୍ତ ପଞ୍ଚମୀରେ ସୋମବାର ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଚାଚେରି ବେଶ ଅନୁଷ୍ଠିତ ହୋଇଛି। ହଜାର ହଜାର ଭକ୍ତ ଏହି ବେଶରେ ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି। ଶ୍ରୀମନ୍ଦିରରେ ମଧ୍ୟାହ୍ନ ଧୂପ ପରେ ମଇଲମ ହୋଇଥିଲା।