Dharitri News
ରାଜ୍ୟ |

ମହାନଦୀ ଟ୍ରିବ୍ୟୁନାଲ ଗଠନ ଅଗ୍ରାହ୍ୟ ପ୍ରସଙ୍ଗ: ହଟ୍ଟଗୋଳ ଯୋଗୁ ଗୃହ ମୁଲତବୀ

ମହାନଦୀ ଟ୍ରିବ୍ୟୁନାଲ ଗଠନ ଅଗ୍ରାହ୍ୟ ପ୍ରସଙ୍ଗ: ହଟ୍ଟଗୋଳ ଯୋଗୁ ଗୃହ ମୁଲତବୀ ଭୁବନେଶ୍ୱର,୭।୧୨(ବ୍ୟୁରୋ): ମହାନଦୀ ଟ୍ରିବ୍ୟୁନାଲ ଗଠନକୁ କେନ୍ଦ୍ର ସରକାର ଅଗ୍ରାହ୍ୟ କରିବା ପ୍ରତିବାଦରେ ଗୁରୁବାର ବିଧାନସଭାରେ ତୁମୁଳ ହଟ୍ଟଗୋଳ ହୋଇଛି। ଶାସକ ବିଜେଡି ବିଧାୟକମାନେ ଗୃହରେ ହୋହଲ୍ଲା କରିବାସହ କେନ୍ଦ୍ର ବିରୋଧୀ ନାରା ଦେଇଥିଲେ। ଅପରପକ୍ଷରେ ବିରୋଧୀ କଂଗ୍ରେସ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରି ନାରାବାଜି କରିଥିଲେ। ଭାଜପା ବିଧାୟକମାନେ ମଧ୍ୟ ରାଜ୍ୟ ସରକାରଙ୍କ ବିରୋଧରେ ନାରା ଦେଉଥିବା ଦେଖିବାକୁ ମିଳିଥଲା। ଗୃହରେ ଅସ୍ବାଭାବିକ ପରିସ୍ଥିତି ଲାଗିରହିବାରୁ ବାଚସ୍ପତି ପ୍ରଦୀପ କୁମାର ଅମାତ ଗୃହକୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ମୁଲତବୀ କରିଦେଇଛନ୍ତି।

ରାଜ୍ୟ |

ପୁରୀ ଷ୍ଟେଶନରେ ବିସ୍ଫୋରଣ

ପୁରୀ ଷ୍ଟେଶନରେ ବିସ୍ଫୋରଣ

ପୁରୀ ଅଫିସ, ୧୭।୧: ପୁରୀ ଷ୍ଟେଶନରେ ବୁଧବାର ଅପରାହ୍ନ ୪.୧୦ରେ ଏକ ଆର୍ମୀ ଟ୍ରେନ୍‌ରେ ବିସ୍ଫୋରଣ ଘଟିଛି। ଏହାର ପେଣ୍ଟ୍ରିକାରରେ ଥିବା ଏକ ୫ କେଜିଆ ଗ୍ୟାସ୍‌ ସିଲିଣ୍ଡର ହଠାତ୍‌ ବିସ୍ଫୋରଣ ହେବାରୁ ଉକ୍ତ ବଗିରେ ନିଆଁ ବ୍ୟାପି ବ୍ୟାପକ କ୍ଷତିଗ୍ରସ୍ତ ହୋଇଛି।

ସର୍ବନିମ୍ନ ମଜୁରୀ, ସାମାଜିକ ସୁରକ୍ଷା ଦାବିରେ ବିକ୍ଷୋଭ

ସର୍ବନିମ୍ନ ମଜୁରୀ, ସାମାଜିକ ସୁରକ୍ଷା ଦାବିରେ ବିକ୍ଷୋଭ

ପୁରୀ ଅଫିସ, ୧୭।୧: ସର୍ବନିମ୍ନ ମଜୁରୀ ୧୮ ହଜାର ଟଙ୍କା, ସାମାଜିକ ସୁରକ୍ଷା ତଥା ଅନ୍ୟାନ୍ୟ ଦାବି ନେଇ ଏଆଇଟିୟୁସି ଓ ସିଆଇଟିୟୁ କର୍ମଚାରୀଙ୍କ ପକ୍ଷରୁ ବୁଧବାର ପୁରୀ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି।

ମହାନଦୀ ପ୍ରସଙ୍ଗରେ ବସିବ ଗୃହ କମିଟି ବୈଠକ

ମହାନଦୀ ପ୍ରସଙ୍ଗରେ ବସିବ ଗୃହ କମିଟି ବୈଠକ

ଭୁବନେଶ୍ୱର, ୧୭।୧(ବ୍ୟୁରୋ)- ମହାନଦୀ ପ୍ରସଙ୍ଗରେ ଆଗାମୀ କାର୍ଯ୍ୟପନ୍ଥା କ’ଣ ହେବ ସେ ନେଇ ଗୃହ କମିଟି ବୈଠକରେ ସ୍ଥିର କରାଯିବ। ଏ ନେଇ ସୂଚନା ଦେଇଛନ୍ତି ଶାସକ ଦଳ ମୁଖ୍ୟ ସଚେତକ ଅମର ଶତପଥୀ।

କେନ୍ଦ୍ର ରେଳମନ୍ତ୍ରୀଙ୍କୁ ନବୀନଙ୍କ ଚିଠି: ୬,୫୦୦ କୋଟି ଅନୁଦାନ ଦେବାକୁ ଦାବି

କେନ୍ଦ୍ର ରେଳମନ୍ତ୍ରୀଙ୍କୁ ନବୀନଙ୍କ ଚିଠି: ୬,୫୦୦ କୋଟି ଅନୁଦାନ ଦେବାକୁ ଦାବି

ଭୁବନେଶ୍ୱର,୧୭।୧(ବ୍ୟୁରୋ): ଆଗାମୀ ସାଧାରଣ ବଜେଟରେ ଓଡିଶାକୁ ରେଳବାଇ ଅନୁଦାନ ଦାବି କରି ବୁଧବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ର ରେଳମନ୍ତ୍ରୀ ପୀୟୂଷ ଗୋଏଲଙ୍କୁ ଚିଠି ଲେଖିଛନ୍ତି। ରାଜ୍ୟକୁ ୬ ହଜାର ୫ଶହ କୋଟିର ରେଳବାଇ ଅନୁଦାନ ଦେବାକୁ ମୁଖ୍ୟମନ୍ତ୍ରୀ ଜଣାଇଛନ୍ତି।

ସମ୍ବଲପୁର ବିଶ୍ୱବିଦ୍ୟାଳୟର ନୂଆ କୂଳପତି

ସମ୍ବଲପୁର ବିଶ୍ୱବିଦ୍ୟାଳୟର ନୂଆ କୂଳପତି

ଭୁବନେଶ୍ୱର ୧୭।୧(ବ୍ୟୁରୋ): ସମ୍ବଲପୁର ବିଶ୍ୱବିଦ୍ୟାଳୟର ନୂଆ କୂଳପତି ଭାବେ ନିଯୁକ୍ତ ହୋଇଛନ୍ତି ପ୍ରଫେସର ଦୀପକ କୁମାର ବେହେରା। ବୁଧବାର ଗଭର୍ଣ୍ଣର ଡ. ଏସ୍‌. ସି ଜମିର ତାଙ୍କୁ ଏହି ଦାୟିତ୍ୱ ଦେଇଛନ୍ତି।

୨୬ରୁ ଧାରଣାରେ ବସିବ ଶକ୍ତି  ବିଭାଗ କର୍ମଚାରୀସଂଘ

୨୬ରୁ ଧାରଣାରେ ବସିବ ଶକ୍ତି ବିଭାଗ କର୍ମଚାରୀସଂଘ

ଭୁବନେଶ୍ୱର,୧୭।୧(ବ୍ୟୁରୋ)- ଆସନ୍ତା ଫେବୃୟାରୀ ୨୬ ତାରିଖରୁ ଓଡ଼ିଶା ଶକ୍ତି ବିଭାଗ କର୍ମଚାରୀ ସଂଘ କ୍ରମାଗତଭାବେ ଧାରଣା ଓ ଅନଶନରେ ବସିବ। ଏନେଇ ସଂଘର ସଭାପତି ଧୋବେଇ ସାହୁ ମଙ୍ଗଳବାର ସୂଚନା ଦେଇଛନ୍ତି।

ବିଡିଓ, ତହସିଲଦାର  ସ୍ତରରେ ଅଦଳବଦଳ

ବିଡିଓ, ତହସିଲଦାର ସ୍ତରରେ ଅଦଳବଦଳ

ଭୁବନେଶ୍ୱର,୧୭।୧(ବ୍ୟୁରୋ)- ସାରା ରାଜ୍ୟର ୬୦ଟି ବ୍ଲକ୍‌ ପାଇଁ ବ୍ଲକ୍‌ ଉନ୍ନୟନ ଅଧିକାରୀ(ବିଡିଓ)ଙ୍କୁ ଅଦଳବଦଳ କରାଯାଇଛି। ମଙ୍ଗଳବାର ଏନେଇ ପଞ୍ଚାୟତିରାଜ ଓ ପାନୀୟଜଳ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।

ମୁଖ୍ୟ ଶାସନ ସଚିବଙ୍କ ନିର୍ଦ୍ଦେଶ: ଇନ୍‌ପୁଟ୍‌  ସବ୍‌ସିଡି ପ୍ରଦାନ ପ୍ରକ୍ରିୟାକୁ ସମ୍ପୂର୍ଣ୍ଣ କର

ମୁଖ୍ୟ ଶାସନ ସଚିବଙ୍କ ନିର୍ଦ୍ଦେଶ: ଇନ୍‌ପୁଟ୍‌ ସବ୍‌ସିଡି ପ୍ରଦାନ ପ୍ରକ୍ରିୟାକୁ ସମ୍ପୂର୍ଣ୍ଣ କର

ଭୁବନେଶ୍ୱର,୧୭।୧(ବ୍ୟୁରୋ): ରାଜ୍ୟ ବିପର୍ଯ୍ୟୟ ପରିଚାଳନା ଆଇନ ୨୦୦୫ ଅନ୍ତର୍ଗତ ଗଠିତ ରାଜ୍ୟ କାର୍ଯ୍ୟକାରିଣୀ କମିଟିର ବୈଠକ ଅନୁଷ୍ଠିତ ହୋଇଯାଇଛି।

ଶେଷହେବ ଯାତ୍ରାର ଯାତ୍ରା

ଶେଷହେବ ଯାତ୍ରାର ଯାତ୍ରା

ଭୁବନେଶ୍ୱର,୧୭।୧(ବ୍ୟୁରୋ): ଆଗାମୀ ଅଗଷ୍ଟ ମାସରୁ ବନ୍ଦ ହେବକୁ ଯାଉଛି ସମସ୍ତ ଯାତ୍ରାପାର୍ଟି। ଏ ନେଇ ଯାତ୍ରା ମାଲିକ ସଂଘ ପକ୍ଷରୁ ବୁଧବାର ସ୍ଥାନୀୟ ଏକ ହୋଟେଲରେ ଆୟୋଜିତ ଖବରଦାତା ସମ୍ମିଳନୀରେ ସୂଚନା ଦିଆଯାଇଛି।

ରଥ କାଠ ପାଇଁ ବୌଦ୍ଧ ଗଲେ ୫ ଜଣିଆ ଟିମ୍‌

ରଥ କାଠ ପାଇଁ ବୌଦ୍ଧ ଗଲେ ୫ ଜଣିଆ ଟିମ୍‌

ପୁରୀ ଅଫିସ, ୧୭।୧: ପ୍ରଥମ ଥର ପାଇଁ ବୌଦ୍ଧ ବନମଣ୍ଡଳରୁ ଆସିବ ରଥ କାଠ। ଏଥିଲାଗି ବୁଧବାର ଶ୍ରୀମନ୍ଦିର ପ୍ରଶାସନର ଏକ ୫ ଜଣିଆ ଟିମ୍‌ ବୌଦ୍ଧ ଯାତ୍ରା କରିଛନ୍ତି।

ବମ୍ବେ ସିଏସ୍‌ଟିରୁ ହଟିଲା ବିକୃତ ପୋଷ୍ଟର

ବମ୍ବେ ସିଏସ୍‌ଟିରୁ ହଟିଲା ବିକୃତ ପୋଷ୍ଟର

ପୁରୀ ଅଫିସ, ୧୭।୧: ବମ୍ବେର ଛତ୍ରପତି ଶିବାଜୀ ଟର୍ମିନସ ଷ୍ଟେଶନରେ ଲଗାଯାଇଥିଲା ବିକୃତ ପୋଷ୍ଟରକୁ ବୁଧବାର ଆଇଆରସିଟିସି ପକ୍ଷରୁ ହଟାଇ ଦିଆଯାଇଛି।

ଶ୍ରୀଜଗନ୍ନାଥ ମନ୍ଦିରର ବିକୃତ ପୋଷ୍ଟରକୁ ନେଇ ବିକ୍ଷୋଭ

ଶ୍ରୀଜଗନ୍ନାଥ ମନ୍ଦିରର ବିକୃତ ପୋଷ୍ଟରକୁ ନେଇ ବିକ୍ଷୋଭ

ପୁରୀ ଅଫିସ, ୧୭।୧: ଭାରତୀୟ ରେଳବିଭାଗ ପକ୍ଷରୁ ଭାରତ ଦର୍ଶନ ପତ୍ରିକାରେ ଏକ ଇସ୍କନ ମନ୍ଦିରକୁ ଶ୍ରୀଜଗନ୍ନାଥ ମନ୍ଦିର ଭାବେ ଚିହ୍ନଟ କରାଯାଇଥିବା ପ୍ରତିବାଦରେ ବୁଧବାର ଶ୍ରୀଜଗନ୍ନାଥ ସେବା ପକ୍ଷରୁ ଆଇଆରସିଟିସି ବିରୋଧରେ ପୁରୀ ରେଳ ଷ୍ଟେସନଠାରେ ବିକ୍ଷୋଭ ପ୍ରଦର୍ଶନ କରାଯାଉଛି।