Dharitri News
ରାୟଗଡା

ମାଙ୍ଗାନିଜ ବୋଝେଇ ଟ୍ରକକୁ ଜବତ କଲା ବନବିଭାଗ

ମାଙ୍ଗାନିଜ ବୋଝେଇ ଟ୍ରକକୁ ଜବତ କଲା ବନବିଭାଗ ରାୟଗଡା ଅଫିସ୍‌,୬।୧୨- ରାୟଗଡା ଜିଲା କାଶୀପୁର ବ୍ଲକ ଅନ୍ତର୍ଗତ ଗତ ୪ତାରିଖ ମଧ୍ୟରାତ୍ରିରେ ଏକ ମାଙ୍ଗାନିଜ ବୋଝେଇ ଟ୍ରକକୁ ଜବତ କରିଛି ବନବିଭାଗ। ଗୁମ୍ମା ଫରେଷ୍ଟର ଏଜେ ରାଜୁ, ଫରେଷ୍ଟ ଗାର୍ଡ ସୁବାଷ ସଦର, ଭାଷ୍କର ଚିଟି ପାଟ୍ରୋଲିଂ କରୁଥିତ୍ବାବେଳେ ରାୟଗଡା ଦେଇ ଆନ୍ଧ୍ରଅଭିମୁଖେ ଯାଉଥିବା ଗାଡି (ଏଟି-୧୬ଆଇଭି୬୦୦୫)କୁ ଯାଞ୍ଚ କରିଥିଲେ। ଉକ୍ତ ଗାଡିରେ ମାଙ୍ଗାନିଜ ବୋଝେଇ ଥିବାରୁ ଗାଡିକୁ ଅଟକ ରଖି ରାୟଗଡା ବନାଞ୍ଚଳ ଅଧିକାରୀଙ୍କ କାର୍ଯ୍ୟାଳୟକୁ ଅଣାଯାଇଥିଲା। ଡ୍ରାଇଭର ଶ୍ରୀନୁ ଘଟଣାସ୍ଥଳରୁ ଫେରାର ହୋଇଥିବା ବେଳେ ହେଲପର ପି.ରାମୁଙ୍କୁ ଅଟକ ରଖାଯାଇଛି। ଏ ସମ୍ପର୍କରେ କୋରାପୁଟ ମାଇନିଂ ବିଭାଗକୁ ସୂଚନା ଦିଆଯାଇଥିଲା। ପରେ ମାଇନ୍ସ ବିଭାଗର ନର୍ଦ୍ଦେଶକ୍ରମେ କୋରାପୁଟରୁ ମାଙ୍ଗାନିଜ ଅଫିସର ଧରଣୀଧର ନାୟକ ଓ ସିନିୟର୍‌ ଇନ୍ସପେକ୍ଟର କମଳାକାନ୍ତ ନାୟକ ପହଞ୍ଚତ୍ ଗାଡିରେ ମାଙ୍ଗାନିଜକୁ ଦେଖିଥିଲେ। ମାଇନ୍ସ ବିଭାଗର କର୍ତ୍ତୃପକ୍ଷ ଉକ୍ତ ଗାଡିକୁ ଜବତ କରି ଇମ୍ଫା କମ୍ପାନୀର ପରିସରରେ ରଖିଛନ୍ତି। ଜବତ ହୋଇଥିବା ମାଙ୍ଗାନିଜର ନମୁନା ସଂଗ୍ରହ କରାଯାଇଛି। କ୍ୱାଲିଟି ଟେଷ୍ଟ ପାଇଁ ଭୁବନେଶ୍ୱରରେ ମିନେରାଲ ଲାବ୍ରୋଟୋରିକୁ ପଠାଯିବ। ସେଠାରେ ରିପୋର୍ଟ ଆସିବା ପରେ ଏହାର ମାନ ନିର୍ଦ୍ଧାରଣ ହେବ । ଗାଡିଟି କେରେଡା ଅଞ୍ଚଳର ରାଜେଶ ପାଡାଲାଙ୍କ ଗାଡି ବୋଲି ଜଣାପଡିଛି। ଏହି ମାଙ୍ଗାନିଜ ରାୟଗଡା ଜିଲା କାଶୀପୁର ବ୍ଲକ୍‌ ଅନ୍ତର୍ଗତ ଶଙ୍କରଡା ଗ୍ରାମପଞ୍ଚାୟତ ଅଧିନସ୍ଥ କାଲାଧଡ଼ଶି ଗଁ।ରୁ ବେଆଇନ ଭାବେ ଲୋଡ ହୋଇ ଆନ୍ଧ୍ରକୁ ଚାଲାଣ ହେଉଥିବା ବନବିଭାଗ ପକ୍ଷରୁ ସୂଚନା ମିଳିଛି। ଏହି ଘଟଣାର ତଦନ୍ତ ବନବିଭାଗ ପକ୍ଷରୁ ଜାରି ରହିଥିବା ବନଖଣ୍ଡ ଅଧୀକାରୀ ପ୍ରଭାକର ସେନାପତି କହିଛନ୍ତି।

ରାୟଗଡା

ସୀମାନ୍ତରେ ଲାଲ୍‌ ଆତଙ୍କ: ପୋଲିସ ଇନ୍‌ଫର୍ମର ସନ୍ଦେହରେ ଯୁବକଙ୍କୁ ହତ୍ୟା

ସୀମାନ୍ତରେ ଲାଲ୍‌ ଆତଙ୍କ: ପୋଲିସ ଇନ୍‌ଫର୍ମର ସନ୍ଦେହରେ ଯୁବକଙ୍କୁ ହତ୍ୟା

ମାଲକାନଗିରି, ୨୦।୧(ସ୍ବ.ପ୍ର.)- ସୀମାନ୍ତ ଛତିଶଗଡ ସୁକ୍‌ମା ଜିଲାର ଚିନୁଲନାର ଅଞ୍ଚଳର ଜଣେ ଯୁବକଙ୍କୁ ପୋଲିସ ଇନ୍‌ଫର୍ମର ସନ୍ଦେହରେ ମାଓବାଦୀମାନେ ହତ୍ୟା କରିଛନ୍ତି। ସେ ହେଲେ ରାଜେଶ ଯାଦବ। ଶନିବାର ସକାଳେ ଦରନାପାଲର ଜଗରମୁଣ୍ଡା ରାସ୍ତା ନିକଟସ୍ଥ ମୁକ୍ରମ ନାଳ ପାଖରେ ରାଜେଶଙ୍କ ମୃତଦେହ ପଡିଥିବା ସ୍ଥାନୀୟ ଲୋକେ ଦେଖିବାକୁ ପାଇଥିଲେ।

ସୀମାନ୍ତରେ ଗାଡି ଜାଳିଲେ ମାଓବାଦୀ

ସୀମାନ୍ତରେ ଗାଡି ଜାଳିଲେ ମାଓବାଦୀ

ମାଲକାନଗିରି, ୨୦।୧(ଡି.ଏନ୍‌.ଏ.) ସୀମାନ୍ତ ଦାନ୍ତଓ୍ବୋଡା ଜିଲା ଫରସପାଲ ଥାନା ଅଞ୍ଚଳରେ ଶନିବାର ମାଓବାଦୀମାନେ ଦୁଇଟି ଡ୍ରିଲ୍‌ ମେଶିନ ଓ ଗୋଟିଏ ବାଇକ୍‌ ପୋଡି ଦେଇଥିବା ସୂଚନା ମିଳିଛି ।

ଶୁଣିଲାନି ପ୍ରଶାସନ, ଗ୍ରାମବାସୀ କଲେ ରାସ୍ତା ନିର୍ମାଣ

ମୁକୁନ୍ଦପୁର, ୨୦।୧(ଡି.ଏନ୍‌.ଏ) ଗାଁକୁ ଭଲ ରାସ୍ତାଟିଏ ନାହିଁ। ଫଳରେ ଲୋକେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଗାଁକୁ ରାସ୍ତାଟିଏ ପାଇଁ ଜିଲାପାଳ,ବିଧାୟକଙ୍କ ନିକଟକୁ ବାରମ୍ବାର ଦୌଡ଼ିଲେ ଗ୍ରାମବାସୀ । ହେଲେ କେହି ତାଙ୍କ କଥାକୁ ଶୁଣିଲେନି । ତେଣୁ ବାଧ୍ୟ ହୋଇ ନିଜ ଗ୍ରାମକୁ ନିଜେ ଏକ ରାସ୍ତା ନିର୍ମାଣ କରିଛନ୍ତି ।

କ୍ୟାନ୍‌ସର ପୀଡ଼ିତଙ୍କ ଇଚ୍ଛାମୃତ୍ୟୁ ପାଇଁ ପ୍ରଧାନମନ୍ତ୍ରୀଙ୍କୁ ନିବେଦନ

ଜୟପୁର,୨୦।୧(ଡି.ଏନ.ଏ): କୋରାପୁଟ ଜିଲା ଜୟପୁର ଜୟନଗର ବାସିନ୍ଦାର ଜଣେ ଯୁବକ ଗତ କିଛିବର୍ଷ ହେବ କ୍ୟାନସର ରୋଗରେ ପୀଡିତ ହୋଇଛନ୍ତି । ଏଥିପାଇଁ ସେ ଭୀଷଣ ଯନ୍ତ୍ରଣା ଏବଂ ଅଧିକ ଖର୍ଚ୍ଚାନ୍ତ ହେଉଥିବାରୁ ନିଜର ଅସାମର୍ଥ୍ୟ ପ୍ରକାଶ କରି ମୃତ୍ୟୁବରଣ କରିବାକୁ ଇଚ୍ଛା ପ୍ରକାଶ କରିଛନ୍ତି। ଏଥିପାଇଁ ତାଙ୍କୁ ଆତ୍ମହତ୍ୟା କରିବାକୁ ଅନୁମତି ଦେବାକୁ ନିବେଦନ କରିଛନ୍ତି ।

ଖଜୁରିଗୁଡା ଗ୍ରାମକୁ ନାହିଁ ରାସ୍ତା: ସମସ୍ୟା ସମାଧାନ ନ ହେଲେ ଆନ୍ଦୋଳନ

ଖଜୁରିଗୁଡା ଗ୍ରାମକୁ ନାହିଁ ରାସ୍ତା: ସମସ୍ୟା ସମାଧାନ ନ ହେଲେ ଆନ୍ଦୋଳନ

ଦଶମନ୍ତପୁର, ୨୦।୧ (ଡି.ଏନ୍‌.ଏ.) କୋରାପୁଟ ଜିଲା ଦଶମନ୍ତପୁର ବ୍ଲକଠାରୁ ୪ କି.ମି. ଦୂରରେ ରହିଛି ଖଜୁରିଗୁଡା ଗ୍ରାମ। ଗ୍ରାମରେ ୩୫ଟି ପରିବାରର ୨୦୦ରୁ ଊର୍ଦ୍ଧ୍ୱ ଲୋକ ବସବାସ କରନ୍ତି। ମାତ୍ର ଏଯାଏ ଗ୍ରାମରେ ବିକାଶର ଚିହ୍ନବର୍ଣ୍ଣ ନାହିଁ। ଶିକ୍ଷା, ସ୍ବାସ୍ଥ୍ୟ, ଗମନାଗମନ ଭଳି ମୌଳିକ ସୁବିଧା ଠାରୁ ବହୁ ଦୂରରେ ରହିଛନ୍ତି ଗ୍ରାମବାସୀ। ବ୍ଲକ ନିକଟସ୍ଥ ଗ୍ରାମ ହୋଇଥିଲେ ମଧ୍ୟ ପ୍ରଶାସନର ଦୃଷ୍ଟି ଖଜୁରିଗୁଡା ଉପରେ ପଡୁନି। ଗ୍ରାମକୁ ଭଲ ରାସ୍ତାଟିଏ ନ ଥିବାରୁ ଯାତାୟାତ ସମସ୍ୟା ଲାଗିରହିଛି।

 ଦୁର୍ଘଟଣାରେ ଆହତଙ୍କ ମୃତ୍ୟୁ

ଦୁର୍ଘଟଣାରେ ଆହତଙ୍କ ମୃତ୍ୟୁ

ଡାବୁଗାଁ,୧୯।୧(ଡି.ଏନ୍‌.ଏ.) ଅଟୋ- ଟ୍ରକ ଧକ୍କାରେ ଗୁରୁତର ଆହତ ହୋଇଥିବା ଦନାଇ ଭତ୍ରାଙ୍କର ଜିଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସାଧୀନ ଅବସ୍ଥାରେ ଗୁରୁବାର ବିଳମ୍ବିତ ରାତିରେ ମୃତ୍ୟୁ ଘଟିଛି ।

ରାୟଗଡା ସିଜେଏମ୍‌ କୋର୍ଟରେ ହାଜର ହେଲେ ସବ୍ୟସାଚୀ

ରାୟଗଡା ଅଫିସ୍‌, ୧୯।୧- ରାୟଗଡା ସିଜେଏମ୍‌ଙ୍କ କୋର୍ଟରେ ମାଓବାଦୀ ନେତା ସବ୍ୟସାଚୀ ପଣ୍ଡାଙ୍କୁ ଶୁକ୍ରବାର ହାଜର କରାଯାଇଛି । ତାଙ୍କ ନାମରେ ଚାନ୍ଦିଲି ଥାନାରେ ରହିଥିବା ୩ଟି ମାମଲା ସାକ୍ଷ୍ୟ ଗ୍ରହଣ ପାଇଁ ଅଦାଲତରେ ସିଜେଏମ୍‌ ମହମ୍ମଦ ଇର୍ଶାନୁଦ ନବୀଙ୍କ ସମ୍ମୁଖରେ ହାଜର କରାଯାଇଥିଲା ।

ମେକାରେ ୮୩, ଚାଉଳମେନ୍ଦିରେ ୮୩ ପ୍ରତିଶତ ଭୋଟିଂ

ମାଥିଲି,୧୯।୧(ଡି.ଏନ୍‌.ଏ.)-ମାଥିଲି ବ୍ଲକ ମେକା ପଞ୍ଚାୟତ ସରପଞ୍ଚ ଓ ଚାଉଳମେନ୍ଦି ପଞ୍ଚାୟତ ଅଧୀନ ୪ ନମ୍ବର ଓ୍ବାର୍ଡ଼ମେମ୍ବର ପଦବୀ ପାଇଁ ଶୁକ୍ରବାର ମତଦାନ ହୋଇଛି। ନିର୍ବାଚନ ଅଧିକାରୀ ଅଗସ୍ତି ପ୍ରଧାନଙ୍କ ସୂଚନା ପ୍ରକାରେ, ସକାଳ ୭ରୁ ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ଭୋଟ ଗ୍ରହଣ କରାଯାଇଥିଲା।

ଏଫଡିଆଇକୁ ବିରୋଧ କରି ବିକ୍ଷୋଭ

ଏଫଡିଆଇକୁ ବିରୋଧ କରି ବିକ୍ଷୋଭ

ପାରଳାଖେମୁଣ୍ଡି,୧୯।୧(ସ୍ବ.ପ୍ର.)-କେନ୍ଦ୍ର ସରକାରଙ୍କ ଏଫଡିଆଇ ନିବେଶକୁ ବିରୋଧ କରି ପାରଳାଖେମୁଣ୍ଡିସ୍ଥିତ ହାଇସ୍କୁଲ ଛକଠାରେ ଜିଲା ଆପ୍‌ ପକ୍ଷରୁ ଶୁକ୍ରବାର ବିକ୍ଷୋଭ ପ୍ରଦର୍ଶନ କରାଯାଇଛି ।

ଧାନ ଟ୍ରକ ଜବତ

କାଲିମେଳା,୧୯।୧(ଡି.ଏନ୍‌.ଏ.): ପଡିଆ ବ୍ଲକ ଉଣ୍ଡୃକୋଣ୍ଡା ଛକରେ ଶୁକ୍ରବାର ସକାଳୁ ଛତିଶଗଡ଼କୁ ଚାଲାଣ ପାଇଁ ଯାଉଥିବା ଏକ ଧାନ ଟ୍ରକ ଜବତ ହୋଇଛି। ଜିଲା ଯୋଗାଣ ବିଭାଗ କାଲିମେଲା ପୋଲିସ ସହାୟତାରେ ଟ୍ରକର ପିଛା କରି ଧାନ ବୋଝେଇ ଟ୍ରକ୍‌କୁ ଧରିଥିଲା।

ଅବକାରୀ ଚଢ଼ାଉ: ଜଣେ ଗିରଫ

ଅବକାରୀ ଚଢ଼ାଉ: ଜଣେ ଗିରଫ

ମାଥିଲି,୧୯।୧(ଡି.ଏନ୍‌.ଏ.): ମାଥିଲି ବ୍ଲକ ଦୁର୍ଲାଗୁଡା ନିକଟରେ ଶୁକ୍ରବାର ଅବକାରୀ ବିଭାଗ ଚଢାଉ କରି ମଦ ଜବତ ସହ ଜଣଙ୍କୁ ଗିରଫ କରିଛି। ସେ ହେଲେ ଖଇରପୁଟ ବ୍ଲକ ମୁଦୁଲିପଡ଼ା ଥାନା ସର୍ଗିଗୁଡ଼ା ଗ୍ରାମର ହରି ହନ୍ତାଳ (୩୪)।

ଦୁର୍ଘଟଣାରେ ଜଣେ ମୃତ, ଜଣେ ଗୁରୁତର

ଦୁର୍ଘଟଣାରେ ଜଣେ ମୃତ, ଜଣେ ଗୁରୁତର

ପାରଳାଖେମୁଣ୍ଡି, ୧୯।୧(ସ୍ବ.ପ୍ର.)-ଗଜପତି ଜିଲା ପାରଳାଖେମୁଣ୍ଡି ସହର ଉପକଣ୍ଠସ୍ଥ ବି.ସୀତାପୁର ଗ୍ରାମ ନିକଟରେ ଏକ ସଡକ ଦୁର୍ଘଟଣାରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିବା ବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି।