Dharitri News
ରାୟଗଡା

ସ୍କୁଲରେ ପଡିଲା ଅଣ୍ଡା ଦରର ପ୍ରଭାବ, ଶିକ୍ଷକ ଦେଲେ ହାତରୁ ଟଙ୍କା

ସ୍କୁଲରେ ପଡିଲା ଅଣ୍ଡା ଦରର ପ୍ରଭାବ, ଶିକ୍ଷକ ଦେଲେ ହାତରୁ ଟଙ୍କା ମାଥିଲି,୬।୧୨(ଡି.ଏନ.ଏ)-ଆଦିବାସୀ ଅଧ୍ୟୁଷିତ ମାଲକାନଗିରି ଜିଲା ମାଥିଲି ବ୍ଲକ ଅଞ୍ଚଳରେ ଅଣ୍ତାକୁ ନେଇ ପ୍ରଭାବ ପରିଲକ୍ଷିତ ହୋଇଛି । ସରକାରୀ ମୂଲ୍ୟ ଅନୁଯାୟୀ ମିଳୁନି ଅଣ୍ତା । ଦର ବୃଦ୍ଧି ଫଳରେ ଏବେ ଶିକ୍ଷକମାନଙ୍କ ହାତରୁ ଯାଉଛି ଅର୍ଥ । ମାଥିଲି ବ୍ଲକରେ ଏହି ସମସ୍ୟା ଫଳରେ ଶିକ୍ଷୟତ୍ରୀଶିକ୍ଷକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି । ସରକାରଙ୍କ ନିୟମକୁ ପ୍ରତିବାଦ କରିପାରୁନଥିବା ଶିକ୍ଷକମାନେ କୌଣସି ଉପାୟ ନପାଇ ହାତରୁ ମିଶାଇ ନେଉଛନ୍ତି ଅଣ୍ତା। ସୂଚନାଅନୁଯାୟୀ, ସର୍ବଶିକ୍ଷା ଅଭିଯାନ ତରଫରୁ ବିଦ୍ୟାଳୟରେ ପ୍ରତି ବୁଧବାର ଓ ଶନିବାର ୨ ଦିନ ଛାତ୍ରୀଛାତ୍ରଙ୍କୁ ଅଣ୍ତା ଦେବା ନିୟମ ରହିଛି । ଏବେ ବଜାରରେ ଅଣ୍ତା ଦର ୬ ରୁ ୭ ଟଙ୍କାରେ ବିକ୍ରି କରାଯାଉଛି । ତେବେ ସରକାରୀ ନିୟମରେ ବଜାରରେ ଅଣ୍ତା ଦରର ତାଳମେଳ ରହୁନଥିବାବେଳେ ଅଣ୍ତା ନେଇ ଛାତ୍ରୀଛାତ୍ରଙ୍କୁ ଦେବା ଅଭାବ ସଙ୍କଟ ପରିସ୍ଥିତି ଦେଖାଦେଇଛି। ସବୁ ସମୟରେ ଦରମାକୁ ନେଇ ଆଶା ଆଶାଙ୍କାରେ ରହୁଥିବା ଶିକ୍ଷକଙ୍କ ପକ୍ଷେ ହାତରୁ ଟଙ୍କା ମିଶାଇ ଛାତ୍ରୀଛାତ୍ରଙ୍କୁ ଅଣ୍ତା ଦେବା ସମ୍ଭବପର ହୋଇପାରୁନାହିଁ । କେତେକ ଶିକ୍ଷକ ନାମ ଗୋପନ ରଖି କହିଛନ୍ତି ଯେ, ହାତରୁ ଟଙ୍କା ମିଶାଇ ଅଣ୍ତା ନେଇ ଦେବା କଷ୍ଟକର ହୋଇପଡୁଛି । ଅର୍ଥର ଅନଟନ ହୋଇ ଧାରକରଜରେ ଅଣ୍ତା କିଣି ନେଇ ବ୍ଲକ ତଥା ଦୁର୍ଗମ ମହୁପଦର, କମାରପାଲି, କତାପାଲି, ଚେଡେଙ୍ଗା , କର୍ତ୍ତନପାଲି, କିଆଙ୍ଗ ଆଦି ଅଧ୍ୟୁଷିତ ଅଞ୍ଚଳର ବିଦ୍ୟାଳୟରେ ଅଣ୍ତା ଦିଆଯାଉଥିବା ଶିକ୍ଷକମାନେ କହିଛନ୍ତି । ଏଥିପ୍ରତି ଜିଲା ପ୍ରଶାସନ ଦୃଷ୍ଟି ଦେଇ ଏହାର ସମାଧାନ କରିବାକୁ ଦାବି ହୋଇଛି ।

ରାୟଗଡା

ଜାନୁଆରୀ ୨୬କୁ କଳା ଦିବସ ପାଳନ ପାଇଁ ମାଓବାଦୀଙ୍କ ଆହ୍ବାନ

ଜାନୁଆରୀ ୨୬କୁ କଳା ଦିବସ ପାଳନ ପାଇଁ ମାଓବାଦୀଙ୍କ ଆହ୍ବାନ

ଜୟପୁର ୨୧। ୧ (ନି.ପ୍ର.)- ପଟ୍ଟାଙ୍ଗି ଥାନା ଅନ୍ତର୍ଗତ ସୁଙ୍କ, ନାରାୟଣପାଟଣା ଠାରେ ମାଓବାଦୀମାନେ ପୋଷ୍ଟର ମାଧ୍ୟମରେ ୨୬ ଜାନୁଆରୀ ସାଧାରଣତନ୍ତ୍ର ଦିବସକୁ କଳା ଦିବସଭାବେ ପାଳନ କରିବାକୁ ଆହ୍ବାନ ଦେଇଛନ୍ତି।

ନୂତନ ରୂପରେ ସଜ୍ଜିତ ହେବ ପ୍ରେମ ପାହାଡ଼

ନୂତନ ରୂପରେ ସଜ୍ଜିତ ହେବ ପ୍ରେମ ପାହାଡ଼

ରାୟଗଡା ଅଫିସ୍‌, ୨୧।୧- ରାୟଗଡା ଜିଲାର ବିଭିନ୍ନ ଅଞ୍ଚଳ ଏବଂ ରାୟଗଡା ସହରର ଉପକଣ୍ଠରେ ଅନେକ ପର୍ଯ୍ୟଟନସ୍ଥଳ ରହିଛି ା ଉକ୍ତ ପର୍ଯ୍ୟଟନସ୍ଥଳିଗୁଡିକ ମଧ୍ୟରୁ ରାୟଗଡା ସହରର ଉପକଣ୍ଠରେ ରହିଛି ପ୍ରେମପାହାଡ।

ମହେନ୍ଦ୍ରତନୟା ପାଣି ନେବାକୁ ଆନ୍ଧ୍ରର ଚକ୍ରାନ୍ତ

ମହେନ୍ଦ୍ରତନୟା ପାଣି ନେବାକୁ ଆନ୍ଧ୍ରର ଚକ୍ରାନ୍ତ

ପାରଳାଖେମୁଣ୍ଡି, ୨୧।୧(ସ୍ବ.ପ୍ର.)-ପୂର୍ବରୁ ବିଭିନ୍ନ ସମୟରେ ଓଡ଼ିଶାର ବାଲି, ନଦୀ, ଜଙ୍ଗଲ ଓ ଖଣିଜ ସମ୍ପଦ ଉପରେ ଲୋଲୁପ ଦୃଷ୍ଟି ରଖିଆସିଥିବା ଆନ୍ଧ୍ର ସରକାର ଏବେ ପୁଣି ମହେନ୍ଦ୍ରତନୟା ଉପରେ ଆଖି ପକାଇଛନ୍ତି।

ଅପହରଣ ପରେ ପ୍ରଜାକୋର୍ଟରେ ୪ଜଣଙ୍କୁ ମାଡ଼ମାରି ଛାଡ଼ିଲେ ମାଓବାଦୀ

ଅପହରଣ ପରେ ପ୍ରଜାକୋର୍ଟରେ ୪ଜଣଙ୍କୁ ମାଡ଼ମାରି ଛାଡ଼ିଲେ ମାଓବାଦୀ

ମାଥିଲି,୨୧।୧(ଡି.ଏନ.ଏ.)- କିଛି ଦିନର ନିରବତା ପରେ ପୁଣି ମାଓବାଦୀ ସଂଗଠନ ସକ୍ରିୟ ହୋଇପଡିଥିବା ଜଣାପଡ଼ିଛି। ମାଓବାଦୀଙ୍କ ଅତ୍ୟାଚାରର ଶିକାର ହୋଇଥିବା ଗ୍ରାମବାସୀଙ୍କ ମଧ୍ୟରେ ଏବେ ଭୟର ବାତାବରଣ ଖେଳିଯାଇଛି।

ବିବାହ ବେଦୀକୁ ଯିବା ପୂର୍ବରୁ ୨ ନାବାଳିକା ଉଦ୍ଧାର

ବିବାହ ବେଦୀକୁ ଯିବା ପୂର୍ବରୁ ୨ ନାବାଳିକା ଉଦ୍ଧାର

ମାଲକାନାଗିରି,୨୧।୧(ଡି.ଏନ୍‌.ଏ.): ମାଲକାନଗିରି ଜିଲା ଚାଇଲ୍ଡ ଲାଇନ ପକ୍ଷରୁ ରବିବାର ବିବାହ ପୂର୍ବରୁ ୨ଜଣ ନାବାଳିକାଙ୍କୁ ଉଦ୍ଧାର କରଯାଇଛି। ୨ଦିନରେ ୩ଜଣ ମଙ୍ଗୁଳା ନାବାଳିକା କନ୍ୟାଙ୍କୁ ଚାଇଲ୍ଡ ଲାଇନ ଉଦ୍ଧାର କରିଛି।

ଧରାପଡିଲେ ଲୁଟେରା ଗ୍ୟାଙ୍ଗ

ଜୟପୁର ୨୦।୧(ନି.ପ୍ର./ଡି.ଏନ.ଏ.)- ଜୟପୁର ସହରରେ କିଛି ମାସ ହେବ ଚୋରି କରି ଆତଙ୍କ ଖେଳାଇଥିବା ଚୋର ଗ୍ୟାଙ୍ଗ କୁ ଟାଉନଥାନା ପୋଲିସ ଧରିଛି । ଏନେଇ ଥାନା ପରିସରରେ ଆୟେଜିତ ଖବରଦାତା ସମ୍ମିଳନୀରେ ଏସଡିପିଓ ଟି.ଜେ. ରେଡ୍ଡି ସୂଚନା ଦେଇଛନ୍ତି ।

ମାନଚିତ୍ରରେ ଓଡିଆ ଭାଷାର ବିକୃତ ପ୍ରଦର୍ଶନ

ମାନଚିତ୍ରରେ ଓଡିଆ ଭାଷାର ବିକୃତ ପ୍ରଦର୍ଶନ

ଜୟପୁର, ୨୦।୧ (ନି.ପ୍ର.)-କୋରାପୁଟ ଜିଲା ମାନଚିତ୍ରରେ ଜିଲାର ବିଭିନ୍ନ ସ୍ଥାନର ନାମକୁ ଓଡିଆ ଭାଷାରେ ବିକୃତ ଭାବେ ଲେଖାଯାଇ ଭାଷାକୁ ବିକୃତ କରାଯାଇ ପ୍ରଦର୍ଶନ କରାଯାଇଛି ।

 ଭଡ଼ାଘରେ ରହି ୨୫୦ ଭୂମିହୀନଙ୍କୁ ବାଣ୍ଟିଲେ ଜମି

ଭଡ଼ାଘରେ ରହି ୨୫୦ ଭୂମିହୀନଙ୍କୁ ବାଣ୍ଟିଲେ ଜମି

ଜୟପୁର,୨୦।୧(ଡି.ଏନ.ଏ)-ନିଜେ ଭଡ଼ାଘରେ ରହୁଛନ୍ତି; କିନ୍ତୁ ୧୫ ବର୍ଷ ତଳେ ଯେଉଁ ୨ ଏକର ଜମି କିଣିଥିଲେ, ତାହାକୁ ୨୫୦ ଜଣ ଭୂମିହୀନଙ୍କୁ ବାଣ୍ଟିଛନ୍ତି ଜୟପୁର ସହରର ଜଣେ ବଦାନ୍ୟ ବ୍ୟକ୍ତି। ସେ ହେଲେ ମୁଗୁଡା ସୂର୍ଯ୍ୟନାରାୟଣ ଆଚାରୀ।

ସେଲଫି ନେଉଥିବାବେଳେ ଖସିପଡି ପର୍ଯ୍ୟଟକଙ୍କ ମୃତ୍ୟୁ

କୋରାପୁଟ/ଅନକାଡେଲି,୨୦। ୧(ସ୍ବ.ପ୍ର)- କୋରାପୁଟ ଜିଲାର ପର୍ଯ୍ୟଟନସ୍ଥଳ ଡୁଡୁମା ଜଳପ୍ରପାତରେ ଖସିପଡି ଜଣେ ପର୍ଯ୍ୟଟକଙ୍କ ମୃତ୍ୟୁ ହୋଇଛି । ଖବରରୁ ଜଣାପଡିଛି ଶନିବାର ଆନ୍ଧ୍ରର ବିଶାଖାପାଟଣା ଅଞ୍ଚଳର ଏସ. ଇବ୍ରାହିମ (୨୮) କୋରାପୁଟ ଜିଲା ଲମତାପୁଟ ବ୍ଲକର ଅନକାଡେଲି ନିକଟରେ ଥିବା ଡୁଡୁମା ଜଳପ୍ରପାତକୁ ନିଜ ପରିବାର ସହ ବୁଲି ଆସିଥିଲେ।

ମେକା ସରପଞ୍ଚ ଉପନିର୍ବାଚନ: ବାଜି ମାରିଲେ କଂଗ୍ରେସ ସମର୍ଥିତ ପ୍ରାର୍ଥୀ

ମାଥିଲି,୨୦।୧(ଡି.ଏନ୍‌.ଏ.)-ମାଥିଲି ବ୍ଲକ ମେକା ସରପଞ୍ଚ ପଦବୀରେ ହୋଇଥିବା ଉପନିର୍ବାଚନ ଫଳାଫଳ ଶନିବାର ପ୍ରକାଶ ପାଇଛି। ବ୍ଲକ କାର୍ଯ୍ୟାଳୟ ସଭାଗୃହରେ ଭୋଟ ଗଣତି ହୋଇଥିଲା।

ବିଜେଡି ବ୍ଲକ ସଭାପତି ପଦରୁ ସଦାଶିବଙ୍କ ଇସ୍ତଫା

ମାଥିଲି,୨୦।୧(ଡି.ଏନ୍‌.ଏ.): ମାଥିଲି ବ୍ଲକ ବିଜେଡି ସଭାପତି ପଦବୀରୁ ଶନିବାର ସଦାଶିବ ପୂଜାରୀ ଇସ୍ତଫା ଦେଇଛନ୍ତି। ସେ ନିଜ ଇସ୍ତଫା ପତ୍ର ମାଲକାନଗିରି ଜିଲା ସଭାପତି ମାନସ ମାଡକାମୀଙ୍କୁ ଦେଇଛନ୍ତି।

ସମ୍ପର୍କରେ ରକ୍ତ ଛିଟ: ପିଟିପିଟି ମାରିଦେଲେ ସ୍ତ୍ରୀ, ପୁଅ

ନବରଙ୍ଗପୁର, ୨୦।୧(ବି.ପ୍ର.)- ପାରିବାରିକ କଳହ କିଭଳି ଉଗ୍ର ରୂପ ନେଇପାରେ ଏହାର ଏକ ଦୃଷ୍ଟାନ୍ତ ଶନିବାର ନବରଙ୍ଗପୁର ଜିଲାରେ ଦେଖିବାକୁ ମିଳିଛି। ଚରିତ୍ରରେ ସନ୍ଦେହ କରି ଘରେ ଝଗଡା ଓ ମାରପିଟ କରୁଥିବା ଜଣେ ବ୍ୟକ୍ତିଙ୍କୁ କାଠ ଫାଳିଆରେ ପିଟିପିଟି ହତ୍ୟା କରିଛନ୍ତି ତାଙ୍କ ସ୍ତ୍ରୀ ଓ ପୁଅ। ସେ ହେଲେ ରାଇଘର ଥାନା ସରଗୁଲି ଅଞ୍ଚଳର ବଳଦେବ ଗଣ୍ଡ(୫୦)।