ଅନଗୁଳ-ଢେଙ୍କାନାଳ

ତିରୋଧାନ ଦିବସରେ ମତ:ଆମ୍ବେଡକର ଦୂରଦର୍ଶୀ ସମ୍ବିଧାନ ପ୍ରଣେତା

ତିରୋଧାନ ଦିବସରେ ମତ:ଆମ୍ବେଡକର ଦୂରଦର୍ଶୀ ସମ୍ବିଧାନ ପ୍ରଣେତା

ଢେଙ୍କାନାଳ ଅଫିସ, ୬।୧୨-ଢେଙ୍କାନାଳ ଆମ୍ବେଡକର ସ୍ମୃତି ସଂସଦ ଓ ଜିଲା ପ୍ରଶାସନର ମିଳିତ ଆନୁକୂଲ୍ୟରେ ବୁଧବାର ଡ. ବାବାସାହେବ ଆମ୍ବେଡକରଙ୍କ ୬୧ତମ ତିରୋଧାନ ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ଜିଲା କାର୍ଯ୍ୟାଳୟ ସମ୍ମୁଖରେ ଥିବା ତାଙ୍କ ପ୍ରତିମୂର୍ତ୍ତିରେ ଜିଲାପାଳ ଭୂପେନ୍ଦ୍ର ସିଂ ପୁନିଆ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ। ଭୀମାରାଓ ଜଣେ ଦୂରଦର୍ଶୀ ସମ୍ବିଧାନପ୍ରଣେତା। ତାଙ୍କ ଅବଦାନ ପାଇଁ ଦେଶରେ ଆଜି ଗଣତନ୍ତ୍ର ଶାସନ ସମ୍ଭବ ହୋଇପାରିଛି ବୋଲି ଜିଲାପାଳ ମତବ୍ୟକ୍ତ କରିଥିଲେ। ନଗରପାଳ ସୁଧାଂଶୁ କୁମାର ଦଳେଇ, ଆମ୍ବେଡକର ସ୍ମୃତି ସଂସଦ ଅଧ୍ୟକ୍ଷ କୈଳାସ ଚନ୍ଦ୍ର ବେହେରା, ଜିଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ହେମନ୍ତ ନାୟକ, ସାମାଜିକକର୍ମୀ ସଂଗ୍ରାମ ମଲ୍ଲିକ, ଯୁଗଳ କିଶୋର ସେଠୀ, ଜିଲା ରେଡ୍‌କ୍ରସ୍‌ ଉପସଭାପତି ବିରଞ୍ଚତ୍ ନାରାୟଣ ପାଣି ପ୍ରମୁଖ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ। ଏପରି ମହାନ ଜନନାୟକଙ୍କ ଆଦର୍ଶରେ ଅନୁପ୍ରାଣିତ ହେବାକୁ ନଗରପାଳ ସମସ୍ତଙ୍କୁ ଆହ୍ବାନ କରିଥିଲେ। ସ୍ମୃତି ସଂସଦର ଅଧ୍ୟକ୍ଷ ଜିଲାସ୍ତରୀୟ ତିରୋଧାନ ଦିବସ ପାଇଁ ପ୍ରଶାସନ ପକ୍ଷରୁ ପାଣ୍ଠି ଆୟୋଜନ କରିବାକୁ ଅନୁରୋଧ କରିଥିଲେ। ଆଇନଜୀବୀ ମମତାଞ୍ଜଳି ବେହେରା ଧନ୍ୟବାଦ ପ୍ରଦାନ କରିିଥିଲେ। ସଂସଦର ଉପସଭାପତି ବନମାଳି ମଲ୍ଲିକ, ସମ୍ପାଦକ ବାଇଧର ନାୟକ ଏବଂ ଅନ୍ୟ କର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ। ଏହି ଅବସରରେ ଆମ୍ବେଡକର ଜ୍ୟୋତି ରଥ ନଗର ପରିକ୍ରମା କରିଥିଲା। ସେହିପରି ଦଳିତ ଆଦିବାସୀ ସୁରକ୍ଷା ମଞ୍ଚ ଶାଖା ପକ୍ଷରୁ ସମ୍ବିଧାନ ପ୍ରଣେତା ଭୀମରାଓଙ୍କ ତିରୋଧାନ ଦିବସ ପାଳିତ ହୋଇଯାଇଛି। ବାବାସାହେବ ଜଣେ ବହୁମୁଖି ପ୍ରତିଭାର ଅଧିକାରୀ। ଦଳିତ ଆଦିବାସୀ ଓ ଅବହେଳିତ ସମାଜ ପାଇଁ ତାଙ୍କର ଅବଦାନ ଅବିସ୍ମରଣୀୟ ବୋଲି ମତପ୍ରକାଶ ପାଇଥିଲା। ମଞ୍ଚର ରାଜ୍ୟ ସମ୍ପାଦକ ଶ୍ରୀକାନ୍ତ ମଲ୍ଲିକଙ୍କ ନେତୃତ୍ୱରେ କର୍ମକର୍ତ୍ତାମାନେ ଜିଲା କାର୍ଯ୍ୟାଳୟ ସମ୍ମୁଖରେ ଥିବା ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ। ଏହାପରେ ଗୋପବନ୍ଧୁ ଟାଉନହଲ୍‌ଠାରେ ଆୟୋଜିତ ସଭାରେ ଆମ୍ବେଡକରଙ୍କ ସ୍ମୃତିଚାରଣ କରାଯାଇଥିଲା। ଜିଲା ସମାଜ ଏକତା ପରିଷଦ ସଭାପତି ଶ୍ରୀନାଥ ସାହୁ, ସୁରକ୍ଷା ମଞ୍ଚର ଉପସଭାପତି ଅଭିମନ୍ୟୁ ପାତ୍ର, ଗୀତା ନାୟକ, ଆବାହିକା ରଞ୍ଜୁବାଳା ନାୟକ, ହିରଣ୍ୟ ନାୟକ, କୁମୁଦିନୀ ନାୟ କ, ବୀରବର ଦେହୁରି, କୃପାସିନ୍ଧୁ ଦେହୁରି, ହଟ ଘଡ଼େଇ, ପ୍ରହଲ୍ଲାଦ ବେହେରା ପ୍ରମୁଖ ଉପସ୍ଥିତ ଥିଲେ। ୨୨ବିଶ ବିଶ୍ୱାବସୁ ଶବର ସମାଜର ଉପଦେଷ୍ଟା ଗଣେଶ୍ୱର ପ୍ରଧାନ ଧନ୍ୟବାଦ ପ୍ରଦାନ କରିଥିଲେ।

All Right Reserved By

Model This Week

ନିକିତା

ଅନଗୁଳ-ଢେଙ୍କାନାଳ

ମହିଳା ସଶକ୍ତିକରଣ ଦିବସ ପାଳିତ

ମହିଳା ସଶକ୍ତିକରଣ ଦିବସ ପାଳିତ

ଅନୁଗୋଳ ଅଫିସ,୨୦।୪- ରାଜ୍ୟ ମହିଳା ମଞ୍ଚ ଆନୁକୁଲ୍ୟରେ ଶୁକ୍ରବାର ଅନୁଗୋଳ କଳାକେନ୍ଦ୍ରଠାରେ ମହିଳା ସଶକ୍ତିକରଣ ଦିବସ ପାଳିତ ହୋଇଯାଇଛି।

ପଥରମୁଣ୍ଡା ଗ୍ରାମବାସୀ ଖଣିବନ୍ଦ ଆନ୍ଦୋଳନ

ପଥରମୁଣ୍ଡା ଗ୍ରାମବାସୀ ଖଣିବନ୍ଦ ଆନ୍ଦୋଳନ

କଣିହାଁ,୨୦।୪(ଡି.ଏନ.ଏ.)- ମହାନଦୀ କୋଲ୍ଡ ଫିଲ୍ଡ ଲିମିଟେଡ୍‌ (ଏମ୍‌ସିଏଲ୍‌) ଦ୍ୱାରା ଜମିହରା କ୍ଷତିଗ୍ରସ୍ତ ପ୍ରଜାମାନଙ୍କର ନାର୍ଯ୍ୟ ଦାବିରେ ଶୁକ୍ରବାର କଣିହାଁ ଓପନ କାଷ୍ଟ ପ୍ରୋଜେକ୍ଟ(ଓସିପି) ଫାଟକ ସମ୍ମୁଖରେ ପଥରମୁଣ୍ଡା ଗ୍ରାମବାସୀ ଖଣିବନ୍ଦ ଆନ୍ଦୋଳନ କରିଛନ୍ତି।

ଶଙ୍କର ଜୟନ୍ତୀ ପାଳିତ

ବନ୍ତଳା,୨୦।୪(ଡି.ଏନ.ଏ.)- ଅନୁଗୋଳ ଆଦିତ୍ୟ ବାହିନୀ ଓ ଆନନ୍ଦ ବାହିନୀ ତରଫରୁ ଶୁକ୍ରବାର ଜଗନ୍ନାଥ ମନ୍ଦିରଠାରେ ଆଦିଗୁରୁ ଶଙ୍କରାଚାର୍ଯ୍ୟଙ୍କ ଶଙ୍କର ଜୟନ୍ତୀ ପାଳିତ ହୋଇଯାଇଛି।

ଶନିଶ୍ଚର ଓଷା ପାଇଁ କଳସ ଯାତ୍ରା

ଶନିଶ୍ଚର ଓଷା ପାଇଁ କଳସ ଯାତ୍ରା

ବଅଁରପାଳ,୨୦।୪(ଡି.ଏନ.ଏ.)- ବଅଁରପାଳ ବ୍ଲକ ଅନ୍ତର୍ଗତ ଗିରାଙ୍ଗ ଗ୍ରାମରେ ଶନିବାର ଶନିଶ୍ଚରଙ୍କ ଓଷା ପାଳନ କରାଯିବ। ଏହି ଉପଲକ୍ଷେ ଶୁକ୍ରବାର ସକାଳେ ଗ୍ରାମର ବହୁ ମହିଳା କଳସ ଯାତ୍ରାରେ ବାହାରି ଗ୍ରାମ ପରିକ୍ରମା କରିଥିଲେ।

ଲୁଟ୍‌ ଅଭିଯୋଗରେ ୫ ଗିରଫ

ଅନୁଗୋଳ ଅଫିସ,୨୦।୪- ଅନୁଗୋଳ କୁଇଓ ନିକଟରେ ଏକ ଟ୍ରକ୍‌କୁ ଅଟକାଇ କେତେଜଣ ଦୁର୍ବୃତ୍ତ ଟଙ୍କା ଲୁଟିବା ଅଭିଯୋଗରେ ପୋଲିସ ୫ ଅଭିଯୁକ୍ତଙ୍କୁ ଗିରଫ କରି ଗୁରୁବାର କୋର୍ଟଚାଲାଣ କରିଛି।

 ତୁଟୁନି ତାଳଚେର ମେଡିକାଲ କଲେଜ ପରିଚାଳନା ବିବାଦ: ଏମ୍‌ସିଏଲ୍‌-ସରକାର ଦାୟିତ୍ୱ ଠେଲାଠେଲି

ତୁଟୁନି ତାଳଚେର ମେଡିକାଲ କଲେଜ ପରିଚାଳନା ବିବାଦ: ଏମ୍‌ସିଏଲ୍‌-ସରକାର ଦାୟିତ୍ୱ ଠେଲାଠେଲି

ତାଳଚେର,୨୦ା୪- ନିର୍ମାଣର ଶେଷ ପର୍ଯ୍ୟାୟରେ ପହଞ୍ଚିଲାଣି ବହୁ ଚର୍ଚ୍ଚିତ ତାଳଚେର ମେଡିକାଲ କଲେଜ। ଚଳିତବର୍ଷ ଠାରୁ ଏଠାରେ ନାମଲେଖା ସହ ଏହାକୁ କାର୍ଯ୍ୟକ୍ଷମ କରିବାକୁ ଜୋରଦାର ଦାବି ମଧ୍ୟ ଉଠିଲାଣି। ହେଲେ ଏହାର ପରିଚାଳନା ଦାୟିତ୍ୱ କିଏ ତୁଲାଇବ ସେ ନେଇ ଏଯାଏ ସ୍ଥିତି ସ୍ପଷ୍ଟ ହେଉ ନାହିଁ। ଏମ୍‌ଓୟୁ ଅନୁସାରେ ମହାନଦୀ କୋଲ୍‌ ଫିଲଡ୍‌ସ ଲିମିଟେଡ୍‌ (ଏମ୍‌ସିଏଲ୍‌) ଉକ୍ତ ଦାୟିତ୍ୱ ବହନ କରିବା କଥା। କିନ୍ତୁ ଏହି ଖଣି କମ୍ପାନୀ ସେଥିରୁ ପଛଘୁଞ୍ଚା ଦେଇ ସରକାରଙ୍କ ଉପରେ ତାହା ନ୍ୟସ୍ତ କରିବାକୁ ଚାହଁୁଥିବାରୁ ଏ ନେଇ ବିବାଦ ମୁଣ୍ଡ ଟେକିଛି। ଫଳରେ ଚଳିତବର୍ଷ ମହାନଦୀ ଇନଷ୍ଟିଚ୍ୟୁଟ ଅଫ୍‌ ମେଡିକାଲ ସାଇନ୍ସ ଆଣ୍ଡ ରିସର୍ଚ୍ଚ ସେଣ୍ଟର କାର୍ଯ୍ୟକ୍ଷମ ହେବ କି ନାହିଁ ତାହାକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ଲୁଟିନେଲେ ଗଦିସାମଗ୍ରୀ

ଲୁଟିନେଲେ ଗଦିସାମଗ୍ରୀ

ଢେଙ୍କାନାଳ ଅଫିସ,୨୦।୪- ଢେଙ୍କାନାଳ ସଦର ଥାନା ଗୋବିନ୍ଦପୁର ଫାଣ୍ଡି ଅଞ୍ଚଳରେ ପୁଣିଥରେ ରାଜପଥ ଲୁଟେରା ଗ୍ୟାଙ୍ଗ୍‌ ସକ୍ରିୟ ହୋଇଛନ୍ତି। ବୁଧବାର ବିଳମ୍ବିତ ରାତିରେ ଏକ ମିନି ପିକ୍‌ଅପ୍‌ ଭ୍ୟାନ୍‌ର ଚାଳକ ଏବଂ ହେଲ୍‌ପରଙ୍କୁ ଭୟଭୀତ କରାଇ ୪ ଜଣ ଦୁର୍ବୃତ୍ତ ଗଦି ସାମଗ୍ରୀ, ମୋବାଇଲ ଫୋନ୍‌, ଆଧାରକାର୍ଡ ସହ ନଗଦ ୨ହଜାର ଟଙ୍କା ଲୁଟି ନେଇଛନ୍ତି। ଏ ସମ୍ପର୍କରେ ଜଗତପୁର ଅଞ୍ଚଳର ଡ୍ରାଇଭର ଲିପକ କୁମାର ଘଡେଇ ଗୁରୁବାର ଅଭିଯୋଗ କରିଛନ୍ତି।

ଏଟିଏମ୍‌ ଖାଲି, ଗ୍ରାହକ ଅସନ୍ତୋଷ

ଏଟିଏମ୍‌ ଖାଲି, ଗ୍ରାହକ ଅସନ୍ତୋଷ

ଢେଙ୍କାନାଳ ଅଫିସ,୨୦।୪- ଖାଲିପଡ଼ିଛି ଢେଙ୍କାନାଳ ସହରରେ ଥିବା ଏଟିଏମ୍‌। ଏଥିପାଇଁ ଉପଭୋକ୍ତମାନେ ନାହିଁ ନ ଥିବା ହଇରାଣ ହେଉଛନ୍ତି।

ନାଲ୍‌କୋ ଭଲିବଲ ଟୁର୍ନାମେଣ୍ଟ, ଛେଣ୍ଡିପଦା ବିଜୟୀ

ନାଲ୍‌କୋ ଭଲିବଲ ଟୁର୍ନାମେଣ୍ଟ, ଛେଣ୍ଡିପଦା ବିଜୟୀ

ବଅଁରପାଳ,୨୦।୪(ଡି,ଏନ୍‌.ଏ.): ନାଲକୋ ଦ୍ୱାରା ଆୟୋଜିତ ପେରିଫେରିଆଲ ଭଲିବଲ ଟୁର୍ନାମେଣ୍ଟ ଗୁରୁବାର ରାତ୍ରିରେ ଉଦ୍‌ଯାପିତ ହୋଇଯାଇଛି।

ମାଗଣା ସ୍ବାସ୍ଥ୍ୟ ପରୀକ୍ଷା ଶିବିର

ମାଗଣା ସ୍ବାସ୍ଥ୍ୟ ପରୀକ୍ଷା ଶିବିର

ତାଳଚେର ,୨୦।୪(ନି.ପ୍ର)- ତାଳଚେର ବ୍ଲକ ନରହରିପୁର ଉ.ପ୍ରା ବିଦ୍ୟାଳୟ ପରିସରରେ ଶୁକ୍ରବାର ମାଗଣା ସ୍ବାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି।

ଟ୍ରକ ଧକ୍କାରେ ଚାଳକ ଗୁରୁତର

ଟ୍ରକ ଧକ୍କାରେ ଚାଳକ ଗୁରୁତର

ପରଜଙ୍ଗ,୨୦।୪(ଡି.ଏନ୍‌.ଏ.): ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ଦଦରାଘାଟି ଠାରେ ଶୁକ୍ରବାର ସକାଳେ ଏକ ଦଶ ଚକିଆ ଟ୍ରକ ଦୁର୍ଘଟଣାରେ ଚାଳକ ଗୁରୁତର ହୋଇଛନ୍ତି। ସେ ହେଲେ ନୟାଗଡ ଜିଲା ବାହାଡ଼ା ଜୁରି ଗ୍ରାମର ଶତ୍ରୁଘ୍ନ ଚୌଧୁରୀ।

ବଳାତ୍କାର ଅଭିଯୁକ୍ତ ଗିରଫ

ପରଜଙ୍ଗ, ୨୦।୪(ଡି.ଏନ.ଏ.)-ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ମହାବିରୋଡ ଫାଣ୍ଡି ଅଞ୍ଚଳର ଜନୈକା ସପ୍ତମ ଶ୍ରେଣୀ ଛାତ୍ରୀଙ୍କୁ ବଳାତ୍କାର ମାମଲାରେ ସମ୍ପୃକ୍ତ ଅଭିଯୁକ୍ତ ନରେଶ ସିଂଙ୍କୁ ଗୁରୁବାର ପୋଲିସ ଗିରଫ କରିଛି। ପୋଲିସ ସୂଚନା ଅନୁଯାୟୀ, ନରେଶ ବମ୍ବେ ପଳାଇଯିବାକୁ ମସୁଧା କରୁଥିଲେ। ଏଥିପାଇଁ ସେ ଦଦରାଘାଟି ଫାଣ୍ଡି ଅଧୀନ ୪ନଂ. କଲୋନୀରେ ଥିବା ସମ୍ପର୍କୀୟଙ୍କ ଘରେ ଲୁଚି ରହିଥିଲେ। ତାଙ୍କୁ ସେଠାରୁ ଗିରଫ କରାଯାଇଛି। ଶୁକ୍ରବାର ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ଏସ୍‌ଆଇ ଦିଲେଶ୍ୱର ପ୍ରଧାନ ସୂଚନା ଦେଇଛନ୍ତି। ସୂଚନାଯୋଗ୍ୟ, ଗତ ୧୦ ତାରିଖ ରାତିରେ ସମ୍ପୃକ୍ତା ଛାତ୍ରୀଙ୍କୁ ଗାଁ ଦାଣ୍ଡରୁ ଉଠାଇ ନେଇ ନରେଶ ବଳାତ୍କାର କରିଥିବା ଅଭିଯୋଗ ହୋଇଥିଲା। ଏ ସଂକ୍ରାନ୍ତରେ ନଂ. ୭୯/୧୮, ୩୭୬, ୮ ପୋକ୍‌ସୋ ଆକ୍ଟରେ ମାମଲା ରୁଜୁ କରାଯାଇଛି।