ଅନଗୁଳ-ଢେଙ୍କାନାଳ

ହରଡ଼ଘଣାରେ ରାସୋଳ ଆଇଆଇସି

ହରଡ଼ଘଣାରେ ରାସୋଳ ଆଇଆଇସି

ଢେଙ୍କାନାଳ ଅଫିସ, ୬। ୧୨-ଗଞ୍ଜେଇ ଖୋଜିବା ଆଳରେ ଜଣେ ଦଳିତ ମହିଳାଙ୍କୁ ଘରେପଶି ବଳାତ୍କାର ଉଦ୍ୟମ କରିବା ଅଭିଯୋଗ ଆସିବା ପରେ ହରଡ଼ଘଣାରେ ପଡ଼ିଛନ୍ତି ରାସୋଳ ଆଇଆଇସି ସନ୍ତୋଷ ପ୍ରଧାନ। ତାଙ୍କ ନାମରେ ଢେଙ୍କାନାଳ ଜିଲା ଦୌରାଜଜ୍‌ ତଥା ସ୍ବତନ୍ତ୍ର ଜଜ୍‌ଙ୍କ ଅଦାଲତରେ ମାମଲା ରୁଜୁ ହୋଇଛି। ଜିଲା ଦୌରାଜଜ୍‌ ପ୍ରଣିତା ମହାନ୍ତି ବୁଧବାର ଅଭିଯୋଗକାରିଣୀଙ୍କ ବୟାନ ରେକର୍ଡ କରିଛନ୍ତି।
ଅଭିଯୋଗ ଅନୁଯାୟୀ, ଗତ ଅକ୍ଟୋବର ୨୨ ରାତି ପ୍ରାୟ ୭ଟାରେ ରାସୋଳ ଥାନା କାରନ୍ଦା ଗ୍ରାମର ଜଣେ ମହିଳା (୨୯ବର୍ଷ) ଘରେ ଏକୁଟିଆ ଥିଲେ। ଏହି ସମୟରେ ଥାନାଧିକାରୀ ଘରେ ପଶି ସମ୍ପୃ୍‌କ୍ତ ମହିଳାଙ୍କ ମା’ଙ୍କୁ ଖୋଜିଥିଲେ। ଉକ୍ତ ସମୟରେ ମହିଳାଙ୍କ ମା’ ଘରେ ନ ଥିଲେ। ଏହାର ସୁଯୋଗରେ ଆଇଆଇସି ତାଙ୍କୁ ବଳାତ୍କାର ଉଦ୍ୟମ କରିଥିଲେ। ମହିଳାଜଣକ ଚିତ୍କାର କରିବାରୁ ଥାନାଧିକାରୀ ଘର ଭିତରେ ଗଞ୍ଜେଇ କେଉଁଠି ରଖାଯାଇଛି ବୋଲି କହି ଖୋଜିଥିଲେ। ମହିଳାଙ୍କ ପାଟିଶୁଣି ପାଖ ଘରେ ରହୁଥିବା ଅନ୍ୟଜଣେ ମହିଳା ପଳାଇ ଆସିବାରୁ ଥାନାଧିକାରୀ ଘଟଣାସ୍ଥଳ ଛାଡ଼ି ପଳାଇଥିଲେ। ପରେ ଏ ସମ୍ପର୍କରେ ପୀଡ଼ିତା ପରିବାର ଲୋକଙ୍କୁ ଜଣାଇଥିଲେ। ଥାନାଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେ ପ୍ରଥମେ ଏସ୍‌ପିଙ୍କୁ ଲିଖିତ ଭାବେ ଜଣାଇଥିଲେ। ଏହାସତ୍ତ୍ୱେ ଅଭିଯୁ୍‌କ୍ତ ଥାନାଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନ ଥିଲା। ସବୁଆଡୁ ନିରାଶ ହେବା ପରେ ଶେଷରେ ସେ ନ୍ୟାୟ ପାଇଁ ଅଦାଲତର ଆଶ୍ରୟ ନେଇଥିଲେ।
ଏ ସଂକ୍ରାନ୍ତରେ ଜିଲା ଦୌରାଜଜ୍‌ ଓ ସ୍ବତନ୍ତ୍ର ଜଜ୍‌ଙ୍କ ଅଦାଲତରେ ସିଟି ସ୍ପେଶାଲ କେସ୍‌ ନଂ. ୯୭/୧୭, ଦଫା ୪୫୭, ୩୭୬, ୫୧୧, ୩ ଏସ୍‌ସି/ଏସ୍‌ଟି ଆକ୍ଟରେ ମାମଲା ରୁଜୁ କରାଯାଇଥିବା ମହିଳାଙ୍କ ପକ୍ଷରୁ ମାମଲା ପରିଚାଳନା କରୁଥିବା ଆଇନଜୀବୀ ପ୍ରତାପ ନାରାୟଣ ତ୍ରିପାଠୀଙ୍କ କହିଛନ୍ତି। ଅନ୍ୟପଟେ ଜିଲା ଦୌରାଜଜ୍‌ଙ୍କ ଅଦାଲତରେ ବୁଧବାର ଅଭିଯୋଗକାରିଣୀ ମହିଳାଙ୍କ ପ୍ରାଥମିକ ବୟାନ ରେକର୍ଡ କରାଯାଇଥିବା ସ୍ବତନ୍ତ୍ର ପବ୍ଲିକ୍‌ ପ୍ରସିକ୍ୟୁଟର ନବକିଶୋର ସାହୁ ସୂଚନା ଦେଇଛନ୍ତି।

All Right Reserved By

ଅନଗୁଳ-ଢେଙ୍କାନାଳ

୩୫ ପଞ୍ଚାୟତରେ ୧୫ ଜିଆର୍‌ଏସ୍‌

ବଅଁରପାଳ,୧୬।୭(ଡି.ଏନ.ଏ.) ଏମ୍‌ଜିଏନ୍‌ଆରଇଜିଏସ୍‌(ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା)ର ସଫଳ କାର୍ଯ୍ୟକାରିତା ତଥା ଏହାର ସୁଫଳ ସମସ୍ତ ହିତାଧିକାରୀଙ୍କ ନିକଟରେ ପହଞ୍ଚାଇବା ପାଇଁ ଗ୍ରାମ ରୋଜଗାର ସେବକ(ଜିଆର୍‌ଏସ୍‌) ନିଯୁକ୍ତି ବ୍ୟବସ୍ଥା ରହିଛି।

ଗ୍ରାମ ରାସ୍ତାରେ ଜମୁଛି ପାଣି: ଡ୍ରେନ ନିର୍ମାଣ ଦାବି

ଛେଣ୍ଡିପଦା,୧୬।୭(ଡି.ଏନ.ଏ.)- ଛେଣ୍ଡିପଦା ବ୍ଲକ ଟାଙ୍ଗିରୀ ପଞ୍ଚାୟତ ନୂଆପଡ଼ା ଗ୍ରାମ ପିଢସାହି ରାସ୍ତାରେ ବର୍ଷା ପାଣି ଜମିବାକୁ ନେଇ ସାଧାରଣରେ ଅସନ୍ତୋଷ ଦେଖାଦେଇଛି। ରାସ୍ତା ପାର୍ଶ୍ୱରେ ଡ୍ରେନ ନ ଥିବାରୁ ସାମାନ୍ୟ ବର୍ଷାରେ ବି ସେଠାରୁ ପାଣି ନିଷ୍କାସନ ହୋଇପାରୁନାହିଁ।

ଜଟିଳ ହେଉଛି ପାଉଁଶ ସମସ୍ୟା : ଜାତିସଂଘକୁ ଜଣାଇବ ମାନବ ଅଧିକାର ସଙ୍ଗଠନ

ଓଡ଼ାପଡ଼ା, ୧୬।୭(ଡି.ଏନ.ଏ.)-ଢେଙ୍କାନାଳ ଜିଲା ହିନ୍ଦୋଳ ବ୍ଲକ ଖଜୁରିଆକଟା ବନଖଣ୍ଡ ଝାଡ଼ବନ୍ଧ ଗ୍ରାମରେ ଶନିବାର ରାତିରେ ଏକ ପଲରେ ୧୯ ହାତୀ ପଶି ବ୍ୟାପକ ଫସଲ ନଷ୍ଟ କରିଛନ୍ତି। ହାତୀପଲଙ୍କ ଦୌରାତ୍ମ୍ୟରେ ଆଖୁ କିଆରି, ପରିବା ଚାଷ ଉଜୁଡ଼ିଯାଇଛି।

ବାଇକ୍‌ ଧକ୍କାରେ ବୃଦ୍ଧ ମୃତ

ବାଇକ୍‌ ଧକ୍କାରେ ବୃଦ୍ଧ ମୃତ

ଛେଣ୍ଡିପଦା,୧୬।୭(ସ୍ବ.ପ୍ର.)- ଅନୁଗୋଳ ଜିଲା ଛେଣ୍ଡିପଦାରୁ ବାଗଡିଆ ଯାଇଥିବା ଜାତୀୟ ରାଜପଥର ବଡଯୋରା ନାଳ ନିକଟରେ ଏକ ବାଇକ୍‌ ଧକ୍କାରେ ରବିବାର ଜଣେ ବୃଦ୍ଧଙ୍କ ମୃତ୍ୟୁ ଘଟିଛି। ମୃତକ ଜଣକ ପୋଡାପଡା ଗ୍ରାମର ସର୍ବେଶ୍ୱର ପ୍ରଧାନ(୬୦) ବୋଲି ଜଣାପଡିଛି।

ଇନ୍ଦିପୁର ହାଇସ୍କୁଲରେ ମୋ ସ୍କୁଲ ଅଭିଯାନ

ଇନ୍ଦିପୁର ହାଇସ୍କୁଲରେ ମୋ ସ୍କୁଲ ଅଭିଯାନ

ଓଡ଼ପଡ଼ା, ୧୫।୭(ଡି.ଏନ.ଏ.)-ଢେଙ୍କାନାଳ ଜିଲା ଓଡାପଡା ବ୍ଲକ ଇନ୍ଦିପୁର ହାଇସ୍କୁଲରେ ରବିବାର ମୋ ସ୍କୁଲ ଅଭିଯାନ ଅନୁଷ୍ଠିତ ହୋଇଯାଇଛି। ପ୍ରଧାନ ଶିକ୍ଷକ ଶିବପ୍ରସାଦ ପାଳଙ୍କ ସଭାପତିତ୍ୱରେ ପୁରାତନ ଛାତ୍ରୀଛାତ୍ରଙ୍କୁ ନେଇ ବୈଠକ ହୋଇଥିଲା।

ନୀଳମାଧବ ଆଦିବାସୀ ଶବର ସଂଘର ବୈଠକ: ସଅର ସାଙ୍ଗିଆ ବିରୋଧରେ ତୀବ୍ର ହେଲା ସ୍ବର

ନୀଳମାଧବ ଆଦିବାସୀ ଶବର ସଂଘର ବୈଠକ: ସଅର ସାଙ୍ଗିଆ ବିରୋଧରେ ତୀବ୍ର ହେଲା ସ୍ବର

ଢେଙ୍କାନାଳ ଅଫିସ, ୧୫।୭-ଢେଙ୍କାନାଳ ଜିଲା ଲେଖକ ସଂସଦ ସଭାଗୃହରେ ରବିବାର ନୀଳମାଧବ ଶବର ସଂଘର ଏକ ଜରୁରୀ ବୈଠକ ଅନୁଷ୍ଠିତ ହୋଇଯାଇଛି। ରାଜ୍ୟ ସଭାପତି ମାଧବ ଚନ୍ଦ୍ର ଦେହୁରୀ ଏଥିରେ ସଭାପତିତ୍ୱ କରିଥିଲେ।

ଦୁଇ ପାସେଞ୍ଜର ଅଟୋ ଧକ୍କା: ୪ ଆହତ

ଦୁଇ ପାସେଞ୍ଜର ଅଟୋ ଧକ୍କା: ୪ ଆହତ

ପରଜଙ୍ଗ,୧୫।୭(ଡି.ଏନ.ଏ.)- ଢେଙ୍କାନାଳ ଜିଲା ପରଜଙ୍ଗ ବଜାର ମୁଣ୍ଡରେ ରବିବାର ଅପରାହ୍ନରେ ଦୁଇ ପାସେଞ୍ଜର ଅଟୋ ମୁହାଁମୁହିଁ ଧକ୍କା ହୋଇଛି। ଏଥିରେ ୪ଜଣ ଆହତ ହୋଇଛନ୍ତି।

 ୬ ମାସର ପୋଲରେ ଗର୍ତ୍ତ : ତଦନ୍ତ ପାଇଁ ଜିଲାପାଳଙ୍କଠାରେ ଦାବି

୬ ମାସର ପୋଲରେ ଗର୍ତ୍ତ : ତଦନ୍ତ ପାଇଁ ଜିଲାପାଳଙ୍କଠାରେ ଦାବି

ବଇଣ୍ଡା,୧୫।୭(ଡି.ଏନ.ଏ.)- କିଶୋରନଗର ବ୍ଲକ ଓସ୍କାପାଲି ପଞ୍ଚାୟତ ବାଦିବାହାଳ ଗ୍ରାମରେ ବାମୁରରୁ ବାଦିବାହାଳ ୭ କିମି ରାସ୍ତାର ବାଦିବାହାଳ ଗ୍ରାମରେ ନବନିର୍ମିତ ପୋଲରେ ଏକ ବିରାଟ ଗର୍ତ୍ତ ସୃଷ୍ଟି ହୋଇଛି।

ସିପିପି ବଜାର ଅବସ୍ଥା ସୁଧୁରୁନି: ମାସେ ମଧ୍ୟରେ ଶତାଧିକ ଆହତ

ସିପିପି ବଜାର ଅବସ୍ଥା ସୁଧୁରୁନି: ମାସେ ମଧ୍ୟରେ ଶତାଧିକ ଆହତ

ବଅଁରପାଳ,୧୫।୭(ଡି.ଏନ.ଏ.)- ୫୫ ନଂ. ଜାତୀୟ ରାଜପଥର ନାଲ୍‌କୋ ସିପିପି ବଜାରରେ ପାଣି ନିଷ୍କାସନ ସମସ୍ୟାରେ ସୁଧାର ଆସୁନାହିଁ। ବଜାରେ ବର୍ଷା ସହ ନାଲ୍‌କୋ ଆବର୍ଜନା ପାଣି ଜମା ହୋଇ ରହିଥିବାରୁ ଲୋକ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି।

ମହିଳା ପ୍ରତିନିଧିଙ୍କ ବୈଠକ

ଅନୁଗୋଳ ଅଫିସ୍‌,୧୫ ା୭- ଛେଣ୍ଡିପଦା ବ୍ଲକ ଜରପଡ଼ା ପଞ୍ଚାୟତ ରାଜୀବ ଗାନ୍ଧୀ ସେବା କେନ୍ଦ୍ରଠାରେ ଶୁକ୍ରବାର ପଞ୍ଚାୟତର ମହିଳା ପ୍ରତିନିଧିମାନଙ୍କ ଏକ ଆଞ୍ଚଳିକ ସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି।

ଜଙ୍ଗଲ ଜମି ପଟ୍ଟା ପ୍ରଦାନ ଉପରେ ଗୁରୁତ୍ୱ

ଜଙ୍ଗଲ ଜମି ପଟ୍ଟା ପ୍ରଦାନ ଉପରେ ଗୁରୁତ୍ୱ

କାମାକ୍ଷାନଗର, ୧୫ା୭(ଡି.ଏନ୍‌.ଏ.)- ଢେଙ୍କାନାଳ ଜିଲା କାମାକ୍ଷାନଗର ବ୍ଲକ ସଭାଗୃହରେ ଶୁକ୍ରବାର ରାଜସ୍ବ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଉପଜିଲାପାଳ ଇଂ. ବିଷ୍ଣୁ ପ୍ରସାଦ ଆଚାର୍ଯ୍ୟଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉକ୍ତ ସଭାରେ ଉପଖଣ୍ଡ ଅଧୀନ ୪ ତହସିଲର ତହସିଲଦାର, ଆର୍‌ଆଇଙ୍କ ସମେତ ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ।

ଆଶ୍ରମ ପକ୍ଷରୁ  ଚାରା ବଣ୍ଟନ

ଆଶ୍ରମ ପକ୍ଷରୁ ଚାରା ବଣ୍ଟନ

ଢେଙ୍କାନାଳ ଅଫିସ,୧୫।୭- ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ପବିତ୍ର ଘୋଷଯାତ୍ରା ଅବସରରେ ଶନିବାର ଢେଙ୍କାନାଳ କୋରିଅଁାସ୍ଥିତ ସ୍ବପ୍ନେଶ୍ୱର ମନ୍ଦିର ନିକଟରେ ଥିବା ଠାକୁର ନିଗମାନନ୍ଦ ଜୟଗୁରୁ ଆଶ୍ରମ ପରିସରରେ ଫଳ ଚାରା ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।

Model This Week

ରୂପେଶ