ଅନଗୁଳ-ଢେଙ୍କାନାଳ

ସ୍କୁଲରେ ତାଲା ଠୁଙ୍କିଲେ ଗ୍ରାମବାସୀ

ସ୍କୁଲରେ ତାଲା ଠୁଙ୍କିଲେ ଗ୍ରାମବାସୀ

କାମାକ୍ଷାନଗର, ୬।୧୨(ଡି.ଏନ୍‌.ଏ.)-ଢେଙ୍କାନାଳ ଜିଲା କାମାକ୍ଷାନଗର ବ୍ଲକ ବାଇସିଙ୍ଗା ପଞ୍ଚାୟତ ନୀଳମାଧବପୁର ପ୍ରାଥମିକ ବିଦ୍ୟାଳୟରେ କାର୍ଯ୍ୟରତ ପ୍ରଧାନ ଶିକ୍ଷୟିତ୍ରୀଙ୍କ ମନମୁଖି କାର୍ଯ୍ୟ ପ୍ରତିବାଦରେ ବୁଧବାର ସ୍କୁଲରେ ତାଲା ପକାଇ ପ୍ରତିବାଦ କରିଛନ୍ତି ଗ୍ରାମବାସୀ। ସ୍କୁଲ ଫାଟକ ଆଗରେ ଏସ୍‌ଏମ୍‌ସି ସଭ୍ୟାସଭ୍ୟ, ଛାତ୍ରୀଛାତ୍ର ଏବଂ ଅଭିଭାବକମାନେ ଦୀର୍ଘ ସମୟ ଧରି ଧାରଣାରେ ବସି ରହିଥିଲେ। ଏହାକୁ ନେଇ ଦିନତମାମ ସ୍କୁଲରେ ଅଚଳାବସ୍ଥା ଲାଗି ରହିଥିଲା।
ଅଭିଯୋଗ ଅନୁଯାୟୀ, ସରକାରୀ କାର୍ଯ୍ୟ ଆଳରେ ପ୍ରଧାନ ଶିକ୍ଷୟିତ୍ରୀ ଶକୁନ୍ତଳା ଦେଈ ପିଲାଙ୍କୁ ପାଠ ପଢ଼ାଉ ନାହାନ୍ତି। ସ୍କୁଲ ପରିଚାଳନା କମିଟି ସଭ୍ୟଙ୍କୁ ଅସଦ୍‌ ବ୍ୟବହାର ପ୍ରଦର୍ଶନ କରୁଛନ୍ତି। ମଧ୍ୟାହ୍ନ ଭୋଜନ ବିତରଣ ଠିକ୍‌ ଭାବେ ହେଉନାହିଁ। ଏପରିକି ସ୍କୁଲର ଉନ୍ନତି ପାଇଁ ଗ୍ରାମବାସୀଙ୍କ ଆଣିଥିବା ପଥରକୁ ସମ୍ପୃ୍‌କ୍ତା ଶିକ୍ଷୟିତ୍ରୀ ବିକ୍ରି କରିଦେଇଥିବା ଅଭିଯୋଗ ହୋଇଛି। ଏସବୁ ଅବ୍ୟବସ୍ଥା ପ୍ରତିବାଦରେ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରାଯାଇଥିବା ପରିଚାଳନା କମିଟି ସଭାନେତ୍ରୀ କମଳିନୀ ନାୟକ ଏବଂ ଉପସଭାନେତ୍ରୀ ସବିତା ବିଶ୍ୱାଳ କହିଛନ୍ତି।
ସ୍କୁଲରେ ପ୍ରଥମରୁ ପଞ୍ଚମ ଯାଏ ୪୫ ଛାତ୍ରୀଛାତ୍ର ଅଛନ୍ତି। ସେମାନଙ୍କ ପାଇଁ ୨ଜଣ ଶିକ୍ଷୟିତ୍ରୀ ନିଯୁ୍‌କ୍ତି ହୋଇଛନ୍ତି। ସରକାରୀ କାର୍ଯ୍ୟର ବାହାନା କରି ପ୍ରଧାନ ଶିକ୍ଷୟିତ୍ରୀ ଶ୍ରେଣୀକୁ ଯାଉନାହାନ୍ତି। ଫଳରେ ଜଣେ ଶିକ୍ଷୟିତ୍ରୀଙ୍କ ଦ୍ୱାରା ପିଲାଙ୍କୁ ପାଠ ପଢ଼ାଇବା ସମ୍ଭବ ହେଉନାହିଁ। ବିଦ୍ୟାଳୟରେ ଲାଗି ରହିଥିବା ଅବ୍ୟବସ୍ଥା ଏବଂ ପ୍ରଧାନ ଶିକ୍ଷୟିତ୍ରୀଙ୍କ କାର୍ଯ୍ୟକଳାପ ସମ୍ପର୍କରେ ନଭେମ୍ବର ୨୨ରେ ବିଇଓଙ୍କ ନିକଟରେ ଫେରାଦ ହୋଇଥିଲେ ଗ୍ରାମବାସୀ। ୨୮ ତାରିଖ ସୁଦ୍ଧା ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ବଦଳି କରିବାକୁ ଦାବି କରିଥିଲେ। ଏହା ନ ହେଲେ ସ୍କୁଲରେ ତାଲା ପକାଇ ଆନ୍ଦୋଳନ କରିବାକୁ ଚେତାବନୀ ଦେଇଥିଲେ। ଶିକ୍ଷା ବିଭାଗ ପକ୍ଷରୁ ଶିକ୍ଷୟିତ୍ରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ନ ଯିବାରୁ ଅଞ୍ଚଳବାସୀ ଏପରି ପଦକ୍ଷେପ ନେଇଥିବା କହିଛନ୍ତି।
ଏ ସଂକ୍ରାନ୍ତରେ ବିଇଓ ଅଜୟ କୁମାର ପାତ୍ର କୁହନ୍ତି, ପ୍ରଧାନ ଶିକ୍ଷୟିତ୍ରୀ ଶକୁନ୍ତଳା ଦେଈଙ୍କ ବିରୋଧରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ବ୍ୟବହାରରେ ପରିବର୍ତ୍ତନ କରିବା ସହିତ ତାଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଛି। ଉତ୍ତ୍ୟକ୍ତ ଗ୍ରାମବାସୀଙ୍କୁ ବୁଝାଶୁଝା କରାଯାଇଛି। ୧୫ଦିନ ମଧ୍ୟରେ ସେ ଯଦି ବ୍ୟବହାରରେ ପରିବର୍ତ୍ତନ ନ ଆଣନ୍ତି ତେବେ ତାଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ବିଇଓ ସୂଚନା ଦେଇଛନ୍ତି।

All Right Reserved By

ଅନଗୁଳ-ଢେଙ୍କାନାଳ

ଜଙ୍ଗଲରୁ କଙ୍କାଳ ଜବତ : ହତ୍ୟା ଅଭିଯୋଗ

ଜଙ୍ଗଲରୁ କଙ୍କାଳ ଜବତ : ହତ୍ୟା ଅଭିଯୋଗ

ପରଜଙ୍ଗ,୧୯।୬(ଡି.ଏନ.ଏ.)- ପରଜଙ୍ଗ ଥାନା ଆମ୍ବପଳାସ କାଜୁ ଜଙ୍ଗଲରୁ ମଙ୍ଗଳବାର ସକାଳେ ଜଣେ ଯୁବକଙ୍କ କଙ୍କାଳକୁ ପୋଲିସ ଜବତ କରିଛି। ମୃତକ ଜଣକ ଆମ୍ବପଳାସ ପଞ୍ଚାୟତ ବରକଟା ସାହିର ବିଜୟ କଡ଼ା ବୋଲି ଜଣାପଡ଼ିଛି।

ଅଶୁଂଘାତରେ ନାଇଟ୍‌ ଓ୍ବାଚର ମୃତ

ଅଶୁଂଘାତରେ ନାଇଟ୍‌ ଓ୍ବାଚର ମୃତ

ରାସୋଳ,୧୯।୬(ଡି.ଏନ.ଏ.)- ଢେଙ୍କାନାଳ ଜିଲା ରାସୋଳ ଥାନା ବାବନ୍ଧ ଗ୍ରାମର ଲକ୍ଷ୍ମଣ ବିଶ୍ୱାଳ(୫୮)ଙ୍କ ସୋମବାର ଅଶୁଂଘାତରେ ମୃତ୍ୟୁ ଘଟିଥିବା ପରିବାର ପକ୍ଷରୁ ଅଭିଯୋଗ ହୋଇଛି। ଲକ୍ଷ୍ମଣ ବାବନ୍ଧଠାରେ ଥିବା ଗୋ-ସଦନରେ ନାଇଟ୍‌ ଓ୍ବାଚର ଭାବେ କାମ କରନ୍ତି।

ଡକାୟତି ମାମଲାରେ ୩ କୋର୍ଟଚାଲାଣ

ଡକାୟତି ମାମଲାରେ ୩ କୋର୍ଟଚାଲାଣ

ଭୁବନ,୧୯।୬(ଡି.ଏନ.ଏ)- ଡକାୟତି ମାମଲାରେ ସମ୍ପୃକ୍ତ ଅଭିଯୋଗରେ ଢେଙ୍କାନାଳ ଜିଲା ଭୁବନ ପୋଲିସ ୩ ଜଣଙ୍କୁ ଗିରଫ କରି ମଙ୍ଗଳବାର କୋର୍ଟଚାଲାଣ କରିଛି। ସେମାନେ ହେଲେ ଯାଜପୁର ଜିଲା ସୁକିନ୍ଦା ଥାନା ଦାମୋଦରପୁର ଗ୍ରାମର ସୁଧାଂଶୁ ସେଠୀ(୨୨), ସେହି ଗ୍ରାମର ନିରଞ୍ଜନ ପାତ୍ର(୩୨) ଓ ଭୁବନ ବାଉଁଶକଣ ଗ୍ରାମର ବିପିନ ବେହେରା(୨୬) ।

ଜିଲାସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା ମକ୍‌ଡ୍ରିଲ

ଜିଲାସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା ମକ୍‌ଡ୍ରିଲ

ଢେଙ୍କାନାଳ ଅଫିସ,୧୯।୬- ଢେଙ୍କାନାଳ ଜିଲା କାର୍ଯ୍ୟାଳୟ ପରିସରରେ ମଙ୍ଗଳବାର ପୂର୍ବାହ୍ନରେ ଜିଲାସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା ନିମନ୍ତେ ମକଡ୍ରିଲ ଅନୁଷ୍ଠିତ ହୋଇଯାଇଛି। ଏହି ଉପଲକ୍ଷେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଯୋଗଦେଇ ଜିଲାପାଳ ନିଖିଲ ପବନ କଲ୍ୟାଣ କହିଲେ ଯେ, ଓଡ଼ିଶାରେ ପ୍ରାକୃତିକ ବିପର୍ଯ୍ୟୟ

ଅଜଣା ଗାଡ଼ି ଧକ୍କାରେ  ବାଇକ ଚାଳକ ମୃତ

ଅଜଣା ଗାଡ଼ି ଧକ୍କାରେ ବାଇକ ଚାଳକ ମୃତ

ଛେଣ୍ଡିପଦା,୧୯।୬(ଡି.ଏନ୍‌.ଏ.): ଛେଣ୍ଡିପଦା-ଅନୁଗୋଳ ୬୩ ନଂ ରାଜ୍ୟ ରାଜପଥର କୁକୁରପେଟା ପ୍ରୋଜେକ୍ଟ ପାଖରେ ମଙ୍ଗଳବାର ଅପରାହ୍ନ ପ୍ରାୟ ସାଢ଼େ ୩ଟା ବେଳେ ଏକ ଦୁର୍ଘଟଣା ଘଟିଛି। ଅନୁଗୋଳ ପଟୁ ଛେଣ୍ଡିପଦା ଅଭିମୁଖେ ଯାଉଥିବା ଜଣେ ବାଇକ ଚାଳକଙ୍କୁ ବିପରିତ ଦିଗରୁ ଆସୁଥିବା ଅନ୍ୟ ଏକ ଅଜଣା ଗାଡି ଧକ୍କା ଦେବା ଫଳରେ ତାଙ୍କର ମୃତ୍ୟୁ ଘଟିଛି।

ବ୍ଲକସ୍ତରୀୟ ମକ ଡ୍ରିଲ୍‌

ବ୍ଲକସ୍ତରୀୟ ମକ ଡ୍ରିଲ୍‌

ଛେଣ୍ଡିପଦା,୧୯।୬(ସ୍ବ.ପ୍ର)- ଅନୁଗୋଳ ଜିଲା ଛେଣ୍ଡିପଦା ପଞ୍ଚାୟତ ସମିତିଠାରେ ମଙ୍ଗଳବାର ବ୍ଲକସ୍ତରୀୟ ମକ ଡ୍ରିଲ ଅନୁଷ୍ଠିତ ହୋଇଯାଇଛି। ସାମ୍ଭାବ୍ୟ ବନ୍ୟା ଓ ବାତ୍ୟାର ମୁକାବିଲା ପାଇଁ ଅନୁଗୋଳ ଜିଲା ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷଙ୍କ ନିର୍ଦ୍ଦେଶକ୍ରମେ ଛେଣ୍ଡିପଦା ଅଗ୍ନିଶମ ବିଭାଗ ପକ୍ଷରୁ ମକଡ୍ରିଲ କରାଯାଇଥିଲା।

ମନୋରମା ଗଡ଼ନାୟକ ହତ୍ୟାକାଣ୍ଡ ମାମଲା: ମୁଖ୍ୟ ଅଭିଯୁକ୍ତ ଗିରଫ

ମନୋରମା ଗଡ଼ନାୟକ ହତ୍ୟାକାଣ୍ଡ ମାମଲା: ମୁଖ୍ୟ ଅଭିଯୁକ୍ତ ଗିରଫ

ଛେଣ୍ଡିପଦା,୧୯।୬(ଡି.ଏନ.ଏ.)-ଛେଣ୍ଡିପଦା ଥାନା କୋଶଳା ପଞ୍ଚାୟତ ଜଳତାପ ଗ୍ରାମର କାଜୁ ବଗିଚାରେ ଘଟିଥିବା ମନୋରମା ଗଡ଼ନାୟକ ହତ୍ୟାକାଣ୍ଡ ମାମଲାର ପର୍ଦ୍ଦାଫାସ ହୋଇଛି।

ବନ୍ୟାବାତ୍ୟା ପ୍ରଶମନ ପାଇଁ ପ୍ରଶିକ୍ଷଣ ଶିବିର

ବନ୍ୟାବାତ୍ୟା ପ୍ରଶମନ ପାଇଁ ପ୍ରଶିକ୍ଷଣ ଶିବିର

ଭୁବନ,୧୯।୬(ଡି.ଏନ.ଏ.)- ଭୁବନ ବ୍ଲକ ଭୁଷଳ ପଞ୍ଚାୟତର ଅସୁରବନ୍ଧ ବାତ୍ୟା ଆଶ୍ରୟସ୍ଥଳୀଠାରେ ମଙ୍ଗଳବାର ବନ୍ୟାବାତ୍ୟା ପ୍ରଶମନ ପାଇଁ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି। ଏଥିରେ ବ୍ଲକ ଅଧ୍ୟକ୍ଷ ଧର୍ମାନନ୍ଦ ବରାଳ ଅଧ୍ୟକ୍ଷତା କରିଥିଲେ। ତହସିଲଦାର ଶକ୍ତିକାନ୍ତ ରାୟ ମୁଖ୍ୟଅତିଥି ଭାବେ ଯୋଗଦେଇ କହିଲେ, ଆଗାମୀ ଦିନରେ ଆସୁଥିବା ବନ୍ୟା ବାତ୍ୟା ଓ ପ୍ରଶମନ ସମୟରେ ଲୋକମାନେ କିପରି ନିଜକୁ ନିଜେ ସୁରକ୍ଷା ଦେବା ସହିତ ଅନ୍ୟମାନଙ୍କୁ କିପରି ବିପଦରୁ ଉଦ୍ଧାର କରିପାରିବେ ସେ ସମ୍ପର୍କରେ ଆଲୋଚନା କରିଥିଲେ।

ରାଜପଥ ଖୋଳିି ଦେଉଛି ଘରୋଇ କମ୍ପାନୀ

ମାଧପୁର, ୧୯ା୬- ମାଧପୁରରୁ ଆଠମଲ୍ଲିକ ଯାଇଥିବା ରାଜପଥ ଏକ ଘରୋଇ କମ୍ପାନୀର ଫୋନ ଲାଇନ ତାର ଟଣାଯିବା ଯୋଗୁ କ୍ଷତିଗ୍ରସ୍ତ ହେଉଥିବା ଅଭିଯୋଗ ହୋଇଛି। ରାସ୍ତାରେ କେତେକ ଜାଗାକୁ ଖୋଳି ଗାତ କରି ଦିଆଯିବା ସହ ଅନେକ ସ୍ଥାନରେ ମାଟି ଗଦା ହୋଇଛି।

ପାଣି ଯୋଗାଣରେ ପାତରଅନ୍ତର ଅଭିଯୋଗ

ଅନୁଗୋଳ ଅଫିସ୍‌,୧୯।୬- ଅନୁଗୋଳ ବ୍ଲକ ମାଣିକଯୋଡ଼ିବାସୀଙ୍କୁ ଓଭରହେଡ୍‌ ଟାଙ୍ଗିରୁ ପାଇପ ଯୋଗେ କରାଯାଉଥିବା ପାଣି ବଣ୍ଟନରେ ପାତର ଅନ୍ତର ହେଉଛି। ଏ ନେଇ ସ୍ଥାନୀୟ ବାସିନ୍ଦା ସୋମବାର ଅତିରିକ୍ତ ଜିଲାପାଳଙ୍କୁ ଭେଟି ଅଭିଯୋଗପତ୍ର ପ୍ରଦାନ କରିଛନ୍ତି। ଅଭିଯୋଗରେ ଗ୍ରାମବାସୀ ଦର୍ଶାଇଛନ୍ତି ଯେ, ଉକ୍ତ ଟାଙ୍କିରୁ ଗୋଟିଏ ଅଞ୍ଚଳକୁ ପ୍ରଚୁର ପରିମାଣର ପାଣି ଯାଉଥିବାବେଳେ ଅନ୍ୟ ଅଞ୍ଚଳକୁ ଆସୁନାହିଁ।

ବିପର୍ଯ୍ୟୟ ମୁକାବିଲା ପାଇଁ ଅଗ୍ନିଶମ ବିଭାଗର ମକ୍‌ଡ୍ରିଲ

ଅନୁଗୋଳ ଅଫିସ,୧୯।୬: ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା ପାଇଁ ଅନୁଗୋଳ ଜିଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ମଙ୍ଗଳବାର ଅଗ୍ନିଶମ ବିଭାଗ ପକ୍ଷରୁ ମକ୍‌ଡ୍ରିଲ କରାଯାଇଛି। ଏଥିରେ ମୁଖ୍ୟଅତିଥି ଭାବେ ଜିଲାପାଳ ଅନିଲ ସାମଲ ଯୋଗଦେଇଥିଲେ।

ଅଜଣା ଗାଡି ଧକ୍କାରେ ଅଚିହ୍ନା ଯୁବକ ଗୁରୁତର

ଅଜଣା ଗାଡି ଧକ୍କାରେ ଅଚିହ୍ନା ଯୁବକ ଗୁରୁତର

ବଅଁରପାଳ,୧୯।୬(ଡି.ଏନ୍‌.ଏ.): ଅନୁଗୋଳ ଜିଲା ନାଲ୍‌କୋ ସିପିପି ରାସ୍ତାରେ ମଙ୍ଗଳବାର ସକାଳେ ଏକ ସଡ଼କ ଦୁର୍ଘଟଣା ଘଟିଛି। ଏକ ଅଜଣା ଗାଡି ଧକ୍କାରେ ଜଣେ ଅଚିହ୍ନା ଯୁବକ ଗୁରୁତର ହୋଇଛନ୍ତି। ସେ ବାଇକ୍‌ ଯୋଗେ ନାଲ୍‌କୋ ପ୍ଲାଣ୍ଟରୁ କଲୋନୀ ଆଡକୁ ଯାଉଥିବା ବେଳେ ଏକ ଅଜଣା ଗାଡ଼ି ତାଙ୍କୁ ଧକ୍କା ଦେଇଥିଲା।

Model This Week

ପ୍ରଭାତ