Dharitri News
ଅନଗୁଳ-ଢେଙ୍କାନାଳ

୧୫ ମଧ୍ୟରାତ୍ରିରୁ ଟ୍ରକ୍‌ ଧର୍ମଘଟ

୧୫ ମଧ୍ୟରାତ୍ରିରୁ ଟ୍ରକ୍‌ ଧର୍ମଘଟ ଅନୁଗୋଳ ଅଫିସ/ବଅଁରପାଳ, ୬।୧୨(ଡି.ଏନ.ଏ.)- ରାଜ୍ୟ ସରକାର ଟ୍ରକ୍‌ଗୁଡ଼ିକ ଉପରେ ଅହେତୁକ ଟ୍ୟାକ୍ସ ବୃଦ୍ଧି କରିବା ସହ ନୂତନ ଭାବେ ଗ୍ରୀନ୍‌ ଟ୍ୟାକ୍ସ ପ୍ରଚଳନ କରିଥିବାରୁ ରାଜ୍ୟ ଟ୍ରକ୍‌ ମାଲିକ ମହାସଂଘ ତରଫରୁ ତୀବ୍ର ଅସନ୍ତୋଷ ପ୍ରକାଶ କରାଯାଇଛି। ବୁଧବାର ଅନୁଗୋଳ ଟ୍ରକ୍‌ ମାଲିକ ସଂଘ କାର୍ଯ୍ୟାଳୟ ପରିସରରେ ରାଜ୍ୟ ଟ୍ରକ୍‌ ମାଲିକ ମହାସଂଘର ଏକ ସାଧାରଣ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ଉପସ୍ଥିତ କର୍ମକର୍ତ୍ତାମାନେ ରାଜ୍ୟ ସରକାରଙ୍କ ଏପରି ନିଷ୍ପତ୍ତିର ତୀବ୍ର ପ୍ରତିବାଦ କରିବା ସହ ଚେକିଂ ନାମରେ ହେଉଥିବା ପାଉଣା ଆଦାୟ ବିରୋଧରେ ସ୍ବର ଉତ୍ତୋଳନ କରିଥିଲେ। ଏଥିସହ ରାଜ୍ୟ ପରିବହନ ବିଭାଗରେ ବ୍ୟାପକ ଦୁର୍ନୀତି ହେଉଥିବା ନେଇ ସଂଘ କର୍ମକର୍ତ୍ତାମାନେ ଖୋଲାଖୋଲି ଅଭିଯୋଗ କରିଥିଲେ। ଏହି ଦୁର୍ନୀତିରେ କେତେଜଣ ଆର୍‌ଟିଓଙ୍କଠାରୁ ଆରମ୍ଭ କରି ଏମ୍‌ଭିଆଇ, ଉଚ୍ଚପଦସ୍ଥ ଅଧିକାରୀ ଓ ଖୋଦ ପରିବହନ ମନ୍ତ୍ରୀ ଲିପ୍ତ ଥିବା ସଂଘ ସାଧାରଣ ସମ୍ପାଦକ ରବିନାରାୟଣ ଶତପଥୀ ଅଭିଯୋଗ କରିଥିଲେ। ମହାସଂଘ ସଭାପତି ବିଭୂତି ପ୍ରସାଦ ଦାସ ବୈଠକରେ ସଭାପତିତ୍ୱ କରିଥିଲେ। ସଂଘ ପକ୍ଷରୁ କୁହାଯାଇଛି ଯେ, ୧୫ ବର୍ଷ ପୁରୁଣା ଟ୍ରକ୍‌ଗୁଡ଼ିକରୁ ୪ ହଜାର ଟଙ୍କା ଗ୍ରୀନ୍‌ ଟ୍ୟାକ୍ସ ଆଦାୟ କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି। ଏଥିସହ ରୋଡ୍‌ ଟ୍ୟାକ୍ସ ଅହେତୁକ ଭାବେ ବୃଦ୍ଧି କରାଯାଇଛି। ଚେକିଂ ଆଳରେ ରାସ୍ତାରେ ବ୍ୟାପକ ପାଉଣା ଆଦାୟ କରାଯାଉଛି। ତନଖି ଫାଟକଗୁଡ଼ିକରେ ଟ୍ରକ୍‌ ମାଲିକମାନଙ୍କୁ ଜୁଲମ୍‌ କରାଯାଉଛି। ଆଇନ୍‌ ବହିର୍ଭୂତ କାର୍ଯ୍ୟ କଲେ ମୋଟରଯାନ ଆଇନ ଅନୁଯାୟୀ ଜରିମାନା ଆଦାୟ କରାଯିବା କଥା। କିନ୍ତୁ ଚେକିଂ କରୁଥିବା ଅଧିକାରୀମାନଙ୍କୁ ମାସିକିଆ ପାଉଣା ନ ଦେଲେ ସେମାନେ ବିଭିନ୍ନ ଆଳ ଦେଖାଇ ମାତ୍ରାଧିକ ଜରିମାନା ଆଦାୟ କରୁଛନ୍ତି। ଅଧିକ ଉଚ୍ଚକରି ମାଲ୍‌ ଲୋଡ୍‌ କରୁ ନ ଥିଲେ ମଧ୍ୟ ଟ୍ରକ୍‌ ମାଲିକଙ୍କଠାରୁ ୨୫ଶହ ଟଙ୍କା ଜରିମାନା ଆଦାୟ କରାଯାଉଛି। ଏହାକୁ ନେଇ ଟ୍ରକ୍‌ ମାଲିକମାନେ ପରିବହନ କମିଶନରଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ। ସେହିପରି ପ୍ରାୟ ୧ ବର୍ଷ ହେଲା ଗିରିଶୋଳା ଚେକ୍‌ ଗେଟ୍‌ ଉଚ୍ଛେଦ ହୋଇଥିଲେ ବି ଉକ୍ତ ଗେଟ୍‌ର ଜୁନିୟର ଏମ୍‌ଭିଆଇଙ୍କ ନାମରେ ଜରିମାନା ଆଦାୟ ହେଉଛି। ବିଭିନ୍ନ ଆଳରେ ଓ ଚେକିଂ ନାମରେ ପ୍ରତ୍ୟେକ ଟ୍ରିପ୍‌ରେ ଜରିମାନା ନଁାରେ ଚାନ୍ଦା ଆଦାୟ କରାଯାଉଛି। ବଡ଼ ବଡ଼ ପରିବହନ କମ୍ପାନୀଙ୍କ କଥାରେ ସରକାର ପ୍ରଭାବିତ ହୋଇ ୨୦୦୮ରୁ ଟ୍ରକ୍‌ର ସର୍ବନିମ୍ନ ଭଡ଼ା ଧାର୍ଯ୍ୟ କରୁନାହାନ୍ତି। ସରକାରଙ୍କୁ ଭଡ଼ା ବୃଦ୍ଧି କରିବାକୁ ପ୍ରସ୍ତାବ ଦିଆଯାଇଛି। ମାତ୍ର ତାହା ଏ ପର୍ଯ୍ୟନ୍ତ କାର୍ଯ୍ୟକାରୀ ହୋଇପାରି ନାହିଁ। ଏ ସଂକ୍ରାନ୍ତରେ ମହାସଂଘ ତରଫରୁ ଏକ ୮ ଦଫା ସମ୍ବଳିତ ଦାବିପତ୍ର ଗତ ଜୁନ୍‌ରେ ପ୍ରଦାନ କରାଯାଇଥିଲେ ମଧ୍ୟ ପରିବହନ ମନ୍ତ୍ରୀ ଆଲୋଚନା କରିବାକୁ ଅମଙ୍ଗ ହେଉଛନ୍ତି। ସେହିପରି ପାଉଣା ଆଦାୟରେ ପୋଲିସର ଦୁର୍ନୀତି ମଧ୍ୟ ବଢ଼ି ଚାଲିଛି। ଫଳରେ ଓଡ଼ିଶାରେ ଟ୍ରକ୍‌ ବ୍ୟବସାୟ କରିବା ଅସମ୍ଭବ ହୋଇପଡ଼ିଛି। ତେଣୁ ଟ୍ରକ୍‌ ମାଲିକମାନଙ୍କ ବିଭିନ୍ନ ସମସ୍ୟା ଓ ନ୍ୟାଯ୍ୟ ଦାବି ପୂରଣ ପାଇଁ ଆସନ୍ତା ୧୫ ତାରିଖ ମଧ୍ୟରାତ୍ରରୁ ରାଜ୍ୟବ୍ୟାପୀ ଧର୍ମଘଟ କରାଯିବା ପାଇଁ ନିଷ୍ପତ୍ତି ନିଆଯାଇଛି। ରାଜ୍ୟର ପ୍ରାୟ ୨ଲକ୍ଷରୁ ଊର୍ଦ୍ଧ୍ୱ ଟ୍ରକ୍‌ ଚଳାଚଳ ବନ୍ଦ କରାଯିବା ସହ କୌଣସି ଟ୍ରକ୍‌କୁ ରାଜ୍ୟ ବାହାରକୁ ଓ ରାଜ୍ୟ ବାହାରର ଟ୍ରକ୍‌କୁ ରାଜ୍ୟ ଭିତରକୁ ପୂରାଇ ଦିଆଯିବ ନାହିଁ ବୋଲି ସଂଘ ପକ୍ଷରୁ ଚେତାବନୀ ଦିଆଯାଇଛି। ଏହି ବୈଠକରେ ସଂଘ ଉପସଭାପତି ଦିଲୀପ ପାଣି, ରଞ୍ଜିତ ପଣ୍ଡା, ସମ୍ପାଦକ ରାଜୀବ କୁମାର ଜେନା, ପ୍ରଶାନ୍ତ କୁମାର ପ୍ରଧାନ, କାଳୀଚରଣ ସ୍ବାଇଁ, ଅନାମ ଚରଣ ପ୍ରଧାନଙ୍କ ସମେତ ବିଭିନ୍ନ ଜିଲାରୁ ଆସିଥିବା ଟ୍ରକ୍‌ ମାଲିକମାନେ ଉପସ୍ଥିତ ଥିଲେ।

ଅନଗୁଳ-ଢେଙ୍କାନାଳ

ସ୍କୁଲ ପ୍ରତିଷ୍ଠାର ୩୩ ବର୍ଷ ପରେ ପ୍ରଥମ ସରସ୍ବତୀ ପୂଜା

ସ୍କୁଲ ପ୍ରତିଷ୍ଠାର ୩୩ ବର୍ଷ ପରେ ପ୍ରଥମ ସରସ୍ବତୀ ପୂଜା

ବଅଁରପାଳ,୨୨।୧(ଡି.ଏନ୍‌.ଏ.): ନାଲକୋ ଡିପିଏସ୍‌ ସ୍କୁଲ ପ୍ରତିଷ୍ଠା ହେବାର ୩୩ ବର୍ଷ ପରେ ସୋମବାର ପ୍ରଥମ କରି ସ୍କୁଲରେ ସରସ୍ବତୀ ପୂଜା ଆରମ୍ଭ ହୋଇଛ। ଏହି ସ୍କୁଲ ୧୯୮୪ ମସିହାରେ ପ୍ରତିଷ୍ଠା ହୋଇଥିଲେ ମଧ୍ୟ କେବେହେଲେ ଗଣେଶ ପୂଜା କିମ୍ବା ସରସ୍ବତୀ ପୂଜା ଆୟୋଜିତ ହୋଇ ନ ଥିଲା।

ଠିକା ଶ୍ରମିକଙ୍କ ବିକ୍ଷୋଭ

ଠିକା ଶ୍ରମିକଙ୍କ ବିକ୍ଷୋଭ

ବଅଁରପାଳ,୨୨।୧(ଡି.ଏନ୍‌.ଏ.): ନାଲକୋ ସ୍ମେଲ୍‌ଟର ପ୍ଲାଣ୍ଟରେ ଠିକା ଶ୍ରମିକ ଭାବେ କାର୍ଯ୍ୟ କରୁଥିବା ଅର୍ଦ୍ଧ କୁଶଳୀ ଶ୍ରମିକଙ୍କୁ କୁଶଳୀ ମାନ୍ୟତା ଦାବି ନେଇ ସୋମବାର ବିକ୍ଷୋଭ ପ୍ରଦର୍ଶନ କରାଯାଇଛି।

ଓଲଟିଲା ଗୋରୁ ବୋଝେଇ ଟ୍ରକ: ୧ ଗୋରୁ ମୃତ

ଓଲଟିଲା ଗୋରୁ ବୋଝେଇ ଟ୍ରକ: ୧ ଗୋରୁ ମୃତ

ଭୁବନ,୨୨।୧(ଡି.ଏନ୍‌.ଏ.): ଭୁବନ ଥାନା ଅନ୍ତର୍ଗତ ନୀଳକଣ୍ଠପୁର ଗ୍ରାମ ନିକଟରେ ସୋମବାର ଏକ ଗୋରୁ ବୋଝେଇ ଟ୍ରକ ଓଲଟି ପଡ଼ିଛି। ଫଳରେ ଟ୍ରକରେ ଥିବା ଗୋଟିଏ ଗୋରୁର ମୃତ୍ୟୁ ହୋଇଥିବାବେଳେ ୩ଟି ଗୁରୁତର ଆହତ ହୋଇଛନ୍ତି।

୭ମ ରାଜ୍ୟସ୍ତରୀୟ ଫୁଟବଲ୍‌ କପ୍‌ ଉଦ୍‌ଘାଟିତ

୭ମ ରାଜ୍ୟସ୍ତରୀୟ ଫୁଟବଲ୍‌ କପ୍‌ ଉଦ୍‌ଘାଟିତ

ଅନୁଗୋଳ ଅଫିସ,୨୧।୧- ଅନୁଗୋଳ ଟାଉନ ହାଇସ୍କୁଲ ଖେଳ ପଡ଼ିଆରେ ରବିବାର ପ୍ରିନ୍ସ ଆଣ୍ଡ ପ୍ରିନ୍ସ କ୍ଲବ ତରଫରୁ ୭ମ ରାଜ୍ୟସ୍ତରୀୟ ହେମସୁରପଡ଼ା ଫୁଟବଲ କପ୍‌ ୨୦୧୮ ଉଦ୍‌ଘାଟିତ ହୋଇଯାଇଛି। ଉଦ୍‌ଘାଟନୀ ମ୍ୟାଚ ଅନୁଗୋଳ ମା’ ବୁଢ଼ୀ ଫୁଟବଲ କ୍ଲବ ଓ ଢେଙ୍କାନାଳ ନରଣପୁର ମଧ୍ୟରେ ଅନୁଷ୍ଠିତ ହୋଇଥିଲା।

ଯୁବକଙ୍କ ମୃତଦେହ ଉଦ୍ଧାର

ଅନୁଗୋଳ ଅଫିସ,୨୧।୧- ଅନୁଗୋଳ ଥାନା ଆଙ୍କୁଲା ଗ୍ରାମର ପ୍ରଶାନ୍ତ ସାହୁଙ୍କ ଝୁଲନ୍ତା ମୃତଦେହ ରବିବାର ପୋଲିସ ଉଦ୍ଧାର କରିଛି।

ଚାନ୍ଦା ନ ଦେବାରୁ ଚାଳକଙ୍କୁ ମାଡ଼ ଅଭିଯୋଗ

ଅନୁଗୋଳ ଅଫିସ,୨୧।୧- ଅନୁଗୋଳ ଜିଲା ଛେଣ୍ଡିପଦା ଥାନା ନୂଆପଡ଼ା ଗଁାରେ ରବିବାର ଏକ ଟ୍ରକ୍‌ (ନଂ. ଓଡି୧୬ସି-୬୨୯୮) ଅଟକାଇ ଗ୍ରାମର ରିତେଶ ମହାପାତ୍ରଙ୍କ ସହିତ ୧୫ ଜଣ ଯୁବକ ଚାନ୍ଦା ମାଗିବା ସହ ମାଡ଼ ମାରିଥିବା ଚାଳକ କୁଣ୍ଢେଇଗୋଳା ଥାନା ଉଟୁସିଆ ଗ୍ରାମର ବିଷ୍ଣୁଚରଣ ସାହୁ ଅଭିଯୋଗ କରିଛନ୍ତି।

୨ ବାଇକ୍‌ ଧକ୍କା, ୩ ଗୁରୁତର

ବଅଁରପାଳ,୨୧।୧(ଡି.ଏନ.ଏ.)- ୫୫ନଂ. ଜାତୀୟ ରାଜପଥର ନାଲ୍‌କୋ ଥାନା କୁଲାଡ଼ ହାଇସ୍କୁଲ ସମ୍ମୁଖରେ ରବିବାର ରାତି ୯ଟାରେ ୨ ବାଇକ୍‌ ମଧ୍ୟରେ ମୁହଁାମୁହିଁ ଧକ୍କା ହୋଇଥିଲା।

ଧାନଗଦା ଜଳିଗଲା

ଧାନଗଦା ଜଳିଗଲା

ଛେଣ୍ଡିପଦା, ୨୧ା୧(ଡି.ଏନ.ଏ.)- ଛେଣ୍ଡିପଦା ଥାନା ବରପଦା ଗ୍ରାମରେ ରବିବାର ସନ୍ଧ୍ୟାରେ ଅଗ୍ନିକାଣ୍ଡ ଘଟି ତ୍ରିଲୋଚନ ନାଏକଙ୍କ ଧାନଗଦା ସହ ପାଳଗଦା ଜଳିଯାଇଛି।

ଲୋକଙ୍କ ସହଯୋଗରେ ଅପରାଧ କମିବ

ଲୋକଙ୍କ ସହଯୋଗରେ ଅପରାଧ କମିବ

ବଇଣ୍ଡା,୨୧।୧(ଡି.ଏନ.ଏ.)- ଦିନକୁ ଦିନ ସମାଜରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ ହେଉଥିବାବେଳେ ଅପରାଧ ବଢିବାରେ ଲାଗିଛି। ତେଣୁ ଏଥିରେ ରୋକ ଲଗାଇବା ଦିଗରେ ପୋଲିସ ପ୍ରଶାସନ ସର୍ବଦା ସଜାଗ ରହିବା ଆବଶ୍ୟକ। ଏଥିସହ ପୋଲିସ ସହ ଜନତାଙ୍କ ମଧ୍ୟରେ ଭଲ ସମ୍ପର୍କ ରହିଲେ ଲୋକଙ୍କ ସହଯୋଗରେ ଅପରାଧ ବହୁ ପରିମାଣରେ କମିପାରିବ ବୋଲି ରବିବାର କିଶୋରନଗର ବ୍ଲକ ନାକିଚି ଗ୍ରାମରେ ହଣ୍ଡପା ପୋଲିସ ପକ୍ଷରୁ ଅନୁଷ୍ଠିତ ଆମ ପୋଲିସ ସମିତି ବୈଠକରେ ମତ ପ୍ରକାଶ ପାଇଛି।

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ

ଭୁବନ, ୨୧ା୧(ଡି.ଏନ୍‌.ଏ.)-ଭୁବନ ଥାନା ନୀଳକଣ୍ଠପୁର ଛକରେ ଶନିବାର ରାତିରେ ଟ୍ରାକ୍ଟର ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି।

ଜାଡ଼ରେ ଥରିଲେ ୧୪ ଚକ୍ଷୁ ରୋଗୀ

ଜାଡ଼ରେ ଥରିଲେ ୧୪ ଚକ୍ଷୁ ରୋଗୀ

ଢେଙ୍କାନାଳ ଅଫିସ, ୨୧ା୧-ଢେଙ୍କାନାଳ ଦକ୍ଷିଣକାଳୀ ରୋଡସ୍ଥିତ କଳିଙ୍ଗ ଘରୋଇ ଚକ୍ଷୁ ଚିକିତ୍ସାଳୟ କର୍ତ୍ତୃପକ୍ଷଙ୍କ ମନମୁଖୀ କାର୍ଯ୍ୟ ପାଇଁ କଟକ ଜିଲା ଆଠଗଡ଼ ଉପଖଣ୍ଡ ଅଞ୍ଚଳରୁ ଆସିଥିବା ୧୪ ରୋଗୀ ରବିବାର ହୀନସ୍ତା ହୋଇଛନ୍ତି। ବିନା ରହିବା ବ୍ୟବସ୍ଥାରେ ସେମାନଙ୍କୁ ଅଣାଯାଇଥିଲା। ଫଳରେ ରାତିରେ ପ୍ରବଳ ଜାଡ଼ରେ ଥରିଥରି ସେମାନଙ୍କୁ ନିରାଶରେ ଘରକୁ ଫେରିବାକୁ ପଡ଼ିଛି।

ପ୍ରଶାସନ, ପୋଲିସର ମିଳିତ ଚଢ଼ାଉ: ସିଲ୍‌ ହେଲା ନର୍ସିଂ ହୋମ୍‌

ପ୍ରଶାସନ, ପୋଲିସର ମିଳିତ ଚଢ଼ାଉ: ସିଲ୍‌ ହେଲା ନର୍ସିଂ ହୋମ୍‌

ଢେଙ୍କାନାଳ ଅଫିସ, ୨୧ା୧-ଢେଙ୍କନାଳ ସହରସ୍ଥିତ ବିଭିନ୍ନ ନର୍ସିଂହୋମ୍‌ରେ ରବିବାର ପୋଲିସ ଏବଂ ପ୍ରଶାସନ ପକ୍ଷରୁ ମିଳିତ ଚଢ଼ାଉ କରାଯାଇଛି।