ଅନଗୁଳ-ଢେଙ୍କାନାଳ

କୋର୍‌ ଜଙ୍ଗଲ ଛାଡ଼ିଲେ ରାଇଗୁଡ଼ାବାସୀ: ନୂଆ ରାଇଗୁଡ଼ା ନୂଆ ଠିକଣା

କୋର୍‌ ଜଙ୍ଗଲ ଛାଡ଼ିଲେ ରାଇଗୁଡ଼ାବାସୀ: ନୂଆ ରାଇଗୁଡ଼ା ନୂଆ ଠିକଣା
ବନ୍ତଳା,୬।୧୨(ଡି.ଏନ.ଏ.)- ଅନୁଗୋଳ ଜିଲା ସାତକୋଶିଆ ଅଭୟାରଣ୍ୟରେ ବାଘ ବଂଶ ବୃଦ୍ଧି ପାଇଁ ସରକାର କରିଥିବା ଯୋଜନା ପାଦେ ଆଗେଇଛି। ଚଳିତମାସ ଶେଷ ସପ୍ତାହରେ ମଧ୍ୟପ୍ରଦେଶରୁ ଗୋଟିଏ ବାଘ ବାଘୁଣୀ ଅଣାଯାଇ ଏଠାରେ ଛଡ଼ାଯିବା ପୂର୍ବରୁ ଅଭୟାରଣ୍ୟର କୋର୍‌ ଜଙ୍ଗଲରେ ରହୁଥିବା ବନ୍ତଳା ଥାନା ବଡ଼କନ୍ତକୁଳ ପଞ୍ଚାୟତର ରାଇଗୁଡ଼ା ଗ୍ରାମବାସୀଙ୍କୁ ପ୍ରଶାସନ ବୁଧବାର ବିସ୍ଥାପିତ କରିଛି। ସେମାନଙ୍କ ପାଇଁ ନୂଆକ୍ଷେତା ସାରୁଆଳି ନିକଟରେ ପୂର୍ବରୁ ପ୍ରସ୍ତୁତ କରାଯାଇଥିବା ନୂଆ ରାଇଗୁଡ଼ା ଗ୍ରାମରେ ସମ୍ପୃକ୍ତ ୩୩ ମୂଳ ପରିବାରକୁ ଥଇଥାନ କରାଯାଇଛି। ଜିଲା ପ୍ରଶାସନର ବରିଷ୍ଠ ପଦାଧିକାରୀଙ୍କ ଉପସ୍ଥିତିରେ ୪୫ଟି ଗାଡ଼ିରେ ଗ୍ରାମବାସୀଙ୍କୁ ଅଣାଯାଇ ସେମାନଙ୍କ ନୂଆ ଠିକଣାରେ ପହଞ୍ଚାଯିବା ସହ ନବନିର୍ମିତ ଘରର ଚାବି ହସ୍ତାନ୍ତର କରାଯାଇଥିଲା। ସାତକୋଶିଆ ଡିଏଫ୍‌ଓ ଏସ୍‌ଏମ୍‌ଡିଟି ରହମାନଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ବିସ୍ଥାପିତମାନଙ୍କୁ ନୂଆ ରାଇଗୁଡ଼ା ଅଣାଯାଇଥିଲା। ଅନୁଗୋଳ ଉପଜିଲାପାଳ ସରୋଜକାନ୍ତ ମହାନ୍ତି, ଡେପୁଟି କଲେକ୍ଟର ପତିତପାବନ ଦେବତା, ସାତକୋଶିଆ ସହକାରୀ ବନ ସଂରକ୍ଷକ ଶୁଭେନ୍ଦୁ ବେହେରା, ଆର.କେ. ସ୍ବାଇଁ, ଶ୍ରୀକାନ୍ତ କୁମାର ବେହେରା, ଆଞ୍ଚଳିକ ମୁଖ୍ୟ ବନସଂରକ୍ଷକ କାର୍ଯ୍ୟାଳୟର ପ୍ରାଣୀ ବିଶେଷଜ୍ଞ ରୁଦ୍ର ନାରାୟଣ ପ୍ରଧାନ, ବନ୍ତଳା ଥାନା ଆଇଆଇସି ସବ୍ୟସାଚୀ ରାଉତ, ଏଏସ୍‌ଆଇ ସାରଦା ପ୍ରସାଦ ସାମନ୍ତ, ବଡ଼କନ୍ତକୁଳ ସରପଞ୍ଚ ଧ୍ରୁବ ଚରଣ ଦେହୁରୀ, ଗଡ଼ତରାଶ ସରପଞ୍ଚ ପୁଷ୍ପାଞ୍ଜଳି ମାଝି ଓ ସମିତିସଭ୍ୟା କାମିନୀ ସାମଲଙ୍କ ଉପସ୍ଥିତିରେ ପୂର୍ବାହ୍ନ ୧୦ଟାରୁ ବିସ୍ଥାପନ କାର୍ଯ୍ୟ ଆରମ୍ଭ କରାଯାଇଥିଲା। ଅପରାହ୍ନ ୨ଟାରେ ସମସ୍ତେ ରାଇଗୁଡ଼ା ଗେଟ୍‌ ସମ୍ମୁଖରେ ପହଞ୍ଚିବା ପରେ ସମ୍ପୃକ୍ତ ପରିବାରଗୁଡ଼ିକୁ ଚିହ୍ନଟ କରାଯାଇ ନାମ ଅନୁସାରେ ଘରର ଚାବି ପ୍ରଦାନ କରାଯାଇଥିଲା। ଗ୍ରାମବାସୀଙ୍କ ସୁବିଧା ପାଇଁ ପ୍ରତି ଘର କବାଟରେ ମୁଖ୍ୟ ହିତାଧିକାରୀଙ୍କ ନାମ ସହିତ ନମ୍ବର ଲେଖାଯାଇଥିଲା। ଏଥିସହ ବିସ୍ଥାପିତମାନେ ଯେପରି ନୂଆ ସ୍ଥାନରେ କୌଣସି ଅସୁବିଧାର ସମ୍ମୁଖୀନ ନ ହେବେ ସେଥିପାଇଁ ବନ ବିଭାଗ ଏବଂ ପ୍ରଶାସନ ପକ୍ଷରୁ ପୂର୍ବରୁ ସମସ୍ତ ବ୍ୟବସ୍ଥା ଶେଷ କରାଯାଇଥିଲା। ସୋଲାର ଲାଇଟ, ପାଇପ୍‌ ପାଣି, ବିଦ୍ୟୁତ୍‌, ପାଇଖାନା, ଗାଧୁଆ ଘର, ପିଲାଙ୍କ ପଢ଼ିବା ପାଇଁ କୋଠଘର ନିର୍ମାଣ ହୋଇଥିବା ବେଳେ ୩ ମାସ ପାଇଁ ମାଗଣାରେ ଖାଦ୍ୟ ମଧ୍ୟ ଯୋଗାଇ ଦିଆଯିବାକୁ ଘୋଷଣା କରାଯାଇଥିଲା। ଡାକ୍ତରମାନେ ଜଣ ଜଣ କରି ସମସ୍ତଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରିବା ପରେ ବିସ୍ଥାପିତମାନେ ଏକାଠି ବସି ଭୋଜି ଖାଇଥିଲେ। ଅପରାହ୍ନରେ ଅନୁଗୋଳ ବିଧାୟକ ରଜନୀକାନ୍ତ ସିଂ, ଆଞ୍ଚଳିକ ମୁଖ୍ୟ ବନସଂରକ୍ଷକ ଡ. ସୁଦର୍ଶନ ପଣ୍ଡା, ଅନୁଗୋଳ ବ୍ଲକ ବିଜେଡି ସଭାପତି ଦୁର୍ଗାଚରଣ ପ୍ରଧାନ, ପୂର୍ବତନ ଜିଲାପରିଷଦ ସଭ୍ୟ ଭାଗୀରଥି ମାଝି, ପୂର୍ବତନ ବ୍ଲକ ଚେୟାରମ୍ୟାନ ପ୍ରିୟଦର୍ଶୀ ପଟ୍ଟନାୟକ, ଦୁର୍ଯ୍ୟୋଧନ ସାହୁ ପ୍ରମୁଖ ପହଞ୍ଚତ୍ ବିସ୍ଥାପିତମାନଙ୍କୁ ସ୍ବାଗତ କରିଥିଲେ। ପରେ ଗଁାର ଅଧିଷ୍ଠାତ୍ରୀ ଦେବୀ ବ୍ରାହ୍ମଣୀଦେଈଙ୍କ ପୂଜା କରିଥିଲେ। ବିସ୍ଥାପନ ବେଳେ ମାଓବାଦୀ ଯେପରି କୌଣସି ଅଘଟଣ ନ ଘଟାନ୍ତି ସେଥିପାଇଁ ସତର୍କତା ସ୍ବରୂପ ସୋମବାରଠାରୁ ଗୋଟିଏ ପ୍ଲାଟୁନ ସିଆର୍‌ପିଏଫ୍‌ ବିସ୍ଥାପିତ ଗ୍ରାମରେ ମୁତୟନ କରାଯାଇଥିଲା। ଏଥିସହ ଆଉ ଏକ ପ୍ଲାଟୁନ ଯବାନଙ୍କୁ ଗଁା ନିକଟ ଜଙ୍ଗଲ ମଧ୍ୟରେ ତଲାସି ଅଭିଯାନରେ ଲଗାଯାଇଥିଲା। ସାଦା ପୋଷାକରେ ପୋଲିସ ମଧ୍ୟ ଜଙ୍ଗଲ ଅଞ୍ଚଳ ଉପରେ ନଜର ରଖିଥିଲେ। ନୂଆ ଠିକଣା ବିଷୟରେ ବିସ୍ଥାପିତ ସର ଦେହୁରୀ, ମୁକ୍ତା ଦେହୁରୀ, ରମ୍ଭା ଦେହୁରୀ, ଗୟା ଦେହୁରୀ କୁହନ୍ତି, ପୁରୁଣା ଗଁା ଛାଡ଼ି ଆସିଥିବାରୁ ମନରେ ଦୁଃଖ ଅଛି। ଠାକୁରାଣୀ ଆସିବା ପରେ ଆମେ ଆସିଲୁ। ନୂଆ ଜାଗାରେ ରହିବା ପାଇଁ କିଛିଦିନ ଲାଗିବ। ତଥାପି ଆମେ ସମସ୍ତେ ଖୁସି ବୋଲି ସେମାନେ କହିଥିଲେ।
All Right Reserved By

ଅନଗୁଳ-ଢେଙ୍କାନାଳ

ବିଭିନ୍ନ ସ୍ଥାନରେ ଦୁର୍ଗାପୂଜା, ଗ୍ରାମାଞ୍ଚଳ ଚଳଚଞ୍ଚଳ

ବିଭିନ୍ନ ସ୍ଥାନରେ ଦୁର୍ଗାପୂଜା, ଗ୍ରାମାଞ୍ଚଳ ଚଳଚଞ୍ଚଳ


ବଇଣ୍ଡା,୧୬।୧୦(ଡି.ଏନ.ଏ.)- କିଶୋରନଗର ବ୍ଲକ ବଇଣ୍ଡା, ଡେବେରାପାଲି, ବାମୁର ଆଦି ଗ୍ରାମ ଗୁଡ଼ିକରେ ଦୁର୍ଗାପୂଜା ଆରମ୍ଭ ହୋଇଛି। ପ୍ରଥମେ କଳସରୁ ପାଣି ଆଣିବା ପରେ ଯଥାରୀତିରେ ପୂଜାର୍ଚ୍ଚନା କରାଯାଇଥିଲା। 

ଭୁଲ ଇନ୍‌ଜେକ୍ସନରୁ  ରୋଗୀ ମୃତ୍ୟୁ ଅଭିଯୋଗ:  ଘଟଣାସ୍ଥଳରେ  ଉତ୍ତେଜନା

ଭୁଲ ଇନ୍‌ଜେକ୍ସନରୁ ରୋଗୀ ମୃତ୍ୟୁ ଅଭିଯୋଗ: ଘଟଣାସ୍ଥଳରେ ଉତ୍ତେଜନା


ଅନୁଗୋଳ ଅଫିସ, ୧୬।୧୦- ଅନୁଗୋଳ ହୁଲୁରିସିହାଂ ଅଞ୍ଚଳରେ ଥିବା ଏକ ଘରୋଇ ନର୍ସିଂହୋମରେ ମଙ୍ଗଳବାର ଜଣେ ରୋଗୀଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା ଦେଖାଦେଇଛି।

ବିନା ସଂଯୋଗରେ ବିଦ୍ୟୁତ୍‌ ବିଲ:  କାର୍ଯ୍ୟାଳୟରେ ପ୍ରତିବାଦ କଲେ ଉପଭୋକ୍ତା

ବିନା ସଂଯୋଗରେ ବିଦ୍ୟୁତ୍‌ ବିଲ: କାର୍ଯ୍ୟାଳୟରେ ପ୍ରତିବାଦ କଲେ ଉପଭୋକ୍ତା

ପରଜଙ୍ଗ, ୧୬।୧୦(ଡି.ଏନ.ଏ.)-ଘରକୁ ବିଦ୍ୟୁତ୍‌ ସଂଯୋଗ ଦିଆଯାଇନି। ଅଥଚ ଆସିଛି ବିଲ୍‌। ଏହାର ପ୍ରତିବାଦ କରିଛନ୍ତି ପରଜଙ୍ଗ ବ୍ଲକ ଜୟପୁରାକାଟେଣୀ ପଞ୍ଚାୟତ ଅଧୀନ ଶୁଣ୍ଢିକାଟେଣୀ ଗ୍ରାମରେ ୩୦ରୁ ଊର୍ଦ୍ଧ୍ୱ ଉପଭୋକ୍ତା। ତୁରନ୍ତ ବିଦ୍ୟୁତ୍‌ ସଂଯୋଗ ପ୍ରଦାନ ଏବଂ ବିଲ୍‌ ସଂଶୋଧନ କରିବାକୁ ସମ୍ପୃକ୍ତ ଉପଭୋକ୍ତାମାନେ ମଙ୍ଗଳବାର ବିଭାଗୀୟ କାର୍ଯ୍ୟାଳୟ ଆଗରେ ପ୍ରତିବାଦ କରିଥିଲେ।

ଭାଙ୍ଗିଲା ରେଙ୍ଗାଳି ଶାଖା କେନାଲ: ଗ୍ରାମ ଭିତରକୁ ପଶିଲା ପାଣି

ଭାଙ୍ଗିଲା ରେଙ୍ଗାଳି ଶାଖା କେନାଲ: ଗ୍ରାମ ଭିତରକୁ ପଶିଲା ପାଣି


କାମାକ୍ଷାନଗର,୧୬।୧୦(ଡି.ଏନ.ଏ.)- ଢେଙ୍କାନାଳ ଜିଲା  କାମାକ୍ଷାନଗର ସୋଗର ପଞ୍ଚାୟତ ବାଇସିଙ୍ଘା ଗ୍ରାମରେ ମଙ୍ଗଳବାର ପାଣି ପଶିଯାଇଛି। 

ବେଆଇନ ପଥର ଖାଦାନ ଉପରେ ଚଢାଉ

ବେଆଇନ ପଥର ଖାଦାନ ଉପରେ ଚଢାଉ


ଢେଙ୍କାନାଳ ଅଫିସ,୧୬।୧୦- ଢେଙ୍କାନାଳ ସଦର ଥାନା ପାରିଖେଦା ଅଞ୍ଚଳରେ ଥିବା ବେଆଇନ ପଥର ଖାଦାନ ଉପରେ ମଙ୍ଗଳବାର ଚଢାଉ କରାଯାଇଛି। 

ଭାରସାମ୍ୟ ହରାଇ ବିଲକୁ ଓଲଟିଲା କାର୍‌

ଭାରସାମ୍ୟ ହରାଇ ବିଲକୁ ଓଲଟିଲା କାର୍‌

ଭାପୁର, ୧୬।୧୦ (ଡି.ଏନ୍‌.ଏ.): ଢେଙ୍କାନାଳ ଜିଲା ସଦର ଥାନା ଭାପୁର ଫାଣ୍ଡି ଅନ୍ତର୍ଗତ ପୁରୁଣା କଟକ ସମ୍ବଲପୁର ରାସ୍ତାର ଭାପୁର ନୁଆ ସାହି ନିକଟରେ ମଙ୍ଗଳବାର ସକାଳେ ଭାରସାମ୍ୟ ହରାଇ ଏକ କାର(ଓଡି୧୩ବି ୬୧୯୧) ବିଦ୍ୟୁତ୍‌ ଖୁଣ୍ଟରେ ପିଟି ହୋଇ ବିଲ ମଧ୍ୟକୁ ଓଲଟି ପଡ଼ିଛି। ଫଳରେ କାରରେ ଥିବା ୪ ଜଣ ଆହତ ହୋଇଛନ୍ତି।

ମା’ ଦୁର୍ଗାଙ୍କ ସପ୍ତମୀ ପୂଜା

ମା’ ଦୁର୍ଗାଙ୍କ ସପ୍ତମୀ ପୂଜା

ବଅଁରପାଳ, ୧୬ା୧୦(ଡି.ଏନ.ଏ.): ନାଲକୋ ସିପିପି ନିକଟସ୍ଥ ଆଦର୍ଶ ବିହାରରେ ସୋମବାର ମା’ଙ୍କ ସପ୍ତମୀ ପୂଜା ଅନୁଷ୍ଠିତ ହୋଇଯାଇଛିି। 

ପାର୍ବଣ ଆଗମନରେ ତାଳଚେର ଚଳଚଞ୍ଚଳ

ପାର୍ବଣ ଆଗମନରେ ତାଳଚେର ଚଳଚଞ୍ଚଳ

ତାଳଚେର୧୬ା୧୦(ନି.ପ୍ର.)ପାର୍ବଣ ଆଗମନରେ ଚଳଚଞ୍ଚଳ ହୋଇ ଉଠିଛି କୋଇଲା ନଗରୀ ତାଳଚେର। ମା’ ଦୁର୍ଗାଙ୍କ ଧରାବତରଣକୁ ନେଇ ଶ୍ରଦ୍ଧାଳୁ ଉତ୍ସାହିତ ହୋଇଥିବାବେଳେ ଦୁର୍ଗାପୂଜାକୁ ଅଧିକ ଆକର୍ଷଣୀୟ ଢଙ୍ଗରେ ପାଳନ ପାଇଁ ବିଭିନ୍ନ ପୂଜା ମଣ୍ଡପ, ଶକ୍ତି ପୀଠରେ ସମସ୍ତ ପ୍ରସ୍ତୁତି ଚୂଡାନ୍ତ ହୋଇଛି। 

ତହସିଲ କାର୍ଯ୍ୟାଳୟ ଘେରିଲା ଆର୍‌ପିଆଇ

ତହସିଲ କାର୍ଯ୍ୟାଳୟ ଘେରିଲା ଆର୍‌ପିଆଇ

ହିନ୍ଦୋଳ, ୧୬।୧୦ (ଡି.ଏନ.ଏ.)ହିନ୍ଦୋଳ ବ୍ଲକ ଆର୍ଥିକ ଅନଗ୍ରସର ବର୍ଗ ଏବଂ ଜନସାଧାରଣଙ୍କ ବିଭିନ୍ନ ସମସ୍ୟା ନେଇ ରିପବ୍ଲିକାନ୍‌ ପାର୍ଟି ଅଫ୍‌ ଇଣ୍ଡିଆ (ଆର୍‌ପିଆଇ) ପକ୍ଷରୁ ସୋମବାର ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦିଆଯାଇଥିଲା। 

ବିଭିନ୍ନ ପ୍ରକଳ୍ପ ଭୂମିପୂଜନ କଲେ ଏମ୍‌ପିଙ୍କ ପ୍ରତିନିଧି

ବିଭିନ୍ନ ପ୍ରକଳ୍ପ ଭୂମିପୂଜନ କଲେ ଏମ୍‌ପିଙ୍କ ପ୍ରତିନିଧି

ଅନୁଗୋଳ ଅଫିସ,୧୬ା୧୦ଆମ ଗାଁ ଆମ ବିକାଶ ଯୋଜନାରେ ଢେଙ୍କାନାଳ-ଅନୁଗୋଳ ଏମ୍‌ପି ତଥାଗତ ସତପଥୀଙ୍କ ଜିଲା ପ୍ରତିନିଧି ଭକ୍ତି ପ୍ରସାଦ ଦାସ ସୋମବାର ଅନୁଗୋଳ ବ୍ଲକ ଧୋକୁଟା ପଞ୍ଚାୟତର କହ୍ନେଇ ନଗର ଗ୍ରାମରେ ମହିଳା କର୍ମଶାଳାର ଭୂମିପୂଜନ କରିଛନ୍ତି। 

ପ୍ରଦର୍ଶନୀରେ ଗାନ୍ଧୀଙ୍କ ଶହେ ଫଟୋଚିତ୍ର

ପ୍ରଦର୍ଶନୀରେ ଗାନ୍ଧୀଙ୍କ ଶହେ ଫଟୋଚିତ୍ର


ଅନୁଗୋଳ ଅଫିସ,୧୫ା୧୦- ଅନୁଗୋଳ ସ୍ଥିତ ସ୍ଥାନୀୟ ସଭାଘରଠାରେ ଅନୁଗୋଳ ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ଗାନ୍ଧିଜୀଙ୍କ ଉପରେ ଏକ ଫଟୋଚିତ୍ର ପ୍ରଦର୍ଶନୀ ‘ସବୁଠାରୁ ବଡ଼ ମଣିଷ’ ଅନୁଷ୍ଠିତ ହୋଇଯାଇଛି।

ଟ୍ରକ୍‌ ଡ୍ରାଇଭରଙ୍କୁ ଭୁଜାଲି ଦେଖାଇ ଲୁଟିନେଲେ ଟଙ୍କା

ଟ୍ରକ୍‌ ଡ୍ରାଇଭରଙ୍କୁ ଭୁଜାଲି ଦେଖାଇ ଲୁଟିନେଲେ ଟଙ୍କା


ଅନୁଗୋଳ ଅଫିସ,୧୫ା୧୦- କଟକରୁ ଅନୁଗୋଳ ଗାନ୍ଧୀ ମାର୍ଗ ଅଭିମୁଖେ ଆସୁଥିବା ଏକ ଟ୍ରକ୍‌ର ଡ୍ରାଇଭରଙ୍କଠାରୁ ରବିବାର ବିଳମ୍ବିତ ରାତିରେ ଲୁଟ୍‌ ହୋଇଥିବା ସୋମବାର  ଅନୁଗୋଳ ଥାନାରେ ଅଭିଯୋଗ ହୋଇଛି। ଦୁର୍ବୃତ୍ତମାନେ ଡ୍ରାଇଭର କନ୍ଦର୍ପ ବିଶ୍ୱାଳଙ୍କୁ ୩ ଜଣ ଦୁର୍ବୃତ୍ତ ଆକ୍ରମଣ କରି ୫ ହଜାର ୨ଶହ ଟଙ୍କା ସହ ଦୁଇଟି ମୋବାଇଲ ନେଇଯାଇଥିବା ଅଭିଯୋଗରେ ଦର୍ଶାଯାଇଛି।