ଅନଗୁଳ-ଢେଙ୍କାନାଳ

କାମରେ ଲାଗୁନି ଅଧିକାଂଶ ଗୋଷ୍ଠୀ ଖଳା: ରାସ୍ତାରେ ପଡ଼ୁଛି ଧାନ ବେଙ୍ଗଳା

କାମରେ ଲାଗୁନି ଅଧିକାଂଶ ଗୋଷ୍ଠୀ ଖଳା: ରାସ୍ତାରେ ପଡ଼ୁଛି ଧାନ ବେଙ୍ଗଳା
ବନ୍ତଳା,୬।୧୨ -ଚାଷୀ ଯେପରି ଭଲରେ ଫସଲ ଅମଳ କରିପାରିବେ ସେଥିପାଇଁ ସରକାର କାର୍ଯ୍ୟକାରୀ କରିଛନ୍ତି ଗୋଷ୍ଠୀଖଳା ଯୋଜନା। ଏହି ଯୋଜନା ମାଧ୍ୟମରେ ଚାଷୀଙ୍କ ସୁବିଧା ପାଇଁ ଗ୍ରାମାଞ୍ଚଳର ସରକାରୀ ଜମିରେ କଂକ୍ରିଟ୍‌ ଖଳାମାନ ନିର୍ମାଣ କରାଯାଉଛି। ହେଲେ ଅନେକ ଗଁାରେ ଏହି ସରକାରୀ ଯୋଜନା ବାଟବଣା ହୋଇଥିବା ଅଭିଯୋଗ ହୋଇଆସୁଛି। କାରଣ ଯେଉଁ ସ୍ଥାନରେ କଂକ୍ରିଟ୍‌ ଖଳା ନିର୍ମାଣ କରାଯାଇଛି ସେଠାରେ ଫସଲ ପହଞ୍ଚାଇ ଅମଳ କରି ଘରକୁ ଆଣିବା ଚାଷୀ ପାଇଁ କଷ୍ଟକର ହୋଇପଡ଼ୁଛି। ଫଳରେ ବୋଝ ଉପରେ ନଳିତା ବିଡା ପରି ପୁଣି ଖର୍ଚ୍ଚାନ୍ତ ସହ ସମୟ ଅପଚୟ କରିବା ବଦଳରେ ଘର ସମ୍ମୁଖ ପକ୍କା ବା ପିଚୁ ରାସ୍ତା ଉପରେ ଧାନ ବେଙ୍ଗଳା ପକାଇବାକୁ ଚାଷୀମାନେ ବେଶ୍‌ ସହଜ ତଥା ସୁବିଧାଜନକ ମନେ କରୁଛନ୍ତି। ଅନୁଗୋଳ ଜିଲାର ବହୁ ଚାଷୀ ଏପରି ବେଙ୍ଗଳା ପକାଉଥିବା ନଜରକୁ ଆସୁଛି। ଜିଲାର ଅନୁଗୋଳ, ଛେଣ୍ଡିପଦା, ବଅଁରପାଳ, କିଶୋରନଗର, ପାଲଲହଡ଼ା ଓ କଣିହଁା ବ୍ଲକରେ ସରକାରଙ୍କ ଗୋଷ୍ଠୀଖଳା ଯୋଜନା କାର୍ଯ୍ୟକାରୀ ହୋଇଛି। ଅନୁଗୋଳ ଓ ଛେଣ୍ଡିପଦା ବ୍ଲକରେ ଅନୁଗୋଳ ନିୟନ୍ତ୍ରିତ ବଜାର କମିଟି ଏହି ଦାୟିତ୍ୱ ନେଇଥିବା ବେଳେ ବଅଁରପାଳ ଓ କିଶୋରନଗର ବ୍ଲକରେ ଜିଲା କୃଷି ବିଭାଗ ଖଳା ନିର୍ମାଣ କାମ କରୁଛି। ବର୍ତ୍ତମାନ ସୁଦ୍ଧା ଅନୁଗୋଳ ବ୍ଲକରେ ୨୪ଟି ଗୋଷ୍ଠୀଖଳା ନିର୍ମାଣ ପ୍ରସ୍ତାବ ଥିବାବେଳେ ବଡ଼କନ୍ତକୁଳ, ବାରଗୌଣିଆ, ବନ୍ତଳା, ଧୋକୁଟା, ବେଡ଼ାଶାସନ, ବସଲା, କାଙ୍ଗୁଲା, ବେନ୍ତପୁର, ଜଗନ୍ନାଥପୁର, ମାଟିଆସାହି, ଅନ୍ତୁଳିଆ, ଟିକରପଡ଼ା, ମାଣିକଯୋଡ଼ି, ଶଙ୍ଖପୁର, ଟାଇଁସି ଆଦି ୧୪ଟି ପଞ୍ଚାୟତରେ ଖଳା ନିର୍ମାଣ ସରିଛି। ସେହିପରି ଛେଣ୍ଡିପଦାରେ ୩୦ଟି ଗୋଷ୍ଠୀଖଳା ନିମନ୍ତେ ପ୍ରସ୍ତୁତି ସରିଥିବା ବେଳେ ୧୩ଟିର କାର୍ଯ୍ୟ ଶେଷ ହୋଇଛି। ଜିଲା କୃଷି ବିଭାଗ ପକ୍ଷରୁ ବଅଁରପାଳ ଓ କିଶୋରନଗର ବ୍ଲକରେ ଖଳା ନିର୍ମାଣ ଦାୟିତ୍ୱ ହାତକୁ ନିଆଯାଇଛି। ବଅଁରପାଳରେ ୧୫ଟି ଓ କିଶୋରନଗର ବ୍ଲକରେ ୫ଟି ଗୋଷ୍ଠୀଖଳା ସମ୍ପୂର୍ଣ୍ଣ ହୋଇସାରିଛି। ତେବେ ପାଲଲହଡ଼ା ବ୍ଲକରେ ସମୁଦାୟ ୨୩ଟି ଗୋଷ୍ଠୀଖଳା ନିର୍ମାଣ ପାଇଁ ଜିଲାପାଳ ଅନୁମୋଦନ କରିଥିଲେ ହେଁ ନିର୍ମାଣ କାର୍ଯ୍ୟ ଏଯାଏ ହୋଇପାରି ନାହିଁ। କଣିହଁା ବ୍ଲକରେ ମଧ୍ୟ ସମାନ ଅବସ୍ଥା। ଏଠାରେ ୧୫ଟି ଗୋଷ୍ଠୀଖଳା ନିର୍ମାଣ ନିମନ୍ତେ ଜିଲା କୃଷି ବିଭାଗ ଦାୟିତ୍ୱ ନେଇଛି। ହେଲେ ଗୋଟିକର ବି କାର୍ଯ୍ୟ ଶେଷ ହୋଇପାରି ନାହିଁ। ଅନ୍ୟପକ୍ଷରେ କେତେକ ସ୍ଥାନରେ ରାଜନୈତିକ ଟଣାଓଟରା ଯୋଗୁ କାର୍ଯ୍ୟରେ ବାଧା ଉପୁଜିଥିବା ବେଳେ ଚାଷୀଙ୍କ ପାଇଁ ଉଦ୍ଦିଷ୍ଟ ଏହି ଯୋଜନାରେ ଠିକ୍‌ ଜାଗା ଚିହ୍ନଟ ହୋଇପାରୁ ନ ଥିବା ଚାଷୀମାନେ ଅଭିଯୋଗ କରୁଛନ୍ତି। ଅନୁଗୋଳ ବ୍ଲକ ବନ୍ତଳା ପଞ୍ଚାୟତର ସାପ୍ତାହିକ ହାଟ ନିକଟରେ ଗୋଷ୍ଠୀ ଖଳା ନିର୍ମାଣ କରାଯାଇଥିବାରୁ ଏହାକୁ ନେଇ ଚାଷୀମାନେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଏହା ଚାଷୀଙ୍କ କାର୍ଯ୍ୟରେ ଲାଗିପାରୁ ନ ଥିବା ସେମାନେ କହିଛନ୍ତି। ବନ୍ତଳା ଗଁାର ଗିରୀଶ ପ୍ରଧାନ, ଅନିଲ ସାହୁ କୁହନ୍ତି, ପ୍ରକୃତ କ୍ଷେତ୍ରରେ ଯେଉଁଠି ଚାଷ ଜମି ରହିଛି ସେଠାରେ ଖଳା ନିର୍ମାଣ କରାଯାଉ ନାହିଁ। ଯେଉଁଠାରେ ଖଳାର କୌଣସି ଆବଶ୍ୟକତା ନାହିଁ, ସେଠାରେ ଖଳା କରାଯାଇଛି। ଏଥିଯୋଗୁ ଚାଷୀମାନେ ହଇରାଣ ହେଉଛନ୍ତି। ଏ ନେଇ ଜିଲାପାଳଙ୍କ ନିକଟରେ ଅଭିଯୋଗ କରାଯାଇଥିଲେ ମଧ୍ୟ କୌଣସି ପଦକ୍ଷେପ ନିଆଯାଇ ନାହିଁ। ସେହିପରି ଅନୁଗୋଳ-ଟିକରପଡ଼ା ପୂର୍ତ୍ତ ବିଭାଗ ରାସ୍ତାର ଶଙ୍ଖପୁର ଗଁା ନିକଟରେ କେତେଜଣ ଚାଷୀ ରାସ୍ତା ଉପରେ ବେଙ୍ଗଳା ପକାଉଥିବା ଦେଖାଯାଇଛି। ଏପରି କାର୍ଯ୍ୟ ସେମାନଙ୍କ ପାଇଁ ସୁବିଧାଜନକ ହୋଇଥିଲେ ବି ବାଇକ୍‌ ଆରୋହୀଙ୍କ ପାଇଁ ଏହା ଦୁର୍ଘଟଣାର ଆଶଙ୍କା ସୃଷ୍ଟି କରୁଥିବା କୁହାଯାଉଛି। ଏ ସମ୍ପର୍କରେ ବନ୍ତଳା ଥାନା ଆଇଆଇସି ସବ୍ୟସାଚୀ ରାଉତ କୁହନ୍ତି, ରାସ୍ତାରେ ଧାନ ଗଦାଇ ବେଙ୍ଗଳା ପକାଉଥିବା ବ୍ୟକ୍ତିମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ। ସମସ୍ୟା ସମ୍ପର୍କରେ ଜିଲା ନିୟନ୍ତ୍ରିତ ବଜାର କମିଟି ସମ୍ପାଦକ ସନ୍ତୋଷ ପ୍ରଧାନ କୁହନ୍ତି, ନୂଆ କରି ଗୋଷ୍ଠୀଖଳା ନିର୍ମାଣ କରାଯାଇଥିବାରୁ ଚାଷୀମାନେ ସଚେତନ ହୋଇନାହାନ୍ତି। କେତେକ ଜାଗାରେ ରାଜନୈତିକ କନ୍ଦଳ କାରଣରୁ ଗୋଷ୍ଠୀଖଳା ନିର୍ମାଣ ବନ୍ଦ ହେଉଛି, ଠିକ୍‌ ଜାଗା ମଧ୍ୟ ମିଳୁନାହିଁ। ଜିଲା କୃଷି ଉପ ନିର୍ଦ୍ଦେଶକ ସୁବାସ ଚନ୍ଦ୍ର ବିଶ୍ୱାଳ କୁହନ୍ତି, ୪ଟି ବ୍ଲକରେ ଖଳା କାର୍ଯ୍ୟ ଚାଲିଥିବା ବେଳେ ୨ଟି ବ୍ଲକରେ ନିର୍ମାଣ ପାଇଁ ପ୍ରସ୍ତାବ ଅନୁମୋଦନ ହୋଇଛି।
All Right Reserved By

ଅନଗୁଳ-ଢେଙ୍କାନାଳ

ଏସ୍‌ୟୁସିଆଇ  ପକ୍ଷରୁ  ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ

ଏସ୍‌ୟୁସିଆଇ ପକ୍ଷରୁ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ

ଅନୁଗୋଳ ଅଫିସ, ୨୦।୯- ଅନୁଗୋଳ ସାତକୋଶିଆରୁ ବାଘୁଣୀ ‘ସୁନ୍ଦରୀ’ ସ୍ଥାନାନ୍ତର, ୪ଦଫା ସମ୍ବଳିତ ସାତକୋଶିଆବାସୀଙ୍କ ସମସ୍ୟା ଆଦି ଦାବିରେ ଗୁରୁବାର ଏସ୍‌ୟୁସିଆଇ ପକ୍ଷରୁ  ଅନୁଗୋଳ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। 

ଭାଙ୍ଗିଗଲା ତୋରଣ:  ଜାତୀୟ ରାଜପଥ ଅବରୋଧ

ଭାଙ୍ଗିଗଲା ତୋରଣ: ଜାତୀୟ ରାଜପଥ ଅବରୋଧ


ଭୁବନ,୨୦।୯(ଡି.ଏନ.ଏ.)- ଭୁବନ ଏନ୍‌ଏସି ନୂଆ ଭୁବନ ଛକଠାରେ ଟାଇଟେନିକ କ୍ଲବ ପକ୍ଷରୁ ଗଣେଶ ପୂଜା ପାଇଁ ନିର୍ମାଣ ହୋଇଥିବା ତୋରଣ  ଗୁରୁବାର ଅପରାହ୍ନରେ ଭାଙ୍ଗିଯାଇଥିଲା। 

ଗାଢରଖାଇ ଗ୍ରାମବାସୀଙ୍କ ରେଳରୋକୋ ଆନ୍ଦୋଳନ

ଗାଢରଖାଇ ଗ୍ରାମବାସୀଙ୍କ ରେଳରୋକୋ ଆନ୍ଦୋଳନ

ବଅଁରପାଳ,୨୦।୯(ଡି.ଏନ.ଏ.)- ଅନ୍ୟତ୍ର ଥଇଥାନ ଦାବିରେ ନାଲକୋ ପାଚେରୀ ପାର୍ଶ୍ୱରେ ଥିବା ଗାଢ଼ରଖାଇ ଗ୍ରାମବାସୀ ଗୁରୁବାର ନାଲ୍‌କୋ ସ୍ମେଲଟର ପ୍ଲାଣ୍ଟ ନିକଟରେ ରେଳରୋକୋ ଆନ୍ଦୋଳନ କରିଛନ୍ତି। ଏଥିଯୋଗୁ ନାଲ୍‌କୋକୁ ଟ୍ରେନ ଚଳାଚଳ ବାଧାପ୍ରାପ୍ତ ହୋଇଛି।

ନବାଗତଙ୍କୁ ସ୍ବାଗତ ସମ୍ବର୍ଦ୍ଧନା

ନବାଗତଙ୍କୁ ସ୍ବାଗତ ସମ୍ବର୍ଦ୍ଧନା


ଭୁବନ,୨୦।୯(ଡି.ଏନ.ଏ.)- ଭୁବନ ବାଜି ରାଉତ ସ୍ମୃତି ମହାବିଦ୍ୟାଳୟର  ସଂସ୍କୃତ ବିଭାଗ ପକ୍ଷରୁ ଗୁରୁବାର ସମ୍ମାନ ବିଭାଗର ନବାଗତ ଛାତ୍ରୀଛାତ୍ରଙ୍କୁ ସ୍ବାଗତ ସମ୍ବର୍ଦ୍ଧନା ଦିଆଯାଇଛି। ସଂସ୍କୃତ ବିଭାଗର ମୁଖ୍ୟ ଶ୍ରୀପତି ଚିନ୍ତା ଏଥିରେ ଅଧ୍ୟକ୍ଷତା କରିଥିଲେ।  

ଭସାଣି ଶେଷ

ଭସାଣି ଶେଷ

ମାଧପୁର,୨୦।୯- ମାଧପୁର ଅଞ୍ଚଳରେ ଗୁରୁବାର ଧୁମଧାମରେ ଗଜାନନଙ୍କ ଭସାଣି ଉତ୍ସବ ଶେଷ ହୋଇଛି। 

ମାରଓ୍ବାଡି ଯୁବା ମଞ୍ଚକୁ ଅତ୍ୟାଧୁନିକ ଆମ୍ବୁଲାନ୍ସ ପ୍ରଦାନ

ମାରଓ୍ବାଡି ଯୁବା ମଞ୍ଚକୁ ଅତ୍ୟାଧୁନିକ ଆମ୍ବୁଲାନ୍ସ ପ୍ରଦାନ

ଅନୁଗୋଳ ଅଫିସ,୨୦।୯: ଅନୁଗୋଳ-ଢେଙ୍କାନାଳ ଏମ୍‌ପି ତଥାଗତ ସତପଥୀଙ୍କ ପାଣ୍ଠିରୁ ଅନୁଗୋଳ ଜିଲା ମାରଓ୍ବାଡି ଯୁବା ମଞ୍ଚକୁ ଏକ ଅତ୍ୟାଧୁନିକ ଆମ୍ବୁଲାନ୍ସ ପ୍ରଦାନ କରାଯାଇଛି। 

 କ୍ଷତିଗ୍ରସ୍ତ ବାସଚ୍ୟୁତ ସଂଘର ବୈଠକ: ପ୍ରତିଶ୍ରୁତି ରଖୁନାହାନ୍ତି ସରକାର

କ୍ଷତିଗ୍ରସ୍ତ ବାସଚ୍ୟୁତ ସଂଘର ବୈଠକ: ପ୍ରତିଶ୍ରୁତି ରଖୁନାହାନ୍ତି ସରକାର

ପବିତ୍ରନଗର, ୨୦ା୯(ଡି.ଏନ.ଏ.)- ଅନୁଗୋଳ ଜିଲା କଣିହାଁ ବ୍ଲକର ସମଲ ବ୍ୟାରେଜ କ୍ଷତିଗ୍ରସ୍ତଙ୍କୁ ବିସ୍ଥାପନ ଓ ଥଇଥାନ ଦିଗରେ ସରକାର ଅବହେଳା କରୁଥିବା ଅଭିଯୋଗ କରିଛି  ବ୍ରାହ୍ମଣୀ କ୍ଷତିଗ୍ରସ୍ତ ବାସଚ୍ୟୁତ ସଂଘ। 

ଡକାୟତି ଯୋଜନା ପଣ୍ଡ, ୫ ଗିରଫ

ଡକାୟତି ଯୋଜନା ପଣ୍ଡ, ୫ ଗିରଫ

ବଅଁରପାଳ, ୨୦ା୯(ଡି.ଏନ.ଏ.)- ବଅଁରପାଳ ଥାନା ଯୋରାଗାଡ଼ିିଆ ନିକଟରେ ମଙ୍ଗଳବାର ରାତିରେ ଡକାୟତି ଯୋଜନା କରୁଥିବା ୫ ଜଣଙ୍କୁ ପୋଲିସ ଗିରଫ କରି ବୁଧବାର କୋର୍ଟ ଚାଲାଣ କରିଛି। 

୪୯ ଅଙ୍ଗନଓ୍ବାଡ଼ି କର୍ମୀଙ୍କୁ ତାଲିମ

୪୯ ଅଙ୍ଗନଓ୍ବାଡ଼ି କର୍ମୀଙ୍କୁ ତାଲିମ

ରାସୋଳ, ୨୦।୯(ଡି.ଏନ୍‌.ଏ.)- ହିନ୍ଦୋଳ ବ୍ଲକ ବାଙ୍କଟିଆ ସ୍ବେଚ୍ଛାସେବୀ ଅନୁଷ୍ଠାନ ଗଣେଶ୍ୱର କ୍ଲବ ଏବଂ ଆଇଏଲ୍‌ପିୟୁଏସ୍‌ର ମିଳିତ ଆନୁକୂଲ୍ୟରେ ଅଙ୍ଗନଓ୍ବାଡ଼ି କର୍ମୀଙ୍କୁ ନେଇ ଦୁଇଦିନିଆ ଦକ୍ଷତା ବିକାଶ ଶିବିର ଅନୁଷ୍ଠିତ ହୋଇଯାଇଛି। 

ଠିକାସଂସ୍ଥା କ୍ୟାମ୍ପରୁ ଲୁଟ୍‌, ୨ ଅଟକ

ଠିକାସଂସ୍ଥା କ୍ୟାମ୍ପରୁ ଲୁଟ୍‌, ୨ ଅଟକ

ପରଜଙ୍ଗ, ୨୦।୯(ଡି.ଏନ୍‌.ଏ.)- ପରଜଙ୍ଗ ଥାନା କନ୍ଦରସିଂହା ମଝିକା ନିକଟରେ ଥିବା ରେଳ ବିଭାଗ ଠିକାସଂସ୍ଥା କ୍ୟାମ୍ପରୁ ମଙ୍ଗଳବାର ଭୋର୍‌ରୁ ଲୁଟ୍‌ ହୋଇଛି। ସୁରକ୍ଷା ଦାୟିତ୍ୱରେ ଥିବା ଜଗୁଆଳିଙ୍କୁ ମାଡ଼ମାରି ୫ରୁ ୬ଜଣ ଦୁର୍ବୃତ୍ତ ଲୁହା ଯନ୍ତ୍ରାଂଶ ଲୁଟ୍‌ପାଟ କରିଛନ୍ତି। ଏ ନେଇ ଥାନାରେ ଲିଖିତ ଅଭିଯୋଗ ପରେ ପୋଲିସ ସନ୍ଦେହରେ ଦୁଇଜଣଙ୍କୁ ଅଟକ ରଖି ପଚରାଉଚୁରା କରୁଛି। ଖୁବ୍‌ଶୀଘ୍ର ଘଟଣାର ପର୍ଦ୍ଦାଫାଶ ହେବ ବୋଲି ଏସ୍‌ଆଇ ଅନାଦି ଚରଣ ପଟ୍ଟାୟତ ସୂଚନା ଦେଇଛନ୍ତି।

ଫେରାର ଝସକେତନଙ୍କୁ ଧରିପାରୁନି ଅନୁଗୋଳ ପୋଲିସ ସିବିଆଇ ତଦନ୍ତ ପାଇଁ ଦାବିପତ୍ର

ଫେରାର ଝସକେତନଙ୍କୁ ଧରିପାରୁନି ଅନୁଗୋଳ ପୋଲିସ ସିବିଆଇ ତଦନ୍ତ ପାଇଁ ଦାବିପତ୍ର

ଅନୁଗୋଳ ଅଫିସ, ୨୦ା୯ ଅନୁଗୋଳ କୋର୍ଟ ପରିସର ହାଜତରୁ ଗତ ମେ ୧୮ରେ ଚମ୍ପଟ ମାରିଥିବା ବହୁଚର୍ଚ୍ଚିତ କୁଶକିଳା ଡବଲ ମର୍ଡର ଓ କୁକୁରପେଟା ମାଉସୀ-ପୁତୁରା ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଝସକେତନ ରାଉତଙ୍କୁ ଧରିବାରେ ଅନୁଗୋଳ ପୋଲିସ ଏଯାଏ ସକ୍ଷମ ହୋଇପାରି ନାହିଁ। 

ପୋଲିଓ ଇଞ୍ଜେକ୍ସନରୁ ଶିଶୁ ମୃତ୍ୟୁ ଅଭିଯୋଗ

ପୋଲିଓ ଇଞ୍ଜେକ୍ସନରୁ ଶିଶୁ ମୃତ୍ୟୁ ଅଭିଯୋଗ

ଓଡ଼ାପଡ଼ା, ୨୦ା୯(ଡି.ଏନ.ଏ.) ପୋଲିଓ ନିପାତ କରିବାକୁ ବିଶ୍ୱବ୍ୟାପୀ ଚାଲିଛି ସ୍ବତନ୍ତ୍ର ଅଭିଯାନ। ବୁନ୍ଦା ସାଙ୍ଗକୁ କୋମଳମତି ଶିଶୁଙ୍କୁ ଦିଆଯାଉଛି ଇଞ୍ଜେକ୍ସନ। ହେଲେ ଏହି ଇଞ୍ଜେକ୍ସନ ଯୋଗୁ ଜଣେ ଶିଶୁ ପ୍ରାଣ ହରାଇଥିବା ଭଳି ସଙ୍ଗିନ ଅଭିଯୋଗ ଆସିଛି।