Dharitri News
ଅନଗୁଳ-ଢେଙ୍କାନାଳ

ପୋଖରୀରୁ ନିଖୋଜ ଯୁବକଙ୍କ ମୃତଦେହ ଉଦ୍ଧାର

ପୋଖରୀରୁ ନିଖୋଜ ଯୁବକଙ୍କ ମୃତଦେହ ଉଦ୍ଧାର ବଅଁରପାଳ,୬।୧୨(ଡି.ଏନ୍‌.ଏ.)-ଅନୁଗୋଳ ଜିଲା ନାଲ୍‌କୋ ଥାନା ଅନ୍ତର୍ଗତ କାଣ୍ଡସର କଟା ପୋଖରୀରୁ ଜଣେ ଯୁବକଙ୍କ ମୃତଦେହକୁ ପୋଲିସ ଉଦ୍ଧାର କରିଛି। ମୃତକ ହେଲେ ବଳିଆ ମୁଦୁଲି। ସେ ସୋମବାରଠାରୁ ନିଖୋଜ ଥିଲେ। ବିଭିନ୍ନ ସ୍ଥାନରେ ଖୋଜାଖୋଜି କରାଯାଇଥିଲେ ମଧ୍ୟ ତାଙ୍କର ପତ୍ତା ମିଳି ନ ଥିଲା। ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି।

ଅନଗୁଳ-ଢେଙ୍କାନାଳ

ଚନ୍ଦନ ଗଛ କାଟିନେଲେ ଦୁର୍ବୃତ୍ତ

ବଅଁରପାଳ,୨୧।୧(ଡି.ଏନ.ଏ.)- ବଅଁରପାଳ ଥାନା ଅନ୍ତର୍ଗତ ଗଡ଼ଟଳମୂଳ ଗ୍ରାମର ଗଙ୍ଗାଧର ଦାସଙ୍କ ବାଡ଼ିରୁ ଶନିବାର ରାତିରେ କେହି ଦୁର୍ବୃତ୍ତ ୪ଟି ଚନ୍ଦନ ଗଛକୁ କାଟି ନେଇଛନ୍ତି। ଗଛର ମୂଳ ଅଶଂ କାଟି ନେଇଥିବାବେଳେ ବାହି ଗୁଡ଼ିକୁ ଛାଡ଼ି ଚାଲିଯାଇଛନ୍ତି।

୪ ଚନ୍ଦନ ଗଛ କାଟିନେଲେ ଦୁର୍ବୃତ୍ତ

ବଅଁରପାଳ,୨୧।୧(ଡି.ଏନ୍‌.ଏ.): ଅନୁଗୋଳ ଜିଲା ବଅଁରପାଳ ଥାନା ଅନ୍ତର୍ଗତ ଗଡ଼ଟଳମୂଳ ଗ୍ରାମର ଗଙ୍ଗାଧର ଦାସଙ୍କ ବାଡ଼ିରୁ ଶନିବାର ରାତିରେ ଦୁର୍ବୃତ୍ତମାନେ ୪ଟି ମୂଲ୍ୟବାନ ଚନ୍ଦନ ଗଛ କାଟି ନେଇଛନ୍ତି।

ଛୁଆହାତୀର ମୃତଦେହ ଉଦ୍ଧାର, ଦନ୍ତା ମାରିଥିବା ସନ୍ଦେହ

ଛୁଆହାତୀର ମୃତଦେହ ଉଦ୍ଧାର, ଦନ୍ତା ମାରିଥିବା ସନ୍ଦେହ

ଭୁବନ, ୨୧।୧(ଡି.ଏନ୍‌.ଏ.): ଢେଙ୍କାନାଳ ଜିଲା ଭୁବନ ବନାଞ୍ଚଳ ଚିପିଲେଇ ଗ୍ରାମ ନିକଟରେ ଥିବା ଏକ ନାଳରୁ ରବିବାର ସକାଳେ ଏକ ଛୁଆହାତୀର ମୃତଦେହ ଉଦ୍ଧାର କରାଯାଇଛି। ଛୁଆହାତୀ ଶରୀରର ବିଭିନ୍ନସ୍ଥାନରେ କ୍ଷତଚିହ୍ନ ସହ ତା’ର ପେଟ ଚିରି ହୋଇଯାଇଥିବା ଦେଖିବାକୁ ମିଳୁଛି। ହାତୀଟିକୁ ଦନ୍ତାହାତୀ ମାରିଦେଇଥିବା ସନ୍ଦେହ କରାଯାଉଛି।

ପୁଅର ଠେଙ୍ଗା ମାଡ଼ରେ ବାପା ମୃତ

କାମାକ୍ଷାନଗର,୨୦।୧(ଡି.ଏନ.ଏ.)- ଢେଙ୍କାନାଳ ଜିଲା କାମାକ୍ଷାନଗର ଥାନା ଜୟପୁରାକାଟେଣୀ ପୁରୁଣା ଦଳିତ ସାହିରେ ଶୁକ୍ରବାର ସା ହତ୍ୟାକାଣ୍ଡ ଘଟିଛି।

ଓ୍ବାର୍ଡସଭ୍ୟ ଭୋଟଗଣନା ଶେଷ

ଓ୍ବାର୍ଡସଭ୍ୟ ଭୋଟଗଣନା ଶେଷ

ବଅଁରପାଳ, ୨୦।୧(ଡି.ଏନ.ଏ.): ଅନୁଗୋଳ ଜିଲା ୭ ବ୍ଲକର ୭୨ ଓ୍ବାର୍ଡସଭ୍ୟ ପଦବୀ ପାଇଁ ଶନିବାର ଭୋଟଗଣନା କରାଯାଇଛି। ବ୍ଲକ କାର୍ଯ୍ୟାଳୟରେ ସକାଳ ୮ଟାରୁ ଭୋଟଗଣନା ଆରମ୍ଭ ହୋଇ ୧୧ଟାରେ ଶେଷ ହୋଇଛି।

ହାଇଓ୍ବା ଧକ୍କାରେ ଡ୍ରାଇଭର ମୃତ

ତାଳଚେର, ୨୦।୧(ନି.ପ୍ର.): ତାଳଚେର ବ୍ଲକ ହେଁସମୂଳ ବୈଦ୍ୟସାହି ନିକଟରେ ଶନିବାର ସକାଳେ ଏକ ହାଇଓ୍ବା ତଳେ ଚାପି ହୋଇ ଡ୍ରାଇଭରଙ୍କର ମୃତ୍ୟୁ ଘଟିଛି। ମୃତକ ହେଲେ ଭୁବନ ଥାନା କସଗୁଡ଼ା ଗ୍ରାମର ସୁଦର୍ଶନ ସାମଲ(୫୦)।

ଗ୍ରାମ୍ୟ ରାସ୍ତା ନେଟୱର୍କ ପରିଚାଳନା ସଂସ୍ଥାର ନୂତନ ଗୃହ ଉଦ୍‌ଘାଟିତ

ଗ୍ରାମ୍ୟ ରାସ୍ତା ନେଟୱର୍କ ପରିଚାଳନା ସଂସ୍ଥାର ନୂତନ ଗୃହ ଉଦ୍‌ଘାଟିତ

ଅନୁଗୋଳ ଅଫିସ,୧୯।୧-ଅନୁଗୋଳସ୍ଥିତ ଗ୍ରାମ୍ୟ ରାସ୍ତା ନେଟୱର୍କ ପରିଚାଳନା ସଂସ୍ଥାର ନୂତନ ଗୃହକୁ ଶୁକ୍ରବାର ରାଜ୍ୟ ଗ୍ରାମ୍ୟ ଉନ୍ନୟନ, ସଂସଦୀୟ ବ୍ୟାପାର, ସୂଚନା ଓ ଲୋକସମ୍ପର୍କ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଉଦ୍‌ଘାଟନ କରିଛନ୍ତି।

ମହୋତ୍ସବ ଭାବ ଆଦାନ ପ୍ରଦାନର ମଞ୍ଚ

ମହୋତ୍ସବ ଭାବ ଆଦାନ ପ୍ରଦାନର ମଞ୍ଚ

ଅନୁଗୋଳ ଅଫିସ,୧୯।୧-ଅନୁଗୋଳର କଳା, ସାହିତ୍ୟ ଓ ପରମ୍ପରା ବେଶ୍‌ ପ୍ରାଚୀନ। ଏହି ଜିଲା ପ୍ରାକୃତିକ ସମ୍ପଦରେ ଭରପୂର ଥିବାରୁ ବିଶ୍ୱ ଦରବାରରେ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି। ଆୟୋଜିତ ଜିଲା ମହୋତ୍ସବ ମଞ୍ଚରେ ଭାବର ଆଦାନ ପ୍ରଦାନ ହେଉଛି। ରାଜ୍ୟ ଓ ବାହାରୁ ଆସିଥିବା କଳାକାରମାନେ ପରସ୍ପର କଳା ସମ୍ପର୍କରେ ଶିକ୍ଷାଲାଭ କରିପାରୁଛନ୍ତି। ଷଷ୍ଠ ଅନୁଗୋଳ ଜିଲା ମହୋତ୍ସବର ଦ୍ୱିତୀୟ ଦିବସରେ ମୁଖ୍ୟଅତିଥି ଭାବେ ଯୋଗଦେଇ ଉତ୍ତର କେନ୍ଦ୍ରାଞ୍ଚଳ ଆଇଜି ଯତୀନ୍ଦ୍ର କୋଏଲ ଏହି ମତବ୍ୟକ୍ତ କରିଛନ୍ତି।

ସମସ୍ୟାକୁ ଦିଆଯିବ ପ୍ରାଥମିକତା:ଜିଲାପାଳ

ସମସ୍ୟାକୁ ଦିଆଯିବ ପ୍ରାଥମିକତା:ଜିଲାପାଳ

ଢେଙ୍କାନାଳ ଅଫିସ,୧୯।୧-ଢେଙ୍କାନାଳର ନୂତନ ଜିଲାପାଳ ଭାବେ ନିଖିଲ ପବନ କଲ୍ୟାଣ ଦାୟିତ୍ୱ ଗ୍ରହଣ କରିଛନ୍ତି। ଶୁକ୍ରବାର ଅପରାହ୍ନରେ ଜିଲା ସଦ୍‌ଭାବନା ଗୃହରେ ଅନୁଷ୍ଠିତ ଖବରଦାତା ସମ୍ମିଳନୀର ଜିଲାର ବିକାଶ ଏବଂ ଲୋକଙ୍କ ସମସ୍ୟାକୁ ପ୍ରାଥମିକତା ଦିଆଯିବ ବୋଲି ସେ କହିଛନ୍ତି।

୨୨ରୁ ରାଜ୍ୟସ୍ତରୀୟ ବାର୍‌ ଆସୋସିଏଶନ କ୍ରିକେଟ ପ୍ରତିଯୋଗିତା

୨୨ରୁ ରାଜ୍ୟସ୍ତରୀୟ ବାର୍‌ ଆସୋସିଏଶନ କ୍ରିକେଟ ପ୍ରତିଯୋଗିତା

ଢେଙ୍କାନାଳ ଅଫିସ,୧୯।୧-ଢେଙ୍କାନାଳ ଜିଲା ଓକିଲ ସଂଘ ପକ୍ଷରୁ ପ୍ରଥମ ଡ. ବିଧାନଚନ୍ଦ୍ର ମିଶ୍ର ସ୍ମାରକୀ ରାଜ୍ୟସ୍ତରୀୟ ବାର ଆସୋସିଏଶନ କ୍ରିକେଟ ପ୍ରତିଯୋଗିତା ଆସନ୍ତା ୨୨ରୁ ୨୫ ତାରିଖ ପର୍ଯ୍ୟନ୍ତ ସ୍ଥାନୀୟ ଷ୍ଟାଡ଼ିୟମରେ ଆୟୋଜିତ ହେବ। ଏଥିରେ କଟକ ହାଇକୋର୍ଟ, ପୁରୀ, ଭୁବନେଶ୍ୱର, ଢେଙ୍କାନାଳ, ଅନୁଗୋଳ, କଟକ କ୍ରିମିନାଲ ବାର୍‌ ଆସୋସିଏଶନ ପ୍ରମୁଖ ୮ଦଳ ଭାଗନେବେ। ଶୁକ୍ରବାର ଅପରାହ୍ନରେ ଷ୍ଟାଡିୟମରେ ଆୟୋଜିତ ଖବରଦାତା ସମ୍ମିଳନୀରେ ଓକିଲ ସଂଘ ସଭାପତି ଶିବସାଇ ମହାପାତ୍ର ଏହି ସୂଚନା ଦେଇଛନ୍ତି।

ଢେଙ୍କାନାଳ: ୭୨.୮୬% ମତଦାନ

ଢେଙ୍କାନାଳ: ୭୨.୮୬% ମତଦାନ

ଢେଙ୍କାନାଳ ଅଫିସ , ୧୯।୧-ଢେଙ୍କାନାଳ ଜିଲାର ଶୁକ୍ରବାର ଅନୁଷ୍ଠିତ ପଞ୍ଚାୟତ ଉପନିର୍ବାଚନ ଶାନ୍ତିଶୃଙ୍ଖଳାର ସହ ଶେଷହୋଇଛି। ୭ବ୍ଲକରେ ମୋଟ ୭୨.୮୬% ମତଦାନ ହୋଇଛି। ଗଁଦିଆ ବ୍ଲକ ଲେଥକାରେ ସରପଞ୍ଚ ପଦବୀ ପାଇଁ ଅନୁଷ୍ଠିତ ନିର୍ବାଚନରେ ମତଦାନ ହାର ରହିଥିଲା ୭୭.୧୯%।

ଇଟା ବୋଝେଇ ଟ୍ରକ୍‌ ଚାପାରେ ଶିଶୁ ମୃତ ଘଟଣା: ଏତଲାରେ ୯ ପରିବର୍ତ୍ତେ ୧୭ବର୍ଷ

ଇଟା ବୋଝେଇ ଟ୍ରକ୍‌ ଚାପାରେ ଶିଶୁ ମୃତ ଘଟଣା: ଏତଲାରେ ୯ ପରିବର୍ତ୍ତେ ୧୭ବର୍ଷ

ପରଜଙ୍ଗ, ୧୯।୧(ଡି.ଏନ୍‌.ଏ.)-ଢେଙ୍କାନାଳ ଜିଲା ପରଜଙ୍ଗ ଥାନା କନ୍ଦରସିଂହା ପଞ୍ଚାୟତ ମଝିକା ଗାଁ ନିକଟରେ ଗୁରୁବାର ସନ୍ଧ୍ୟା ୬ଟାରେ ଇଟା ବୋଝେଇ ଗାଡ଼ି ଧକ୍କାରେ ଦିଲୀପ କୁଲୁଙ୍କ ୯ବର୍ଷର ବଡ଼ପୁଅ ବିରାଜଙ୍କ ମୃତ୍ୟୁ ଘଟିଥିଲା। ଏହାକୁ ଚପାଇ ଦେବାକୁ ଅପଚେଷ୍ଟା କରାଯାଇଛି। ଏପରି କି ମାମଲାକୁ କୋହଳ କରିବାକୁ ମୃତ ଶିଶୁଙ୍କ ବୟସ ୯ ପରିବର୍ତ୍ତେ ୧୭ ବୋଲି ଏତଲାରେ ଦର୍ଶାଯାଇଛି। ଶୁକ୍ରବାର ଜିଲା ଶ୍ରମ ବିଭାଗ ପକ୍ଷରୁ ହୋଇଥିବା ତଦନ୍ତରୁ ଏହା ଜଣାପଡ଼ିଛି।