ବ୍ରହ୍ମପୁର

ପାତାଳସିଙ୍ଗି ଗ୍ରାମରେ ଭିଜିଲାନ୍ସ ଟିମର ତଦନ୍ତ

ପାତାଳସିଙ୍ଗି ଗ୍ରାମରେ ଭିଜିଲାନ୍ସ ଟିମର ତଦନ୍ତ

ପୋଲସରା,୬।୧୨(ଡି.ଏନ.ଏ.)-ପୋଲସରା ଅଞ୍ଚଳରେ ଇନ୍ଦିରା ଆବାସ କାର୍ଯ୍ୟରେ ବ୍ୟାପକ ଦୁର୍ନୀତି ହୋଇଥିବା ନେଇ ପୂର୍ବରୁ ବିଡିଓ, ଜିଲାପାଳ, ଉପଜିଲାପାଳ, ଭିଜିଲାନ୍ସ ପ୍ରମୁଖ ପ୍ରଶାସନିକ ଅଧିକାରୀଙ୍କ ନିକଟରେ କିଛି ବ୍ୟକ୍ତି ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗ ପରେ ବ୍ରହ୍ମପୁର ଭିଜିଲାନ୍ସ ଟିମ ଚିରିକିପଡ଼ା ଶାସନ ଗ୍ରାମରେ ପହଞ୍ଚତ୍ ତଦନ୍ତ କରି ଫେରିଥିଲେ। ବୁଧବାର ବ୍ରହ୍ମପୁର ଭିଜିଲାନ୍ସ ଅଧିକାରୀ ରେଣୁବାଳା ତ୍ରିପାଠୀ ଓ ଟେକ୍ନିକାଲ ଟିମ ପାଣ୍ଡିରିପଡ଼ା ପଞ୍ଚାୟତର ପାତାଳସିଙ୍ଗି ଗ୍ରାମରେ ବୁଧବାର ପହଞ୍ଚତ୍ ଇନ୍ଦିରା ଆବାସ ଦୁର୍ନୀତିର ତଦନ୍ତ କରିଛନ୍ତି। ଏନେଇ ଭିଜିଲାନ୍ସ ଅଧିକାରୀ ରେଣୁବାଳା ତ୍ରିପାଠୀଙ୍କ ସହ ଯୋଗାଯୋଗ ବେଳେ କହିଥିଲେ ଇନ୍ଦିରା ଆବାସ ଦୁର୍ନୀତି ନେଇ ଅଭିଯୋଗ ହୋଇଥିଲା, ତଦନ୍ତ କରିବାକୁ ଆସିଥିଲୁ। ମାତ୍ର ଅଧିକ ତଥ୍ୟ ଦେବାକୁ ମନା କରିଥିଲେ। ପ୍ରକାଶ ଯେ, ୨୦୧୩-୧୪ ଆର୍ଥିକ ବର୍ଷରେ ପାଣ୍ଡିରିପଡ଼ା ପଞ୍ଚାୟତରେ ଇନ୍ଦିରାଆବାସ ବଣ୍ଟନ, କାର୍ଯ୍ୟ ନକରି ମିଥ୍ୟା ବିଲରେ ଅର୍ଥ ଉଠାଣ, ଇନ୍ଦିରାବାସ ଘର ଅଧାପନ୍ତରିଆ ରଖି ସମ୍ପୂର୍ଣ୍ଣ ଅର୍ଥ ଉଠାଣ ଆଦି ନେଇ ଉପରୋକ୍ତ ଅଧିକାରୀଙ୍କ ନିକଟରେ ବହୁଲୋକ ଅଭିଯୋଗ କରିଥିଲେ।

All Right Reserved By

ବ୍ରହ୍ମପୁର

ପୋଷ୍ୟରେ ଦିଆଗଲା ୯୨ ସ୍କୁଲ

ପୋଷ୍ୟରେ ଦିଆଗଲା ୯୨ ସ୍କୁଲ

ବ୍ରହ୍ମପୁର ଅଫିସ୍‌,୨୦ା୭: ବ୍ରହ୍ମପୁର ଉପଜିଲାପାଳଙ୍କ ସମ୍ମିଳନୀ କକ୍ଷରେ ଗୁରୁବାର ‘ଆମ ସ୍କୁଲ’ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ଉପଜିଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ, ବିଏମ୍‌ସି କମିଶନର୍‌ ଚକ୍ରବର୍ତ୍ତୀ ସିଂ ରାଠୋର, ଜିଲା ଶିକ୍ଷା ଅଧିକାରୀ ସନାତନ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ। ସ୍କୁଲର ଭିତ୍ତିଭୂମି ବିକାଶ ପାଇଁ ପୁରାତନ ଛାତ୍ର ଏବଂ ବିଭିନ୍ନ ସଂଗଠନ ତରଫରୁ ସହାୟତା ଗ୍ରହଣ କରିବା ପାଇଁ ଏହି ଯୋଜନା କାର୍ଯ୍ୟକାରୀ ହେଉଛି। ଏହି କ୍ରମରେ ସହରର ୯୨ ସ୍କୁଲକୁ ୬ଟି କ୍ଲଷ୍ଟର୍‌ରେ ଭାଗ କରାଯାଇଛି। ସୁବୁଦ୍ଧିଦେବୀ କ୍ଲଷ୍ଟର୍‌ରେ ୧୩ ସ୍କୁଲ ରହିଥିବା ବେଳେ ଚାଚା ନେହେରୁ କ୍ଲଷ୍ଟର୍‌ରେ ୧୭, କରଣସାହି କ୍ଲଷ୍ଟର୍‌ରେ ୧୫, ଆଙ୍କୁଲି କ୍ଲଷ୍ଟର୍‌ରେ ୧୭, ଉତ୍କଳମଣି କ୍ଲଷ୍ଟର୍‌ରେ ୧୫ ଏବଂ ଗୋଇଲୁଣ୍ଡି କ୍ଲଷ୍ଟର୍‌ରେ ୧୫ ସ୍କୁଲ ରହିଛି।

ନର୍ସଙ୍କ ଦ୍ୱାରା ପ୍ରସବ, ଡାକ୍ତର କଲେ ରେଫର୍‌

ପାତ୍ରପୁର, ୨୦ା୭(ଡ଼ିଏନ୍‌ଏ):ଗଞ୍ଜାମ ଜିଲା ପାତ୍ରପୁର ବ୍ଲକର ପାତ୍ରପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ବହୁ ଅବ୍ୟବସ୍ଥା ଦେଇ ଗତି କରୁଛି। ଦୀର୍ଘଦିନ ହେଲା ଏଠାରେ ଡାକ୍ତର ନ ଥିବାବେଳେ ବୁଧବାର ଏକ ଅଭାବନୀୟ ଘଟଣା ଘଟିଛି। ଆଶାକର୍ମୀ ଓ ନର୍ସ ମିଶି ପ୍ରସବ କରାଇଥିବାବେଳେ ଖାରିଆଗୁଡାରୁ ଡାକ୍ତର ପହଞ୍ଚତ୍ ତାଙ୍କୁ ବ୍ରହ୍ମପୁର ସ୍ଥାନାନ୍ତର କରିଥିଲେ। ପ୍ରକାଶ ଯେ, ବୁଧବାର ପାତ୍ରପୁର ସାଗର ବ୍ରାହ୍ମଣ ସାହିର ରୀନା ମହାପାତ୍ର (୩୨) ପ୍ରସବ ଯନ୍ତ୍ରଣା ହେବାରୁ ପାତ୍ରପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ହେଲେ ଡାକ୍ତର ନ ଥିବାରୁ ତାଙ୍କୁ ଜଣେ ନର୍ସ, ଆଶାକର୍ମୀ ପ୍ରମୁଖ ମିଶି ପ୍ରସବ କରାଇଥିଲେ। ମହିଳା ଜଣକ ଏକ କନ୍ୟାସନ୍ତାନ ଜନ୍ମ ଦେଇଥିଲେ। ପ୍ରସବ ପରେ ଖାରିଆଗୁଡ଼ା ଡ଼ାକ୍ତର ପହଞ୍ଚି ତାଙ୍କୁ ବ୍ରହ୍ମପୁର ସ୍ଥାନାନ୍ତର କରିଥିଲେ। ଏନେଇ ରୀନାଙ୍କ ସ୍ବାମୀ ସୁରେଶ ମହାପାତ୍ର ନର୍ସ ପ୍ରସବ କରାଇଥିବା ସ୍ବୀକାର କରିଥିଲେ। ମେଡ଼ିକାଲକୁ ତୁରନ୍ତ ଡ଼ାକ୍ତର ଯୋଗାଇବା ପାଇଁ ସାଧାରଣରେ ଦାବି ହୋଇଛି।

ପୁଅ ସମ୍ମୁଖରେ ବାପାଙ୍କୁ ଟାଙ୍ଗିଆରେ ହାଣି ହତ୍ୟା

ଶଙ୍କରାଖୋଲା,୨୦ା୭(ଡି.ଏନ୍‌.ଏ.):କନ୍ଧମାଳ ଜିଲା ଚଳାପାଦ ଥାନା ଚାହାଳି ପଞ୍ଚାୟତ ବନ୍ଦରସାହି ଲିଆଗଡ଼ ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ମଙ୍ଗଳବାର ରାତିରେ ଚୋରି ହୋଇଥିବା ଟ୍ରାକ୍ଟରର ବ୍ୟାଟେରୀ ଓ ଡିଜେଲ ମାଗିବାକୁ କେନ୍ଦ୍ରକରି ପୁଅ ଆଗରେ ବାପାକୁ ହତ୍ୟା କରାଯାଇଛି। ମୃତ ବ୍ୟକ୍ତି ହେଲେ ଭଞ୍ଜନଗର ତାରସିଂ ଥାନା ସୀତାରାମପୁର ଗ୍ରାମର ରଙ୍କନିଧି ପ୍ରଧାନ। ଚକାପଦା ଥାନାଧିକାରୀ ହରିବନ୍ଧୁ ପରିଡ଼ାଙ୍କ ସୂଚନା ପ୍ରକାରେ, ସୀତାରାମପୁର ଗ୍ରାମର ରଙ୍କନିଧିଙ୍କର ଏକ ଟ୍ରାକ୍ଟର ଥିଲା। ସେ ପୁଅ ଦୀପକ ସହ ପ୍ରାୟ ୧୨ବର୍ଷ ହେଲା ଚକାପାଦ ଆସି ବିଭିନ୍ନ ଚାଷୀଙ୍କ ଜମିରେ ହଳ କରୁଥିଲେ। ଚଳିତବର୍ଷ ଜୁଲାଇ ୧ ତାରିଖରୁ ସେ ଏହି ଅଞ୍ଚଳକୁ ହଳ କରିବାକୁ ଆସିଥିଲେ। ଗତ ୧୨ ତାରିଖରେ ବନ୍ଦରସାହି ଲିଆଗଡ ଗ୍ରାମର ଜଣକ ଘରେ ଟ୍ରାକ୍ଟର ରଖି ବାପା ଓ ପୁଅ ନିଜ ଗ୍ରାମକୁ ଫେରିଥିଲେ।

ବସ୍‌ ମାଡିଯାଇ ଜଣେ ଗୁରୁତର

ହିଞ୍ଜିଳିକାଟୁ, ୧୯।୭(ଡ଼ି.ଏନ୍‌.ଏ)- ହିଞ୍ଜିଳିକାଟୁ ଅସ୍ଥାୟୀ ବସ୍‌ଷ୍ଟପ ନିକଟରେ ଗୁରୁବାର ଅପରାହ୍ନରେ ଏକ ଘରୋଇ ବସ୍‌ ମାଡିଯିବାରୁ ଜଣେ ଗୁରୁତର ହୋଇଛନ୍ତି। ସେ ହେଲେ ଧରାକୋଟ ଗ୍ରାମର ସନ୍ତୋଷ ଗୌଡ। ସନ୍ତୋଷ ତାଙ୍କ ଝିଅଙ୍କୁ ହିଞ୍ଜିଳିକାଟୁ କଲେଜରେ ସ୍ପଟ ଆଡ଼ମିଶନ କରିବା ପାଇଁ ଆସିଥିଲେ। କଲେଜ କାମ ସାରି ହିଞ୍ଜିଳିକାଟୁ ଅସ୍ଥାୟୀ ବସ୍‌ଷ୍ଟପରେ ଅପେକ୍ଷା କରିଥିଲେ। ଧରାକୋଟ ଯିବାକୁ ଏକ ଘରୋଇ ବସରେ ଚଢୁଥିବାବେଳେ ଖସିପଡିବାରୁ ବସ୍‌ ଚକା ୨ ଗୋଡ ଉପରେ ମାଡି ଯାଇଥିଲା। ତାଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି ହିଞ୍ଜିଳିକାଟୁ ଗୋଷ୍ଠୀ ସ୍ବାସ୍ଥ୍ୟରେ ଭର୍ତ୍ତି କରିଥିଲେ। ସେଠାରୁ ଗୁରୁତର ଅବସ୍ଥାରେ ତାଙ୍କୁ ବ୍ରହ୍ମପୁର ବଡ଼ ଡ଼ାକ୍ତରଖାନା ସ୍ଥାନାନ୍ତର କରାଯାଇଛି। ହିଞ୍ଜିଳି ପୋଲିସ ବସକୁ ଜବତ କରି ଘଟଣାର ତଦନ୍ତ ଚଳାଇଥିବାବେଳେ ବସ୍‌ ଡ୍ରାଇଭର ଫେରାର ହୋଇଯାଇଛି।

ବଳାତ୍କାର ଅଭିଯୋଗରେ ଯୁବକ ଗିରଫ

ବଳାତ୍କାର ଅଭିଯୋଗରେ ଯୁବକ ଗିରଫ

ହିଞ୍ଜିଳିକାଟୁ, ୧୯।୭(ଡ଼ି.ଏନ୍‌.ଏ)- ଜଣେ ଅନୁସୂଚିତ ଜାତିର ନାବାଳିକାଙ୍କୁ ବଳାତ୍କାର ଅଭିଯୋଗରେ ଗୁରୁବାର ହିଞ୍ଜିଳି ପୋଲିସ ଜଣେ ଯୁବକଙ୍କୁ ଗିରଫ କରିଛି। ଗିରଫ ଯୁବକ ଜଣକ ବ୍ରହ୍ମପୁର ସଦର ଥାନା କାଉଖତ ଗ୍ରାମର ନିପୁ ବରଡ଼(୨୦)।

ଉଜ୍ଜଳ, ଉତ୍‌ଥାନ ସମୀକ୍ଷା କାର୍ଯ୍ୟକ୍ରମ ଅଧା ହେଲାଣି, ସମସ୍ତଙ୍କୁ ମିଳିନି ବହି

ଉଜ୍ଜଳ, ଉତ୍‌ଥାନ ସମୀକ୍ଷା କାର୍ଯ୍ୟକ୍ରମ ଅଧା ହେଲାଣି, ସମସ୍ତଙ୍କୁ ମିଳିନି ବହି

ଭଞ୍ଜନଗର,୧୯।୭(ଡି.ଏନ.ଏ.)-ଭଞ୍ଜନଗର ଓ ବେଲଗୁଣ୍ଠା ବ୍ଲକରେ ଚାଲିଥିବା ଉଜ୍ଜଳ ଓ ଉତ୍‌ଥାନ କାର୍ଯ୍ୟକ୍ରମର ସମୀକ୍ଷା କରାଯାଇଛି। ଗୁରୁବାର ସ୍ଥାନୀୟ ବିଇଓ ଅଫିସରେ ଭଞ୍ଜନଗର ବ୍ଲକ ସିଆରସିସିମାନଙ୍କୁ ନେଇ ଜିଲା ସଂଯୋଜକ ଏସ୍‌.କେ.ପଣ୍ଡା ସମୀକ୍ଷା କରିଥିଲେ। ଭାରପ୍ରାସ୍ତ ବିଇଓ ଭାସ୍କର ଲେଙ୍କା, ଏବିଇଓ ସୂର୍ଯ୍ୟ ନାୟକ ଉପସ୍ଥିତ ଥିଲେ।

ଚିନିଶିଳ୍ପ ପରିଚାଳନା ପରିଷଦର ବୈଠକ

ଚିନିଶିଳ୍ପ ପରିଚାଳନା ପରିଷଦର ବୈଠକ

ଆସିକା,୧୯।୭(ଡି.ଏନ୍‌.ଏ.): ଆସିକା ସମବାୟ ଚିନିଶିଳ୍ପ ପରିଚାଳନା ପରିଷଦର ବୈଠକ ସଭାଗୃହରେ ଗୁରୁବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ଚିନିଶିଳ୍ପର ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା ହୋଇଥିଲା।

ସାପ କାମୁଡ଼ାରେ ୨ ଯୁବକଙ୍କ  ମୃତ୍ୟୁ

ସାପ କାମୁଡ଼ାରେ ୨ ଯୁବକଙ୍କ ମୃତ୍ୟୁ

ପାତ୍ରପୁର(ଡି.ଏନ୍‌.ଏ.)/କବିସୂର୍ଯ୍ୟନଗର,୧୯।୭- ଗଞ୍ଜାମ ଜିଲାର ପାତ୍ରପୁର ଓ କବିସୂର୍ଯ୍ୟନଗର ଥାନା ଅଞ୍ଚଳରେ ସାପ କାମୁଡ଼ାରେ ୨ ଯୁବକଙ୍କ ମୃତ୍ୟୁ ଘଟିଛି। ବୁଧବାର ରାତିରେ ଏହି ଅଘଟଣ ଘଟିଛି। ମୃତକମାନେ ହେଲେ ପାତ୍ରପୁର ଥାନା ମହାଦେଇପୁର ଗ୍ରାମର ଇନ୍ଦ୍ରମଣି ସେଠୀ ଓ କବିସୂର୍ଯ୍ୟନଗର ଥାନା ଓସିଙ୍ଗି ଗ୍ରାମର ସୁରଜ ରାଉତ। ଇନ୍ଦ୍ରମଣି ଘରେ ଶୋଇଥିବା ବେଳେ ସାପ କାମୁଡ଼ି ଦେଇଥିଲା।

୨୯୫ ଲିଟର ମଦ ଜବତ, ୭ ମହିଳା ଗିରଫ

୨୯୫ ଲିଟର ମଦ ଜବତ, ୭ ମହିଳା ଗିରଫ

ଦାରିଙ୍ଗବାଡ଼ି,୧୯।୭(ଡି.ଏନ୍‌.ଏ.): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ପୋଲିସ ପକ୍ଷରୁ ଗୁରୁବାର ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇ ୨୯୫ ଲିଟର ଦେଶୀ ମଦ ଜବତ କରାଛି। ବିପୁଳ ପରିମାଣର ମହୁଲ ପୋଚ୍‌କୁ ଘଟଣା ସ୍ଥଳରେ ନଷ୍ଟ କରାଯାଇଛି।

ରାଜ୍ୟରେ ଖୋଲିବ ୬୪ ଇ-ମଣ୍ଡି: ସୂର୍ଯ୍ୟ ନାରାୟଣ ପାତ୍ର

ରାଜ୍ୟରେ ଖୋଲିବ ୬୪ ଇ-ମଣ୍ଡି: ସୂର୍ଯ୍ୟ ନାରାୟଣ ପାତ୍ର

ବ୍ରହ୍ମପୁର ଅଫିସ,୧୯।୭: ବ୍ରହ୍ମପୁର ଉମା ଚରଣ ପଟ୍ଟନାୟକ ଇଞ୍ଜିନିୟରିଂ ସ୍କୁଲରେ କୃଷି ଉତ୍ପାଦନ ବୃଦ୍ଧି ପାଇଁ ଅତ୍ୟାଧୁନିକ ଜ୍ଞାନକୌଶଳର ବ୍ୟବହାର ସମ୍ପର୍କରେ ସର୍ବ ଭାରତୀୟ ଆଲୋଚନା ଚକ୍ର ଗୁରୁବାର ଆୟୋଜିତ ହୋଇଯାଇଛି।

ଅଙ୍ଗନଓ୍ବାଡି କେନ୍ଦ୍ରକୁ ରାସ୍ତା ନାହିଁ: ଜଙ୍ଗଲ ବୁଦାରେ ଯାତାୟାତ କରୁଛନ୍ତି ଶିଶୁ

ଅଙ୍ଗନଓ୍ବାଡି କେନ୍ଦ୍ରକୁ ରାସ୍ତା ନାହିଁ: ଜଙ୍ଗଲ ବୁଦାରେ ଯାତାୟାତ କରୁଛନ୍ତି ଶିଶୁ

ଦାରିଙ୍ଗବାଡ଼ି/ବ୍ରାହ୍ମଣୀଗାଁ,୧୯।୭(ଡି.ଏନ.ଏ.): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଦୁର୍ଗମ ଅଞ୍ଚଳ ବ୍ରାହ୍ମଣୀଗାଁର ୪ ନଂ. ଅଙ୍ଗନଓ୍ବାଡି କେନ୍ଦ୍ର ଅବ୍ୟବସ୍ଥା ମଧ୍ୟରେ ଗତି କରୁଛି। କେନ୍ଦ୍ରରେ ୬ ଶିଶୁକନ୍ୟା ରହିଥିବା ବେଳେ ୫ ପୁଅ ରହିଛନ୍ତି। ମାତ୍ର କେନ୍ଦ୍ରକୁ ଯିବାଆସିବା ପାଇଁ ରାସ୍ତା ନାହିଁ।

ବ୍ରହ୍ମପୁର ଶ୍ରମ ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା

ବ୍ରହ୍ମପୁର ଶ୍ରମ ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା

ବ୍ରହ୍ମପୁର ଅଫିସ,୧୯।୭: ବିଭିନ୍ନ ଦାବିନେଇ ବ୍ରହ୍ମପୁର ଫାର୍ମାସୁଟିକାଲ ଓ୍ବାର୍କର୍ସ ୟୁନିୟନ ପକ୍ଷରୁ ଗୁରୁବାର ଜିଲା ଶ୍ରମ ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦିଆଯାଇଛି। ଏଥିରେ ବହୁ କର୍ମଚାରୀ ଭାଗ ନେଇଥିଲେ।

Model This Week

ରୂପେଶ