ବ୍ରହ୍ମପୁର

ଧାନ ଅମଳ ମେଶିନରେ ହାତ କଟି ଚାଷୀ ଗୁରୁତର

ଧାନ ଅମଳ ମେଶିନରେ ହାତ କଟି ଚାଷୀ ଗୁରୁତର
ଦିଗପହଣ୍ଡି,୬।୧୨(ଡି.ଏନ.ଏ.)- ଦିଗପହଣ୍ଡି ବ୍ଲକ ଭୀମଦେବପୁର କୁଣିଆଗାଁରେ ଧାନ ଅମଳ ସମୟରେ ମେଶିନରେ ହାତ ପଶିଯିବାରୁ ଜଣେ ଚାଷୀ ଗୁରୁତର ଆହତ ହୋଇଛନ୍ତି। ସେ ହେଲେ ଭୁଷୁଣ୍ଡା ଗ୍ରାମର ଅଙ୍ଗଦ ଗୌଡ଼ (୪୧)। ବୁଧବାର ସକାଳ ପ୍ରାୟ ୭ଟାରେ ଅଙ୍ଗଦ କୁଣିଆଗାଁ ନିକଟ ଧାନ ଖଳାରେ ମେଶିନ ସହାୟତାରେ ଧାନ ଅମଳ କରୁଥିଲେ। ଅସାବଧାନତା କାରଣରୁ ତାଙ୍କ ଡ଼ାହାଣ ହାତ ପାପୁଲି ମେଶିନରେ ପଶି ଯାଇଥିଲା। ଗୁରୁତର ଅବସ୍ଥାରେ ତାଙ୍କୁ ଚିକିତ୍ସା ନିମନ୍ତେ ଦିଗପହଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ଅବସ୍ଥା ଗୁରୁତର ଥିବାରୁ ଅଙ୍ଗଦଙ୍କୁ ଅଧିକ ଚିକିତ୍ସା ପାଇଁ ବ୍ରହ୍ମପୁର ବଡ଼ ଡ଼ାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି।
All Right Reserved By

ବ୍ରହ୍ମପୁର

ବ୍ଲକ ଅଧ୍ୟକ୍ଷାଙ୍କ ଦୁର୍ବ୍ୟବହାର ପ୍ରତିବାଦରେ କର୍ମଚାରୀଙ୍କ ଆନ୍ଦୋଳନ

ବ୍ଲକ ଅଧ୍ୟକ୍ଷାଙ୍କ ଦୁର୍ବ୍ୟବହାର ପ୍ରତିବାଦରେ କର୍ମଚାରୀଙ୍କ ଆନ୍ଦୋଳନ

ଜି.ଉଦୟଗିରି, ୧୬।୧୦(ଡି.ଏନ୍‌.ଏ.): ଜି.ଉଦୟଗିରି ବିଡିଓଙ୍କ ସମେତ କର୍ମଚାରୀମାନେ ମଙ୍ଗଳବାର ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଛନ୍ତି। ବ୍ଲକ ଅଧ୍ୟକ୍ଷା ଦୀପ୍ତି ରେଖା ପ୍ରଧାନ ତାଙ୍କ ସ୍ବାମୀ ଓ ସମର୍ଥକଙ୍କ ସହ ସୋମବାର ବ୍ଲକ କାର୍ଯ୍ୟାଳୟରେ ବିଡିଓଙ୍କୁ ଗାଳିଗୁଲଜ କରିବା ସହ କର୍ମଚାରୀଙ୍କୁ ଦୁର୍ବ୍ୟବହାର କରିବା ପ୍ରତିବାଦରେ ଏହି ଧାରଣା ଦିଆଯାଇଛି। 

ବାତ୍ୟା ଓ ବନ୍ୟା କ୍ଷୟକ୍ଷତି ଆକଳନ ପାଇଁ ତାଲିମ

ବାତ୍ୟା ଓ ବନ୍ୟା କ୍ଷୟକ୍ଷତି ଆକଳନ ପାଇଁ ତାଲିମ

ଶେରଗଡ, ୧୬।୧୦(ଡି.ଏନ.ଏ.): ଶେରଗଡ ବ୍ଲକର ତିନି ପଞ୍ଚାୟତରେ ତିତ୍‌ଲି ବାତ୍ୟା ଓ ତା’ ପରେ ଆସିଥିବା ବନ୍ୟା କ୍ଷୟକ୍ଷତିର ଆକଳନ କରିବା ପାଇଁ ମଙ୍ଗଳବାର ଏକ ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। 

ଜୁଆ ଆଡ୍ଡା ଉପରେ ଚଢ଼ାଉ: ୫ ଗିରଫ

ଜୁଆ ଆଡ୍ଡା ଉପରେ ଚଢ଼ାଉ: ୫ ଗିରଫ

ଦିଗପହଣ୍ଡି, ୧୬।୧୦(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଦିଗପହଣ୍ଡି ପୋଲିସ ବଡ଼ଡ଼ୁମ୍ବୁଳା ଗ୍ରାମରେ ସୋମବାର ରାତିରେ ଚଢ଼ାଉ କରି ୫ ଜୁଆଡ଼ିଙ୍କୁ ଗିରଫ କରିଛି। ସେମାନଙ୍କ ନିକଟରୁ ୩,୫୦୦ ଟଙ୍କା, ତାସ୍‌ ମୁଠା ଓ ଜରିପାଲ ଜବତ କରାଯାଇଛି। 

ଦୁର୍ଗମ ଅଞ୍ଚଳରେ ଅଗ୍ନିଶମ ବାହିନୀର ଜନସେବା :ଖଟିଆରେ ପ୍ରସୂତୀଙ୍କୁ ଧରି ୨ କି.ମି. ଚାଲିଲେ

ଦୁର୍ଗମ ଅଞ୍ଚଳରେ ଅଗ୍ନିଶମ ବାହିନୀର ଜନସେବା :ଖଟିଆରେ ପ୍ରସୂତୀଙ୍କୁ ଧରି ୨ କି.ମି. ଚାଲିଲେ

ବ୍ରହ୍ମ୍ମପୁର ଅଫିସ,୧୬ା୧୦-ଗଞ୍ଜାମ ଜିଲା ପାତ୍ରପୁର ବ୍ଲକ ଦୁର୍ଗମ ଅଞ୍ଚଳଭାବେ ପରିଚିତ ବୁରୁତାଲ ପଞ୍ଚାୟତ କମଳଖାତ ଗଁାରେ ଅଗ୍ନିଶମ କର୍ମଚାରୀମାନେ ସୋମବାର ପହଞ୍ଚି  ସେବା ଯୋଗାଇଥିବା ଦେଖିବାକୁ ମିଳିଛି ା

କଳିଙ୍ଗା ଘାଟିରେ ଦୁର୍ଘଟଣା: ଜଣଙ୍କ ମୃତଦେହ ଉଦ୍ଧାର

କଳିଙ୍ଗା ଘାଟିରେ ଦୁର୍ଘଟଣା: ଜଣଙ୍କ ମୃତଦେହ ଉଦ୍ଧାର

ଜି.ଉଦୟଗିରି,୧୬ା୧୦(ଡି.ଏନ.ଏ.)-କନ୍ଧମାଳ ଜିଲା କଳିଙ୍ଗା ଘାଟିରେ ସୋମବାର ଅପରାହ୍ନ ୨ଟାରେ ଏକ ଲୁହାଖୁଣ୍ଟ ବୋଝେଇ ଟ୍ରକ ଘାଟିରୁ ୧୦୦ ଫୁଟ ତଳକୁ ଖସି ଦୁର୍ଘଟଣାଗ୍ରସ୍ତ ହୋଇଛି।

ବନ୍ୟାରେ ଭିଜିଥିବା ଜିନିଷ କିଣିବାକୁ ଭିଡ଼

ବନ୍ୟାରେ ଭିଜିଥିବା ଜିନିଷ କିଣିବାକୁ ଭିଡ଼

ଆସିକା,୧୬ା୧୦(ଡି.ଏନ୍‌.ଏ)-ଆସିକା ସହରର କଳିଙ୍ଗା ରୋଡ, ଲକ୍ଷ୍ମୀ ବଜାର, ବିନାୟକ ବଜାର ଆଦି ଅଞ୍ଚଳରେ ଥିବା ଦୋକାନଗୁଡ଼ିକରେ ପ୍ରାୟ ୧୦ ଫୁଟ ଉଚ୍ଚରେ ବନ୍ୟାଜଳ ଜମି ରହିଥିଲା। 

୧୭ରେ ମିନି ମାରାଥନ

୧୭ରେ ମିନି ମାରାଥନ

ଛତ୍ରପୁର,୧୬ା୧୦(ଡି.ଏନ.ଏ)-
ଗଞ୍ଜାମ ପୋଲିସ ଜିଲା ପକ୍ଷରୁ ୨୧ ତାରିଖରେ ପୋଲିସ ଶହୀଦ ଦିବସକୁ ସ୍ବତନ୍ତ୍ର ଭାବେ ପାଳନ କରାଯିବ। ଉକ୍ତ ଦିନ ଜିଲାର ୩ ଶହୀଦଙ୍କ ସ୍ମୃତିଚାରଣ ସହ ସମ୍ମାନ ଜଣାଇବା ବ୍ୟବସ୍ଥା କରାଯାଇଛି।

ଆସିକା ଗଲେ ଆଇଟିଆଇର ୨୦ ଜଣିଆ ଟିମ୍‌

ଆସିକା ଗଲେ ଆଇଟିଆଇର ୨୦ ଜଣିଆ ଟିମ୍‌

ବ୍ରହ୍ମପୁର ଅଫିସ, ୧୬ା୧୦-ତିତ୍‌ଲି ପରବର୍ତ୍ତୀ ବାନ୍ୟାରେ କ୍ଷତିଗ୍ରସ୍ତ ହୋଇଥିବା ଆସିକା ଅଞ୍ଚଳକୁ ବ୍ରହ୍ମୁପୁର ଆଇଟିଆଇର ଏକ ୨୦ ଜଣିଆ ଟିମ୍‌ ସୋମବାର ଗସ୍ତ କରିଛନ୍ତି ା ଗଞ୍ଜାମ ଆଇଟିଆଇର ଇଲେକ୍ଟ୍ରିକାଲ, ପ୍ଲମ୍ବର, ଆଟୋମୋବାଇଲ ଟ୍ରେଡର ଛାତ୍ର ଓ ଶିକ୍ଷକଙ୍କୁ ନେଇ ଗଠିତ ଏହି ଟିମ୍‌ ଆସିକା ଏନ୍‌ଏସି ଅଞ୍ଚଳରେ ପହଞ୍ଚିଥିଲେ ା 

୫ ଦଫା ଦାବି ନେଇ ସ୍ବାସ୍ଥ୍ୟମନ୍ତ୍ରୀଙ୍କୁ ସ୍ମାରକପତ୍ର

୫ ଦଫା ଦାବି ନେଇ ସ୍ବାସ୍ଥ୍ୟମନ୍ତ୍ରୀଙ୍କୁ ସ୍ମାରକପତ୍ର

ବ୍ରହ୍ମପୁର ଅଫିସ,୧୬ା୧୦-ବ୍ରହ୍ମପୁରସ୍ଥିତ ଜିଲା ମୁଖ୍ୟ ଚିକିତ୍ସାଧାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ସୋମବାର ମାନବ ଅଧିକାର ସୁରକ୍ଷା  ମଞ୍ଚ ପକ୍ଷରୁ ୬୪ ତମ ଘଣ୍ଟ ଯାତ୍ରା ଅନୁଷ୍ଠିତ ହୋଇଯାଇଛି ା 

ସିପିଆଇ (ଏମ-ଏଲ) ରେଡଷ୍ଟାର ଶୋଭାଯାତ୍ରା, ବିକ୍ଷୋଭ

ସିପିଆଇ (ଏମ-ଏଲ) ରେଡଷ୍ଟାର ଶୋଭାଯାତ୍ରା, ବିକ୍ଷୋଭ

ବ୍ରହ୍ମପୁର ଅଫିସ,୧୬ା୧୦-
ବାମପନ୍ଥୀ ଦଳ ସିପିଆଇ (ଏମ-ଏଲ) ରେଡଷ୍ଟାର ଗଞ୍ଜାମ ଜିଲା କମିଟି ଓ ଆଦିବାସୀ ଭାରତ ମହାସଭା  ମିଳିତ ଆନୁକୂଲ୍ୟରେ ସୋମବାର ବ୍ରହ୍ମପୁରରେ ଶୋଭାଯାତ୍ରା ସହ ଦକ୍ଷିଣାଞ୍ଚଳ ଆରଡିସିଙ୍କ ଅଫିସ ଆଗରେ ବିକ୍ଷୋଭ କରାଯାଇଥିଲା । 

ବିଦ୍ୟୁତ ସଂସ୍ପର୍ଶରେ ଆସି କଲେଜ ଛାତ୍ର ମୃତ

ବିଦ୍ୟୁତ ସଂସ୍ପର୍ଶରେ ଆସି କଲେଜ ଛାତ୍ର ମୃତ

କବିସୂର୍ଯ୍ୟନଗର,୧୫ା୧୦-କବିସୂର୍ଯ୍ୟନଗର ଥାନା ବୋଲସର ଗ୍ରାମର ଜଣେ ଛାତ୍ରଙ୍କ ଅସାବଧାନତାରୁ ବିଦ୍ୟୁତ ସଂସ୍ପର୍ଶରେ ଆସି ମୃତ୍ୟୁ ଘଟିଛି। ସେ ହେଲେ ସଦାଶିବ ସେଠୀ (୧୮)।

ଧୋଇଗଲା ପୋଲ, ୧୫ ଗ୍ରାମବାସୀ ହଇରାଣ

ଧୋଇଗଲା ପୋଲ, ୧୫ ଗ୍ରାମବାସୀ ହଇରାଣ

ଖଜୁରିପଡ଼ା,୧୫।୧୦(ଡି.ଏନ୍‌.ଏ): ଖଜୁରିପଡ଼ା ବ୍ଲକ ବଲସକୁମ୍ପା ପଞ୍ଚାୟତର ବଲସକୁମ୍ପାଠାରୁ ଆର୍‌ ନୂଆଗାଁ ପଞ୍ଚାୟତକୁ ସଂଯୋଗ ହୋଇଥିବା ପ୍ରଧାନମନ୍ତ୍ରୀ ସଡ଼କର ଗାରଡ଼ାପାଜୁ ଓ ଛନ୍ଦୁପଦର ମଝିରେ ଥିବା ପିଲାସାଲୁଙ୍କି ଡ୍ୟାମ ନାଳର ପୋଲ ତିତଲି ପ୍ରଭାବ ହୋଇଥିବା ବର୍ଷାରେ ଧୋଇଯାଇଛି।