ସମ୍ବଲପୁର

ପିତାମହଲ ଗଣବଳାତ୍କାର ମାମଲା: ୫ ଦୋଷୀଙ୍କୁ ୨୦ ବର୍ଷ ଲେଖାଏଁ ଜେଲ

ପିତାମହଲ ଗଣବଳାତ୍କାର ମାମଲା: ୫ ଦୋଷୀଙ୍କୁ ୨୦ ବର୍ଷ ଲେଖାଏଁ ଜେଲ
ରାଉରକେଲା ଅଫିସ,୬।୧୨-ବହୁଚର୍ଚ୍ଚିତ ପିତାମହଲ ଗଣବଳାତ୍କାର ମାମଲାର ରାୟ ମଙ୍ଗଳବାର ପ୍ରକାଶ ପାଇଛି। ରାଉରକେଲା ପ୍ରଥମ ଶ୍ରେଣୀ ଅତିରିକ୍ତ ଜିଲା ଓ ଦୌରା ଜଜ୍‌ ଶ୍ରୀନିବାସ ପ୍ରତିହାରୀ ୫ ଜଣ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ସେମାନେ ହେଲେ ବଲଣ୍ଡାର କାଳିଆ ଓରାମ, ସୁରେଶ ଡୁଙ୍ଗଡୁଙ୍ଗ, ପ୍ରକାଶ ଲାକ୍ରା, ସନ୍ତୋଷ ସେଠ୍‌ ଓ ବିରଞ୍ଚି ମାଝି। ସମସ୍ତଙ୍କୁ ୨୦ ବର୍ଷ ଲେଖାଏଁ ଜେଲ ଦଣ୍ଡରେ କୋର୍ଟ ଦଣ୍ଡିତ କରିଛନ୍ତି। ଏଥିସହ ୨୦ ହଜାର ଟଙ୍କା ଲେଖାଏଁ ଜରିମାନା ଦେବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏହି ଜରିମାନା ଅର୍ଥ ପୀଡ଼ିତାଙ୍କୁ ପ୍ରଦାନ କରାଯିବ ବୋଲି ବିଚାରପତି ରାୟରେ ଉଲ୍ଲେଖ କରିଛନ୍ତି। ମାମଲାର ବିବରଣୀ ଅନୁଯାୟୀ, ୨୦୧୬ ନଭେମ୍ବର ୧୬ ଅପରାହ୍ନରେ ବୀରମିତ୍ରପୁର ଧାଙ୍ଗିଡ଼ିନଚା ଗ୍ରାମର ଏକ ଦମ୍ପତି ପିତାମହଲ ଡ୍ୟାମ୍‌ ବୁଲିବାକୁ ଯାଇଥିଲେ। ଏହି ଡ୍ୟାମ୍‌ ନିକଟରେ ତଟକା ମାଛ ବିକ୍ରି ହେଉଥିବାରୁ ଦମ୍ପତି ମାଛ କିଣିବାକୁ ଇଚ୍ଛା ପ୍ରକାଶ କରିଥିଲେ। ଏହି ସମୟରେ ଅଭିଯୁକ୍ତମାନେ ସେଠାରେ ବସିଥିଲେ। କେଉଁଠି ଭଲ ମାଛ ମିଳିବ ବୋଲି ଦମ୍ପତି ସେମାନଙ୍କୁ ପଚାରିଥିଲେ। ହେଲେ ଅଭିଯୁକ୍ତମାନେ ଦମ୍ପତିଙ୍କୁ ଏକ ଭୁଲ ରାସ୍ତା ଦେଖାଇଥିଲେ। କିଛିବାଟ ଯିବା ପରେ ରାସ୍ତାଟି ନିଛାଟିଆ ହୋଇଯାଇଥିଲା। ସେତେବେଳକୁ ସା ମଧ୍ୟ ହୋଇଆସୁଥିଲା। ଏହି ପରିସ୍ଥିତିର ଫାଇଦା ନେଇ ଅଭିଯୁକ୍ତମାନେ ଦମ୍ପତିଙ୍କ ନିକଟକୁ ଯାଇ ମହିଳାଙ୍କୁ ବଳାତ୍କାର ଉଦ୍ୟମ କରିଥିଲେ। ମହିଳାଙ୍କ ସ୍ବାମୀ ସେମାନଙ୍କୁ ବିରୋଧ କରିଥିଲେ। ଅଭିଯୁକ୍ତମାନେ ତାଙ୍କୁ ଏକ ଗଛରେ ବାନ୍ଧିଦେଇ ଜଣକ ପରେ ଜଣେ ସମ୍ପୃକ୍ତା ମହିଳାଙ୍କୁ ବଳାତ୍କାର କରିଥିଲେ। ଏ ବିଷୟରେ କାହାକୁ କିଛି କହିଲେ ଜୀବନରୁ ମାରିଦେବେ ବୋଲି ଧମକ ଦେଇ ଅଭିଯୁକ୍ତମାନେ ସେଠାରୁ ପଳାଇଥିଲେ। ଏହା ସହ ଦମ୍ପତିଙ୍କ ପାଖରେ ଥିବା ୩ଟି ମୋବାଇଲ ଓ ୨ ହଜାର ଟଙ୍କା ଲୁଟି ନେଇଥିଲେ। ମହିଳା ଜଣକ ବହୁ କଷ୍ଟରେ ଉଠି ସ୍ବାମୀଙ୍କୁ ବନ୍ଧା ଯାଇଥିବା ଗଛରୁ ଖୋଲିଥିଲେ। ପରେ ଦୁହେଁ ଘରକୁ ଫେରିଥିଲେ। ପ୍ରଥମେ ସେମାନେ ଭୟ ଓ ଲୋକଲଜ୍ଜାରେ ଘଟଣା ସମ୍ପର୍କରେ କାହାକୁ କିଛି କହି ନ ଥିଲେ। ହେଲେ ଘଟଣା ପରଦିନ ଏହି ଦମ୍ପତି ସାହସ ଜୁଟାଇ ବ୍ରାହ୍ମଣୀତରଙ୍ଗ ଥାନାରେ ଅଭିଯୋଗ କରିଥିଲେ। ପୋଲିସ ଏକ ଗଣବଳାତ୍କାର ମାମଲା (ନଂ. ୨୧୦/୨୦୧୬) ରୁଜୁ କରି ତନାଘନା ଆରମ୍ଭ କରିଥିଲା। ଅଭିଯୁକ୍ତମାନଙ୍କ ସମ୍ପର୍କରେ ଖବର ନେଇ ପୋଲିସ ସେମାନଙ୍କୁ ତୁରନ୍ତ ଗିରଫ କରିଥିଲା। ଏହି ମାମଲାରେ ୯ ଜଣ ସାକ୍ଷୀଙ୍କ ବୟାନ ରେକର୍ଡ କରାଯାଇଥିଲା। ସେହିପରି ୪୫ଟି ଦସ୍ତାବିଜ କୋର୍ଟରେ ଦାଖଲ କରାଯାଇଥିଲା। ସରକାରୀ ଓକିଲଙ୍କ ବଳିଷ୍ଠ ଯୁକ୍ତି ଓ ପୋଲିସର ତଦନ୍ତ ଯୋଗୁ ଅଭିଯୁକ୍ତମାନଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇଥିଲା। ସରକାରଙ୍କ ପକ୍ଷରୁ ଅତିରିକ୍ତ ପି.ପି. ଅଜୟ କୁମାର ପ୍ରଧାନ ମାମଲା ପରିଚାଳନା କରୁଥିଲେ।
All Right Reserved By

ସମ୍ବଲପୁର

ସାନପୋଡାଗୁଡା ଦୁର୍ଗାପୂଜା ରୌପ୍ୟ ଜୟନ୍ତୀ, ଘୁମୁରା ପ୍ରତିଯୋଗୀତା ଅନୁଷ୍ଠିତ

ସାନପୋଡାଗୁଡା ଦୁର୍ଗାପୂଜା ରୌପ୍ୟ ଜୟନ୍ତୀ, ଘୁମୁରା ପ୍ରତିଯୋଗୀତା ଅନୁଷ୍ଠିତ

କୋକସରା,୧୬।୧୦(ଡି.ଏନ.ଏ.): କଳାହାଣ୍ଡି ଜିଲା କୋକସରା ବ୍ଲକ ସାନପୋଡାଗୁଡାଠାରେ ଦୁର୍ଗାପୂଜାର ୨୫ ବର୍ଷ ପୂର୍ତ୍ତି ଅବସରରେ ଦଶାବତାର ଦୁର୍ଗାପୂଜା ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ ପୂଜା କମିଟି ପକ୍ଷରୁ ଘୁମୁରା ପ୍ରତିଯୋଗୀତା ଅନୁଷ୍ଠିତ ହୋଇଯାଇଛି । ଦୁର୍ଗା ପୂଜା କମିଟି ସଭାପତି ହରେକୃଷ୍ଣ ନାଏକଙ୍କ ସଭାପତିତ୍ୱରେ ମୁଖ୍ୟଅତିଥି ଭାବେ କଳାହାଣ୍ଡି ଜିଲା ଭାଜପା ଉପସଭାପତି ବଦ୍ରୀନାରାୟଣ ପଟ୍ଟନାୟକ ଯୋଗଦେଇ ଘୁମୁରା ପ୍ରତିଯୋଗୀତା ଉଦ୍‌ଘାଟନ କରିଥିଲେ ।

ନଦୀବାଲିରୁ ନିଖୋଜ ବାଳକର ମୁଣ୍ଡ ଗଣ୍ଡି ଅଲଗା ମୃତଦେହ ଉଦ୍ଧାର: ବଳି ଚର୍ଚ୍ଚା ଜୋର ଧରିଲା

ନଦୀବାଲିରୁ ନିଖୋଜ ବାଳକର ମୁଣ୍ଡ ଗଣ୍ଡି ଅଲଗା ମୃତଦେହ ଉଦ୍ଧାର: ବଳି ଚର୍ଚ୍ଚା ଜୋର ଧରିଲା

ବଲାଙ୍ଗୀର ଅଫିସ/ବଙ୍ଗୋମୁଣ୍ଡା, ୧୬ା୧୦(ଡି.ଏନ୍‌.ଏ.): ତିନିଧରି ନିଖୋଜ ଥିବା ଜଣେ ୯ ବର୍ଷର ବାଳକଙ୍କ ମୁଣ୍ଡ ଗଣ୍ଡି ଅଲଗା ଥିବା ମୃତଦେହ ଉନ୍ଦେର ନଦୀ ବାଲିରେ ଅଧା ପୋତା ଅବସ୍ଥାରେ ମଙ୍ଗଳବାର ଉଦ୍ଧାର ହୋଇଛି ।  ଟିଟିଲାଗଡ ଏସଡିପିଓଙ୍କ ଉପସ୍ଥିତିରେ ସିନ୍ଧେକେଲା ପୋଲିସ ଟିମ୍‌ ଉକ୍ତ ମୃତଦେହକୁ ଉଦ୍ଧାର କଲାପରେ ବ୍ୟବଚ୍ଛେଦ ପାଇଁ ପଠାଇଛି ।

ପାଟଖଣ୍ଡା ଯାତରା : ତେଲନଦୀ ପଠା ହେଲା ରକ୍ତ ରଞ୍ଜିତ

ପାଟଖଣ୍ଡା ଯାତରା : ତେଲନଦୀ ପଠା ହେଲା ରକ୍ତ ରଞ୍ଜିତ

ରିଷିଡ଼ା,୧୬।୧୦(ଡି.ଏନ.ଏ.): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ପୌରକେଲାଠାରେ ସୋମବାର ପ୍ରସିଦ୍ଧ ପାଟଖଣ୍ଡା ଯାତରା ଅନୁଷ୍ଠିତ ହୋଇଯାଇଛି । ଏଥିରେ ୭ଟି ବୋଦା ଓ ଗରରା ବଳି ଦିଆଯାଇଛି ।

ମୋଟର ପମ୍ପ ଚୋରି ଅଭିଯୋଗ: ୩ ଯୁବକ ଗିରଫ

ମୋଟର ପମ୍ପ ଚୋରି ଅଭିଯୋଗ: ୩ ଯୁବକ ଗିରଫ

ବିଜେପୁର,୧୬।୧୦(ଡି.ଏନ.ଏ.): ବରଗଡ ଜିଲା ବିଜେପୁର ପୋଲିସ ମୋଟର ପମ୍ପ ଚୋରି ଅଭିଯୋଗରେ ୩ଜଣ ଯୁବକଙ୍କୁ ଗିରଫ କରି ମଙ୍ଗଳବାର ସୋହେଲା କୋର୍ଟଙ୍କୁ ଚାଲାଣ କରିଛି । 

ଗଛମୂଳରୁ ମୃତଦେହ ଉଦ୍ଧାର

ଗଛମୂଳରୁ ମୃତଦେହ ଉଦ୍ଧାର

ବରଗଡ଼ ଅଫିସ୍‌,୧୬।୧୦: ବରଗଡ଼ ସଦର ଥାନା ଅନ୍ତର୍ଗତ ଗୋବିନ୍ଦପୁରର ଏକ ରାଇସ ମିଲ ନିକଟ ଗଛମୂଳରୁ ମଙ୍ଗଳବାର ପୋଲିସ ଏକ ଗଳିତ ଶବ ଉଦ୍ଧାର କରିଛି । ମୃତଦେହଟି ପଚିଯାଇ ଥିବାବେଳେ ଏପର୍ଯ୍ୟନ୍ତ ପରିଚୟ ମିଳି ପାରି ନାହିଁ । 

ଗଳିତ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

ଗଳିତ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

ବରଗଡ଼ ଅଫିସ୍‌,୧୬।୧୦: ବରଗଡ଼ ସଦର ଥାନା ଅନ୍ତର୍ଗତ ଏସ.ଡୁମ୍ବେରପାଲି ନିକଟ ଏକ ବିଲରୁ ମଙ୍ଗଳବାର ସକାଳୁ ଜଣେ ଲୋକଙ୍କ କ୍ଷତାକ୍ତ ମୃତଦେହ ଉଦ୍ଧାର କରାଯାଇଛି ।

ପାଣିରେ ଭାସି ଜୀବନ ହାରିଲେ ଯୁବକ

ପାଣିରେ ଭାସି ଜୀବନ ହାରିଲେ ଯୁବକ

ବରଗଡ଼ ଅଫିସ୍‌,୧୬।୧୦: ବରଗଡ଼ ସହରର ଘରୋଇ ବସଷ୍ଟାଣ୍ଡ କଡରେ ବହି ଯାଇଥିବା କେନାଲ ପାଣିରେ ଭାସି ଯାଇ ମଙ୍ଗଳବାର ସକାଳେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି ।

କାନଭାସରେ ମା’ ଦୁର୍ଗାଙ୍କ ଛବି

କାନଭାସରେ ମା’ ଦୁର୍ଗାଙ୍କ ଛବି

ସମ୍ବଲପୁର, ୧୬।୧୦ (ବ୍ୟୁରୋ): ଗୋବିନ୍ଦତୋଲା ପୂଜା ମଣ୍ଡପ ପରିସରରେ କାନଭାସରେ ମା’ ଦଶଭୁଜାଙ୍କ ଚିତ୍ର ଦେଖିବାକୁ ମିଳିଛି। 

ପୂର୍ବ ଶତ୍ରୁତାରୁ ଯୁବକଙ୍କୁ ଗୁଳିମାଡ଼

ପୂର୍ବ ଶତ୍ରୁତାରୁ ଯୁବକଙ୍କୁ ଗୁଳିମାଡ଼

ସମ୍ବଲପୁର,୧୬।୧୦(ବ୍ୟୁରୋ): ସମ୍ବଲପୁର ସହର ଅଇଁଠାପାଲି ଥାନା ଅନ୍ତର୍ଗତ ଫାଟକ ଡେଲି ମାର୍କେଟରେ ସୋମବାର ସକାଳ ସାଢ଼େ ୭ଟାରେ ଜଣେ ଯୁବକଙ୍କୁ ଗୁଳିମାଡ଼ ହୋଇଛି।

୨୦ ହଜାର ହେକ୍ଟର ଜମିରେ ମରୁଡ଼ି

୨୦ ହଜାର ହେକ୍ଟର ଜମିରେ ମରୁଡ଼ି

ଝାରସୁଗୁଡ଼ା ଅଫିସ,୧୬।୧୦: ଜିଲାରେ ମରୁଡ଼ି ସ୍ଥିତି ଗମ୍ଭୀର। ଢିପ ଜମିରେ ହୋଇଥିବା ଧାନ ଫସଲ ମରୁଡ଼ି ସମ୍ମୁଖୀନ ହୋଇଥିବା ବେଳେ ବର୍ତ୍ତମାନ ଖାଲୁଆ ଜମି ମଧ୍ୟ ମରୁଡ଼ି ଆଶଙ୍କା ଦେଖାଦେଲାଣି। 

୨୫ ଏକର ଧାନଚାଷ ନଷ୍ଟ

୨୫ ଏକର ଧାନଚାଷ ନଷ୍ଟ

ଦେଓଗାଁ,୧୬।୧୦(ଡି.ଏନ୍‌.ଏ.): ବଲାଙ୍ଗୀର ଜିଲା ଦେଓଗାଁ ବ୍ଲକ ଉପରଝର ପଞ୍ଚାୟତ ଅଧୀନ ନୂଆଁପାଲିର ଜନୈକ ଚାଷୀଙ୍କ ୨୫ ଏକର ଧାନ ତିତ୍‌ଲି ପ୍ରଭାବରେ ତଳେ ପଡି ନଷ୍ଟ ହୋଇଯାଇଥିବା ଅଭିଯୋଗ ହୋଇଛି। 

ତିତ୍‌ଲି  ପ୍ରଭାବରେ ଆଖୁଚାଷ କ୍ଷତିଗ୍ରସ୍ତ

ତିତ୍‌ଲି ପ୍ରଭାବରେ ଆଖୁଚାଷ କ୍ଷତିଗ୍ରସ୍ତ

ଗୁଡ଼ଭେଲା,୧୬।୧୦(ଡି.ଏନ୍‌.ଏ.): ତିତଲି ପ୍ରଭାବରେ ଗୁଡ଼ଭେଲା ବ୍ଳକରେ କ୍ଷୟକ୍ଷତି ହୋଇଥିବା ଅଭିଯୋଗ ହୋଇଛି।