ସମ୍ପାଦକୀୟ |

ସମୂହ ଆତ୍ମହତ୍ୟା

ସମୂହ ଆତ୍ମହତ୍ୟା
ଅରୁଣ କୁମାର ପଣ୍ଡା ସମ୍ବଲପୁର ରୋଡ ଏବଂ ସରଲା ରେଳଷ୍ଟେଶନର ମଧ୍ୟବର୍ତ୍ତୀ ସ୍ଥାନରେ ଗତ ନଭେମ୍ବର ୭ ତାରିଖ ରାତିରେ ଚଳନ୍ତା ଟ୍ରେନ ଆଗକୁ ଡେଇଁପଡି ଗୋଟିଏ ପରିବାରର ପାଞ୍ଚଜଣ ସଦସ୍ୟ ଆତ୍ମହତ୍ୟା କରିଥିବା ଘଟଣା ଚାଞ୍ଚଲ୍ୟ ସୃଷ୍ଟି କରିଥିଲା। କୁହାଯାଏ ଅଭାବ ଓ ଅନଟନ କାରଣରୁ ଜଣେ ସଙ୍ଗୀତ ଶିକ୍ଷକ ସମ୍ବଲପୁର ସହରର ଜଗନ୍ନାଥ କଲୋନୀ ବାସିନ୍ଦା ଧରଣୀଧର ପଣ୍ଡା(୫୦), ତାଙ୍କ ପତ୍ନୀ ସଙ୍ଗୀତା ପଣ୍ଡା (୪୫), ତିନି ଝିଅ ଯୁକ୍ତ୨ରେ ପଢୁଥିବା ଅପରାଜିତା, ଦଶମ ଶ୍ରେଣୀରେ ପଢୁଥିବା ମଝିଆଁ ଝିଅ ଅନନ୍ୟା ଏବଂ ତିନିବର୍ଷର ସାନଝିଅ ସିଦ୍ଧି ରେଳଧାରଣାରେ ଆତ୍ମହତ୍ୟା କରିଥିଲେ। ଧରଣୀଧର ସହରର ମଦନାବତୀ ପବ୍ଲିକ୍‌ ସ୍କୁଲରେ ସଙ୍ଗୀତ ଶିକ୍ଷକ ଥିଲେ ଏବଂ ଦୁଇଝିଅ ମଧ୍ୟ ପବ୍ଲିକ୍‌ ସ୍କୁଲରେ ପଢୁଥିଲେ। ଆତ୍ମହତ୍ୟା କରିବା ଦିନତମାମ ଏମାନଙ୍କର ଜୀବନଯାତ୍ରା ସ୍ବାଭାବିକ ଥିଲା। ହଠାତ୍‌ ରାତିରେ ଏଭଳି ସାମୂହିକ ଆତ୍ମହତ୍ୟାର କାରଣ ଠିକ୍‌ ଭାବରେ ଜଣା ନ ପଡିଥିଲେ ବି ସୀମିତ ଆୟରେ ଏତେବଡ ପରିବାରକୁ ଚଳାଇବା ତାଙ୍କ ପାଇଁ କଷ୍ଟକର ଥିଲା ଏବଂ ସେ ଋଣ ଭାବରେ ବୁଡିଥିବା କାରଣରୁ ପରିବାର ସହ ସାମୂହିକ ଆତ୍ମହତ୍ୟା ପାଇଁ କଠୋର ନିଷ୍ପତ୍ତି ନେଇ ଏଭଳି କରିଥିବା ଅନୁମାନ କରାଯାଉଛି। ଏମାନେ ବରଗଡ ଜିଲାର ମୂଳନିବାସୀ ଏବଂ ଜଣକ ପରେ ଜଣେ ଏଭଳି ପାଞ୍ଚଜଣ ଚାଷୀ ଆତ୍ମହତ୍ୟା ନେଇ ସମଗ୍ର ଦେଶରେ ବରଗଡ ଚର୍ଚ୍ଚାର ବିଷୟ ହୋଇଛି। କେବଳ ଓଡିଶାରେ ନୁହେଁ ସମଗ୍ର ଦେଶରେ ବିଭିନ୍ନ କାରଣରୁ ସମୂହ ଆତ୍ମହତ୍ୟା ବଢିବାରେ ଲାଗିଛି। ପଶ୍ଚିମ ଓଡିଶାରେ ବିଶେଷକରି ବରଗଡ ଜିଲାରେ ବ୍ୟାପକ ଫସଲହାନି ପରେ ଋଣଗ୍ରସ୍ତ କେତେକ ଚାଷୀ ଇତିମଧ୍ୟରେ ଆତ୍ମହତ୍ୟା କରିଛନ୍ତି ଏବଂ ଏହିଭଳି ଘଟଣା ଭବିଷ୍ୟତରେ ବଢିବାର ଆଶଙ୍କା ରହିଛି। ବରଗଡ ଜିଲାକୁ ଓଡିଶାର ଭାତହାଣ୍ଡି କୁହାଯାଏ ଏବଂ ଏହି ଶସ୍ୟଶ୍ୟାମଳା, ସୁଜଳା-ସୁଫଳା ଅଞ୍ଚଳର ଧାନଫସଲରେ ପୋକ ଲାଗିଯିବା କାରଣରୁ ଚାଷ ସମ୍ପୂର୍ଣ୍ଣ ବରବାଦ ହୋଇଛି ଏବଂ ଫସଲ ଉଜୁଡିଯାଇଛି। ଫଳରେ ଚାଷ ଉପରେ ପୂରାପୂରି ନିର୍ଭର କରୁଥିବା ପରିବାରଗୁଡିକର ଅନ୍ୟ କୌଣସି ଆୟ ପନ୍ଥା ନ ଥିବାରୁ ସେମାନେ ପ୍ରାୟତଃ ଚିନ୍ତାଗ୍ରସ୍ତ ଅବସ୍ଥାରେ ରହୁଛନ୍ତି। ଅନ୍ଧକାରମୟ ଭବିଷ୍ୟତ ନେଇ ହତାଶା ହିଁ ସେମାନଙ୍କ ଆତ୍ମହତ୍ୟାର କାରଣ ବୋଲି କୁହାଯାଉଛି। ପ୍ରତିବର୍ଷ ବିଶ୍ୱର ବିଭିନ୍ନ ଦେଶରେ ପାଖାପାଖି ଆଠଲକ୍ଷ ବ୍ୟକ୍ତି ଆତ୍ମହତ୍ୟା କରିଥିବାବେଳେ ଏମାନଙ୍କ ମଧ୍ୟରୁ ୧ଲକ୍ଷ ୩୫ ହଜାର ହେଉଛନ୍ତି ଭାରତବାସୀ। ପୁଣି ସେମାନଙ୍କ ମଧ୍ୟରେ ଅଛନ୍ତି ୬୦ ହଜାର କୃଷକ। ଆମ ଆଲୋଚନାର ପ୍ରମୁଖ ବିଷୟ ହେଲା ଗୋଟିଏ ଗୋଟିଏ ପରିବାରର ସମୂହ ଆତ୍ମହତ୍ୟା। କିଛିବର୍ଷ ହେଲା ସମୂହ ଆତ୍ମହତ୍ୟା କାରଣରୁ ଗୋଟିଏ ଗୋଟିଏ ପରିବାର ସମ୍ପୂର୍ଣ୍ଣ ଭାବରେ ନିଶ୍ଚିହ୍ନ ହୋଇଯାଇଛନ୍ତି। ୨୦୧୧ ଏପ୍ରିଲ ୧୪ ତାରିଖରେ କେନ୍ଦୁଝର ଜିଲାର ପ୍ରଖ୍ୟାତ ତାରିଣୀ ପୀଠ ଘଟଗାଁର ଅନତିଦୂରରେ ଜଣେ ମହିଳା ଏବଂ ତାଙ୍କର ସନ୍ତାନମାନେ ବିଷପାନ କରି ସମୂହ ଆତ୍ମହତ୍ୟା କରିଥିଲେ। ଏହି ମହିଳାଙ୍କ ସ୍ବାମୀ ୪୩ ବର୍ଷ ବୟସ୍କ ଉତ୍ତର ମେହେର ବିଷପାନ କରି ଆତ୍ମହତ୍ୟା ପାଇଁ ଉଦ୍ୟମ କରିଥିଲେ ମଧ୍ୟ ବଞ୍ଚିଯାଇଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ ଉଦ୍ଧାର କରାଯାଇ କେନ୍ଦୁଝର ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ଏହି ପରିବାରର ସଦସ୍ୟମାନେ ମା’ ତାରିଣୀଙ୍କ ଦର୍ଶନ ପାଇଁ ଘଟଗାଁ ଆସିଥିଲେ ଏବଂ ଫେରିବା ବାଟରେ ବିଷ ପିଇ ଦେଇଥିଲେ। ଆତ୍ମହତ୍ୟାର ମୁଖ୍ୟ କାରଣ ଦାରିଦ୍ର୍ୟ ବୋଲି ପରେ ମେହେର ପୋଲିସକୁ କହିଥିଲେ। ଆତ୍ମହତ୍ୟା କରିଥିବା ପରିବାରର ୪ ଜଣ ଝିଅ ଥିଲେ। ଗତବର୍ଷ ଅକ୍ଟୋବର ୧୦ ତାରିଖରେ ଦିଲ୍ଲୀ ନୋଏଡାରୁ ନିଜ ସମ୍ପର୍କୀୟଙ୍କ ପାଖକୁ ରାଞ୍ଚି ବୁଲିବା ପାଇଁ ଆସିଥିବା ଜଣେ ଆର୍ମି ଡାକ୍ତର ଏବଂ ତାଙ୍କ ପରିବାରର ୫ ସଦସ୍ୟ ରହସ୍ୟଜନକ ଭାବରେ ଆତ୍ମହତ୍ୟା କରିଥିଲେ। ଏମାନେ ଧାରୁଆ ଅସ୍ତ୍ରରେ ଆତ୍ମହତ୍ୟା କରିଥିଲେ। ପାରିବାରିକ କଳହ ପରେ ଏହି ଜଘନ୍ୟ ଆତ୍ମହତ୍ୟା ସଂଗଠିତ ହୋଇଥିଲା। ପ୍ରତିବର୍ଷ ଭାରତରେ ପାଖାପାଖି ଦେଢଲକ୍ଷ ଲୋକ ଆତ୍ମହତ୍ୟା କରୁଥିବାବେଳେ ଆମେରିକା ପରି ଧନଶାଳୀ ରାଷ୍ଟ୍ରରେ ମଧ୍ୟ ପ୍ରତିବର୍ଷ ଏମାନଙ୍କ ସଂଖ୍ୟା ବଢିବାରେ ଲାଗିଛି। ଯୁଦ୍ଧରେ ପରାଜୟ ପରେ ସୈନିକମାନଙ୍କର ସମୂହ ଆତ୍ମହତ୍ୟା, ଚିତୋରରେ ନିଜର ସତୀତ୍ୱ ରକ୍ଷା ପାଇଁ ୧୬ ହଜାର ରାଜପୁତ ରାଣୀଙ୍କ ଆତ୍ମଦାହ, ରୋମାନ ଆକ୍ରମଣ ପରେ ଶିକାରୀ ନାମକ ଏକ ଜିଉ ମାସାଦା ଜାତିର ୯୬୦ଜଣ ସମୂହ ଆତ୍ମହତ୍ୟା କରିଥିଲେ। ଏହାର କାରଣ ଥିଲା ରୋମ୍‌ ଶାସକଙ୍କ ଦାସ ନ ହେବା। ୧୩୩୭ରେ ଲିଥୁଆନିଆରେ ମଧ୍ୟ ସହସ୍ରାଧିକ ବ୍ୟକ୍ତି ଗଣଆତ୍ମହତ୍ୟା କରିଥିଲେ। ହିଟଲରଙ୍କ ହାତରେ ଧରାପଡି ଜଘନ୍ୟ ଭାବରେ ମରିବା ଆଗରୁ ଅନେକ ଜିଉ ଏବଂ ତାଙ୍କ ପରିବାର ଆତ୍ମହତ୍ୟା କରିଥିଲେ। ୧୭୯୨ରେ ଫ୍ରାନ୍ସ ବିପ୍ଳବ ପରେ ସେଠାରେ ଦାସତ୍ୱ ଲୋପ ପାଇଁ ନିଷ୍ପତ୍ତି ହେଲା। ପରନ୍ତୁ ୧୮୦୨ରେ ନେପୋଲିୟନ କ୍ଷମତା ପାଇବା ପରେ ଦାସତ୍ୱ ପ୍ରଥା ପୁଣି ଆରମ୍ଭ ହେଲା। ଗୁଆଡାଲୋପେରେ ଆତ୍ମସମ୍ମାନ ଥିବା ଶହଶହ ବ୍ୟକ୍ତି ପୁଣି ଦାସ ହେବା ଅପେକ୍ଷା ଆତ୍ମହତ୍ୟାକୁ ହିଁ ଅଧିକ ପସନ୍ଦ କରିଥିଲେ। ଦକ୍ଷିଣ ଭାରତର କେରଳରେ ସର୍ବାଧିକ ଆତ୍ମହତ୍ୟା ହେଉଥିବା ଜଣା ପଡିଥିବାବେଳେ ତାମିଲନାଡୁ ୨ ନମ୍ବରରେ ଆସୁଛି। ୨୦୦୯ ଜୁଲାଇ ୩୦ ତାରିଖରେ କେନ୍ଦ୍ର ସରକାରଙ୍କ ଅଧୀନରେ ଉଚ୍ଚପଦରେ ଥିବା ଜଣେ ବରିଷ୍ଠ ଆଇଏଏସ୍‌ ଅଫିସର ଜଗଦାନନ୍ଦ ପଣ୍ଡା ନିଜ ସ୍ତ୍ରୀ, ବାପା ଓ ଦୁଇ ଭଉଣୀଙ୍କୁ ଗୁଳିକରି ହତ୍ୟା କଲାପରେ ନିଜେ ମୁଣ୍ଡକୁ ଗୁଳିକରି ଆତ୍ମହତ୍ୟା କରିଥିବା ଘଟଣା ଦେଶରେ ଚାଞ୍ଚଲ୍ୟ ସୃଷ୍ଟି କରିଥିଲା। ସେହିପରି ଗତ ଅଗଷ୍ଟ ୧୦ ତାରିଖରେ ବିହାରର ଜଣେ ଜିଲା ମାଜିଷ୍ଟ୍ରେଟ୍‌ ଗାଜିଆବାଦଠାରେ ଟ୍ରେନ ଆଗକୁ ଡେଇଁ ପ୍ରାଣ ହରାଇଥିଲେ। ରାଜସ୍ଥାନର ରାଜଧାନୀ ଜୟପୁରଠାରେ ଗୋଟିଏ ପରିବାରର ୫ଜଣ ଦେବୀଙ୍କୁ ସନ୍ତୁଷ୍ଟ କରିବା ପାଇଁ ସାମୂହିକ ଆତ୍ମହତ୍ୟା କରିଥିବା ବେଳେ ତାମିଲନାଡୁର ମଦୁରାଇଠାରେ ଗତ ସେପ୍ଟେମ୍ବର ୧୬ରେ ଏକ ଅଭାବୀ ପରିବାରର ୬ଜଣ ଋଣଗ୍ରସ୍ତ ହୋଇ ଆତ୍ମହତ୍ୟା କରିଥିଲେ। ଦାରିଦ୍ର୍ୟ କାରଣରୁ ବିଷପିଇ ସମ୍ପୂର୍ଣ୍ଣ ପରିବାର ଆତ୍ମହତ୍ୟା କରିବା, ମା’ ଛୁଆ ସହ କୂଅକୁ ଡେଇଁ ଆତ୍ମହତ୍ୟା କରିବା, ଘର ଭିତରେ ନିଆଁ ଲଗାଇ ଗଣଆତ୍ମହତ୍ୟା ଭଳି ଘଟଣା ପ୍ରାୟ ସବୁ ରାଜ୍ୟରେ ହେଉଛି। ପାଶ୍ଚାତ୍ୟ ଦେଶଗୁଡିକରେ ମଧ୍ୟ ଏହି ସଂଖ୍ୟା ବଢିବାରେ ଲାଗିଛି। ଦାରିଦ୍ର୍ୟ ଏବଂ ପାରିବାରିକ କଳହ କାରଣରୁ ମାନସିକ ଭାରସାମ୍ୟ ହରାଇ ଏଭଳି ଆତ୍ମହତ୍ୟା ହେଉଥିବା ସମୀକ୍ଷାରୁ ଜଣାପଡିଛି। ଆମର ବିପର୍ଯ୍ୟସ୍ତ ସାମାଜିକ ବ୍ୟବସ୍ଥା, ଜୀବନ ଜିଇବାର କଳା ସମ୍ପର୍କରେ ଅଜ୍ଞାନତା ଆଜିର ଏହି ବିକଟ ପରିସ୍ଥିତି ପାଇଁ ଦାୟୀ। ସମାଜର ମାନସିକ ସ୍ବାସ୍ଥ୍ୟ ପାଇଁ ସବୁଠାରୁ ବଡ଼ ମହୌଷଧି ହେଉଛି ନୈତିକ ଶିକ୍ଷା ଓ ଆଦର୍ଶ ଜୀବନଯାପନ। ଏହା ପିଲାଦିନରୁ ଶିକ୍ଷା ଦିଆଗଲେ ପରବର୍ତ୍ତୀ ସମୟରେ ସେମାନେ ଜୀବନର ମୂଲ୍ୟବୋଧ ଓ ଉପାଦେୟତାକୁ ହୃଦୟଙ୍ଗମ କରି ଆତ୍ମହତ୍ୟା ପରି ଚରମ ପଦକ୍ଷେପରୁ ବିରତ ରହିପାରିବେ। ମୋ-୯୪୩୭୨୭୦୬୦୫, pandaarun 500@gmail.com
All Right Reserved By

ସମ୍ପାଦକୀୟ |

ବିରୋଧୀଙ୍କ ପାଇଁ ମଉକା

ବିରୋଧୀଙ୍କ ପାଇଁ ମଉକା

ଆକାର ପଟେଲ

ଦ୍ୱିତୀୟ ବିଶ୍ୱଯୁଦ୍ଧ ପରଠାରୁ ଦ୍ୱିତୀୟ ଦୀର୍ଘତମ ଅବଧି ଲାଗି ଅର୍ଥନୈତିକ ଅଭିବୃଦ୍ଧି ଜାରି ରହିଥିବାରୁ ଆମେରିକାର ରାଷ୍ଟ୍ରପତି ଡୋନାଲ୍‌ଡ ଟ୍ରମ୍ପ କିଛି ଲୋକପ୍ରିୟତା ଅର୍ଜନ କରିଛନ୍ତି। ଗତ ତ୍ରିମାସୀରେ ଆମେରିକାର ଅର୍ଥନୀତି ୪ ପ୍ରତିଶତ ହାରରେ ଅଭିବୃଦ୍ଧି କରିଥିଲା। ତେବେ ଆମେ ଭାରତୀୟମାନେ ଏଥିରେ ପ୍ରଭାବିତ ନ ହୋଇପାରୁ। କିନ୍ତୁ ସତକଥା ହେଲା, ଆମେରିକା ଅର୍ଥନୀତିର ଆକାର ହେଉଛି ଭାରତର ୧୦ ଗୁଣ, ଯଦିଚ ଏହାର ଲୋକସଂଖ୍ୟା ଭାରତର ୪ ଭାଗରୁ ଭାଗେ। ଏହାର ଅର୍ଥ ଜଣେ ହାରାହାରି ଆମେରିକୀୟ ଜଣେ ହାରାହା...

ଶୀତଳ ସମ୍ପ୍ରଦାୟ

ଶୀତଳ ସମ୍ପ୍ରଦାୟ

ଚିତ୍ରଚରିତ୍ର/ ନିରଞ୍ଜନ ପାଢ଼ୀ

ଯେଉଁ ସମ୍ପ୍ରଦାୟ ସମ୍ପର୍କରେ କଥାଟି କୁହାଯାଉଛି, ସେମାନଙ୍କ ପାଇଁ ‘ଶୀତଳ’ ଶବ୍ଦଟି ବୋଧହୁଏ ସବୁଠାରୁ ସଂଭ୍ରାନ୍ତ ଓ ମାର୍ଜିତ ବିଶେଷଣ। ଏମାନଙ୍କୁ ଶୀତଳ କୁହାଗଲେ ବି ଏମାନେ ଯେ କେବେ ଉଷ୍ମ ହୁଅନ୍ତି ନାହିଁ, ତାହା ନୁହେଁ। ଏମାନେ ଉଷ୍ମ ହୁଅନ୍ତି, ନିଜ ଭିତରେ ଜଳନ୍ତି ଓ ଅନ୍ୟମାନଙ୍କୁ ଜଳାଇବାର ବି ସାମର୍ଥ୍ୟ ରଖନ୍ତି। ୟେ ଉଷ୍ମତା କେବଳ ସୁରକ୍ଷିତ ଥାଏ ନିଜ ପାଇଁ ଓ ନିଜର ଯାବତୀୟ ସ୍ବାର୍ଥସାଧନ ଲାଗି। ମାତ୍ର ଆଖପାଖର ଦୁନିଆରେ ଆତଯାତ ହେଉଥିବା ଅନ୍ୟମାନଙ୍କ ପାଇଁ ଯେତେବେଳେ ଲୋଡ଼ାପଡ଼େ ତାତିଲାପଣ, ସେତେବେଳେ ଏମାନଙ୍କ ଉଷ୍ମ ପୌରୁଷ ଅଚାନକ ଛୁଟିରେ ଚାଲିଯାଏ ଓ ବଦଳରେ ପ୍ରତିଭାତ ହୁଏ ଏକ ହିମ ଶୀତଳ ନିର୍ଜୀବ ବ୍ୟକ୍ତିସତ୍ତା। ମନେହୁଏ, ସତେ ଯେମିତି ମଣିଷଟିଏ ନୁହେଁ ନିଥର କାଠ ଗଣ୍ଡିଟାଏ!...

‘ମିଲ୍‌କମ୍ୟାନ୍‌’ର ରୂପକାର

‘ମିଲ୍‌କମ୍ୟାନ୍‌’ର ରୂପକାର

ବ୍ୟକ୍ତିତ୍ୱ/ଜିତେନ୍ଦ୍ର

ମୋ ଚରିତ୍ରଗୁଡ଼ିକ ମୋ ପାଖକୁ ଆସି ଗପ ଲେଖିବାକୁ ମୋତେ କହନ୍ତି। ଯେତେବେଳ ଯାଏ ସେମାନେ ଆସି ନ ଥାନ୍ତି ସେତେବେଳ ପର୍ଯ୍ୟନ୍ତ ମୁଁ କିଛି ଲେଖିପାରେ ନାହିଁ। ’ ୨୦୧୮ ‘ମ୍ୟାନ୍‌ ବୁକର’ ପାଇବା ଲାଗି ଉତ୍ତର ଆୟର୍ଲାଣ୍ଡ ଲେଖିକା ଆନ୍ନା ବନର୍‌ସଙ୍କ ନାମ ଘୋଷଣା ହେବା ପରେ ସାମ୍ବାଦିକଙ୍କୁ ସେ ନିଜ ପ୍ରତିକ୍ରିୟାରେ ଉପରିଲିଖିତ ଉକ୍ତି ବାଢ଼ିଥିଲେ। ମ୍ୟାନ୍‌ ବୁକର ପାଇବାରେ ଆନ୍ନା ହେଉଛନ୍ତି ଉତ୍ତର ଆୟାର୍ଲାଣ୍ଡର ପ୍ରଥମ ଲେଖିକ। ଉପନ୍ୟାସ ‘ମିଲ୍‌କମ୍ୟାନ୍‌’ ପାଇଁ ସେ ଏହି ସମ୍ମାନ ପାଇବାକୁ ଯାଉଥିବାରୁ ତାଙ୍କୁ ବିଶ୍ୱବ୍ୟାପୀ ...

ଏଇ ଭାରତରେ

ଏଇ ଭାରତରେ

ଦୃଢ଼ ଇଚ୍ଛାଶକ୍ତି ବଳରେ ଅସାଧ୍ୟ ସାଧନ କରିହୁଏ। ପିଲାଦିନରୁ କୌଣସି କାର୍ଯ୍ୟରେ ରୁଚି ଓ ଅଭ୍ୟାସ ରଖିଥିଲେ ଭବିଷ୍ୟତରେ ଏଥିରେ ସଫଳତା ଲାଭ କରିହୁଏ। ପ୍ରଶଂସା ଓ ପୁରସ୍କାର ବି ମିଳେ। ସେହିପରି ଉଲ୍ଲେଖନୀୟ କୃତିତ୍ୱ ହାସଲ କରିଥିବା ୧୦ବର୍ଷର ବାଳକ ...

ମାଛଦ୍ୱାରା ପାଦ ଚିକିତ୍ସା

ମାଛଦ୍ୱାରା ପାଦ ଚିକିତ୍ସା

ପରିବେଶ ପରିଚିନ୍ତା/ ମାନେକା ଗାନ୍ଧୀ

କିଛିମାସ ତଳେ ଜଣେ ଯୁବତୀ ନ୍ୟୁୟର୍କରେ ତାଙ୍କ ଡାକ୍ତରଙ୍କ ପାଖକୁ ଯାଇଥିଲେ। ଛଅମାସ ହେଲା ତାଙ୍କ ପାଦ ନଖଗୁଡ଼ିକ କଳାପଡ଼ି ଝଡ଼ିଯାଉଥିଲା। ତାଙ୍କ ପରିବାରରେ ଏମିତି ସମସ୍ୟା ଆଉ କାହାର ନାହିଁ ଏବଂ ତାଙ୍କର ମଧ୍ୟ ଅନ୍ୟ କୌଣସି ରୋଗ ନାହିଁ ବା ଏପରି ଭାବେ ନଖ ପଚିବାର ପାରିବାରିକ ଇତିହାସ ନାହିଁ। ପରୀକ୍ଷାରୁ ଜଣାପଡ଼ିଲା ଯେ, ଛଅମାସ ତଳେ ସେ ମାଛ ଦ୍ୱାରା ପାଦ ଚିକିତ୍ସା (ଫିଶ୍‌ ପେଡିକିଓର) କରାଇଥିଲେ। ମାଛ ହିଁ ତାଙ୍କ ନଖର ମଞ୍ଜଭାଗରେ (ଯେଉଁଠୁ ନଖ କଅଁଳେ) କ୍ଷତ ସୃଷ୍ଟି କରିଛି। ଫଳରେ ଓନିକୋମାଡେସିସ୍‌ (ନଖପଚା ରୋଗ) ସୃଷ୍ଟି ହୋଇଛି ଓ ନଖ କଳାପଡ଼ି ଝଡ଼ିଯାଉଛି। ଆଗକୁ ପରିସ୍ଥିତି ଆହୁରି ଖରାପ ହୋଇପାରେ। ପଚାନଖ ତଳେ ...

ରାଜନେତା ଓ ନାଗରିକ ସମାଜ

ରାଜନେତା ଓ ନାଗରିକ ସମାଜ

ଡ. ସୁବାସ ଚନ୍ଦ୍ର ପାତ୍ର

ଓଡ଼ିଶାର ରାଜନେତାମାନେ ଏକ ସୁସ୍ଥ, ସୁନ୍ଦର ନାଗରିକ ସମାଜ ଗଠନ ସେମାନଙ୍କର ଦାୟିତ୍ୱ ବୋଲି କେବେ ଭାବନ୍ତି ନାହିଁ। କରତାଳି, ପତାକା ଧାରଣ, ମାଗଣା ଇନ୍ଧନରେ ମୋଟର ସାଇକେଲ ଚାଳନା ପାଇଁ ଯୁବଗୋଷ୍ଠୀ ସଂଗ୍ରହ ଏବଂ ଏ ସବୁ ମାଧ୍ୟମରେ ଭୋଟ ସଂଗ୍ରହ ଓ କ୍ଷମତା ଦଖଲ ସେମାନଙ୍କ ମୁଖ୍ୟ କାମ ବୋଲି ସେମାନେ ବିଚାର କରନ୍ତି। ସଂହତିପୂର୍ଣ୍ଣ, ଆଦର୍ଶଭରା ଏକ ତ୍ୟାଗପୂତ ସମାଜ ନିର୍ମାଣ ମଧ୍ୟ ଏକ ରାଜନୈତିକ କର୍ତ୍ତବ୍ୟ ବୋଲି ସେମାନେ ଚିନ୍ତା କରନ୍ତି ନାହିଁ। ତା’ର ପ୍ରମୁଖ କାରଣ କ୍ଷମତାମନସ୍କତା, ସମାଜମନସ୍କତା ବା ରାଷ୍ଟ୍ରମନସ୍କତା ନୁହେଁ।...

ଚନ୍ଦ୍ରରେ ଚିତ୍ରକର

ଚନ୍ଦ୍ରରେ ଚିତ୍ରକର

ଡ. ତୁଷାରକାନ୍ତି ଦାସ

ଦୁଇ ହାତ ପାପୁଲିରେ ଆଞ୍ଜୁଳାଏ ପାଣିରେ ଜହ୍ନକୁ ସେ ଧରିଛି। ସତେ ବା ସେ ଆଞ୍ଜୁଳାଏ ପାଣିରେ ଜହ୍ନଟା ଚିକ୍‌ମିକ୍‌ କରୁଛି- ଚିତ୍ରକରଟିଏ ଆଞ୍ଜୁଳାଏ ପାଣିରେ ଜହ୍ନର ପ୍ରତିବିମ୍ବକୁ କାନ୍‌ଭାସରେ ଉତାରୁଥିବାବେଳେ କେବେ ବି କ’ଣ ଭାବିଥିବ ଜହ୍ନକୁ ଯାଇ ସେଠାରେ ଜହ୍ନର ଛବି ଆଙ୍କିବ ବୋଲି? ହଁ ଆଜ୍ଞା, ଚିତ୍ରକରର ଏ ଭାବନା ସତ୍ୟ ହେବାକୁ ଯାଉଛି। ଆଉ ଆପଣ କହିପାରିବେନି ‘କବି କଳପନା ସରଗ ସିନା ଲୋ ମନ ଭୁଲାଇବା ପାଇଁ’। କାରଣ ଏ କଳ୍ପନା ବାସ୍ତବରେ ପରିଣତ ହେବାକୁ ଯାଉଛି। ଜାପାନୀ କୋଟିପତି ବ୍ୟବସାୟୀ ୟୁସାକୁ ମେଜାଓ୍ବା ୬ ...

ଏଇ ଭାରତରେ

ଏଇ ଭାରତରେ

ଧର୍ମନିରପେକ୍ଷ ଗଣତନ୍ତ୍ର ଦେଶ ଭାରତ । ଏହାର ପ୍ରତିଟି ପର୍ବପର୍ବାଣିରେ ଦେଖିବାକୁ ମିଳେ ସାମ୍ପ୍ରଦାୟିକ ସଦ୍‌ଭାବନାର ନିଆରା ନମୁନା। ବର୍ତ୍ତମାନ ଦେଶର କୋଣ ଅନୁକୋଣରେ ଦଶହରା ଯାକଜମକରେ ପାଳନ କରାଯାଉଛି। ଏଭଳି ସମୟରେ ସର୍ବଧର୍ମ ସମନ୍ବୟର ବାର୍ତ୍ତାବାହକ ସାଜିଛନ୍ତି ପୂର୍ବୋତ୍ତର ରାଜ୍ୟ ଆସାମରେ ହାସିମ୍‌ ଅଲି। ଡାରାଙ୍ଗ୍‌ ଜିଲାର ଡାଲଗାଓଁ ଅଞ୍ଚଳର ହାସିମ୍‌ ଇସଲାମ ଧର୍ମାବଲମ୍ବୀ...

ସମ୍ପାଦକୀୟ/ଚନ୍ଦକା ବଞ୍ଚାଅ

ସମ୍ପାଦକୀୟ/ଚନ୍ଦକା ବଞ୍ଚାଅ

କଟକ ମୁଣ୍ଡଳୀ ନିକଟ ମହାନଦୀରେ ୫ଟି ହାତୀ ଭାସି ଯାଉଥିବା ଖବର ଅକ୍ଟୋବର ୧୫ ସକାଳୁ ବ୍ୟାପିଯିବା ପରେ ଏହି ଦୃଶ୍ୟ ଦେଖିବାକୁ ସ୍ଥାନୀୟ ଅଞ୍ଚଳର ଲୋକଙ୍କ ମଧ୍ୟରେ ଭିଡ଼ ହୋଇଥିଲା। ଏ ବିଷୟରେ ସୂଚନା ପାଇବାରୁ ଆଠଗଡ଼ ଓ ଚନ୍ଦକା ବନଖଣ୍ଡ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚତ୍ଥିଲେ। ସଙ୍ଗେ ସଙ୍ଗେ ମୁଣ୍ଡଳୀ ବ୍ୟାରେଜ୍‌ର ୪ଟି ଗେଟ୍‌ ବନ୍ଦ କରିଦିଆଯିବାରୁ ଜଳସ୍ରୋତ ହ୍ରାସ ପାଇଥିଲା ଓ ପାଣିରେ ଭାସୁଥିବା ହାତୀ ଉପରକୁ ଉଠି ଆସିଥିଲେ। ...

ପଶୁବଳି : ଏକ ଅମାନବୀୟ ପରମ୍ପରା

ପଶୁବଳି : ଏକ ଅମାନବୀୟ ପରମ୍ପରା

ଡ. ପ୍ରଫୁଲ୍ଲ କୁମାର ସାହୁ

ଆମ ରାଜ୍ୟରେ ପ୍ରମୁଖ ଦେବୀମନ୍ଦିରଗୁଡ଼ିକରେ ଶାରଦୀୟ ପୂଜାର ଏକ ବିଶେଷ ଅଙ୍ଗ ଥିଲା ପଶୁବଳିପ୍ରଥା। ପ୍ରତିବର୍ଷ ଦଶହରା ବେଳେ ଏସବୁ ଶକ୍ତିପୀଠରେ ଲକ୍ଷ ଲକ୍ଷ ପଶୁପକ୍ଷୀଙ୍କୁ ହତ୍ୟା କରାଯାଉଥିଲା ଅତି ବୀଭତ୍ସ ଭାବରେ। ଏଭଳି ଏକ ଅମାନବୀୟ ପରମ୍ପରା ଉପରେ ନ୍ୟାୟାଳୟର ପ୍ରତିବନ୍ଧକ ଲାଗିବା ପରେ ଅଧିକାଂଶ ଦେବୀ ପୀଠରେ ଏବେ ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଛି ପଶୁବଳି। ଅନ୍ୟ କେତେକ ସ୍ଥାନରେ ଏହା ଲୁଚାଛପାରେ ଚାଲିଛି ପରମ୍ପରା ଦାୟରେ। କାରଣ ସଭ୍ୟତା ଯେତେ ଆଗକୁ ଗଲେ ବି ଅନ୍ଧବିଶ୍ୱାସର ଅନ୍ଧଗଳିରୁ ମୁକୁଳିପାରୁନି ...

ଆସ ମା’ ଦୁର୍ଗେ

ଆସ ମା’ ଦୁର୍ଗେ

ଡ. ଭାଗ୍ୟଲିପି ମଲ୍ଲ

କାଶତଣ୍ଡୀର ଶୁଭ୍ର ମେଳଣରେ ଏବେ ସୃଜନର ମୂର୍ଚ୍ଛନା। ପତଳା କୁହୁଡ଼ିଆ ଆକାଶରେ ଜହ୍ନ ପିନ୍ଧିଛି ଧଳାବଉଦର ମାଳ। ଅଧା ଛାଇ ଅଧା ଆଲୁଅର ଖେଳରେ ଆସକ୍ତ ଧରିତ୍ରୀର ଛାତି। ଆକାଶ ଦେଖୁଛି ମୁହଁ ମାଟିଦର୍ପଣରେ। ଠିକ୍‌ ଏଇ ସମୟରେ ଧରାବତରଣ କରୁଛନ୍ତି ମା’ ଦୁର୍ଗା, ଦୁର୍ଗତିନାଶିନୀ। ତାଙ୍କ ଆଗମନର ଆବାହନୀରେ ଭୂମିରୁ ଆକାଶ, ସବୁଠି ଶୁଭ୍ରତାର ସମାରୋହ। ସକଳ ସୃଷ୍ଟିରେ ଶରତର ମଧୁର ଆଶ୍ଳେଷ। ସେହି ଆଶ୍ଳେଷରେ ସମାହିତ ଶକ୍ତି ଏକ ଦିବ୍ୟ ଅନୁଭବ। ସେ ଶକ୍ତି ଜନ୍ମ ଓ ମୃତ୍ୟୁ, ଯନ୍ତ୍ରଣା ଓ ଆନନ୍ଦର କାରଣ। ତା’ ବିନା କିଛି ସମ୍ଭବ ନୁହେଁ। ତେଣୁ କୁହାଯାଏ ସେ ଜନ୍ମ ଓ ମୃତ୍ୟୁର ଊର୍ଦ୍ଧ୍ୱସ୍ଥ ଏକ ଦିବ୍ୟ ସତ୍ତା। ସକଳ ଚେତନାର ଉତ୍ସ। ଆମେ ଆଜି ସେଇ ଉତ୍ସକୁ ଆହ୍ବାନ କରୁଛୁ। ...

ଏଇ ଭାରତରେ

ଏଇ ଭାରତରେ

ଅନ୍ନଚିନ୍ତା ଚମତ୍କାରା। କ୍ଷୁଧା ଓ ଦାରିଦ୍ର୍ୟରେ ପେଷି ହେଉଥିବା ବ୍ୟକ୍ତି ହିତାହିତ ଜ୍ଞାନ ହରାଇବସେ। କ୍ଷୁଧା ପ୍ରପୀଡ଼ିତ ମା’ ପାଖରେ ସ୍ନେହମମତାର ମୂଲ୍ୟ କିଛି ନାହିଁ। ପିଲାଙ୍କ ଭୋକିଲା ପେଟକୁ ଆହାର ଯୋଗାଇପାରୁ ନ ଥିବା ମା’ ସେମାନଙ୍କ ଦୁଃଖକଷ୍ଟ ସହ୍ୟ କରି ନ ପାରି ବିନାଶ କରିଦେବାକୁ ବି ଇଚ୍ଛାକରେ। ଏପରି ଏକ ଦୁଃଖଦ ଘଟଣା ଗୁଜରାଟର ଅହମଦାବାଦଠାରେ ଘଟିଛି। ଗୁଜରାଟର ଭାବନଗର...