ଖେଳ |

ଓ୍ବିଣ୍ଟର ଅଲିମ୍ପିକ୍ସରୁ ରୁଷିଆ ବାସନ୍ଦ

ଓ୍ବିଣ୍ଟର ଅଲିମ୍ପିକ୍ସରୁ ରୁଷିଆ ବାସନ୍ଦ

ଲାଉସାନ୍ନେ, ୬।୧୨(ଏଏଫ୍‌ପି)- ଆଗାମୀ ବର୍ଷ ଦକ୍ଷିଣ କୋରିଆଠାରେ ହେବାକୁ ଥିବା ଓ୍ବିଣ୍ଟର ଅଲିମ୍ପିକ୍ସରୁ ରୁଷିଆକୁ ବାସନ୍ଦ କରାଯାଇଛି। ଦେଶରେ ଆଣ୍ଟି ଡୋପିଂ ବ୍ୟବସ୍ଥାରେ ଗୁରୁତର ହେରଫେର ହୋଇଥିତ୍ବା କାରଣରୁ ଅନ୍ତର୍ଜାତୀୟ ଅଲିମ୍ପିକ୍‌ କମିଟି (ଆଇଓସି) ପକ୍ଷରୁ ଏଭଳି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଏ ସମ୍ପର୍କରେ ଆଇଓସି ପକ୍ଷରୁ ମଙ୍ଗଳବାର କୁହାଯାଇଛି ଯେ, ରୁଷିଆରେ ଆଣ୍ଟି ଡୋପିଂ ବ୍ୟବସ୍ଥାରେ ହେରଫେର ହୋଇଥିତ୍ବାର ପ୍ରମାଣ ମିଳିଛି। ଦେଶରେ ଡୋପିଂ ବ୍ୟବସ୍ଥା ସୁଧାରିବା ଏବେ ଅସମ୍ଭବ ହୋଇପଡ଼ିଛି। ଏଣୁ ରୁଷିଆକୁ ଓ୍ବିଣ୍ଟର ଅଲିମ୍ପିକ୍ସରୁ ବାସନ୍ଦ କରାଯାଇଛି। ଫଳରେ ୨୦୧୪ ସଂସ୍କରଣ ଆୟୋଜକ ତଥା ପଦକ ତାଲିକା ଟପ୍ପର ରୁଷିଆ ୨୦୧୮ ସଂସ୍କରଣରେ ଅଂଶଗ୍ରହଣ କରିପାରିବ ନାହିଁ। କିନ୍ତୁ ନିର୍ଦ୍ଦୋଷ ଆଥ୍‌ଲେଟ୍‌ଙ୍କ ପାଇଁ ବିଶେଷ ବ୍ୟବସ୍ଥା କରାଯାଇଛି। ସେମାନେ ‘ଅଲିମ୍ପିକ୍‌ ଆଥ୍‌ଲେଟ୍ସ ଅଫ୍‌ ରୁଷିଆ’ ପକ୍ଷରୁ ଅଲିମ୍ପିକ୍ସରେ ଖେଳିପାରିବେ। ମାତ୍ର ଏଥିପାଇଁ ଆଥ୍‌ଲେଟଙ୍କୁ ଡୋପିଂ ପୁଷ୍ଠଭୂମି ସହ କୌଣସି ସମ୍ପର୍କ ନ ଥିବାର ପ୍ରମାଣ ଦେବାକୁ ପଡ଼ିବ। ଏହା ବ୍ୟତୀତ ଆଇଓସି ପକ୍ଷରୁ ରୁଷିଆନ୍‌ ଅଲିମ୍ପିକ୍‌ କମିଟି (ଆରଓସି) ସଭାପତି ଆଲେକଜାଣ୍ଡର ଜୁକୋଭଙ୍କ ସଦସ୍ୟତାକୁ ରଦ୍ଦ କରିବାକୁ ନିଷ୍ପତ୍ତି କରିଛି। ସେହିଭଳି ରୁଷିଆର ଉପ ପ୍ରଧାନମନ୍ତ୍ରୀ ଭିଟାଲି ମୁଟକୋ, ଯିଏକି ୨୦୧୪ରେ କ୍ରୀଡ଼ାମନ୍ତ୍ରୀ ଦାୟିତ୍ୱରେ ଥିଲେ ତାଙ୍କୁ ଭବିଷ୍ୟତରେ ଅଲିମ୍ପିକ୍ସ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବାକୁ ବାସନ୍ଦ କରାଯାଇଛି।

All Right Reserved By

Model This Week

Model This Week

ଖେଳ |

କୋହଲିଙ୍କୁ ୧୨ ଲକ୍ଷ ଅର୍ଥଦଣ୍ଡ

କୋହଲିଙ୍କୁ ୧୨ ଲକ୍ଷ ଅର୍ଥଦଣ୍ଡ

ବାଙ୍ଗାଲୋର, ୨୬।୪(ପି.ଟି.)- ଚଳିତ ଆଇପିଏଲ୍‌ରେ ଏକ ମ୍ୟାଚ୍‌ରେ ସ୍ଲୋ-ଓଭର ବୋଲିଂ ଲାଗି ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଅଧିନାୟକ ତଥା ତାରକା ବ୍ୟାଟ୍ସମ୍ୟାନ ବିରାଟ କୋହଲିଙ୍କୁ ୧୨ ଲକ୍ଷ ଟଙ୍କା ଜରିମାନା କରାଯାଇଛି।

ଡ୍ରାଭିଡ୍‌ଙ୍କୁ ଦ୍ରୋଣାଚାର୍ଯ୍ୟ, କୋହଲିଙ୍କୁ ଖେଳରତ୍ନ ପାଇଁ ସୁପାରିଶ

ଡ୍ରାଭିଡ୍‌ଙ୍କୁ ଦ୍ରୋଣାଚାର୍ଯ୍ୟ, କୋହଲିଙ୍କୁ ଖେଳରତ୍ନ ପାଇଁ ସୁପାରିଶ

କୋଲକାତା, ୨୬।୪(ପି.ଟି.)- ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ପ୍ରାକ୍ତନ ଭାରତୀୟ କ୍ରିକେଟର ରାହୁଲ ଡ୍ରାଭିଡ୍‌ଙ୍କ ନାମକୁ ସମ୍ମାନଜନକ ଗୁରୁ ଦ୍ରୋଣାଚାର୍ଯ୍ୟ ପୁରସ୍କାର ପାଇଁ ସରକାରଙ୍କ ନିକଟକୁ ସୁପାରିଶ କରିଛି।

ବାର୍ସିଲୋନା ଓପନ୍‌ରୁ ଜୋକୋଭିଚ୍‌ଙ୍କ ବିଦାୟ

ବାର୍ସିଲୋନା ଓପନ୍‌ରୁ ଜୋକୋଭିଚ୍‌ଙ୍କ ବିଦାୟ

ବାର୍ସିଲୋନା, ୨୬।୪(ଏଏଫ୍‌ପି)- ତାରକା ଟେନିସ ଖେଳାଳି ନୋଭାକ ଜୋକୋଭିଚ୍‌ଙ୍କୁ ଏଠାରେ ଚାଲିଥିବା ବାର୍ସିଲୋନା ଓପନ୍‌ରେ ନିରାଶ ହେବାକୁ ପଡ଼ିଛି। ପ୍ରତିଯୋଗିତାର ପ୍ରାରମ୍ଭିକ ପର୍ଯ୍ୟାୟରେ ଜୋକୋଭିଚ୍‌ ଆଶ୍ଚର୍ଯ୍ୟଜନକ ଭାବେ ବିଶ୍ୱର ୧୪୦ତମ ମାନ୍ୟତା ପ୍ରାପ୍ତ ମାର୍ଟିନ କ୍ଲିଜାନଙ୍କଠାରୁ ହାରିଯାଇଛନ୍ତି।

ନ୍ୟାୟ ଆଶାରେ କଳ୍ପନା

ନ୍ୟାୟ ଆଶାରେ କଳ୍ପନା

ଭୁବନେଶ୍ୱର, ୨୬।୪(କ୍ରୀଡ଼ା ପ୍ରତିନିଧି)-ଓଡ଼ିଶାର ପ୍ରଥମ ଏଭରେଷ୍ଟ ଆରୋହୀ କଳ୍ପନା ଦାସ। ପର୍ବତାରୋହଣ ପରି ଦୁସାହସିକ କ୍ରୀଡ଼ାକୁ ନିଶା ଓ ପେସାରେ ପରିଣତ କରିଥିବା ଢେଙ୍କାନାଳର ଏହି ମହିଳା ପର୍ବତାରୋହୀ ଏବେ ଦ୍ୱନ୍ଦ୍ୱ ଏବଂ ଆଶଙ୍କାରେ। କେବଳ ରାଜ୍ୟରେ ନୁହେଁ ଦେଶରେ ଦୁସାହସିକ କ୍ରୀଡ଼ାକୁ କ୍ୟାରିୟର କରିବାକୁ ଯାଉଥିବା ଯୁବତୀଙ୍କ ପାଇଁ ପ୍ରେରଣାର ଉତ୍ସ ପାଲଟିଥିବା କଳ୍ପନା ଏବେ ଉପଯୁକ୍ତ ନ୍ୟାୟ ପାଇବାରୁ ବଞ୍ଚତ୍ତ।

ନିଶାନ୍ତ ଚାମ୍ପିୟନ, ରାକେଶ ରନର୍ସଅପ୍‌

ନିଶାନ୍ତ ଚାମ୍ପିୟନ, ରାକେଶ ରନର୍ସଅପ୍‌

ଭୁବନେଶ୍ୱର, ୨୬।୪(କ୍ରୀଡ଼ା ପ୍ରତିନିଧି)-ସ୍ଥାନୀୟ ଭିନ୍‌ଟେଜ୍‌ କ୍ଲବ ପରିସରରେ ଅନୁଷ୍ଠିତ ଅଲ୍‌ ଓଡ଼ିଶା ଓପନ ହ୍ୟାଣ୍ଡିକ୍ୟାପ ସ୍ନୁକର ଚାମ୍ପିୟନଶିପ୍‌ରେ ନିଶାନ୍ତ ବିଶ୍ୱାଳ ଚାମ୍ପିୟନ ହୋଇଛନ୍ତି। ସେ ବୁଧବାର ଅନୁଷ୍ଠିତ ଫାଇନାଲରେ ରାକେଶ ରୋଶନ ପ୍ରଧାନଙ୍କୁ ୫-୨ ଫ୍ରେମ୍‌ରେ ପରାସ୍ତ କରିଛନ୍ତି।

ଚିନ୍ମୟ ସେମିଫାଇନାଲରେ

ଭୁବନେଶ୍ୱର, ୨୬।୪(କ୍ରୀଡ଼ା ପ୍ରତିନିଧି)-ଅଲଇଣ୍ଡିଆ ଟେନିସ ଆସୋସିଏଶନ(ଏଆଇଟିଏ) ଓ ଓଡ଼ିଶା ଟେନିସ ଆସୋସିଏଶନ (ଓଟିଏ)ର ଅନୁମୋଦନକ୍ରମେ ମେଣ୍ଢାଶାଳସ୍ଥିତ ଗୁରୁକୂଳ ଟେନିସ ରିସର୍ଟରେ ଚାଲିଥିବା ୫୦କେ ପୁରୁଷ ର଼୍ୟାଙ୍କିଙ୍ଗ ଟେନିସ ଟୁର୍ନାମେଣ୍ଟର ସିଙ୍ଗଲ୍ସ ସେମିଫାଇନାଲରେ ଓଡ଼ିଶାର ଚିନ୍ମୟ ପ୍ରଧାନ ପ୍ରବେଶ କରିଛନ୍ତି।

ଚର୍ଚ୍ଚାରେ ଧୋନୀଙ୍କ ରନିଂ

ଚର୍ଚ୍ଚାରେ ଧୋନୀଙ୍କ ରନିଂ

ବାଙ୍ଗାଲୋର, ୨୬।୪(ପି.ଟି.)- ନିଜର ଅବିଶ୍ୱସନୀୟ ଫିଟ୍‌ନେସ୍‌ ପାଇଁ ପୁଣିଥରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ସାଜିଛନ୍ତି କ୍ରିକେଟର ମହେନ୍ଦ୍ର ସିଂ ଧୋନୀ। ବୁଧବାର ସ୍ଥାନୀୟ ଏମ୍‌. ଚିନ୍ନାସ୍ବାମୀ ଷ୍ଟାଡିୟମରେ ଘରୋଇ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ବିପକ୍ଷ ମ୍ୟାଚ୍‌ରେ ସେ ଯେଉଁଭଳି କିପିଂ ପ୍ୟାଡ୍‌ ଓ ଗ୍ଲୋଭ୍ସ ପିନ୍ଧି ବାଉଣ୍ଡରୀ ପର୍ଯ୍ୟନ୍ତ ଦୌଡ଼ି ଚୌକାକୁ ଅଟକାଇଥିଲେ ତାହାକୁ ନେଇ ଏବେ ଚାରିଆଡ଼େ ଚର୍ଚ୍ଚା।

ଏଏଫ୍‌ସି କପ୍‌ ନ୍ୟୁ ରାଡିଆଣ୍ଟଠାରୁ ହାରିଲା ବେଙ୍ଗାଲୁରୁ ଏଫ୍‌ସି

ଏଏଫ୍‌ସି କପ୍‌ ନ୍ୟୁ ରାଡିଆଣ୍ଟଠାରୁ ହାରିଲା ବେଙ୍ଗାଲୁରୁ ଏଫ୍‌ସି

ମାଲେ, ୨୬।୪(ପି.ଟି.)- ସୁପର୍‌ କପ୍‌ ଫୁଟ୍‌ବଲ ପ୍ରତିଯୋଗିତାର ପ୍ରଥମ ସଂସ୍କରଣରେ ଚାମ୍ପିୟନ ହୋଇ ଦମ୍‌ଦାର ଫର୍ମରେ ଥିବା ବେଙ୍ଗାଲୁରୁ ଏଫ୍‌ସି ଦଳକୁ ବୁଧବାର ନିରାଶ ହେବାକୁ ପଡ଼ିଛି। ମାଳଦୀପର ରାଜଧାନୀ ମାଲେଠାରେ ଅନୁଷ୍ଠିତ ଏଏଫ୍‌ସି କପ୍‌ର ଏକ ମ୍ୟାଚ୍‌ରେ ସୁନୀଲ ଛେତ୍ରୀଙ୍କ ବେଙ୍ଗାଲୁରୁ ଦଳ ୨-୦ ଗୋଲରେ ଘରୋଇ ନ୍ୟୁ ରାଡିଆଣ୍ଟ ଦଳଠାରୁ ପରାସ୍ତ ହୋଇଛି।

ସିନ୍ଧୁ, ସାଇନା, ଶ୍ରୀକାନ୍ତଙ୍କ ବିଜୟ ଅଭିଯାନ

ସିନ୍ଧୁ, ସାଇନା, ଶ୍ରୀକାନ୍ତଙ୍କ ବିଜୟ ଅଭିଯାନ

ଉହାନ(ଚାଇନା), ୨୬।୪(ପି.ଟି.)- ନିକଟରେ ସମାପ୍ତ ହୋଇଥିବା ରାଜ୍ୟଗୋଷ୍ଠୀ କ୍ରୀଡ଼ା ପ୍ରତିଯୋଗିତାରେ ଦମ୍‌ଦାର ପ୍ରଦର୍ଶନ କରିଥିବା ଭାରତୀୟ ସଟ୍‌ଲର ବୁଧବାରଠାରୁ ଏଠାରେ ଆରମ୍ଭ ହୋଇଥିବା ଏସିଆ ବ୍ୟାଡ୍‌ମିଣ୍ଟନ ଚାମ୍ପିୟନଶିପ୍‌ରେ ବିଜୟରୁ ଅଭିଯାନ ଆରମ୍ଭ କରିଛନ୍ତି।

ସାଧାରଣ ନିର୍ବାଚନ ପାଇଁ ଆବଶ୍ୟକ ହେଲେ ଆଇପିଏଲ୍‌ ୟୁଏଇରେ ଆୟୋଜନ ହେବ

ସାଧାରଣ ନିର୍ବାଚନ ପାଇଁ ଆବଶ୍ୟକ ହେଲେ ଆଇପିଏଲ୍‌ ୟୁଏଇରେ ଆୟୋଜନ ହେବ

କଲିକତା, ୨୬।୪(ପି.ଟି.)- ଆସନ୍ତା ୨୦୧୯ରେ ହେବାକୁଥିବା ସାଧାରଣ ନିର୍ବାଚନ ପାଇଁ ଆବଶ୍ୟକ ପଡିଲେ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)କୁ ୟୁନାଇଟେଡ ଆରବ ଏମିରେଟ୍ସ (ୟୁଏଇ)ରେ ଆୟୋଜନ କରାଯିବ ବୋଲି ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ତରଫରୁ କୁହାଯାଇଛି।

ଅର୍ଜୁନ ପୁରସ୍କାର ପାଇଁ ଧାଓ୍ବନ, ସ୍ମୃତିଙ୍କ ନାମ ସୁପାରିସ

ଅର୍ଜୁନ ପୁରସ୍କାର ପାଇଁ ଧାଓ୍ବନ, ସ୍ମୃତିଙ୍କ ନାମ ସୁପାରିସ

ନୂଆଦିଲ୍ଲୀ, ୨୬।୪ (ପି.ଟି.)- ଦେଶର ଅନ୍ୟତମ ସମ୍ମାନଜନକ କ୍ରୀଡ଼ା ସମ୍ମାନ ଅର୍ଜୁନ ପୁରସ୍କାର ପାଇଁ ଅଭିଜ୍ଞ ଓପନର ଶିଖର ଧାଓ୍ବନ ଓ ମହିଳା କ୍ରିକେଟର ସ୍ମୃତି ମନ୍ଧାନାଙ୍କ ନାମ ସୁପାରିସ କରାଯାଇଛି। ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) କାର୍ଯ୍ୟକାରୀ ସମ୍ପାଦକ ଅମିତାଭ ଚୌଧୁରୀ ଏ ନେଇ ସୂଚନା ଦେଇଛନ୍ତି। ଏହି ଦୁଇ କ୍ରିକେଟରଙ୍କ ନାମ ଆମେ ସୁପାରିସ କରିଛୁ ବୋଲି ସେ କହିଛନ୍ତି।

ଭାରତୀୟ ପୁରୁଷ ଓ ମହିଳା ହକି ଦଳର ଦମ୍‌ଦାର ଆରମ୍ଭ

ଭାରତୀୟ ପୁରୁଷ ଓ ମହିଳା ହକି ଦଳର ଦମ୍‌ଦାର ଆରମ୍ଭ

ବ୍ୟାଙ୍କକ୍‌, ୨୬।୪ (ପି.ଟି.)- ଏଠାରେ ଆରମ୍ଭ ହୋଇଥିବା ଯୁବ ଅଲିମ୍ପିକ କ୍ୱାଲିଫାୟରରେ ଭାରତୀୟ ପୁରୁଷ ଓ ମହିଳା ଦଳ ବୃହତ ବିଜୟ ସହ ଅଭିଯାନ ଆରମ୍ଭ କରିଛନ୍ତି। ବୁଧବାର ମହିଳା ଦଳ ୧୪-୦ରେ ସିଙ୍ଗାପୁରକୁ ପରାସ୍ତ କରିଛି। ସେହିପରି ପୁରୁଷ ଦଳ ୨୫-୦ ଗୋଲରେ ଥାଇଲାଣ୍ଡକୁ ହରାଇଛି।