ମେଟ୍ରୋ |

ନଳା ପାଣିରେ ବୁଡିଲା ଶରଧାବାଲି

ନଳା ପାଣିରେ ବୁଡିଲା ଶରଧାବାଲି

ପୁରୀ ଅଫିସ, ୬।୧୨: ପୂଣ୍ୟର ମାଟି ଶ୍ରୀକ୍ଷେତ୍ର। ଏହା ଲୀଳାମୟ ଜଗନ୍ନାଥଙ୍କ ଲୀଳାସ୍ଥଳ। ଏହି ପାବନ ଭୂମିର ପାଣି, ପବନ ସବୁ ପବିତ୍ର ବୋଲି ଲୋକଙ୍କ ବିଶ୍ୱାସ ରହିଛି। ଏହି ବିଶ୍ୱାସକୁ ସାଥୀରେ ଧରି ପ୍ରତିଦିନ ଦେଶ ବିଦେଶରୁ ହଜାର ହଜାର ସଂଖ୍ୟାରେ ଭକ୍ତ, ପର୍ଯ୍ୟଟକ ଛୁଟି ଆସନ୍ତି ପୁଣ୍ୟ ଧାମକୁ। ସକାଳ ହେଲେ ଭକ୍ତଙ୍କ ଗହଳିରେ ଉଛୁଳିପଡ଼େ ସିଂହଦ୍ୱାରଠାରୁ ଶରଧାବାଲି। ବଡ଼ଦାଣ୍ଡ ଆଉ ଶରଧାବାଲିର ଧୂଳିକୁ ମଥାରେ ବୋଳି ପୂଣ୍ୟ ଅର୍ଜନ କରିଥାନ୍ତି। ହେଲେ ବୁଧବାର ଶରଧାବାଲିରେ ଦେଖିବାକୁ ମିଳିଥିଲା ଭିନ୍ନ ଚିତ୍ର। କୋଟି କୋଟି ଜଗନ୍ନାଥପ୍ରେମୀଙ୍କ ଆସ୍ଥା ଓ ବିଶ୍ୱାସର ପ୍ରତୀକ ଶରଧାବାଲିକୁ ଭିଜାଇ ଦେଇଥିଲା ନଳା ପାଣି। ପବିତ୍ର ବାଲି ଉପରେ ଅପବିତ୍ରର ପାଣି ମାଡ଼ିଥିବା ଦେଖି ନାକ ଟେକିଛନ୍ତି ଶ୍ରଦ୍ଧାଳୁ ଓ ପର୍ଯ୍ୟଟକ। ସ୍ଥାନୀୟ ଲୋକେ ବି ଅସନ୍ତୋଷ ଓ କ୍ଷୋଭ ପ୍ରକାଶ କରିଛନ୍ତି।
ଶ୍ରୀମନ୍ଦିର ସାଙ୍ଗକୁ ପୁରାତନ ଐତିହ୍ୟସ୍ଥଳୀ ଶ୍ରୀକ୍ଷେତ୍ର ସଂସ୍କୃତି ଓ ପରମ୍ପରାକୁ ରୁଦ୍ଧିମନ୍ତ କରିଛି। ତେଣୁ ପ୍ରତିଦିନ ଆଧ୍ୟାତ୍ମିକତାର ମନୋଭାବ ନେଇ ଦେଶ, ବିଦେଶରୁ ଭକ୍ତ ଓ ପର୍ଯ୍ୟଟକ ଆସିଥାନ୍ତି। ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ପରେ ଶ୍ରଦ୍ଧାରେ ଶ୍ରଦ୍ଧାଳୁ ବୁଲିଯାନ୍ତି ଗୁଣ୍ଡିଚା ମନ୍ଦିର ଅଭିମୁଖେ। ପୁଣ୍ୟତାର ପ୍ରତୀକ ଶରଧାବାଲିକୁ ଦର୍ଶନ କରିବା ସହ ଏହାକୁ ମୁଣ୍ଡରେ ବୋଳିଥାନ୍ତି। ହେଲେ ଶରଧାବାଲିର ପବିତ୍ରତାକୁ ଅପବିତ୍ର କରିଦେଇଛି ଡ୍ରେନ୍‌ ପାଣି। ଗୁଣ୍ଡିଚା ମନ୍ଦିର ନାକଚଣା ଦ୍ୱାରା ସମ୍ମୁଖରେ ଥିବା ଡ୍ରେନ୍‌ ଚୋକ୍‌ ହୋଇଯାଇଥିବାରୁ ମଇଳା ପାଣି ଶରଧାବାଲିରେ ମାଡିଥିଲା। ସ୍ଥିତି ଏମିତି ହୋଇଥିଲା ଯେ, ଏହି ଡ୍ରେନ୍‌ ପାଣିରେ ବାଲି ସମ୍ପୂର୍ଣ୍ଣ ଭିଜି ଯାଇଥିଲା। ଏହାକୁ ନେଇ ସେଠାରେ ଏକ ଅସ୍ବାଭାବିକ ପରିସ୍ଥିତି ସୃଷ୍ଟି ହୋଇଥିଲା। ଗୁଣ୍ଡିଚା ମନ୍ଦିରକୁ ବୁଲିବାକୁ ଆସିଥିବା ଶ୍ରଦ୍ଧାଳୁ ଏଭଳି ଅବସ୍ଥା ଦେଖି ଅସନ୍ତୋଷ ବ୍ୟକ୍ତ କରିଥିଲେ। ସ୍ଥାନୀୟ ଦୋକାନୀ ଏବଂ ଲୋକେ ମଧ୍ୟ ଶରାଧାବାଲି ଉପରେ ନଳାପାଣିର ଧାର ଛୁଟୁଥିବା ଦେଖି କ୍ଷୋଭ ପ୍ରକାଶ କରି୍‌ଥିଲେ।
ଗଞ୍ଜାମ ଦିଗପହଣ୍ଡିରୁ ସପରିବାର ଆସିଥିବା ସନ୍ତୋଷ ସାହୁ କହିଥିଲେ, ଶରଧାବାଲି ପ୍ରତି ଲୋକମାନଙ୍କ ବିଶ୍ୱାସ ରହିଛି। ଶରଧାବାଲିକୁ ମୁଣ୍ଡରେ ମାରିଲେ ମନରେ ପବିତ୍ରତା ଆସିଥାଏ। ହେଲେ ଏହି ଶରଧାବାଲିରେ ଡ୍ରେନ ପାଣି ମାଡିଯିବା ଦେଖି ଦୁଃଖ ଲାଗୁଛି। କେବଳ ଆମେ ନୁହେଁ, ପୁରୀକୁ ଦେଶ ବିଦେଶରୁ ଭକ୍ତ, ପର୍ଯ୍ୟଟକ ଆସୁଛନ୍ତି। ସେମାନେ ଯଦି ଏଭଳି ଦୃଶ୍ୟ ଦେଖିବେ ନିଶ୍ଚିତ ପୁଣ୍ୟର ମାଟି ଶ୍ରୀକ୍ଷେତ୍ର ପ୍ରତି ତାଙ୍କ ମନରେ ଖରାପ ଭାବନା ଆସିବ। ତେଣୁ ଶରଧାବାଲି କିପରି ପବିତ୍ରତାର ସହ ରହିବ ସେ ଦିଗରେ ସମସ୍ତେ ଧ୍ୟାନ ଦେବା ଉଚିତ। ଭୁବନେଶ୍ୱରର ମୋନାଲିସା ବିଶ୍ୱାଳ ମଧ୍ୟ ଏଭଳି ସ୍ଥିତି ଦେଖି କ୍ଷୋଭ ପ୍ରକାଶ କରିଥିଲେ। ଶରଧାବାଲି ପ୍ରତି କେବଳ ଓଡ଼ିଆଙ୍କର ନୁହେଁ ବାହାର ଶ୍ରଦ୍ଧାଳୁଙ୍କର ମଧ୍ୟ ଭାବାବେଗ ଜଡିତ ରହିଛି। ବାହୁଡା ସମୟରେ ତିନିରଥ ଏହି ଶରଧାବାଲିରେ ଠିଆ ହୋଇଥାନ୍ତି। ହେଲେ ଏହା ଉପରେ ଆଜି ମାଡିଛି ଡ୍ରେନ୍‌ ପାଣି। ପୁରୀ ପୌର ପ୍ରଶାସନ ତୁରନ୍ତ ଏ ଦିଗରେ ପଦକ୍ଷେପ ନେବା ଦରକାର। କେବଳ ସନ୍ତୋଷ କି ମୋନାଲିସା ନୁହଁନ୍ତି, ବୁଧବାର ବହୁ ଭକ୍ତ ଏହି ଘଟଣାକୁ ନେଇ କ୍ଷୋଭ ପ୍ରକାଶ କରିଥିଲେ।
ଏ ସମ୍ପର୍କରେ ନଗରପାଳ ଜୟନ୍ତ କୁମାର ଷଡ଼ଙ୍ଗୀ କହିଛନ୍ତି, ସେ ଖବର ପାଇବା ପରେ କର୍ମଚାରୀଙ୍କୁ ପଠାଇଥିଲେ। ନାକଚଣା ଦ୍ୱାରା ସମ୍ମୁଖରେ ତଳେ ଯେଉଁ ପାଇପ ପଡିଛି ସେଠାରେ ଅଧିକାଂଶ ସମୟ ଡ୍ରେନ୍‌ ଚୋକ୍‌ ହେଉଛି। ଯେତେବେଳେ ସମସ୍ୟା ହେଉଛି ଏହାର ସମାଧାନ କରାଯାଉଛି।
ସୂଚନାଯୋଗ୍ୟ, ରଥଯାତ୍ରା ସମୟରେ ପୁରୀର ପରିମଳ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଉଛି। କିନ୍ତୁ ଡ୍ରେନ୍‌ ସଫା ଓ ମରାମତି ଠିକ୍‌ ଭାବେ ହେଉ ନାହିଁ। ଫଳରେ ଅନେକ ସମୟରେ ଅପ୍ରୀତିକର ପରିସ୍ଥିତି ଉପୁଜୁଛି। ସ୍ଥିତି ଏମିତି ହୋଇଛି ଯେ, ଅସରାଏ ବର୍ଷାବି ବଡ଼ଦାଣ୍ଡକୁ ବୁଡ଼ାଇ ଦେଉଛି।

All Right Reserved By

Model This Week

ସନ୍ତୋଷ

ମେଟ୍ରୋ |

ହୋପ୍‌ ଇଜ୍‌ ଲାଇଫ୍‌ର ସଫେଇ କାର୍ଯ୍ୟକ୍ରମ

ହୋପ୍‌ ଇଜ୍‌ ଲାଇଫ୍‌ର ସଫେଇ କାର୍ଯ୍ୟକ୍ରମ

ପୁରୀ ଅଫିସ,୨୭।୫: ହୋପ୍‌ ଇଜ୍‌ ଲାଇଫ୍‌ ତରଫରୁ ପୁରୀ ବଡ଼ଶଙ୍ଖ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ରବିବାର ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।

କାନ୍ଥ ଭୁଶୁଡ଼ି ଶିଶୁ ମୃତ: ମା’ବାପା ଗୁରୁତର

କାନ୍ଥ ଭୁଶୁଡ଼ି ଶିଶୁ ମୃତ: ମା’ବାପା ଗୁରୁତର

ଚୌଦ୍ୱାର,୨୭।୫(ଡି.ଏନ୍‌.ଏ.): କଟକ ଜିଲା ଟାଙ୍ଗୀ-ଚୌଦ୍ୱାର ବ୍ଲକ ଆଗ୍ରାହାଟ ପଞ୍ଚାୟତ ଭରାଣ୍ଡି ଗ୍ରାମରେ ଶନିବାର ବିଳମ୍ବିତ ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ଉକ୍ତ ଗ୍ରାମରେ ଟନି ପୁର୍ଲିଙ୍କ ଘରର କାନ୍ଥ ଭୁଶୁଡ଼ି ତାଙ୍କ ୫ ବର୍ଷୀୟ ପୁଅର ମୃତ୍ୟୁ ଘଟିଛି।

ପୁରୀରେ ପୁଣି ଭକ୍ତଙ୍କୁ ମାଡ଼ ବଡ଼ଦାଣ୍ଡରେ ଶ୍ରଦ୍ଧାଳୁଙ୍କ ମୁଣ୍ଡ ଫାଟିଲା

ପୁରୀରେ ପୁଣି ଭକ୍ତଙ୍କୁ ମାଡ଼ ବଡ଼ଦାଣ୍ଡରେ ଶ୍ରଦ୍ଧାଳୁଙ୍କ ମୁଣ୍ଡ ଫାଟିଲା

ପୁରୀ ଅଫିସ, ୨୭।୫: ପୁରୀରେ ଅସୁରକ୍ଷିତ ହୋଇପଡିଛନ୍ତି ଭକ୍ତ। କେତେବେଳେ ଶ୍ରୀମନ୍ଦିରରେ ଭକ୍ତଙ୍କୁ ମାଡ଼ ମରାଯାଇ ଲହୁଲୁହାଣ କରାଯାଉଛି ତ ପୁଣି କେତେବେଳେ ହୋଟେଲରେ ପର୍ଯ୍ୟଟକଙ୍କୁ ଆକ୍ରମଣ ହେଉଛି। ଦିନକୁ ଦିନ ଶ୍ରୀକ୍ଷେତ୍ର ମାଟିରେ ଏଭଳି ଲଜ୍ଜାଜନକ ଘଟଣା ବଢିବାରେ ଲାଗିଛି। ଶନିବାର ବଡ଼ଦାଣ୍ଡରେ ଘଟିଛି ଏମିତି ଏକ ଅଭାବନୀୟ ଘଟଣା।

୧୮ ଦୁର୍ବଳ ନଦୀବନ୍ଧ ଉପରେ ରହିବ ସତର୍କ ନଜର

୧୮ ଦୁର୍ବଳ ନଦୀବନ୍ଧ ଉପରେ ରହିବ ସତର୍କ ନଜର

ପୁରୀ ଅଫିସ, ୨୭।୫: ବର୍ତ୍ତମାନ ରାଜ୍ୟରେ ଚାଲିଛି କାଳବୈଶାଖୀର ତାଣ୍ଡବ। ଆଗକୁ ଆସୁଛି ବର୍ଷା। ଏହାକୁ ଦୃଷ୍ଟିରେ ରଖି ଆଗୁଆ ସତର୍କତା ମୂଳକ ପଦକ୍ଷେପ ଗ୍ରହଣ ନିମନ୍ତେ ଶନିବାର ଜିଲା ପ୍ରଶାସନ ପକ୍ଷରୁ ଜିଲାସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ କମିଟି ବୈଠକ ଡକାଯାଇଥିଲା। ଜିଲାରୁ ପ୍ରତିନିଧିତ୍ୱ କରୁଥିବା ୬ ବିଧାୟକ ଏବଂ ୨ ଏମ୍‌ପି ମଧ୍ୟ ଅନୁପସ୍ଥିତ ଥିଲେ। ବୈଠକ ଆରମ୍ଭ ହେବାର ଘଣ୍ଟାଏ ବିଳମ୍ବରେ ଆସି ଅଧ୍ୟକ୍ଷତା କରିଥିଲେ ଜିଲାପାଳ ଅରବିନ୍ଦ ଅଗ୍ରଓ୍ବାଲ।

କଂଗ୍ରେସର ବିଶ୍ୱାସଘାତକ ଦିବସ : ମୋଦି ଦେଶବାସୀଙ୍କୁ ପ୍ରତାରଣା କରିଛନ୍ତି

କଂଗ୍ରେସର ବିଶ୍ୱାସଘାତକ ଦିବସ : ମୋଦି ଦେଶବାସୀଙ୍କୁ ପ୍ରତାରଣା କରିଛନ୍ତି

ପୁରୀ ଅଫିସ, ୨୭।୫: ଲୋକଙ୍କୁ ବିଭିନ୍ନ ପ୍ରତିଶ୍ରୁତି ଦେଇ ଏନ୍‌ଡିଏ ସରକାର ନିର୍ବାଚନରେ ବିଜୟୀ ହୋଇ କ୍ଷମତାସୀନ ହୋଇଛି। ମାତ୍ର ଗୋଟିଏ ବି ପ୍ରତିଶ୍ରୁତି କାର୍ଯ୍ୟକାରୀ ନ କରି କେନ୍ଦ୍ର ସରକାର ଦେଶବାସୀଙ୍କୁ ପ୍ରତାରଣା କରିଛନ୍ତି ବୋଲି ପୁରୀ ଜିଲା କଂଗ୍ରେସ ଅଭିଯୋଗ କରିଛି।

ହୁଭାଷୀ ସିନ୍ଧୀ, ଓଡ଼ିଆ ନାଟ୍ୟ ସମାରୋହ ଅନ୍ନପୂର୍ଣ୍ଣାରେ ସିନ୍ଧୀ ନାଟକ ଅଧୁ ଆବାଦୀ

ହୁଭାଷୀ ସିନ୍ଧୀ, ଓଡ଼ିଆ ନାଟ୍ୟ ସମାରୋହ ଅନ୍ନପୂର୍ଣ୍ଣାରେ ସିନ୍ଧୀ ନାଟକ ଅଧୁ ଆବାଦୀ

ପୁରୀ ଅଫିସ, ୨୭।୫: ଅନ୍ନପୂର୍ଣ୍ଣା ରଙ୍ଗମଞ୍ଚରେ ଅନୁଷ୍ଠିତ ହେଉଛି ବହୁଭାଷୀ ସିନ୍ଧୀ, ଓଡ଼ିଆ ନାଟ୍ୟ ସମାରୋହ। ଏହି ଅବସରରେ ଶନିବାର ସନ୍ଧ୍ୟାରେ ମଞ୍ଚସ୍ଥ ହୋଇଛି ସିନ୍ଧୀ ନାଟକ ଅଧୁ ଆବାଦୀ। ଛତିଶଗଡ଼ ବିଳାସପୁରର କଳାକାରଙ୍କ ଦ୍ୱାରା ପରିବେଷିତ ଏହି ନାଟକର ଲେଖକ ଏବଂ ନିର୍ଦ୍ଦେଶକ ଥିଲେ ଶତ୍ରୁଘ୍ନ ଦେସୱାନୀ।

ଏଟିଏମ୍‌ରୁ ଟଙ୍କା ଚୋରି

ଏଟିଏମ୍‌ରୁ ଟଙ୍କା ଚୋରି

ନିରାକାରପୁର,୨୭।୫(ଡି.ଏନ୍‌.ଏ.): ଖୋର୍ଦ୍ଧା ଜିଲା ନିରାକାରପୁର ପଞ୍ଚାୟତ ରାମ୍‌ ବଜାରରେ ଥିବା ଆକ୍ସିସ୍‌ ବ୍ୟାଙ୍କ ଏଟିଏମ୍‌ରୁ ଶନିବାର ବିଳମ୍ବିତ ରାତିରେ ଚୋରି ହୋଇଛି।

ପୁରୀ ପୋଲିସର ଏନ୍‌କାଉଣ୍ଟର

ପୁରୀ ପୋଲିସର ଏନ୍‌କାଉଣ୍ଟର

ପୁରୀ ଅଫିସ, ୨୭।୫: ପିପିଲି ନିଜିଗଡ ଖୁରୁକି ବିର୍ଲା ଛକରେ ଶୁକ୍ରବାର ବିଳମ୍ବିତ ରାତିରେ ପୁରୀ ପୋଲିସ ଏନକାଉଣ୍ଟର କରିଛି। ପୋଲିସ ଗୁଳିରେ ବାସେଳି ସାହି ଥାନା ଅଧୀନ ଗୋଖା ସାହିର ସର୍ବେଶ୍ୱର ବେହେରା ଆହତ ହୋଇଛନ୍ତି। ଗୁଳି ତାଙ୍କ ବାମ ପାଦରେ ବାଜିଛି।

ଅନୁକୂଳ ହେଲା ଦଣ୍ଡା

ଅନୁକୂଳ ହେଲା ଦଣ୍ଡା

ପୁରୀ ଅଫିସ, ୨୭।୫: ରଥଖଳାରେ ତିନିରଥ ନିର୍ମାଣ କାମ ଚାଲିଛି। ତିନିରଥର ମୁଖ୍ୟ ବିଶ୍ୱକର୍ମାଙ୍କ ନେତୃତ୍ୱରେ ମହାରଣା ସେବକମାନେ କାମକୁ ଆଗେଇ ନେଉଛନ୍ତି। ଅଖ କାମ ପ୍ରାୟ ଶେଷ ହେବାକୁ ବସିଛି। ତିନିରଥର ମୋଟ ୨୧ଟି ଅଖ ମଧ୍ୟରୁ ନନ୍ଦିଘୋଷ ରଥର ୮ଟି ଏବଂ ତାଳଧ୍ୱଜ ରଥର ୭ଟି ଯାକ କାମ ଶେଷ ହୋଇଛି। ଦର୍ପଦଳନ ରଥର ୬ଟି ଅଖ ମଧ୍ୟରୁ ୫ଟି ସରିଛି।

ସେଣ୍ଟ୍ରାଲ ଲ୍ୟାବକୁ ପଠାଗଲା ନୋଟ୍‌

ଭୁବନେଶ୍ୱର, ୨୭।୫(ବ୍ୟୁରୋ)- ଖୋର୍ଦ୍ଧା ରୋଡ୍‌ ଜଙ୍କସନ୍‌ରୁ ଜଣେ ଯାତ୍ରୀଙ୍କଠାରୁ ଜବତ ହୋଇଥିବା ୩ ଲକ୍ଷ ଟଙ୍କାର ଜାଲ ନୋଟକୁ କଲିକତା ସେଣ୍ଟ୍ରାଲ ଲ୍ୟାବକୁ ପରୀକ୍ଷା ପାଇଁ ପଠାଯାଇଛି। ଲ୍ୟାବ୍‌ରୁ ରିପୋର୍ଟ ଆସିବା ପରେ ନୋଟ୍‌ର ମାନ ଜଣାପଡିବ। ଯଦି ଏହି ଜାଲ ନୋଟ ଏବଂ ଭାରତୀୟ ନୋଟ ମଧ୍ୟରେ ସାମଞ୍ଜସ୍ୟ ରହିଥାଏ, ତେବେ ଏହାର ତଦନ୍ତ ପ୍ରକ୍ରିୟାକୁ ବ୍ୟାପକ କରାଯିବ ବୋଲି ରାଜସ୍ବ ଗୋଇନ୍ଦା ବିଭାଗ(ଡିଆରଆଇ)ର ଜଣେ ଅଧିକାରୀ ସୂଚନା ଦେଇଛନ୍ତି।

ଭାଜପା ଅଫିସ୍‌ ଆଗରେ ବୋମାମାଡ଼ ୨ ଗିରଫ

ଭୁବନେଶ୍ୱର, ୨୭।୫ବ୍ୟୁରୋ)- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡ଼ିଶା ଗସ୍ତରେ ଆସିଥିବାବେଳେ ରାଜ୍ୟ ଭାଜପା କାର୍ଯ୍ୟାଳୟ ଆଗରେ ବୋମାମାଡ ହୋଇଛି। ଶନିବାର ରାତି ପ୍ରାୟ ସାଢ଼େ ୭ଟାରେ ୨ ଯୁବକ ବାଇକ୍‌ରେ ଆସି ଏହି ବୋମାମାଡ଼ କରିଛନ୍ତି। ଏଥିରେ କେହି ମୃତାହତ ହୋଇ ନ ଥିବାବେଳେ ଅଭିଯୁକ୍ତଦ୍ୱୟଙ୍କୁ ପୋଲିସ ଗିରଫ କରିଛି। ସେମାନେ ହେଲେ ପଟିଆ ଅଞ୍ଚଳର ବିଶ୍ୱଜିତ ମଲ୍ଲିକ ଏବଂ ପିନାକୀ ମହାନ୍ତି।

ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ପୁରୀ ଅଫିସ,୨୭।୫ : ପୁରୀ ସଦର ଥାନା ଅନ୍ତର୍ଗତ ବାଲିଘାଇ ନାରାୟଣୀ ମନ୍ଦିର ନିକଟ ଜଙ୍ଗଲରୁ ରବିବାର ସକାଳ ୮ଟା ସମୟରେ ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ଯୁବକଙ୍କ ପରିଚୟ ମିଳିପାରିନାହିଁ।