ମେଟ୍ରୋ |

ବିଏମ୍‌ସିର ନୂଆ ନିୟମ: ଧାରଣା ପାଇଁ ଦିନକୁ ୫୦୦, ବିବାହ ଶୋଭାଯାତ୍ରା କଲେ ୫୦୦୦

ବିଏମ୍‌ସିର ନୂଆ ନିୟମ: ଧାରଣା ପାଇଁ ଦିନକୁ ୫୦୦, ବିବାହ ଶୋଭାଯାତ୍ରା କଲେ ୫୦୦୦
ଭୁବନେଶ୍ୱର, ୬।୧୨(ବ୍ୟୁରୋ)- ଲୋୟର ପିଏମ୍‌ଜିରେ ଧାରଣା ହେଉ କି ସହରର କୌଣସି ସ୍ଥାନରେ ବିବାହ ଶୋଭାଯାତ୍ରା, ଏସବୁ ସମୟରେ ପରିମଳ ବ୍ୟବସ୍ଥା ବିଗିଡ଼ିଯାଉଛି। ଏଥିପାଇଁ ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି)କୁ ଅଧିକ ଅର୍ଥ ଖର୍ଚ୍ଚ କରିବାକୁ ପଡ଼ୁଛି। ତେଣୁ ପରିମଳ ବ୍ୟବସ୍ଥାରେ ସୁଧାର ଆଣିବା ସହିତ ଅତିରିକ୍ତ ବୋଝରୁ ମୁକୁଳିବାକୁ ବିଏମ୍‌ସି ନୂଆ ନିୟମ ଲାଗୁ କରିଛି। ଏଣିକି ରାଜଧାନୀରେ ଧାରଣା ଦେଲେ କିମ୍ବା ବିବାହ ଶୋଭାଯାତ୍ରା କଲେ ଲୋକଙ୍କୁ ଟଙ୍କା ଗଣିବାକୁ ପଡ଼ିବ। ଲୋୟର ପିଏମ୍‌ଜିରେ ଧାରଣା, ଶୋଭାଯାତ୍ରା କିମ୍ବା ବିକ୍ଷୋଭ ପ୍ରଦର୍ଶନ କରିବାକୁ ଚାହୁଁଥିବା ଅନୁଷ୍ଠାନ ଏବଂ ବ୍ୟକ୍ତିବିଶେଷଙ୍କ ପାଇଁ ଦିନକୁ ସର୍ବନିମ୍ନ ଦେୟ ୫୦୦ ଟଙ୍କା ଧାର୍ଯ୍ୟ କରାଯାଇଥିବାବେଳେ ବିବାହ ଶୋଭାଯାତ୍ରା ପାଇଁ ୫୦୦୦ ଟଙ୍କା ଦେବାକୁ ହେବ। ଧାରଣାରେ ସାମିଲ ହେବାକୁ ଥିବା ବ୍ୟକ୍ତି ସଂଖ୍ୟା ୧୦୦ରୁ ୫୦୦ ଭିତରେ ରହିଲେ ୧୦୦୦ ଟଙ୍କା ଏବଂ ୫୦୦ରୁ ଅଧିକ ହେଲେ ମୁଣ୍ଡ ପିଛା ଅତିରିକ୍ତ ୫ଟଙ୍କା ଦାଖଲ କରିବାକୁ ହେବ। ବିଏମ୍‌ସିଠାରୁ ଅନୁମତି ନେବାବେଳେ ଏହି ଅର୍ଥ ପଇଠ କରାଯିବ। ପୋଲିସଠାରୁ ଅନୁମତି ଆଣିବା ସମୟରେ ଅର୍ଥ ପଇଠ ସଂକାନ୍ତ ରସିଦ ଦେଖାଇବାକୁ ପଡ଼ିବ। ବୁଧବାର ବିଏମ୍‌ସି କାର୍ଯ୍ୟାଳୟରେ ଅନୁଷ୍ଠିତ ଏକ ବୈଠକରେ ଏ ନେଇ ନିଷ୍ପତ୍ତି ହୋଇଛି। ବିଧାନସଭା ଅଧିବେଶନ ଆରମ୍ଭ ହେଲେ ଲୋୟର ପିଏମ୍‌ଜିରେ ବହୁ ସଂଗଠନ ପକ୍ଷରୁ ଧାରଣା, ଶୋଭାଯାତ୍ରା ଆୟୋଜନ କରାଯାଉଛି। ଏହି ସମୟରେ ଅଞ୍ଚଳର ପରିମଳ ବ୍ୟବସ୍ଥା ଖରାପ ହେଉଛି। ଅଳିଆ ସଫା କରିବା ପାଇଁ ବିଏମ୍‌ସି ଅଧିକ ସଫେଇ କର୍ମଚାରୀ ନିୟୋଜିତ କରୁଛି। ଏହାଦ୍ୱାରା ବିଏମ୍‌ସିର ଅଧିକ ଖର୍ଚ୍ଚ ହେଉଥିବାରୁ ସେହି ଅର୍ଥ ଆନ୍ଦୋଳନକାରୀଙ୍କଠାରୁ ଅସୁଲ କରିବାକୁ ଏଭଳି ପଦକ୍ଷେପ ନିଆଯାଇଛି। ସେଥିପାଇଁ ବିଏମ୍‌ସି ଆନ୍ଦୋଳନକାରୀଙ୍କ ଉପରେ ସିଧାସଳଖ ଭାବେ ଏକପ୍ରକାର ରୋକ୍‌ ଲଗାଇବା ପାଇଁ ନେଇଛି ନୂଆ ପଦକ୍ଷେପ। ଧାରଣା ଦେଲେ ବିଏମ୍‌ସି ପାଖରୁ ଅନୁମତି ନିଆଯାଉଛି। ବର୍ତ୍ତମାନ ଅନୁମତି ଆଣିଲା ବେଳେ ଧାରଣାରେ କେତେ ଲୋକ ସାମିଲ ହେବେ ସେନେଇ ଅନୁଷ୍ଠାନ କିମ୍ବା ସଂଗଠନ ପକ୍ଷରୁ ଦର୍ଶାଯିବା ସହିତ ନିୟମ ଅନୁସାରେ ନିର୍ଦ୍ଧାରିତ ଦେୟ ପଇଠ କରାଯିବ। ଏ ନେଇ ବିଏମ୍‌ସି ପକ୍ଷରୁ ପୋଲିସକୁ ଅବଗତ କରାଯିବ। ଫଳରେ ପୋଲିସ ଧାରଣା, ଶୋଭାଯାତ୍ରା ପାଇଁ ଅନୁମତି ଦେବା ବେଳେ ବିଏମ୍‌ସିକୁ ଦେୟ ପଇଠ ରସିଦ ଦେଖି ଅନୁମତି ଦେବ। ସେହିପରି ଧାରଣାରେ ସାମିଲ ହେଉଥିବା ବ୍ୟକ୍ତି ବାହାରେ ପରିସ୍ରା କିମ୍ବା ମଳତ୍ୟାଗ ନ କରିବା ପାଇଁ ଲିଖିତ ପ୍ରତିଶ୍ରୁତି ଦେବେ। ସେହିପରି ବିଏମ୍‌ସି ଅଞ୍ଚଳରେ ବିବାହ, ବ୍ରତ, ଏକାଦଶାହ ପାଇଁ ଭୋଜିଭାତ ଏବଂ ବିବାହ ଶୋଭାଯାତ୍ରା ପାଇଁ ଲୋକଙ୍କୁ ୫୦୦୦ ଟଙ୍କା ଫି ଦେବାକୁ ପଡ଼ିବ। ଭୋଜି ସମୟରେ ପ୍ଲେଟ, ପ୍ଲାଷ୍ଟିକ୍‌ ଗ୍ଲାସ, ପାଣି ପାଉଚ୍‌ ସାଙ୍ଗକୁ ବଳକା ଖାଦ୍ୟ ଫିଙ୍ଗାଯାଉଛି। ସେଗୁଡ଼ିକୁ ସଫେଇ କରିବାକୁ ବିଏମ୍‌ସି ଅଧିକ କର୍ମଚାରୀଙ୍କୁ ନିୟୋଜିତ କରୁଛି। ଏହାସହିତ ସହରର ବିଭିନ୍ନ ସ୍ଥାନରେ ବିବାହ ଶୋଭାଯାତ୍ରା ବେଳେ ଶତାଧିକ ଲୋକ ସାମିଲ ହେଉଛନ୍ତି। ଶୋଭାଯାତ୍ରା ବେଳେ ବାଣ ଫୁଟୁଛି, ପାଣି ପାଉଚ, ବୋତଲ ରାସ୍ତାରେ ପଡ଼ୁଥିବାରୁ ପରିମଳ ବ୍ୟବସ୍ଥା ଖରାପ ହେଉଛି। ଏସବୁ ସଫେଇ କରିବା ଲାଗି ଉକ୍ତ ଅର୍ଥ ବ୍ୟବହାର କରାଯିବ। ଏଥିପାଇଁ ଲୋକମାନେ ନିଜ ଅଞ୍ଚଳର ଜୋନ୍‌ କାର୍ଯ୍ୟାଳୟରୁ ଅନୁମତି ନେବା ବେଳେ ଟଙ୍କା ପଇଠ କରିବେ।
All Right Reserved By

ମେଟ୍ରୋ |

ହାତୀ ଆକ୍ରମଣରେ ୨ ଗୁରୁତର

ହାତୀ ଆକ୍ରମଣରେ ୨ ଗୁରୁତର

ନିରାକାରପୁର, ୨୦।୧୦(ଡି.ଏନ୍‌.ଏ.): ଖୋର୍ଦ୍ଧା ଜିଲା ନିରାକାରପୁର ଚନ୍ଦକା ପୋଖରୀକୁ ଶୁକ୍ରବାର ସକାଳେ ଗାଧୋଇବାକୁ ଯାଇଥିବା ବେଳେ ହାତୀ ଆକ୍ରମଣରେ ୨ଜଣ ଗୁରୁତର ଆହତ ହୋଇଛନ୍ତି।

କୂଅରେ ପଡ଼ି ଛାତ୍ରୀ ମୃତ

କୂଅରେ ପଡ଼ି ଛାତ୍ରୀ ମୃତ

ଖୋର୍ଦ୍ଧା ଅଫିସ,୨୦।୧୦: ଖୋର୍ଦ୍ଧା ବ୍ଲକ ଅନ୍ତର୍ଗତ ଗୋଡିପଡା ଗ୍ରାମରେ କୂଅରେ ପଡି ଶନିବାର ପୂର୍ବାହ୍ନରେ ଜଣେ ଦ୍ୱିତୀୟ  ଶ୍ରେଣୀ ଛାତ୍ରୀଙ୍କ ମୃତ୍ୟୁ ଘଟିଛି।

ବାତ୍ୟା ତିତ୍‌ଲି, ବନ୍ୟା ପ୍ରଭାବିତ ଅଞ୍ଚଳ ବୁଲି ଦେଖିଲେ ଧର୍ମେନ୍ଦ୍ର ପ୍ରଧାନ

ବାତ୍ୟା ତିତ୍‌ଲି, ବନ୍ୟା ପ୍ରଭାବିତ ଅଞ୍ଚଳ ବୁଲି ଦେଖିଲେ ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର, ୨୦।୧୦(ବ୍ୟୁରୋ): ବାତ୍ୟା ତିତ୍‌ଲି ଓ ଏହାର ପରବର୍ତ୍ତୀ ବନ୍ୟା ପ୍ରଭାବରେ କ୍ଷୟକ୍ଷତି ହୋଇଥିବା ଅଞ୍ଚଳକୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗସ୍ତକରି ଲୋକଙ୍କ ସହ ଆଲୋଚନା କରିଛନ୍ତି। ଏ ନେଇ ସେ ଏକ ଭିଡ଼ିଓ ମଧ୍ୟ ଜାରି କରିଛନ୍ତି।

୫୧ ବର୍ଷରେ ପହଞ୍ଚତ୍ଛି ଅସ୍ତରଙ୍ଗ ଦୁର୍ଗାପୂଜା

୫୧ ବର୍ଷରେ ପହଞ୍ଚତ୍ଛି ଅସ୍ତରଙ୍ଗ ଦୁର୍ଗାପୂଜା

କାକଟପୁର, ୨୦।୧୦(ଡି.ଏନ୍‌.ଏ.): ଅସ୍ତରଙ୍ଗ ବଜାରଠାରେ ଦୁର୍ଗା କ୍ଲବ ପକ୍ଷରୁ ଷଷ୍ଠୀ ତିଥିଠାରୁ ଆରମ୍ଭ  ହୋଇଛି ଦୁର୍ଗାପୂଜା।  ଦୁର୍ଗା କ୍ଲବ ପକ୍ଷରୁ  ୫୧ ବର୍ଷ  ଧରି ଏଠାରେ ମୃଣ୍ମୟୀ ମୂର୍ତ୍ତିଙ୍କୁ ଭକ୍ତି ଓ ନିଷ୍ଠାର ସହିତ ପୂଜା କରାଯାଇ ଆସୁଛି ବୋଲି କହିଛନ୍ତି କ୍ଲବର ସମ୍ପାଦକ ଆଇନଜୀବୀ ଦିବ୍ୟଦର୍ଶୀ ବିଶ୍ୱାଳ।

ଶ୍ରୀମନ୍ଦିରରେ କାର୍ତ୍ତିକ ନୀତି ଆରମ୍ଭ

ଶ୍ରୀମନ୍ଦିରରେ କାର୍ତ୍ତିକ ନୀତି ଆରମ୍ଭ

ପୁରୀ ଅଫିସ, ୨୦।୧୦: ଶନିବାର ଆଶ୍ୱିନ ଶୁକ୍ଳ ଏକାଦଶୀ ତିଥିରୁ ମହାପ୍ରଭୁଙ୍କ କାର୍ତ୍ତିକ ନୀତି ଆରମ୍ଭ ହୋଇଛି। ରତ୍ନ ସିଂହାସନରେ ମହାପ୍ରଭୁ ରାଇ ଦାମୋଦର ବେଶରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି। ଠାକୁରଙ୍କ ଏହି ମହାର୍ଗ ବେଶ କାର୍ତ୍ତିକ ଶୁକ୍ଳ ଦଶମୀ ପର୍ଯ୍ୟନ୍ତ ପ୍ରତ୍ୟହ ଅନୁଷ୍ଠିତ ହେବ। ଚଳିତବର୍ଷ ପଞ୍ଚକ ପାଞ୍ଚ ଦିନ ହେବ। କାର୍ତ୍ତିକ ଶୁକ୍ଳ ଏକାଦଶୀଠାରୁ କାର୍ତ୍ତିକ ପୂର୍ଣ୍ଣିମା ପର୍ଯ୍ୟନ୍ତ ପଞ୍ଚକ ବେଶ ହେବ। ପଞ୍ଚକରେ ଭକ୍ତମାନେ ଦାରୁଦିଅଁଙ୍କ ୫ ବେଶ ଦର୍ଶନ କରିବାର ସୁଯୋଗ ପାଇବେ। 

୨୫ରୁ କାର୍ତ୍ତିକ ବ୍ରତ

୨୫ରୁ କାର୍ତ୍ତିକ ବ୍ରତ

ପୁରୀ ଅଫିସ, ୨୦।୧୦: ଆସନ୍ତା ୨୫ ତାରିଖରୁ ଆରମ୍ଭ ହେଉଛି ଧର୍ମମାସ ଅର୍ଥାତ୍‌ ହବିଷ ମାସ କାର୍ତ୍ତିକ। ଏହି ବ୍ରତ ପାଳନ ପାଇଁ ଶ୍ରୀକ୍ଷେତ୍ରକୁ ହବିଷିଆଳିଙ୍କ ସୁଅ ଛୁଟିବ। ଆସନ୍ତା ୨ରୁ ୩ ଦିନ ମଧ୍ୟରେ ହବିଷିଆଳି ଶ୍ରୀକ୍ଷେତ୍ରରେ ପହଞ୍ଚିବେ। ପ୍ରାତଃରୁ ମାର୍କଣ୍ଡ, ଶ୍ୱେତଗଙ୍ଗା, ନରେନ୍ଦ୍ର, ଇନ୍ଦ୍ରଦ୍ୟୁମ୍ନ ପୁଷ୍କରିଣୀ ଓ ମହୋଦଧି ଆଦିରେ ସ୍ନାନ କରି ମହାପ୍ରଭୁଙ୍କ ମଙ୍ଗଳ ଆଳତି ଦର୍ଶନ କରିବେ। 

ଅଚିହ୍ନା ମହିଳାଙ୍କ ମୃତଦେହ ଉଦ୍ଧାର

ଅଚିହ୍ନା ମହିଳାଙ୍କ ମୃତଦେହ ଉଦ୍ଧାର

ବେଗୁନିଆ,୨୦।୧୦(ଡି.ଏନ୍‌.ଏ.): ଖୋର୍ଦ୍ଧା ଜିଲା ଟିକାତଳ ନିକଟସ୍ଥ ଏକ ପୋଖରୀ କୂଳରେ ଜଣେ ଅପରିଚାତା ମହିଳାଙ୍କ ମୃତ ଦେହ ପଡିଥିବା ଶନିବାର ସକାଳେ ସ୍ଥାନୀୟ ଲୋକେ ଦେଖିଥିଲେ। 

ରାବଣ ପୋଡି ଉତ୍ସବ

ରାବଣ ପୋଡି ଉତ୍ସବ

ଭୁବନେଶ୍ୱର,୧୯।୧୦: ସରିଛି ପାର୍ବଣର ଋତୁ। ଅଧର୍ମ ଉପରେ ଧର୍ମର ବିଜୟକୁ ନେଇ ମହାମାୟା ଧରାବତରଣ କରିଥିଲେ। ଶୁକ୍ରବାର ବିଜୟା ଦଶମୀ ଅବସରରେ ପରାକ୍ରମୀ ରାବଣର ପୁତ୍ତଳିକା ଦାହ କରି ମେଲାଣି ନେଇଛନ୍ତି ଯୋଗମାୟା।

ଦୁଇ ବନ୍ଧୁକ ବେପାରୀ ଗିରଫ

ଦୁଇ ବନ୍ଧୁକ ବେପାରୀ ଗିରଫ

ଭୁବନେଶ୍ୱର,୧୯।୧୦- ଭୁବନେଶ୍ୱର ନିକଟସ୍ଥ ତମାଣ୍ଡୋ ଅଞ୍ଚଳରୁ ଶୁକ୍ରବାର ଦୁଇ ବନ୍ଧୁକ ବେପାରୀ ଗିରଫ ହୋଇଥିବା ଜଣାପଡିଛି । ଖବର ଅନୁଯାୟୀ, କୌଣସି ସୂତ୍ରରୁ କ୍ୟୁଏଟି ଖବର ପାଇ ତମାଣ୍ଡୋରେ ଥିବା ଦୁଇ ବନ୍ଧୁକ ବେପାରୀଙ୍କୁ ଗିରଫ କରିଥିବା ସୂଚନା ମିଳିଛି ।

ଟ୍ରେନରେ କଟି ଅଜଣାବ୍ୟକ୍ତିଙ୍କ ମୃତ୍ୟୁ

ଟ୍ରେନରେ କଟି ଅଜଣାବ୍ୟକ୍ତିଙ୍କ ମୃତ୍ୟୁ

ନିରାକାରପୁର,୧୯ା୧୦(ଡି.ଏନ.ଏ.)- ଖୋର୍ଦ୍ଧା ରେଳ ଡିଭିଜନ ଅଧୀନରେ ଥିବା ନିରାକାରପୁର ଷ୍ଟେଶନ ଦକ୍ଷିଣପାର୍ଶ୍ୱ ରେଳଧାରଣାରେ ଶୁକ୍ରବାର ଜଣେ ଅଜଣା ବ୍ୟକ୍ତିଙ୍କ ଟ୍ରେନରେ କଟି ମୃତ୍ୟୁ ହୋଇଥିବା ଜଣାପଡିଛି । 

ବିଭିନ୍ନ ପୂଜାମଣ୍ଡପ ବୁଲି ଦେଖିଲେ ଅର୍ଥମନ୍ତ୍ରୀ

ବିଭିନ୍ନ ପୂଜାମଣ୍ଡପ ବୁଲି ଦେଖିଲେ ଅର୍ଥମନ୍ତ୍ରୀ

ବାଲିଅନ୍ତା,୧୯।୧୦- ମା’ ଦୁର୍ଗାପୂଜାଙ୍କ ମହାଦଶମୀ ଅବସରରେ ରାଜ୍ୟ ଅର୍ଥ ଓ ଅବକାରୀ ମନ୍ତ୍ରୀ ଶଶିଭୂଷଣ ବେହେରା ଶୁକ୍ରବାର ବାଲିଅନ୍ତା ବ୍ଲକ ଅଞ୍ଚଳକୁ ଆସି ବିଭିନ୍ନ ପୂଜାମଣ୍ଡପ ବୁଲି ଦେଖିଥିଲେ।

ବିଜୟାଦଶମୀରେ କ୍ଷତ୍ରୀୟଙ୍କ ଖଣ୍ଡା ଶୋଭାଯାତ୍ରା

ବିଜୟାଦଶମୀରେ କ୍ଷତ୍ରୀୟଙ୍କ ଖଣ୍ଡା ଶୋଭାଯାତ୍ରା

କଣ୍ଟାପଡା,୧୯।୧୦(ଡି.ଏନ୍‌.ଏ.)- ରାଜ୍ୟ ସାରା ଦଶହରା ପର୍ବ ମହାସମାରୋହରେ ପାଳିିତ ହେଉଥିବା ବେଳେ କଣ୍ଟାପଡାର ଗୋବିନ୍ଦପୁର ଅଞ୍ଚଳରେ ନିଆରା ପର୍ବ ଆୟୋଜନ ହେଉଥିବା ଦେଖାଯାଇଛି । ଶୁକ୍ରବାର ବିଜୟାଦଶମୀ ଅବସରରେ ଉକ୍ତ ଗ୍ରାମରେ କ୍ଷତ୍ରୀୟମାନଙ୍କ ପାରମ୍ପରିକ ଖଣ୍ଡା ଶୋଭାଯାତ୍ରା  ଅନୁଷ୍ଠିତ ହୋଇଯାଇଛି।