ଜାତୀୟ |

ତିନି ତଲାକ୍‌କୁ ଯୋଗୀ ସରକାର କ୍ୟାବିନେଟ୍‌ର ଅନୁମୋଦନ

 ତିନି ତଲାକ୍‌କୁ ଯୋଗୀ ସରକାର କ୍ୟାବିନେଟ୍‌ର ଅନୁମୋଦନ
ଲକ୍ଷ୍ନୌ, ୬।୧୨: ତିନି ତଲାକ୍‌ ପ୍ରସ୍ତାବ ଉପରେ ଆଇନ ପ୍ରଣୟନ ପାଇଁ କେନ୍ଦ୍ର ସରକାର ଏନେଇ ବିଭିନ୍ନ ରାଜ୍ୟର ମତ ଲୋଡିଥିଲେ। ଏହି ପ୍ରସ୍ତାବକୁ ରାଜ୍ୟଗୁଡିକୁ ପଠାଯାଇଥିଲା। ପ୍ରଥମ ରାଜ୍ୟ ଭାବେ ଉତ୍ତରପ୍ରଦେଶର ଯୋଗୀ ଆଦିତ୍ୟନାଥଙ୍କ କ୍ୟାବିନେଟ୍‌ ଏହି ପ୍ରସ୍ତାବ ଉପରେ ସହମତି ଦେଇଛି। ରାଜ୍ୟଗୁଡିକୁ ଏହି ପ୍ରସ୍ତାବ ଉପରେ ମତାମତ ଡିସେମ୍ବର ୧୦ ସୁଦ୍ଧା ପଠାଇବା ପାଇଁ କେନ୍ଦ୍ର ସରକାର ସୂଚିତ କରିଥିଲେ। ପ୍ରସ୍ତାବ ନେଇ ରାଜ୍ୟଗୁଡିକର ମତାମତ ମିଳିବା ପରେ କେନ୍ଦ୍ର ସରକାର ଆଇନ ପ୍ରଣୟନ ପାଇଁ ଯୋଜନା ପ୍ରସ୍ତୁତ କରିବେ।
All Right Reserved By

ଜାତୀୟ |

ଅମୃତସର ଟ୍ରେନ୍‌ ଦୁର୍ଘଟଣା: କ୍ୟାଣ୍ଡେଲ ଶୋଭାଯାତ୍ରାରେ ହସିଲେ ସିଦ୍ଧୁ ଫଟୋ ଭାଇରାଲ

ଅମୃତସର ଟ୍ରେନ୍‌ ଦୁର୍ଘଟଣା: କ୍ୟାଣ୍ଡେଲ ଶୋଭାଯାତ୍ରାରେ ହସିଲେ ସିଦ୍ଧୁ ଫଟୋ ଭାଇରାଲ

ଅମୃତସର,୨୩।୧୦: ପଞ୍ଜାବ ଅମୃତସରରେ ବିଜୟା ଦଶମୀରେ ହୋଇଥିବା ଟ୍ରେନ୍‌ ଦୁର୍ଘଟଣାରେ ୬୧ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଶହେରୁ ଉର୍ଦ୍ଧ୍ୱ ଆହତ ହୋଇଥିଲେ।

ମୁମ୍ବାଇ ବିମାନ ବନ୍ଦର ୬ ଘଣ୍ଟା ପାଇଁ ବନ୍ଦ

ମୁମ୍ବାଇ ବିମାନ ବନ୍ଦର ୬ ଘଣ୍ଟା ପାଇଁ ବନ୍ଦ

ମୁମ୍ବାଇ,୨୩।୧୦: ମୁମ୍ବାଇ ବିମାନ ବନ୍ଦରର ରନଓ୍ବେ ମରାମତି ପାଇଁ ମଙ୍ଗଳବାର ପୂର୍ବାହ୍ନ ୧୧ଟାଠାରୁ ଅପରାହ୍ନ ୫ଟା ପର୍ଯ୍ୟନ୍ତ ବନ୍ଦ ରଖାଯାଇଛି। ଏସମ୍ପର୍କରେ ଯାତ୍ରୀମାନଙ୍କୁ ପୂର୍ବରୁ ଅବଗତ କରାଯାଇଛି।

ଅଫିସରଙ୍କ ସାମ୍ନାରେ ମା’ ଝିଅଙ୍କ ପୋଷାକ ଖୋଲିଲେ ମହିଳା ପୋଲିସ

ଅଫିସରଙ୍କ ସାମ୍ନାରେ ମା’ ଝିଅଙ୍କ ପୋଷାକ ଖୋଲିଲେ ମହିଳା ପୋଲିସ

ରାୟପୁର,୨୩।୧୦: ଛତିଶଗଡ଼ ବିଳାସପୁର ଥାନାର ଜଣେ ମହିଳା ପୋଲିସ ଅନ୍ୟ ଜଣେ ପୁରୁଷ ପୋଲିସ ଅଧିକାରୀଙ୍କ ସାମ୍ନାରେ ମା’ ଝିଅଙ୍କ  ପୋଷାକ ଖୋଲି ବାଡେଇବା ଘଟଣା ସାମ୍ନାକୁ ଆସିଛି। 

ନାଗରିକତା ବିଲ୍‌ ବିରୋଧରେ ଆସାମ ବନ୍ଦ

ନାଗରିକତା ବିଲ୍‌ ବିରୋଧରେ ଆସାମ ବନ୍ଦ

ଗୁଆହାଟି,୨୩।୧୦: ନାଗରିକତା ବିଲ୍‌ ନେଇ ଆସାମରେ ମଙ୍ଗଳବାର ୪୦ରୁ ଅଧିକ ସଂଗଠନ ପକ୍ଷରୁ ୧୨ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି। 

ଦୀପାବଳିରେ ବିକ୍ରି ହେବ ବାଣ: ସୁପ୍ରିମ୍‌ କୋର୍ଟ

ଦୀପାବଳିରେ ବିକ୍ରି ହେବ ବାଣ: ସୁପ୍ରିମ୍‌ କୋର୍ଟ

ନୂଆଦିଲ୍ଲୀ,୨୩।୧୦: ଚଳିତ ଦୀପାବଳିରେ ବାଣ ବିକ୍ରି ପାଇଁ ସୁପ୍ରିମ୍‌ କୋର୍ଟ ମଙ୍ଗଳବାର ସବୁଜ ସଙ୍କେତ ଦେଇଛନ୍ତି। 

ନାମ ପରିବର୍ତ୍ତନ ହୋଇଥିବା ସହର ଓ ରାଜ୍ୟ

ନାମ ପରିବର୍ତ୍ତନ ହୋଇଥିବା ସହର ଓ ରାଜ୍ୟ

ନୂଆଦିଲ୍ଲୀ,୨୩।୧୦: ଭାରତରେ କେତେକ ସହରର ନାମ ପରିବର୍ତ୍ତନ ହୋଇଛି। ସମ୍ପ୍ରତି ଆହ୍ଲାବାଦ ସହର ନାମ ପ୍ରୟାଗରାଜ ହୋଇଥିବାବେଳେ ଏବେ ଶିମଲାକୁ ଶ୍ୟାମଳା ଭାବେ ନାମିତ କରାଯିବା ପାଇଁ ଚର୍ଚ୍ଚା ହେଉଛି। 

ତ୍ରିପୁରା ବସ୍‌ ଦୁର୍ଘଟଣା: ୨୯ ଯବାନ ଆହତ

ତ୍ରିପୁରା ବସ୍‌ ଦୁର୍ଘଟଣା: ୨୯ ଯବାନ ଆହତ

ଅଗରତାଲା,୨୩।୧୦: ପଶ୍ଚିମ ତ୍ରିପୁରା ଜିଲାରେ ସୋମବାର ବିଲମ୍ବିତ ରାତିରେ ହୋଇଥିବା ଏକ ବସ୍‌ ଦୁର୍ଘଟଣାରେ ୮ମ ବାଟେଲିୟନ ଷ୍ଟେଟ ରାଇଫଲ୍ସର ୨୯ଜଣ ଯବାନ ଆହତ ହୋଇଥିବା ସୂଚନା ମିଳିଛି। 

ତାମିଲନାଡୁ ମନ୍ତ୍ରୀଙ୍କ ଅଡ଼ିଓ କ୍ଲିପ୍‌ ଜାରି

ତାମିଲନାଡୁ ମନ୍ତ୍ରୀଙ୍କ ଅଡ଼ିଓ କ୍ଲିପ୍‌ ଜାରି

ଚେନ୍ନାଇ,୨୩।୧୦: ତାମିଲନାଡୁର ମନ୍ତ୍ରୀ ଡି.ଜୟକୁମାରଙ୍କ ଏକ ଅଡ଼ିଓ କ୍ଲିପ୍‌ ନେଇ ଏବେ ରାଜ୍ୟରେ ବେଶ୍‌ ଚର୍ଚ୍ଚା ହେଉଛି। 

୫ ଭାରତୀୟ ମତ୍ସଜୀବୀଙ୍କୁ ଗିରଫ କଲା ଶ୍ରୀଲଙ୍କା ନୌସେନା

୫ ଭାରତୀୟ ମତ୍ସଜୀବୀଙ୍କୁ ଗିରଫ କଲା ଶ୍ରୀଲଙ୍କା ନୌସେନା

ନୂଆଦିଲ୍ଲୀ,୨୩।୧୦: ତାମିଲନାଡୁ ନାଗାପଟ୍ଟିନମ୍‌ର ୫ ଜଣ ମତ୍ସଜୀବୀଙ୍କୁ ଶ୍ରୀଲଙ୍କା ନୌସେନା ମଙ୍ଗଳବାର ଉତ୍ତର ଶ୍ରୀଲଙ୍କାର ନେଦୁନଥିବୁରୁ ଗିରଫ କରିଥିବା ସୂଚନା ମିଳିଛି। 

କ୍ଷମା ମାଗିଲେ ମୁଖ୍ୟମନ୍ତ୍ରୀଙ୍କ ପତ୍ନୀ

କ୍ଷମା ମାଗିଲେ ମୁଖ୍ୟମନ୍ତ୍ରୀଙ୍କ ପତ୍ନୀ

ମୁମ୍ବାଇ,୨୨।୧୦: ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବିଶଙ୍କ ପତ୍ନୀ ଅମୃତା ଫଡନବିଶ ଶେଷରେ କ୍ଷମା ମାଗିଛନ୍ତି। ବିପଦପୂର୍ଣ୍ଣ ଭାବରେ ସେ ସେଲ୍‌ଫି ନେବାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଅମୃତା ସୋମବାର କ୍ଷମା ପ୍ରାର୍ଥନା କରିଛନ୍ତି। 

ସନ୍ନି ଲିଓନଙ୍କୁ ବିରୋଧ

ସନ୍ନି ଲିଓନଙ୍କୁ ବିରୋଧ

ବେଙ୍ଗାଲୁରୁ,୨୨।୧୦: କର୍ନାଟକ ରକ୍ଷଣ ବେଦୀକେ(କେଆର୍‌ଭି)ର ସଦସ୍ୟମାନେ ବଲିଉଡ୍‌ ଷ୍ଟାର ସନ୍ନି ଲିଓନଙ୍କ ବିରୋଧରେ ସୋମବାର ପ୍ରଦର୍ଶନ କରିଛନ୍ତି। ଟାଉନ୍‌ହଲ୍‌ଠାରେ କରାଯାଇଥିବା ଏହି ବିରୋଧ ପ୍ରଦର୍ଶନରେ ଲୋକେ ସନ୍ନିଙ୍କ ପୋଷ୍ଟର ଜାଳିଥିବା ଦେଖିବାକୁ ମିଳିଥିଲା।

ସାମାଜିକ ବାସନ୍ଦ: ପୁଅ ଦେଲେନି ମା’ଙ୍କ କୋକେଇକୁ କାନ୍ଧ

ସାମାଜିକ ବାସନ୍ଦ: ପୁଅ ଦେଲେନି ମା’ଙ୍କ କୋକେଇକୁ କାନ୍ଧ

ବିଳାସପୁର,୨୨।୧୦: ମଧ୍ୟପ୍ରଦେଶ ବିଳାସପୁରରେ ସମାଜିକ ବାସନ୍ଦ ପାଇଁ ଜଣେ ପୁଅ ମଧ୍ୟ ମା’ଙ୍କ କୋକେଇକୁ କାନ୍ଧ ଦେବାକୁ ପଛେଇଛନ୍ତିି।