
ଅହମ୍ମଦାବାଦ୍, ୬।୧୨: ବାତ୍ୟା ଓଖି ଦୁର୍ବଳ ହୋଇଛି। ଏହାର ଶକ୍ତି ହ୍ରାସ ପାଇଥିବାରୁ ଏହାଦ୍ୱାରା ବିଶେଷ କ୍ଷୟକ୍ଷତିର ଆଶଙ୍କ ନାହିଁ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି। ଏହାର ପ୍ରଭାବରେ ଗୁଜରାଟର କେତେକ ଉପକୂଳବର୍ତ୍ତୀ ଅଞ୍ଚଳରେ ବର୍ଷା ହେବାର ସମ୍ଭାବନା ରହିଛି। ଘଣ୍ଟାକୁ ୫୫ କିଲୋମିଟର ବେଗରେ ପବନ ବହିବ ବୋଲି ଆକଳନ କରାଯାଇଛି। ତେବେ ମାଛଧରିବାକୁ ସମୁଦ୍ରକୁ ନ ଯିବା ପାଇଁ ଧୀବରଙ୍କୁ ବାରଣ କରାଯାଇଛି। ଇତିମଧ୍ୟରେ ଉପକୂଳବର୍ତ୍ତୀ ଅଞ୍ଚଳରୁ ୧,୬୦୦ ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି। ଆପତ୍କାଳୀନ ସ୍ଥିତିର ମୁକାବିଲା ପାଇଁ ଏନଡିଆର୍ଏଫ୍, ବିଏସ୍ଏଫ୍, ସେନା, ନୌସେନା, ତଟରକ୍ଷୀ ବାହିନୀଙ୍କୁ ସଜାଗ ରଖାଯାଇଛି।