ଜାତୀୟ |

ପୁଣି ଅସ୍ତ୍ରବିରତି ଉଲ୍ଳଂଘନ କଲା ପାକିସ୍ତାନ

ପୁଣି ଅସ୍ତ୍ରବିରତି ଉଲ୍ଳଂଘନ କଲା ପାକିସ୍ତାନ

ଶ୍ରୀନଗର, ୬।୧୨: ଜମ୍ମୁ-କଶ୍ମୀର ରାଜୌରି ଜିଲା ନୌସେରା ସେକ୍ଟର ନିୟନ୍ତ୍ରଣ ରେଖାଠାରେ ବୁଧବାର ଭୋର୍‌ ୫ଟା ୩୦ରେ ପାକିସ୍ତାନ ପଟୁ ସେଲିଂ ଓ ଗୁଳିଗୋଳା ମାଡ଼ ହୋଇଛି। ଏହାର ପାଲଟା ଜବାବରେ ଭାରତୀୟ ସେନା ମଧ୍ୟ ଗୁଳିଗୋଳା ମାଡ଼ କରିଥିବା ପ୍ରତିରକ୍ଷା ପ୍ରବକ୍ତା ସୂଚିତ କରିଛନ୍ତି। ଘଟଣାରେ କେହି ମୃତାହତ ହୋଇ ନାହାଁନ୍ତି ବୋଲି ଭାରତୀୟ ସେନା ସ୍ପଷ୍ଟ କରିଛି।

All Right Reserved By

ଜାତୀୟ |

ନିକୋବରରେ ଭୂକମ୍ପ

ନିକୋବରରେ ଭୂକମ୍ପ

ପୋର୍ଟବ୍ଲେଆର, ୨୨।୬: ଆଣ୍ଡାମାନ ନିକୋବରରେ ଭୂକମ୍ପ ଅନୁଭୁତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୫.୦ ଥିଲା ବୋଲି ଭାରତୀୟ ଭୂବିଜ୍ଞାନ ବିଭାଗ ପକ୍ଷରୁ ସୂଚିତ କରାଯାଇଛି।

ପୁଣି ପାନାମା ପର୍ଦ୍ଦାଫାଶ:ପଦାରେ ୧.୨ ନିୟୁତ ଦସ୍ତାବିଜ

ପୁଣି ପାନାମା ପର୍ଦ୍ଦାଫାଶ:ପଦାରେ ୧.୨ ନିୟୁତ ଦସ୍ତାବିଜ

ନୂଆଦିଲ୍ଲୀ,୨୨-୬(ପି.ଟି): ବିଦେଶରେ କଳାଟଙ୍କା ରଖିଥିବା ବ୍ୟକ୍ତିବିଶେଷଙ୍କ ସମ୍ପର୍କରେ ସାନି ଖୁଲାସା ହୋଇଛି। ପାନାମା ଦସ୍ତାବିଜରେ ଉକ୍ତ ଖୁଲାସା ହୋଇଥିବା ଜଣାଯାଇଛି। ଏଥିରେ ନୂଆ କରି ୧.୨ ନିୟୁତ ଦସ୍ତାବିଜ ଖୁଲାସା ହୋଇଛି। ଏହା ମଧ୍ୟରେ ଘରୋଇ ବଜାର ସହ ୧୨,୦୦୦ ଦସ୍ତାବିଜର ସଂଯୋଗ ରହିଥିବା ଘଟଣା ସାମ୍ନାକୁ ଆସିଛି। ଗଣମାଧ୍ୟମରେ ଉକ୍ତ ଘଟଣା ପ୍ରଘଟ ହେବା ପରେ ଏହାକୁ ନେଇ ସରକାର ପକ୍ଷ ରଖିଛନ୍ତି। ଉକ୍ତ ମାମଲାର ତଦନ୍ତ ସରକାରଙ୍କ ବହୁ ଏଜେନ୍ସି ଗ୍ରୁପ (ଏମ୍‌ଏଜି) କରୁଥିବା ଅର୍ଥ ମନ୍ତ୍ରଣାଳୟ ଗୁରୁବାର ସୂଚନା ଦେଇଛି।

ଭାରତରେ ସ୍ବାସ୍ଥ୍ୟ ଖର୍ଚ୍ଚ:ମୁଣ୍ଡ ପିଛା ଦିନକୁ ୩ ଟଙ୍କା

ଭାରତରେ ସ୍ବାସ୍ଥ୍ୟ ଖର୍ଚ୍ଚ:ମୁଣ୍ଡ ପିଛା ଦିନକୁ ୩ ଟଙ୍କା

ନୂଆଦିଲ୍ଲୀ,୨୨-୬:ଭାରତରେ ସ୍ବାସ୍ଥ୍ୟ କ୍ଷେତ୍ର କେତେ ଅବହେଳିତ ତାହାର ଏକ ନଗ୍ନ ଚିତ୍ର ସାମ୍ନାକୁ ଆସିଛି। ଜଣେ ଲୋକର ସ୍ବାସ୍ଥ୍ୟ ପାଇଁ ଏଠାରେ ଦିନକୁ ମାତ୍ର ୩ ଟଙ୍କା ଖର୍ଚ୍ଚ କରାଯାଉଛି। ଏହା କୌଣସି ଘରୋଇ ସର୍ବେକ୍ଷଣ ସଂସ୍ଥା ଦ୍ୱାରା ହିସାବ କରାଯାଇ ନାହିଁ । ଖୋଦ୍‌ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ନିଜର ଅପାରଗତାକୁ ସ୍ବୀକାର କରିଛି। ହିସାବ ଅନୁସାରେ ଦେଶର ମୋଟ ଘରୋଇ ଉତ୍ପାଦ(ଜିଡିପି)ର ମାତ୍ର ୧.୦୨% ସର୍ବସାଧାରଣଙ୍କ ସ୍ବାସ୍ଥ୍ୟ ବାବଦ ଖର୍ଚ୍ଚ ହେଉଛି। ଏହି ଧାରାରେ ଗତ ୮ ବର୍ଷ ମଧ୍ୟରେ କୌଣସି ଉନ୍ନତି ଆସିନାହିଁ। ୨୦୦୯ରେ ସ୍ଥିତି ଯାହା ଥିଲା ୨୦୧୮ରେ ମଧ୍ୟ ପ୍ରାୟ ସମାନ ରହିଛି। ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ମଙ୍ଗଳବାର ପ୍ରକାଶିତ ନ୍ୟାଶନାଲ ହେଲ୍‌ଥ ପ୍ରୋଫାଇଲ୍‌, ୨୦୧୮ରେ ଏଭଳି ଦର୍ଶାଯାଇଛି। ବର୍ତ୍ତମାନ ବଡ଼ ବଡ଼ ଘରୋଇ ହସ୍‌ପିଟାଲ୍‌ରେ ଥରଟିଏ ଡାକ୍ତରଙ୍କ ପରାମର୍ଶ ନେବା ପାଇଁ ଯେତିକି ଟଙ୍କା ଖର୍ଚ୍ଚ ହେଉଛି ତା ଠାରୁ ଏହା ଯଥେଷ୍ଟ କମ୍‌। ରାସ୍ତାକଡରେ ବିକ୍ରି ହେଉଥିବା ଗୋଟେ କପ୍‌ ଚା’ ଠାରୁ ମଧ୍ୟ ଏହା କମ୍‌।

ଅନନ୍ତନାଗରେ ସୁରକ୍ଷାବଳ ଆତଙ୍କବାଦୀ ମୁହାଁମୁହିଁ

ଅନନ୍ତନାଗରେ ସୁରକ୍ଷାବଳ ଆତଙ୍କବାଦୀ ମୁହାଁମୁହିଁ

ଶ୍ରୀନଗର, ୨୨।୬: ଜମ୍ମୁ-କଶ୍ମୀର ଅନନ୍ତନାଗ ଶ୍ରୀଗୁଫ୍‌ଓ୍ବାରା ଅଞ୍ଚଳରେ ଶୁକ୍ରବାର ସୁରକ୍ଷାବଳ ଏବଂ ଆତଙ୍କବାଦୀ ମୁହାଁମୁହିଁ ହୋଇଛନ୍ତି। ସେଠାରେ କେତେକ ଆତଙ୍କବାଦୀ ଲୁଚିଥିବା ଖବର ପାଇ ସୁରକ୍ଷାବଳଙ୍କ ପକ୍ଷରୁ ସର୍ଚ୍ଚ ଅପରେଶନ ଆରମ୍ଭ ହୋଇଥିଲା।

ଆମେରିକୀୟ କମ୍ପାନୀରେ ଭାରତୀୟ ମୁଖ୍ୟଙ୍କୁ ନେଇ ଚାଇନାର ଇର୍ଷା

ଆମେରିକୀୟ କମ୍ପାନୀରେ ଭାରତୀୟ ମୁଖ୍ୟଙ୍କୁ ନେଇ ଚାଇନାର ଇର୍ଷା

ନୂଆଦିଲ୍ଲୀ,୨୨-୬:ବଡ ବଡ ଆମେରିକୀୟ କମ୍ପାନୀର ମୁଖ୍ୟ ପଦରେ ବର୍ତ୍ତମାନ ଅନେକ ଭାରତୀୟ ଅବସ୍ଥାପିତ ହୋଇଛନ୍ତି। ସେ ଗୁଗୁଲ୍‌ ସିଇଓ ତଥା ତାମିଲ୍‌ନାଡୁ ଜନ୍ମିତ ସୁନ୍ଦର ପିଚ୍ଚାଇ ହୁଅନ୍ତୁ ଅବା ମାଇକ୍ରୋସଫ୍ଟ ସିଇଓ ତଥା ତେଲେଙ୍ଗାନା ପୁଅ ସତ୍ୟ ନାଦେଲା। ଏଭଳି ଅନେକ ଭାରତୀୟ ବର୍ତ୍ତମାନ ଆମେରିକା ତଥା ବିଶ୍ୱର ବଡ ବଡ କମ୍ପାନୀର ମୁଖ୍ୟ ପଦରେ ଅଛନ୍ତି। ଖାଲି ନାଦେଲା କିମ୍ବା ପିଚ୍ଚାଇ ନୁହନ୍ତି ସାନ୍‌ଡିସ୍କ, ଆଡୋବ୍‌ ସିଷ୍ଟମ୍ସ, ପେପ୍‌ସିକୋ, ହର୍ମନ ଇଣ୍ଟର୍‌ନ୍ୟାଶ୍‌ନାଲ୍‌ ଏବଂ କଗ୍‌ନିଜାଣ୍ଟ ଏସବୁ କମ୍ପାନୀରେ ଭାରତୀୟ ବଂଶୋଦ୍ଭବମାନେ ନେତୃତ୍ୱ ନେଇଛନ୍ତି। ଅପରପକ୍ଷରେ, ଆମେରିକୀୟ କମ୍ପାନୀରେ ଚାଇନା ନେତୃତ୍ୱ ସମ୍ପୂର୍ଣ୍ଣ ନଗଣ୍ୟ କହିଲେ ଚଳିବ।

୨୦୧୯ ଜୁନ୍‌ ସୁଦ୍ଧା ସବୁ ଏଟିଏମ୍‌ ଅପ୍‌ଗ୍ରେଡ୍‌ ହେବ

୨୦୧୯ ଜୁନ୍‌ ସୁଦ୍ଧା ସବୁ ଏଟିଏମ୍‌ ଅପ୍‌ଗ୍ରେଡ୍‌ ହେବ

ବମ୍ବେ,୨୨-୬(ପି.ଟି.):ଏଟିଏମ୍‌ଗୁଡିକରେ ନିରାପତ୍ତା ବ୍ୟବସ୍ଥାକୁ ନେଇ ଥିବା ସମସ୍ୟାର ସମାଧାନ ଦିଗରେ ବ୍ୟାଙ୍କଗୁଡିକ ସେତେଟା ତତ୍ପରତା ଦେଖାଉନାହାନ୍ତି। ଏହାକୁ ଦୃଷ୍ଟିରେ ରଖି ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍‌ବିଆଇ) ଏମାନଙ୍କ ପାଇଁ ଟାଇମ୍‌ଲାଇନ୍‌ ନିର୍ଦ୍ଧାରଣ କରିଛି। ଅଗଷ୍ଟ ସୁଦ୍ଧା ବ୍ୟାଙ୍କଗୁଡିକୁ ଏକାଧିକ ପ୍ରକାର ନିରାପତ୍ତା ବ୍ୟବସ୍ଥାକୁ କାର୍ଯ୍ୟକାରୀ କରିବାକୁ ପଡିବ। ପର୍ଯ୍ୟାୟ କ୍ରମେ ଆସନ୍ତା ବର୍ଷ ଜୁନ୍‌ ସୁଦ୍ଧା ସମସ୍ତ ଏଟିଏମ୍‌ଗୁଡିକୁ ସମର୍ଥିତ ଅପରେଟିଂ ଭର୍ସନ୍‌କୁ ଅପ୍‌ଗ୍ରେଡ୍‌ କରିବା ପାଇଁ ଏମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଏହା ନ ହେଲେ ସେମାନଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଆର୍‌ବିଆଇ ପ୍ରକାଶ କରିଛି।ସୂଚନାଯୋଗ୍ୟ, ଚଳିତବର୍ଷ ଫେବୃୟାରୀ ଶେଷ ସୁଦ୍ଧା ଦେଶରେ ୨.୦୬ ଲକ୍ଷରୁ ଊର୍ଦ୍ଧ୍ୱ ଏଟିଏମ୍‌ ରହିଛି।

ନକ୍ସଲ ଅଞ୍ଚଳରୁ ନିୟୁତପତି:ଓୟୋ ରୁମ୍ସ ପ୍ରତିଷ୍ଠାତା ରିତେଶ ଅଗ୍ରଓ୍ବାଲ

ନକ୍ସଲ ଅଞ୍ଚଳରୁ ନିୟୁତପତି:ଓୟୋ ରୁମ୍ସ ପ୍ରତିଷ୍ଠାତା ରିତେଶ ଅଗ୍ରଓ୍ବାଲ

ନୂଆଦିଲ୍ଲୀ,୨୨-୬:ଓଡ଼ିଶାର ରାୟଗଡା ଜିଲ୍ଲାର ଏକ ଛୋଟ ସହର ବିଶମକଟକରେ ତାଙ୍କ ଜନ୍ମ। ଏଭଳି ଏକ ନକ୍ସଲ ଅଞ୍ଚଳରେ ରହି ସିମ୍‌ କାର୍ଡ ବିକ୍ରି କରୁଥିଲେ ରିତେଶ୍‌ ଅଗ୍ରଓ୍ବାଲ୍‌। ଜଣେ କଲେଜ୍‌ ଡ୍ରପ୍‌ ଆଉଟ୍‌ ହୋଇ ମଧ୍ୟ ଆଜି ସେ ଜଣେ ସଫଳ ବ୍ୟବସାୟୀ। ବଜେଟ୍‌ ହୋଟେଲ୍‌ ତଥା ଆକମଡେଶନ୍‌ଗୁଡିକର ନେଟ୍‌ଓ୍ବର୍କ ଭାବେ ଜଣା ଓୟୋ ରୁମ୍ସର ପ୍ରତିଷ୍ଠାତା ତଥା ସିଇଓ। ସ୍କୁଲ ଶିକ୍ଷା ପରେ ପରେ ସେ ଓୟୋ ରୁମ୍ସର କଳ୍ପନା କରିଥିଲେ। ୨୨ ବର୍ଷରେ ପାଇଥିଲେ ନିୟୁତପତିର ଟ୍ୟାଗ୍‌। ସେ ପ୍ରମାଣିତ କରିଛନ୍ତି ଯେ, ଫର୍ମାଲ ଏଜୁକେଶନ୍‌ ବିନା ବି ଜଣେ ସଫଳ ହୋଇପାରିବେ। ଏଥିପାଇଁ ଯଦି କିଛି ଆବଶ୍ୟକ ତାହା ହେଉଛି କଠିନ ପରିଶ୍ରମ, ଅଧ୍ୟବସାୟ ଏବଂ ଦୃଢ଼ ଇଚ୍ଛାଶକ୍ତି।

ମାଗଣାରେ ପରିବା ନ ଦେବାରୁ ଜେଲକୁ ପଠାଇଲେ ଥାନାବାବୁ

ମାଗଣାରେ ପରିବା ନ ଦେବାରୁ ଜେଲକୁ ପଠାଇଲେ ଥାନାବାବୁ

ପାଟନା,୨୨।୬: ମାଗଣାରେ ପରିବା ନ ଦେବାରୁ ଜଣେ ନାବାଳକ ପରିବା ବିକାଳିଙ୍କୁ ଜେଲ ଯିବାକୁ ପଡ଼ିଛି। ବିହାର ପାଟନାର ମହାତ୍ମା ଗାନ୍ଧି ନଗରରେ ରାସ୍ତାକଡ଼ରେ ପରିବା ବିକ୍ରି କରୁଥିବା ୧୪ ବର୍ଷ ବୟସ୍କ ପଙ୍କଜ କୁମାର ଗତ ୩ ମାସ ଧରି ଜେଲରେ ଅଛନ୍ତି।

ଭାରତରେ ରହିବାକୁ ଚାହାଁନ୍ତି ନାହିଁ ୭ହଜାର ଶରଣାର୍ଥୀ

ଭାରତରେ ରହିବାକୁ ଚାହାଁନ୍ତି ନାହିଁ ୭ହଜାର ଶରଣାର୍ଥୀ

ନୂଆଦିଲ୍ଲୀ/ଓ୍ବାଶିଂଟନ,୨୧।୬: ଗତବର୍ଷ ୭ହଜାରରୁ ଅଧିକ ଲୋକ ଆମେରିକାରେ ଶରଣ ନେବା ପାଇଁ ଆବେଦନ କରିଥିବା ସଂଯୁକ୍ତ ରାଷ୍ଟ୍ର ଶରଣାର୍ଥୀ ଏଜେନ୍ସି (ୟୁଏନ୍‌ଏଚ୍‌ସିଆର୍‌) ଏକ ରିପୋର୍ଟ ପ୍ରକାଶ କରିଛି।

ମାଲେସିଆରେ ଗିରଫ ଭାରତୀୟ ଯୁବକଙ୍କୁ ଉଦ୍ଧାର ପାଇଁ ସୁଷମାଙ୍କୁ ଗୁହାରି

ମାଲେସିଆରେ ଗିରଫ ଭାରତୀୟ ଯୁବକଙ୍କୁ ଉଦ୍ଧାର ପାଇଁ ସୁଷମାଙ୍କୁ ଗୁହାରି

ରାୟସେନା,୨୧।୬: ମଧ୍ୟପ୍ରଦେଶ ରାୟସେନା ଜିଲା ବିଲାଖେଡି ଗାଁାର ଜଣେ ଯୁବକଙ୍କ ଭିଜା ଅବଧି ସରିଯିବାରୁ ତାଙ୍କୁ ମାଲେସିଆରେ ଗିରଫ କରାଯାଇଛି। ଏହି ଖବର ପାଇବା ପରେ ଯୁବକଙ୍କୁ ଉଦ୍ଧାର କରିବା ପାଇଁ ପରିବାର ଲୋକେ ବୈଦେଶିକ ମନ୍ତ୍ରୀ ସୁଷମା ସ୍ବରାଜଙ୍କୁ ଅନୁରୋଧ କରିଛନ୍ତି।

ମଧ୍ୟପ୍ରଦେଶ ସଡ଼କ ଦୁର୍ଘଟଣା ମୃତ୍ୟୁ ସଂଖ୍ୟା ୧୫କୁ ବୃଦ୍ଧି

ମଧ୍ୟପ୍ରଦେଶ ସଡ଼କ ଦୁର୍ଘଟଣା ମୃତ୍ୟୁ ସଂଖ୍ୟା ୧୫କୁ ବୃଦ୍ଧି

ମୋରିନା,୨୧।୬: ମଧ୍ୟପ୍ରଦେଶର ମୋରିନା ଠାରେ ଗୁରୁବାର ସକାଳେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା ବଢି ୧୫ରେ ପହଞ୍ଚିଛି। ପ୍ରଥମ ପର୍ଯ୍ୟାୟରେ ୧୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଆଗକୁ ଏହା ବୃଦ୍ଧି ପାଇପାରେ ବୋଲି ଅନୁମାନ କରାଯାଉଛି।

ମହିଳାଙ୍କୁ ଛୁଇଁବାକୁ ଚେଷ୍ଟା କରି ଚାକିରି ହରାଇଲେ ଆର୍‌ପିଏଫ୍‌

ମହିଳାଙ୍କୁ ଛୁଇଁବାକୁ ଚେଷ୍ଟା କରି ଚାକିରି ହରାଇଲେ ଆର୍‌ପିଏଫ୍‌

ବମ୍ବେ,୨୧।୬: ସେଣ୍ଟ୍ରାଲ ରେଲଓ୍ବେରେ କାର୍ଯ୍ୟରତ ଜଣେ ଆର୍‌ପିଏଫ୍‌ କନଷ୍ଟେବଳଙ୍କ ଭାଇରାଲ ଭିଡିଓ ଏବେ ଖୁବ୍‌ ଚର୍ଚ୍ଚାରେ। ଯେଉଁଥିରେ କନଷ୍ଟେବଳ ଜଣକ ଟ୍ରେନ୍‌କୁ ଅପେକ୍ଷା କରିଥିବା ଜଣେ ମହିଳାଙ୍କୁ ଆପତ୍ତିଜନକ ଢଙ୍ଗରେ ଛୁଇଁବାକୁ ଚେଷ୍ଟା କରୁଥିବା ଦେଖିବାକୁ ମିଳିଛି।

Model This Week

ପ୍ରଭାତ