ରାଜ୍ୟ |

ପିତାମହଲ ଗଣବଳାତ୍କାର ମାମଲା: ୫ ଦୋଷୀଙ୍କୁ ୨୦ ବର୍ଷ ଲେଖାଏଁ ଜେଲ

ପିତାମହଲ ଗଣବଳାତ୍କାର ମାମଲା: ୫ ଦୋଷୀଙ୍କୁ ୨୦ ବର୍ଷ ଲେଖାଏଁ ଜେଲ

ରାଉରକେଲା ଅଫିସ,୬।୧୨-ବହୁଚର୍ଚ୍ଚିତ ପିତାମହଲ ଗଣବଳାତ୍କାର ମାମଲାର ରାୟ ମଙ୍ଗଳବାର ପ୍ରକାଶ ପାଇଛି। ରାଉରକେଲା ପ୍ରଥମ ଶ୍ରେଣୀ ଅତିରିକ୍ତ ଜିଲା ଓ ଦୌରା ଜଜ୍‌ ଶ୍ରୀନିବାସ ପ୍ରତିହାରୀ ୫ ଜଣ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ସେମାନେ ହେଲେ ବଲଣ୍ଡାର କାଳିଆ ଓରାମ, ସୁରେଶ ଡୁଙ୍ଗଡୁଙ୍ଗ, ପ୍ରକାଶ ଲାକ୍ରା, ସନ୍ତୋଷ ସେଠ୍‌ ଓ ବିରଞ୍ଚି ମାଝି। ସମସ୍ତଙ୍କୁ ୨୦ ବର୍ଷ ଲେଖାଏଁ ଜେଲ ଦଣ୍ଡରେ କୋର୍ଟ ଦଣ୍ଡିତ କରିଛନ୍ତି। ଏଥିସହ ୨୦ ହଜାର ଟଙ୍କା ଲେଖାଏଁ ଜରିମାନା ଦେବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏହି ଜରିମାନା ଅର୍ଥ ପୀଡ଼ିତାଙ୍କୁ ପ୍ରଦାନ କରାଯିବ ବୋଲି ବିଚାରପତି ରାୟରେ ଉଲ୍ଲେଖ କରିଛନ୍ତି।
ମାମଲାର ବିବରଣୀ ଅନୁଯାୟୀ, ୨୦୧୬ ନଭେମ୍ବର ୧୬ ଅପରାହ୍ନରେ ବୀରମିତ୍ରପୁର ଧାଙ୍ଗିଡ଼ିନଚା ଗ୍ରାମର ଏକ ଦମ୍ପତି ପିତାମହଲ ଡ୍ୟାମ୍‌ ବୁଲିବାକୁ ଯାଇଥିଲେ। ଏହି ଡ୍ୟାମ୍‌ ନିକଟରେ ତଟକା ମାଛ ବିକ୍ରି ହେଉଥିବାରୁ ଦମ୍ପତି ମାଛ କିଣିବାକୁ ଇଚ୍ଛା ପ୍ରକାଶ କରିଥିଲେ। ଏହି ସମୟରେ ଅଭିଯୁକ୍ତମାନେ ସେଠାରେ ବସିଥିଲେ। କେଉଁଠି ଭଲ ମାଛ ମିଳିବ ବୋଲି ଦମ୍ପତି ସେମାନଙ୍କୁ ପଚାରିଥିଲେ। ହେଲେ ଅଭିଯୁକ୍ତମାନେ ଦମ୍ପତିଙ୍କୁ ଏକ ଭୁଲ ରାସ୍ତା ଦେଖାଇଥିଲେ। କିଛିବାଟ ଯିବା ପରେ ରାସ୍ତାଟି ନିଛାଟିଆ ହୋଇଯାଇଥିଲା। ସେତେବେଳକୁ ସା ମଧ୍ୟ ହୋଇଆସୁଥିଲା। ଏହି ପରିସ୍ଥିତିର ଫାଇଦା ନେଇ ଅଭିଯୁକ୍ତମାନେ ଦମ୍ପତିଙ୍କ ନିକଟକୁ ଯାଇ ମହିଳାଙ୍କୁ ବଳାତ୍କାର ଉଦ୍ୟମ କରିଥିଲେ। ମହିଳାଙ୍କ ସ୍ବାମୀ ସେମାନଙ୍କୁ ବିରୋଧ କରିଥିଲେ। ଅଭିଯୁକ୍ତମାନେ ତାଙ୍କୁ ଏକ ଗଛରେ ବାନ୍ଧିଦେଇ ଜଣକ ପରେ ଜଣେ ସମ୍ପୃକ୍ତା ମହିଳାଙ୍କୁ ବଳାତ୍କାର କରିଥିଲେ। ଏ ବିଷୟରେ କାହାକୁ କିଛି କହିଲେ ଜୀବନରୁ ମାରିଦେବେ ବୋଲି ଧମକ ଦେଇ ଅଭିଯୁକ୍ତମାନେ ସେଠାରୁ ପଳାଇଥିଲେ। ଏହା ସହ ଦମ୍ପତିଙ୍କ ପାଖରେ ଥିବା ୩ଟି ମୋବାଇଲ ଓ ୨ ହଜାର ଟଙ୍କା ଲୁଟି ନେଇଥିଲେ। ମହିଳା ଜଣକ ବହୁ କଷ୍ଟରେ ଉଠି ସ୍ବାମୀଙ୍କୁ ବନ୍ଧା ଯାଇଥିବା ଗଛରୁ ଖୋଲିଥିଲେ। ପରେ ଦୁହେଁ ଘରକୁ ଫେରିଥିଲେ। ପ୍ରଥମେ ସେମାନେ ଭୟ ଓ ଲୋକଲଜ୍ଜାରେ ଘଟଣା ସମ୍ପର୍କରେ କାହାକୁ କିଛି କହି ନ ଥିଲେ। ହେଲେ ଘଟଣା ପରଦିନ ଏହି ଦମ୍ପତି ସାହସ ଜୁଟାଇ ବ୍ରାହ୍ମଣୀତରଙ୍ଗ ଥାନାରେ ଅଭିଯୋଗ କରିଥିଲେ। ପୋଲିସ ଏକ ଗଣବଳାତ୍କାର ମାମଲା (ନଂ. ୨୧୦/୨୦୧୬) ରୁଜୁ କରି ତନାଘନା ଆରମ୍ଭ କରିଥିଲା। ଅଭିଯୁକ୍ତମାନଙ୍କ ସମ୍ପର୍କରେ ଖବର ନେଇ ପୋଲିସ ସେମାନଙ୍କୁ ତୁରନ୍ତ ଗିରଫ କରିଥିଲା। ଏହି ମାମଲାରେ ୯ ଜଣ ସାକ୍ଷୀଙ୍କ ବୟାନ ରେକର୍ଡ କରାଯାଇଥିଲା। ସେହିପରି ୪୫ଟି ଦସ୍ତାବିଜ କୋର୍ଟରେ ଦାଖଲ କରାଯାଇଥିଲା। ସରକାରୀ ଓକିଲଙ୍କ ବଳିଷ୍ଠ ଯୁକ୍ତି ଓ ପୋଲିସର ତଦନ୍ତ ଯୋଗୁ ଅଭିଯୁକ୍ତମାନଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇଥିଲା। ସରକାରଙ୍କ ପକ୍ଷରୁ ଅତିରିକ୍ତ ପି.ପି. ଅଜୟ କୁମାର ପ୍ରଧାନ ମାମଲା ପରିଚାଳନା କରୁଥିଲେ।

All Right Reserved By

ରାଜ୍ୟ |

ସିଂହଦ୍ୱାରରେ ତାଳଧ୍ୱଜ: ଗହଳ ଲଗାଇ ଆସୁଛନ୍ତି ଜଗନ୍ନାଥ

ସିଂହଦ୍ୱାରରେ ତାଳଧ୍ୱଜ: ଗହଳ ଲଗାଇ ଆସୁଛନ୍ତି ଜଗନ୍ନାଥ

ପୁରୀ ଅଫିସ,୨୨।୭: ସିଂହଦ୍ୱାରରେ ପହଞ୍ଚିଛି ବଡ଼ଠାକୁର ବଳଭଦ୍ରଙ୍କ ରଥ। ମାଉସୀ ମା’ ମନ୍ଦିରଠାରେ ପୋଡ଼ପିଠା ଖାଇ ଯାତ୍ରା ଆରମ୍ଭ କରିବା ପରେ ଅପରାହ୍ନ ୩.୩୦ରେ ତାଳଧ୍ୱଜ ସିଂହଦ୍ୱାର ସମ୍ମୁଖରେ ପହଞ୍ଚିଛି।

୪ ଫୁଟ ଲମ୍ବ ସୁଡ଼ଙ୍ଗ କରି ଜୁଏଲାରୀ ଦୋକାନରୁ ଚୋରି

୪ ଫୁଟ ଲମ୍ବ ସୁଡ଼ଙ୍ଗ କରି ଜୁଏଲାରୀ ଦୋକାନରୁ ଚୋରି

ଜଟଣୀ,୨୨।୭(ଡି.ଏନ୍‌.ଏ.): ଖୋର୍ଦ୍ଧା ଜିଲା ଜଟଣୀ ଥାନା ଅନ୍ତର୍ଗତ ରାଜବଜାର ଅଞ୍ଚଳରେ ଥିବା ଗୋଲ୍ଡ ପ୍ଲାଜା ନାମକ ଜୁଏଲାରି ଦୋକାନରୁ ଶନିବାର ବିଳମ୍ବିତ ରାତିରେ ବଡ ଧରଣର ଚୋରୀ ହୋଇଛି। ନିକଟରେ ଥିବା ଡ୍ରେନ୍‌ ଭିତରୁ ଜୁଏଲାରୀ ଦୋକାନ ପର୍ଯ୍ୟନ୍ତ ୪ ଫୁଟ ଲମ୍ବର ସୁଡଙ୍ଗ କରି ଦୁର୍ବୃତ୍ତମାନେ ଏହି ଚୋରି କରିଥିବା ଜଣାପଡ଼ିଛି।

ଦବିଥିବା ଲୁଣାବନ୍ଧ ମରାମତି ଆରମ୍ଭ

ଦବିଥିବା ଲୁଣାବନ୍ଧ ମରାମତି ଆରମ୍ଭ

କାକଟପୁର,୨୨।୭(ଡି.ଏନ୍‌.ଏ.): ଲଘୁଚାପ ପ୍ରଭାବରେ ବର୍ଷା ଲାଗି ରହିଥିବାରୁ ବେଳଙ୍ଗ-କେଉଟଜଙ୍ଗା ଲୁଣାବନ୍ଧର ବିଭିନ୍ନ ସ୍ଥାନ ଦବିଯାଇଥିଲା। ଫଳରେ ନଦୀ ତଟବର୍ତ୍ତୀ ଗ୍ରାମର ଗ୍ରାମବାସୀମାନେ ଭୟଭୀତ ହୋଇପଡ଼ିଥିଲେ।

ଜଳବନ୍ଦି ଗ୍ରାମ ପରିଦର୍ଶନ କଲେ କାକଟପୁର ବିଧାୟକ

ଜଳବନ୍ଦି ଗ୍ରାମ ପରିଦର୍ଶନ କଲେ କାକଟପୁର ବିଧାୟକ

କାକଟପୁର,୨୨।୭(ଡି.ଏନ୍‌.ଏ.): ଲଘୁଚାପ ପ୍ରଭାବରେ ବଙ୍ଗୋପସାଗର ଉପକୂଳବର୍ତ୍ତୀ ଅସ୍ତରଙ୍ଗ ଓ କାକଟପୁର ଅଞ୍ଚଳରେ ପ୍ରବଳ ବର୍ଷା ହୋଇଥିଲା। ଫଳରେ ଏହାର ଅନେକ ଅଞ୍ଚଳ ଜଳବନ୍ଦି ହୋଇ ରହିଥିବା ବେଳେ ବ୍ୟାପକ କ୍ଷୟକ୍ଷତି ହୋଇଛି। ରବିବାର କାକଟପୁର ବିଧାୟକ ସୁରେନ୍ଦ୍ର ସେଠୀ, ବ୍ଲକ ଅଧ୍ୟକ୍ଷା ମନୋରମା ସ୍ବାଇଁ, କାକଟପୁର ବିଡିଓ ସୁଧିର କୁମାର ନାୟକ ପ୍ରମୁଖ ଜଳବନ୍ଦି ହୋଇଥିବା ବିଭିନ୍ନ ଗାଁ ପରିଦର୍ଶନ କରିଥିଲେ।

ବଡ଼ଦାଣ୍ଡରେ ଗଡୁଛି ତିନି ରଥ

ବଡ଼ଦାଣ୍ଡରେ ଗଡୁଛି ତିନି ରଥ

ପୁରୀ ଅଫିସ,୨୨।୭: ନିର୍ଦ୍ଧାରିତ ସମୟର ୨ ଘଣ୍ଟା ପୂର୍ବରୁ ମହାପ୍ରଭୁଙ୍କ ଆରମ୍ଭ ହୋଇଛି ରଥଟଣା। ବିଗତ ବର୍ଷମାନଙ୍କ ତୁଳନାରେ ଚଳିତ ବର୍ଷ ସଅଳ ରଥଟଣା ହୋଇଛି। ଛେରାପହଁରା ନୀତି ବଢ଼ିବା ପରେ ରଥରୁ ଚାରମାଳ ଫିଟାଯାଇ ଘୋଡାଗୁଡ଼ିଙ୍କୁ ଲଗାଯାଇଥିଲା।

ଜଳିଗଲା ଟ୍ରାନ୍ସପୋର୍ଟ କମ୍ପାନୀ ଗୋଦାମ: ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ

ଜଳିଗଲା ଟ୍ରାନ୍ସପୋର୍ଟ କମ୍ପାନୀ ଗୋଦାମ: ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ

କଟକ ରୋଡ,୨୨।୭(ଡି.ଏନ୍‌.ଏ.): ଲକ୍ଷ୍ମୀସାଗର ଥାନା ଅଧୀନ ଝାରପଡ଼ା ଓଭରବ୍ରିଜ ନିକଟରେ ଥିବା ଏକ ଘରୋଇ ଟ୍ରାନ୍ସପୋର୍ଟ କମ୍ପାନୀରେ ରବିବାର ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି। ଫଳରେ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡ଼ି ପାଉଁଶ ହୋଇଯାଇଛି।

ଜାତୀୟ ରାଜପଥ ଜଳମଗ୍ନ

ଜାତୀୟ ରାଜପଥ ଜଳମଗ୍ନ

ବଅଁରପାଳ,୨୨।୭(ଡି.ଏନ୍‌.ଏ.): ନାଲ୍‌କୋ ନିକଟ କାଣ୍ଡସର ପେଟ୍ରୋଲ ଟାଙ୍କିଠାରେ ୫୫ ନମ୍ବର ଜାତୀୟ ରାଜପଥ ଜଳ ମଗ୍ନ ହୋଇଛି। ଲଗାଣ ବର୍ଷା ଯୋଗୁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି।

ଜଳବନ୍ଦିରେ ଲେଣ୍ଡୋ ପଞ୍ଚାୟତ: ଭାଙ୍ଗିଲା ଘର, ବାତ୍ୟା ଆଶ୍ରୟସ୍ଥଳରେ ଦିନ କାଟୁଛନ୍ତି ଗ୍ରାମବାସୀ

ଜଳବନ୍ଦିରେ ଲେଣ୍ଡୋ ପଞ୍ଚାୟତ: ଭାଙ୍ଗିଲା ଘର, ବାତ୍ୟା ଆଶ୍ରୟସ୍ଥଳରେ ଦିନ କାଟୁଛନ୍ତି ଗ୍ରାମବାସୀ

ନିରାକାରପୁର,୨୨।୭(ଡି.ଏନ୍‌.ଏ.): ଶୁକ୍ରବାରଠାରୁ ଲାଗି ରହିଛି ଲଘୁଚାପ ଜନିତ ଲଗାଣ ବର୍ଷା। ଏଥିଯୋଗୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ଖୋର୍ଦ୍ଧା ଜିଳା ଟାଙ୍ଗି ବ୍ଲକ ଲେଣ୍ଡୋ ପଞ୍ଚାୟତର ପ୍ରାୟ ସମସ୍ତ ଗାଁ ପାଣି ଘେରରେ ରହିଛି।

ଟ୍ରକ୍‌ ଧକ୍କାରେ ୫ ସ୍କୁଲ ଛାତ୍ରୀଛାତ୍ରଙ୍କ ମୃତ୍ୟୁ ଘଟଣା: ଡ୍ରାଇଭର ଗିରଫ

ଟ୍ରକ୍‌ ଧକ୍କାରେ ୫ ସ୍କୁଲ ଛାତ୍ରୀଛାତ୍ରଙ୍କ ମୃତ୍ୟୁ ଘଟଣା: ଡ୍ରାଇଭର ଗିରଫ

ଭଦ୍ରକ ଅଫିସ,୨୨।୭: ଭଦ୍ରକ ରାହାଞ୍ଜ ନିକଟରେ ଗୁରୁବାର ଦୁର୍ଘଟଣା ଘଟାଇଥିବା ଟ୍ରକ୍‌ର ଡ୍ରାଇଭର ଶନିବାର ବିଳମ୍ବିତ ରାତିରେ ଗିରଫ ହୋଇଛନ୍ତି। ଗ୍ରାମାଞ୍ଚଳ ପୋଲିସର ଏକ ସ୍ବତନ୍ତ୍ର ଟିମ୍‌ ତାଙ୍କୁ ଆନ୍ଧ୍ରପ୍ରଦେଶରୁ ଗିରଫ କରିଛି।

ଶେଷ ହେଲା ଛେରାପହଁରା: ଗଡ଼ିଲା ତାଳଧ୍ୱଜ

ଶେଷ ହେଲା ଛେରାପହଁରା: ଗଡ଼ିଲା ତାଳଧ୍ୱଜ

ପୁରୀ ଅଫିସ,୨୨।୭: ଶେଷ ହେଲା ଛେରାପହଁରା। ବଡ଼ଠାକୁର ବଳଭଦ୍ର, କାଳିଆ ଠାକୁରଙ୍କ ପରେ ଭଉଣୀ ସୁଭଦ୍ରାଙ୍କ ରଥରେ ଛେରାପହଁରା ଶେଷ କରିଛନ୍ତି ଗଜପତି ମହାରାଜ। ରବିବାର ଅପରାହ୍ନ ୧.୧୨ରେ ସୁଭଦ୍ରାଙ୍କ ରଥରେ ଛେରାପହଁରା ଶେଷ ହେବା ପରେ ବଡ଼ ଠାକୁର ବଳଭଦ୍ରଙ୍କ ରଥଟଣା ଆରମ୍ଭ ହୋଇଛି। ଅପରାହ୍ନ ୪ଟାରେ ରଥଟଣା ହେବା ନିର୍ଦ୍ଧାରିତ ହୋଇଥିବା ବେଳେ ସମୟ ପୂର୍ବରୁ ଅର୍ଥାତ ୧.୨୨ରେ ରଥଟଣା ଆରମ୍ଭ ହୋଇଛି।

ବାରିପଦା ସହରରେ ଲୁଟେରା ସକ୍ରୀୟ: ଗୋଟିଏ ରାତିରେ ୪ ଏଟିଏମ୍‌ରୁ ୧୫ ଲକ୍ଷ ଲୁଟ୍‌

ବାରିପଦା ସହରରେ ଲୁଟେରା ସକ୍ରୀୟ: ଗୋଟିଏ ରାତିରେ ୪ ଏଟିଏମ୍‌ରୁ ୧୫ ଲକ୍ଷ ଲୁଟ୍‌

ବାରିପଦା ଅଫିସ,୨୨।୭: ବାରିପଦା ସହରରେ ସକ୍ରିୟ ହୋଇଛନ୍ତି ଲୁଟେରା। ସହରର ୪ଟି ଏଟିଏମ୍‌ରୁ ଶନିବାର ରାତିରେ ଲୁଟ୍‌ ହୋଇଛି। ସମସ୍ତ ଏଟିଏମ୍‌ରୁ ପ୍ରାୟ ୧୫ ଲକ୍ଷ ଟଙ୍କା ଲୁଟ୍‌ ହୋଇଥିବା ଜଣାପଡିଛି। ସହରର ତୁଳସୀଚୌରା, ଷ୍ଟେସନ ବଜାର, ପଲବଣି ଓ ଅସ୍ତିଆ ସ୍ଥିତ ବିଭିନ୍ନ ବ୍ୟାଙ୍କ ଏଟିଏମ୍‌ରୁ ଏହି ଲୁଟ ହୋଇଛି।

ଚଳଚଞ୍ଚଳ ଦ୍ୱିତୀୟ ଶ୍ରୀକ୍ଷେତ୍ର: ସୁନାବେଶରେ ଦର୍ଶନ ଦେଲେ ଠାକୁର

ଚଳଚଞ୍ଚଳ ଦ୍ୱିତୀୟ ଶ୍ରୀକ୍ଷେତ୍ର: ସୁନାବେଶରେ ଦର୍ଶନ ଦେଲେ ଠାକୁର

ବାରିପଦା ଅଫିସ,୨୨।୭: ଦ୍ୱିତୀୟ ଶ୍ରୀକ୍ଷେତ୍ର ବାରିପଦା ମାଉସୀ ମା’ ମନ୍ଦିରରେ ଠାକୁରମାନେ ରବିବାର ସୁନାବେଶରେ ଦର୍ଶନ ଦେଇଛନ୍ତି। ଏଥିପାଇଁ ମନ୍ଦିରରେ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼ ପରିଲକ୍ଷିତ ହୋଇଛି।

Watch Live Broadcast of Rath Yatra Puri, Odisha Here

Model This Week

ରୂପେଶ