ରାଜ୍ୟ |

ବରଗଡ଼ ଧନୁଯାତ୍ରା ପ୍ରସ୍ତୁତି:କଳାକାରଙ୍କ ରିହର୍ସାଲ ଆରମ୍ଭ

ବରଗଡ଼ ଧନୁଯାତ୍ରା ପ୍ରସ୍ତୁତି:କଳାକାରଙ୍କ ରିହର୍ସାଲ ଆରମ୍ଭ

ବରଗଡ଼ ଅଫିସ୍‌,୬।୧୨-
ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ପାଇଁ ବୁଧବାରଠାରୁ କଳାକାରଙ୍କ ରିହର୍ସାଲ ଆରମ୍ଭ ହୋଇଛି। ସ୍ଥାନୀୟ କଲ୍ୟାଣ ମଣ୍ଡପରେ ଅତିରିକ୍ତ ଜିଲାପାଳ ଯୁଧିଷ୍ଠିର ନାୟକ ପୂଜାର୍ଚ୍ଚନା କରି ଶୁଭାରମ୍ଭ କରିଥିଲେ। ଏହା ପରେ ଧନୁଯାତ୍ରାର ମୁଖ୍ୟ ଚରିତ୍ର କଂସ ସମେତ ଅନ୍ୟ କଳାକାରମାନେ ରିହର୍ସାଲ କରିଥିଲେ। ଧନୁଯାତ୍ରାର ନିର୍ଦ୍ଦେଶକ ତଥା ଅଧ୍ୟାପକ ଅଶୋକ ବେହେରାଙ୍କ ସମେତ ନିର୍ଦ୍ଦେଶନା କମିଟିର ତାରାଚାନ୍ଦ ମହାପାତ୍ର, ଭୁବନ ଭୋଇ, ହରିହର ମିଶ୍ର ପ୍ରମୁଖ ଉପସ୍ଥିତ ରହି ଏହାକୁ ଅନୁଧ୍ୟାନ କରିବା ସହିତ ନିର୍ଦ୍ଦେଶନା ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଧନୁଯାତ୍ରା ମହୋତ୍ସବ ସମିତିର ସମ୍ପାଦକ ସୁରେଶ୍ୱର ଶତପଥୀ, ପୂର୍ବତନ କଂସ ଅଭିନେତା ହୃଷିକେଶ ଭୋଇ ପ୍ରମୁଖ ଉପସ୍ଥିତ ଥିଲେ। ଉଲ୍ଳେଖନୀୟ, ଏଥର ବରଗଡ଼ ଧନୁଯାତ୍ରା ମହୋତ୍ସବର କଂସ ଚରିତ୍ରରେ ଭୁବନେଶ୍ୱର ପ୍ରଧାନ ଅଭିନୟ କରିବାକୁ ମନୋନୀତ ହୋଇଛନ୍ତି। ଧନୁଯାତ୍ରାରେ ତାଙ୍କ ଅଭିନୟ ପ୍ରତି ସଭିଁଙ୍କ ନଜର ରହିଥିବାବେଳେ ଭୁବନେଶ୍ୱର ନିଜ ଅଭିନୟରେ କିଭଳି ଚମତ୍କାରିତା ପ୍ରଦର୍ଶନ କରିିବେ, ତାହା ଆସନ୍ତା ଧନୁଯାତ୍ରାରେ ସ୍ପଷ୍ଟ ହେବ। ସେହିପରି ଗତ ୩ତାରିଖରୁ ଅମ୍ବାପାଲିରେ ଗୋପପୁର କଳାକାରଙ୍କ ରିହର୍ସାଲ ଆରମ୍ଭ ହୋଇଛି। ନାଟ୍ୟ ନିର୍ଦ୍ଦେଶକ ରବୀନ୍ଦ୍ର ରଞ୍ଜନ ପୂଜାରୀ ନିର୍ଦ୍ଦେଶନା ଦେଉଛନ୍ତି। ଅଗ୍ନି ଥପା, କୃଷ୍ଣଚନ୍ଦ୍ର ମହାପାତ୍ର, ସୁଶୀଲ ମହାପାତ୍ର, ଈଶ୍ୱର ବାଗ, ନାରାୟଣ ଭୋଇ, ମୀନକେତନ ଭୋଇ, ପଦ୍ମଲୋଚନ ସାହୁ, ସୁନୀଲ ଶର୍ମା, ଦୟାନିଧି ପ୍ରଧାନ ଏବଂ ନକୁଳ ବାଦୀ ପ୍ରମୁଖ ସହଯୋଗ କରୁଛନ୍ତି।

All Right Reserved By

Model This Week

ନିକିତା

ରାଜ୍ୟ |

କେନ୍ଦ୍ର କରିଛି କ୍ୟାଶ୍‌ର କୃତ୍ରିମ ସଙ୍କଟ

କେନ୍ଦ୍ର କରିଛି କ୍ୟାଶ୍‌ର କୃତ୍ରିମ ସଙ୍କଟ

ଭୁବନେଶ୍ୱର, ୨୦।୪-ବିମୁଦ୍ରୀକରଣ ଅସ୍ତ୍ର ପ୍ରୟୋଗ କରିବା ପରେ ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନରେ ଭାଜପା ସଫଳତା ପାଇଥିଲା। ଏବେ ଏହି ଦଳ ଆଉ ଏକ ପରୀକ୍ଷଣ କର୍ନାଟକରୁ ଆରମ୍ଭ କରିଦେଇଛି। ଆସନ୍ତା ମାସରେ କର୍ନାଟକ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେଉଥିବାରୁ କ୍ୟାଶ୍‌ର କୃତ୍ରିମ ସଙ୍କଟ କରି ଗୈରିକ ଦଳ ରାଜନୈତିକ ଫାଇଦା ଉଠାଇବାକୁ ନୂଆ ପଦକ୍ଷେପ ନେଇଛି ବୋଲି ଅର୍ଥନୈତିକ ବିଶେଷଜ୍ଞମାନେ ମତ ଦେଲେଣି।

ମା’ ପଞ୍ଚୁବରାହୀଙ୍କ ସ୍ଥାନାନ୍ତରିତ ପ୍ରକ୍ରିୟା ଆରମ୍ଭ: ବଗପାଟିଆରେ ପହଞ୍ଚତ୍ଲା ଆଜ୍ଞାମାଳ

ମା’ ପଞ୍ଚୁବରାହୀଙ୍କ ସ୍ଥାନାନ୍ତରିତ ପ୍ରକ୍ରିୟା ଆରମ୍ଭ: ବଗପାଟିଆରେ ପହଞ୍ଚତ୍ଲା ଆଜ୍ଞାମାଳ

ରାଜନଗର, ୧୯।୪ (ଡି.ଏନ୍‌.ଏ.):ଶୁକବ୍ରାର ବଗପାଟିଆ ଆସିବେ ମା’ ପଞ୍ଚୁବରାହୀ। ଏ ନେଇ ସାତଭାୟାରେ ମା’ଙ୍କୁ ହଜାର ହଜାର ଶ୍ରଦ୍ଧାଳୁ ଶେଷ ଦର୍ଶନ କରିଛନ୍ତି। ମନ୍ଦିରରେ ଗୁରୁବାରଠାରୁ ନୀତି ନିର୍ଘଣ୍ଟ ଅନୁସାରେ ପୂଜାର୍ଚ୍ଚନା କରାଯାଇଥିଲା। ରାଜପୁରୋଧା ମନମୋହନ ତ୍ରିପାଠୀ ଓ ମା’ଙ୍କ ପୁରୋଧା ସଚ୍ଚିଦାନନ୍ଦ ଶତପଥୀଙ୍କ ଦ୍ୱାରା ଆଜ୍ଞାଯଜ୍ଞ କରାଯାଇଥିଲା। ଏଥିରେ ମନ୍ଦିର ପରିଚାଳନା ଦାୟିତ୍ୱରେ ଥିବା ଦେବୋତ୍ତର ବିଭାଗର ମଧ୍ୟବର୍ତ୍ତୀକାଳୀନ ଟ୍ରଷ୍ଟି କନିକା ରାଜାସାହେବ ଶିବେନ୍ଦ୍ର ନାରାୟଣ ଭଞ୍ଜଦେଓ ଓ ରାଣୀ ମୃଣାଳିନୀ ଦେବୀ କର୍ତ୍ତାଭାବେ ଯୋଗଦେଇ ଯଜ୍ଞ ପୂର୍ଣ୍ଣାହୁତି ଦେଇଥିଲେ। ପୂଜାପାଠ ପରେ ମା’ଙ୍କଠାରୁ ଆଜ୍ଞାମାଳ ଆଣି ରାଜଦମ୍ପତ୍ତି ନୂତନ ମନ୍ଦିରରେ ପହଞ୍ଚତ୍ଥିଲେ। ଏହାପରେ ସେଠାରେ ପୂର୍ବ କାର୍ଯ୍ୟସୂଚୀ ଅନୁସାରେ ମନ୍ଦିର ପ୍ରତିଷ୍ଠା ଓ ଅନ୍ୟାନ୍ୟ ପୂଜାବିଧି କରାଯାଇଥିଲା। ଶୁକ୍ରବାର ଭୋର ୫ଟାରେ ଠାକୁରାଣୀଙ୍କ ପୂଜକ ସାତଭାୟାରେ ମା’ଙ୍କୁ ଶେଷ ସ୍ନାନ ଓ ମାର୍ଜଣା କରିବା ସହ ସହ ବାଲ୍ୟ ଭୋଗ ଲାଗି କରିବେ। ଭୋର ୬ଟାରେ ମା’ଙ୍କ ସ୍ଥାନାନ୍ତରଣ ପ୍ରକ୍ରିୟା ଆରମ୍ଭ ହେବ। ଏଥିପାଇଁ ଗୁରୁବାର ପତ୍ନତତ୍ତ୍ୱ ବିଭାଗର ୫ଜଣ ସଦସ୍ୟ ସାତଭାୟାରେ ପହଞ୍ଚତ୍ଛନ୍ତି।

ରାଜନୀତିରେ ନୂଆ ପର୍ଯ୍ୟାୟ: ନିରଞ୍ଜନ ନୂଆ  ପିସିସି ସଭାପତି

ରାଜନୀତିରେ ନୂଆ ପର୍ଯ୍ୟାୟ: ନିରଞ୍ଜନ ନୂଆ ପିସିସି ସଭାପତି

ଭୁବନେଶ୍ୱର, ୧୯।୪(ବ୍ୟୁରୋ)- ଅଖିଳ ଭାରତୀୟ କଂଗ୍ରେସ କମିଟି (ଏଆଇସିସି) ଗୁରୁବାର ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି (ପିସିସି)ରେ ପରିବର୍ତ୍ତନ ଆଣିଛି। ପ୍ରସାଦ ହରିଚନ୍ଦନଙ୍କ ସ୍ଥାନରେ ବରିଷ୍ଠ ନେତା ନିରଞ୍ଜନ ପଟ୍ଟନାୟକଙ୍କୁ ରାଜ୍ୟ କଂଗ୍ରେସର ସଭାପତି କରି ହାଇକମାଣ୍ଡ ତଥା କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ତାଙ୍କ ଉପରେ ଆସ୍ଥା ପ୍ରକଟ କରିଛନ୍ତି। ଓଡ଼ିଶାରେ ପିସିସି ମୁଖ୍ୟ ପରିବର୍ତ୍ତନ ରାଜ୍ୟ ରାଜନୀତିରେ ନୂଆ ସମୀକରଣ ସୃଷ୍ଟି କରିବ ବୋଲି କୁହାଯାଉଛି।

ଶ୍ରୀମନ୍ଦିର ସ୍ଥିତି ସ୍ବାଭାବିକ: ଶୁକ୍ରବାରଠାରୁ ମିଳିବ ମହାପ୍ରସାଦ

ଶ୍ରୀମନ୍ଦିର ସ୍ଥିତି ସ୍ବାଭାବିକ: ଶୁକ୍ରବାରଠାରୁ ମିଳିବ ମହାପ୍ରସାଦ

ପୁରୀ ଅଫିସ,୧୯।୪: ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ନୀତିକାନ୍ତିରେ ସୃଷ୍ଟି ହୋଇଥିବା ବିଭ୍ରାଟ ଟଳିଯାଇଛି। ଗୁରୁବାର ସ୍ଥିତି ସମ୍ପୂର୍ଣ୍ଣ ସ୍ବାଭାବିକ ଅବସ୍ଥାକୁ ଫେରିଛି। ସାମାନ୍ୟ ବିଳମ୍ବ ହେଉପଛେ ଠାକୁରଙ୍କ ନୀତିକାନ୍ତି ଠିକ୍‌ଠାକ ଚାଲିଛି। ସେହିପରି ୪ ଦିନ ହେଲା ମହାପ୍ରସାଦ ପ୍ରସ୍ତୁତ କରୁ ନ ଥିବା ସୁଆର ମହାସୁଆର ନିଯୋଗ ମଧ୍ୟ ତା’ ଜିଦ୍‌ରୁ ଓହରି ଯାଇଛି। ହାଇକୋର୍ଟଙ୍କ ରାୟକୁ ସ୍ବାଗତ ଏବଂ ଭକ୍ତଙ୍କ ଭାବାବେଗକୁ ଦୃଷ୍ଟିରେ ରଖି ନିଯୋଗ ଶୁକ୍ରବାରଠାରୁ ମହାପ୍ରସାଦ ପ୍ରସ୍ତୁତ କରିବ ବୋଲି କହିଛି। ଫଳରେ ଅବଢ଼ା ବନ୍ଦକୁ ନେଇ ଯେଉଁ ଅଚଳାବସ୍ଥା ଲାଗି ରହିଥିଲା ତାହା ମଧ୍ୟ ଦୂର ହେବାକୁ ଯାଉଛି।

ଶ୍ରୀମନ୍ଦିର ନୀତି ବିଭ୍ରାଟକୁ ନେଇ ହାଇକୋର୍ଟଙ୍କ ଅସନ୍ତୋଷ

ଶ୍ରୀମନ୍ଦିର ନୀତି ବିଭ୍ରାଟକୁ ନେଇ ହାଇକୋର୍ଟଙ୍କ ଅସନ୍ତୋଷ

କଟକ ଅଫିସ,୧୯।୪- ଶ୍ରୀମନ୍ଦିରରେ ସୃଷ୍ଟି ହୋଇଥିବା ଅଚଳାବସ୍ଥାରେ ପୂର୍ଣ୍ଣଚ୍ଛେଦ ଟାଣିଛନ୍ତି ହାଇକୋର୍ଟ। ଶ୍ରୀମନ୍ଦିରରେ ନୀତି ବିଭ୍ରାଟକୁ ନେଇ ହାଇକୋର୍ଟ ଅସନ୍ତୋଷ ପ୍ରକାଶ କରିଛନ୍ତି। ଗର୍ଭଗୃହ ଭିତରକୁ ପ୍ରବେଶ କଟକଣା ନେଇ ଦିଆଯାଇଥିବା ପୂର୍ବ ଆଦେଶକୁ ଭୁଲ ବ୍ୟାଖ୍ୟା କରାଯାଇଛି। ଗର୍ଭଗୃହ ଭିତରକୁ କେଉଁମାନେ ପ୍ରବେଶ କରିପାରିବେ ସେ ନେଇ ହାଇକୋର୍ଟ ନିର୍ଦ୍ଦିଷ୍ଟ ଭାବେ କୌଣସି ନିର୍ଦ୍ଦେଶ ଦେଇ ନ ଥିବା ସ୍ପଷ୍ଟ କରିଛନ୍ତି।

ରେଳ ଧାରଣାରେ ଫାଟ : ବର୍ତ୍ତିଲା ଫାଷ୍ଟ ପାସେଞ୍ଜର

ରେଳ ଧାରଣାରେ ଫାଟ : ବର୍ତ୍ତିଲା ଫାଷ୍ଟ ପାସେଞ୍ଜର

ବାହାନଗା/ସୋର, ୧୯।୪(ଡି.ଏନ.ଏ.)-ବାଲେଶ୍ୱର ଜିଲା ବାହାନଗା ନିକଟ ଦକ୍ଷିଣ-ପୂର୍ବ ରେଳପଥରେ ଏକ ମାଲବାହୀ ଟ୍ରେନର ୬ଟି ବଗି ଛିଡି ଅଲଗା ହୋଇଯିବା ଘଟଣାର ୫ଦିନ ପରେ ଆଉ ଏକ ଅଘଟଣ ଗୁରୁବାର ଘଟିଛି। ଏହି ରେଳପଥର ବାହାନଗା ଷ୍ଟେଶନଠାରୁ ୨ କି.ମି. ଦୂର ଅପ୍‌ଲାଇନ୍‌ରେ କେସିପୁର ଗ୍ରାମ ନିକଟରେ ରେଳଧାରଣା ଫାଟିଯାଇଛି।

ଟ୍ରେନ୍‌ ଧକ୍କାରେ ହାତୀ ମୃତ୍ୟୁ ଘଟଣା: ତଦନ୍ତ ପାଇଁ ଆସିବେ କେନ୍ଦ୍ରୀୟ ଟିମ୍‌

ଟ୍ରେନ୍‌ ଧକ୍କାରେ ହାତୀ ମୃତ୍ୟୁ ଘଟଣା: ତଦନ୍ତ ପାଇଁ ଆସିବେ କେନ୍ଦ୍ରୀୟ ଟିମ୍‌

ଝାରସୁଗୁଡା ଅଫିସ,୧୯।୪- ଝାରସୁଗୁଡା ଜିଲା ବାଗଡିହି ରେଞ୍ଜ ଅଞ୍ଚଳରେ ଟ୍ରେନ୍‌ ଦୁର୍ଘଟଣାରେ ୪ଟି ହାତୀର ମୃତ୍ୟୁ ଘଟଣା ଜାତୀୟସ୍ତରରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ଘଟଣାର ଅନୁଧ୍ୟାନ କରିବାକୁ ଏକ କେନ୍ଦ୍ରୀୟ ଟିମ୍‌ ଖୁବଶୀଘ୍ର ଝାରସୁଗୁଡା ଆସୁଥିବା ସୂଚନା ମିଳିଛି। ଉକ୍ତ ଟିମରେ ଜଙ୍ଗଲ ବିଭାଗ ଏବଂ ୱାଇଲ୍ଡ ଲାଇଫ୍‌ର କିଛି ବରିଷ୍ଠ ଅଧିକାରୀ ଆସିବାର କାରର୍ଯ୍ୟକ୍ରମ ରହିଛି।

ଦୁର୍ଘଟଣାରେ କନିଷ୍ଠ ଯନ୍ତ୍ରୀ ମୃତ

ଦୁର୍ଘଟଣାରେ କନିଷ୍ଠ ଯନ୍ତ୍ରୀ ମୃତ

ଜୟପୁର,୧୯।୪(ନି.ପ୍ର.): ଜୟପୁର-କୁନ୍ଦୁରା ରାସ୍ତାର ଘାଟବାଗରା ନିକଟରେ ସଡ଼କ ଦୁର୍ଘଟଣାରେ କନିଷ୍ଠ ଯନ୍ତ୍ରୀ ସିପୁନ ନାୟକଙ୍କ ମୃତ୍ୟୁ ହୋଇଛି। ବିଳମ୍ବିତ ରାତିରେ ସେ କାମ ସାରି ଜୟପୁରରୁ ବାହାରି କୁନ୍ଦୁରା ଯାଉଥିବା ସମୟରେ ଘାଟବାଗରା ବ୍ରିଜ ନିକଟରେ ଭାରସାମ୍ୟ ହରାଇ ତାଙ୍କ ଗାଡ଼ି ଦୁର୍ଘଟଣାଗ୍ରସ୍ତ ହେବାରୁ ସେଠାରେ ତାଙ୍କର ମୃତ୍ୟୁ ହେଲା।

ନିଟ୍‌ ପରୀକ୍ଷା ପାଇଁ ଡ୍ରେସ୍‌କୋଡ୍‌ ଲାଗୁ

ନିଟ୍‌ ପରୀକ୍ଷା ପାଇଁ ଡ୍ରେସ୍‌କୋଡ୍‌ ଲାଗୁ

ଭୁବନେଶ୍ୱର,୧୯।୪(ବ୍ୟୁରୋ): ଆସନ୍ତା ୬ ତାରିଖରେ ହେବାକୁଥିବା ନ୍ୟାଶନାଲ ଏଲିଜିବିଲିଟି କମ ଏଣ୍ଟ୍ରାନ୍‌ସ ଟେଷ୍ଟ(ନିଟ୍‌) ୨୦୧୮ ପରୀକ୍ଷା ପାଇଁ ସିବିଏସ୍‌ଇ ଡ୍ରେସ୍‌କୋଡ୍‌ ଲାଗୁ କରିଛି। ପରୀକ୍ଷା ପାଇଁ ବୋର୍ଡ ନୂଆ ନିର୍ଦ୍ଦେଶନାମା ଜାରି କରିଛି।

ବିମାନବନ୍ଦରରୁ ସାପ ଉଦ୍ଧାର

ବିମାନବନ୍ଦରରୁ ସାପ ଉଦ୍ଧାର

ଭୁବନେଶ୍ୱର,୧୯।୪(ବ୍ୟୁରୋ): ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରୁ ଗୁରୁବାର ଏକ ସାପ ଉଦ୍ଧାର ହୋଇଛି। ଏହା ଢମଣା ସାପ ବୋଲି ଜଣାପଡ଼ିଛି।

ପାଚିଲା ଧାନରେ ଚକଡା ପୋକ: ଚାଷୀ ଆତଙ୍କିତ

ପାଚିଲା ଧାନରେ ଚକଡା ପୋକ: ଚାଷୀ ଆତଙ୍କିତ

ଅତାବିରା, ୧୯।୪ (ଡି.ଏନ.ଏ)- ବରଗଡ ଜିଲା ଅତାବିରା ଓ ଭେଡେନ ବ୍ଲକରେ ଚାଷୀମାନେ ମୁଖ୍ୟତଃ ଧାନ ଫସଲକୁ ନିର୍ଭର କରି ଜୀବିକା ନିର୍ବାହ କରିଥାନ୍ତି । ଉକ୍ତ ଅଞ୍ଚଳର ଶତାକଡା ୯୫ ଭାଗ ପରିବାର ଧାନ ଚାଷକୁ ନିର୍ଭର କରିଥାନ୍ତି । ବର୍ଷକୁ ଦୁଇ ଫସଲ ଧାନ ଚାଷ ହୋଇଥାଏ । ଖରିଫ ଓ ରବି ଧାନ ଫସଲ ରବି ଋତୁ ଅପେକ୍ଷା ଖରିଫ ଋତୁରେ ଅଧିକ ଚାଷ ଜମିରେ ଧାନ ଫସଲ ହୋଇଥାଏ । ରବି ଫସଲରେ ଅଣଜଳସେଚିତ ଅଞ୍ଚଳର ଧାନ ଫସଲ ହୋଇ ନ ଥାଏ । ବର୍ତ୍ତମାନ ରବି ଧାନ ଫସଲ ଅମଳ କାର୍ଯ୍ୟ ଆରମ୍ଭ କଲେଣି । ପାଚିଲା ଓ ପରିପକ୍ବ ଅବସ୍ଥାରେ ଥିବା ଧାନ ଫସଲରେ ଚକଡା ପୋକଙ୍କ ପ୍ରାଦୁର୍ଭାବ ଦେଖାଗଲାଣି । ଚକଡା ପୋକ ଯୋଗୁ ଚାଷୀମାନେ ଆତଙ୍କିତ ହୋଇଯାଇ ବିଭିନ୍ନ କୀଟନାଶକ ଔଷଧ ଦୋକାନରୁ ବିଭିନ୍ନ କମ୍ପାନୀଗୁଡିକର ଔଷଧ ଆଣି ପ୍ରୟୋଗ କରୁଛନ୍ତି ।

ମାନସିକ ବିକୃତ ଯୁବକଙ୍କ ଉନ୍ମତ୍ତ କାଣ୍ଡ: ମେଡିକାଲ ଛାତରେ ଚଢ଼ି ଆତ୍ମହତ୍ୟା ଉଦ୍ୟମ

ମାନସିକ ବିକୃତ ଯୁବକଙ୍କ ଉନ୍ମତ୍ତ କାଣ୍ଡ: ମେଡିକାଲ ଛାତରେ ଚଢ଼ି ଆତ୍ମହତ୍ୟା ଉଦ୍ୟମ

କେନ୍ଦ୍ରାପଡ଼ା ଅଫିସ,୧୯।୪: ଜିଲା ମୁଖ୍ୟ ଚିକିତ୍ସାଳୟ ଛାତ ଉପରେ ଚଢ଼ି ଜଣେ ମାନସିକ ବିକୃତ ଯୁବକ ଗୁରୁବାର ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ପୂର୍ବତନ କାଉନ୍‌ସିଲର ହିରଣ୍ୟ କୁମାର ପଣ୍ଡାଙ୍କ ଉପସ୍ଥିତ ବୁଦ୍ଧି ଯୋଗୁ ତାଙ୍କୁ ଉଦ୍ଧାର କରାଯାଇ ପାରିଛି।