ରାଜ୍ୟ |

ଘରେ ପଶିବ ମହାନଦୀ

ଘରେ ପଶିବ ମହାନଦୀ

କଟକ ଅଫିସ, ୬।୧୨(ନିର୍ମଳ ପଣ୍ଡା)- ବାଲି ବ୍ୟବସାୟୀଙ୍କ ସହିତ ପ୍ରଶାସନର ଅସାଧୁ ମେଣ୍ଟ ଯୋଗୁ ବିପୁଳ ପରିମାଣର ରାଜସ୍ବ ଲୁଟ୍‌ ହେଉଛି। ପୂର୍ବରୁ ଏନେଇ ଅନେକ ନଜିର ରହିଛି। ଏବେ ବାଲି ବ୍ୟବସାୟୀଙ୍କ ସ୍ବାର୍ଥକୁ ଗୁରୁତ୍ୱ ଦେଇ କଟକ ଜିଲା ପ୍ରଶାସନ ଏକ ମହାବିପତ୍ତିକୁ ଆମନ୍ତ୍ରଣ କରିଛି। ଯେଉଁଥିପାଇଁ ମହାନଦୀ ଗତିପଥ ପରିବର୍ତ୍ତନ କରି ଜନବସତି ଅଞ୍ଚଳରେ ପଶିବ ବୋଲି ଆଶଙ୍କା ପ୍ରକାଶ ପାଇଛି। ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି ସାଲେପୁର ତହସିଲ ଅଧୀନ ବାରବୋଡିଆ ବାଲିଘାଟକୁ ନେଇ, ଯେଉଁଠି ପ୍ରଶାସନ ପୂର୍ବ ନିଷ୍ପତ୍ତିକୁ ବଦଳାଇ ବାଲି ଉଠାଣ ନିଲାମ ନିମନ୍ତେ ଅନୁମତି ଦେଇଛି। ଏନେଇ ସ୍ଥାନୀୟ ଅଞ୍ଚଳର ଲୋକଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ଦେଖାଦେଇଛି।
ବାରବୋଡିଆ ବାଲିଘାଟରୁ ବାଲିଉଠାଣ ଫଳରେ ମହାନଦୀ କୂଳ ଖାଇ ପାର୍ଶ୍ୱବର୍ତ୍ତୀ ଗ୍ରାମ ପ୍ରତି ବିପଦ ଆଶଙ୍କା ଦେଖାଦେଇଥିଲା। ଫଳରେ ଉକ୍ତ ବାଲିଘାଟ ନିଲାମକୁ ଗ୍ରାମବାସୀ ପୂର୍ବରୁ ବିରୋଧ କରିଥିଲେ। ଏହାପରେ ତତ୍କାଳୀନ ଜିଲାପାଳ ନିର୍ମଳ ଚନ୍ଦ୍ର ମିଶ୍ର ଉକ୍ତ ବାଲିଘାଟ ଉପରେ ଜଳସମ୍ପଦ ଓ ରାଜସ୍ବ ବିଭାଗ ମିଳିତ ଭାବେ ଅନୁଧ୍ୟାନ କରି ରିପୋର୍ଟ ଦେବାକୁ କହିଥିଲେ। ଜଳସମ୍ପଦ ବିଭାଗର ମହାନଦୀ ଉତ୍ତର ଡିଭିଜନ ପକ୍ଷରୁ ଅନୁଧ୍ୟାନ ରିପୋର୍ଟରେ ଦର୍ଶାଯାଇଥିଲା ଯେ, ଯଦି ବାରବୋଡିଆ ଘାଟରୁ ବାଲି ଉଠେ ତେବେ ମହାନଦୀ ତାର ଗତିପଥରେ ପରିବର୍ତ୍ତନ କରିବା ସମ୍ଭାବନା ରହିଛି। ଏହି ରିପୋର୍ଟ ପାଇବା ପରେ ଜିଲାପାଳ ଉକ୍ତ ବାଲିଘାଟ ନିଲାମକୁ ବାତିଲ କରିଦେଇଥିଲେ। କିନ୍ତୁ ପରବର୍ତ୍ତୀ ସମୟରେ ପ୍ରଶାସନିକ ନିଷ୍ପତ୍ତି ବଦଳିଯାଇଛି। ଉକ୍ତ ବାଲିଘାଟକୁ ନିଲାମ ଦିଆଯାଇଛି, ଯାହାକୁ ନେଇ ବାରବୋଡିଆ, ଆତୋଡା, ସାତବାଟିଆ, ପାଟପୁର, ଜଳହରି, ତେନ୍ତୋଳୋ ପ୍ରଭୃତି ଅଞ୍ଚଳବାସୀ ଆଶଙ୍କିତ ହେବା ସହ କ୍ଷୋଭ ପ୍ରକାଶ କରୁଛନ୍ତି।
କଟକ ସହରଠାରୁ ପ୍ରାୟ ୧୫ କିଲୋମିଟର ଦୂରରେ ରହିଛି ବାରବୋଡିଆ ବାଲିଘାଟ। ଏହି ସ୍ଥାନ ଭୌଗୋଳିକ ଦୃଷ୍ଟିକୋଣରୁ ବେଶ୍‌ ଗୁରୁତ୍ୱପୂର୍ଣ୍ଣ। କାରଣ ବାରବୋଡିଆର ଠିକ୍‌ ଉପରମୁଣ୍ଡରେ ମହାନଦୀରୁ ଚିତ୍ରୋତ୍ପଳା ନଦୀ ବାହାରିଛି। ତେଣୁ ଏଠାରେ ନଦୀ ସ୍ରୋତ ଅତ୍ୟନ୍ତ ପ୍ରଖର ଥାଏ। ଏଭଳି ସ୍ଥିତିରେ ତଳମୁଣ୍ଡରୁ ବାଲି ଖନନ କରାଗଲେ ନଦୀସ୍ରୋତ ଅଧିକ ପ୍ରଖର ହେବା ସହିତ କୂଳକ୍ଷୟ କରିବାର ଆଶଙ୍କା ରହିଛି। ସେହିପରି ବାଲି ଉତ୍ତୋଳନ ପରେ ବହୁସଂଖ୍ୟକ ଗାଡ଼ି ନଦୀପଠା ଦେଇ ଯାତାୟାତ କରିବା ଫଳରେ ପଠା ମଧ୍ୟ କ୍ଷତିଗ୍ରସ୍ତ ହୋଇ ନଦୀର ଗତିପଥକୁ ବଦଳାଇବାରେ ସାହାଯ୍ୟ କରିବ ବୋଲି ସ୍ଥାନୀୟ ଅଞ୍ଚଳ ଲୋକେ ଜିଲାପାଳଙ୍କୁ ଜଣାଇଥିଲେ। ଜଳସମ୍ପଦ ବିଭାଗ ରିପୋର୍ଟରେ ଦର୍ଶାଯାଇଥିଲା ଯେ, ଉକ୍ତ ସ୍ଥାନରୁ ବାଲି ଉଠିଲେ ମହାନଦୀ ପଠା କ୍ଷୟ କରି ଚାଷଜମିକୁ ଖାଇଯିବ। ଏହାଦ୍ୱାରା ନଦୀପଠା ସଂଲଗ୍ନ ଅଞ୍ଚଳ ଦେଇ ଯାଇଥିବା ଲିଙ୍କ୍‌ କେନାଲ ମଧ୍ୟ କ୍ଷତିଗ୍ରସ୍ତ ହେବ।
ସ୍ଥାନୀୟ ଅଞ୍ଚଳର ସରପଞ୍ଚ ସୋଫିଆ ରାଉତରାୟ କୁହନ୍ତି, ଏଭଳି ବିପଦକୁ ଜାଣିଶୁଣି ଡକାଯାଉଛି। ବାରବୋଡିଆରୁ ବାଲି ଉଠିଲେ ମହାନଦୀର ଏକ ଧାର ସିଧାସଳଖ ଲିଙ୍କ୍‌ କେନାଲ ଭାଙ୍ଗି କେନ୍ଦ୍ରାପଡ଼ା କେନାଲରେ ପଡ଼ିବ। ଏହା ପରେ ଉକ୍ତ ଧାର ବିରୂପା ସହିତ ମିଶି ଏକାକାର ପରିସ୍ଥିତି ଉପୁଯାଇବ। ସ୍ଥାନୀୟ ଅଞ୍ଚଳର ଯୁବକ ଲିପକ ଜେନା କୁହନ୍ତି, ବାରବୋଡିଆ ଘାଟ ନିଲାମ ହେବା କଥା ଶୁଣି ମୋତେ ଆଶ୍ଚର୍ଯ୍ୟ ଲାଗୁଛି। ଲୋକଙ୍କ ସ୍ବାର୍ଥକୁ ଗୁରୁତ୍ୱ ନ ଦେଇ ପ୍ରଶାସନ ବାଲିମାଫିଆଙ୍କ ପାଖରେ ବିକ୍ରି ହୋଇଯିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ।
ସାଲେପୁର ତହସିଲଦାର ମହେନ୍ଦ୍ର ମହାନ୍ତି କୁହନ୍ତି, ଆମେ କେତେକ ସର୍ତ୍ତ ରଖି ଉକ୍ତ ଘାଟକୁ ନିଲାମ ଦେଇଛୁ। ଯଦି ସେଭଳି କିଛି ପରିସ୍ଥିତି ଉପୁଜେ ତେବେ ତୁରନ୍ତ ବାଲି ଉତ୍ତୋଳନ ବନ୍ଦ ରଖାଯିବ। ତହସିଲଦାରଙ୍କ ଏଭଳି ମତାମତ ଉପରେ ପ୍ରତିକ୍ରିୟା ଦେଇ ସ୍ଥାନୀୟ ଅଞ୍ଚଳର ରଞ୍ଜିତା ନାୟକ କୁହନ୍ତି, ତେବେ ଆମକୁ ଧରିନେବାକୁ ପଡ଼ିବ ର୍ଯ୍ୟେମହାନଦୀ ଆମ ଘରେ ପଶିବା ପରେ ପ୍ରଶାସନର ଚେତା ପଶିବ। ମହାନଦୀ ଉତ୍ତର ଡିଭିଜନ ନିର୍ବାହୀ ଯନ୍ତ୍ରୀ ସାଗର ମହାନ୍ତି କୁହନ୍ତି, ଗତବର୍ଷ ଉକ୍ତ ଘାଟକୁ ନେଇ କ’ଣ ହୋଇଥିଲା ତାହା ମୁଁ କହିପାରିବି ନାହିଁ। ସେ ସମୟରେ ମୁଁ ଦାୟିତ୍ୱରେ ନ ଥିବାରୁ ମୋତେ ପୁରୁଣା ଫାଇଲ ଦେଖିବାକୁ ପଡ଼ିବ।
ଜିଲାପାଳ ସୁଶାନ୍ତ ମହାପାତ୍ରଙ୍କୁ ଏ ସମ୍ପର୍କରେ ପଚାରିବାରୁ ସେ ମଧ୍ୟ ଘାଟର ସମ୍ବେଦନଶୀଳତା ସମ୍ପର୍କରେ ଜାଣି ନ ଥିବା କହିଥିଲେ। ଯଦି ଏପରି ହୋଇଥାଏ ତେବେ ତୁରନ୍ତ ଉକ୍ତ ଘାଟରୁ ବାଲି ଉଠିବା ଉପରେ ଅଙ୍କୁଶ ଲଗାଯିବ ବୋଲି ସେ କହିଥିଲେ।

All Right Reserved By

Model This Week

Model This Week

ରାଜ୍ୟ |

ଅନୁମୋଦିତ ହେଲା ପୁରୀ ପୌର ବଜେଟ

ଅନୁମୋଦିତ ହେଲା ପୁରୀ ପୌର ବଜେଟ

ପୁରୀ ଅଫିସ,୨୫।୪: ପୁରୀ ପୌର ସଂସ୍ଥାର ସ୍ବତନ୍ତ୍ର କାଉନସିଲ୍‌ ବୈଠକ ନଗରପାଳ ଜୟନ୍ତ କୁମାର ଷଡଙ୍ଗୀଙ୍କ ଅଧ୍ୟକ୍ଷତାରେ ବୁଧବାର ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ୨୦୧୮-୧୯ ଆର୍ଥିକ ବର୍ଷର ବଜେଟକୁ ପୁଙ୍ଖାନୁପୁଙ୍ଖ ଆଲୋଚନା କରାଯାଇ ବଜେଟକୁ ଅନୁମୋଦନ କରାଯାଇଛି। ଚଳିତ ଆର୍ଥିକ ବର୍ଷର ୭୫ କୋଟି ୩୧ଲକ୍ଷ ୯ହଜାର ୬୬୦ଟଙ୍କାର ସମତୁଲ ବଜେଟ ଅନୁମୋଦିତ ହୋଇଛି।

୨୦୦୮ ପରଠାରୁ ନୂଆ ଚିନିକଳ ସ୍ଥାପିତ ହୋଇନାହିଁ

୨୦୦୮ ପରଠାରୁ ନୂଆ ଚିନିକଳ ସ୍ଥାପିତ ହୋଇନାହିଁ

ଭୁବନେଶ୍ୱର,୨୫।୪(ବ୍ୟୁରୋ): ୨୦୦୮ ପରଠାରୁ ରାଜ୍ୟରେ ନୂତନ ଚିନିକଳ ସ୍ଥାପନ କରାଯାଇନାହିଁ। ପୂର୍ବରୁ ଥିବା ୮ ଚିନିକଳ ମଧ୍ୟରୁ ୫ଟି ବନ୍ଦ ହୋଇ ପଡ଼ିରହିଛି।

ମହାପ୍ରଭୁଙ୍କୁ ଦର୍ଶନ କରି କ୍ଷମା ପ୍ରାର୍ଥନା କଲେ କଂସ

ମହାପ୍ରଭୁଙ୍କୁ ଦର୍ଶନ କରି କ୍ଷମା ପ୍ରାର୍ଥନା କଲେ କଂସ

ପୁରୀ ଅଫିସ,୨୫।୪: ଖୋର୍ଦ୍ଧା ଜିଲା ଜଟଣୀ ନିକଟ ପାତ୍ରପଡାଠାରେ ଅନୁଷ୍ଠିତ ୭ ଦିନିଆ ପୂର୍ବ ଓଡ଼ିଶା ଧନୁଯାତ୍ରା ମହୋତ୍ସବ ମଙ୍ଗଳବାର ଶେଷ ହୋଇଛି। ଏଥିରେ କଂସ ଭୂମିକାରେ ଅଭିନୟ କରିଥିବା ଲକ୍ଷ୍ମୀଧର ବିଶ୍ୱାଳ ବୁଧବାର ପୁରୀ ଆସି ପବିତ୍ର ମହୋଦଧିରେ ସ୍ନାନ କରି ନିଜ ପାପର ପ୍ରାୟଶ୍ଚିତ୍ତ କରିଛନ୍ତି।

ସଫାରୀ ସେବା ପାଇଁ ୩ୟ ଥର ଟେଣ୍ଡର

ସଫାରୀ ସେବା ପାଇଁ ୩ୟ ଥର ଟେଣ୍ଡର

ଭୁବନେଶ୍ୱର,୨୫।୪(ବ୍ୟୁରୋ): ନନ୍ଦନକାନନରେ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ପାଇଁ ପ୍ରଚଳିତ ଥିବା ପ୍ରାଣୀ ଉଦ୍ୟାନ ସଫାରୀ ସେବା ଲାଗି ପୂର୍ବରୁ ୨ ଥର ଟେଣ୍ଡର ଆହ୍ବାନ କରାଯାଥିଲା। ପ୍ରତ୍ୟେକ ଟେଣ୍ଡରରେ ଧାର୍ଯ୍ୟ ମୂଲ୍ୟଠାରୁ ଅଧିକ ରାଜସ୍ବ ପାଇଥିଲେ ମଧ୍ୟ ସେମାନଙ୍କ ମଧ୍ୟରୁ କେହି ରାଜିନାମାରେ ସ୍ବାକ୍ଷର କରିନାହାନ୍ତି।

ଜଙ୍ଗଲ ବିଭାଗରେ ୪୩୩ ପଦବୀ ଖାଲି

ଜଙ୍ଗଲ ବିଭାଗରେ ୪୩୩ ପଦବୀ ଖାଲି

ଭୁବନେଶ୍ୱର,୨୫।୪(ବ୍ୟୁରୋ): ରାଜ୍ୟରେ ଭାରତୀୟ ବନ ସେବା ଏବଂ ଓଡ଼ିଶା ବନ ସେବା ବିଭାଗରେ ୪୩୩ ପଦବୀ ଖାଲି ପଡ଼ିଛି। ଜଙ୍ଗଲ ବିଭାଗର ୧୬ ଅଫିସରଙ୍କୁ ଅନ୍ୟ ବିଭାଗ ଦାୟିତ୍ୱ ଦିଆଯାଇଥିବା ବେଳେ ୯ ଜଣ ଅଧିକାରୀ କେନ୍ଦ୍ରୀୟ ଡେପୁଟେଶନ୍‌ରେ ଯାଇଛନ୍ତି।

ଭାଲୁ ଆକ୍ରମଣରେ ମା’, ପୁଅ ଗୁରୁତର

ପାରଳାଖେମୁଣ୍ଡି,୨୫।୪(ଡି.ଏନ୍‌.ଏ.): ଗଜପତି ଜିଲା ରା. ଉଦୟଗିରି ଥାନା ଶିଆଳିଲଟି ପଞ୍ଚାୟତ ଭିତରଢମ୍ପା ଗ୍ରାମରେ ମଙ୍ଗଳବାର ଭାଲୁ ଆକ୍ରମଣରେ ୨ଜଣ ଗୁରୁତର ହୋଇଛନ୍ତି। ସେମାନେ ହେଲେ ଉକ୍ତ ଗ୍ରାମର ଲକ୍ଷ୍ମୀ ଶବର ଏବଂ ତାଙ୍କ ୮ ବର୍ଷର ପୁଅ ସୀମାଞ୍ଚଳ ଶବର।

ସିଟିବସ୍‌ରେ ଯୁବତୀଙ୍କୁ ଅସଦାଚରଣ, ଭିଡିଓ ଭାଇରାଲ

ସିଟିବସ୍‌ରେ ଯୁବତୀଙ୍କୁ ଅସଦାଚରଣ, ଭିଡିଓ ଭାଇରାଲ

ଭୁବନେଶ୍ୱର,୨୫।୪(ବ୍ୟୁରୋ): ରାଜଧାନୀରେ ଗଡୁଥିବା ସିଟିବସରେ ଯାତ୍ରା କରିବା ଯୁବତୀଙ୍କ ପ୍ରତି ଅସୁରକ୍ଷିତ ହୋଇପଡିଛି। ସେମାନଙ୍କୁ ବିଭିନ୍ନ ସମୟରେ ଅସଦାଚରଣର ଶିକାର ହେବାକୁ ପଡୁଛି। ଏପରି ଏକ ଘଟଣା ବୁଧବାର କଳିଙ୍ଗ ହସ୍ପିଟାଲ ଛକରେ ଘଟିଥିବା ଜଣାପଡିଛି।

ଦନ୍ତା ଆକ୍ରମଣରେ ବୃଦ୍ଧା ମୃତ

ଦନ୍ତା ଆକ୍ରମଣରେ ବୃଦ୍ଧା ମୃତ

ବାରିପଦା ଅଫିସ,୨୫।୪: ମୟୂରଭଞ୍ଜ ଜିଲା ପିଠାବଟା ରେଞ୍ଜ ଅନ୍ତର୍ଗତ ଆହାରି ଗ୍ରାମର ବିମଳା ମହାନ୍ତ(୬୫) ନାମକ ଜଣେ ବୃଦ୍ଧାଙ୍କ ମୃତଦେହ ନିକଟସ୍ଥ ଜଙ୍ଗଲରୁ ବୁଧବାର ଉଦ୍ଧାର କରାଯାଇଛି। ସେ ମଙ୍ଗଳବାର ସକାଳେ ଜାଳେଣିକାଠ ସଂଗ୍ରହ କରିବା ପାଇଁ ଜଙ୍ଗଲକୁ ଯାଇ ଆଉ ଫେରି ନ ଥିଲେ।

କୃଷକ ବଜାର ଭିତ୍ତିପ୍ରସ୍ତର ସ୍ଥାପିତ

କୃଷକ ବଜାର ଭିତ୍ତିପ୍ରସ୍ତର ସ୍ଥାପିତ

ଢେଙ୍କାନାଳ ଅଫିସ,୨୫।୪: ଢେଙ୍କାନାଳ ପୌରାଞ୍ଚଳ କୈବଲ୍ୟ ବଜାରଠାରେ ଢେଙ୍କାନାଳ ନିୟନ୍ତ୍ରିତ ବଜାର କମିଟି ପକ୍ଷରୁ ବୁଧବାର ସକାଳ ୯ଟାରେ ୧ କୋଟି ଟଙ୍କା ବ୍ୟୟରେ ହେବାକୁ ଥିବା କୃଷକ ବଜାରର ଭିତ୍ତିପ୍ରସ୍ତର ସ୍ଥାପିତ ହୋଇଯାଇଛି। ଜିଲାପାଳ ନିଖିଲ ପବନ କଲ୍ୟାଣ ଏହି ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି।

ବିଶ୍ୱ ମ୍ୟାଲେରିଆ ଦିବସ ପାଳିତ

ବିଶ୍ୱ ମ୍ୟାଲେରିଆ ଦିବସ ପାଳିତ

ଢେଙ୍କାନାଳ ଅଫିସ,୨୫।୪: ଢେଙ୍କାନାଳ ଜିଲା କାର୍ଯ୍ୟାଳୟ ସଦ୍‌ଭାବନା ଗୃହରେ ବୁଧବାର ପୂର୍ବାହ୍ନରେ ବିଶ୍ୱ ମ୍ୟାଲେରିଆ ଦିବସ ପାଳିତ ହୋଇଯାଇଛି। ଏ ନେଇ ଆୟୋଜିତ କାର୍ଯ୍ୟକ୍ରମରେ ଜିଲାପାଳ ନିଖିଲ ପବନ କଲ୍ୟାଣ ଅଧ୍ୟକ୍ଷତା କରି ମ୍ୟାଲେରିଆ ନିରାକରଣ ପାଇଁ ସ୍ବାସ୍ଥ୍ୟ ବିଭାଗ ସମେତ ସମସ୍ତଙ୍କୁ ନିଷ୍ଠାର ସହ କାର୍ଯ୍ୟ କରିବାକୁ ପରାମର୍ଶ ଦେଇଥିଲେ।

ବ୍ଲକ୍‌ କାର୍ଯ୍ୟାଳୟ ଫାଟକରେ ତାଲା ପକାଇଲେ ସରପଞ୍ଚ

ବ୍ଲକ୍‌ କାର୍ଯ୍ୟାଳୟ ଫାଟକରେ ତାଲା ପକାଇଲେ ସରପଞ୍ଚ

କଣିହାଁ,୨୫।୪(ଡି.ଏନ୍‌.ଏ.): କଣିହାଁ ବ୍ଲକ ଓ ଆର୍‌ଡବ୍ଲ୍ୟୁଏସ୍‌ଏସ୍‌ କାର୍ଯ୍ୟାଳୟ ଫାଟକରେ ବୁଧବାର ସରପଞ୍ଚ ଦୁଖବନ୍ଧୁ ଭୁତିଆ ତାଲା ପକାଇଦେଇଥିଲେ। ୨ଟି ପାନୀୟଜଳ ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ଶେଷ କରାଯାଉ ନ ଥିବାରୁ ସେ ଏହି ପଦକ୍ଷେପ ନେଇଥିବା ଜଣାପଡ଼ିଛି।

ଝାରପଡା ଜେଲ୍‌ରୁ ମୁକୁଳିଲେ ଗ୍ୟାଙ୍ଗଷ୍ଟର ରାଜା ଆଚାର୍ଯ୍ୟ

ଝାରପଡା ଜେଲ୍‌ରୁ ମୁକୁଳିଲେ ଗ୍ୟାଙ୍ଗଷ୍ଟର ରାଜା ଆଚାର୍ଯ୍ୟ

ଭୁବନେଶ୍ୱର,୨୫।୪(ବ୍ୟୁରୋ): ୨୦୦୮ରୁ ବିଭିନ୍ନ ମାମଲାରେ ଛନ୍ଦି ହୋଇ ଜେଲରେ ଥିବା ଗ୍ୟାଙ୍ଗଷ୍ଟର ରାଜା ଆଚାର୍ଯ୍ୟ ବୁଧବାର ଝାରପଡ଼ା ଜେଲରୁ ବାହାରିଛନ୍ତି। ଗତ ୨୦ ତାରିଖରେ ଜ୍ୟୋତି ମୋଟର୍ସ କର୍ମଚାରୀ ଅପହରଣ ମାମଲାରେ ରାଜାଙ୍କୁ ହାଇକୋର୍ଟରୁ ସର୍ତ୍ତମୂଳକ ଜାମିନ ମିଳିଥିଲା।