Dharitri News
ରାଜ୍ୟ |

ଡିଏଭି ଛାତ୍ରୀ ଆତ୍ମହତ୍ୟା ମାମଲାର ନୂଆମୋଡ଼

ଡିଏଭି ଛାତ୍ରୀ ଆତ୍ମହତ୍ୟା ମାମଲାର ନୂଆମୋଡ଼ ଭୁବନେଶ୍ୱର,୬।୧୨(ବ୍ୟୁରୋ)- ୟୁନିଟ୍‌-୮ ଡିଏଭି ବିଜ୍‌ନେସ୍‌ ମ୍ୟାନେଜମେଣ୍ଟ ସ୍କୁଲ ଯୁକ୍ତ ୩ ବାଣିଜ୍ୟ ଦ୍ୱିତୀୟ ବର୍ଷ ଛାତ୍ରୀ ତାନିଆ ବାନାର୍ଜୀ ଆତ୍ମହତ୍ୟା ଘଟଣା ନୂଆମୋଡ଼ ନେଇଛି। ତାନିଆଙ୍କ ଆତ୍ମହତ୍ୟା ପଛରେ ତାଙ୍କର ଜଣେ ସହପାଠୀଙ୍କ ସମ୍ପୃକ୍ତି ରହିଛି। ସେହି ସହପାଠୀ ଜଣକ ଜଣେ ଆଇଏଏସ୍‌ ଅଧିକାରୀଙ୍କ ଝିଅ ବୋଲି ତାନିଆଙ୍କ ମା’ କୋୟା ବାନାର୍ଜୀ ବୁଧବାର ଗଣମାଧ୍ୟମ ଆଗରେ ଅଭିଯୋଗ କରିଛନ୍ତି। ପୋଲିସ ଚାପରେ ପଡ଼ି ମାମଲାର ଠିକ୍‌ ତଦନ୍ତ କରୁନାହିଁ ବୋଲି ତାନିଆଙ୍କ ବାପା ଟିକଲ ବାନାର୍ଜୀ କହିଛନ୍ତି। ଦରକାର ପଡ଼ିଲେ ସେ କ୍ରାଇମବ୍ରାଞ୍ଚ ଦ୍ୱାରସ୍ଥ ହେବେ ବୋଲି ଟିକଲ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ମଙ୍ଗଳବାର ତାନିଆଙ୍କ ବ୍ୟବଚ୍ଛେଦ ରିପୋର୍ଟ ପୋଲିସକୁ ହସ୍ତଗତ ହୋଇଥିଲା। ଶ୍ୱାସରୁଦ୍ଧ ହୋଇ ତାନିଆଙ୍କ ମୃତ୍ୟୁ ଘଟିଥିବା ରିପୋର୍ଟରେ ଦର୍ଶାଯାଇଥିଲା। ତାନିଆଙ୍କ ବାପା ଏହି ରିପୋର୍ଟକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି। ବୁଧବାର କ୍ୟାପିଟାଲ ଥାନା ପୋଲିସ ତାନିଆଙ୍କ ବାପା, ମା’ଙ୍କୁ ପଚରାଉଚରା କରିବା ଲାଗି ଥାନାକୁ ଡକାଇଥିଲା। ଜେରା ପରେ ଉଭୟେ ବାହାରକୁ ଆସି ଉପସ୍ଥିତ ଗଣମାଧ୍ୟମ ପ୍ରତିନିଧିଙ୍କ ଆଗରେ ଝିଅ ମୃତ୍ୟୁ ପଛର କାରଣ ସମ୍ପର୍କରେ କେତେକ ଅଭିଯୋଗ ଆଣିଥିଲେ। ତାନିଆଙ୍କ ମା’ କହିଥିଲେ, ତାଙ୍କ ଝିଅ ମୃତ୍ୟୁ ପଛରେ ସ୍କୁଲର ଜଣେ ଛାତ୍ରୀଙ୍କ ହାତ ରହିଛି। ସମ୍ପୃକ୍ତ ଛାତ୍ରୀ ଜଣକ ତାଙ୍କ ଝିଅକୁ ମାନସିକ ନିର୍ଯାତନା ଦେଇଛନ୍ତି। ସେ ଜଣେ ଆଇଏଏସ୍‌ ଅଫିସରଙ୍କ ଝିଅ ହୋଇଥିବାରୁ ପୋଲିସ ମାମଲାକୁ ଚାପିବାକୁ ଉଦ୍ୟମ କରୁଛି। ତାନିଆଙ୍କ ବାପା କହିଥିଲେ, ସେମାନେ ପୋଲିସ ତଦନ୍ତରେ ସନ୍ତୁଷ୍ଟ ନାହାନ୍ତି। ଯେଉଁ ରୁମ୍‌ରେ ତାନିଆଙ୍କ ମୃତ୍ୟୁ ଘଟିଥିଲା ପୋଲିସ ଆସିବା ପୂର୍ବରୁ କ’ଣ ପାଇଁ ସେହି ରୁମ୍‌କୁ ଭଙ୍ଗାଗଲା। ମୋ ଝିଅ ଆମତ୍ହତ୍ୟା କରିନାହିଁ, ତାକୁ ମାରି ଦିଆଯାଇଛି। ପୋଲିସ ଚାପରେ ପଡ଼ି ଜାଣିଶୁଣି ମାମଲାକୁ ଚାପିଦେବାକୁ ଉଦ୍ୟମ କରୁଛି। ତାନିଆଙ୍କ ମାମୁ ତଥା ଓକିଲ ମୌସୁମୀ କୁମାର ଚକ୍ରବର୍ତ୍ତୀ କହିଥିଲେ, ପୋଲିସ ତାନିଆଙ୍କ ପରିବାର ଲୋକଙ୍କ ଅଭିଯୋଗ ଆଧାରରେ ଦଫା ୩୦୬ରେ ଏକ ମାମଲା ରୁଜୁ କରି ଚୁପ୍‌ ବସିପଡିଛି। କ’ଣ ପାଇଁ ଏପରି ଘଟିଲା ତା’ର ତଦନ୍ତ କରୁନାହିଁ। ଯଦିଓ ତାନିଆ ଆମତ୍ହତ୍ୟା କରିଛି, କାହା ଚାପରେ ସେ ଏପରି କରିଛି ତାହା ପଦାକୁ ଆସିବା ଦରକାର। ଏ ନେଇ ଡିସିପି ସତ୍ୟବ୍ରତ ଭୋଇ କୁହନ୍ତି, ପୋଲିସ ଘଟଣାର ତଦନ୍ତ ଚଳାଇଛି। ଏପର୍ଯ୍ୟନ୍ତ ମିଳିଥିବା ରିପୋର୍ଟ ଅନୁଯାୟୀ ତାନିଆ ଆମତ୍ହତ୍ୟା କରିଥିବା ସ୍ପଷ୍ଟ ହୋଇଛି। ଆଗକୁ ତଦନ୍ତ ଚାଲୁ ରହିବ। ଯିଏ ଦୋଷୀ ସେ ନିଶ୍ଚିତ ଦଣ୍ଡ ପାଇବ। ତାନିଆଙ୍କ ବାପା କରିଥିବା ଅଭିଯୋଗ ଉପରେ ସେ କହିଲେ, ତାନିଆଙ୍କ ବାପା କହିଥିବା ଦିଗ ଉପରେ ତଦନ୍ତ କରାଯିବ। ସୂଚନାଯୋଗ୍ୟ, ଗତମାସ ୨୮ ତାରିଖରେ ତାନିଆଙ୍କ ମୃତଦେହ ତାଙ୍କ ହଷ୍ଟେଲ ରୁମ୍‌ରୁ ଝୁଲନ୍ତା ଅବସ୍ଥାରେ ମିଳିଥିଲା।

ରାଜ୍ୟ |

ଭାଜପାରେ ସାମିଲ ହେଲେ ମିହିର, ଅନୁ, ରମାରଞ୍ଜନ

ଭାଜପାରେ ସାମିଲ ହେଲେ ମିହିର, ଅନୁ, ରମାରଞ୍ଜନ

ଭୁବନେଶ୍ୱର, ୨୦।୧(ବ୍ୟୁରୋ): ସାଧାରଣ ନିର୍ବାଚନକୁ ଦେଢ଼ ବର୍ଷରୁ କମ୍‌ ସମୟ ଥିବାରୁ ବିଭିନ୍ନ ରାଜନୈତିକ ଦଳରେ କର୍ମୀ ମିଶିବା, ଛାଡିବା ପର୍ବ ଆରମ୍ଭ ହୋଇଛି। ଅଭିନେତା ମିହିର ଦାସ, ଅଭିନେତ୍ରୀ ଅନୁ ଚୌଧୁରୀ ଏବଂ ସତ୍ୟବାଦୀ ପୂର୍ବତନ ବିଧାୟକ ରମାରଞ୍ଜନ ବଳିଆରସିଂ ବିଧିବଦ୍ଧ ଭାବେ ଶନିବାର ଭାଜପାରେ ଯୋଗଦାନ କରିଛନ୍ତି।

ଏମ୍‌ଆର୍‌ ଟିକାକରଣ ଅଭିଯାନ ପ୍ରସ୍ତୁତି ବୈଠକ

ଏମ୍‌ଆର୍‌ ଟିକାକରଣ ଅଭିଯାନ ପ୍ରସ୍ତୁତି ବୈଠକ

ଭୁବନେଶ୍ୱର, ୨୦।୧(ବ୍ୟୁରୋ): ରାଜ୍ୟର ସମସ୍ତ ଜିଲାରେ ମିଳିମିଳା ଓ ଜର୍ମାନ୍‌ ମିଳିମିଳା ଟିକାକରଣ ଅଭିଯାନ ଆସନ୍ତା ୨୯ ତାରିଖରୁ ଆରମ୍ଭ ହେବ। ଏହି ଟିକା ୯ ମାସରୁ ୧୫ ବର୍ଷ ବୟସର ପିଲାମାନଙ୍କୁ ଦିଆଯିବ। ପ୍ରଥମ ଥର ପାଇଁ ଏହି ଗୁରୁତ୍ୱପୂର୍ଣ୍ଣ ଟିକାକରଣ କରାଯାଉଥିବାରୁ ଶନିବାର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ କମିଶନର ତଥା ଶାସନ ସଚିବ ଡ. ପ୍ରମୋଦ କୁମାର ମେହେର୍ଦ୍ଦାଙ୍କ ଅଧ୍ୟକ୍ଷତାରେ ଏହାର ପ୍ରସ୍ତୁତିକୁ ନେଇ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି।

୨୪ ପୋଲିସ ଅଧିକାରୀ ସମ୍ବର୍ଦ୍ଧିତ

କଟକ ଅଫିସ, ୨୦।୧: ୨୪ ପୋଲିସ ଅଧିକାରୀଙ୍କୁ ଶନିବାର କ୍ରାଇମବ୍ରାଞ୍ଚର ମୁଖ୍ୟ କାର୍ଯ୍ୟାଳୟରେ ସମ୍ବର୍ଦ୍ଧିତ କରାଯାଇଛି। ପୋଲିସ ଡିଜି ଆର୍‌. ପି ଶର୍ମା ଉପସ୍ଥିତ ରହି ଏହି ସମ୍ବର୍ଦ୍ଧନା କରିଛନ୍ତି। ଗୁରୁତ୍ୱପୂର୍ଣ୍ଣ ମାମଲାଗୁଡିକର ଉନ୍ନତମାନର ତଦନ୍ତ ପାଇଁ ଏହି ସମ୍ବର୍ଦ୍ଧନା ଦିଆଯାଇଛି।

ଖୁବ୍‌ଶୀଘ୍ର ରିପୋର୍ଟ ଦେବେ ପ୍ରମିଳା

ଖୁବ୍‌ଶୀଘ୍ର ରିପୋର୍ଟ ଦେବେ ପ୍ରମିଳା

ଭୁବନେଶ୍ୱର, ୨୦।୧(ବ୍ୟୁରୋ): କେନ୍ଦ୍ରାପଡା ସାଂସଦ ବୈଜୟନ୍ତ ପଣ୍ଡା ଏବଂ କର୍ମୀମାନଙ୍କ ମଧ୍ୟରେ ଦେଖାଦେଇଥିବା ବିବାଦର ଶିଘ୍ର ହେବ ସମାଧାନ। ଏ ନେଇ ସୂଚନା ଦେଇଛନ୍ତି କେନ୍ଦ୍ରାପଡ଼ା ପର୍ଯ୍ୟବେକ୍ଷକ ପ୍ରମିଳା ମଲ୍ଲିକ।

ଜଣଙ୍କ ମୃତଦେହ ଉଦ୍ଧାର, ଜଣେ ନିଖୋଜ

ଜଣଙ୍କ ମୃତଦେହ ଉଦ୍ଧାର, ଜଣେ ନିଖୋଜ

ପୁରୀ ଅଫିସ, ୨୦।୧: ପୁରୀ ସମୁଦ୍ରରେ ଗାଧୋଉଥିବା ବେଳେ ନିଖୋଜ ଥିବା ୨ କ୍ରିକେଟ ଖେଳାଳିଙ୍କ ମଧ୍ୟରୁ ଜଣଙ୍କ ମୃତଦେହ ଶନିବାର ଉଦ୍ଧାର କରାଯାଇଛି।

ଆଠ ଧାଡ଼ିର ରିପୋର୍ଟ ପାଇଁ ୪୦ ସପ୍ତାହ ସମୟ

କଟକ ଅଫିସ, ୧୯।୧- କନ୍ଧମାଳ ଜିଲାର ଆଶ୍ରମ ସ୍କୁଲଗୁଡିକରେ ମ୍ୟାଲେରିଆ ବ୍ୟାପୁଥିବା ନେଇ ଦାଏର ହୋଇଥିବା ଏକ ମାମଲାରେ ଓଡ଼ିଶା ମାନବାଧିକାର କମିଶନ ରିପୋର୍ଟ ତଲବ କରିଥିଲେ। ୪ ସପ୍ତାହ ମଧ୍ୟରେ ରିପୋର୍ଟ ଦାଖଲ ପାଇଁ କମିଶନ କନ୍ଧମାଳ ଜିଲାପାଳ ଓ ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ । କିନ୍ତୁ ଏତେବଡ଼ ସମ୍ବେଦନଶୀଳ ମାମଲାରେ ଏଇ ଦୁଇ ଅଫିସର ୪ ସପ୍ତାହ ବଦଳରେ ୧୦ ମାସ ଅର୍ଥାତ୍‌ ୪୦ ସପ୍ତାହରୁ ଅଧିକ ସମୟ ନେଇଛନ୍ତି।

୧୨୧ଟି ଟେଣ୍ଡରକୁ ଅସିଦ୍ଧ କଲେ ହାଇକୋର୍ଟ

୧୨୧ଟି ଟେଣ୍ଡରକୁ ଅସିଦ୍ଧ କଲେ ହାଇକୋର୍ଟ

କଟକ ଅଫିସ, ୧୯।୧- କୋରାପୁଟ ଜିଲାରେ ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ନିର୍ମାଣ ଯୋଜନାରେ ହୋଇଥିବା ଟେଣ୍ଡର ପ୍ରକ୍ରିୟାରେ ବ୍ୟାପକ ଜାଲିଆତି କରାଯାଇଛି। ଏ ସମ୍ପର୍କିତ ଆଗତ ମାମଲାର ବିଚାର କରି ହାଇକୋର୍ଟ ୧୨୧ଟି ଟେଣ୍ଡରକୁ ଅସିଦ୍ଧ ଘୋଷଣା କରିଛନ୍ତି।

ପ୍ରାଚୀକୂଳରେ ୪ ହଜାର ବର୍ଷ ତଳ ସଭ୍ୟତାର ସନ୍ଧାନ

ପ୍ରାଚୀକୂଳରେ ୪ ହଜାର ବର୍ଷ ତଳ ସଭ୍ୟତାର ସନ୍ଧାନ

ଭୁବନେଶ୍ୱର, ୧୯।୧(ବ୍ୟୁରୋ)- ନିଆଳି ନିକଟ ପ୍ରାଚୀନଦୀ କୂଳ ଭାରତୀହୁଡାରେ ପୁରାତନ ସଭ୍ୟତାର ଅନୁସନ୍ଧାନ କରୁଥିବା ଭୁବନେଶ୍ୱରସ୍ଥିତ ପ୍ରନତ୍ତାତ୍ତ୍ବିକ ସର୍ବେକ୍ଷଣ ସଂସ୍ଥା(ଏଏସ୍‌ଆଇ) ଉତ୍‌ଖନନ ଶାଖା-୪କୁ ମିଳିଛି ସଫଳତା।

କମ୍ପ୍ୟୁଟରୀକରଣ ହେବ ସ୍ବାସ୍ଥ୍ୟସେବା ସମ୍ପର୍କିତ ତଥ୍ୟ

କମ୍ପ୍ୟୁଟରୀକରଣ ହେବ ସ୍ବାସ୍ଥ୍ୟସେବା ସମ୍ପର୍କିତ ତଥ୍ୟ

ଭୁବନେଶ୍ୱର, ୧୯।୧(ବ୍ୟୁରୋ)- ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ରାଜ୍ୟରେ ଥିବା ସ୍ବାସ୍ଥ୍ୟକେନ୍ଦ୍ରଗୁଡିକରେ ଓଡ଼ିଶା ଇ-ହସ୍ପିଟାଲ ମ୍ୟାନେଜମେଣ୍ଟ୍‌ ଇନ୍‌ଫର୍ମେଶନ୍‌ ସିଷ୍ଟମ(ଓଇଏଚ୍‌ଏମ୍‌ଆଇଏସ୍‌) ବ୍ୟବସ୍ଥା କାର୍ଯ୍ୟକାରୀ ହେବ।

ଆସିବ ପର୍ଯ୍ୟଟନ ଆଇନ

ଆସିବ ପର୍ଯ୍ୟଟନ ଆଇନ

ଭୁବନେଶ୍ୱର, ୧୯।୧(ବ୍ୟୁରୋ)- ପର୍ଯ୍ୟଟକଙ୍କୁ ଦୁର୍ବ୍ୟବହାର କଲେ ନିଆଯିବ କଠୋର କାର୍ଯ୍ୟାନୁଷ୍ଠାନ। ଜେଲ୍‌ଦଣ୍ଡ ସହ ଜରିମାନା ଆଦାୟ ହେବ। ବିଦେଶୀ ପର୍ଯ୍ୟଟକଙ୍କୁ ହଇରାଣ ହରକତ କିମ୍ବା ଠକିଲେ କଠୋର ଦଣ୍ଡ ଦିଆଯିବ।

ପଦ୍ମ ଧରିବେ ମିହିର, ଅନୁ, ରମାରଞ୍ଜନ

ପଦ୍ମ ଧରିବେ ମିହିର, ଅନୁ, ରମାରଞ୍ଜନ

ଭୁବନେଶ୍ୱର, ୧୯।୧(ବ୍ୟୁରୋ): ଅଭିନେତା ମିହିର ଦାସ, ଅଭିନେତ୍ରୀ ଅନୁ ଚୌଧୁରୀ ଏବଂ ସତ୍ୟବାଦୀ ପୂର୍ବତନ ବିଧାୟକ ରମାରଞ୍ଜନ ବଳିଆର ସିଂହ ଭାଜପାରେ ଯୋଗଦେବେ।

ଭାଜପାର ମିଶନ ଓଡ଼ିଶାରେ ସାମିଲ ହେଲେ ରମାରଞ୍ଜନ

ଭାଜପାର ମିଶନ ଓଡ଼ିଶାରେ ସାମିଲ ହେଲେ ରମାରଞ୍ଜନ

ସାକ୍ଷୀଗୋପାଳ, ୧୯।୧(ଡି.ଏନ୍‌.ଏ.): ପୁରୀ ଜିଲା ସତ୍ୟବାଦୀର ପୁର୍ବତନ ବିଧାୟକ ରମାରଞ୍ଜନ ବଳିୟାରସିଂହ ବିଜେଡି ଛାଡ଼ିବା ପରେ ଭାଜପାରେ ମିଶିବା ନିଶ୍ଚିତ ହୋଇଛି। ଶନିବାର ଭାଜପାର ରାଜ୍ୟ କାର୍ଯ୍ୟାଳୟରେ ମିଶ୍ରଣ ପର୍ବ ଅନୁଷ୍ଠିତ ହେବ।