
ପବିତ୍ରନଗର,୬।୧୨(ଡି.ଏନ୍.ଏ.): ଅନୁଗୋଳ ଜିଲା ସମଲ ଥାନା ଗହମ ଗ୍ରାମରେ ବୁଧବାର ସକାଳ ୬ଟା ୪୫ମିନିଟରେ ଅନୁଗୋଳ-ବାରିପଦା ଓଏସ୍ଆରଟିସି ବସ ଧକ୍କାରେ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ଅନ୍ୟଜଣେ ଗୁରୁତର ଆହତ ହୋଇଛନ୍ତି। ମୃତକ ହେଲେ ଉକ୍ତ ଗ୍ରାମରେ ହର୍ଷ ସାହୁ। ଦୁର୍ଘଟଣାସ୍ଥଳରୁ ଅଳ୍ପ ଦୂରରେ ବସଟି ଆଉ ଜଣଙ୍କୁ ଧକ୍କା ଦେବାରୁ ସେ ଗୁରୁତର ଆହତ ହୋଇଛନ୍ତି। ବସଟିକୁ ଉତ୍ତ୍ୟକ୍ତ ଲୋକେ ଶିପୁର ଠାରେ ଅଟକାଇ ରଖିଛନ୍ତି। ଘଟଣାସ୍ଥଳରେ ଉତ୍ତେଜନା ଲାଗିରହିଛି।