Dharitri News
ରାଜ୍ୟ |

ସ୍ବାସ୍ଥ୍ୟସେବାକୁ ନେଇ ୨୦ ମାମଲାର ଶୁଣାଣି: ସ୍ବାସ୍ଥ୍ୟ ସଚିବ, ନିର୍ଦ୍ଦେଶକଙ୍କୁ ରିପୋର୍ଟ ତଲବ

ସ୍ବାସ୍ଥ୍ୟସେବାକୁ ନେଇ ୨୦ ମାମଲାର ଶୁଣାଣି: ସ୍ବାସ୍ଥ୍ୟ ସଚିବ, ନିର୍ଦ୍ଦେଶକଙ୍କୁ ରିପୋର୍ଟ ତଲବ କଟକ ଅଫିସ, ୫।୧୨- ରାଜ୍ୟରେ ଥିବା ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର, ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଓ ଏରିଆ ହସ୍ପିଟାଲ୍‌ଗୁଡିକ ବିପର୍ଯ୍ୟସ୍ତ ଅବସ୍ଥାରେ ରହିଛି। ସରକାରଙ୍କ ଆନ୍ତରିକତା ଅଭାବ ଯୋଗୁ ରାଜ୍ୟରେ ସ୍ବାସ୍ଥ୍ୟ ସେବା ବିଗିଡିଯାଇଛି। ରୋଗୀମାନେ ଉପଯୁକ୍ତ ଚିକିତ୍ସା ପାଇପାରୁ ନାହନ୍ତି। ଏନେଇ ଆଗତ ମାମଲାର ଶୁଣାଣି କରି ଓଡ଼ିଶା ମାନବାଧିକାର କମିଶନ (ଓଏଚ୍‌ଆର୍‌ସି) ସ୍ବାସ୍ଥ୍ୟ ସଚିବ ଓ ସ୍ବାସ୍ଥ୍ୟ ନିର୍ଦ୍ଦେଶାଳୟ ନିର୍ଦ୍ଦେଶକଙ୍କୁ ନୋଟିସ ଜାରି କରିଛନ୍ତି। ଉକ୍ତ ଚିକିତ୍ସାଳୟଗୁଡ଼ିକର ସମସ୍ୟା ସୁଧାରିବା ଲାଗି ରାଜ୍ୟ ସରକାର କ’ଣ ପଦକ୍ଷେପ ନେଇଛନ୍ତି, ସେ ବିଷୟରେ ୮ ସପ୍ତାହ ମଧ୍ୟରେ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ଭୁବନେଶ୍ୱରସ୍ଥିତ ସିଭିଲ୍‌ ସୋସାଇଟି ଫୋରମ୍‌ ଅନ୍‌ ହ୍ୟୁମାନ୍‌ ରାଇଟ୍ସ (ସିଏସ୍‌ଏଫ୍‌ଏଚ୍‌ଆର୍‌) ପକ୍ଷରୁ ରାଜ୍ୟର ବିପର୍ଯ୍ୟସ୍ତ ସ୍ବାସ୍ଥ୍ୟସେବାକୁ ନେଇ ଜାତୀୟ ମାନବାଧିକାର କମିଶନ (ଏନ୍‌ଏଚ୍‌ଆରସି)ଙ୍କ ନିକଟରେ ଅଭିଯୋଗ ହୋଇଥିଲା। ଫୋରମ୍‌ର ୱାର୍କିଂ ଗ୍ରୁପ୍‌ ସଦସ୍ୟ ତଥା ମାନବାଧିକାର କର୍ମୀ ଅଖଣ୍ଡ ଏନ୍‌ଏଚଆରସିଙ୍କ ନିକଟରେ ୧୪୦୦ରୁ ଅଧିକ ପିଟିଶନ୍‌ ଦାଖଲ କରିଥିଲେ। ସେଥିରେ ରାଜ୍ୟର ସମସ୍ତ ଜିଲାରେ ଥିବା ୧୪୭୫ଟି ହସ୍ପିଟାଲ୍‌ର ସ୍ଥିତି ଓ ସ୍ବାସ୍ଥ୍ୟସେବା ସଂକ୍ରାନ୍ତରେ ଉଲ୍ଲେଖ କରିଥିଲେ। ଏନ୍‌ଏଚ୍‌ଆର୍‌ସି ୩୧୬ଟି ମାମଲା ରୁଜୁ କରି ଏହାର ବିଚାର ପାଇଁ ଓଏଚ୍‌ଆର୍‌ସିଙ୍କ ନିକଟକୁ ପଠାଇଥିଲେ। ପିଟିଶନ୍‌ରେ ଆବେଦନକାରୀ ଦର୍ଶାଇଥିଲେ, ଡାକ୍ତରଖାନାଗୁଡିକ ଦୈନିକ ୬ ଘଣ୍ଟା ଓପିଡି ଖୋଲିବା କଥା। କିନ୍ତୁ ପ୍ରାୟ ଡାକ୍ତରଖାନାରେ ତାହା ହେଉନାହିଁ ା ପୁଣି ଆଦିବାସୀ ଓ ଦୁର୍ଗମ ଜିଲାଗୁଡିକରେ ତ ସପ୍ତାହରେ ଅଧିକ ଦିନ ଓପିଡି ବନ୍ଦ ରହୁଛି ା ପ୍ରସୂତି ମହିଳା ଓ ନବଜାତ ଶିଶୁଙ୍କ ଯତ୍ନ ପାଇଁ କୌଣସି ସ୍ବତନ୍ତ୍ର ବ୍ୟବସ୍ଥା ନାହିଁ ା ସେହିଭଳି ବିଶୁଦ୍ଧ ପାନୀୟଜଳ, ପରିମଳ ଓ ପାରିପାର୍ଶିକ ଅବସ୍ଥା ଶୋଚନୀୟ। ଡାକ୍ତର ଓ କର୍ମଚାରୀଙ୍କ ଅଭାବ ଯୋଗୁ ରୋଗୀ ଚିକିତ୍ସା ସେବା ପାଇବାରୁ ବଞ୍ଚତ୍ତ ହେଉଛନ୍ତି। ରୋଗୀଙ୍କୁ ମାଗଣା ଔଷଧ ଓ ଖାଦ୍ୟ ମଧ୍ୟ ନାହିଁ। ଆବଶ୍ୟକ ଭିତ୍ତିଭୂମିର ଅଭାବ ଯୋଗୁ ଜିଲାରେ ଥିବା ପ୍ରାଥମିକ ଓ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରଗୁଡ଼ିକରେ ରୋଗୀମାନେ ଉପଯୁକ୍ତ ଚିକିତ୍ସା ପାଇପାରୁ ନାହାନ୍ତି। କଟକ, ବ୍ରହ୍ମପୁର ଓ ବୁର୍ଲା ବଡ଼ ଡାକ୍ତରଖାନା ଉପରେ ରୋଗୀମାନଙ୍କୁ ନିର୍ଭର କରିବାକୁ ପଡ଼ୁଛି। ଡାକ୍ତରଖାନାଗୁଡିକର କାର୍ଯ୍ୟଶୈଳୀକୁ ନିୟମିତ ତଦାରଖ କରିବା ଓ ସମସ୍ୟାଗୁଡିକ ସମାଧାନ କରିବା ସହିତ ରୋଗୀଙ୍କୁ ଉତ୍ତମ ସ୍ବାସ୍ଥ୍ୟସେବା ସୁନିଶ୍ଚିତ କରିବା ପାଇଁ ସରକାରଙ୍କୁ ନିର୍ଦ୍ଦେଶ ଦେବା ଲାଗି ଆବେଦନକାରୀ କମିଶନଙ୍କ ନିକଟରେ ନିବେଦନ କରିଥିଲେ ା ଏ ସମ୍ପର୍କିତ ୨୦ଟି ମାମଲାର ଏକତ୍ର ଶୁଣାଣି କରି ଓଏଚ୍‌ଆର୍‌ସି ଉପରୋକ୍ତ ନିର୍ଦ୍ଦେଶ ଦେଇଛନ୍ତି। ମାତ୍ର ଅନ୍ୟ ମାମଲାଗୁଡିକ ବିଚାରାଧୀନ ରହିଛି।

ରାଜ୍ୟ |

ପଦ୍ମ ଧରିବେ ମିହିର, ଅନୁ, ରମାରଞ୍ଜନ

ପଦ୍ମ ଧରିବେ ମିହିର, ଅନୁ, ରମାରଞ୍ଜନ

ଭୁବନେଶ୍ୱର, ୧୯।୧(ବ୍ୟୁରୋ): ଅଭିନେତା ମିହିର ଦାସ, ଅଭିନେତ୍ରୀ ଅନୁ ଚୌଧୁରୀ ଏବଂ ସତ୍ୟବାଦୀ ପୂର୍ବତନ ବିଧାୟକ ରମାରଞ୍ଜନ ବଳିଆର ସିଂହ ଭାଜପାରେ ଯୋଗଦେବେ।

ଭାଜପାର ମିଶନ ଓଡ଼ିଶାରେ ସାମିଲ ହେଲେ ରମାରଞ୍ଜନ

ଭାଜପାର ମିଶନ ଓଡ଼ିଶାରେ ସାମିଲ ହେଲେ ରମାରଞ୍ଜନ

ସାକ୍ଷୀଗୋପାଳ, ୧୯।୧(ଡି.ଏନ୍‌.ଏ.): ପୁରୀ ଜିଲା ସତ୍ୟବାଦୀର ପୁର୍ବତନ ବିଧାୟକ ରମାରଞ୍ଜନ ବଳିୟାରସିଂହ ବିଜେଡି ଛାଡ଼ିବା ପରେ ଭାଜପାରେ ମିଶିବା ନିଶ୍ଚିତ ହୋଇଛି। ଶନିବାର ଭାଜପାର ରାଜ୍ୟ କାର୍ଯ୍ୟାଳୟରେ ମିଶ୍ରଣ ପର୍ବ ଅନୁଷ୍ଠିତ ହେବ।

ନେତାଜୀ ମ୍ୟୁଜିୟମରେ ତାଲା, ସମ୍ମୁଖରେ ବିକ୍ଷୋଭ

ନେତାଜୀ ମ୍ୟୁଜିୟମରେ ତାଲା, ସମ୍ମୁଖରେ ବିକ୍ଷୋଭ

ପୁରୀ ଅଫସ, ୧୯।୧: ଆସନ୍ତା ୨୩ ତାରିଖରେ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଜୟନ୍ତୀ। ଏହି ଅବସରରେ ପୁରୀସ୍ଥିତ ଗୋପାଳବଲ୍ଲଭ ଲେନ୍‌ଠାରେ ନିର୍ମାଣାଧୀନ ନେତାଜୀଙ୍କ ମ୍ୟୁଜିୟମରେ ତାଲା ପଡିଥିବା ବେଳେ ତାହା ଖୋଲିପାରିବ ନାହିଁ।

ଫ୍ରାଞ୍ଚାଇଜ୍‌ ସ୍ବାର୍ଥରେ ସେସୁ

ଭୁବନେଶ୍ୱର,୧୮।୧(ବ୍ୟୁରୋ)- ବିଦ୍ୟୁତ୍‌ ବଣ୍ଟନ ଦାୟିତ୍ୱ ନେଇଥିବା ଫ୍ରାଞ୍ଚାଇଜ୍‌ କମ୍ପାନୀମାନେ ଗତ ପ୍ରାୟ ୫ ବର୍ଷ ମଧ୍ୟରେ ଗ୍ରାହକଙ୍କ ଉପରୋକ୍ତ ସମସ୍ୟାକୁ ସମାଧାନ କରିବାରେ ବାରମ୍ବାର ବିଫଳ ହେଉଥିଲେ ମଧ୍ୟ ସେସୁ ମ୍ୟାନେଜମେଣ୍ଟ ଆଖିବୁଜି ବସିଛି। କାହିଁକି ଫ୍ରାଞ୍ଚାଇଜ୍‌ କମ୍ପାନୀଗୁଡ଼ିକ ବିଫଳ ହେଉଛନ୍ତି ତାହାର ସମୀକ୍ଷା କରାଯାଉନାହିଁ। ଏଭଳିସ୍ଥଳେ ବିନା ଟେଣ୍ଡରରେ ଫ୍ରାଞ୍ଚାଇଜ୍‌ କମ୍ପାନୀଗୁଡ଼ିକର କାର୍ଯ୍ୟକାଳ ପୁଣିଥରେ ବୃଦ୍ଧି ପାଇଁ ମସୁଧା ଚାଲିଛି।

ଚିଟ୍‌ଫଣ୍ଡ ତଦନ୍ତ କମିଶନ: ଦାଖଲ ହେଲା ଚତୁର୍ଥ ଅନ୍ତରୀଣ ରିପୋର୍ଟ

କଟକ ଅଫିସ, ୧୮।୧- ଚିଟଫଣ୍ଡ ଠକେଇ ଘଟଣାର ତଦନ୍ତ କରୁଥିବା ଜଷ୍ଟିସ ମଦନ ମୋହନ ଦାସ କମିଶନ ଗୁରୁବାର ସରକାରଙ୍କୁ ଚତୁର୍ଥ ଅନ୍ତରୀଣ ରିପୋର୍ଟ ଦେଇଛନ୍ତି। କମିଶନଙ୍କ ସଚିବ ଦେବରାଜ ରାଉତ ସିଲ୍‌ କଭରରେ ୬୮୯୧ ପୃଷ୍ଠାର ଏହି ରିପୋର୍ଟକୁ ଗୃହ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କୁ ପ୍ରଦାନ କରିଛନ୍ତି।

ଏକ୍ସପାଏରି ଔଷଧ ଖାଇବେ ରୋଗୀ

ଏକ୍ସପାଏରି ଔଷଧ ଖାଇବେ ରୋଗୀ

କଟକ ଅଫିସ, ୧୮।୧- ନିରାମୟ ଯୋଜନାରେ ସରକାର ଯୋଗାଣ କରିଥିବା ମାଗଣା ଔଷଧକୁ ନେଇ ଏକ ବଡ଼ଧରଣର ଦାୟିତ୍ୱହୀନତା ସାମ୍ନାକୁ ଆସିଛି। ଏସ୍‌ସିବି ମେଡିକାଲରୁ ଏହା ଧରାପଡିଛି। ଜାନୁୟାରୀ ୧୬ ତାରିଖରେ ରୋଗୀଙ୍କୁ ଦିଆଯାଇଥିବା ଔଷଧର ଅବଧି ଫେବୃୟାରୀ ପର୍ଯ୍ୟନ୍ତ ରହିଛି। ଅର୍ଥାତ ମାତ୍ର ୪୪ଦିନ ଔଷଧର ଅବଧି ଥିବା ବେଳେ ରୋଗୀଙ୍କୁ କେଉଁଠି ଦୁଇମାସ, ଅଢେଇମାସ ଓ ସ୍ଥଳବିଶେଷରେ ୩ମାସ ପାଇଁ ଦିଆଯାଇଛି।

ପଲିଥିନ ବ୍ୟାଗ୍‌ କଟକଣା: ବ୍ୟବସାୟୀ ଦେବେ ମାସକୁ ୪ ହଜାର

ପଲିଥିନ ବ୍ୟାଗ୍‌ କଟକଣା: ବ୍ୟବସାୟୀ ଦେବେ ମାସକୁ ୪ ହଜାର

ଭୁବନେଶ୍ୱର,୧୮।୧(ବ୍ୟୁରୋ)-ଏଣିକି ବ୍ୟବସାୟୀମାନେ ଆଉ ମାଗଣାରେ ମନଇଚ୍ଛା ପଲିଥିନ ବ୍ୟାଗ୍‌ ବ୍ୟବହାର କରିପାରିବେ ନାହିଁ। ଏଥିପାଇଁ ସେମାନଙ୍କୁ ଦେବାକୁ ହେବ ପଞ୍ଜୀକରଣ ଫି। ମାସକୁ ୪ ହଜାର ଟଙ୍କା ହିସାବରେ ବର୍ଷକୁ ୪୮ ହଜାର ଟଙ୍କା ଫି ଦାଖଲ କରିବାକୁ ପଡିବ। ଏ ନେଇ ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି) ପକ୍ଷରୁ ଗୁରୁବାର ବିଜ୍ଞପ୍ତି ଜାରି କରାଯାଇଛି।

୫୬ଘର ଭସ୍ମୀଭୂତ, ୩୩ ପରିବାର କ୍ଷତିଗ୍ରସ୍ତ

୫୬ଘର ଭସ୍ମୀଭୂତ, ୩୩ ପରିବାର କ୍ଷତିଗ୍ରସ୍ତ

ବ୍ରହ୍ମପୁର ଅଫିସ,୧୮।୧- ବ୍ରହ୍ମପୁର ସହର ବିଜୁ ପଟ୍ଟନାୟକ ପାର୍କ ନିକଟରେ ଥିବା ଗେଟା ମୁସ୍‌ଲିମ୍‌ ବସ୍ତିରେ ଗୁରୁବାର ମଧ୍ୟାହ୍ନରେ ଭୟାବହ ଅଗ୍ନିକାଣ୍ଡ ଘଟିଛି।ବସ୍ତିରେ କୌଣସି କାରଣରୁ ନିଅଁ। ଲାଗି ଯାଇଥିବାରୁ କିଛି କ୍ଷଣମଧ୍ୟରେ ଗୋଟିଏ ପାର୍ଶ୍ୱରେ ଥିବା ୫୬ ଘର ଭସ୍ମୀଭୂତ ହୋଇଯାଇଛି।

ସେନା ଟ୍ରେନ୍‌ରେ ବିସ୍ଫୋରଣ ଘଟଣା: ମାମଲା ରୁଜୁ, ତଦନ୍ତ ଆରମ୍ଭ

ସେନା ଟ୍ରେନ୍‌ରେ ବିସ୍ଫୋରଣ ଘଟଣା: ମାମଲା ରୁଜୁ, ତଦନ୍ତ ଆରମ୍ଭ

ପୁରୀ ଅଫିସ, ୧୮।୧: ପୁରୀ ରେଳ ଷ୍ଟେଶନରେ ସେନାର ସ୍ବତନ୍ତ୍ର ଟ୍ରେନ୍‌ରେ ହୋଇଥିବା ବିସ୍ଫୋରଣ ଘଟଣାର ଗୁରୁବାର ତଦନ୍ତ ଆରମ୍ଭ ହୋଇଛି। ଜିଆର୍‌ପିର ପ୍ରାଥମିକ ତଦନ୍ତରୁ ଗ୍ୟାସ୍‌ ଲିକ୍‌ରୁ ସିଲିଣ୍ଡର ବିସ୍ଫୋରଣ ହୋଇଛି ବୋଲି ଜଣାପଡିଛି। ଅନ୍ୟପକ୍ଷରେ ପ୍ୟାଣ୍ଟ୍ରିକାରରେ ରହିଥିବା ୪ଟି ଅଗ୍ନି ନିର୍ବାପକ ଯନ୍ତ୍ର(ଫାୟାର ଏକ୍ସଷ୍ଟିଙ୍ଗୁଇସର)ର ଅବଧି ୧ବର୍ଷ ତଳୁ ସରିଯାଇଥିଲା।

ପ୍ରଶାନ୍ତଙ୍କୁ ମିଳିଲା ଜାମିନ

ପ୍ରଶାନ୍ତଙ୍କୁ ମିଳିଲା ଜାମିନ

ଢେଙ୍କାନାଳ ଅଫିସ, ୧୮।୧: ସି-ସୋର ମୁଖ୍ୟ ପ୍ରଶାନ୍ତ ଦାସଙ୍କୁ ଗୁରୁବାର ଢେଙ୍କାନାଳ ଜିଲା ଜଜ୍‌ ଜାମିନ ପ୍ରଦାନ କରିଛି। ୨ ଲକ୍ଷ ଟଙ୍କା, ୨ ଜାମିନଦାରଙ୍କ ବଦଳରେ ତାଙ୍କୁ ଏହି ଜାମିନ ମିଳିଛି।

ସାର୍ବଜନୀନ ଚକ୍ଷୁ ସ୍ବାସ୍ଥ୍ୟ କାର୍ଯ୍ୟକ୍ରମ ସମ୍ପର୍କରେ ଉଚ୍ଚସ୍ତରୀୟ ବୈଠକ

ସାର୍ବଜନୀନ ଚକ୍ଷୁ ସ୍ବାସ୍ଥ୍ୟ କାର୍ଯ୍ୟକ୍ରମ ସମ୍ପର୍କରେ ଉଚ୍ଚସ୍ତରୀୟ ବୈଠକ

ଭୁବନେଶ୍ୱର,୧୮।୧(ବ୍ୟୁରୋ): ସାର୍ବଜନୀନ ଚକ୍ଷୁ ସ୍ବାସ୍ଥ୍ୟ କାର୍ଯ୍ୟକ୍ରମ ସମ୍ପର୍କରେ ଗୁରୁବାର ରାଜ୍ୟ ମେଡିକାଲ ନିଗମ ସମ୍ମିଳନୀ କକ୍ଷରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ପ୍ରତାପ ଜେନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉକ୍ତ ବୈଠକରେ ରାଜ୍ୟରେ ଦୃଷ୍ଟିହୀନତା ଦୂରୀକରଣ ନିମନ୍ତେ ଆରମ୍ଭ କରାଯାଇଥିବା ଏହି କାର୍ଯ୍ୟକ୍ରମକୁ ବ୍ୟାପକ କରାଯାଇ ନିର୍ଦ୍ଧାରିତ ସମୟ ମଧ୍ୟରେ ଲକ୍ଷ ହାସଲ କରିବା ଲାଗି ଗୁରୁତ୍ୱାରୋପ କରାଯାଇଛି।

ଶୁକ୍ରବାର ଭିତରକନିକାରେ ଡଲଫିନ ଗଣନା

ଶୁକ୍ରବାର ଭିତରକନିକାରେ ଡଲଫିନ ଗଣନା

ରାଜନଗର,୧୮।୧(ଡି.ଏନ.ଏ.)-ଶୁକ୍ରବାର ଠାରୁ କେନ୍ଦ୍ରାପଡା ଜିଲାର ଭିତରକନିକା ଜାତୀୟ ଉଦ୍ୟାନରେ ଡଲଫିନ ଗଣନା କରାଯିବ । ଏଥିପାଇଁ ଗୁରୁବାର ରାଜନଗର ବନ୍ୟପ୍ରାଣୀ ଡିଭିଜନ ଅଧୀନରେ ଥିବା ଗୁପ୍ତିର ବନୀଭବନଠାରେ ଏକ ପ୍ରଶିକ୍ଷଣ ଶିବର ଆୟୋଜନ କରାଯାଇଥିଲା ।