ରାୟଗଡା

ବିଷପିଇ ଚାଷୀ ଆତ୍ମହତ୍ୟ ଘଟଣା:ପ୍ରଶାସନର ତଦନ୍ତ ଆରମ୍ଭ

ବିଷପିଇ ଚାଷୀ ଆତ୍ମହତ୍ୟ ଘଟଣା:ପ୍ରଶାସନର ତଦନ୍ତ ଆରମ୍ଭ

ବିଷମକଟକ, ୪।୧୨(ଡି.ଏନ୍‌.ଏ.)-
ରାୟଗଡା ଜିଲା ବିଷମକଟକ ବ୍ଲକ ମାଳିଶିରିପୁର ଗ୍ରାମର ଚାଷୀ ନରେନ୍ଦ୍ର ହିକକା ଆତ୍ମହତ୍ୟା ଘଟଣାର ସୋମବାର ପ୍ରଶାସନ ପକ୍ଷରୁ ତଦନ୍ତ ଆରମ୍ଭ କରାଯାଇଛି । କୃଷି ଉପ ନିର୍ଦ୍ଦେଶକ ରବୀନ୍ଦ୍ର ନାଥ ଖୁଣ୍ଟିଆ ଓ ତହସିଲଦାର ମାଳିଶିରିପୁର ଗ୍ରାମକୁ ଯାଇ ନରେନ୍ଦ୍ରଙ୍କ ପାସ୍‌ବୁକ୍‌ ଯାଞ୍ଚ କରିବା ସହ ଫସଲ କରିଥିବା ଚାଷ ଜମି ବୁଲି ଦେଖିଥିଲେ । ନରେନ୍ଦ୍ର ହାଟମୁନିଗୁଡା ଆଇଓବି ବ୍ୟାଙ୍କରୁ ସୁନା ବନ୍ଧକ ରଖି ୯ ହଜାର ୫ଶହ ଟଙ୍କା ଓ ବାପାଙ୍କ ନାଁରେ ୫ ହଜାର ଟଙ୍କା ଋଣ ନେଇଥିବା ସେମାନେ ଜାଣିବାକୁ ପାଇଥିଲେ।
ତଦନ୍ତ ଶେଷ ପରେ ଏକ ରିର୍ପୋଟ ଜିଲାପାଳଙ୍କୁ ଦିଆଯିବ ବୋଲି କୃଷି ଉପନିର୍ଦ୍ଦେଶକ ରବୀନ୍ଦ୍ରନାଥ ଖୁଣ୍ଟିଆ କହିଛନ୍ତି । ସେହିଭଳି ଜିଲା ଭାଜପାର ଏକ ପ୍ରତିନିଧି ଦଳ ନରେନ୍ଦ୍ରଙ୍କ ଗାଁକୁ ଯାଇ ତାଙ୍କ ପରିବାରକୁ ଭେଟିଛନ୍ତି । ଘଟଣାକୁ ଚପାଇବାକୁ ସରକାର ଉଦ୍ୟମ କରୁଛନ୍ତି ବୋଲି ଭାଜପା ଜିଲା ସଭାପତି ଶିବଶଙ୍କର ଉଲ୍ଲାକା ଅଭିଯୋଗ କରିଛନ୍ତି। ପ୍ରକାଶ ଯେ,ନରେନ୍ଦ୍ର ଚଳିତ ବର୍ଷ ୨ ଏକର ଜମିରେ ଧାନ, ୨ ଏକରରେ କପା ଓ ୨ ଏକରରେ ପରିବା ଚାଷ କରିଥିଲେ । ଚଳିତ ବର୍ଷ ସ୍ବଳ୍ପ ବୃଷ୍ଟି ଓ ପୋକଲାଗି ନରେନ୍ଦ୍ରଙ୍କ ଫସଲ ନଷ୍ଟ ହୋଇଥିଲା । ଋଣଭାର ସହି ନ ପାରି ନରେନ୍ଦ୍ର ଗତ ୨୬ ତାରିଖରେ ବିଷପିଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ ବୋଲି ଅଭିଯୋଗ ହୋଇଥିଲା। ବିଷମକଟକସ୍ଥିତ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ରବିବାର ତାଙ୍କର ମୃତ୍ୟୁ ଘଟିଥିଲା ।

All Right Reserved By

Model This Week

ନିକିତା

ରାୟଗଡା

ମ୍ୟୁନିସିପାଲିଟି ଅଫିସ ଆଗରେ ଲଟକା ଜାରି କଲା ଭାଜପା

ମ୍ୟୁନିସିପାଲିଟି ଅଫିସ ଆଗରେ ଲଟକା ଜାରି କଲା ଭାଜପା

ରାୟଗଡା ଅଫିସ, ୨୩।୪ - ରାୟଗଡ଼ ପୌରପାଳିକା ଅଫିସରେ ସୋମବାର ଭାଜପା ପକ୍ଷରୁ ‘ଲଟକା ଜାରି’ କାର୍ଯ୍ୟକ୍ରମ କରାଯାଇଛି। ଏଥିରେ ସହରର ବିଭିନ୍ନ ସମସ୍ୟା ଯଥା, ଡ୍ରେନ ତୁରନ୍ତ ଠିକାରେ ସଫା କରିବା, ରାସ୍ତା ମରାମତି, ସାଇପ୍ରିୟା ନଗର ରାସ୍ତା, ରହିତ କଲୋନୀ ରାସ୍ତା ଓ ଡ୍ରେନ ସଫେଇ ପ୍ରତି ଧ୍ୟାନ ଦେବା ସହ ହାତୀପଥର ରୋଡ଼ର ମରାମତି, ସହରର ବିଭିନ୍ନ ସ୍ଥାନରେ ଶୌଚାଳୟ ଓ ପାନୀୟ ଜଳର ସୁବ୍ୟବସ୍ଥା, କସ୍ତୁରୀ ନଗରର ମାର୍କେଟ କମ୍ପ୍ଲେକ୍ସ ତୁରନ୍ତ କାର୍ଯ୍ୟକାରୀ କରିବା ସହ ପ୍ରଧାନ ମନ୍ତ୍ରୀ ଆବାସ ଯୋଜନାରେ ପାତର ଅନ୍ତର ବନ୍ଦ କରିବା ନେଇ ଆଲୋଚନା କରାଯାଇଥିଲା।

ଡେରା ପକାଇଛନ୍ତି ୩୦୦ ଛତିଶଗଡ଼ୀ ମାଓବାଦୀ

ବୈପାରୀଗୁଡ଼ା,୨୩।୪(ଡି.ଏନ୍‌.ଏ) କିଛି ଦିନ ହେବ ବୈପାରୀଗୁଡା ଥାନା ଦଣ୍ଡାବାଡି ଇଲାକାରେ ମାଓବାଦୀ କାର୍ଯ୍ୟକଳାପ ହଇଚଇ କରିଥିବା ବେଳେ ଏବେ ତାହା ଅନ୍ୟ ୨ ପଞ୍ଚାୟତକୁ ବ୍ୟାପିଛି । ଏକ ବିଶ୍ୱସ୍ତ ସୂତ୍ରରୁ ଜଣାପଡ଼ିଛି ଯେ ରାମଗିରି ଓ ଦଣ୍ଡାବାଡି ଇଲାକାରେ ପ୍ରାୟ ୩ ଶହରୁ ଊର୍ଦ୍ଧ୍ୱ ଛତିଶଗଡ଼ି ମାଓବାଦୀ ଡେରା ପକାଇଛନ୍ତି। ସେମାନଙ୍କ ମଧ୍ୟରୁ ଅଧିକାଂଶ ସାଧା ପୋଷାକରେ ଥାଇ ଗୁପ୍ତଚର କାମ କରୁଥିବା ଜଣାପଡ଼ିଛି।

ଜଙ୍ଗଲକୁ ସୁରକ୍ଷା ଦେଉଛନ୍ତି ମହିଳାମାନେ

ଜଙ୍ଗଲକୁ ସୁରକ୍ଷା ଦେଉଛନ୍ତି ମହିଳାମାନେ

ଡାବୁଗାଁ, ୨୩।୪(ଡି.ଏନ୍‌.ଏ.)- ଜୀବଜଗତ ବଞ୍ଚିବା ପାଇଁ ବୃକ୍ଷ ଆବଶ୍ୟକ। କିନ୍ତୁ ଲୋକମାନେ ବିଭିନ୍ନ କାରଣରୁ ଗଛ କାଟୁଛନ୍ତି। ଏପରିକି ଜନବସତି ପାଇଁ ମଧ୍ୟ ଜଙ୍ଗଲ ଏଥିରୁ ବାଦ ପଡୁନାହି। ପାଣିପାଗ ପରିବର୍ତ୍ତନ ଓ ପରିବେଶ ସନ୍ତୁଳନରେ ଜଙ୍ଗଲର ଭୂମିକାକୁ ଲୋକେ ଭୁଲିଯାଉଛନ୍ତି। ଜଙ୍ଗଲଜାତ ଦ୍ରବ୍ୟ ଯେ କେତେ ଆବଶ୍ୟକ ତାହାକୁ ମଧ୍ୟ ଲୋକେ ଭୁଲି ଯାଉଛନ୍ତି । ଏପରି ଏକ ଗ୍ରାମ ଅଛି ଯେଉଁଠି ଲୋକମାନେ ଜଙ୍ଗଲର ଆବଶ୍ୟକତାକୁ ବୁଝିଛନ୍ତି। ଆଉ ଜଙ୍ଗଲର ସୁରକ୍ଷା ଦିଗରେ ନିଜେ ମଧ୍ୟ ସଚେତନ ହୋଇଛନ୍ତି। ପାଳି କରି ଜଙ୍ଗଲ ଜଗିବା ସହ ନୂତନ ଜଙ୍ଗଲ ସୃଷ୍ଟି କରୁଛନ୍ତି । ଜଙ୍ଗଲ ସୁରକ୍ଷା ଦିଗରେ ଅନ୍ୟ ଗ୍ରାମବାସୀଙ୍କ ପାଇଁ ପ୍ରେରଣା ସାଜିଛନ୍ତି । ଏହିପରି ଏକ ଗ୍ରାମ ହେଉଛି ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ କୋଇଲାରି ପଞ୍ଚାୟତ ଅଧୀନ କେନ୍ଦୁଗୁଡା। ଉକ୍ତ ଗ୍ରାମ ନିକଟରେ ରହିଛି କୋଇଲାରି ସଂରକ୍ଷିତ ଜଙ୍ଗଲ ଓ କେନ୍ଦୁଗୁଡା ପ୍ରସ୍ତାବିତ ସଂରକ୍ଷିତ ଜଙ୍ଗଲ। କୋଇଲାରି ଜଙ୍ଗଲ ୨୫୦ଏକର ଓ କେନ୍ଦୁଗୁଡା ଜଙ୍ଗଲ ୮୦ ଏକର ପରିମିତ ଏରିଆ । ଏହି ୩୩୦ ଏକର ଜଙ୍ଗଲର ସୁରକ୍ଷା ଦାୟିତ୍ୱ କେନ୍ଦୁଗୁଡା ବନସୁରକ୍ଷା ସମିତି ହାତରେ ରହିଛି । ୨୦ ବର୍ଷ ଧରି ଏହି ଜଙ୍ଗଲକୁ ଗ୍ରାମବାସୀ ସୁରକ୍ଷା ଦେଇ ଆସୁଛନ୍ତି।

ଡେପୁଟେଶନରେ ଯାଇଛନ୍ତି ୬୯ ଶିକ୍ଷକ

ଗୁଣପୁର,୨୩।୪(ଡି.ଏନ.ଏ) ରାୟଗଡା ଜିଲା ଗୁଣପୁର ବ୍ଲକରେ ୬୯ ଜଣ ଶିକ୍ଷୟିତ୍ରୀଶିକ୍ଷକ ଡେପୁଟେଶନରେ ଯାଇଛନ୍ତି । ଜିଲାପାଳ ସେମାନଙ୍କୁ ୧୯ ତାରିଖ ସୁଦ୍ଧା ନିଜ ସ୍ଥାନକୁ ଫେରିବାକୁ ନିର୍ଦ୍ଦେଶ ଦେଇଥିଲେ। ସର୍ବଶିକ୍ଷା ଅଭିଯାନ ପକ୍ଷରୁ ପତ୍ର ନଂ. ୩୯୭୭, ତା.୧୧ା୪ା୧୮ରେ ହୋଇଥିବା ପତ୍ରରେ ସଂପୃକ୍ତ ଶିକ୍ଷକମାନେ କିପରି, କେଉଁଠାକୁ, କିଏ ଡେପୁଟେଶନ କରିଥିଲା ତାହାର ସଂପୂର୍ଣ୍ଣ ବିବରଣୀ ପ୍ରଦାନ କରି ପଠାଇବା ନେଇ ଜିଲାପାଳ ଏହି ପତ୍ର ଜରିଆରେ ଜଣାଇଥିଲେ । ହେଲେ ନିର୍ଦ୍ଧାରିତ ସମୟ ମଧ୍ୟରେ ଗୁଣପୁର ବ୍ଲକରେ କେବଳ ୫ରୁ ୭ ଜଣ ଶିକ୍ଷକ ହିଁ ରିଲିଭ ହୋଇଥିବା ତଥା ନିଜ ମୂଳ ସ୍ଥାନକୁ ଫେରିଥିବା ଜଣାପଡିଛି । ବଳକା ଶିକ୍ଷୟିତ୍ରୀଶିକ୍ଷକ କେବେ ନିଜ ମୂଳସ୍ଥାନକୁ ଫେରିବେ ତାହା ନେଇ ଅନିଶ୍ଚିତତା ଲାଗି ରହିଛି। ୬୯ ଜଣ ଶିକ୍ଷୟିତ୍ରୀଶିକ୍ଷକ ମଧ୍ୟରୁ ୩୧ ଜଣ ହେଉଛନ୍ତି ବନ୍ଦ ହୋଇଥିବା ସ୍କୁଲର ଶିକ୍ଷୟିତ୍ରୀ ଶିକ୍ଷକ ।

‘ଓଡିଶା ଦକ୍ଷତା’ରେ ଭାଗ ନେବେ କୋରାପୁଟ ଜିଲାରୁ ୪

କୋରାପୁଟ,୨୩ା୪(ସ୍ବ.ପ୍ର.): ରାଜ୍ୟସ୍ତରୀୟ ଓଡିଶା ଦକ୍ଷତା-୨୦୧୮ ପ୍ରତିଯୋଗିତା ପାଇଁ କୋରାପୁଟ ଜିଲାରୁ ୪ ଜଣ ଯୋଗ୍ୟ ବିବେଚିତ ହୋଇଛନ୍ତି। ଆସନ୍ତା ୨୯ ଓ ୩୦ ତାରିଖ କଟକସ୍ଥିତ ଜବାହରଲାଲ ନେହେରୁ ଇଣ୍ଡୋର ଷ୍ଟାଡିୟମରେ ଆୟୋଜିତ ହେଉଥିବା ଏହି ପ୍ରତିଯୋଗିତାରେ ଜିଲାର ପଙ୍କଜ ନାୟକ, ବିଶ୍ୱଭୂଷଣ ବେହେରା, ଦୀପକ ମଲ୍ଲିକ, ସୌମ୍ୟରଞ୍ଜନ ସେଠୀ ଅଂଶଗ୍ରହଣ କରିବେ। ରବିବାର ସ୍ଥାନୀୟ ଡିପିସି କାର୍ଯ୍ୟାଳୟରେ ଆୟୋଜିତ ଏକ ଖବରଦାତା ସମ୍ମିଳନୀରେ ଅଧ୍ୟକ୍ଷତା କରି ଡିପିସି ମହେଶ୍ୱର ନାୟକ ଏହି ସୂଚନା ଦେଇଛନ୍ତି। ଆସନ୍ତା ୨୮ରେ ଏହି ରାଜ୍ୟସ୍ତରୀୟ ପ୍ରତିଯୋଗିତାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦ୍‌ଘାଟନ କରିବେ।

ଗୁରୁପ୍ରିୟା ସେତୁ: ୨୪ ଘଣ୍ଟିଆ ସୁରକ୍ଷା ବ୍ୟବସ୍ଥା

ଗୁରୁପ୍ରିୟା ସେତୁ: ୨୪ ଘଣ୍ଟିଆ ସୁରକ୍ଷା ବ୍ୟବସ୍ଥା

ମାଲକାନଗିରି, ୨୩।୪(ସ୍ବ.ପ୍ର./ଡି.ଏନ.ଏ.) ମାଓବାଦୀଙ୍କ ଧମକ, ହିଂସା ଠିକାଦାରକାର୍ଯ୍ୟ କରିବାକୁ ସୁଯୋଗ ନ ଦେବା, ପିଲାର ଦବିଯିବା ଆଦି ଅନେକ ପ୍ରତିବନ୍ଧକ ମଧ୍ୟରେ ମାଲକାନଗିରି ଜିଲାର ଗୁରୁପ୍ରିୟା ସେତୁନିର୍ମାଣ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚତ୍ଛି। ଏକାଧିକ ଥର ନିର୍ମାଣ ଶେଷ ହେବା ସମୟ ସୀମା ଘୂଞ୍ଚତ୍ବା ପରେ ଆସନ୍ତା ମେ ମାସ ସୁଦ୍ଧା ଏହି ସେତୁର କାର୍ଯ୍ୟ ଶେଷ ହେବ ବୋଲି ଲକ୍ଷ୍ୟଧାର୍ଯ୍ୟ କରାଯାଇଛି। ଏପରିସ୍ଥଳେ ପୁନର୍ବାର ସେତୁ ପାଇଁ ବିପଦ ରହିଛି। ଏହାକୁ ମାଓବାଦୀମାନେ ବିସ୍ଫୋରଣ ଘଟାଇ ଉଡାଇ ଦେବେ ବୋଲି ଗୁଇନ୍ଦା ସୂଚନା ମିଳିଛି। ଏହି ସୂଚନା ମିଳିବା ପରେ ସେତୁସୁରକ୍ଷା ବିଏସଏଫ ଯବାନମାନେ ତତ୍ପର ହୋଇ ଉଠିଛନ୍ତି। ନିର୍ମାଣ ସ୍ଥଳରେ ୨୪ ଘଣ୍ଟିଆ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଥିବା ସୂଚନା ମିଳିଛି।

ମାନବିକତା: ଅସହାୟ ବୃଦ୍ଧାଙ୍କ ସାହାରା ପାଲଟିଲେ ଗୁରୁବାରି

ମାନବିକତା: ଅସହାୟ ବୃଦ୍ଧାଙ୍କ ସାହାରା ପାଲଟିଲେ ଗୁରୁବାରି

ନବରଙ୍ଗପୁର,୨୩ା୪(ବି.ପ୍ର.) ଅସହାୟ ଓ ଗରିବଙ୍କ ପାଇଁ ରାଜ୍ୟ ଓ କେନ୍ଦ୍ର ସରକାର ବିଭିନ୍ନ ଯୋଜନା କରିଛନ୍ତି। କିନ୍ତୁ ଯୋଜନା ସେମାନଙ୍କ ନିକଟରେ ପହଞ୍ଚି ପାରୁ ନାହିଁ। ସରକାରୀ ଯୋଜନାରୁ ବଞ୍ଚିତ ହୋଇ ଅସହାୟ ଅବସ୍ଥାରେ ଖାଦ୍ୟ ପାଇଁ ଘୁରି ବୁଲୁଥିବା ଅନ୍ତି ଭତ୍ରା (୭୫)ଙ୍କ ସାହାରା ପାଲଟିଛନ୍ତି ପୁଜାରିଗୁଡାର ଗୁରୁବାରୀ ଭତ୍ରା (୬୫)। ଅନ୍ତି ପୁଜାରିଗୁଡା ଗାଁକୁ ଆସି ଦନେକ ଭାତ୍‌ (ଭାତ) ଦିଅ ବୋଲି କହିଥିଲେ । ଯାହା ଗୁରୁବାରୀଙ୍କ ହୃଦୟକୁ ସ୍ପର୍ଶ କରିଥିଲା। ଅନ୍ତିଙ୍କ ଅସହାୟତା ଦେଖି ଗୁରୁବାରୀଙ୍କୁ ତାଙ୍କ ନିଜ ପାଖରେ ରଖିଥିଲେ।

୧ରୁ ସମୂହ ଛୁଟିରେ ଯିବେ ରାଜସ୍ବ ଅମଲା ସଂଘ

୧ରୁ ସମୂହ ଛୁଟିରେ ଯିବେ ରାଜସ୍ବ ଅମଲା ସଂଘ

ନବରଙ୍ଗପୁର,୨୩।୪(ବି.ପ୍ର.): ମେ ୧ରୁ ସମୂହ ଛୁଟିରେ ଯିବା ପାଇଁ ଜିଲାପାଳ ଡ. ଅଜିତ କୁମାର ମିଶ୍ରଙ୍କୁ ଦାବିପତ୍ର ଦେଇଛି ନବରଙ୍ଗପୁର ରାଜସ୍ବ ଅମଲା ସଂଘ। ବିଭିନ୍ନ ଦାବି ନେଇ ସରକାରଙ୍କ ସହ ଆଲୋଚନା କରିବା ଓ ଲିଖିତ ଭାବେ ଦାବି ଜଣାଇବା ପରେ ପ୍ରତିଶ୍ରୁତି ମିଳୁଛି । ତେବେ କାର୍ଯ୍ୟକାରୀ ହୋଇପାରୁ ନାହିଁ । ଗ୍ରେଡପେ ୧୯୦୦ରୁ ୪,୨୦୦କୁ ବୃଦ୍ଧି, ପଦୋନ୍ନତିରେ ସଂରକ୍ଷଣ ବ୍ୟବସ୍ଥା ପ୍ରମୁଖ ଦାବି ନେଇ ସଂଘ ଅନେକ ଥର ଆନ୍ଦୋଳନକୁ ଓହ୍ଲାଇବା ସହ ଦାବିପତ୍ର ମଧ୍ୟ ଦେଇଛି। ୪ ତାରିଖରେ ଭୁବନେଶ୍ୱରଠାରେ ରାଜ୍ୟସ୍ତରୀୟ ଆନ୍ଦୋଳନରେ ମଧ୍ୟ ଜିଲା ଅମଲା ସଂଘ କର୍ମକର୍ତ୍ତା ଭାଗ ନେବେ।

ତହସିଲଦାରଙ୍କୁ ଦାବିପତ୍ର ଦେଲା ଭତରା ବିକାଶ ପରିଷଦ

ତହସିଲଦାରଙ୍କୁ ଦାବିପତ୍ର ଦେଲା ଭତରା ବିକାଶ ପରିଷଦ

ଡାବୁଗାଁ,୨୩।୪(ଡି.ଏନ୍‌.ଏ.): ନବରଙ୍ଗପୁର ଜିଲା ଡାବୁଗାଁ ଅଖିଳ ଭାରତୀୟ ଭତରା ବିକାଶ ପରିଷଦ ତରଫରୁ ଏକ ଦାବିପତ୍ର ଡାବୁଗାଁ ତହସିଲଦାର ନରସିଂହ ଗାଦବାଙ୍କୁ ସୋମବାର ପ୍ରଦାନ କରାଯାଇଛି। ଉକ୍ତ ଦାବିପତ୍ରରେ କୋରାପୁଟ ଜିଲା ସୁନାବେଡା ଆର-ଏ ଜୋନ ନିବାସୀ ରଞ୍ଜିତା ମାଝୀ (ଭତ୍ରା), ସ୍ବାମୀ ଚନ୍ଦ୍ରଶେଖର ମାଝୀ ପ୍ରକୃତରେ ଭତରା ଆଦିବାସୀ ସମ୍ପ୍ରଦାୟର ନୁହନ୍ତି। କିନ୍ତୁ ବର୍ତ୍ତମାନ ଡାବୁଗାଁ ରାଜସ୍ବ ନିରୀକ୍ଷକଙ୍କ ଜରିଆରେ ଭତରା ଆଦିବାସୀ ଜାତି ପ୍ରମାଣପତ୍ର ପାଇଁ ଆବେଦନ କରିଛନ୍ତି। ତାଙ୍କ ନାମରେ ପ୍ରମାଣ ପତ୍ର ନଦେବା ପାଇଁ ଦାବିପତ୍ରରେ ଉଲ୍ଲେଖ କରାଯାଇଛି।

ସହରରେ ଗଡ଼ିଲା, ସଡ଼କ ସୁରକ୍ଷାର ବାର୍ତ୍ତା ବାଣ୍ଟିଲା ପ୍ରଚାର ରଥ

ସହରରେ ଗଡ଼ିଲା, ସଡ଼କ ସୁରକ୍ଷାର ବାର୍ତ୍ତା ବାଣ୍ଟିଲା ପ୍ରଚାର ରଥ

ନବରଙ୍ଗପୁର,୨୩।୪(ବି.ପ୍ର.): ଜିଲା ଆଂଚଳିକ ପରିବହନ ବିଭାଗ ପକ୍ଷରୁ ୨୯ତମ ଜାତୀୟ ସଡକ ସୁରକ୍ଷା ସପ୍ତାହ ପାଳିତ ହୋଇଛି। ଜିଲାପାଳ ଡ. ଅଜିତ କୁମାର ମିଶ୍ର ମୁଖ୍ୟ ଅତିଥି ଭାବେ ସବୁଜ ପତାକା ଦେଖାଇ ସଚେତନତା ଶୋଭାଯାତ୍ରାର ଉଦ୍‌ଘାଟନ କରିଥିଲେ। ସ୍ଥାନୀୟ ରାମ ମନ୍ଦିର ନିକଟରୁ ଶୋଭାଯାତ୍ରା ବାହାରି ନୂଆ ବସଷ୍ଟାଣ୍ଡରେ ପହଞ୍ଚତ୍ଥିଲା । ଏହି ଶୋଭାଯାତ୍ରାରେ ଆଂଚଳିକ ପରିବହନ ଅଧିକାରୀ ଗଣେଶ୍ୱର କହଁର, ଏମଭିଆଇ ସନତ କୁମାର ଜେନା, ଆରସିଡି ହାଇସ୍କୁଲ ପ୍ରଧାନ ଶିକ୍ଷକ ଅସୀମ ବିଶ୍ୱାସ, ବ୍ଲକ ଶିକ୍ଷା ଅଧିକାରୀ, ବିଭିନ୍ନ ବିଦ୍ୟାଳୟର ଛାତ୍ରୀ ଛାତ୍ର ଓ ଯୁବ ସଙ୍ଗଠନ ସାମିଲ ହୋଇଥିଲେ ।

ହାଇସ୍କୁଲ ପାଇଁ ହୋଇପାରୁନି ଜମି ଅଧିଗ୍ରହଣ: ଶୀତଳ ଭଣ୍ଡାରରେ ଅନୁଦାନ

ହାଇସ୍କୁଲ ପାଇଁ ହୋଇପାରୁନି ଜମି ଅଧିଗ୍ରହଣ: ଶୀତଳ ଭଣ୍ଡାରରେ ଅନୁଦାନ

ନବରଙ୍ଗପୁର,୨୩।୪(ବି.ପ୍ର.): ନବରଙ୍ଗପୁର ବ୍ଲକ ପୁରଜାରିଗୁଡା ସ୍ଥିତ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବଦ୍ୟାଳୟ ୨୦୧୧ରେ ସରକାରୀ ଉନ୍ନତ ଉଚ୍ଚ ବିଦ୍ୟାଳୟ ମାନ୍ୟତା ପାଇଲା । ତେବେ ହାଇସ୍କୁଲ ପାଇଁ ନୂତନ ଶେଣୀ ଗୃହ ନଥିବାରୁ ପିଲାଙ୍କ ପାଠପଢ଼ା ସମସ୍ୟା ଦେଖା ଦେଉଛି । ଅନ୍ୟପକ୍ଷେ ହାଇସ୍କୁଲ ପାଇଁ ପାଠ୍ୟକ୍ରମ ଅନୁଯାୟୀ ଶିକ୍ଷୟିତ୍ରୀ, ଶିକ୍ଷକ ନିଯୁକ୍ତି ହୋଇନାହିଁ। କେବଳ ୩ ଜଣ ଶିକ୍ଷକ ନିଯୁକ୍ତିରେ ହାଇସ୍କୁଲର ଛାତ୍ରୀଛାତ୍ରଙ୍କ ପାଠପଢା ଓ ଭବିଷ୍ୟତ ପରିକଳ୍ପନା କରାଯିବା ବିଡ଼ମ୍ବନା ବିଷୟ ।

ସ୍ବାମୀ, ପୁଅ, ବୋହୂକୁ ହରାଇଲେ: ୨ ନାତୁଣୀଙ୍କୁ ଧରି କଷ୍ଟରେ ବଂଚିଛନ୍ତି ଫୁଲମତି

ସ୍ବାମୀ, ପୁଅ, ବୋହୂକୁ ହରାଇଲେ: ୨ ନାତୁଣୀଙ୍କୁ ଧରି କଷ୍ଟରେ ବଂଚିଛନ୍ତି ଫୁଲମତି

ନବରଙ୍ଗପୁର,୨୩।୪(ବି.ପ୍ର.): ବାପା ମାଆ ଛେଉଣ୍ଡ ଦୁଇ ଭଉଣୀ ସରକାରୀ ସହାୟତାରୁ ବଂଚିତ । ଜେଜେମା ଫୁଲମତି ନାୟକ (୭୦) ହିଁ ଏବେ ଦୁଇ ଭଉଣୀ ସବିତା ନାୟକ (୧୨) ଓ ଭୁବନେଶ୍ୱରୀ ନାୟକ(୮)ଙ୍କ ସାହା ଭରସା । ନବରଙ୍ଗପୁର ବ୍ଲକ ପୁରଜାରୀଗୁଡା ପଂଚାୟତ ସଦର ମହକୁମା ମନ୍ଦିର ସାହିରେ ଫୁଲମତିଙ୍କ ଘର । ଫୁଲମତିଙ୍କ ସ୍ବାମୀ ଚୈତନ୍ୟ ୧୨ ବର୍ଷ ତଳୁ ଆରପାରିକୁ ଚାଲିଗଲେଣି । ଦୁଇ ବର୍ଷ ତଳର କଥା। ନାତୁଣୀ ଭୁବନେଶ୍ୱରୀକୁ ମାତ୍ର ୨୧ ଦିନ ହୋଇଥିବା ବେଳେ ରୋଗାକ୍ରାନ୍ତ ପୁଅ ଲିଙ୍ଗରାଜଙ୍କ ବିୟୋଗ ଘଟିଲା । ଭୁବନେଶ୍ୱରୀକୁ ଦୁଇ ବର୍ଷ ହୋଇଥିଲା, ସେତେବେଳେ ବୋହୂ ରତ୍ନା ମଧ୍ୟ ରୋଗଶଯ୍ୟାରେ ପଡ଼ି ଆଖି ବୁଜିଲେ। ସ୍ବାମୀ, ପୁଅ ଓ ବୋହୂଙ୍କ ମୃତ୍ୟୁପରେ ଫୁଲମତି ଦିନ ମଜୁରି କରି ଦୁଇ ନାତୁଣୀଙ୍କ ସବୁ କଥା ବୁଝୁଛନ୍ତି।