ସମ୍ବଲପୁର

ଦ୍ୱିତୀୟ ବ୍ରାହ୍ମଣୀ ସେତୁ ନିର୍ମାଣ ବିଳମ୍ବ ପ୍ରସଙ୍ଗ: ଚାଲିଛି ତୁ ତୁ ମେ ମେ

ଦ୍ୱିତୀୟ ବ୍ରାହ୍ମଣୀ ସେତୁ ନିର୍ମାଣ ବିଳମ୍ବ ପ୍ରସଙ୍ଗ: ଚାଲିଛି ତୁ ତୁ ମେ ମେ
ରାଉରକେଲା ଅଫିସ, ୫।୧୨-ପାନପୋଷଠାରେ ଦ୍ୱିତୀୟ ବ୍ରାହ୍ମଣୀ ସେତୁ ନିର୍ମାଣରେ ବିଳମ୍ବ ପ୍ରସଙ୍ଗ ନେଇ ରାଉରକେଲାରେ ଏବେ ରାଜନୀତି ସରଗରମ ହୋଇ ଉଠିଛି। ରାଜ୍ୟର ତୁନି ପ୍ରମୁଖ ରାଜନୈତିକ ଦଳର ସ୍ଥାନୀୟ ନେତାମାନଙ୍କ ମଧ୍ୟରେ ଏବେ ତୁତୁମେମେ ଆରମ୍ଭ ହୋଇଯାଇଛି। ଏହି ପ୍ରସଙ୍ଗରେ ରାଜ୍ୟ ସରକାର ଡାହାଣୀ ହୋଇ ଲାଗୁଛନ୍ତି ଓ ଗୁଣିଆ ହୋଇ ଝାଢୁଛନ୍ତି ବୋଲି କେନ୍ଦ୍ର ଆଦିବାସୀ କଲ୍ୟାଣ ମନ୍ତ୍ରୀ ଜୁଏଲ ଓରାମ କହି ରାଜ୍ୟ ସରକାରଙ୍କୁ କଡ଼ା ସମାଲୋଚନା କରିଛନ୍ତି। ସ୍ମାର୍ଟ ସିଟିର ସମୀକ୍ଷା କରିବାକୁ ଆସିଥିବା ଜୁଏଲ ଏଠାରେ ଗଣମାଧ୍ୟମକୁ କହିଲେ, ଦ୍ୱିତୀୟ ବ୍ରାହ୍ମଣୀ ସେତୁ ପାଇଁ କେନ୍ଦ୍ର ଅବହେଳା କରୁନାହିଁ। ସେତୁ ନିର୍ମାଣ ପାଇଁ ଯାହା ଆବଶ୍ୟକ କେନ୍ଦ୍ର ସରକାର ତାହା ଯୋଗାଇ ଦେଇଛନ୍ତି। ହେଲେ ଠିକଣା ବେଳେ ରାଜ୍ୟ ସରକାର ଖେଳ ଖେଳୁଛନ୍ତି। ସେତୁ ନିର୍ମାଣ ପାଇଁ ଜମି ଅଧିଗ୍ରହଣର ଆବଶ୍ୟକତା ରହିଛି। ଏହି କାର୍ଯ୍ୟ ହେଉଛି ରାଜ୍ୟ ସରକାରଙ୍କର। ହେଲେ ରାଜ୍ୟ ସରକାର ଜମି ଯୋଗାଇ ଦେଉନାହାନ୍ତି। ସେତୁ ନିର୍ମାଣରେ କିପରି ବିଳମ୍ବ ସେ ନେଇ ରାଜ୍ୟ ସରକାର ଜାଣିଶୁଣି ବାଟ ତିଆରି କରୁଛନ୍ତି। ରବିବାର ଏହି ପ୍ରସଙ୍ଗରେ ବିଜେଡି ବିକ୍ଷୋଭ ପ୍ରଦର୍ଶନ କଲା। ହେଲେ ସୋମବାର ମୁଖ୍ୟମନ୍ତ୍ରୀ କହୁଛନ୍ତି, ଯଦି କେନ୍ଦ୍ର ନ କରିବ ତେବେ ଆମେ କରିବା ପାଇଁ ପ୍ରସ୍ତୁତ। ତେଣୁ ପ୍ରଥମେ ଡାହାଣୀ ହୋଇ ଅସହଯୋଗ କଲେ। ଏବେ ଗୁଣିଆ ହୋଇ ସେତୁ ପ୍ରତିଷ୍ଠା କରିବାକୁ ପ୍ରସ୍ତୁତ ବୋଲି କହୁଛନ୍ତି। ରାଜନୈତିକ ଫାଇଦା ନେବାକୁ ରାଜ୍ୟ ସରକାର ଏପରି କରୁଛନ୍ତି ବୋଲି ଜୁଏଲ ଅଭିଯୋଗ କରିଛନ୍ତି। ବିଜେଡି କଂଗ୍ରେସ ସହ ହାତ ମିଳାଇଛି। ତେଣୁ କଂଗ୍ରେସ ନେତାମାନେ ମଧ୍ୟ ବ୍ରାହ୍ମଣୀ ସେତୁ ବିଳମ୍ବ ପ୍ରସଙ୍ଗରେ କେନ୍ଦ୍ରକୁ ଦୋଷ ଦେଉଛନ୍ତି। ହେଲେ ଜନସାଧାରଣ ଖୁବଶୀଘ୍ର ରାଜ୍ୟ ସରକାରଙ୍କ ରାଜନୀତିକୁ ବୁଝିଯିବେ ବୋଲି ଜୁଏଲ କହିଛନ୍ତି। କେନ୍ଦ୍ରମନ୍ତ୍ରୀଙ୍କ ଏହି ଅଭିଯୋଗର ଜବାବରେ ବିଜେଡି ନେତା ତଥା ପୂର୍ବତନ ମନ୍ତ୍ରୀ ସାରଦା ନାୟକ କହିଛନ୍ତି, କେନ୍ଦ୍ର ଜାଣିଶୁଣି ରାଜ୍ୟ ପ୍ରତି ବୈମାତୃକ ମନୋଭାବ ପୋଷଣ କରୁଛି। କେନ୍ଦ୍ର ପ୍ରଥମେ ଏହି ପ୍ରକଳ୍ପରୁ ଓହରିଯାଉ, ପରେ ରାଜ୍ୟ ସରକାର ଦେଖାଇଦେବେ ଯେ କିପରି ବ୍ରାହ୍ମଣୀ ନଦୀ ଉପରେ ଦ୍ୱିତୀୟ ବ୍ରିଜ ନିର୍ମାଣ ହୋଇପାରେ। କିନ୍ତୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦ୍ୱିତୀୟ ସେତୁ ନିର୍ମାଣ ନେଇ ନିର୍ବାଚନ ପୂର୍ବରୁ ଓ ପରେ ରାଉରକେଲାବାସୀଙ୍କୁ ପ୍ରତିଶ୍ରୁତି ଦେଇଥିଲେ। ହେଲେ ଏବେ ସେହି ପ୍ରତିଶ୍ରୁତି ପୂରଣ ପାରୁନାହାନ୍ତି। କେନ୍ଦ୍ର କେନ୍ଦ୍ର ସରକାରଙ୍କ ପାରିବା ପଣିଆ କେତେ ତାହା ଲୋକେ ବୁଝି ସାରିଲେଣି ବୋଲି ନାୟକ କହିଛନ୍ତି। ନିଜ ବିଫଳତାକୁ ଘଣ୍ଟ ଘୋଡ଼ାଇବା ପାଇଁ ଭାଜପା ନେତାମାନେ ରାଜ୍ୟ ଉପରେ ଦୋଷ ଲଦୁଛନ୍ତି। ବିଫଳତାର ସ୍ବାଦ ଚାଖି ସାରିବା ପରେ ଭାଜପା ନେତାମାନେ ଔଷଧ ବିକଳରେ ତାଟିଆ କାମୁଡୁଛନ୍ତି ବୋଲି ନାୟକ କହିଛନ୍ତି। ଅନ୍ୟପକ୍ଷରେ ଏହି ପ୍ରସଙ୍ଗରେ ଉଭୟ ବିଜେଡି ଓ ଭାଜପା କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି ବୋଲି କଂଗ୍ରେସ କହିଛି। ବାସ୍ତବରେ ରାଜ୍ୟ ଓ କେନ୍ଦ୍ରରେ କ୍ଷମତାରେ ଥିବା ଏହି ଦୁଇଟି ଦଳର ସେତୁ ନିର୍ମାଣ ପାଇଁ ସାମାନ୍ୟ ଆନ୍ତରିକତା ନାହିଁ। ଏହି ପ୍ରସଙ୍ଗରେ କଂଗ୍ରେସ ଖୁବଶୀଘ୍ର ଆନ୍ଦୋଳନକୁ ଓହ୍ଲାଇବାକୁ ଘୋଷଣା କରିଛି। ଜିଲା କଂଗ୍ରେସ ସଭାପତି ବୀରେନ ସେନାପତି ଏକ ପ୍ରେସ ବିବୃତିରେ କହିଛନ୍ତି, ଜିଲାବାସୀଙ୍କ ଦାବିକୁ ବିଚାରକୁ ନେଇ କଂଗ୍ରେସ ନେତୃତ୍ୱାଧୀନ ଉପା ସରକାର ପାନପୋଷଠାରେ ଦ୍ୱିତୀୟ ସେତୁ ସମେତ ବୀରମିତ୍ରପୁର-ବାରକୋଟ ୪ଥାକିଆ ରାସ୍ତା ପାଇଁ ୨୦୧୨ରେ ଟେଣ୍ଡର ସାରି କାର୍ଯ୍ୟାଦେଶ ଦେଇଥିଲେ। କାର୍ଯ୍ୟାଦେଶ ପାଇଥିବା ଗେମନ ଇଣ୍ଡିଆ ଇନ୍‌ଫ୍ରାଷ୍ଟ୍ରକଚର କମ୍ପାନୀ କର୍ତ୍ତପକ୍ଷ ରାଉରକେଲାରେ କାର୍ଯ୍ୟାଳୟ ଖୋଲି ୨ ବର୍ଷ ଅପେକ୍ଷା କଲେ। କିନ୍ତୁ ରାଜ୍ୟ ସରକାର ସହଯୋଗ କଲେନାହିଁ କିମ୍ବା ଜମି ଦେଲେ ନାହିଁ। ଫଳରେ ୨୦୧୪ରେ କମ୍ପାନୀ କାର୍ଯ୍ୟରୁ ଓହରିଗଲା। ପ୍ରଧାନମନ୍ତ୍ରୀ ୨୦୧୪ ସାଧାରଣ ନିର୍ବାଚନ ପ୍ରଚାର ଅବସରରେ ରାଉରକେଲା ସଭାରେ ତାଙ୍କ ସରକାର ଆସିବା ପରେ ଦ୍ୱିତୀୟ ସେତୁ ନିର୍ମାଣ ତୁରନ୍ତ ଆରମ୍ଭ ହେବ ବୋଲି ଘୋଷଣା କରିଥିଲେ ମଧ୍ୟ ପରେ ଭୁଲିଯାଇଥିଲେ। ପୁନଶ୍ଚ ୨୦୧୫ ଏପ୍ରିଲ ପହିଲାରେ ରାଉରକେଲା ଗସ୍ତ ଅବସରରେ ସହରବାସୀ ସେତୁ ପ୍ରସଙ୍ଗ ମନେ ପକାଇବାରୁ ଖୁବଶୀଘ୍ର ଆରମ୍ଭ ହେବ ବୋଲି କହିଥିଲେ ମଧ୍ୟ ଆଜିପର୍ଯ୍ୟନ୍ତ ସମ୍ଭବ ହୋଇନାହିଁ। ତେବେ ଗତ ଜୁଲାଇରେ ସେତୁର ଟେଣ୍ଡର ପ୍ରକ୍ରିୟା ସମ୍ପୂର୍ଣ୍ଣ ହୋଇ ନ ଥିବାବେଳେ ତରବରିଆଭାବେ କେନ୍ଦ୍ର ସଡ଼କ ଓ ପରିବହନ ମନ୍ତ୍ରୀ ନୀତୀନ ଗଡ଼କାରୀ ସେତୁର ଶିଳାନ୍ୟାସ କରି ୧୫ ଦିନ ମଧ୍ୟରେ କାମ ଆରମ୍ଭ ହେବ ବୋଲି କରିଥିବା ଘୋଷଣା ମଧ୍ୟ ଏବେ ଧୂଆଁବାଣରେ ପରିଣତ ହୋଇଛି। କଂଗ୍ରେସ ସରକାର ସମୟରେ ସ୍ଥିରୀକୃତ ସ୍ଥାନରେ ସେତୁ ନିର୍ମାଣ ନ କରି ୨ଟି ସେତୁ ନିର୍ମାଣ ହେବ କହି ସ୍ଥାନ ପରିବର୍ତ୍ତନ କରିବା ଦ୍ୱାରା ଆଜି ଅଯଥା ବିବାଦ ଦେଖାଦେଇ ସେତୁ ନିର୍ମାଣରେ ଅନିଶ୍ଚିତତା ସୃଷ୍ଟି ହୋଇଛିି ବୋଲି କଂଗ୍ରେସ ପକ୍ଷରୁ କୁହାଯାଇଛି। କିଛି ପ୍ରଭାବଶାଳୀ ନେତା ଓ ପୁଞ୍ଜିପତିଙ୍କ ଅଟ୍ଟାଳିକାକୁ ସୁରକ୍ଷା ଦେବା ପାଇଁ ସେତୁ ନିର୍ମାଣର ସ୍ଥାନ ପରିବର୍ତ୍ତନ କରାଯାଇଛି। ଗୋଟିଏ ସେତୁ ନିର୍ମାଣରେ ଅସମର୍ଥ କେନ୍ଦ୍ର ସରକାର ୨ଟି ସେତୁ ନିର୍ମାଣ କଥା କହିବା ହାସ୍ୟସ୍ପଦ ବୋଲି ଦଳ ପକ୍ଷରୁ କୁହାଯାଇଛି। ରାଜ୍ୟ ବିଜେଡି ସରକାର ବିବାଦ ସମାଧାନ କରି ସେତୁ ପାଇଁ ଜମି ଯୋଗାଇ ଦେବା ପରିବର୍ତ୍ତେ ନିଜ ଅବହେଳା ଓ ଅପାରଗତାରୁ ଲୋକଙ୍କ ଦୃଷ୍ଟି ଏଡ଼ାଇବାକୁ ଆନ୍ଦୋଳନର ନାଟକ କରୁଛନ୍ତି। ଅପରପକ୍ଷରେ କେନ୍ଦ୍ର ସରକାରଙ୍କ ସ୍ଥାନୀୟ ପ୍ରତିନିଧିମାନେ ରାଜ୍ୟ ସରକାର ଓ ସ୍ଥାନୀୟ ପ୍ରଶାସନିକ ଅଧିକାରୀଙ୍କ ସହ ସମନ୍ବୟ ରଖି ଜମି ବିବାଦର ସମାଧାନ କରିବା ପରିବର୍ତ୍ତେ କେବଳ ବିବୃତି ଦେଇ ଲୋକଙ୍କ ଅନୁକମ୍ପା ହାସଲ କରିବାକୁ ଲାଗି ପଡ଼ିଛନ୍ତି। ବିଜେଡି ଓ ଭାଜପା ନିଜ ନିଜ ପତିଆରା ଜାହିର ପାଇଁ ସର୍ବଦା କଳହରେ ଲିପ୍ତ ରହି ରାଉରକେଲାର ସ୍ବାର୍ଥକୁ ବଳି ପକାଉଥିବାରୁ ଖୁବ୍‌ଶୀଘ୍ର କଂଗ୍ରେସ ସେତୁ ପ୍ରସଙ୍ଗରେ ନିର୍ଣ୍ଣାୟକ ଆନ୍ଦୋଳନ ଆରମ୍ଭ କରିବ ବୋଲି ପ୍ରେସ୍‌ ବିବୃତିରେ କୁହାଯାଇଛି।
All Right Reserved By

ସମ୍ବଲପୁର

ଟଙ୍କା ଦେଉନି ଗାୟତ୍ରୀ ଇନ୍‌ଫ୍ରାଷ୍ଟ୍ରକଚର, ଧାରଣାରେ ବସିଲେ ୨୦ ସବ୍‌ କଣ୍ଟ୍ରାକ୍ଟର

ଟଙ୍କା ଦେଉନି ଗାୟତ୍ରୀ ଇନ୍‌ଫ୍ରାଷ୍ଟ୍ରକଚର, ଧାରଣାରେ ବସିଲେ ୨୦ ସବ୍‌ କଣ୍ଟ୍ରାକ୍ଟର

ସମ୍ବଲପୁର,୨୧।୯(ବ୍ୟୁରୋ)-ସମ୍ବଲପୁର-ଅନୁଗୋଳ ୫୫ ନମ୍ବର ଜାତୀୟ ରାଜପଥ ଚାରି ଥାକିଆ ହେଉଛି। ରାସ୍ତା ନିର୍ମାଣ କରୁଛି ଗାୟତ୍ରୀ ଇନ୍‌ଫ୍ରାଷ୍ଟ୍ରକଚର। ଏହି ସଂସ୍ଥା କିନ୍ତୁ ବିବାଦର ଜାଲରେ ଏମିତି ଗୁଡେଇ ହୋଇ ରହିଛି ଯେ, ସେଥିରୁ ମୁକୁଳି ପାରୁନି। 

ବିଜୁ ଯୁବ ବାହିନୀ ପକ୍ଷରୁ ଚାରା ରୋପଣ

ବିଜୁ ଯୁବ ବାହିନୀ ପକ୍ଷରୁ ଚାରା ରୋପଣ

ସେରଗଡ଼,୨୧।୯(ଡି.ଏନ.ଏ.): କଳାହାଣ୍ଡି ଜିଲା ନର୍ଲା ବ୍ଲକ ଘୋଡ଼ାବନ୍ଧ ଗ୍ରାମପଞ୍ଚାୟତ ବିଜୁ ଯୁବ ବାହିନୀ ପକ୍ଷରୁ ଶୁକ୍ରବାର ଚାରା ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। 

ବିଡିଓଙ୍କ ଆଦର୍ଶ ବିଦ୍ୟାଳୟ ପରିଦର୍ଶନ

ବିଡିଓଙ୍କ ଆଦର୍ଶ ବିଦ୍ୟାଳୟ ପରିଦର୍ଶନ

କେସିଙ୍ଗା,୨୧।୯(ଡି.ଏନ.ଏ.):କଳାହାଣ୍ଡି ଜିଲା କେସିଙ୍ଗାସ୍ଥିତ ତହସିଲ କାର୍ଯ୍ୟାଳୟ ନିକଟରେ ଥିବା ଆଦର୍ଶ ବିଦ୍ୟାଳୟରେ ବିଭିନ୍ନ ସମସ୍ୟା ଦେଖାଦେଉଛି । ଏ ନେଇ ସ୍ଥାନୀୟ ବିଡିଓଙ୍କ ନିକଟରେ କେସିଙ୍ଗା ଯୁବ ଗୋଷ୍ଠୀମାନେ ଅଭିଯୋଗ କରିଥିଲେ ।

ପୋଲିସ କବ୍‌ଜାରେ ୩ ଆନ୍ତଃଜିଲା ଲୁଟେରା

ପୋଲିସ କବ୍‌ଜାରେ ୩ ଆନ୍ତଃଜିଲା ଲୁଟେରା

ବଲାଙ୍ଗୀର ଅଫିସ, ୨୧।୯: ଗତ ମାର୍ଚ୍ଚମାସରେ ବଲାଙ୍ଗୀର ସହର ସନ୍ନିକଟ ସଦାଇପାଲି-କନ୍ଧପାଲି ରାସ୍ତାରେ ଜଣେ ବାଇକ ଆରୋହୀଙ୍କୁ ମାଡ ମାରି ତାଙ୍କଠାରୁ ୧ଲକ୍ଷ ୭୫ହଜାର ଲୁଟ୍‌ ହୋଇଥିଲା। 

ବରଗଡ଼ ଜିଲା ମୁଖ୍ୟ ଡାକ୍ତରଖାନାରେ ଶଯ୍ୟାଭାବ: ଚଟାଣରେ ଗଡ଼ୁଛନ୍ତି ରୋଗୀ

ବରଗଡ଼ ଜିଲା ମୁଖ୍ୟ ଡାକ୍ତରଖାନାରେ ଶଯ୍ୟାଭାବ: ଚଟାଣରେ ଗଡ଼ୁଛନ୍ତି ରୋଗୀ

ବରଗଡ଼ ଅଫିସ୍‌,୨୧।୯: ବରଗଡ଼ ଜିଲା ମୁଖ୍ୟ ଡାକ୍ତରଖାନାରେ ବିଭିନ୍ନ ସମସ୍ୟା ଲାଗି ରହିଛି । ଏଠାରେ କେବଳ ଡାକ୍ତର କିମ୍ବା ଅତ୍ୟାଧୁନିକ ଚିକିତ୍ସା ଉପକରଣର ଅଭାବ ରହିଛି, ତାହା ନୁହେଁ । 

ଜର୍ଜଙ୍କୁ ସ୍ବାଗତ ଜଣାଇଲେ କଂଗ୍ରେସ କର୍ମୀ

ଜର୍ଜଙ୍କୁ ସ୍ବାଗତ ଜଣାଇଲେ କଂଗ୍ରେସ କର୍ମୀ

ନୂଆଗାଁ,୨୧।୯(ଡି.ଏନ.ଏ): ଦୀର୍ଘ ଦିନର ରାଜନୈତିକ ଭାର ଏକାକୀ ସମ୍ଭାଳି ତଥା ଅନ୍ୟ ଦିନ ପରିବର୍ତ୍ତନ କରି ଅନ୍ତିମରେ ବୀରମୀତ୍ରପୁର ବିଧାୟକ ଟାଣୁଆ ଆଦିବାସୀ ନେତା ଜର୍ଜ ତିର୍କୀ କଂଗ୍ରେସ ଦଳରେ ଯୋଗଦେଲା ପରେ ରାଞ୍ଚତ୍ ବିମାନ ବନ୍ଦରଠାରେ ଜର୍ଜଙ୍କୁ ଓଡିଶାର କଂଗ୍ରେସ କର୍ମୀମାନେ ସ୍ବାଗତ ଜଣାଇଛନ୍ତି ।

ପାମରା ଗାଁରେ ବାଲ୍ମିକୀ ରାମାୟଣ ପଠନ

ପାମରା ଗାଁରେ ବାଲ୍ମିକୀ ରାମାୟଣ ପଠନ

ବଡଗାଁ,୨୧।୯(ଡି.ଏନ.ଏ): ସୁନ୍ଦରଗଡ ଜିଲା ବଡଗାଁ ବ୍ଲକ ଅନ୍ତର୍ଗତ ପାମରା(ଜୁନାପଡା) ଗ୍ରାମରେ ୧୫ ତାରିଖଠାରୁ ନବମତମ ବାର୍ଷିକ ଇନ୍ଦ୍ର ଆରମ୍ଭ ହୋଇଛି । ଏହି କାର୍ଯ୍ୟକ୍ରମ ୧୧ ଦିନ ଧରି ଚାଲିବ ।

ଲଘୁଚାପ ମୁକାବିଲା ପାଇଁ ଏନଡିଆରଏଫ ସଜାଗ

ଲଘୁଚାପ ମୁକାବିଲା ପାଇଁ ଏନଡିଆରଏଫ ସଜାଗ

କେସିଙ୍ଗା,୨୧।୯(ଡି.ଏନ.ଏ.): ସମଗ୍ର କେସିଙ୍ଗା ବ୍ଲକରେ ଗୁରୁବାରଠାରୁ ବର୍ଷା ହେଉଛି ।

ହାଇୱାରେ ବାଲି ଚାଲାଣ ଯୋଗୁ ନଷ୍ଟ ହେଉଛି ରାସ୍ତା

ହାଇୱାରେ ବାଲି ଚାଲାଣ ଯୋଗୁ ନଷ୍ଟ ହେଉଛି ରାସ୍ତା

ବଡଗାଁ,୨୧।୯(ଡି.ଏନ.ଏ.): ସୁନ୍ଦରଗଡ ଜିଲା ବଡଗାଁ ବ୍ଲକ ଅନ୍ତର୍ଗତ ଫୁଲବାରୀ ପଞ୍ଚାୟତର କୁରେଇବଗା ଗ୍ରାମରୁ ଭୋଇପାଲିଗ୍ରାମ ପର୍ଯ୍ୟନ୍ତ ପିଚୁ ରାସ୍ତା କାମ ୬ମାସ ପୂର୍ବେ ଶେଷ ହୋଇଛି । 

ବିଜେଡିର ମହିଳା ସମାବେଶ ପାଇଁ ପ୍ରସ୍ତୁତି ବୈଠକ

ବିଜେଡିର ମହିଳା ସମାବେଶ ପାଇଁ ପ୍ରସ୍ତୁତି ବୈଠକ

ସୁୁନ୍ଦରଗଡ,୨୧।୯(ଡି.ଏନ୍‌.ଏ.) ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଏବଂ ରାଜ୍ୟ ମହିଳା ବିଜୁ ଜନତା ଦଳର ସଭାନେତ୍ରୀ ବିଧାୟିକା ପ୍ରମିଳା ମଲ୍ଲିକଙ୍କ ନିର୍ଦ୍ଦେଶକ୍ରମେ ଆସନ୍ତା ୨୪ତାରିଖଠାରୁ ୩୦ ତାରିଖ ପର୍ଯ୍ୟନ୍ତ ରାଜ୍ୟର ସମସ୍ତ ଜିଲାରେ ହେବାକୁ ଥିବା ମହିଳା ସମାବେଶ ପାଇଁ ସୁନ୍ଦରଗଡ ଜିଲା ମହିଳା ବିଜୁ ଜନତା ଦଳର ଏକ ପ୍ରସ୍ତୁତି ବୈଠକ ଶୁକ୍ରବାର ସ୍ଥାନୀୟ ରାଜବାଟୀଠାରେ ଅନୁଷ୍ଠିତ ହୋଇଯାଇଛି ।

ଜାଲ ନୋଟର ପର୍ଦ୍ଦାଫାସ କଲା ପୋଲିସ: ୨ଗିରଫ

ଜାଲ ନୋଟର ପର୍ଦ୍ଦାଫାସ କଲା ପୋଲିସ: ୨ଗିରଫ

ଧର୍ମଗଡ,୨୧। ୯(ଡି.ଏନ.ଏ.): କଳାହାଣ୍ଡି ଜିଲା ଧର୍ମଗଡ ପୋଲିସ ଦ୍ୱାରା ଶୁକ୍ରବାର ଏକ ଜାଲ ନୋଟ ରାକେଟକୁ ଠାବ କରାଯାଇଥିବାବେଳେ ଏଥିରେ ସମ୍ପୃକ୍ତ ଦୁଇ ଯୁବକଙ୍କୁ ଗିରଫ କରାଯାଇଛି ।

ବାଲ୍ୟ ବିବାହ ନିରୋଧ କର୍ମଶାଳା

ବାଲ୍ୟ ବିବାହ ନିରୋଧ କର୍ମଶାଳା

ବୀରମହାରାଜପୁର,୨୧।୯(ଡି.ଏନ.ଏ.): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକର ସୁବଳୟା କଲେଜରେ ବାଲ୍ୟ ବିବାହ ନିରୋଧ ସମ୍ପର୍କିତ ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି ।