ସମ୍ବଲପୁର

ପ୍ରତିଶ୍ରୁତିରେ ଅଟକିଛି ରାଉରକେଲାର ବିକାଶ

ପ୍ରତିଶ୍ରୁତିରେ ଅଟକିଛି ରାଉରକେଲାର ବିକାଶ
ରାଉରକେଲା ଅଫିସ,୫।୧୨- ସୋସିଆଲ ମିଡିଆରେ ଏବେ ରାଉରକେଲାର ଜଣାଶୁଣା କଂଗ୍ରେସ ନେତା ତଥା ପୂର୍ବତନ ବିଧାୟକ ପ୍ରଭାତ ମହାପାତ୍ର ବେଶ୍‌ ଆଗରେ। କେନ୍ଦ୍ର ଓ ରାଜ୍ୟରେ କ୍ଷମତାସୀନ ଦୁଇ ଦଳ ଭାଜପା ଓ ବିଜେଡିକୁ ବିଭିନ୍ନ ପ୍ରସଙ୍ଗରେ ଗୋଡ଼େଇ ତୋଡ଼େଇ ଘେରୁଛନ୍ତି ମହାପାତ୍ର। ଦ୍ୱିତୀୟ ବ୍ରାହ୍ମଣୀ ସେତୁ ହେଉ କି ବାଲୁଘାଟ ହୋଲସେଲ ମାର୍କେଟ କମ୍ପ୍ଲେକ୍ସ, ପ୍ରଶ୍ନବାଣରେ ଘାଇଲା କରୁଛନ୍ତି ଦୁଇ ଦଳର ସ୍ଥାନୀୟ ନିର୍ବାଚିତ ପ୍ରତିନିଧିଙ୍କୁ। ଏବେ ଆଉ ଏକ ପ୍ରମୁଖ ପ୍ରସଙ୍ଗ ବିକାଶ ନେଇ ମହାପାତ୍ର ପ୍ରଶ୍ନ ଉଠାଇଛନ୍ତି। ଉଭୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଭିନ୍ନ ସମୟରେ ସହରବାସୀଙ୍କୁ ଦେଖାଇଥିବା ବିକାଶର ଚିତ୍ର କିପରି ପ୍ରତିଶ୍ରୁତିରେ ଅଟକି ରହିଛି ସେ ନେଇ ମହାପାତ୍ର ତୀବ୍ର ସମାଲୋଚନା କରିଛନ୍ତି। ଭାଜପା ନେତୃତ୍ୱ ଦ୍ୱିତୀୟ ବ୍ରାହ୍ମଣୀ ବ୍ରିଜ୍‌ ନିର୍ମାଣ ନେଇ କେନ୍ଦ୍ର ଉପରେ ଚାପ ପକାଉଥିବାବେଳେ ସାମାନ ପରିସ୍ଥିତିରେ ବିଜେଡି ଆନ୍ଦୋଳନ କରୁଛି। ତେବେ ଏହା କିପରି ସୁରୁଖୁରୁରେ ଆରମ୍ଭ ହୋଇପାରିବ ସେ ନେଇ ଦୁଇ ଦଳ ଚିନ୍ତିତ ନୁହନ୍ତି ବୋଲି ମହାପାତ୍ର କହିଛନ୍ତି। ରାଜ୍ୟ ସରକାର ଜିଲାର ନିର୍ବାଚିତ ଲୋକ ପ୍ରତିନିଧିଙ୍କୁ ଗୋଟିଏ ମଞ୍ଚରେ ଏକାଠି କରି ଜମି ଅଧିଗ୍ରହଣ ନେଇ ବାଟ ବାହାର କରିପାରୁନାହାନ୍ତି। ତେଣୁ ବିକାଶ ନେଇ କାହାର ଆନ୍ତରିକତା କେତେ ତାହା ସ୍ପଷ୍ଟ ଜଣାପଡ଼ୁଛି। କେବଳ ଏହି ଗୋଟିଏ ପ୍ରସଙ୍ଗ ନୁହେଁ, ଏହି ଦୁଇ ଦଳଙ୍କ ଶାସନ କାଳରେ ଉନ୍ନୟନ ଦୂର କଥା କେବେ ସୁଦ୍ଧା କାମ ଶେଷ ହେବ ସେ ନେଇ ବି ଠିକ୍‌ ପ୍ରତିଶ୍ରୁତି ମିଳିପାରୁନି। ଜିଲାରେ ମେଡିକାଲ କଲେଜ ହସ୍ପିଟାଲ ନେଇ ଦାବି ହୋଇ ଆସୁଥିବାବେଳେ ଏ ନେଇ କେହି ମୁହଁ ଖୋଲୁନାହାନ୍ତି। ମୁଖ୍ୟମନ୍ତ୍ରୀଙ୍କ ହାତରେ ଶିଳାନ୍ୟାସ କରାଯାଇଥିବା ବାଲୁଘାଟ ମାର୍କେଟ କମ୍ପ୍ଲେକ୍ସ ଆଜିପର୍ଯ୍ୟନ୍ତ ଫଳକରେ ସୀମିତ ରହିଛି। ହାଉସିଂ କମ୍ପ୍ଲେକ୍ସ ହେଉ କି ବସ୍ତିବାସିନ୍ଦାଙ୍କ ଥାଇଥାନ ପ୍ରସଙ୍ଗ, ଏଥିରୁ ସରକାର ଦୂରେଇ ରହୁଛନ୍ତି। କୋଏଲ ବ୍ୟାରେଜ, ଆଇଜିଏଚ୍‌କୁ ମେଡିକାଲ କଲେଜ ଓ ସୁପର ସ୍ପେଶିଆଲିଟି ହସ୍ପିଟାଲ, ବୀରମିତ୍ରପୁର ରାଜାମୁଣ୍ଡା ରାସ୍ତା ଭଳି ଅନେକ ପ୍ରସଙ୍ଗ ଆଜି ସହରବାସୀଙ୍କ ମନକୁ ଆନ୍ଦୋଳିତ କରୁଛି। କେବଳ ମହାନଗର ନିଗମ କି ସ୍ମାର୍ଟ ସିଟି ଘୋଷଣା କରିଦେଲେ ଯେ ଲୋକଙ୍କ ଦୁଃଖ ଦୂର ହୋଇଯିବ ତାହା ନୁହେଁ, ବରଂ ପ୍ରତିଶ୍ରୁତିରେ ଅଟକି ରହିଥିବା ବିକାଶକୁ କିପରି ବାସ୍ତବରେ ପରିଣତ କରାଯାଇ ପାରିବ ସେ ନେଇ ନିର୍ବାଚିତ ପ୍ରତିନିଧି ଉତ୍ତରଦାୟୀ ରହିବା ଆବଶ୍ୟକ ବୋଲି ମହାପାତ୍ର କହିଛନ୍ତି। ଦ୍ୱିତୀୟ ବ୍ରାହ୍ମଣୀ ସେତୁ ଉଭୟ ପାର୍ଶ୍ୱ ଜାତୀୟ ରାଜପଥ ନିର୍ମାଣ ପାଇଁ ଆବଶ୍ୟକ ଜମି ରାଜ୍ୟ ସରକାର ମାଗଣାରେ ଯୋଗାଇଦେବା ଦରକାର। ତେବେ ଯାଇ କାମ ତ୍ୱରାନ୍ବିତ ହୋଇାପରିବ। ଅସଲ ଉଦ୍ଦେଶ୍ୟ ଛାଡ଼ି ନିର୍ବାଚିତ ଲୋକ ପ୍ରତିନିଧି କେତେବେଳେ ନିଜ ପାରିବା ପଣିଆକୁ ନେଇ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି ତ ଆଉ କେତେବେଳେ ହତାଶ ହୋଇ ନିଜେ ରାସ୍ତାକୁ ଓହ୍ଲାଉଛନ୍ତି। ଜଣେ ଅଭିଯୋଗ କରୁଛି କେନ୍ଦ୍ର ଅବହେଳା, ଆଉ ଜଣେ କହୁଛି ରାଜ୍ୟ ସହଯୋଗ କରୁନି। ଏଣୁ ଉନ୍ନୟନ ବାଧାପ୍ରାପ୍ତ ହେଉଛି। କେନ୍ଦ୍ରରେ ଭାଜପା ୩ ବର୍ଷ ଓ ବିଜେଡି ରାଜ୍ୟରେ ୧୮ବର୍ଷ ଶାସନ କାଳ ମଧ୍ୟରେ କେବଳ ପ୍ରଚାର ସର୍ବସ୍ବ ପାର୍ଟି ଭାବେ ରହି ଯାଇଛନ୍ତି। ଏ ସବୁର ପରିସମାପ୍ତି ଘଟିଲେ ଉନ୍ନୟନ ତ୍ୱରାନ୍ବିତ ହୋଇପାରିବ, ଅନ୍ୟଥା ବିକାଶ କେବଳ ପ୍ରତିଶ୍ରୁତିରେ ଅଟକି ରହିଯିବ ବୋଲି ପ୍ରଭାତ ମହାପାତ୍ର କହିଛନ୍ତି।
All Right Reserved By

ସମ୍ବଲପୁର

ଭାଜପା ଯୁବମୋର୍ଚ୍ଚା ପକ୍ଷରୁ ବେରୋଜଗାର ପ୍ରତିବାଦ: ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ତହସିଲଦାରଙ୍କୁ ଦାବିପତ୍ର

ଭାଜପା ଯୁବମୋର୍ଚ୍ଚା ପକ୍ଷରୁ ବେରୋଜଗାର ପ୍ରତିବାଦ: ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ତହସିଲଦାରଙ୍କୁ ଦାବିପତ୍ର

ଜୁନାଗଡ,୨୩।୧୦(ଡି.ଏନ.ଏ.): କଳାହାଣ୍ଡି ଜିଲା ଜୁନାଗଡ ବ୍ଲକରେ ମଙ୍ଗଳବାର ଭାଜପା ଯୁବମୋର୍ଚ୍ଚା ପକ୍ଷରୁ ବେରୋଜଗାର ପ୍ରତିବାଦରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ସ୍ଥାନୀୟ ତହସିଲଦାର ଉପେନ୍ଦ୍ର ଲୁହାଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି। 

କ୍ଷତିଗ୍ରସ୍ତ ଚାଷୀଙ୍କୁ ମାଗଣା କୁକୁଡା ଛୁଆ ବଣ୍ଟନ

କ୍ଷତିଗ୍ରସ୍ତ ଚାଷୀଙ୍କୁ ମାଗଣା କୁକୁଡା ଛୁଆ ବଣ୍ଟନ

ରିଷିଡା,୨୩।୧୦(ଡି.ଏନ.ଏ.): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ରିଷିଡା ପ୍ରାଣୀ ଚିକିତ୍ସା କେନ୍ଦ୍ର ପରିସରରେ ପ୍ରାଣୀ ଚିକିତ୍ସା ବିଭାଗ ପକ୍ଷରୁ ମରୁଡି ଏବଂ ଚକଡା ପୋକ ଦ୍ୱାରା କ୍ଷତିଗ୍ରସ୍ତ ଚାଷୀଙ୍କୁ ମଙ୍ଗଳବାର ମାଗଣା କୁକୁଡା ଛୁଆ ବଣ୍ଟନ କରାଯାଇଛି ।

ଭୂମିହୀନଙ୍କୁ ଜମି ପ୍ରଦାନ ଦାବି : ଆମ୍ବେଡ଼କ ରାଇଟ୍‌ ଅଫ୍‌ ଇଣ୍ଡିଆ ପକ୍ଷରୁ ଜନ ଆନ୍ଦୋଳନ

ଭୂମିହୀନଙ୍କୁ ଜମି ପ୍ରଦାନ ଦାବି : ଆମ୍ବେଡ଼କ ରାଇଟ୍‌ ଅଫ୍‌ ଇଣ୍ଡିଆ ପକ୍ଷରୁ ଜନ ଆନ୍ଦୋଳନ

କର୍ଲାମୁଣ୍ଡା,୨୩।୧୦(ଡି.ଏନ.ଏ.): କଳାହାଣ୍ଡି ବିଭିନ୍ନ ଗରିବ, ଦଳିତ ଶ୍ରେଣୀର ଭୂମିହୀନ ଲୋକଙ୍କୁ ରହିବା ପାଇଁ ଡିହ ଓ ଚାଷ କରି ବଞ୍ଚତ୍ବା ପାଇଁ ଜମି ଯୋଗାଇ ଦେବା ଦାବି ନେଇ କର୍ଲାମୁଣ୍ଡା ତହସିଲ ସମ୍ମୁଖରେ ଆମ୍ବେଡ଼କ ରାଇଟ୍‌ ପାର୍ଟି ଅଫ୍‌ ଇଣ୍ଡିଆ କଳାହାଣ୍ଡି ଶାଖା ପକ୍ଷରୁ ଏକ ଜନଆନ୍ଦୋଳନ କରାଯାଇଛି। 

ନୂଆଁଖାଇ ଭେଟ୍‌ଘାଟ: ୧୩ ବିଶିଷ୍ଟ ପ୍ରତିଭା ସମ୍ବର୍ଦ୍ଧିତ

ନୂଆଁଖାଇ ଭେଟ୍‌ଘାଟ: ୧୩ ବିଶିଷ୍ଟ ପ୍ରତିଭା ସମ୍ବର୍ଦ୍ଧିତ

ମୁରିବାହାଲ, ୨୩।୧୦(ଡି.ଏନ.ଏ.): ବଲାଙ୍ଗୀର ଜିଲା ମୁରିବାହାଲ ବ୍ଲକ ଗଁରେଇ ମଣ୍ଡଳ ଭାଜପା ପକ୍ଷରୁ  ସୋମବାର  ଗଁରେଇଠାରେ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। 

ପୋଲିସ କବ୍‌ଜାରେ ୩ ଆନ୍ତଃ ଜିଲା ଡକାୟତ

ପୋଲିସ କବ୍‌ଜାରେ ୩ ଆନ୍ତଃ ଜିଲା ଡକାୟତ

ମୁରିବାହାଲ, ୨୩।୧୦(ଡି.ଏନ.ଏ.) ବଲାଙ୍ଗୀର ଜିଲା ମୁରିବାହାଲ ଥାନା ଅନ୍ତର୍ଗତ ଧାତୁକଯୁରୀ-କୁର୍ଲୁବାହାଲ ରାସ୍ତାରେ ରିଲାଏନ୍ସ ଫାଇନାନ୍ସର ଜଣେ କର୍ମଚାରୀଙ୍କୁ ଆକ୍ରମଣ କରି ଟଙ୍କା ଲୁଟ୍‌ ଘଟଣାରେ ସ୍ଥାନୀୟ ପୋଲିସ ୩ ଆନ୍ତଃ ଜିଲା ଡକାୟତଙ୍କୁ ପୋଲିସ ଗିରଫ କରିଛି।

ସମ୍ବଲପୁର ଅଇଁଠାପାଲି ଥାନା ଘେରାଉ

ସମ୍ବଲପୁର ଅଇଁଠାପାଲି ଥାନା ଘେରାଉ

ସମ୍ବଲପୁର,୨୩।୧୦(ବ୍ୟୁରୋ)- ସମ୍ବଲପୁର ସହରର ଅଇଁଠାପାଲି ଥାନା ବୁଢାରଜା ମନ୍ଦିର ରାସ୍ତା ନିକଟରେ ସୋମବାର ସନ୍ଧ୍ୟାରେ କରମଟୁଲି ଗ୍ରାମର ବିଶାଲ ଖଡିଆଙ୍କ ତଣ୍ଟି କାଟି ହତ୍ୟା କରାଯାଇଥିଲା ।

ଶକ୍ତି ସଂକଟ: କାମରେ ଆସୁନି ପାର୍ବତୀ ଗିରୀ ସେଚ ପ୍ରକଳ୍ପ

ଶକ୍ତି ସଂକଟ: କାମରେ ଆସୁନି ପାର୍ବତୀ ଗିରୀ ସେଚ ପ୍ରକଳ୍ପ

ଅମ୍ବାଭୋନା, ୨୩।୧୦ (ଡି.ଏନ.ଏ.)- ବରଗଡ ଜିଲା ଅମ୍ବାଭୋନା ବ୍ଲକର ଚିଖିଲି, ଜାମପାଲି (ଅନ୍ତରାଡି), ତାମଦେଇଠାରେ ଜଳ ସଂପଦ ବିଭାଗ ଦ୍ୱାରା ହୋଇଥିବା ବୃହତ ଉଠାଜଳସେଚନ ପ୍ରକଳ୍ପ ବିଜୁଳି ଶକ୍ତିର ନିଅଣ୍ଟ ଯୋଗୁଁ ଫେଲ ମାରିଛି । ପାର୍ବତୀଗିରୀ ସେଚ ପ୍ରକଳ୍ପ ମାଧ୍ୟମରେ ଅମ୍ବାଭୋନା ବ୍ଲକର ୪୧ଟି ଗ୍ରାମର ୪୭୨୦ ହେକ୍ଟର ଚାଷ ଜମିକୁ ପାଣି ଯୋଗାଇ ଦେବା ଲକ୍ଷ୍ୟ ନେଇ ୯୯.୬୯ କୋଟି ଟଙ୍କା ବ୍ୟୟରେ ନିର୍ମିତ ହୋଇଛି ପାଣି ଟାଙ୍କି, ପମ୍ପହାଉସ ଏବଂ ଗ୍ରୀଡା ସବଷ୍ଟେସନ । ଚାଷୀଙ୍କୁ ମହାନଦୀରୁ ଉଠା ଜଳସେଚନ ପ୍ରକଳ୍ପ ଜରିଆରେ ପର୍ଯ୍ୟାପ୍ତ ପାଣି ଯୋଗାଇଦେବାକୁ ଓଡିଶା ସରକାର ନିର୍ଭର ପ୍ରତିଶ୍ରୁତି ଦେଇ ଗତ ସେପ୍ଟେମ୍ବର ୯ ତାରିଖ ଦିନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନଫରନସିଂ ଜରିଆରେ ଏହାର ଉଦ୍‌ଘାଟନ କରିଥିଲେ । 

 ବସ୍‌ ଉପରେ ବଜ୍ରପାତ: ଚକା ଲିକ୍‌, ହେଲପରଙ୍କ ଜୀବନ ଗଲା

ବସ୍‌ ଉପରେ ବଜ୍ରପାତ: ଚକା ଲିକ୍‌, ହେଲପରଙ୍କ ଜୀବନ ଗଲା

ବରଗଡ଼ ଅଫିସ୍‌,୨୩।୧୦-
ବରଗଡ଼ ସହର ଜିରା ନଦୀ ପୋଲ ଉପରେ ଏକ ଯାତ୍ରୀବାହୀ ବସ୍‌ ଉପରେ ମଙ୍ଗଳବାର ମଧ୍ୟାହ୍ନ ସାଢେ ୩ଟାରେ ବଜ୍ରପାତ ଘଟିଛି। ଏହା ଯୋଗୁ ହେଲପରଙ୍କ ମୃତ୍ୟୁ ଘଟିଛି।

ଦୁର୍ଘଟଣା ନେଲା ୨ ଜଣଙ୍କ ଜୀବନ

ଦୁର୍ଘଟଣା ନେଲା ୨ ଜଣଙ୍କ ଜୀବନ

ବରଗଡ଼ ଅଫିସ୍‌/ସୋହେଲା,୨୩।୧୦-
ବରଗଡ଼ ଜିଲା ସୋହେଲା ହାଇସ୍କୁଲ ନିକଟରେ ମଙ୍ଗଳବାର ଅପରାହ୍ନରେ ଏକ ସଡ଼କ ଦୁର୍ଘଟଣା ଘଟିଛି । ଦୁର୍ଘଟଣାରେ ୨ବାଇକ୍‌ ଆରୋହୀଙ୍କ ମୃତ୍ୟୁ ହୋଇଛି  । ମୃତକମାନେ ହେଲେ, ପେଟୁପାଲି ଗ୍ରାମର ଆକାଶ ମେହେର ଏବଂ ଖେରୁପାଲି ଗ୍ରାମର ସୁରେନ୍ଦ୍ର ମେହେର ।

ଜୁଗାର ଯାତ୍ରାରେ ସାମିଲ ହେଲେ ସହସ୍ରାଧିକ ଶ୍ରଦ୍ଧାଳୁ

ଜୁଗାର ଯାତ୍ରାରେ ସାମିଲ ହେଲେ ସହସ୍ରାଧିକ ଶ୍ରଦ୍ଧାଳୁ

ବରଗଡ଼ ଅଫିସ୍‌,୨୩।୧୦-
ବରଗଡ଼ ସହର ଉପକଣ୍ଠ ବରାହଗୋଡ଼ାସ୍ଥିତ ଶ୍ରୀ ଶ୍ରୀ ମାଁ ପଁର୍ରାପାଟ୍‌ ମନ୍ଦିରରେ ପାର୍ବଣ ମହୋତ୍ସବ ଉତ୍ସାହ ଉଦ୍ଦୀପନା ସହିତ ଚାଲିଛି । ଏହି କ୍ରମରେ ମଙ୍ଗଳବାର ପଁର୍ରାପାଟ୍‌ ଦେବୀଙ୍କ ଜୁଗାର ଯାତ୍ରା ଅନୁଷ୍ଠିତ ହୋଇଥିଲା । ବରାହଗୋଡ଼ା ଗ୍ରାମରୁ ସହସ୍ରାଧିକ ଶ୍ରଦ୍ଧାଳୁଙ୍କ ଗହଣରେ ଜୁଗାର ଯାତ୍ରା ବାହାରି ଗ୍ରାମ ପରିକ୍ରମା କରିବା ସହିତ ମନ୍ଦିରକୁ ପହଞ୍ଚିଥିଲା । 

ମଦୁଆକର କବ୍‌ଜାରେ ଡାକ୍‌ତରଖାନା

ମଦୁଆକର କବ୍‌ଜାରେ ଡାକ୍‌ତରଖାନା

ସଇଁତଲା,୨୩।୧୦ (ଡି.ଏନ.ଏ.): 
ଗଲା ୪ ବଛର ହେଲା କନ୍ଧକେଲ ଗଁାନେ ଗୁଟେ ଡାକ୍‌ତରଖାନା ତିଆର ହେଇଛେ। ଇ ଡାକ୍‌ତରଖାନା ବନାବାର ଲାଗି କେବିକେ ଫଣ୍ଡରୁ ଟଁକା ଦିଆଯାଇଥିଲା। ସମକିରି ସୁବିଧା ଲାଗି କନ୍ଧକେଲ ଗଁା ଆର ବଡ଼ମୁଣ୍ଡା ଗଁାର ମଝାନେ ଇ ଡାକ୍‌ତରଖାନା ତିଆର ହେବାର ସଂଗେ ଷ୍ଟାଫ୍‌ କ୍ୱାଟର ବି ବନା ହେଇଛେ। ଇ ଡାକ୍‌ତରଖାନାକେ ଗଲା ୨୩ ଜାନୁୟାରୀ, ୨୦୧୮ରେ ଓଡ଼ିଶାର ଖାଦ୍ୟ ଯୋଗାଣ, ଖାଉଟି କଲ୍ୟାଣ ଆଉର ସମବାୟ ମନ୍ତ୍ରୀ ସୂର୍ଯ୍ୟନାରାୟଣ ପାତ୍ର, ବଲାଙ୍ଗୀର ଏମପି କଳିକେଶ ନାରାୟଣ ସିଂ ଦେଓ, ଟିଟିଲାଗଡ ଏମଏଲଏ ଟୁକୁନି ସାହୁ ଆସି ଉଦ୍‌ଘାଟନ କରିଥିଲେ।  

ଭତା ଲାଗି ଆବେଦନ କରି ନିରାଶ

ଭତା ଲାଗି ଆବେଦନ କରି ନିରାଶ

ଅତାବିରା, ୨୩।୧୦ (ଡି.ଏନ.ଏ)- 
ବଏସ୍‌ ୭୦ ଡେଗ୍‌ଲାନ, ୪ ଥର ଭତା ଲାଗି ଆବେଦନ କରି ନିରାଶ ହେଇଛନ୍‌।