Dharitri News
ସମ୍ପାଦକୀୟ |

ମନ ଅବାଞ୍ଛିତ ପ୍ରସଙ୍ଗରେ

ମନ ଅବାଞ୍ଛିତ ପ୍ରସଙ୍ଗରେ ସମ୍ପାଦକୀୟ/ ତଥାଗତ ସତପଥୀ ଦେଶର ସର୍ବପୁରାତନ ରାଜନୈତିକ ଦଳ କଂଗ୍ରେସର ଅଧ୍ୟକ୍ଷ ପଦବୀ ପାଇଁ ଉପାଧ୍ୟକ୍ଷ ରାହୁଲ ଗାନ୍ଧୀ ୪ ଡିସେମ୍ବର, ୨୦୧୭ରେ ମନୋନୟନ ପତ୍ର ଦାଖଲ କରିଛନ୍ତି। ଏଥିପାଇଁ ଅନ୍ୟ କେହି ଦାବିଦାର ନ ଥିବାରୁ ସେ ଅଧ୍ୟକ୍ଷ ହେବା ନିଶ୍ଚିତ। ରାହୁଲଙ୍କ ମନୋନୟନ ପତ୍ର ଦାଖଲ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ଦାମୋଦରଦାସ ମୋଦି ଅତି କୌତୂହଳପୂର୍ଣ୍ଣ ଢଙ୍ଗରେ କଂଗ୍ରେସକୁ ଏହାର ବଂଶାନୁକ୍ରମିକ ରାଜନୀତି ପାଇଁ ଅଭିନନ୍ଦନ ଜଣାଇବା ସହ ‘ଆଉରଙ୍ଗଜେବ ରାଜ୍‌’ ଆରମ୍ଭ ହେବ ବୋଲି କହିଛନ୍ତି। ଦେଶର ପ୍ରଧାନମନ୍ତ୍ରୀ ହୋଇ ଅନ୍ୟ ରାଜନୈତିକ ଦଳର ଜଣେ ନେତାଙ୍କ ପଦବୀକୁ ସେ ଯେଭଳି ଢଙ୍ଗରେ ତାଚ୍ଛଲ୍ୟ କରିଛନ୍ତି ତାହାକୁ ନେଇ ଚର୍ଚ୍ଚା ଚାଲିଲାଣି। କୌଣସି ରାଜନୈତିକ ଦଳର ଉଚ୍ଚ ପଦପଦବୀ ହେଉ ବା କର୍ମକର୍ତ୍ତାଙ୍କ ନିର୍ବାଚନ ତା’ର ଆଭ୍ୟନ୍ତରୀଣ ବ୍ୟାପାର ହୋଇଥାଏ। ଏହା ସତ୍ୟ ଯେ ଜାତୀୟ କିମ୍ବା ଆଞ୍ଚଳିକ ରାଜନୈତିକ ଦଳଗୁଡ଼ିକୁ ନିର୍ବାଚନ କମିଶନଙ୍କ ପାଖରେ ବିଧିବଦ୍ଧ ଭାବେ ତାଲିକାଭୁକ୍ତ ହେବାକୁ ପଡ଼ିଥାଏ। ଏହି ପଞ୍ଜୀକରଣ ବଜାୟ ରଖିବା ପାଇଁ ଦଳମାନଙ୍କର ଆଭ୍ୟନ୍ତରୀଣ ନିର୍ବାଚନ ମାଧ୍ୟମରେ କର୍ମକର୍ତ୍ତା ଚୟନ କରାଯିବା ବାଧ୍ୟତାମୂଳକ ହୋଇଥାଏ। ସବୁ ଦଳ ପାଇଁ ନିଜର ନିର୍ବାଚନୀ ସଙ୍କେତ ବଜାୟ ରଖିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହୋଇଥିବା ହେତୁ, ନିର୍ବାଚନ କମିଶନଙ୍କ ପାଖରେ ଆଭ୍ୟନ୍ତରୀଣ ନିର୍ବାଚନ ଫଳାଫଳ ଘୋଷଣା କରିବାର ସାମ୍ବିଧାନିକ ଆବଶ୍ୟକତା ରହିଛି। ଏଥିସହିତ କୌଣସି ଦଳରେ ବିଭାଜନ ଘଟିଲେ ନିର୍ବାଚିତ କର୍ମକର୍ତ୍ତାଙ୍କର ଗୁରୁତ୍ୱ ବୃଦ୍ଧି ପାଇଥାଏ। ତେବେ ତଥାକଥିତ ଜାତୀୟ ଦଳ କଂଗ୍ରେସ ଏବଂ ଭାଜପା ଉଭୟଙ୍କ ସମେତ ବିଭିନ୍ନ ଆଞ୍ଚଳିକ ଦଳରେ ଏହି ଆଭ୍ୟନ୍ତରୀଣ ନିର୍ବାଚନ ଏକ ଗତାନୁଗତିକ ଧାରା ପାଲଟିଗଲାଣି। ଡିଏମ୍‌କେର ମୁଖ୍ୟ ଏମ୍‌. କରୁଣାନିଧି, ଏନ୍‌ସିପିର ମୁଖ୍ୟ ଶରଦ ପାଓ୍ବାର, ପିଡିପିର ମେହବୁବା ମୁଫ୍‌ତି, ବିଜେଡିର ମୁଖ୍ୟ ନବୀନ ପଟ୍ଟନାୟକ, ଟିଡିପିର ମୁଖ୍ୟ ଏନ୍‌. ଚନ୍ଦ୍ରାବାବୁ ନାଇଡୁ, ଟିଆରଏସ୍‌ର କେ. ଚନ୍ଦ୍ରଶେଖର ରାଓ, ତୃଣମୂଳ କଂଗ୍ରେସର ମୁଖ୍ୟ ମମତା ବାନାର୍ଜୀ ଏବଂ ବହୁଜନ ସମାଜପାର୍ଟିର ସୁପ୍ରିମୋ ମାୟାବତୀଙ୍କ ଭଳି ସମସ୍ତେ ଯେଉଁ ପଦ୍ଧତି ଓ ପ୍ରକ୍ରିୟା ମାଧ୍ୟମରେ ନିର୍ବାଚିତ ହୋଇ ନିଜ ଦଳ ଉପରେ ଅଙ୍କୁଶ ରଖୁଛନ୍ତି, ଅନୁରୂପ ଭାବେ କଂଗ୍ରେସର ମୁଖ୍ୟ ଭାବେ ରାହୁଲ ଗାନ୍ଧୀ ଓ ଭାଜପାର ମୁଖ୍ୟ ଭାବେ ଅମିତ୍‌ ଶାହ ନିର୍ବାଚିତ ହୋଇ ତାହା କରୁଛନ୍ତି। ଅନ୍ୟ କାହାର ଯଦି ମନେପଡୁଛି ତେବେ ଭିନ୍ନ କଥା, କିନ୍ତୁ ଆମ ସ୍ମୃତିଶକ୍ତିରେ ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ୍‌ ଶାହଙ୍କ ନିର୍ବାଚନରେ ତାଙ୍କ ପ୍ରାର୍ଥିପତ୍ରକୁ ଦଳ ଭିତରୁ ଅନ୍ୟ କେହି ବିରୋଧ କରି ନ ଥିଲେ। ପ୍ରଧାନମନ୍ତ୍ରୀ ମୋଦି ନିଜର ସମର୍ଥନ ଯେତେବେଳେ ଅମିତ୍‌ ଶାହଙ୍କ ପ୍ରାର୍ଥିତ୍ୱରେ ଅଛି ବୋଲି ସମସ୍ତଙ୍କୁ ଜଣାଇଦେଲେ ସେତେବେଳେ ଭାଜପା ଭିତରେ ଏଭଳି କୌଣସି ନେତା ମୁଣ୍ଡ ଟେକି ଶାହଙ୍କୁ ବିରୋଧ କରିବାର ଆସ୍ପର୍ଦ୍ଧା ରଖି ନ ଥିଲେ। ଏଭଳି ପ୍ରଚ୍ଛଦପଟରେ ଭାରତର ପ୍ରଧାନମନ୍ତ୍ରୀ ଭାବେ ନରେନ୍ଦ୍ର ଦାମୋଦରଦାସ ମୋଦି ସିଧାସଳଖ ରାହୁଲ ଗାନ୍ଧୀଙ୍କ ଦଳୀୟ ନିର୍ବାଚନ ପ୍ରକ୍ରିୟାକୁ ସମାଲୋଚନା କରିବା, କାହିଁକି କେଜାଣି, ମନକୁ ପସନ୍ଦ ହେଉନାହିଁ। ମୋଦି ଭାରତର ଜଣେ ଅଦ୍ୱିତୀୟ ନେତା। ଏହି ଦେଶର ଅସଂଖ୍ୟ ଯୁବତୀଯୁବକ ଅନେକ ଆଶା ଆକାଂକ୍ଷା ରଖି ତାଙ୍କର ୨୦୧୪ ନିର୍ବାଚନ ବିଜୟର କାରଣ ସାଜିଥିଲେ। ସେହି ଯୁବତୀଯୁବକଙ୍କ ସମେତ ଭାରତର ଅନ୍ୟ ସବୁ ଭୋଟଦାତା ଆସନ୍ତା ୨୦୧୯ରେ ପୁନର୍ବାର ମୋଦିଙ୍କ ଦକ୍ଷତା ସମ୍ପର୍କରେ କ’ଣ ଭାବୁଛନ୍ତି ତାହା ଦେଶ ଦୁନିଆକୁ ଜଣାଇବେ। କିନ୍ତୁ ପ୍ରଧାନମନ୍ତ୍ରୀ ପଦବୀ ଦଖଲ କରିପାରିଥିବା ଜଣେ ବ୍ୟକ୍ତି ନିଜର ଅହଂଭାବ ଓ ବ୍ୟସ୍ତତାକୁ କାର୍ଯ୍ୟଠାରୁ ଦୂରେଇ ରଖିବେ ବୋଲି ସାଧାରଣରେ ଚିନ୍ତା କରାଯାଇଥାଏ। ଭାରତର ସାଧାରଣ ନାଗରିକର ମତ ଲୋଡ଼ିଲେ ସମସ୍ତେ ମୋଦିଙ୍କ ପ୍ରତିଶ୍ରୁତି ସଫଳ ଭାବେ ରୂପାୟନ ହେଉ ବୋଲି ଆକୁଳ ହୋଇ ବସି ରହିଛନ୍ତି। ବାସ୍ତବତାକୁ ଦେଖିଲେ ଏ ଦେଶର ଭୋଟର କଂଗ୍ରେସ ଦଳକୁ ଘୃଣା ଚକ୍ଷୁରେ ଦେଖି କ୍ଷମତାଚ୍ୟୁତ କରାଇଥିଲେ ା ଉଭୟେ ସମର୍ଥକ ଓ ବିରୋଧୀଙ୍କ ମତରେ ମୋଦିଙ୍କ ନିଜ କାର୍ଯ୍ୟରେ ସଫଳତା ହାସଲ ହେଉ ବୋଲି ଚାହିଁବା ପଛରେ ଏକ ବିରାଟ ମହତ୍‌ ଉଦ୍ଦେଶ୍ୟ ରହିଥିଲା। ସମସ୍ତଙ୍କ ମନରେ ସେହି ଉଦ୍ଦେଶ୍ୟ ଥିଲା ଭାରତର ଉନ୍ନତି ଘଟୁ। ଗରିବ ଓ ନିଷ୍ପେଷିତର ଦୁଃଖ ବୁଝି ଦେଶକୁ ଏକ ନୂତନ ଢଙ୍ଗରେ ଗଢାଯାଉ ବୋଲି ସମସ୍ତେ ଆଶା ବାନ୍ଧି ବସିଛନ୍ତି। ଅନ୍ୟପଟେ ଗୋ ରକ୍ଷକ, ପଦ୍ମାବତୀ ଚଳଚ୍ଚିତ୍ରକୁ ବିରୋଧ କରି ସିନେ ତାରକା ଦୀପିକା ପାଦୁକୋନଙ୍କ ମୁହଁରେ ଏସିଡ୍‌ ମାଡ଼ କରିବାର ଡାକରା, ବିମୁଦ୍ରୀକରଣ ଓ ଜିଏସ୍‌ଟି ମାଧ୍ୟମରେ କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ ଏବଂ ବ୍ୟାବସାୟିକ ପତନ, ଜର୍ଜ ଲୋୟାଙ୍କ ହତ୍ୟା, ଗୋମୂତ୍ରର ଅପୂର୍ବ ଗୁଣବତ୍ତା, ଆଧାର ଓ ତତ୍‌ସହିତ ଜଡ଼ିତ ନାଗରିକଙ୍କ ଅନ୍ତରଙ୍ଗ ତଥ୍ୟ ସଂଗ୍ରହକୁ ବାଧ୍ୟତାମୂଳକ କରିବା, ରାହୁଲ ଗାନ୍ଧୀ ମନ୍ଦିର ଭିତରକୁ କେମିତି ପଶିଲେ, ଅମିତ୍‌ ଶାହ ହିନ୍ଦୁ ନା ଜୈନ, ପୁଣି ମୁସଲମାନ, ଖ୍ରୀଷ୍ଟିଆନ ଓ ଅନ୍ୟ ସବୁ ସଂଖ୍ୟାଲଘୁଙ୍କ ବିରୋଧରେ ପ୍ରଚାର ଏବଂ ଆକ୍ରମଣ ଆରମ୍ଭ କଲାଭଳି ଆହୁରି ଅନେକ ଅବାଞ୍ଛିତ ଆଲୋଚନାରେ ନୂଆ ଭାରତ ବୁଡ଼ିବାରେ ଲାଗିଛି। ଏଭଳି ପରିସ୍ଥିତିରେ ରାହୁଲ ଗାନ୍ଧୀଙ୍କ ଭଳି ଜଣେ ବ୍ୟକ୍ତିତ୍ୱଙ୍କର ଭାରତୀୟଙ୍କ ସମ୍ମୁଖରେ କେତେ ଗୁରୁତ୍ୱ ରହିଛି ତାହା ଅନୁମାନ କରିବା ଆମ ପାଇଁ ସମ୍ଭବପର ହେଉନାହିଁ ା ଏବେ ପର୍ଯ୍ୟନ୍ତ ଭାବୁଥିଲୁ ଯେ, କଂଗ୍ରେସ ଏବଂ ତାହାର ନେତୃତ୍ୱକୁ ଦେଶବାସୀ ଫେରି ଅନାଇବେ ନାହିଁ। ଭାରତୀୟମାନେ କଂଗ୍ରେସକୁ ଇତିହାସ ପୃଷ୍ଠାରେ ସମାଧି ଦେବାକୁ ପ୍ରସ୍ତୁତ ହେଲାବେଳକୁ ବାରମ୍ବାର ରାହୁଲଙ୍କୁ କଟୁ ବିରୋଧ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ଦାମୋଦରଦାସ ମୋଦି ଆମ ଭଳି ସାଧାରଣ ନାଗରିକଙ୍କ ସମ୍ମୁଖରେ ପ୍ରମାଣ କରିବାକୁ ଚେଷ୍ଟା କରୁଛନ୍ତି ଯେ, ଦୀର୍ଘ ସାଢ଼େ ତିନିବର୍ଷର ଶାସନ ସତ୍ତ୍ୱେ ମୋଦିଙ୍କ ଚେର ହୁଏତ ଏ ଦେଶ ମାଟିରେ ଭିଡ଼ିି ଧରିନାହିଁ। ଗୁଜରାଟ ନିର୍ବାଚନ ପାଇଁ ପାର୍ଲାମେଣ୍ଟର ଶୀତ ଅଧିବେଶନକୁ ଅଯଥାରେ ବିଳମ୍ବ କରାଇବା ସହିତ ରାହୁଲଙ୍କ ଅଖିଳ ଭାରତୀୟ କଂଗ୍ରେସ କମିଟିର ଅଧ୍ୟକ୍ଷ ପଦବୀ ନିର୍ବାଚନ ଉପରେ ମତ ଦେଇ, ସମ୍ଭବତଃ, ମୋଦି ଏ ଦେଶର ପ୍ରଧାନମନ୍ତ୍ରୀ ପଦବୀକୁ ଅଧିକ ଉଚ୍ଚକୋଟୀର କରିବାରେ ବିଫଳ ହୋଇଛନ୍ତି।

ସମ୍ପାଦକୀୟ |

ସମ୍ପାଦକୀୟ/ ପ୍ରଗତିଶୀଳ ଚିନ୍ତାଧାରା

ସମ୍ପାଦକୀୟ/ ପ୍ରଗତିଶୀଳ ଚିନ୍ତାଧାରା

ଜୀବନ ସାଥୀ ବାଛିବା ଯେ କୌଣସି ସାବାଳକଙ୍କର ବ୍ୟକ୍ତିଗତ ପସନ୍ଦ। ତାହାକୁ ପ୍ରତିରୋଧ କରାଯିବାର ଅର୍ଥ ହେଉଛି ସଂପୃକ୍ତ ମହିଳା କିମ୍ବା ପୁରୁଷଙ୍କର ମୌଳିକ ଅଧିକାରର ଉଲ୍ଲଂଘନ । ଅନେକ କ୍ଷେତ୍ରରେ ଜାତି, ଧର୍ମ, ବର୍ଣ୍ଣ ଏହିଭଳି ପସନ୍ଦର ବିବାହ ଆଗରେ ପ୍ରତିବନ୍ଧକ ହୋଇ ଛିଡାହେଉଛି । ପରିବାର ଏବଂ ସମାଜରୁ ବିରୋଧର ସ୍ବର ଶୁଣିବାକୁ ମିଳୁଛି। ଉତ୍ତରଭାରତର ବର୍ବର ସଂସ୍କୃତିର ଅନ୍ୟତମ ପରିଚୟ ଖାପ୍‌ ପଞ୍ଚାୟତ ଆନ୍ତଃଜାତି ବିବାହକୁ ସ୍ବୀକୃତି ଦେଉନାହିଁ । ଯାହା ଫଳରେ ଏହି ଅଣସ୍ବୀକୃତ ସଂସ୍ଥା ଦ୍ୱାରା ଆନ୍ତଃଜାତି ବିବାହ କରିବାକୁ ଯାଉଥିବା ମହିଳା ପୁରୁଷ ଦଣ୍ଡିତ ହେଉଛନ୍ତି। ସେହି ଦଣ୍ଡର ମାତ୍ରା ଅଧିକାଂଶ ସମୟରେ ଅତ୍ୟଧିକ ହୋଇପଡୁଛି। ସାଧାରଣତଃ ଝିଅର ପରିବାର ନବବିବାହିତ ଦମ୍ପତିଙ୍କୁ ଅତି ନିର୍ମମ ଭାବରେ ହତ୍ୟା କରିବା ପର୍ଯ୍ୟନ୍ତ କଥା ଯାଉଛି। ୨୦୧୮ ଜାନୁୟାରୀ ୧୬ ତାରିଖରେ ସୁପ୍ରିମକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ମତ ଦେଇ ଖାପ୍‌ ପଞ୍ଚାୟତ କିମ୍ବା କୌଣସି ସଂଗଠନର ଏଭଳି ଦଣ୍ଡବିଧାନକୁ ସମ୍ପୂର୍ଣ୍ଣ ବେଆଇନ ବୋଲି ବର୍ଣ୍ଣନା କରିଛନ୍ତି । ....

ନିଷ୍ପ୍ରଭ ନ ହେଉ ଅବହେଳିତଙ୍କ ସ୍ବର

ନିଷ୍ପ୍ରଭ ନ ହେଉ ଅବହେଳିତଙ୍କ ସ୍ବର

ଡ. ସନ୍ତୋଷ କୁମାର ମହାପାତ୍ର/ ବର୍ତ୍ତମାନ ଯେଉଁମାନେ ଦେଶରେ ଶାସନ କରୁଛନ୍ତି ଏବଂ ରାମମନ୍ଦିର କଥା ବାରମ୍ବାର କହୁଛନ୍ତି ସେମାନେ କାର୍ଯ୍ୟରେ ରାମଙ୍କ ଆଦର୍ଶ ଅନୁସରଣ କରୁନାହାନ୍ତି। ଅଧିକାଂଶ ଗଣମାଧ୍ୟମକୁ ନିଜ ସପକ୍ଷରେ ପ୍ରଚାର ପାଇଁ ଚାପ ସୃଷ୍ଟି କରୁଛନ୍ତି। ଏ କଥା ଆମେ କହୁନାହୁଁ। ‘ରିପୋର୍ଟର୍ସ ଉଇଦାଉଟ୍‌ ବୋର୍ଡର୍ସ’ (ଆର୍‌ଡବ୍ଲ୍ୟୁବି) ଦ୍ୱାରା ପ୍ରସ୍ତୁତ ବିଶ୍ୱ ପ୍ରେସ୍‌ ସ୍ବାଧୀନତା ସୂଚକାଙ୍କ ୨୦୧୭ରେ ଏହା ପ୍ରକାଶ ପାଇଛି। ଅତ୍ୟନ୍ତ ଚିନ୍ତାର ବିଷୟ ଗଣମାଧ୍ୟମରେ ସ୍ବାଧୀନତା ଦୃଷ୍ଟିରୁ ୧୮୦ଟି ଦେଶ ମଧ୍ୟରୁ ଭାରତର ସ୍ଥାନ ୧୩୬, ଅର୍ଥାତ୍‌ ୧୩୫ଟି ଦେଶ ତଳେ। ଏହି ପ୍ରକ୍ରିୟାରେ ସମାଜର ଅବହେଳିତ ଜନତାଙ୍କ ସ୍ବର ନିଷ୍ପ୍ରଭ ହୋଇଯାଉଛି। ଧନିକ ଶ୍ରେଣୀ ପ୍ରଚୁର ସମ୍ପଦ ଠୁଳ କଲାବେଳେ ଗରିବ, ଅବହେଳିତ ଶ୍ରେଣୀର ଦୁଃଖକଥା କହିବାକୁ ବା ଦୂର କରିବାକୁ କ୍ୱଚିତ୍‌ ଲୋକ ବାହାରୁଛନ୍ତି। ଜଣେ ଯଦି ଗରିବ, ସାଧାରଣ ଜନତାଙ୍କ ସମସ୍ୟା କଥା କହିବ ତାହାର ମତାମତ ଅନେକ କ୍ଷେତ୍ରରେ ସରକାର ତଥା ପ୍ରତିପତ୍ତିଶାଳୀଙ୍କ ବିରୁଦ୍ଧରେ ଯିବ। ଏଠାରେ ସ୍ବତଃ ପ୍ରଶ୍ନ ଉଠେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜକୁ ପ୍ରଧାନ ସେବକ ଭାବେ ଅଭିହିତ କରିଥାନ୍ତି। କିନ୍ତୁ ତାଙ୍କ ଦଳ ତଥା କର୍ମୀମାନେ କାହିଁକି ସମାଲୋଚନାକୁ ବରଦାସ୍ତ କରୁନାହାନ୍ତି। ସମାଲୋଚନା ଗଣତନ୍ତ୍ରକୁ ଅଧିକ ଶକ୍ତିଶାଳୀ କରିଥାଏ। ସମାଲୋଚନା ସକାରାତ୍ମକ ବା ନକାରାତ୍ମକ ହେଉ ସେଥିରେ ଜଣେ ଦେଶସେବକ ବା ଦଳୀୟ ନେତା ବ୍ୟତିବ୍ୟସ୍ତ ହେବାର କିଛି ନାହିଁ। ବରଂ ସମାଲୋଚନା ମାଧ୍ୟମରେ ନିଜର ତ୍ରୁଟି ଜାଣି ତାକୁ ସୁଧାରିବା ପାଇଁ ପ୍ରୟାସ କରିବା ଉଚିତ। ସମାଲୋଚନାକୁ ଭୟ ଅର୍ଥ କ୍ଷମତା ହରାଇବାର ଭୟ। କାଳେ ଲୋକେ ଦୋଷତ୍ରୁଟି ଜାଣିଲେ ପୁନର୍ବାର ନିର୍ବାଚିତ କରିବେ ନାହିଁ!...

ରୋହିଙ୍ଗ୍ୟା ଶରଣାର୍ଥୀ

ରୋହିଙ୍ଗ୍ୟା ଶରଣାର୍ଥୀ

ଶରତଚନ୍ଦ୍ର ମିଶ୍ର/ ଭାରତବର୍ଷରେ ବର୍ତ୍ତମାନ ପ୍ରାୟ ୪୦,୦୦୦ ରୋହିଙ୍ଗ୍ୟା ମୁସଲମାନ ଅଛନ୍ତି। ମୁଖ୍ୟତଃ ପଶ୍ଚିମବଙ୍ଗରେ ସେମାନେ ଆସ୍ଥାନ ଜମାଇଥିଲେ ମଧ୍ୟ ଜମ୍ମୁରେ ପ୍ରାୟ ୫୦୦୦ ରୋହିଙ୍ଗ୍ୟା ଅଛନ୍ତି। ଭାରତ ସରକାର ସେମାନଙ୍କୁ ବେଆଇନ ଅନୁପ୍ରବେଶକାରୀ ଘୋଷଣା କରି ଦେଶରୁ ବିତାଡ଼ନ କରିବାକୁ ଚାହୁଁଥିଲାବେଳେ କେତେକ ସ୍ବେଚ୍ଛାସେବୀ ଅନୁଷ୍ଠାନ ସେମାନଙ୍କୁ ଶରଣାର୍ଥୀ ବିବେଚନା କରିବାକୁ ସର୍ବୋଚ୍ଚ ଅଦାଲତରେ ମାମଲା ରୁଜୁ କରିଛନ୍ତି। ରୋହିଙ୍ଗ୍ୟାମାନେ ମ୍ୟାନ୍‌ମାର ଦେଶର ଦକ୍ଷିଣପଶ୍ଚିମରେ ଅବସ୍ଥିତ ରାଖାଇନ୍‌ ରାଜ୍ୟରେ ବାସ କରନ୍ତି। ମ୍ୟାନ୍‌ମାର ସରକାର ସେମାନଙ୍କୁ ନାଗରିକ ବୋଲି ଗ୍ରହଣ କରନ୍ତି ନାହିଁ। ଫଳତଃ ସେମାନେ ଦେଶବିହୀନ ବ୍ୟକ୍ତି। ମ୍ୟାନ୍‌ମାର ସରକାରଙ୍କ ମତରେ ଏମାନେ ବର୍ମା ଭାରତର ଅଂଶବିଶେଷ ଥିବା ସମୟରେ ବଙ୍ଗ ପ୍ରଦେଶରୁ ଏକକାଳୀନ ବର୍ମା ପ୍ରଦେଶକୁ ଚାଲିଆସିଥିଲେ, ତେଣୁ ସେମାନେ ବର୍ତ୍ତମାନର ବାଂଲାଦେଶର ଅଧିବାସୀ ଓ ସେଠାକୁ ଫେରିଯିବା ଉଚିତ। ବାଂଲାଦେଶ ସରକାର ଏ ଯୁକ୍ତି ଗ୍ରହଣ କରନ୍ତି ନାହିଁ। ରୋହିଙ୍ଗ୍ୟାମାନେ ମ୍ୟାନ୍‌ମାର ସରକାରଙ୍କ ସଙ୍ଗେ ଆରାକାନ୍‌ ରୋହିଙ୍ଗ୍ୟା ସାଲଭାଶନ ଆର୍ମି ନାମରେ ଏକ ବାହିନୀ ଗଠନ କରି ଗେରିଲା ଯୁଦ୍ଧରେ ବ୍ୟାପୃତ ଅଛନ୍ତି ଓ ମ୍ୟାନ୍‌ମାର ସରକାରଙ୍କ ମିଲିଟାରୀ ଚାପରେ ବାଂଲାଦେଶ (୯ଲକ୍ଷ) ଓ ମାଲେସିଆ (୧୪ ଲକ୍ଷ)କୁ ପଳାୟନ କରିଛନ୍ତି। ବାଂଲାଦେଶକୁ ଆସିଥିବା ରୋହିଙ୍ଗ୍ୟାମାନଙ୍କ ମଧ୍ୟରୁ କେତେକ ବାଂଲାଦେଶୀ ମୁସଲମାନଙ୍କ ସଙ୍ଗରେ ମିଶି ଭାରତରେ ବେଆଇନ ଭାବରେ ଅନୁପ୍ରବେଶ କରୁଛନ୍ତି।...

ଏଇ ଭାରତରେ

ଏଇ ଭାରତରେ

ନିଶା ମଣିଷକୁ ନିୟନ୍ତ୍ରଣ ବାହାରକୁ ନେଇଯାଏ। ପରିସ୍ଥିତି ଏମିତି ଉପୁଜେ ଯେ କେତେକେ ହିତାହିତ ଜ୍ଞାନ ଭୁଲିଯାଇ ଅନ୍ୟମାନଙ୍କୁ ହତ୍ୟା କରିବାକୁ ପଛାଇ ନ ଥାନ୍ତି। ତାମିଲନାଡୁର କୋଏମ୍ବାଟୁର ସହର ଥାଡ଼ାଗାମ୍‌ଠାରେ ଏଭଳି ଏକ ଅଭାବନୀୟ କାଣ୍ଡ ଘଟିଯାଇଛି। ଅପରାଧ ଘଟାଇଥିବା ବ୍ୟକ୍ତି ଜଣକ ହେଉଛନ୍ତି ୨୭ ବର୍ଷୀୟ ଦୀପସ୍ବରୂପ। ଅଧାରୁ ପାଠ ଛାଡ଼ିଥିବା ଏହି ଯୁବକ ଜଣକ ବେକାର ଜୀବନ ବିତାଉଛନ୍ତି। ପରିବାର କହିଲେ ସେ, ତାଙ୍କ ମାତା ଓ ପିତାଙ୍କୁ ବୁଝାଉଥିଲା। ତାଙ୍କ ପିତା ୫୮ ବର୍ଷୀୟ କେ. ସେଲ୍‌ଭାରାଜ ଥିଲେ ଜଣେ ବଣିଆ। କିନ୍ତୁ ସେ ଆଉ ବଣିଆ କାମ ନ କରି ଥାଡ଼ାଗାମ୍‌ଠାରେ ଦୁଇଟି ଘର ଭଡ଼ାରେ ଦେଇ ଚଳନ୍ତି। ଭଡ଼ାରୁ ମିଳୁଥିବା ଅର୍ଥରେ ଘର ଚଳୁଥିଲା। କିଛି ମାସ ପୂର୍ବରୁ ସେଲ୍‌ଭାରାଜଙ୍କ ସ୍ତ୍ରୀ ଆମେରିକାରେ ଥିବା ଝିଅଙ୍କ ପାଖକୁ ସମୟ କଟାଇବାକୁ ଯାଇଛନ୍ତି। ରାୟାପ୍ପାପୁରମ୍‌ ସେକେଣ୍ଡ ଷ୍ଟ୍ରୀଟ୍‌ରେ ଥିବା ଘରର ପ୍ରଥମ ମହଲାରେ ପିତା ଓ ପୁତ୍ର ରହୁଥିଲେ। ଉଭୟେ କାମକୁ ନ ଯାଇ ଭଡ଼ାରୁ ମିଳୁଥିବା ଟଙ୍କା ଖର୍ଚ୍ଚ କରୁଥିଲେ। ଦୁଇ ଜଣ ମଧ୍ୟ ନିଶାସକ୍ତ। ତେବେ ଅଘଟଣର ସୂତ୍ରପାତ ଦୁଇ ସପ୍ତାହ ତଳୁ ଆରମ୍ଭ ହୋଇଥିଲା। ସେଲ୍‌ଭାରାଜ ତାଙ୍କ ପୁଅଙ୍କ ମୁହଁ ଉପରେ ରାତିରେ କ୍ରମାଗତ ପରିସ୍ରା କରିଚାଲୁଥିଲେ। ଗତ ରବିବାର ରାତି ପ୍ରାୟ ଦୁଇଟା ବେଳେ ପୂର୍ବଭଳି ସେଲ୍‌ଭାରାଜ ତାଙ୍କ ପୁଅଙ୍କ ମୁହଁ ଉପରେ ପରିସ୍ରା କରିଦେଇଥିଲେ। ...

ସମ୍ପାଦକୀୟ/ ବ୍ୟାଣ୍ଡ୍‌-ଏଡ୍‌ ସମାଧାନ

ସମ୍ପାଦକୀୟ/ ବ୍ୟାଣ୍ଡ୍‌-ଏଡ୍‌ ସମାଧାନ

ଚତୁର୍ଥ ଜାତୀୟ ସ୍ବାସ୍ଥ୍ୟ ଓ ପରିବାର ସର୍ଭେ (ଏନ୍‌ଏଚ୍‌ଏଫ୍‌ଏସ୍‌) ରିପୋର୍ଟ ଅନୁଯାୟୀ ସହରୀ ଭାରତର ୫୬ ପ୍ରତିଶତ ଲୋକ ଘରୋଇ ସ୍ବାସ୍ଥ୍ୟସେବା ଉପରେ ନିର୍ଭର କରୁଥିବା ବେଳେ ଗ୍ରାମୀଣ ଭାରତର ୪୯ ପ୍ରତିଶତ ଘରୋଇ ଚିକିତ୍ସାକୁ ପସନ୍ଦ କରୁଛନ୍ତି। ସରକାରୀ ଡାକ୍ତରଖାନାକୁ ଅଧିକ ରୋଗୀ କିଭଳି ଯାଇପାରିବେ, ସେ ଦିଗରେ ସରକାର କାର୍ଯ୍ୟ କରୁଛନ୍ତି ବୋଲି ଯେତେ କହୁଥିଲେ ହେଁ ବାସ୍ତବତା ଉପରୋକ୍ତ ପରିସଂଖ୍ୟାନ ଦେଉଛି।

ସବୁ ତୁମ୍ଭ ପରସାଦ

ସବୁ ତୁମ୍ଭ ପରସାଦ

ବୈକୁଣ୍ଠନାଥ ମିଶ୍ର/ ପ୍ରଭୁ ବଡ଼ଠାକୁର ବଡ଼ଦେଉଳରେ ବଡ଼ଭାଇ ବଳରାମ ଓ ଭଉଣୀ ସୁଭଦ୍ରାଙ୍କ ସହ ରତ୍ନସିଂହାସନରେ ବିରାଜମାନ କରିଛନ୍ତି। ସବୁ ବଡ଼ର ସମାହାରରେ ସକଳ ମାନବୀୟ ରୀତିନୀତି ମଧ୍ୟରେ ଓଡ଼ିଆଙ୍କ ମୁରବି ସାଜି ବିସ୍ମୃତିର କେଉଁ ଅଜଣା କାଳରୁ ଲୀଳା କରିଆସୁଛନ୍ତି। ମାନବୀୟ ଆଚାର, ବିଚାର, ବିହାର ଓ ସ୍ନାନଭୋଜନାଦି କର୍ମ ସମ୍ପାଦନା ସହ ସାମ୍ୟ, ମୈତ୍ରୀ ଓ କରୁଣାର ବାରି ସିଞ୍ଚନ କରି ଓଡ଼ିଆ ପ୍ରାଣରେ ଭରିଦେଇଛନ୍ତି ଆଧ୍ୟାତ୍ମିକତାର ଉଚ୍ଛ୍ବାସ। ନାଲି ଅଧରରେ ମୃଦୁହସ ଓ ଚିକ୍କଣ କଳାବଦନର ସଂଦର୍ଶନରେ ଯୁଗ ଯୁଗର ପାପନାଶନର ପରିତୃପ୍ତି। ସମସ୍ତ ଦୁଃଖ ମୋଚନର ଅଙ୍ଗୀକାରବଦ୍ଧତା ଯେପରି ଲାଖିରହିଛି ବାହୁଯୁଗଳରେ। ସେ ମହାବାହୁ! ଯୋଗୀର ଯୋଗ, ତପସ୍ବୀର ତପସ୍ୟା, ଭକ୍ତର ଭକ୍ତି, ଗୃହସ୍ଥର ଗାର୍ହସ୍ଥ୍ୟଧର୍ମ ଓ ନାରୀ ମର୍ଯ୍ୟାଦାର ଅପୂର୍ବ ଉଦାହରଣ ତାଙ୍କ ଶ୍ରୀକ୍ଷେତ୍ର ଧାମର ବିଶେଷତ୍ୱ। ଯେ କୌଣସି ମତବାଦୀ ପାଇଁ ତା’ ସ୍ବକୀୟ ମତର ସାକାର ରୂପାନ୍ତର ତାଙ୍କ ରୂପଲାବଣ୍ୟରେ ସନ୍ନିବେଶିତ। ସେ ଶୈବର ଶିବ, ଶାକ୍ତର ଶକ୍ତି, ବୈଷ୍ଣବର ବିଷ୍ଣୁ, ଗାଣପତ୍ୟର ଗଣପତି, ତାନ୍ତ୍ରିକର ଭୈରବ ଓ ବୌଦ୍ଧର ବୁଦ୍ଧ। କାହା ପାଇଁ ସେ ଖଣ୍ଡିତ ଦରଗଢା ତ କାହା ପାଇଁ ଅଖଣ୍ଡ। ସେଥିପାଇଁ ତାଙ୍କୁ ବନ୍ଦନା କରାଯାଇଛି- ”ଖଣ୍ଡାଖଣ୍ଡସ୍ବରୂପାୟ ଦୃଶ୍ୟାଦୃଶ୍ୟମାନାୟ ଚ। ସାକାର-ନିରାକାରାୟ ଜଗନ୍ନାଥାୟ ତେ ନମଃ।ା“ ସେ ଅପଲକ ଚକାଆଖି ଆଶ୍ୱାସନାର ଆଖି। ପୁଣ୍ୟାତ୍ମା ପାଇଁ ସେଥିରେ ଅଛି ଅଭୟ ଓ ପାପୀକୁ ତାଡ଼ନାର ସୂଚନା। ସେ ମାନବକୁ ଅହରହ ଚେତାବନୀ ଦେଉଥାଏ ଓ ନୀରବରେ କହୁଥାଏ- ରେ ମୂଢ଼ମତି ! ତୁ କ’ଣ କରୁଛୁ ନିଜେ ଜାଣିପାରୁନୁ। ପାପକର୍ମରେ ତୋର ଆଗ୍ରହ କିନ୍ତୁ ପାପର ଫଳ ଭୋଗିବାକୁ ତୋର ଘୋର କୁଣ୍ଠା। ଆଦୌ ପୁଣ୍ୟ ନ କରି ପୁଣ୍ୟଫଳରେ ତୋର ପ୍ରବଳ ଲାଳସା।...

କ୍ୱାଣ୍ଟମ୍‌ କମ୍ପ୍ୟୁଟର ଓ ସାଇବର ଅପରାଧ

କ୍ୱାଣ୍ଟମ୍‌ କମ୍ପ୍ୟୁଟର ଓ ସାଇବର ଅପରାଧ

ଡା. ଦ୍ୱିଜେଶ କୁମାର ପଣ୍ଡା/ ଆଜିକାଲି କମ୍ପ୍ୟୁଟର ଦୈନନ୍ଦିନ ଅନେକ କାର୍ଯ୍ୟରେ ନିୟୋଜିତ ହେଉଛି। ଯୋଗାଯୋଗ, ବ୍ୟବସାୟିକ କାରବାର, ଲୋକସଂପର୍କ ଏବଂ ଗବେଷଣା ଏହାଦ୍ୱାରା ସମ୍ଭବ ହେଉଛି। ବ୍ୟକ୍ତିଗତ ଖାତା, ଆଇଡି ଓ ଗୋପନୀୟ ତଥ୍ୟ ଏଥିରେ ସୁରକ୍ଷିତ ଥାଏ। ଆଜିକାଲି ଏହି ଗୁପ୍ତ ତଥ୍ୟ ଜାଣିବାର ଉପାୟ ବାହାରିଲାଣି। ଏହାକୁ ହ୍ୟାକିଂ କୁହାଯାଏ। ଅର୍ଥ ଆଦାୟ ପାଇଁ ଅସାମାଜିକ ବ୍ୟକ୍ତି ସୁରକ୍ଷା ବଳୟକୁ ଭେଦ କରି ଗୋପନୀୟ ତଥ୍ୟ ହାସଲ କରୁଛନ୍ତି। ୨୦୧୬ ମସିହାରେ ଆମେରିକାର ଜାତୀୟ ସୁରକ୍ଷା ପ୍ରତିନିଧିଙ୍କ ଅନେକ ଗୁପ୍ତ ତଥ୍ୟ ସାଡୋ ଓ ବ୍ରୋକର ନାମକ ଏକ ହ୍ୟାକିଂ ସଂସ୍ଥା ଅକ୍ତିଆର କରିଥିଲା। ଜୁନ୍‌ ୨୮ ତାରିଖରେ ବମ୍ବେ ବନ୍ଦର ସାଇବର ଆକ୍ରମଣର ଶିକାର ହୋଇଥିଲା। ହ୍ୟାକରମାନେ ବ୍ୟକ୍ତିଗତ ଇମେଲ୍‌ ଆକାଉଣ୍ଟରେ ପ୍ରବେଶ କରି ସେଥିରେ ଥିବା ବ୍ୟକ୍ତିର ବନ୍ଧୁମାନଙ୍କ ପାଖକୁ ଛଦ୍ମ ନାମରେ ଚିଠି ଲେଖି ପଇସା ମାଗୁଛନ୍ତି। ୨୦୧୭ ମସିହାରେ ରାନ୍‌ସମ୍‌ୱେର ଭାଇରସ୍‌ ବିଶ୍ୱରେ ହଇଚଇ ସୃଷ୍ଟି କରିଥିଲା। ୨୦୧୮ ପାଇଁ ହ୍ୟାକରମାନେ ଅନେକ ବିପଜ୍ଜନକ ଆକ୍ରମଣ ଯୋଜନା ପ୍ରସ୍ତୁତ କରିସାରିଲେଣି। ବିଶ୍ୱର ଧନୀ ବ୍ୟକ୍ତିମାନଙ୍କୁ ସେମାନେ ଟାର୍ଗେଟ୍‌ କରିବେ। ଏଣୁ ୨୦୧୮ରେ ହ୍ୟାକିଂରୁ ମୁକ୍ତି ପାଇବା ପାଇଁ ଆମେରିକାସ୍ଥିତ ଇଣ୍ଟରନେଟ୍‌ ସୁରକ୍ଷା କମ୍ପାନୀ ‘ମ୍ୟାକେଫି’ ସତର୍କ କରାଇ ଦେଇଛି।...

ଏଇ ଭାରତରେ

ଦୁର୍ନୀତିର ହ୍ରାସ ଘଟିବ, ଲୋକଙ୍କ ନିକଟରେ କିଛି ଅଛପା ରହିବ ନାହିଁ, ସ୍ବଚ୍ଛତା ଫେରିବ-ଏମିତି ଚିନ୍ତାକରି ଦେଶରେ ପ୍ରଣୟନ କରାଯାଇଛି ସୂଚନା ଅଧିକାର ଆଇନ। ଏହି ଆଇନ ବଳରେ ଯେ କେହି ବ୍ୟକ୍ତି ସରକାରଙ୍କଠାରୁ ସୂଚନା ପ୍ରାପ୍ତ କରିପାରିବେ। କୌଣସି ଅନିୟମିତତା ହେଉଥିଲେ ତାହା ପଦାକୁ ଆଣିପାରିବେ। ଏହି ଆଇନ ପ୍ରଣୟନ ହେବା ପରେ ଅନେକ ସୂଚନାଧିକାର କର୍ମୀ ବାହାରିଲେଣି। ସେମାନେ ବହୁ ଗୋପନ କଥା ଲୋକଙ୍କ ସାମ୍ନାକୁ ଆଣିପାରୁଛନ୍ତି। କିନ୍ତୁ ଏମିତି କିଛି ସୂଚନାଧିକାର କର୍ମୀ ବୋଲାଉଥିବା ବ୍ୟକ୍ତି ଅଛନ୍ତି ଯେଉଁମାନେ ଏହି ଆଇନକୁ ରୋଜଗାରର ମାଧ୍ୟମ କରିସାରିଲେଣି। ସୂଚନା ପ୍ରକାଶ କରିଦେବାର ଧମକ ଦେଇ ମୋଟାଅଙ୍କର ଅର୍ଥ ଆଦାୟ କରୁଛନ୍ତି। ସେମିତି ଜଣେ ମହିଳାଙ୍କୁ ଠାଣେ ପୋଲିସ ରବିବାର ସାରେ ଗିରଫ କରିଛି। ମହାରାଷ୍ଟ୍ରର ଠାଣେ ଅଞ୍ଚଳସ୍ଥିତ ଏକ ନ୍ୟୁଜ୍‌ ଚାନେଲର ଖବରଦାତା ତଥା ସୂଚନାଧିକାର କର୍ମୀ ଚାରୁଶିଳା ଆର୍‌ଟିଆଇର ଭୟ ଦେଖାଇ ଜଣେ ବିଲ୍‌ଡରଙ୍କଠାରୁ ୫୦ଲକ୍ଷ ଟଙ୍କା ଦାବି କରିଥିଲେ। ଟଙ୍କା ନ ଦେଲେ ସେ ତାଙ୍କ ନାମରେ କଲ୍ୟାଣ-ଡୋମ୍ବିଭ୍ଲି ମ୍ୟୁନିସିପାଲ କର୍ପୋରେସନରେ କରିଥିବା ଅଭିଯୋଗ ଆଧାରରେ ସେ ନିର୍ମାଣ କରିଥିବା କୋଠା ଭାଙ୍ଗିଦେବେ ବୋଲି ଧମକ ଦେଇଥିଲେ। ବିଲ୍‌ଡର ଜଣକ ଗତ ୩ ତାରିଖରେ ଚାରୁଶିଳାଙ୍କୁ ୨ଲକ୍ଷ ଟଙ୍କା ଦେଇଥିଲେ। ଏ ସମ୍ପର୍କରେ ପୋଲିସରେ ମଧ୍ୟ ଅଭିଯୋଗ କରିିଥିଲେ। ରବିବାର ପୂର୍ବ ନିର୍ଦ୍ଧାରିତ ଯୋଜନା ମୁତାବକ ଆଉ ୫ଲକ୍ଷ ଟଙ୍କା ଦିଆଯିବା ବେଳେ ପୋଲିସ ଚାରୁଶିଳାଙ୍କୁ ଗିରଫ କରିଛି। ତାଙ୍କ ନାମରେ ଅର୍ଥଶୋଷଣ ଅଭିଯୋଗରେ ଆଇପିସିର ଦଫା ୩୮୪ ଲଗାଯାଇଛି।

ସ୍ବାର୍ଥ ପାଇଁ ବିଦ୍ରୋହ

ସ୍ବାର୍ଥ ପାଇଁ ବିଦ୍ରୋହ

ଭାରତର ନ୍ୟାୟ ବ୍ୟବସ୍ଥା ପାଇଁ ୨୦୧୮ ଜାନୁୟାରୀ ୧୨ ଶୁକ୍ରବାର ଏକ କଳା ଦିବସ ଥିଲା। ସାଧାରଣ ନାଗରିକ ଭାବେ ଦେଖିଲେ ଏହା ଦେଶର ନ୍ୟାୟ ବ୍ୟବସ୍ଥାରେ ଘଟୁଥିବା ନକାରାତ୍ମକ ଦିଗକୁ ପଦାରେ ପକାଇଥିଲା। ସୁପ୍ରିମ୍‌କୋର୍ଟର ୪ଜଣ ବରିଷ୍ଠ ବିଚାରପତି ଜଷ୍ଟି ଚେଲାମେଶ୍ୱର, ରଞ୍ଜନ ଗୋଗୋଇ, ମଦନ ବି. ଲୋକୁର ଏବଂ କୁରିଏନ୍‌ ଯୋଶେଫ୍‌ ଏକ ସାମ୍ବାଦିକ ସମ୍ମିଳନୀ ଡକାଇ ପ୍ରଧାନ ବିଚାରପତି ଦୀପକ ମିଶ୍ରଙ୍କ ବିରୋଧରେ ବିଷୋଦ୍‌ଗାର କରିଥିଲେ। ଆଇନ ପାଠ ପଢ଼ିନାହଁୁ। ଆଜୀବନ ଚେଷ୍ଟା କରିଆସିଛୁ କେଉଁ ଉପାୟରେ ଥାନା ଓ ନ୍ୟାୟାଳୟଠାରୁ ଦୂରେଇ ରହିହେବ। କିନ୍ତୁ ଦେଶର ଭାରସାମ୍ୟ ରକ୍ଷା କରୁଥିବା ଉଚ୍ଚତମ ନ୍ୟାୟାଳୟର ଏହି ୪ଜଣ ବିଚାରପତିଙ୍କ ବ୍ୟବହାରରେ, କାହିଁକି କେଜାଣି ମନକୁ ଦୁଃଖ ଲାଗିଲା। ଏହି ଭାରତରେ ଅମଲାତନ୍ତ୍ରୀଙ୍କ ଦୁର୍ନୀତି ସାଧାରଣ ନାଗରିକକୁ ଅତିଷ୍ଠ କରିସାରିଲାଣି। ରାଜନୈତିକ ବ୍ୟକ୍ତିଙ୍କ ଅସତ୍ୟ ବାଣୀ ଏବଂ ବ୍ୟକ୍ତିଗତ ଲୋଭରେ ଦେଶବାସୀ ଜର୍ଜରିତ ହୋଇସାରିଲେଣି। କେବଳ ଦେଶର ସମ୍ପତ୍ତିକୁ ଲୁଟି ବଡ଼ ଶିଳ୍ପପତି କିମ୍ବା ବ୍ୟବସାୟୀ ପାଲଟିଥିବା ବ୍ୟକ୍ତି ଓ କର୍ପୋରେଟ୍‌ ଉପରୁ ଜନତାଙ୍କ ବିଶ୍ୱାସ ତୁଟିସାରିଲାଣି। ଏଭଳି ପ୍ରଚ୍ଛଦପଟରେ ଏକମାତ୍ର ସାହାଭରସା ଭାବେ ଦିଶୁଥିବା ନ୍ୟାୟାଳୟର ନ୍ୟାୟାଧୀଶମାନଙ୍କ ଏଭଳି ବ୍ୟବହାର ଏକ ହତାଶ ବାତାବରଣ ସୃଷ୍ଟି କରୁଛି। ଉପରୋକ୍ତ ୪ଜଣ ବିଚାରପତିଙ୍କ ଲାଇଭ୍‌ ଟେଲିକାଷ୍ଟ୍‌ ଦେଖିଲାବେଳକୁ ମନରେ ଅନେକ ପ୍ରଶ୍ନ ଉଠିଥିଲା। ଯଦି ଦେଶର କୌଣସି ହାଇକୋର୍ଟର ୪ଜଣ ବିଚାରପତି ଏଭଳି ସାମ୍ବାଦିକ ସମ୍ମିଳନୀ ଡକାଇ ନିଜର ଅବାଞ୍ଛିତ କ୍ଷୋଭ ପ୍ରକାଶ କରିଥାନ୍ତେ, ତେବେ ସେମାନଙ୍କ ଚାକିରି ଜୀବନରେ କେଉଁ ଦଶା ଭୋଗିବାକୁ ପଡ଼ିଥାନ୍ତା ତାହା କଳ୍ପନା ବାହାରେ। ତତ୍‌କ୍ଷଣାତ୍‌ ବଦଳି ହେବା ସହିତ ସେହି ଜଜ୍‌ମାନଙ୍କର ଡାକଠିକଣା ମିଳିବା କଷ୍ଟକର ହୋଇପଡ଼ିଥାନ୍ତା।

ଏଇ ଭାରତରେ

ଏଇ ଭାରତରେ

ଏହାକୁ କହିବ ଲୈଲା-ମଜ୍‌ନୁ ପ୍ରେମ। ଘରର ବାରଣ, ପୋଲିସର ନାଲିଆଖି, ଅଦାଲତର ନିଷ୍ପତ୍ତି, ସ୍ବଧାର ଗୃହର ପରାମର୍ଶ ଏପରି କି ଗାଁରେ ଦେଖାଦେଇଥିବା ଉତ୍ତେଜନା-କିଛି ପ୍ରଭାବ ପକାଇଲା ନାହିଁ ଯୁବତୀଙ୍କ ଉପରେ। ସଚ୍ଚାପ୍ରେମର ନିଦର୍ଶନ ଦେଖାଇ ସେ ବାଛିନେଲେ ପ୍ରେମିକଙ୍କ ଘରେ ସବୁଦିନ ଜୀବନସାଥୀ ହୋଇ ରହିବାକୁ। ଝିଅ-ପୁଅ ଯେତେବେଳେ ରାଜି, ସେଠି ପୋଲିସ ବା କ’ଣ କରିବ। ପରିବାର ଲୋକେ ବି ନିରୁପାୟ। ଘଟଣାଟି ଘଟିଛି ବିହାରର ଅର୍‌ଓ୍ବଲ ଜିଲା ଅନ୍ତର୍ଗତ ରୂପ୍‌ଚାଇ ଗ୍ରାମରେ। ଏହି ଗ୍ରାମର ଜଣେ ଉଚ୍ଚବର୍ଣ୍ଣର ଯୁବତୀ ଭଲପାଇ ବସିଲେ ଧନଞ୍ଜୟ କୁମାର ନାମକ ଜଣେ ଦଳିତ ବର୍ଗର ଯୁବକଙ୍କୁ। ପରସ୍ପରକୁ ଜୀବନସାଥୀ କରିନେବାର ନିଷ୍ପତ୍ତି ନେଲେ।

ସ୍ବପ୍ନର ରୂପାୟନ

ସ୍ବପ୍ନର ରୂପାୟନ

ଅଭିମନ୍ୟୁ ଧଳ/ ବଡ ହେଲେ କ’ଣ ହେବ?’ ବିଦ୍ୟାର୍ଥୀଙ୍କୁ ପ୍ରଶ୍ନ ପଚାରିଲେ ସେମାନେ କହିଥାନ୍ତି, ”ଡାକ୍ତର, ଇଞ୍ଜିନିୟର, ବୈଜ୍ଞାନିକ, ପ୍ରଶାସନିକ ଅଧିକାରୀ ହେବାକୁ ଆମେ ସ୍ବପ୍ନ ଦେଖୁଛୁ।“ ସେମାନେ ଜଣେ ବ୍ୟବସାୟୀ କିମ୍ବା କୃଷକ ହେବେ ବୋଲି କହି ନ ଥାନ୍ତି। କାଳିଦାସ କହିଥିଲେ: ”ବାଣିଜ୍ୟେ ବସତେ ଲକ୍ଷ୍ମୀସ୍ତଦର୍ଦ୍ଧଂ କୃଷିକର୍ମଣି। ତଦର୍ଦ୍ଧଂ ରାଜସେବାୟାଂ ଭିକ୍ଷା ନୈବ ଚ ନୈବ ଚ।“ ଅର୍ଥାତ୍‌ କିନ୍ତୁ ଆଜିକାଲି ଯୁଗ ବଦଳିଯାଇଛି, ବାଣିଜ୍ୟ ଓ କୃଷିକୁ ଛାଡ଼ି ସମସ୍ତେ ଚାକିରିମୁହଁା ଧରିଛନ୍ତି। ବାଣିଜ୍ୟ ପାଇଁ ପୁଞ୍ଜି ପ୍ରଥମ ବାଧକ ସାଜିଥିବା ବେଳେ ସରକାରୀ ନିୟମର ଜଟିଳତା ପାଇଁ ମନ ମରିଯାଏ। କୃଷି ତ କ୍ଷତିରେ ହିଁ ଚାଲିଛି। ଏହା ଆଉ ଗୌରବ ବହନ କରିପାରୁନି। ଶିଶୁଟି ଜନ୍ମ ହେବା ପରଠାରୁ ମା’ବାପାଙ୍କ ସ୍ବପ୍ନ ଆରମ୍ଭ ହୋଇଯାଏ। କେଉଁ ସ୍କୁଲରେ ପଢିବ, କିଭଳି ଚାକିରି କରିବ ସେଥିପାଇଁ ବେଶ୍‌ ଲାଗିପଡନ୍ତି। ଦିନରାତି ଏକ କରି, ମୁଠାମୁଠା ଅର୍ଥ ବ୍ୟୟ କରିବା ପରେ ତାଙ୍କ ସ୍ବପ୍ନ କ’ଣ ସାର୍ଥକ ହୁଏ? ଭାରତ ଭଳି ବିକାଶଶୀଳ ରାଷ୍ଟ୍ର ପାଇଁ ଏହା ପ୍ରଥମ ପ୍ରତିବନ୍ଧକ ରୂପେ ଉଭା ହୋଇଛି।

ପ୍ରସାରଣ ହିଁ ଜୀବନ

ପ୍ରସାରଣ ହିଁ ଜୀବନ

ଡ. ଶରତ ଚନ୍ଦ୍ର ରଥ/ ଆମେ ବହୁ ବ୍ୟକ୍ତି, ବହୁ ଦୃଶ୍ୟ ଦେଖୁଛୁ, ମାତ୍ର ନିଜକୁ ଦେଖୁନାହୁଁ। ଏ କଥା ଶୁଣିଲା ମାତ୍ରେ ମନକୁ ଆସିବ ଯେ ଆମେ ତ ନିଜ ଶରୀରକୁ ଦେଖୁଛୁ, ଅଇନାରେ ନିଜ ମୁହଁକୁ ଦେଖିପାରୁଛୁ, ଆଉ ଦେଖୁନାହୁଁ କିପରି? ଏ କଥାର ଅର୍ଥ ହେଉଛି ଆମେ ନିଜର ଭିତର ରୂପ ଆଡକୁ ଧ୍ୟାନ ଦେଇନାହୁଁ, ଭିତର ସ୍ବର ଶୁଣିବାକୁ କାନ ଦେଇନାହୁଁ। ଚର୍ମଆଖିରେ ଭିତରକୁ ଦେଖିହେବ ନାହିଁ, ମର୍ମ ଆଖିରେ ଦେଖିହେବ। ବାହାର କାନରେ ନିଜକୁ ଶୁଣିହେବ ନାହିଁ, ଭିତର କାନରେ ଶୁଣିହେବ। ମନ ଦ୍ୱାରା ଏହା ସମ୍ଭବ ହେବନାହିଁ, ମନଠାରୁ ଆଉ ଏକ ବଡକଥା ଆମ ଭିତରେ ରହିଛି, ତାହା ହେଉଛି ବିବେକ ସତ୍ତା ଓ ବିଚାରବୋଧ। ବିବେକରୁ ବିଚାର ଆସେ, ଭୁଲ ଠିକ୍‌ ଜାଣିହୁଏ। ଭୁଲ ଠିକ୍‌ ଜାଣିପାରିବା ହିଁ ନିଜକୁ ଠିକ୍‌ ଅର୍ଥରେ ଦେଖିବା ଓ ନିଜକୁ ଠିକ୍‌ ଅର୍ଥରେ ଶୁଣିବା। ଏପରି ଦେଖିବା ଅର୍ଥ ନିଜ ସହ ଅନ୍ୟମାନଙ୍କୁ ମିଶାଇ ଦେଖିବା, ଅନ୍ୟମାନଙ୍କୁ ନିଜ ପରି ଦେଖିବା ଏବଂ ନିଜକୁ ଅନ୍ୟମାନଙ୍କ ଭିତରେ ଦେଖିବା। ଏପରି ଦେଖିଲେ ପରସ୍ପର ପ୍ରତି ଶ୍ରଦ୍ଧା, ସ୍ନେହ ବଢେ ଓ ମାନସିକ ଶାନ୍ତି ଅତୁଟ ରହେ। କେବଳ ନିଜକୁ ଦେଖିବା ଅର୍ଥାତ୍‌ ନିଜ ସୁବିଧା ପ୍ରତି ଦୃଷ୍ଟିଦେବା ହେଉଛି ସ୍ବାର୍ଥପରତା ଓ ସଂକୀର୍ଣ୍ଣତା। ଶ୍ରୀଅରବିନ୍ଦ ଏହାକୁ ସବୁଠାରୁ ବଡ ପାପ ବୋଲି କହିଛନ୍ତି। ସ୍ବାମୀ ବିବେକାନନ୍ଦ ସଂକୀର୍ଣ୍ଣତା ହିଁ ମୃତ୍ୟୁ ଓ ପ୍ରସାରଣ ହିଁ ଜୀବନ ବୋଲି କହିଛନ୍ତି।