Dharitri News
ବାଣିଜ୍ୟ |

୧ ଲକ୍ଷରୁ ଊର୍ଦ୍ଧ୍ୱ ଏଟିଏମ୍‌ ଖୋଲିବ ପେଟିଏମ୍‌

୧ ଲକ୍ଷରୁ ଊର୍ଦ୍ଧ୍ୱ ଏଟିଏମ୍‌ ଖୋଲିବ ପେଟିଏମ୍‌ ବମ୍ବେ,୫-୧୨ ନୂଆ କରି ଗଠନ ହୋଇଥିବା ପେଟିଏମ୍‌ ପେମେଣ୍ଟ୍‌ସ ବ୍ୟାଙ୍କ ସମଗ୍ର ଦେଶରେ ଏହାର ବ୍ୟାଙ୍କିଙ୍ଗ୍‌ ସେବାକୁ ପହଞ୍ଚାଇବା ପାଇଁ ୧ ଲକ୍ଷରୁ ଅଧିକ ‘ପେଟିଏମ୍‌ କା ଏଟିଏମ୍‌’ ବ୍ୟାଙ୍କିଙ୍ଗ୍‌ ଆଉଟ୍‌ଲେଟ୍‌ ଖୋଲିବ। ଅଫ୍‌ଲାଇନ୍‌ ଡିଷ୍ଟ୍ରିବ୍ୟୁଶନ୍‌ ନେଟ୍‌ଓ୍ବର୍କ ସମ୍ପ୍ରସାରଣ ଲାଗି ଆସନ୍ତା ୩ ବର୍ଷରେ କମ୍ପାନୀ ୩୦୦୦ କୋଟି ଟଙ୍କା ନିବେଶ କରିବ। କ୍ୟାଶ ଇନ୍‌ ଏବଂ କ୍ୟାଶ୍‌-ଆଉଟ୍‌ ପଏଣ୍ଟ ଭାବେ ଏହା ଭରସାଯୋଗ୍ୟ ଲୋକାଲ ପାର୍ଟନରମାନଙ୍କୁ ନିୟୋଜିତ କରିବ। ପ୍ରତି ଭାରତୀୟଙ୍କ ନିକଟରେ ଯେପରି ବ୍ୟାଙ୍କ ସେବା ପହଞ୍ଚିବ ତାହାକୁ ନିଶ୍ଚିତ କରିବା ପାଇଁ ପେଟିଏମ୍‌ କା ଏଟିଏମ୍‌ ବ୍ୟାଙ୍କିଙ୍ଗ ଆଉଟ୍‌ଲେଟ୍‌ ଆମର ଏକ ଅନନ୍ୟ ପଦକ୍ଷେପ ବୋଲି ଏହି ପରିପ୍ରେକ୍ଷୀରେ ପେଟିଏମ୍‌ ପେମେଣ୍ଟ୍‌ସ ବ୍ୟାଙ୍କର ଏମ୍‌ଡି ରେଣୁ ସତ୍ତୀ ପ୍ରକାଶ କରିଛନ୍ତି। ଅନେକ ଅପହଞ୍ଚ ସ୍ଥାନ ଅଛି ଯେଉଁଠାରେ ଲୋକମାନେ ବ୍ୟାଙ୍କ ସେବାରୁ ବଞ୍ଚିତ ଅଛନ୍ତି। ସେମାନଙ୍କ ପାଇଁ ଏହି ହିପର୍‌-ଲୋକାଲ ବ୍ୟାଙ୍କିଙ୍ଗ୍‌ ମଡେଲ୍‌ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ ବୋଲି ସେ କହିଛନ୍ତି। ନିକଟବର୍ତ୍ତୀ ଦୋକାନଗୁଡିକୁ ଏଟିଏମ୍‌ କରାଯିବ। ଏଗୁଡିକ ପେଟିଏମ୍‌ ପାଇଁ ବ୍ୟବସାୟିକ ପ୍ରତିନିଧି(ବିସି) ଭାବେ କାର୍ଯ୍ୟ କରିବେ। ସଞ୍ଚୟ ଖାତା ଖୋଲିବା, ଟଙ୍କା ଜମା ଏବଂ ଉଠାଣ ଆଦି ସେବା ଏମାନେ ଯୋଗାଇବେ। ପ୍ରାଥମିକ ପର୍ଯ୍ୟାୟରେ ପେଟିଏମ୍‌ ଦିଲ୍ଲୀ ଏନ୍‌ସିଆର୍‌, ଲକ୍ଷ୍ନୌ, କାନ୍‌ପୁର, ଆଲ୍ଲାହାବାଦ, ବାରାଣସୀ ଏବଂ ଅଲ୍ଲିଗଡ ଆଦି ବଛା ବଛା ସହରରେ ୩,୦୦୦ ‘ପେଟିଏମ୍‌ କା ଏଟିଏମ୍‌ ପଏଣ୍ଟ’ ଖୋଲିଛି।

ବାଣିଜ୍ୟ |

୧୦% ବଢ଼ିପାରେ ଖାଦ୍ୟ ସବ୍‌ସିଡି ବିଲ୍‌

୧୦% ବଢ଼ିପାରେ ଖାଦ୍ୟ ସବ୍‌ସିଡି ବିଲ୍‌

ଆସନ୍ତା ବଜେଟ୍‌ରେ କେନ୍ଦ୍ର ସରକାର ଖାଦ୍ୟ ସବ୍‌ସିଡି ବିଲ୍‌ ବାବଦ ବ୍ୟୟବରାଦରେ ୧୦% ବୃଦ୍ଧି ଘଟାଇପାରନ୍ତି। ଏଥିପାଇଁ ବଜେଟ୍‌ରେ ୧.୬୦ ଲକ୍ଷ କୋଟି ଟଙ୍କା ବ୍ୟୟବରାଦ କରାଯାଇପାରେ ବୋଲି ସୂତ୍ରରୁ ଜଣାଯାଇଛି।

କାନାରା ବ୍ୟାଙ୍କର ଆନ୍ତଃ ବ୍ୟାଙ୍କ ହିନ୍ଦୀ ପ୍ରତିଯୋଗିତା

କାନାରା ବ୍ୟାଙ୍କର ଆନ୍ତଃ ବ୍ୟାଙ୍କ ହିନ୍ଦୀ ପ୍ରତିଯୋଗିତା

ଭୁବନେଶ୍ୱର,୧୬-୧ କାନାରା ବ୍ୟାଙ୍କ ପକ୍ଷରୁ ଭୁବନେଶ୍ୱର ମଣ୍ଡଳ କାର୍ଯ୍ୟାଳୟରେ ଚିତ୍ର କିଛି କହେ ଶୀର୍ଷକ ଆନ୍ତଃ ବ୍ୟାଙ୍କ ହିନ୍ଦୀ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମ ନଗର ରାଜଭାଷା କମିଟି ତତ୍ୱାବଧାନରେ ଅନୁଷ୍ଠିତ ହୋଇଥିଲା।

ଟେଲିକମ୍‌ ଶିଳ୍ପରେ ହେବ ବଡ ଛଟେଇ

ଟେଲିକମ୍‌ ଶିଳ୍ପରେ ହେବ ବଡ ଛଟେଇ

ବମ୍ବେ,୧୫-୧(ପି.ଟି.) ଏକଦା ଅନ୍ୟତମ ଦୀପ୍ତିମାନ ଶିଳ୍ପ ଭାବେ ପ୍ରତିପାଦିତ ହେଉଥିଲା ଦେଶର ଟେଲିକମ୍‌ ଶିଳ୍ପ। ନମ୍ବର ୧ ନିଯୁକ୍ତି ପ୍ରଦାନକାରୀ ଭାବେ ଏହା ପରିଗଣିତ ହେଉଥିଲା। କିନ୍ତୁ ଏବେ ଏହି ଶିଳ୍ପ ନିଜର ଚମକ ହରାଇଛି। ଅନିଶ୍ଚିତତା ମଧ୍ୟ ଦେଇ ଏହା ଗତି କରୁଛି।

ସର୍ବନିମ୍ନ ବିକଳ୍ପ ଟିକସ ହ୍ରାସ କରି ପାରେ ଅର୍ଥ ମନ୍ତ୍ରଣାଳୟ

ସର୍ବନିମ୍ନ ବିକଳ୍ପ ଟିକସ ହ୍ରାସ କରି ପାରେ ଅର୍ଥ ମନ୍ତ୍ରଣାଳୟ

ନୂଆଦିଲ୍ଲୀ,୧୫-୧ ଆଗାମୀ ବଜେଟରେ ଅର୍ଥ ମନ୍ତ୍ରଣାଳୟ ସର୍ବନିମ୍ନ ବିକଳ୍ପ ଟିକସ(ମ୍ୟାଟ୍‌) ହ୍ରାସ କରିପାରେ। ଆମେରିକାର ଟିକସ ସଂସ୍କାର ଯୋଗୁ ବଜାର ଉପରେ ପଡୁଥିବା ପ୍ରଭାବକୁ ନଜରରେ ରଖି ସରକାର ଏହି ଭଳି ନିଷ୍ପତ୍ତି ନେଇ ପାରନ୍ତି ବୋଲି ବଜାର ବିଶେଷଜ୍ଞ ମାନେ ପୂର୍ବାନୁମାନ କରିଛନ୍ତି।

ରିୟଲ ଇଷ୍ଟେଟକୁ ମିଳୁ ଶିଳ୍ପ ମାନ୍ୟତା

ରିୟଲ ଇଷ୍ଟେଟକୁ ମିଳୁ ଶିଳ୍ପ ମାନ୍ୟତା

ନୂଆଦିଲ୍ଲୀ,୧୫-୧ ବଜେଟରେ ସରକାର ରିଲୟ ଇଷ୍ଟେଟକୁ ସରକାର ଶିଳ୍ପ ମାନ୍ୟତା ପ୍ରଦାନ କରିବା ଉଚିତ। ଏହା ସହ ଉକ୍ତ କ୍ଷେତ୍ରରେ ଚାଲୁ ରହିଥିବା ପ୍ରକଳ୍ପ ଉପରୁ ଜିଏସଟି ହ୍ରାସ, ସିଙ୍ଗିଲ ଓ୍ବିଣ୍ଡୋ ମଞ୍ଜୁରୀ ବ୍ୟବସ୍ଥା ପ୍ରଦାନ ଲାଗି ବ୍ୟବସ୍ଥା ମାନ କରନ୍ତୁ ବୋଲି ପ୍ରପର୍ଟି କନସଲଟାଣ୍ଟ ଆନାରକ୍‌ ପ୍ରସ୍ତାବ ଦେଇଛି।

ସୁନା ଉପରୁ ଆମଦାନୀ ଶୁଳ୍କ ହ୍ରାସ ହୋଇପାରେ

ସୁନା ଉପରୁ ଆମଦାନୀ ଶୁଳ୍କ ହ୍ରାସ ହୋଇପାରେ

ନୂଆଦିଲ୍ଲୀ,୧୫-୧ ବଜେଟରେ ସୁନା ଉପରେ ଲାଗୁ ହେଉଥିବା ଆମଦାନୀ ଶୁଳ୍କ ହ୍ରାସ ସପକ୍ଷରେ ବାଣିଜ୍ୟ ମନ୍ତ୍ରଣାଳୟ ରହିଛି। ଆମଦାନୀ ଟିକସ ହ୍ରାସ ଦ୍ୱାରା ସୁନା ଗହଣା ରପ୍ତାନିକୁ ପ୍ରୋତ୍ସାହିତ କରାଯିବାକୁ ଯୋଜନା ରହିଥିବା ଜଣେ ସରକାରୀ ଅଧିକାରୀ ସୂଚନା ଦେଇଛନ୍ତି। ବର୍ତ୍ତମାନ ସୁନା ଉପରେ ୧୦% ଆମଦାନୀ ଟିକସ ଲାଗୁ ହେଉଛି।

ଫେବୃୟାରୀ ୯ରୁ ୧୪ତମ ଅଟୋ ଏକ୍ସପୋ

ଫେବୃୟାରୀ ୯ରୁ ୧୪ତମ ଅଟୋ ଏକ୍ସପୋ

ବମ୍ବେ,୧୫-୧ ଆସନ୍ତା ମାସ ୯ରୁ ୧୪ ତମ ଅଟୋ ଏକ୍ସପୋ ଅନୁଷ୍ଠିତ ହେବ। ଏହା ଫେବୃୟାରୀ ୧୪ ଯାଏ ଚାଲିବାକୁ ଥିବା ବେଳେ ଏଥିରେ ୨୪ଟି ନୂଆ ମଡେଲ ବଜାରକୁ ଆସିବ ବୋଲି ଆଶା କରାଯାଉଛି।

ଓଏଲଏମ୍‌ ପକ୍ଷରୁ ମହିଳାଙ୍କ ଆର୍ଥତ୍କ ବିକାଶ ସମ୍ପର୍କିତ କର୍ମଶାଳା

ଓଏଲଏମ୍‌ ପକ୍ଷରୁ ମହିଳାଙ୍କ ଆର୍ଥତ୍କ ବିକାଶ ସମ୍ପର୍କିତ କର୍ମଶାଳା

ଭୁବନେଶ୍ୱର,୧୫-୧ ଓଡିଶା ଜୀବିକା ମିଶନ (ଓଏଲ୍‌ଏମ୍‌) ପକ୍ଷରୁ ମହିଳାଙ୍କ ଆର୍ଥତ୍କ ବିକାଶ ସଂକ୍ରାନ୍ତ କର୍ମଶାଳା ସ୍ଥାନୀୟ ଏକ ହୋଟେଲରେ ଆୟୋଜିତ ହୋଇଯାଇଛି। କାର୍ଯ୍ୟକ୍ରମରେ ମହିଳାଙ୍କ ବିକାଶ ଲାଗି ଜୀବିକା ମାଧ୍ୟମରେ ବିଭିନ୍ନ କଲ୍ୟାଣ ମୂଳକ ଯୋଜନାର ଗୁରୁତ୍ୱ ଉପରେ ଆଲୋଚନା ହୋଇଥିଲା।

ଟାଟା ମୋଟର୍ସର ନୂଆ ଟିଆଗୋ ଏଏମ୍‌ଟି ବଜାରରେ

ଟାଟା ମୋଟର୍ସର ନୂଆ ଟିଆଗୋ ଏଏମ୍‌ଟି ବଜାରରେ

ଢାକା,୧୫-୧ ପ୍ରମୁଖ ଚାରି ଚକିଆ ଯାନ ନିର୍ମାତା ଟାଟା ମୋଟର୍ସ ପକ୍ଷରୁ ଏହାର ପ୍ରମୁଖ ମଡେଲ ଟିଆଗୋର ଏଏମ୍‌ଟି ଭାରିଆଣ୍ଟ ବଜାରକୁ ଆସିଛି। ନୂଆ ମଡେଲଟିରେ ଗ୍ରାହକମାନେ ଆକର୍ଷକ ଡିଜାଇନ୍‌, ଅତ୍ୟାଧୁନିକ ଟେକ୍ନୋଲୋଜି, ଡ୍ରାଇଭିଂ ଡାଇନାମିକ୍ସ, ଉନ୍ନତ ଡ୍ରାଇଭିଂ ଅଭିଜ୍ଞତା ଲାଭ କରିବାକୁ ସକ୍ଷମ ହୋଇପାରିବେ।

ଉଦ୍‌ଘାଟନ ହେଲା ଲାବନ୍ୟ ଜୁଏଲର୍ସ

ଉଦ୍‌ଘାଟନ ହେଲା ଲାବନ୍ୟ ଜୁଏଲର୍ସ

ଭୁବନେଶ୍ୱର, ୧୫-୧ ୯୧୬ ଇପାରି ଜୁଏଲର୍ସ ପ୍ରାଇଭେଟ୍‌ ଲିମିଟେଡ୍‌ ଏହାର ଶୋ’ରୁମ୍‌କୁ ନବୀକରଣ କରି ଲାବନ୍ୟ ବ୍ରାଣ୍ଡ୍‌ ନାମରେ ସୋମବାର ଉଦ୍‌ଘାଟନ କରିଛି। ଖାରବେଳ ନଗରସ୍ଥିତ ଏହି ଶୋ’ରୁମ୍‌କୁ ବଲିଉଡ୍‌ ଅଭିନେତ୍ରୀ ଉର୍ବଶୀ ରଉତଲା ଏବଂ ଲାବନ୍ୟର ବ୍ରାଣ୍ଡ୍‌ ଆମ୍ବାସାଡର ଓଡିଆ ଅଭିନେତ୍ରୀ ଭୂମିକା ଦାଶ ଅତିଥି ଭାବେ ଯୋଗଦେଇ ଉଦ୍‌ଘାଟନ କରିଛନ୍ତି।

ସ୍ବାସ୍ଥ୍ୟ କ୍ଷେତ୍ରରେ ସରକାରୀ ପୁଞ୍ଜି ବିନିଯୋଗ ବୃଦ୍ଧି ଆଶା

ସ୍ବାସ୍ଥ୍ୟ କ୍ଷେତ୍ରରେ ସରକାରୀ ପୁଞ୍ଜି ବିନିଯୋଗ ବୃଦ୍ଧି ଆଶା

ବମ୍ବେ,୧୫-୧(ପିଟି) ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ(ଡବ୍ଲ୍ୟୁଏଚ୍‌ଓ) ରିପୋର୍ଟ ଅନୁସାରେ ଭାରତରେ ସ୍ବାସ୍ଥ୍ୟ କ୍ଷେତ୍ରରେ ଯେତେ ପରିମାଣର ପୁଞ୍ଜି ନିବେଶ ହେଉଛି ସେଥିରେ ସରକାରୀ ଅଂଶ ମାତ୍ର ୩୦% ମଧ୍ୟରେ ସୀମିତ। ଏହାକୁ ବୃଦ୍ଧି କରିବା ପାଇଁ ୨୦୧୮-୧୯ ସାଧାରଣ ବଜେଟ୍‌ରେ ପ୍ରାଧାନ୍ୟ ଦିଆଯାଇ ପାରେ। ହସ୍ପିଟାଲ ବିଲ୍ଡିଂ ନିର୍ମାଣ, ଭିତ୍ତିଭୂମି ରକ୍ଷଣାବେକ୍ଷଣ ଆଦି କ୍ଷେତ୍ରରେ ସରକାରୀ ସୂତ୍ରରୁ ଅଧିକ ପୁଞ୍ଜି ବିନିଯୋଗ ପାଇଁ ବ୍ୟବସ୍ଥା ଆଶା କରାଯାଉଛି।

ରେକର୍ଡ ସ୍ତରରେ ତୈଳ ଦର

ରେକର୍ଡ ସ୍ତରରେ ତୈଳ ଦର

ନୂଆଦିଲ୍ଲୀ, ୧୫-୧ ଦେଶରେ ପେଟ୍ରୋଲ୍‌ ଓ ଡିଜେଲ୍‌ ଦର ବୃଦ୍ଧି ପାଇବାରେ ଲାଗିଛି। ନୂଆଦିଲ୍ଲୀରେ ଡିଜେଲ ଲିଟର ପିଛା ଦର ୬୧.୭୪ ଟଙ୍କାକୁ ବୃୃଦ୍ଧି ପାଇଥିବା ବେଳେ ପେଟ୍ରୋଲ ଦର ୭୧.୧୮ ଟଙ୍କାକୁ ବୃଦ୍ଧି ପାଇଛି।