ବାଣିଜ୍ୟ |

ରପ୍ତାନି ବୃଦ୍ଧିକୁ ପ୍ରାଥମିକତା

ରପ୍ତାନି ବୃଦ୍ଧିକୁ ପ୍ରାଥମିକତା

ନୂଆଦିଲ୍ଲୀ,୫-୧୨
ବୈଦେଶିକ ବାଣିଜ୍ୟ ନୀତି(ଏଫ୍‌ଟିଏ)ର ମଧ୍ୟବର୍ତ୍ତିକାଳୀନ ସମୀକ୍ଷା ରିପୋର୍ଟକୁ ସରକାର ମଙ୍ଗଳବାର ଉନ୍ମୋଚନ କରିଛନ୍ତି। ମଧ୍ୟବର୍ତ୍ତିକାଳୀନ ଏଫ୍‌ଟିପିକୁ ବାଣିଜ୍ୟ ଓ ଉଦ୍ୟୋଗ ମନ୍ତ୍ରୀ ସୁରେଶ ପ୍ରଭୁ ଉନ୍ମୋଚନ କରିଛନ୍ତି। ଏଥିରେ ରପ୍ତାନୀକାରିଙ୍କ ଲାଗି ଇଜ୍‌ ଅଫ୍‌ ଡୁଇଙ୍ଗ୍‌ ବିଜନେସ୍‌କୁ ପ୍ରାଥମିକତା ଦିଆଯାଇଛି। ୨୦୨୦ ସୁଦ୍ଧା ଭାରତର ରପ୍ତାନି ୯୦୦ ବିଲିୟନ ଡଲାର ଟପିବା ନେଇ ଲକ୍ଷ୍ୟ ରହିଥିବାବେଳେ ଏହାକୁ ନଜରରେ ରଖି ବିଭିନ୍ନ ଯୋଜନା ପ୍ରସ୍ତୁତ ହୋଇଛି। ସେହିଭଳି ସାମଗ୍ରୀ ଓ ସେବା ଟିକସ(ଜିଏସ୍‌ଟି)ଯୋଗୁ ରପ୍ତାନିକାରୀ ସାମ୍ନା କରୁଥିବା ବିଭିନ୍ନ ଅସୁବିଧା ଉପରେ ମଧ୍ୟ ଏଥିରେ ବିଚାର କରାଯାଇଛି ବୋଲି ଜଣେ ବରିଷ୍ଠ ସରକାରୀ ଅଧିକାରୀ ସୂଚନା ଦେଇଛନ୍ତି। ୨୦୧୫ ଏପ୍ରିଲ ୧ରେ ପାଞ୍ଚବର୍ଷିଆ ଏଫ୍‌ଟିପି ଘୋଷଣା କରାଯାଇଥିଲା। ସରକାର ଆମଦାନୀ ତଥା ରପ୍ତାନୀ କୋଡ୍‌ର ସରଳୀକରଣ ଲାଗି ବିଭିନ୍ନ ପଦକ୍ଷେପ ନେବେ। ସେହିଭଳି ଜିଏସ୍‌ଟି ଯୋଗୁ ରପ୍ତାନି କ୍ଷେତ୍ରରେ ଉପୁଜିଥିବା ସମସ୍ୟାକୁ ଶୀଘ୍ର ବିଚାର କରାଯିବ। ଏହାକୁ ନେଇ ତ୍ୱରିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଜିଏସ୍‌ଟିରେ ରପ୍ତାନି ବୃଦ୍ଧି ଲାଗି ବିଭିନ୍ନ ପଦକ୍ଷେପ ନିଆଯିବ। ରପ୍ତାନି ପ୍ରୋତ୍ସାହନ ଯୋଜନାକୁ ତ୍ୱରାନ୍ବିତ କରାଯିବା ସହ ନୂଆ ବଜାରକୁ ମଧ୍ୟ ଏଥିରେ ପ୍ରାଥମିକତା ଦିଆଯାଇଛି। ପ୍ରକ୍ରିୟାକୁ ସରଳୀକରଣ ଦ୍ୱାରା ରପ୍ତାନୀ ବୃଦ୍ଧିକୁ ପ୍ରୋତ୍ସାହନ କରିବା ଲାଗି ପଦକ୍ଷେପ ନିଆଯାଉଛି। ସେହିଭଳି ଯେଉଁ କ୍ଷେତ୍ରଗୁଡିକ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି କରିଛନ୍ତି ସେମାନଙ୍କୁ ପ୍ରୋତ୍ସାହିତ କରିବାକୁ ପଦକ୍ଷେପ ନିଆଯାଇଥିବା କେନ୍ଦ୍ର ବାଣିଜ୍ୟ ଓ ଉଦ୍ୟୋଗ ମନ୍ତ୍ରୀ ସୁରେଶ ପ୍ରଭୁ ସୂଚନା ଦେଇଛନ୍ତି। ସେହିଭଳି ଜିଏସ୍‌ଟିରେ ସୁବିଧା ଯୋଗାଣ, ସେବା କ୍ଷେତ୍ର ରପ୍ତାନୀ ବୃଦ୍ଧି, ରପ୍ତାନୀ ପର୍‌ଫର୍‌ମାନ୍ସର ମନିଟରିଂ ଏବଂ ଷ୍ଟେଟ୍‌ ଅଫ୍‌ ଆର୍ଟ ଆନାଲିଟିକ୍ସ ଭଳି ବ୍ୟବସ୍ଥା ଉପରେ ବିଭିନ୍ନ କାର୍ଯ୍ୟକ୍ରମ ଜାରି ରହିଥିବା ସେ ପ୍ରକାଶ କରିଛନ୍ତି।
ସେହିଭଳି ଉନ୍ନତ ନୀତି ଦ୍ୱାରା କୃଷକଙ୍କ ଆୟ ବୃଦ୍ଧି ଉପରେ ଧ୍ୟାନ କେନ୍ଦ୍ରିତ କରାଯାଇଥିବା ପ୍ରଭୁ କହିଛନ୍ତି। ବିଶ୍ୱ ସ୍ତର ବାଣିଜ୍ୟରେ ଭାରତର ଅଂଶ ବର୍ତ୍ତମାନ ୨% ରହିଥିବା ବେଳେ ଏହାକୁ ୩.୫%କୁ ବୃଦ୍ଧି କରାଯିବାକୁ ଲକ୍ଷ୍ୟ ରହିଛି। ନୂଆ ବଜାର ମଧ୍ୟରେ ଲାଟିନ୍‌ ଆମେରିକା ଓ ଆଫ୍ରିକା ଭଳି ଦେଶକୁ ଧ୍ୟାନରେ ରଖାଯାଇଛି। ଏମ୍‌ଏସ୍‌ଏମ୍‌ଇ, କୃଷିଜାତ ସାମଗ୍ରୀ ତଥା ଶ୍ରମ କୈନ୍ଦ୍ରିକ ଶିଳ୍ପକୁ ପ୍ରୋତ୍ସାହନ ବାବଦକୁ ୮୪୫୦ କୋଟି ଟଙ୍କାର ପ୍ରୋତ୍ସାହନ ବ୍ୟବସ୍ଥା, ବର୍ତ୍ତମାନର ରପ୍ତାନି ପ୍ରୋତ୍ସାହନ ଲାଗି ୨୫,୦୦୦ କୋଟି , ଟିକସମୁକ୍ତ ରପ୍ତାନି ଲାଗି ପ୍ରସେଜ୍ୟୁର ଆଣ୍ଡ୍‌ ପ୍ରୋସେସ୍‌ ସେଲଫ୍‌ ସାର୍ଟିଫିକେଶନ୍‌ ସ୍କିମ ସହ ଡ୍ୟୁଟି କ୍ରେଡିଟ୍‌ ସ୍କ୍ରିପ୍‌ସ ଅବଧି ୧୮ରୁ ୨୪ ମାସକୁ ବୃଦ୍ଧି ହୋଇଛି। ବାଣିଜ୍ୟ ସଂକ୍ରାନ୍ତ ସୂଚନା ଲାଗି ଡିଜିଏଫ୍‌ଟି ପୋର୍ଟାଲରେ ସ୍ବତନ୍ତ୍ର ବ୍ୟବସ୍ଥା, ରପ୍ତାନୀକାରୀଙ୍କୁ ପରାମର୍ଶ ଲାଗି ସ୍ବତନ୍ତ୍ର ବିଶେଷଜ୍ଞ ଟିମ୍‌, ଚବିଶ ଘଣ୍ଟିଆ କଷ୍ଟମ କ୍ଲିୟରାନ୍ସ, ବୀମା, ଚମଡା, ହସ୍ତଶିଳ୍ପ, କାର୍ପେଟ୍‌, ସ୍ପୋର୍ଟ ସାମଗ୍ରୀ, କୃଷିଜାତ ସାମଗ୍ରୀ, ସାମୁଦ୍ରିକ ଉତ୍ପାଦ, ଇଲେକ୍‌ଟ୍ରୋନିକ୍ସ ଯନ୍ତ୍ରାଂଶ ସହ ଜଡିତ କ୍ଷେତ୍ର ଉପରେ ପ୍ରୋତ୍ସାହନ୨%ରୁ ୪%କୁ ବୃଦ୍ଧି ହୋଇଛି।
କୃଷିଜାତ ସାମଗ୍ରୀ ରପ୍ତାନୀ ଲାଗି ସିଙ୍ଗିଲ ଓ୍ବିଣ୍ଡୋ ବ୍ୟବସ୍ଥା, ରପ୍ତାନୀ ଲାଗି ବାଧ୍ୟତାମୂଳକ ଦସ୍ତାବିଜ୍‌, ମର୍ଚ୍ଚାଣ୍ଡାଇଜ୍‌ ଏକ୍ସପୋର୍ଟ ଫ୍ରମ୍‌ ଇଣ୍ଡିଆ(ଏମଇଆଇଏସ)ରେ ପ୍ରୋତ୍ସାହନ ୨ରୁ ୪%କୁ ବୃଦ୍ଧି କରାଯାଇଛି। ସେହିଭଳି ଏହି ଯୋଜନାକୁ ଦୁଇ ଉପକ୍ଷେତ୍ର ଯଥା- ବୟନ ତଥା ରେଡିମେଡ୍‌ ଗାର୍ମେଣ୍ଟକୁ ମଧ୍ୟ ବୃଦ୍ଧି କରାଯାଇଛି। ଉକ୍ତ କ୍ଷେତ୍ର ଲାଗି ପ୍ରୋତ୍ସାହନ ବ୍ୟବସ୍ଥା ୨%ରୁ ୪%କୁ ବୃଦ୍ଧି ହୋଇଛି। ଏହା ବାଦ୍‌ ଅତିରିକ୍ତ ବାର୍ଷିକ ପ୍ରୋତ୍ସାହନ ୨,୭୪୩ କୋଟି ଟଙ୍କା ବ୍ୟବସ୍ଥା କରାଯାଇଛି। ଚମଡା ଶିଳ୍ପ ଲାଗି ଅତିରିକ୍ତ ବାର୍ଷିକ ପ୍ରୋତ୍ସାହନ ବାବଦକୁ ୭୪୯ କୋଟି ଟଙ୍କା, ହାତ ତିଆରି କାର୍ପେଟ ଶିଳ୍ପ ଲାଗି ୯୨୧ କୋଟି ଟଙ୍କା ବ୍ୟବସ୍ଥା ହୋଇଛି। ସେହିଭଳି ରେଶମ, ହସ୍ତତନ୍ତ, କତା, ଝୋଟ ଶିଳ୍ପ ଲାଗି ଏହା କାର୍ଯ୍ୟକାରୀ ହେବ। କୃଷିଜାତ ସାମଗ୍ରୀ କ୍ଷେତ୍ରରେ ୧୩୫୪ କୋଟି, ସାମୁଦ୍ରିକ ଉତ୍ପାଦରେ ୭୫୯ କୋଟି, ଟେଲିକମ୍‌ ଶିଳ୍ପ ଓ ଇଲେକ୍‌ଟ୍ରୋନିକ୍ସ ଯନ୍ତ୍ରାଂଶ କ୍ଷେତ୍ରରେ ୩୬୯ କୋଟି ପ୍ରୋତ୍ସାହନ ରାଶି ବ୍ୟବସ୍ଥା ରହିଛି। ଏହା ସହିତ ସର୍ଭିସେସ୍‌ ଏକ୍ସପୋର୍ଟ ଫ୍ରମ ଇଣ୍ଡିଆ ସ୍କିମ(ଏସଇଆଇଏସ)ରେ ମେଡିକାଲ ଯନ୍ତ୍ରାଂଶ ସେବା ରପ୍ତାନୀରେ କ୍ଷୁଦ୍ର ବାଣିଜ୍ୟ ଲାଗି ପ୍ରୋତ୍ସାହନ ରାଶିକୁ ୨% ବୃଦ୍ଧି କରାଯାଇଛି। ଏହା ବାଦ୍‌ ଶିକ୍ଷାନୁଷ୍ଠାନ,ହସ୍ପିଟାଲ, ହୋଟେଲ, ରେଷ୍ଟୁରାଣ୍ଟ, ବାଣିଜ୍ୟ, ଆଇନ, ଆକାଉଣ୍ଟିଂ, ସ୍ଥାପତ୍ୟ ଭଳି କ୍ଷେତ୍ରରେ ଅତିରିକ୍ତ ବାର୍ଷିକ ପ୍ରୋତ୍ସାହନ ବାବଦକୁ ୧୧୪୦ କୋଟି ବ୍ୟବସ୍ଥା କରାଯାଇଛି। ଏହା ସେବା ବାଣିଜ୍ୟକୁ ପ୍ରୋତ୍ସାହିତ କରିବ। ସେହିଭଳି କ୍ଷୁଦ୍ର ବାଣିଜ୍ୟ ସହ ଅନ୍ୟାନ୍ୟ କ୍ଷେତ୍ର ଲାଗି ପ୍ରୋତ୍ସାହନ ବ୍ୟବସ୍ଥା ମଧ୍ୟ ରହିଛି।

All Right Reserved By

ବାଣିଜ୍ୟ |

୧୩ ବର୍ଷର ବାଳକ ଷ୍ଟାର୍ଟଅପ୍‌ ମାଲିକ

୧୩ ବର୍ଷର ବାଳକ ଷ୍ଟାର୍ଟଅପ୍‌ ମାଲିକ

ମୁମ୍ବାଇ,୧୯-୭: ମୁମ୍ବାଇର ୧୩ ବର୍ଷର ବାଳକ ହେଉଛନ୍ତି ତିଲକ ମେହେଟ୍ଟା। ଅଷ୍ଟମ ଶ୍ରେଣୀର ଛାତ୍ର ସେ। ନିଜ ବୟସର ଅନ୍ୟ ବାଳକମାନଙ୍କ ପରି ସେ ସମାନ। ଏହି ସମାନତା ମଧ୍ୟରେ ବି ସେ ଅନ୍ୟମାନଙ୍କଠାରୁ ଭିନ୍ନ। ତାହା ହେଉଛି ଏତେ କମ୍‌ ବୟସରେ ସେ ହେଉଛନ୍ତି ଏକ ଲଜିଷ୍ଟିକ୍‌ ଷ୍ଟାର୍ଟଅପ୍‌ ମାଲିକ। ଜଣେ ଉଦୀୟମାନ ଉଦ୍ୟୋଗୀ। ଛୋଟ ବୟସରୁ ବଡ ଲକ୍ଷ୍ୟ ନେଇ ତିଲକ ଅଗ୍ରସର ହେଉଛି। ୨୦୨୦ ସୁଦ୍ଧା ତାଙ୍କ କମ୍ପାନୀ ପେପର୍ସ ଏନ୍‌ ପାର୍ସଲ୍ସ (ପିଏନ୍‌ପି) ୧୦୦ କୋଟି ଟଙ୍କାର କାରବାର କରିବ ବୋଲି ସେ ଲକ୍ଷ୍ୟ ରଖିଛନ୍ତି।

 ସର୍ବକାଳୀନ ନିମ୍ନ ସ୍ତରରେ ଟଙ୍କା

ସର୍ବକାଳୀନ ନିମ୍ନ ସ୍ତରରେ ଟଙ୍କା

ମୁମ୍ବାଇ,୧୯-୭(ପି.ଟି.) ଆମେରିକୀୟ ଡଲାର ତୁଳନାରେ ଟଙ୍କାର ବିନିମୟ ମୂଲ୍ୟ ଗୁରୁବାର ସର୍ବକାଳୀନ ନିମ୍ନ ସ୍ତରକୁ ଖସିଆସିଛି। ଏଥିରେ ୪୩ ପଇସା ହ୍ରାସ ଘଟିଛି। ଫଳରେ ଏହା ୬୯.୦୫ ସ୍ତରକୁ ହ୍ରାସ ପାଇଛି।

ଚିଦାମ୍ବରମ୍‌ , କାର୍ତ୍ତିଙ୍କ ବିରୋଧରେ ସିବିଆଇ ଚାର୍ଜଶିଟ୍‌

ଚିଦାମ୍ବରମ୍‌ , କାର୍ତ୍ତିଙ୍କ ବିରୋଧରେ ସିବିଆଇ ଚାର୍ଜଶିଟ୍‌

ନୂଆଦିଲ୍ଲୀ, ୧୯-୭(ପି.ଟି): ଏୟାରସେଲ ମାକ୍ସିସ ମାମଲାରେ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ପକ୍ଷରୁ ହୋଇଥିବା ଚାର୍ଜଶିଟରେ ପୂର୍ବତନ ଅର୍ଥମନ୍ତ୍ରୀ ପି.ଚିଦାମ୍ବରମ୍‌ ଏବଂ ତାଙ୍କ ପୁଅ କାର୍ତ୍ତି ଚିଦାମ୍ବରମ୍‌ଙ୍କ ନାମ ରହିଛି। ଉକ୍ତ ମାମଲାରେ ସିବିଆଇ ଅତିରିକ୍ତ ଚାର୍ଜଶିଟକୁ ସ୍ବତନ୍ତ୍ର ଜଜ୍‌ ଓ.ପି. ସାଇନିଙ୍କ ନିକଟରେ ଦାଖଲ କରିଛି।

ହାଓଲା ଅପରେଟରଙ୍କଠାରୁ ୩.୬୫ କୋଟି ଜବତ

ହାଓଲା ଅପରେଟରଙ୍କଠାରୁ ୩.୬୫ କୋଟି ଜବତ

ନୂଆଦିଲ୍ଲୀ, ୧୯-୭(ପି.ଟି): ହାଓଲା କାରବାର ସନ୍ଦେହରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ପକ୍ଷରୁ ଦିଲ୍ଲୀ ତଥା ଏହାର ନିକଟବର୍ତ୍ତୀ ଅଞ୍ଚଳରେ ଚଢାଉ ହୋଇଛି। ଏହି ଚଢାଉ ଦ୍ୱାରା ଇଡି ୩.୬୫ କୋଟି ଟଙ୍କା ଜବତ କରିଛି। ଏହା ମଧ୍ୟରେ ୪୬ ଲକ୍ଷ ଟଙ୍କାର ବିଦେଶୀ ମୁଦ୍ରା ସାମିଲ ଥିବା ଇଡିର ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି।

ଅଧିକ ଆର୍‌ଓଜି ଷ୍ଟୋର ଖୋଲିବ ଆସୁସ୍‌

ଅଧିକ ଆର୍‌ଓଜି ଷ୍ଟୋର ଖୋଲିବ ଆସୁସ୍‌

ଭୁବନେଶ୍ୱର, ୧୯-୭(ବ୍ୟୁରୋ): ପ୍ରମୁଖ କମ୍ପାନୀ ଆସୁସ୍‌ ଘରୋଇ ବଜାରରେ ଏହାର ସମ୍ପ୍ରସାରଣ ଯୋଜନା ଅନ୍ତର୍ଗତ ଅଧିକ ରିପବ୍ଲିକ ଅଫ୍‌ ଗେମର୍‌ (ଆର୍‌ଓଜି) ଷ୍ଟୋର ଖୋଲିବ। ଉକ୍ତ ବର୍ଗରେ କମ୍ପାନୀ ବର୍ତ୍ତମାନ ଦେଶରେ ୩ଟି ଷ୍ଟୋର ସ୍ଥାପନ କରିଛି। ଷ୍ଟୋରଗୁଡିକ ବାଙ୍ଗାଲୋର, କଲିକତା ଏବଂ ଭୁବନେଶ୍ୱରରେ ରହିଛି। ପୂର୍ବାଞ୍ଚଳ ବଜାରଗୁଡିକ କଥା ବିଚାର କରିଲେ କମ୍ପାନୀ ଓଡିଶାରେ ୧୪% ବଜାର ଅଂଶ ହାସଲ କରିଛି। ଓଡିଶାରେ ଗେମିଂ ବଜାରର ଅଭିବୃଦ୍ଧି ଥିବାରୁ ଏଠାରେ ଏକ୍ସକ୍ଲୁସିଭ୍‌ ଗେମିଂ ଷ୍ଟୋର ଖୋଲିବା ନେଇ କମ୍ପାନୀ ଯୋଜନା ରଖିଛି। ଆସୁସ୍‌ର ଭାରତ ଏବଂ ଦକ୍ଷିଣ ଏସିଆ ଆଞ୍ଚଳିକ ନିର୍ଦ୍ଦେଶକ ଲିଓନ ୟୁ ସ୍ଥାନୀୟ ସହିଦ ନଗର ସ୍ଥିତ ଆର୍‌ଓଜି ଷ୍ଟୋର ପରିଦର୍ଶନରେ ଆସିଥିବା ବେଳେ ଉକ୍ତ ସୂଚନା ଦେଇଛନ୍ତି।

ମିଥ୍ୟା ନ୍ୟୁଜ ରୋକିବାକୁ ହ୍ବାଟସ୍‌ ଆପ୍‌ର ଯୋଜନା

ମିଥ୍ୟା ନ୍ୟୁଜ ରୋକିବାକୁ ହ୍ବାଟସ୍‌ ଆପ୍‌ର ଯୋଜନା

ନୂଆଦିଲ୍ଲୀ, ୧୯-୭(ପି.ଟି): ପ୍ରମୁଖ ମେସେଜିଂ ସେବା ପ୍ରଦାନକାରୀ କମ୍ପାନୀ ହ୍ବାଟସ୍‌ ଆପ୍‌ ମିଥ୍ୟା ଖବର ରୋକିବାକୁ ଯୋଜନା ଧାର୍ଯ୍ୟ କରିଛି। ଏହି ପଦକ୍ଷେପ ଅନ୍ତର୍ଗତ କମ୍ପାନୀ ଡିଜିଟାଲ ସାକ୍ଷରତା କାର୍ଯ୍ୟକ୍ରମ ହାତକୁ ନେବ।

ଜିଓର ମନସୁନ ହଙ୍ଗାମା ଅଫର

ଜିଓର ମନସୁନ ହଙ୍ଗାମା ଅଫର

ନୂଆଦିଲ୍ଲୀ, ୧୯-୭(ପି.ଟି): ମୁକେଶ ଅମ୍ବାନୀଙ୍କ ଅଧିକୃତ କମ୍ପାନୀ ରିଲାଏନ୍ସ ଜିଓର ମନସୁନ ହଙ୍ଗାମା ଅଫର ଶୁକ୍ରବାରଠାରୁ ଆରମ୍ଭ ହେଉଛି। ଏହା ଦ୍ୱାରା ଗ୍ରାହକମାନେ ଜିଓ ଫୋନ ଉପରେ ଅଫର ଲାଭ କରି ପାରିବେ।

ଗୁଗୁଲ୍‌ ଉପରେ ୩୪ ହଜାର କୋଟି ଜରିମାନା;ଆଣ୍ଡ୍ରଏଡ୍‌ ଅପରେଟିଂ ସିଷ୍ଟମ୍‌କୁ ବେଆଇନ ଭାବେ ବ୍ୟବହାର କରିଥିବା ଅଭିଯୋଗ

ଗୁଗୁଲ୍‌ ଉପରେ ୩୪ ହଜାର କୋଟି ଜରିମାନା;ଆଣ୍ଡ୍ରଏଡ୍‌ ଅପରେଟିଂ ସିଷ୍ଟମ୍‌କୁ ବେଆଇନ ଭାବେ ବ୍ୟବହାର କରିଥିବା ଅଭିଯୋଗ

ବ୍ରସେଲ୍ସ,୧୯-୭: ୟୁରୋପୀୟ ସଂଘ(ଇୟୁ) ଇଣ୍ଟର୍‌ନେଟ୍‌ ସର୍ଚ୍ଚ ଇଞ୍ଜିନ୍‌ ଗୁଗୁଲ୍‌ ଉପରେ ରେକର୍ଡ ୪.୩୪ ବିଲିୟନ୍‌ ୟୁରୋ(ପାଖାପାଖି ୩୪,୩୦୮ କୋଟି ଟଙ୍କା)ର ଜରିମାନା ଲଗାଇଛି। ନିଜ ସର୍ଚ୍ଚ ଇଞ୍ଜିନ୍‌ର ଫାଇଦା ପାଇଁ ଆଣ୍ଡ୍ରଏଡ୍‌ ଅପରେଟିଂ ସିଷ୍ଟମ୍‌କୁ ଗୁଗୁଲ୍‌ ବେଆଇନ ଭାବେ ବ୍ୟବହାର କରିଥିବା ଅଭିଯୋଗ ହୋଇଛି। ୟୁରୋପୀୟ ସଂଘର କମିଶନର ମାର୍‌ଗ୍ରେଥ୍‌ ବେଷ୍ଟେଜର କହିଛନ୍ତି ଯେ, ଗୁଗୁଲ୍‌ ନିଜର ସର୍ଚ୍ଚ ଇଞ୍ଜିନ୍‌କୁ ମଜଭୂତ କରିବା ପାଇଁ ଆଣ୍ଡ୍ରଏଡ୍‌ର ଫାଇଦା ଉଠାଇଛି।

ତୈଳ ଦର, ମୁଦ୍ରା ମୂଲ୍ୟ ସୁଧୁରିବା ପରେ ଏୟାର୍‌ ଇଣ୍ଡିଆ ବିକ୍ରି ନେଇ ବିଚାର ହେବ

ତୈଳ ଦର, ମୁଦ୍ରା ମୂଲ୍ୟ ସୁଧୁରିବା ପରେ ଏୟାର୍‌ ଇଣ୍ଡିଆ ବିକ୍ରି ନେଇ ବିଚାର ହେବ

ନୂଆଦିଲ୍ଲୀ,୧୯-୭(ପି.ଟି.): ତୈଳ ଦର, ମୁଦ୍ରାର ବିନିମୟ ମୂଲ୍ୟ ଏବଂ ବିଶ୍ୱ ଅର୍ଥନୈତିକ ସ୍ଥିତି ସୁଧୁରିବା ପରେ ଯାଇ ରାଷ୍ଟ୍ରାୟତ୍ତ ବିମାନ କମ୍ପାନୀ ଏୟାର୍‌ ଇଣ୍ଡିଆର ବିକ୍ରି ଉପରେ ପୁନର୍ବିଚାର କରାଯିବ। ବେସାମରିକ ବିମାନ ଚଳାଚଳ ରାଷ୍ଟ୍ରମନ୍ତ୍ରୀ ଜୟନ୍ତ ସିହ୍ନା ବୁଧବାର ଏହି ସୂଚନା ଦେଇଛନ୍ତି।

ଅନିୟନ୍ତ୍ରିତ ଜମା ନିୟନ୍ତ୍ରଣ ପାଇଁ ବିଲ୍‌ ଉପସ୍ଥାପିତ: ଠକ ସଂସ୍ଥାଗୁଡିକୁ ହୋଇପାରେ ୧୦ ବର୍ଷ ପର୍ଯ୍ୟନ୍ତ ଜେଲ୍‌

ଅନିୟନ୍ତ୍ରିତ ଜମା ନିୟନ୍ତ୍ରଣ ପାଇଁ ବିଲ୍‌ ଉପସ୍ଥାପିତ: ଠକ ସଂସ୍ଥାଗୁଡିକୁ ହୋଇପାରେ ୧୦ ବର୍ଷ ପର୍ଯ୍ୟନ୍ତ ଜେଲ୍‌

ନୂଆଦିଲ୍ଲୀ,୧୯-୭(ପି.ଟି.): ଅନିୟନ୍ତ୍ରିତ ଜମା ଉପରେ ରୋକ ଲଗାଇବା ପାଇଁ ଉଦ୍ଦିଷ୍ଟ ଏକ ବିଲ୍‌କୁ ବୁଧବାର ଲୋକ ସଭାରେ ଉପସ୍ଥାପିତ କରାଯାଇଛି। ଏହା ଅନ୍ତର୍ଗତ ପୋଞ୍ଜି ସ୍କିମ୍‌ ଅପରାଧୀମାନଙ୍କ ପାଇଁ ୧୦ ବର୍ଷ ପର୍ଯ୍ୟନ୍ତ ଜେଲ୍‌ଦଣ୍ଡ ପ୍ରସ୍ତାବ ରଖାଯାଇଛି। ଅର୍ଥ ରାଷ୍ଟ୍ରମନ୍ତ୍ରୀ ପୋନ୍‌ ରାଧାକ୍ରିଷ୍ଣନ୍‌ ‘ବ୍ୟାନିଙ୍ଗ୍‌ ଅଫ୍‌ ଅନ୍‌ରେଗୁଲେଟେଡ୍‌ ଡିପୋଜିଟ୍‌ ସ୍କିମ୍ସ ବିଲ୍‌-୨୦୧୮’କୁ ଉପସ୍ଥାପନ କରିବା ଅବସରରେ ଏହା କହିଛନ୍ତି।

ସରକାରଙ୍କ ନିୟନ୍ତ୍ରଣାଧିନ ନୁହେଁ ସୋସିଆଲ ମିଡିଆ କଣ୍ଟେଣ୍ଟ

ସରକାରଙ୍କ ନିୟନ୍ତ୍ରଣାଧିନ ନୁହେଁ ସୋସିଆଲ ମିଡିଆ କଣ୍ଟେଣ୍ଟ

ନୂଆଦିଲ୍ଲୀ, ୧୯-୭(ପି.ଟି): ସୋସିଆଲ ମିଡିଆରେ ଆସୁଥିବା କଣ୍ଟେଟ ଉପରେ ସରକାର ନିୟନ୍ତ୍ରଣ ଜାରି କରୁ ନାହାନ୍ତି। ଲୋକଙ୍କ ଗୋପନୀୟତା, ମତ ବ୍ୟକ୍ତ କରିବା ତଥା ବାକ୍‌ ସ୍ବାଧିନତା ଭଳି ପ୍ରସଙ୍ଗ ସହ ଜଡିତ ଥିବାରୁ ସୋସିଆଲ ମିଡିଆ କଣ୍ଟେଣ୍ଟ ନିୟନ୍ତ୍ରଣାଧିନ ନୁହେଁ ବୋଲି ଇଲେକଟ୍ରୋନିକ୍ସ ଏବଂ ଆଇଟି ମନ୍ତ୍ରୀ ଏସ୍‌.ଏସ୍‌ ଆହଲୁଓ୍ବାଲିଆ ସଂସଦକୁ ସୂଚନା ଦେଇଛନ୍ତି।

ପ୍ରତ୍ୟାହାର ହୋଇପାରେ ବିବାଦୀୟ ଏଫ୍‌ଆର୍‌ଡିଆଇ ବିଲ୍‌

ପ୍ରତ୍ୟାହାର ହୋଇପାରେ ବିବାଦୀୟ ଏଫ୍‌ଆର୍‌ଡିଆଇ ବିଲ୍‌

ନୂଆଦିଲ୍ଲୀ, ୧୯-୭(ପି.ଟି): ବିବାଦୀୟ ଫାଇନାନସିଆଲ ରିଜଲ୍ୟୁଶନ ଆଣ୍ଡ ଡିପୋଜିଟ ବିିଲ୍‌ ୨୦୧୭କୁ ସରକାର ପ୍ରତ୍ୟାହାର କରିନେଇ ପାରନ୍ତି। ଉକ୍ତ ବିଲ୍‌ ଯୋଗୁ ଜମାକାରୀଙ୍କୁ ସ୍ବାର୍ଥରେ ବାଧା ଉପୁଜିଛି। ଏହାକୁ ଧ୍ୟାନରେ ରଖି ସରକାର ଉକ୍ତ ବିଲ୍‌କୁ ବାଦ୍‌ ଦେଇ ପାରନ୍ତି।

Model This Week

ରୂପେଶ