
ନୂଆଦିଲ୍ଲୀ,୫-୧୨(ପି.ଟି.)
ଦେଶର ଆୟୂଷ ଶିଳ୍ପ ଦୁଇଅଙ୍କବିଶିଷ୍ଟ ଅଭିବୃଦ୍ଧି ନେଇ ବଢ଼ିବ ଏବଂ ୨୦୨୦ ସୁଦ୍ଧା ଏହି ଶିଳ୍ପରେ ୧ ନିୟୁତ ପ୍ରତ୍ୟକ୍ଷ ଏବଂ ୨୫ ନିୟୁତ ପରୋକ୍ଷ ନିଯୁକ୍ତି ସୃଷ୍ଟି ହେବ। କେନ୍ଦ୍ର ବାଣିଜ୍ୟ ଏବଂ ଶିଳ୍ପ ମନ୍ତ୍ରୀ ସୁରେଶ ପ୍ରଭୁ ସୋମବାର ଏହା କହିଛନ୍ତି। ୨୦୨୨ ସୁଦ୍ଧା ସରକାର ଆୟୂଷ ଶିଳ୍ପର ୩ ଗୁଣ ବୃଦ୍ଧି ଆଶା ରଖିଥିବା ସେ ଏଠାରେ ଓ୍ବେଲ୍ନେସ୍ ଉପରେ ଆୟୋଜିତ ସମ୍ମିଳନୀ ଆରୋଗ୍ୟ-୨୦୧୭ରେ ଏହା କହିଛନ୍ତି। ସୂଚନାଯୋଗ୍ୟ, ଆୟୂଷ ଆୟୁର୍ବେଦ, ୟୋଗା, ନାଚୁରୋପାଥି, ଉନାନୀ, ସିଦ୍ଧ ଏବଂ ହୋମିଓପାଥି ଆଦି ପାରମ୍ପରିକ ଚିକିତ୍ସା ପ୍ରଣାଳୀକୁ ବୁଝାଇଥାଏ।