ବାଣିଜ୍ୟ |

ସାମ୍‌ସଙ୍ଗ୍‌ର ନୂଆ ଏୟାର ପ୍ୟୁରିଫାୟର୍‌

ସାମ୍‌ସଙ୍ଗ୍‌ର ନୂଆ ଏୟାର ପ୍ୟୁରିଫାୟର୍‌

ଭୁବନେଶ୍ୱର,୫-୧୨
ଦେଶର ବିଶ୍ୱାସଯୋଗ୍ୟ କଞ୍ଜ୍ୟୁମର ଇଲେକ୍‌ଟ୍ରୋନିକ୍ସ ବ୍ରାଣ୍ଡ୍‌ ସାମସଙ୍ଗ ଇଣ୍ଡିଆ ପକ୍ଷରୁ ପ୍ରିମିୟମ୍‌ ଏୟାର ପ୍ୟୁରିଫାୟର୍‌ର ଉନ୍ମୋଚନ କରାଯାଇଛି। ସାମସଙ୍ଗର ଏହି ଏୟାର ପ୍ୟୁରିଫାୟର ଏଏକ୍ସ୭୦୦୦, ଏହାର ଅତ୍ୟାଧୁନିକ ପିଏମ୍‌ ୨.୫ ଫିଲ୍‌ଟର୍‌ ଜରିଆରେ ଶୀଘ୍ର ବିଶୁଦ୍ଧୀକରଣ ପ୍ରଦାନ କରୁଛି। ପିଏମ୍‌ ୨.୫ ଫିଲ୍‌ଟର ହେଉଛି ଏକ ମେକାନିକାଲ୍‌ ଏୟାର ଫିଲ୍‌ଟର୍‌ ଯାହା ପବନକୁ ଏକ ଫାଇନ୍‌ ମେସ୍‌ ଦେଇ ଗତି କରିବାକୁ ବାଧ୍ୟ କରିଥାଏ ଏବଂ ପବନରେ ଥିବା ହାନିକାରକ ଉପାଦାନଗୁଡିକୁ ଧରିନିଏ।
ହାୟର କ୍ଲିନ୍‌ ଏୟାର୍‌ ଡେଲିଭରୀ ରେଟ୍‌ (ସିଏଡିଆର୍‌) ସହିତ ନୂଆ ଫ୍ଲାଗ୍‌ଶିପ୍‌ ଏଏକ୍ସ୭୦୦୦ ଶୀଘ୍ର ବିଶୁଦ୍ଧୀକରଣ ପ୍ରଦାନ କରୁଛି ଏବଂ ତିନି ପାଖିଆ ବାୟୁ ପ୍ରବାହ ସହିତ ବୃହତ୍‌ ଅଞ୍ଚଳକୁ ପବନ ଯୋଗାଉଛି। ଡିଜିଟାଲ୍‌ ଇନଭର୍ଟର ମୋଟର ଗ୍ରାହକଙ୍କୁ ଦୀର୍ଘସ୍ଥାୟିତ୍ୱ ଏବଂ ଦୀର୍ଘମିଆଦୀ ଶକ୍ତି ମିତବ୍ୟୟିତା ପ୍ରଦାନ କରୁଛି। ଚାରି ସ୍ତରର ବାୟୁ ବିଶୁଦ୍ଧୀକରଣ ଡବଲ୍‌ ସୁରକ୍ଷା ପ୍ରଦାନ କରୁଛି ଏବଂ ପରିଣାମ ସ୍ବରୂପ ସତେଜ ଓ ପ୍ରଦୂଷଣମୁକ୍ତ ବାୟୁ ମିଳୁଛି। ‘ସାମସଙ୍ଗରେ ଆମେ ଗ୍ରାହକଙ୍କୁ ଶୁଣୁଛୁ ଏବଂ ସେମାନଙ୍କ ଜୀବନକୁ ଉନ୍ନତ କରିବା ପାଇଁ ଅର୍ଥପୂର୍ଣ୍ଣ ନୂତନତ୍ୱ ପ୍ରଦାନ କରୁଛୁ। କଟିଂ ଏଜ୍‌ ପ୍ରଯୁକ୍ତି ଏବଂ ଉତ୍କୃଷ୍ଟ ଡିଜାଇନ୍‌ ସହିତ ସାମସଙ୍ଗର ଏୟାର ପ୍ୟୁରିଫାୟର ରେଞ୍ଜ୍‌ ଗ୍ରାହକମାନଙ୍କୁ ଆନ୍ତଃ ପ୍ରଦୂଷଣରୁ ସୁରକ୍ଷା ପ୍ରଦାନ କରୁଛି ବୋଲି ସାମ୍‌ସଙ୍ଗ ଇଣ୍ଡିଆର କଞ୍ଜ୍ୟୁମର ଇଲେକ୍ଟ୍ରୋନିକ୍ସ ବ୍ୟବସାୟ ଉପସଭାପତି ରାଜୀବ ଭୁଟାନି ପ୍ରକାଶ କରିଛନ୍ତି। ଏଏକ୍ସ୭୦୦୦ ଏତେ ପତଳା ଯେ ଏହାକୁ ଯେକୌଣସି ସ୍ଥାନରେ ଖଞ୍ଜିହେବ। ଏହାର ସାମ୍ନାରେ ରହିଛି ଏକ ଏୟାର ଇଣ୍ଟେଲ୍‌। ତେଣୁ ଏହାକୁ କାନ୍ଥରୁ ଟାଣିବାକୁ କିମ୍ବା ହଟାଇବାକୁ ପଡ଼ିବ ନାହିଁ। ଏଏକ୍ସ୭୦୦୦ ଉନ୍ମୋଚନ ସହିତ ସାମ୍‌ସଙ୍ଗର ଏୟାର ପ୍ୟୁରିଫାୟର ପୋର୍ଟଫୋଲିଓ ଏବେ ଦୁଇଟି ଅଭିନବ ଉପତ୍ାଦ ପ୍ରଦାନ କରୁଛି। ତାହା ହେଉଛି ଏଏକ୍ସ୭୦୦୦ ଏବଂ ଏଏକ୍ସ୩୦୦୦। ଉଭୟ ଉପତ୍ାଦ ଅଗ୍ରଣୀ ଅନଲାଇନ୍‌ ଏବଂ ଅଫ୍‌ଲାଇନ୍‌ ଷ୍ଟୋର୍‌ରେ ଉପଲବ୍ଧ । ଏଏକ୍ସ୭୦୦୦ ଏବଂ ଏଏକ୍ସ୩୦୦୦ର ମୂଲ୍ୟ ଯଥାକ୍ରମେ ୪୧,୯୯୦ ଟଙ୍କା ଏବଂ ୧୫.୪୯୦ ଟଙ୍କା ରହିଛି।

All Right Reserved By

ବାଣିଜ୍ୟ |

ଏଟିଏମ୍‌ ରିକାଲିବ୍ରେଶନ୍‌ ପାଇଁ ଦରକାର ୧୦୦ କୋଟି

ଏଟିଏମ୍‌ ରିକାଲିବ୍ରେଶନ୍‌ ପାଇଁ ଦରକାର ୧୦୦ କୋଟି

ମୁମ୍ବାଇ,୨୦-୭(ପି.ଟି.):ଖୁବ୍‌ଶୀଘ୍ର ନୂଆ ୧୦୦ ଟଙ୍କିଆ ନୋଟ୍‌ ବଜାରକୁ ଆସିବ। ତେବେ ଏହି ନୋଟ୍‌ ନିମନ୍ତେ ଦେଶରେ ଥିବା ୨.୪ ଲକ୍ଷ ଏଟିଏମ୍‌ଗୁଡିକର ରିଲାକିବ୍ରେଶନ୍‌ ପାଇଁ ୧୦୦ କୋଟି ଟଙ୍କା ଖର୍ଚ୍ଚ କରିବାକୁ ପଡିବ। ଏହା ଏକ ବଡ ଚ୍ୟାଲେଞ୍ଜ୍‌ ରହିବ ବୋଲି ଏଟିଏମ୍‌ ଶିଳ୍ପ ପକ୍ଷରୁ ସୂଚନା ଦିଆଯାଇଛି। ନୂଆ କରି ଆସିଥିବା ୨୦୦ ଟଙ୍କିଆ ନୋଟ୍‌ ପାଇଁ ଏଟିଏମ୍‌ ରିକାଲିବ୍ରେଶନ୍‌ କାର୍ଯ୍ୟ ଶେଷ ହେବାକୁ ଥିବାବେଳେ ବର୍ତ୍ତମାନ ନୂଆ ୧୦୦ ଟଙ୍କିଆ ନୋଟ୍‌ ଚିନ୍ତା ଆହୁରି ବଢ଼ାଇବ ବୋଲି ଶିଳ୍ପ ପକ୍ଷରୁ କୁହାଯାଇଛି।

ଇ-କମର୍ସ ସଂସ୍ଥାଗୁଡିକୁ ଏଫ୍‌ଏସ୍‌ଏସ୍‌ଏଆଇ ନିର୍ଦ୍ଦେଶ;ଲାଇସେନ୍ସ ନଥିବା ଖାଦ୍ୟ ଅପରେଟରଙ୍କୁ ଅଣ-ପଞ୍ଜୀକୃତ କର

ଇ-କମର୍ସ ସଂସ୍ଥାଗୁଡିକୁ ଏଫ୍‌ଏସ୍‌ଏସ୍‌ଏଆଇ ନିର୍ଦ୍ଦେଶ;ଲାଇସେନ୍ସ ନଥିବା ଖାଦ୍ୟ ଅପରେଟରଙ୍କୁ ଅଣ-ପଞ୍ଜୀକୃତ କର

ନୂଆଦିଲ୍ଲୀ,୨୦-୭(ପି.ଟି.): ଲାଇସେନ୍ସ ନ ଥିବା ଖାଦ୍ୟ ଅପରେଟର୍‌ମାନଙ୍କୁ ଅଣ ପଞ୍ଜୀକୃତ କରିବାକୁ ଭାରତୀୟ ଖାଦ୍ୟ ନିରାପତ୍ତା ଏବଂ ମାନକ କର୍ତ୍ତୃପକ୍ଷ(ଏଫ୍‌ଏସ୍‌ଏସ୍‌ଏଆଇ) ସ୍ବିଗି, ଜୋମାଟୋ, ଫୁଡ୍‌ପାଣ୍ଡା ସମେତ ଆଉ ୭ ଇ-କମର୍ସ କମ୍ପାନୀଗୁଡିକୁ ନିର୍ଦ୍ଦେଶ ଦେଇଛି।

ବିଳମ୍ବରେ ଚାଲିଛି ୨୦%ରୁ ଅଧିକ ରାଜଧାନୀ, ଶତାଦ୍ଦୀ ଟ୍ରେନ

ବିଳମ୍ବରେ ଚାଲିଛି ୨୦%ରୁ ଅଧିକ ରାଜଧାନୀ, ଶତାଦ୍ଦୀ ଟ୍ରେନ

ନୂଆଦିଲ୍ଲୀ,୨୦-୭(ପି.ଟି): ଗତ ଦୁଇ ମାସ ହେବ ଶତାଦ୍ଦୀ ଓ ରାଜଧାନୀ ଭଳି ପ୍ରିମିୟମ ଟ୍ରେନଗୁଡିକ ବିଳମ୍ବରେ ଚାଲୁଛି। ଏହି ଭଳି ପ୍ରମିୟମ ଟ୍ରେନଗୁଡିକର ପ୍ରାୟ ୨୦%ରୁ ଅଧିକ ଟ୍ରେନ ବିଳମ୍ବରେ ଚାଲୁଥିବା ଜଣାଯାଇଛି।

ଟୟୋଟା ପକ୍ଷରୁ ‘ୟାରିସ୍‌’ର ଟେଷ୍ଟ ଡ୍ରାଇଭ୍‌

ଟୟୋଟା ପକ୍ଷରୁ ‘ୟାରିସ୍‌’ର ଟେଷ୍ଟ ଡ୍ରାଇଭ୍‌

ଭୁବନେଶ୍ୱର,୨୦-୭(ବ୍ୟୁରୋ) - ପ୍ରମୁଖ ଯାନ ନିର୍ମାତା ଟୟୋଟା କିର୍ଲୋସ୍କାର ମୋଟର ପକ୍ଷରୁ ଏହାର ସେଡାନ ୟାରିସ୍‌ର ଟେଷ୍ଟ ଡ୍ରାଇଭ ଅନୁଷ୍ଠିତ ହୋଇଯାଇଛି। ସ୍ଥାନୀୟ ପଟିଆସ୍ଥିତ ଏସ୍ପିରିଟ୍‌ ଟୟୋଟା ଶୋରୁମ’ରେ ଉକ୍ତ ମଡେଲର ପ୍ରଦର୍ଶନ ସହ ଟେଷ୍ଟ ଡ୍ରାଇଭ ଅନୁଷ୍ଠିତ ହୋଇଥିଲା।

ବଜାରରେ ‘ହୋଣ୍ଡା ନାଭି ୨୦୧୮’

ବଜାରରେ ‘ହୋଣ୍ଡା ନାଭି ୨୦୧୮’

ନୂଆଦିଲ୍ଲୀ,୨୦।୭- ପ୍ରମୁଖ ମୋଟର ସାଇକେଲ୍‌ ନିର୍ମାତା ହୋଣ୍ଡା ପକ୍ଷରୁ ବଜାରକୁ ଆସିଛି ‘ହୋଣ୍ଡା ନାଭି’ ୨୦୧୮ ଏଡିସନ୍‌। ଏହାର ବଜାର ଦର ୪୪,୭୭୫ ଟଙ୍କା ରହିଛି।

୨୦୧୯ ସୁଦ୍ଧା ସବୁ ଟ୍ରେନ୍‌ରେ ଶତ ପ୍ରତିଶତ ବାୟୋ ଟଏଲେଟ୍‌

୨୦୧୯ ସୁଦ୍ଧା ସବୁ ଟ୍ରେନ୍‌ରେ ଶତ ପ୍ରତିଶତ ବାୟୋ ଟଏଲେଟ୍‌

ନୂଆଦିଲ୍ଲୀ,୨୦।୭- ଆସନ୍ତା ବର୍ଷ ଶେଷ ସୁଦ୍ଧା ସବୁ ଟ୍ରେନ୍‌ରେ ଶତ ପ୍ରତିଶତ ବାୟୋ ଟଏଲେଟ୍‌ ସ୍ଥାପନ କରାଯିବ। ଏହା ଦ୍ୱାରା ରେଳ ଲାଇନ୍‌ ସ୍ବଚ୍ଛ ଏବଂ ପରିଷ୍କାର ରହିବା ସହିତ ପରିବେଶ ମଧ୍ୟ ପ୍ରଦୂଷଣ ମୁକ୍ତ ରହିବ।

୪୦ ସାମଗ୍ରୀ ଉପରେ କମିବ ଜିଏସ୍‌ଟି

୪୦ ସାମଗ୍ରୀ ଉପରେ କମିବ ଜିଏସ୍‌ଟି

ନୂଆଦିଲ୍ଲୀ,୨୦।୭- ପାଖାପାଖି ୩୦-୪୦ଟି ସାମଗ୍ରୀ ଉପରେ ଜିଏସ୍‌ଟି ବା ଟିକସ ହାର କମିବ। ଅପ୍ରତ୍ୟକ୍ଷ ଟାକ୍ସ ସିଷ୍ଟମକୁ ସରଳ କରିବା ପାଇଁ ଜିଏସ୍‌ଟି ପରିଷଦ ପକ୍ଷରୁ ଏଭଳି ପଦକ୍ଷେପ ନିଆଯାଇଛି।

ମିଥ୍ୟା ଖବର ପ୍ରସାରଣ ରୋକିବାକୁ ହ୍ବାଟ୍‌ସଆପ୍‌ର ନୂଆ ନିୟମ

ମିଥ୍ୟା ଖବର ପ୍ରସାରଣ ରୋକିବାକୁ ହ୍ବାଟ୍‌ସଆପ୍‌ର ନୂଆ ନିୟମ

ନୂଆଦିଲ୍ଲୀ,୨୦।୭- ଭାରତୀୟ ୟୁଜରଙ୍କୁ ୫ରୁ ଅଧିକ ମେସେଜ୍‌ ଫରଓ୍ବାର୍ଡ୍‌ କରିବାର ସୁବିଧା ଦିଆଯିବ ନାହିଁ ବୋଲି ହ୍ବାଟ୍‌ସ୍‌ଆପ୍‌ ପକ୍ଷରୁ କୁହାଯାଇଛି। ପ୍ଲାଟ୍‌ଫର୍ମରେ ଭୁଲ୍‌ ମେସେଜ୍‌ର ସଞ୍ଚାଳନକୁ କମ୍‌ କରିବା ପାଇଁ କମ୍ପାନୀ ମିଡିଆ ମେସେଜ୍‌ର ପାର୍ଶ୍ୱରେ ଥିବା କ୍ୱିକ୍‌ ଫର୍‌ଓ୍ବାର୍ଡ୍‌ ବଟନ୍‌କୁ ହଟାଇଦେବ।

ବଜାରରେ ବିଏମ୍‌ଡବ୍ଲ୍ୟୁର ନୂଆ ମଡେଲ୍‌

ବଜାରରେ ବିଏମ୍‌ଡବ୍ଲ୍ୟୁର ନୂଆ ମଡେଲ୍‌

ନୂଆଦିଲ୍ଲୀ,୨୦।୭- ଜର୍ମାନଭିତ୍ତିକ ଅଟୋମେକର୍‌ ବିଏମ୍‌ଡବ୍ଲ୍ୟୁ ମୋଟୋରାଡ ପକ୍ଷରୁ ୨ଟି ନୂଆ ବାଇକ୍‌ ବଜାରକୁ ଆସିଛି। ବିଏମ୍‌ଡବ୍ଲ୍ୟୁ ଜି୩୧୦ଆର୍‌ ଏବଂ ବିଏମ୍‌ଡବ୍ଲ୍ୟୁ ଜି୩୧୦ଜିଏସ୍‌ ଭଳି ୨ଟି ଭାରିଆଣ୍ଟରେ ବଜାରକୁ ଆସିଥିବା ଏହି ବାଇକ୍‌ର ମୂଲ୍ୟ ଯଥାକ୍ରମେ ୨.୯୯ ଲକ୍ଷ ଏବଂ ୩.୪୯ ଲକ୍ଷ ରହିଛି।

 ଆଇଟି କ୍ଷେତ୍ର କର୍ମନିଯୁକ୍ତିରେ ହ୍ରାସ

ଆଇଟି କ୍ଷେତ୍ର କର୍ମନିଯୁକ୍ତିରେ ହ୍ରାସ

ନୂଆଦିଲ୍ଲୀ,୨୦।୭- ଯଦି ଆପଣ ଆଇଟି କ୍ଷେତ୍ରରେ ଚାକିରି କରିବା ପାଇଁ ଚାହୁଁଛନ୍ତି, ତେବେ ଏହା ଆପଣଙ୍କ ପାଇଁ ଉପଯୁକ୍ତ ସମୟ ନୁହେଁ। କ୍ରମଶଃ ଆଇଟି କ୍ଷେତ୍ର ନିଯୁକ୍ତି ହ୍ରାସ ପାଇବାରେ ଲାଗିଛି।

ଖୁବ୍‌ଶୀଘ୍ର ନୂଆ ୧୦୦ ଟଙ୍କିଆ ନୋଟ୍‌: ସ୍ପଷ୍ଟ କଲା ଆର୍‌ବିଆଇ

ଖୁବ୍‌ଶୀଘ୍ର ନୂଆ ୧୦୦ ଟଙ୍କିଆ ନୋଟ୍‌: ସ୍ପଷ୍ଟ କଲା ଆର୍‌ବିଆଇ

ନୂଆଦିଲ୍ଲୀ,୨୦-୭: ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍‌ବିଆଇ) ଖୁବ୍‌ଶୀଘ୍ର ନୂଆ ୧୦୦ ଟଙ୍କିଆ ନୋଟ୍‌ ଜାରି କରିବ ବୋଲି ଗୁରୁବାର ସ୍ପଷ୍ଟ କରିଛି। ଇତି ମଧ୍ୟରେ ନୂଆ ୨୦୦ ଟଙ୍କା, ୫୦୦ ଟଙ୍କା ଏବଂ ୧୦ ଟଙ୍କା ବଜାରକୁ ଆସିଥିବାବେଳେ ବର୍ତ୍ତମାନ ତାଲିକାରେ ନୂଆ ୧୦୦ ଟଙ୍କା ଯୋଡି ହୋଇଯିବ। ମହାତ୍ମା ଗାନ୍ଧୀ ସିରିଜ୍‌ରେ ନୂଆ ୧୦୦ ଟଙ୍କିଆ ନୋଟ୍‌ ଆସିବ। ଦେଶର ସଂସ୍କୃତିକୁ ଏଥିରେ ଉପସ୍ଥାପନ କରାଯାଇଛି। ଏହାର ପଛ ପାର୍ଶ୍ୱରେ ‘ରାନୀ କି ଭଭ୍‌’ର ଚିତ୍ର ରହିଛି। ଏକାଦଶ ଶତାବ୍ଦୀର ରାଜା ଭୀମଙ୍କ ପାଇଁ ଗୁଜରାଟର ପଟନ୍‌ଠାରେ ଏହି ସ୍ମାରକକୁ ନିର୍ମାଣ କରାଯାଇଥିଲା। ନୂଆ ନୋଟ୍‌ଟି ହାଲ୍‌କା ବାଇଗଣୀ ରଙ୍ଗରେ ଆସିବ। ବ୍ୟାଙ୍କିଙ୍ଗ୍‌ ଚ୍ୟାନେଲ୍‌ ଜରିଆରେ ଧୀରେ ଧୀରେ ଏହି ନୋଟ୍‌ର ଛପା ଏବଂ ଯୋଗାଣ ବୃଦ୍ଧି କରାଯିବ ବୋଲି ଆର୍‌ବିଆଇ ପକ୍ଷରୁ ଏକ ବିବୃତି ମାଧ୍ୟମରେ ସୂଚନା ଦିଆଯାଇଛି।

ସବୁଠାରୁ ଦ୍ରୁତ ଅଭିବୃଦ୍ଧିଶୀଳ ରାଷ୍ଟ୍ର: ଚାଇନା ଆଗରେ ରହିବ ଭାରତ

ସବୁଠାରୁ ଦ୍ରୁତ ଅଭିବୃଦ୍ଧିଶୀଳ ରାଷ୍ଟ୍ର: ଚାଇନା ଆଗରେ ରହିବ ଭାରତ

ନୂଆଦିଲ୍ଲୀ,୨୦-୭(ପି.ଟି.): ଚାଇନାକୁ ଟପି ଭାରତ ସବୁଠାରୁ ଦ୍ରୁତ ଅଭିବୃଦ୍ଧିଶୀଳ ଅର୍ଥନୀତି ଭାବେ ଏହାର ମାନ୍ୟତା ବଜାୟ ରଖିବ। ୨୦୧୮-୧୯ରେ ଦେଶର ଅର୍ଥନୈତିକ ଅଭିବୃଦ୍ଧି ୭.୩% ଏବଂ ୨୦୧୯-୨୦ରେ ୭.୬% ରହିବ ବୋଲି ଏସିଆନ୍‌ ଡେଭଲପ୍‌ମେଣ୍ଟ ବ୍ୟାଙ୍କ(ଏଡିବି) ଆକଳନ କରିଛି। ଅନ୍ୟପକ୍ଷରେ, ୨୦୧୮ରେ ଚାଇନାର ଅଭିବୃଦ୍ଧି ୬.୬%କୁ ଏବଂ ୨୦୧୯ରେ ୬.୪%କୁ ଖସିଯିବ ବୋଲି ଏହା ପ୍ରକାଶ କରିଛି। ୨୦୧୭ରେ ଚାଇନାର ଅଭିବୃଦ୍ଧି ୬.୯% ଥିଲା।

Model This Week

ରୂପେଶ