
ଭୁବନେଶ୍ୱର,୫-୧୨
ଦେଶର ଅଗ୍ରଣୀ କଣ୍ଟେଣ୍ଟ ବିତରଣ ପ୍ଲାଟଫର୍ମ ଟାଟା ସ୍କାଏ ପକ୍ଷରୁ ନୂଆ ଇଣ୍ଟର୍ଆକ୍ଟିଭ୍ ସେବା ‘ଟାଟା ସ୍କାଏ ବିଉଟି’ ଆରମ୍ଭ କରାଯାଇଛି। ସୁନୀଲ ସେଟ୍ଟିଙ୍କ ଏକ ଅଭିଯାନ ଏଫ୍ଦିକାଉଚ୍ (ଏଫ୍ଟିସି) ବିଉଟି ଷ୍ଟୁଡିଓ ସହଯୋଗରେ ଏହି ସେବା ଆରମ୍ଭ ହୋଇଛି। ଏଥିରେ ମହିଳାମାନେ ବିଶେଷଜ୍ଞମାନଙ୍କଠାରୁ ବିଉଟି ଟିପ୍ସ ପାଇପାରିବେ।
ଏ ସମ୍ପର୍କରେ ଟାଟା ସ୍କାଏର ମୁଖ୍ୟ ବାଣିଜି୍ୟକ ଅଧିକାରୀ ପଲ୍ଲବୀ ପୁରୀ କହିଛନ୍ତି ଯେ, ‘ଟାଟା ସ୍କାଏ ସବୁ ବେଳେ ଏଭଳି ଇଣ୍ଟର୍ଆକ୍ଟିଭ୍ ସେବା ଉନ୍ମୋଚନ କରିଥାଏ ଯାହା ଏହାର ସବ୍ସ୍କ୍ରାଇବରମାନଙ୍କୁ ସେମାନଙ୍କ ପସନ୍ଦର ବିଷୟକୁ ଶିଖିବା, ବଢ଼ିବା ଏବଂ ଉନ୍ନତି ଆଣିବା ପାଇଁ ଉତ୍ସାହିତ କରିଥାଏ। ‘ଟାଟା ସ୍କାଏ ବିଉଟି’କୁ ଷ୍ଟାଇଲ୍ ଏବଂ ଗ୍ରୁମିଂକୁ ନଜରରେ ରଖି ପ୍ରସ୍ତୁତ କରାଯାଇଛି ଯାହା ମହିଳାଙ୍କୁ ସବୁ ବେଳେ ସୁନ୍ଦର ଦିଶିବା ଏବଂ ଆତ୍ମବିଶ୍ୱାସ ଭରା ଅନୁଭୂତି ପ୍ରଦାନ କରିବ। ଏହି ବିଶ୍ୱାସ ସୃଷ୍ଟି କରିବା ପାଇଁ ଟାଟା ସ୍କାଏ ପକ୍ଷରୁ ଏଫ୍ଟିସି ବିଉଟି ଷ୍ଟୁଡିଓ ସହିତ ସହବନ୍ଧନ ସ୍ଥାପନ କରାଯାଇଛି ଯାହା ବିଉଟି ଏବଂ ଫ୍ୟାଶନ୍ କ୍ଷେତ୍ରର ବିଶେଷଜ୍ଞଙ୍କ ଶ୍ରେଷ୍ଠ ସେବାକୁ ପ୍ରଦାନ କରିବ।“