ବାଣିଜ୍ୟ |

ହୋଣ୍ଡା ଦୁଇଚକିଆ ଯାନ ବିକ୍ରିରେ ୪୧% ବୃଦ୍ଧି

ହୋଣ୍ଡା ଦୁଇଚକିଆ ଯାନ ବିକ୍ରିରେ ୪୧% ବୃଦ୍ଧି
ଗୁରୁଗ୍ରାମ,୫-୧୨ ଚଳିତ କ୍ୟାଲେଣ୍ଡର ବର୍ଷର ନଭେମ୍ବର ମାସରେ ହୋଣ୍ଡା ମୋଟର୍‌ସାଇକେଲ ଆଣ୍ଡ୍‌ ସ୍କୁଟର ଇଣ୍ଡିଆ(ଏଚ୍‌ଏମ୍‌ଏସ୍‌ଆଇ)ର ମୋଟ ଯାନ ବିକ୍ରିରେ ୪୧% ବୃଦ୍ଧି ଘଟିଛି। କମ୍ପାନୀ ଏହି ସମୟରେ ୪,୬୦,୦୧୭ ୟୁନିଟ୍‌ ଦୁଇଚକିଆ ଯାନ ବିକ୍ରି କରିଛି, ଯାହାକି ଗତବର୍ଷ ସମାନ ସମୟରେ ୩,୨୫,୪୮୦ ୟୁନିଟ୍‌ ଥିଲା। ପୂଜା ସିଜନ୍‌ ଘରୋଇ ବଜାରରେ ବିକ୍ରି ବୃଦ୍ଧିରେ ଅତ୍ୟନ୍ତ ସହାୟକ ହୋଇଛି। ଘରୋଇ ବଜାରରେ ବିକ୍ରି ପରିମାଣରେ ୪୪% ବୃଦ୍ଧି ଘଟିଛି। ଚଳିତବର୍ଷ ନଭେମ୍ବରରେ ଘରୋଇ ବଜାରରେ କମ୍ପାନୀ ୪,୩୨,୩୫୦ ୟୁନିଟ୍‌ ଯାନ ବିକ୍ରି କରିଛି। ଏହା ଗତବର୍ଷ ନଭେମ୍ବରରେ ୨,୯୯,୪୧୪ ୟୁନିଟ୍‌ ଥିଲା। ତେବେ କମ୍ପାନୀର ରପ୍ତାନି ଅଭିବୃଦ୍ଧି ୬% ରହିଛି। ଗତବର୍ଷ ନଭେମ୍ବରରେ କମ୍ପାନୀ ୨୬,୦୬୬ ୟୁନିଟ୍‌ ଯାନ ରପ୍ତାନି କରିଥିବାବେଳେ ଚଳିତବର୍ଷ ନଭେମ୍ବରରେ ଏହା ୨୭,୬୬୭ ୟୁନିଟ୍‌ ରହିଛି। ମୋଟର୍‌ସାଇକେଲ୍‌ ବିକ୍ରିରେ ୫୬% ଏବଂ ସ୍କୁଟର ବିକ୍ରିରେ ୩୯% ବୃଦ୍ଧି ଘଟିଛି। ଚଳିତବର୍ଷ ନଭେମ୍ବରରେ ମୋଟ ୧୫୦,୬୦୬ ୟୁନିଟ୍‌ ମୋଟର୍‌ସାଇକେଲ୍‌ ଏବଂ ୨୮୧,୭୪୪ ୟୁନିଟ୍‌ ସ୍କୁଟର କମ୍ପାନୀ ବିକ୍ରି କରିଛି। ଗତବର୍ଷ ନଭେମ୍ବରରେ ମୋଟରସାଇକେଲ୍‌ ଏବଂ ସ୍କୁଟର ବିକ୍ରି ପରିମାଣ ଯଥାକ୍ରମେ ୯୬,୩୩୮ ୟୁନିଟ୍‌ ଏବଂ ୨୦୩,୦୭୬ ୟୁନିଟ୍‌ ରହିଥିବା କମ୍ପାନୀ ପକ୍ଷରୁ ପ୍ରକାଶ।
All Right Reserved By

ବାଣିଜ୍ୟ |

ଶୀର୍ଷ ୧୦୦ ବ୍ୟାଙ୍କ ଠକେଇ;ତଦନ୍ତକାରୀ ସଂସ୍ଥାକୁ ରିପୋର୍ଟ ଦେଲେ ସିଭିସି

ଶୀର୍ଷ ୧୦୦ ବ୍ୟାଙ୍କ ଠକେଇ;ତଦନ୍ତକାରୀ ସଂସ୍ଥାକୁ ରିପୋର୍ଟ ଦେଲେ ସିଭିସି

ନୂଆଦିଲ୍ଲୀ,୧୭।୧୦: ଦେଶରେ ହୋଇଥିବା ୧୦୦ଟି ଶୀର୍ଷ ବ୍ୟାଙ୍କ ଠକେଇର ବିଶ୍ଲେଷଣ କରି ମୁଖ୍ୟ ଭିଜିଲାନ୍ସ କମିଶନର(ସିଭିସି) ପ୍ରଥମଥର ଏହାର ରିପୋର୍ଟ ରିଜର୍ଭ ବ୍ୟାଙ୍କ, ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ଏବଂ ସିବିଆଇକୁ ହସ୍ତାନ୍ତର କରିଛନ୍ତି।

ପଳାତକ ଶିଳ୍ପପତିଙ୍କୁ ଇଣ୍ଡୋନେସିଆରୁ ପ୍ରତ୍ୟର୍ପଣ

ପଳାତକ ଶିଳ୍ପପତିଙ୍କୁ ଇଣ୍ଡୋନେସିଆରୁ ପ୍ରତ୍ୟର୍ପଣ

ନୂଆଦିଲ୍ଲୀ,୧୭-୧୦: ସାତଟି ବ୍ୟାଙ୍କରୁ ପ୍ରାୟ ୪୦ କୋଟି ଟଙ୍କା ଠକି ବିଦେଶ ପଳାଇଥିବା ଶିଳ୍ପପତି ବିନୟ ମିତ୍ତଲଙ୍କୁ ଇଣ୍ଡୋନେସିଆରୁ ଭାରତକୁ ପ୍ରତ୍ୟର୍ପଣ କରାଯାଇଛି। ବିଜୟ ମାଲ୍ୟା, ନୀତିନ ସନ୍ଦେଶରା, ନୀରବ ମୋଦି, ମେହୁଲ ଚୋକ୍ସି, ଯତିନ ମେହଟ୍ଟା ଭଳି ବଡ଼ ଆର୍ଥିକ ଅପରାଧିଙ୍କ ତାଲିକାରେ ମିତ୍ତଲଙ୍କୁ ସାମିଲ କରାଯାଇଥିଲା। କର୍ପୋରେଶନ ବ୍ୟାଙ୍କ ଏବଂ ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କର ଅଭିଯୋଗ ଭିତ୍ତିରେ ସିବିଆଇ ୨୦୧୪ ଓ ୨୦୧୬ରେ ମିତ୍ତଲଙ୍କ ବିରୋଧରେ ମାମଲା ଦାଏର କରିଥିଲେ। କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ ପକ୍ଷରୁ ତାଙ୍କ ବିରୋଧରେ ୭ଟି ଚାର୍ଜଶିଟ୍‌ ଦାଖଲ କରାଯାଇଥିଲା।

ଫୋବର୍‌ସ ତାଲିକାରେ ଏଲ୍‌ଆଣ୍ଡ୍‌ଟି ୨୨ତମ ସ୍ଥାନରେ

ଫୋବର୍‌ସ ତାଲିକାରେ ଏଲ୍‌ଆଣ୍ଡ୍‌ଟି ୨୨ତମ ସ୍ଥାନରେ

ନୂଆଦିଲ୍ଲୀ,୧୭-୧୦: ଇଞ୍ଜିନିୟରିଂ ଓ ନିର୍ମାଣ କ୍ଷେତ୍ରରେ ଦେଶର ଅନ୍ୟତମ ଅଗ୍ରଣୀ କମ୍ପାନୀ ଲାର୍ସେନ ଆଣ୍ଡ୍‌ ଟବ୍ରୋ(ଏଲ୍‌ଆଣ୍ଡ୍‌ଟି) ଫୋବର୍‌ସର ୨୦୦୦ ନିଯୁକ୍ତିଦାତା ତାଲିକାରେ ଶୀର୍ଷ ୨୫ କମ୍ପାନୀ ତାଲିକାରେ ସ୍ଥାନ ପାଇଛି। ଏହି ତାଲିକାରେ ଗୁଗୁଲ୍‌ର ମୂଳ କମ୍ପାନୀ ଆଲ୍‌ଫାବେଟ୍‌ ଶୀର୍ଷରେ ରହିଛି। ଏଲ୍‌ଆଣ୍ଡ୍‌ଟି ୨୨ତମ ସ୍ଥାନରେ ରହିଥିଲେ ହେଁ ୪ଟି ଭାରତୀୟ କମ୍ପାନୀ ଶୀର୍ଷ ୧୦୦ କମ୍ପାନୀ ମଧ୍ୟରେ ରହିଛନ୍ତି। ଅନ୍ୟ ତିନୋଟି କମ୍ପାନୀ ହେଲେ ମହିନ୍ଦ୍ରା ଆଣ୍ଡ୍‌ ମହିନ୍ଦ୍ରା(୫୫ତମ), ଗ୍ରାସିମ ଇଣ୍ଡଷ୍ଟ୍ରିଜ(୫୯ତମ), ଏଚ୍‌ଡିଏଫ୍‌ସି(୯୧ତମ)। ଏହାଛଡା ମୋଟ୍‌ ୨୪ଟି ଘରୋଇ କମ୍ପାନୀ ଫୋବର୍‌ସ ତାଲିକାରେ ସ୍ଥାନ ପାଇଛନ୍ତି।

କୋଇଲା ଦୁର୍ନୀତି;ନବୀନ ଜିନ୍ଦଲଙ୍କୁ ବିଦେଶ ଯିବାକୁ ଅନୁମତି

କୋଇଲା ଦୁର୍ନୀତି;ନବୀନ ଜିନ୍ଦଲଙ୍କୁ ବିଦେଶ ଯିବାକୁ ଅନୁମତି

ନୂଆଦିଲ୍ଲୀ,୧୭-୧୦: ବରିଷ୍ଠ କଂଗ୍ରେସ ସାଂସଦ ତଥା ଜିନ୍ଦଲ ଗ୍ରୁପ୍‌ ଅଫ୍‌ କମ୍ପାନୀ ମାଲିକ ନବୀନ ଜିନ୍ଦଲଙ୍କୁ କୋଇଲ ଦୁର୍ନୀତି ମାମଲାରେ ସ୍ଥାନୀୟ ସ୍ବତନ୍ତ୍ର ଅଦାଲତ ବିଦେଶ ଯିବାକୁ ଅନୁମତି ପ୍ରଦାନ କରିଛନ୍ତି।  ସ୍ବତନ୍ତ୍ର ବିଚାରପତି ଭରତ ପରାଶର ଜିନ୍ଦଲଙ୍କୁ ଅକ୍ଟୋବର ୧୫ରୁ ୧୯ ତାରିଖ ଯାଏ ଜାପାନ ଗସ୍ତରେ ଯିବାକୁ ଅନୁମତି ଦେଇଛନ୍ତି। ତେବେ ସରକାରୀ ଓକିଲ ଏହାକୁ ବିରୋଧ କରିବାରୁ ଅଦାଲତ ଏନେଇ କେତେକ ସର୍ତ୍ତାରୋପ କରିଛନ୍ତି। ସେ ବିଦେଶ ଗସ୍ତରେ କେଉଁ ସ୍ଥାନକୁ ଯାଇଥିଲେ ସେ ସମ୍ପର୍କରେ ତଦନ୍ତକାରୀ ସଂସ୍ଥାକୁ ୭ ଦିନ ମଧ୍ୟରେ ସୂଚନା ଦେବାକୁ ଅଦାଲତ ଜିନ୍ଦଲଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ଅଶୋଧିତ ତେଲ ଦାମ୍‌ ବଢ଼ିବା କାରଣ ବୁଝାଇଲେ ଧର୍ମେନ୍ଦ୍ର

ଅଶୋଧିତ ତେଲ ଦାମ୍‌ ବଢ଼ିବା କାରଣ ବୁଝାଇଲେ ଧର୍ମେନ୍ଦ୍ର

ନୂଆଦିଲ୍ଲୀ,୧୭-୧୦: ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତେଲ ଦାମ୍‌ କାହିଁକି ବଢ଼ୁଛି ସେ ନେଇ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବୁଝାଇଛନ୍ତି। ସେ କହିଛନ୍ତି ଯେ, ଆସନ୍ତା ନଭେମ୍ବରରେ ଇରାନ ବିରୋଧରେ ଆମେରିକାର କଟକଣା ସମ୍ପୂର୍ଣ୍ଣ ରୂପେ ଲାଗୁ ହୋଇଯିବ। ଅଶୋଧିତ ତୈଳ ଉତ୍ପାଦନ ହ୍ରାସ ପାଇବା ଆଶଙ୍କାରେ ଦାମ୍‌ ହୁ ହୁ ହୋଇ ବଢ଼ୁଛି। ବାସ୍ତବରେ ଏହା ପ୍ରକୃତ କାରଣ ନୁହେଁ। ଏହି କ୍ଷେତ୍ରରେ ଭୟ ହିଁ ଏକମାତ୍ର କାରଣ।

ଓଟିପି ଜରିଆରେ ଆକାଉଣ୍ଟରୁ ଗାଏବ ହୋଇଯାଉଛି ଟଙ୍କା

ଓଟିପି ଜରିଆରେ ଆକାଉଣ୍ଟରୁ ଗାଏବ ହୋଇଯାଉଛି ଟଙ୍କା

ନୂଆଦିଲ୍ଲୀ,୧୭-୧୦: ଆଜିର ଡିଜିଟାଲ ଯୁଗରେ ବ୍ୟାଙ୍କ କାରବାରକୁ ସୁରକ୍ଷିତ ରଖିବା ଲାଗି ଗୋଟିଏଥର ପାସ୍‌ଓ୍ବାର୍ଡ ବା ଓ୍ବାନ୍‌ ଟାଇମ ପାସ୍‌ଓ୍ବାର୍ଡ (ଓଟିପି) ଦିଆଯାଏ। ଏହା ସବୁଠାରୁ ସୁରକ୍ଷିତ ବୋଲି କୁହାଯାଉଥିଲେ ହେଁ ବାସ୍ତବରେ ଏଭଳି ଧାରଣା ଭୁଲ୍‌ ପ୍ରମାଣିତ ହୋଇଛି। ବହୁ ଅପରାଧୀ ଏହି ଓଟିପିକୁ ଅସ୍ତ୍ର କରି ଗ୍ରାହକଙ୍କ ବ୍ୟାଙ୍କ ଆକାଉଣ୍ଟରୁ ଟଙ୍କା ଗାଏବ କରି ନେଉଛନ୍ତି। ଗ୍ରାହକ ଏ ସମ୍ପର୍କରେ ଜାଣିପାରୁନାହାନ୍ତି। ଅପରାଧୀମାନେ ବ୍ୟାଙ୍କ ଗ୍ରାହକଙ୍କ ଠାରୁ କୌଣସି ଉପାୟରେ ଓଟିପି ହାସଲ କରୁଛନ୍ତି ଅଥବା ସେମାନେ ପେସାଦାର ହ୍ୟାକରଙ୍କ ସହାୟତା ନେଇ କୌଣସି ଟାର୍ଗେଟ ଗ୍ରାହକଙ୍କ ମୋବାଇଲ ଫୋନକୁ ହ୍ୟାକ୍‌ କରି ଓଟିପିକୁ ଚୋରାଇ ନେଉଛନ୍ତି। ସେମାନେ ଏହି ଓଟିପି ଜରିଆରେ ଆକାଉଣ୍ଟରୁ ଟଙ୍କା ଗାଏବ୍‌ କରିଦେଉଛନ୍ତି। 

ଚିନ୍ତାରେ ଏନ୍‌ଡିଏ ସରକାର ;ବଜେଟ ବିଗାଡିବ ଶସ୍ତା ଖାଦ୍ୟଶସ୍ୟ

ଚିନ୍ତାରେ ଏନ୍‌ଡିଏ ସରକାର ;ବଜେଟ ବିଗାଡିବ ଶସ୍ତା ଖାଦ୍ୟଶସ୍ୟ

ନୂଆଦିଲ୍ଲୀ,୧୭-୧୦: କେନ୍ଦ୍ର ହେଉ ଅଥବା ରାଜ୍ୟ ସରକାର ସମସ୍ତେ ଚାହାନ୍ତି ଲୋକଙ୍କୁ ଶସ୍ତା ଖାଦ୍ୟଶସ୍ୟ ମିଳୁ। କମ୍‌ ମୁଦ୍ରାସ୍ଫୀତି ହାର ସରକାରଙ୍କ ଆର୍ଥତ୍କ ପରିଚାଳନାର ସଫଳତା ଦର୍ଶାଇଥାଏ। ନିର୍ବାଚନ ଜିତିବାର ଏହା ମୂଳ ଚାବି ହୋଇଥିଲେ ହେଁ ବର୍ତ୍ତମାନର ଭାଜପା ନେତୃତ୍ୱାଧୀନ କେନ୍ଦ୍ରର ଏନ୍‌ଡିଏ ସରକାର ପାଇଁ ଶସ୍ତା ଖାଦ୍ୟଶସ୍ୟ ମୁଣ୍ଡବିନ୍ଧାର କାରଣ ହୋଇଛି। ଏହା ସରକାରଙ୍କ ବଜେଟ ଲକ୍ଷ୍ୟକୁ ବିଗାଡିବାକୁ ଯାଉଛି। ଷ୍ଟେଟ୍‌ ବ୍ୟାଙ୍କ ଅଫ୍‌ ଇଣ୍ଡିଆର ମୁଖ୍ୟ ଅର୍ଥନୈତିକ ଉପଦେଷ୍ଟା ସୌମ୍ୟକାନ୍ତି ଘୋଷଙ୍କ ବକ୍ତବ୍ୟକୁ ଉଦ୍ଧାର କରି ବ୍ଲୁମ୍‌ବର୍ଗରେ ଏକ ରିପୋର୍ଟ ପ୍ରକାଶ ପାଇଛି। ଘୋଷ କହିଛନ୍ତି ଯେ, ଦେଶର ଚାଷୀକୁଳର ଆୟକୁ ୨୦୨୨ ସୁଦ୍ଧା ଡବଲ୍‌ କରିବା  ଲାଗି କେନ୍ଦ୍ର ସରକାର ଲକ୍ଷ୍ୟ ରଖିଛନ୍ତି। ଏହି ପରିପ୍ରେକ୍ଷୀରେ  ଅଧିକ ଉତ୍ପାଦନ ଯୋଗୁ ଖାଦ୍ୟଶସ୍ୟ ଦାମ୍‌ ସର୍ବନିମ୍ନ ସହାୟକ ମୂଲ୍ୟ(ଏମ୍‌ଏସ୍‌ପି)ରୁ କମିଗଲେ ସରକାର ଚାଷୀଙ୍କୁ କ୍ଷତିପୂରଣ ଦେବାକୁ ବାଧ୍ୟ ହେବେ।  ୨୦୧୯ ନିର୍ବାଚନୀ ବର୍ଷ ହେବାକୁ ଯାଉଥିବାରୁ କେନ୍ଦ୍ର ସରକାର ସେମାନଙ୍କୁ ଅସନ୍ତୁଷ୍ଟ କରିବାକୁ ଚାହିଁବେ ନାହିଁ। 

ପୂଜା ମଣ୍ଡପଗୁଡିକୁ ଫାଷ୍ଟ ଏଡ୍‌ ବକ୍ସ ପ୍ରଦାନ କଲା ଆମ୍ରି ହସ୍ପିଟାଲ୍ସ

ପୂଜା ମଣ୍ଡପଗୁଡିକୁ ଫାଷ୍ଟ ଏଡ୍‌ ବକ୍ସ ପ୍ରଦାନ କଲା ଆମ୍ରି ହସ୍ପିଟାଲ୍ସ

ଭୁବନେଶ୍ୱର,୧୬-୧୦: ଆମ୍ରି ହସ୍ପିଟାଲ୍ସ ପକ୍ଷରୁ କଟକ ଏବଂ ଭୁବନେଶ୍ୱରର ପୂଜା ମଣ୍ଡପଗୁଡିକୁ ଫାଷ୍ଟ ଏକ୍ସ ବକ୍ସ ପ୍ରଦାନ କରାଯାଇଛି। ସ୍ବାସ୍ଥ୍ୟମନ୍ତ୍ରୀ ପ୍ରତାପ ଜେନା, କଟକ ସାଂସଦ ଭର୍ତ୍ତୁହରି ମହତାବଙ୍କ ଉପସ୍ଥିତିରେ ହସ୍ପିଟାଲର କର୍ମକର୍ତ୍ତା ଏହି ବକ୍ସକୁ ବଣ୍ଟନ କରିଥିଲେ। 

ପାର୍ବଣରେ ଜିଓର ଡିଜିଟାଲ ଉପସ୍ଥାପନା

ପାର୍ବଣରେ ଜିଓର ଡିଜିଟାଲ ଉପସ୍ଥାପନା

ଭୁବନେଶ୍ୱର,୧୬-୧୦: ପାର୍ବଣ ଅବସରରେ ରିଲାଏନ୍ସ ଜିଓ ପକ୍ଷରୁ ଭୁବନେଶ୍ୱର ଏବଂ କଟକର ୫ ଲେଖାଏ ପ୍ରମୁଖ ପୂଜା ମଣ୍ଡପ ଓ ପେଣ୍ଡାଲକୁ ମାଇଁ ଜିଓ ଆପ୍‌ରେ ଆକର୍ଷଣୀୟ ଫଟୋ ଏବଂ ଭିଡିଓ ଜରିଆରେ ଉପସ୍ଥାପିତ କରାଯାଇଛି। 

ଜିପିଏଫ୍‌ ସୁଧ ହାର ୮%କୁ ବୃଦ୍ଧି

ଜିପିଏଫ୍‌ ସୁଧ ହାର ୮%କୁ ବୃଦ୍ଧି

ନୂଆଦିଲ୍ଲୀ,୧୬-୧୦: କେନ୍ଦ୍ର ସରକାର ଅକ୍ଟୋବର-ଡିସେମ୍ବର ତ୍ରୈମାସ ଲାଗି ଜେନେରାଲ ପ୍ରୋଭିଡେଣ୍ଟ ଫଣ୍ଡ(ଜିପିଏଫ୍‌) ଏବଂ ଏଭଳି ଅନ୍ୟ ଯୋଜନାର ସୁଧ ହାର ୮%କୁ ବୃଦ୍ଧି କରିଛନ୍ତି। 

ଅଟୋମେଟିକ୍‌ ହୋମ୍‌ ଫ୍ରାଗରାନ୍ସ ସେଗ୍‌ମେଣ୍ଟରେ ଗୋଦ୍‌ରେଜ୍‌

ଅଟୋମେଟିକ୍‌ ହୋମ୍‌ ଫ୍ରାଗରାନ୍ସ ସେଗ୍‌ମେଣ୍ଟରେ ଗୋଦ୍‌ରେଜ୍‌

ଭୁବନେଶ୍ୱର,୧୬-୧୦: ଗୋଦ୍‌ରେଜ୍‌ କଞ୍ଜ୍ୟୁମର ପ୍ରଡକ୍ଟ ଲିମିଟେଡ୍‌ ଗୋଦ୍‌ରେଜ ଇୟର ମେଟିକ ସହ ଅଟୋମେଟିକ ହୋମ ଫ୍ରାଗରାନ୍ସ ସେଗମେଣ୍ଟରେ ପ୍ରବେଶ କରିଛି। 

ଉନ୍ନତ ଓନରଶିପ୍‌ ଅଭିଜ୍ଞତା ଦେଉଛି ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରା

ଉନ୍ନତ ଓନରଶିପ୍‌ ଅଭିଜ୍ଞତା ଦେଉଛି ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରା

ଭୁବନେଶ୍ୱର,୧୬-୧୦: ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରା ଲିମିଟେଡ୍‌ ଲିଜିଂ ଫର୍‌ ରିଟେଲ ବାୟର୍‌ ସମ୍ପର୍କରେ ଘୋଷଣା କରିଛି। ଏହା ଦ୍ୱାରା ଗ୍ରାହକଙ୍କୁ ଏକ ଉନ୍ନତ କ୍ରୟ  ଅଭିଜ୍ଞତା ପ୍ରଦାନ ଦିଗରେ କମ୍ପାନୀ କାର୍ଯ୍ୟକରୁଥିବା ପ୍ରକାଶ କରିଛି।