ବାଣିଜ୍ୟ |

ଲାଇଫ୍‌ବୟର ନୂଆ ଅଭିଯାନ

ଲାଇଫ୍‌ବୟର ନୂଆ ଅଭିଯାନ
ବମ୍ବେ,୫-୧୨ ହିନ୍ଦୁସ୍ତାନ ୟୁନିଲିଭର ଲିମିଟେଡ୍‌(ଏଚ୍‌ୟୁଏଲ୍‌)ର ହେଲ୍‌ଥ ଶୋପ୍‌ ବ୍ରାଣ୍ଡ ଲାଇଫ୍‌ବୟ ଏକ ନୂଆ ଅଭିଯାନ ଘୋଷଣା କରିଛି। କିଶୋରୀମାନଙ୍କୁ ଶସକ୍ତ କରିବା ଏହି ଅଭିଯାନର ଅଂଶବିଶେଷ। ଉକ୍ତ ଅଭିଯାନ ଅଧୀନରେ ଓ୍ବାର୍ଲଡ ଆସୋସିଏଶନ୍‌ ଅଫ୍‌ ଗାର୍ଲ ଗାଇଡ୍ସ ଏବଂ ଗାର୍ଲ ସ୍କାଉଟ୍ସ(ଡବ୍ଲ୍ୟୁଏଜିଜିଜିଏସ୍‌) ସହଯୋଗିତାରେ କିଶୋରୀମାନେ ନିଜ ନିଜ କମ୍ୟୁନିଟିରେ ଲୋକଙ୍କୁ ହ୍ୟାଣ୍ଡଓ୍ବାଶିଂ ବିଷୟରେ ସଚେତନ କରିବେ। ଏ ସଂକ୍ରାନ୍ତରେ ଆୟୋଜିତ କାର୍ଯ୍ୟକ୍ରମରେ ଲାଇଫ୍‌ବୟର ‘ହେଲ୍‌ପ ଅ ଚାଇଲ୍‌ଡ ରିଚ୍‌ ୫’ ର ଆମ୍ବାସାଡର ତଥା ବଲିଉଡ୍‌ ଅଭିନେତ୍ରୀ କାଜୋଲ ହ୍ୟାଣ୍ଡଓ୍ବାଶିଂ ହିରୋ ହେବାକୁ ଥିବା କିଶୋରୀମାନଙ୍କ ପରିଚୟ ଦେଇଥିଲେ। ଏହି କିଶୋରୀମାନେ ୪ ନିୟୁତରୁ ଊର୍ଦ୍ଧ୍ୱ ଲୋକଙ୍କ ନିକଟରେ ହ୍ୟାଣ୍ଡ୍‌ଓ୍ବାଶିଂ ମେସେଜ୍‌ ପ୍ରେରିତ କରିବେ ଏବଂ ବିଭିନ୍ନ ପ୍ରକାର ରୋଗ ଦୂରୀକରଣରେ ସହାୟକ ହେବେ। ଏହି ସହଯୋଗିତା ଅଧୀନରେ ୧୨୦୦ରୁ ଊର୍ଦ୍ଧ୍ୱ ଗାର୍ଲ ଗାଇଡ୍‌ ଏବଂ ସ୍କାଉଟ୍‌ଙ୍କୂ ତାଲିମ ପ୍ରଦାନ କରାଯାଇଛି। ଖାଇବା ପୂର୍ବରୁ ଏବଂ ଶୌଚ ପରେ ସାବୁନ୍‌ ବ୍ୟବହାରର ଗୁରୁତ୍ୱକୁ ନେଇ ଏମାନଙ୍କୁ ତାଲିମ ପ୍ରଦାନ କରାଯାଇଛି। ଏ ନେଇ ଆୟୋଜିତ ଘୋଷଣା କାର୍ଯ୍ୟକ୍ରମରେ ଲାଇଫ୍‌ବୟର ‘ହେଲ୍‌ପ ଅ ଚାଇଲ୍‌ଡ ରିଚ୍‌ ୫ ’ ର ବ୍ରାଣ୍ଡ ଆମ୍ବାସାଡର କାଜୋଲ ଦେବ୍‌ଗନ୍‌ଙ୍କ ସହ ଏଚ୍‌ୟୁଏଲ୍‌ର ସିଇଓ ତଥା ଏମ୍‌ଡି ସଞ୍ଜୀବ ମେହେଟ୍ଟା, ୟୁନିଲିବର୍‌ର କାର୍ଯ୍ୟନିର୍ବାହୀ ଉପ-ସଭାପତି(ଗ୍ଲାବାଲ୍‌ ସ୍କିନ୍‌ କ୍ଲିଞ୍ଜିଙ୍ଗ୍‌) ସମୀର ସିଂ ପ୍ରମୁଖ ଉପସ୍ଥିତ ଥିଲେ।
All Right Reserved By

ବାଣିଜ୍ୟ |

ଡିସେମ୍ବର ୧୫ରୁ ଟ୍ରେନ-୧୮ ଚାଲିବ

ଡିସେମ୍ବର ୧୫ରୁ ଟ୍ରେନ-୧୮ ଚାଲିବ

ନୂଆଦିଲ୍ଲୀ,୨୧-୧୧: ଦେଶର ପ୍ରଥମ ଇଞ୍ଜିନବିହୀନ ସେମି ହାଇସ୍ପିଡ୍‌ ଟ୍ରେନ କୁହାଯାଉଥିବା ଟ୍ରେନ-୧୮ ଡିସେମ୍ବର ୧୫ରୁ ଚଳାଚଳ କରିବ ବୋଲି ରେଲଓ୍ବେର ଜଣେ ବରିଷ୍ଠ ଅଧିକାରୀ ପ୍ରକାଶ କରିଛନ୍ତି।

ଆର୍‌ବିଆଇର ନିଷ୍ପତ୍ତି ପରେ; ଋଣ ଦେବାକୁ ବ୍ୟାଙ୍କଗୁଡିକୁ ମିଳିବ ୩ ଲକ୍ଷ କୋଟି

ଆର୍‌ବିଆଇର ନିଷ୍ପତ୍ତି ପରେ; ଋଣ ଦେବାକୁ ବ୍ୟାଙ୍କଗୁଡିକୁ ମିଳିବ ୩ ଲକ୍ଷ କୋଟି

ନୂଆଦିଲ୍ଲୀ,୨୧-୧୧: କ୍ୟାପିଟାଲ ରିଜର୍ଭ ରେସିଓକୁ କୋହଳ କରିବା ଲାଗି ରିଜର୍ଭ ବ୍ୟାଙ୍କ(ଆର୍‌ବିଆଇ) ସୋମବାର ଅନୁଷ୍ଠିତ ବୋର୍ଡ ବୈଠକରେ ନିଷ୍ପତ୍ତି ନେଇଛି। 

୭ଟି ବିମାନ ବିକିବ ଏୟାର ଇଣ୍ଡିଆ

୭ଟି ବିମାନ ବିକିବ ଏୟାର ଇଣ୍ଡିଆ

ମୁମ୍ବାଇ,୨୧-୧୧: ଋଣବୁଡି ରହିଥଥିବା ରାଷ୍ଟ୍ରାୟତ୍ତ ବିମାନ କମ୍ପାନୀ ଏୟାର ଇଣ୍ଡିଆ ଆର୍ଥିକ ବୋଝକୁ ହାଲ୍‌କା କରିବା ଲକ୍ଷ୍ୟରେ ୭ଟି ବିମାନକୁ ବିକ୍ରି କରିବ ବୋଲି ନିଷ୍ପତ୍ତି ନେଇଛି। 

ପାନ୍‌ ଆବେଦନରେ ପିତାଙ୍କ ନାମ ଉଲ୍ଲେଖ ବାଧ୍ୟତାମୂଳକ ନୁହେଁ

ପାନ୍‌ ଆବେଦନରେ ପିତାଙ୍କ ନାମ ଉଲ୍ଲେଖ ବାଧ୍ୟତାମୂଳକ ନୁହେଁ

ନୂଆଦିଲ୍ଲୀ,୨୧-୧୧: ପରିବାରରେ କେବଳ ମା’ ଏକମାତ୍ର ଅଭିଭାବକ ହୋଇଥିଲେ ପାନ୍‌ ଆବେଦନ ବେଳେ ପିତାଙ୍କ ନାମ ଉଲ୍ଲେଖ କରିବା ବାଧ୍ୟତାମୂଳକ ନୁହେଁ ବୋଲି ମଙ୍ଗଳବାର ଆୟକର ବିଭାଗ ପକ୍ଷରୁ ସ୍ପଷ୍ଟ କରାଯାଇଛି।

କେନ୍ଦ୍ରକୁ ୨.୫ ଲକ୍ଷ କୋଟି ଦେଇଛି ଆର୍‌ବିଆଇ

କେନ୍ଦ୍ରକୁ ୨.୫ ଲକ୍ଷ କୋଟି ଦେଇଛି ଆର୍‌ବିଆଇ

ନୂଆଦିଲ୍ଲୀ,୨୧-୧୧: ଗତ ୫ ବର୍ଷରେ ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍‌ବିଆଇ) ଲାଭାଂଶ ବାବଦରେ କେନ୍ଦ୍ର ସରକାରଙ୍କୁ ୨.୫ ଲକ୍ଷ କୋଟି ଟଙ୍କା ଦେଇଛି। ଏହା କେନ୍ଦ୍ରୀୟ ବ୍ୟାଙ୍କର ଆୟର ୭୫% ବୋଲି ଜଣାପଡିଛି।

ବଢ଼ିବ ଟିଭି, ହୋମ୍‌ ଆପ୍ଲାଏନ୍ସ ଦାମ୍‌

ବଢ଼ିବ ଟିଭି, ହୋମ୍‌ ଆପ୍ଲାଏନ୍ସ ଦାମ୍‌

ନୂଆଦିଲ୍ଲୀ,୨୧-୧୧: ଟିଭି ଏବଂ ହୋମ୍‌ ଆପ୍ଲାଏନ୍ସଗୁଡିକର ଦାମ୍‌ ଖୁବଶୀଘ୍ର ୧୦ ପ୍ରତିଶତ ପର୍ଯ୍ୟନ୍ତ ବଢ଼ିବାକୁ ଯାଉଛି। ଡଲାର ମୁକାବିଲାରେ ଟଙ୍କା ଦୁର୍ବଳ ହେବା, ଆମଦାନୀ ହେଉଥିବା ପ୍ରିମିୟମ ଫ୍ରିଜ୍‌ ଏବଂ ଓ୍ବାଶିିଂ ମେଶିନ ଭଳି ହୋମ୍‌ ଆପ୍ଲାଏନ୍ସ ଉପରେ ସୀମା ଶୁଳ୍କ ବୃଦ୍ଧି ଯୋଗୁ କମ୍ପାନୀମାନେ ଦାମ୍‌ ବଢ଼ାଇବାକୁ ବାଧ୍ୟ ହେଉଛନ୍ତି। ଅକ୍ଟୋବରରୁ ମୂଲ୍ୟ ବଢ଼ିବାର ଥିଲା। କିନ୍ତୁ ଫେଷ୍ଟିଭ ସିଜନ୍‌କୁ ଦୃଷ୍ଟିରେ ରଖି ଏହାକୁ ସେମାନେ ସାମୟିକ ସ୍ଥଗିତ ରଖିଥିଲେ। 

ପରବର୍ତ୍ତୀ ପିଢିର ଜାଓ୍ବା ମୋଟର ସାଇକେଲ

ପରବର୍ତ୍ତୀ ପିଢିର ଜାଓ୍ବା ମୋଟର ସାଇକେଲ

ଭୁବନେଶ୍ୱର,୨୦-୧୧: କ୍ଲାସିକ ଲିଜେଣ୍ଡ୍‌ସ ପ୍ରାଇଭେଟ ଲିମିଟେଡ ପକ୍ଷରୁ ଜାଓ୍ବା ମୋଟର ସାଇକେଲର ପରବର୍ତ୍ତୀ ପିଢୀକୁ ଭାରତରେ ପ୍ରବେଶ କରାଯାଇଇଛି। ଜାଓ୍ବା ଓ ଜାଓ୍ବା ଫର୍ଟି ଟୁ ଭଳି ଭାରିଆଣ୍ଟରେ ଏହା ଉପଲବ୍ଧ। 

‘ରାଡ଼ୋ’ ଆଣିଲା ନୂଆ ୨୦୧୮ କଲେକ୍ସନ

‘ରାଡ଼ୋ’ ଆଣିଲା ନୂଆ ୨୦୧୮ କଲେକ୍ସନ

ଭୁବନେଶ୍ୱର,୨୦-୧୧: ସ୍ବିସ ଓ୍ବାଚ୍‌ ବ୍ରାଣ୍ଡ ‘ରାଡ଼ୋ’ବଜାରକୁ ନୂଆ ୨୦୧୮ ଓ୍ବେଡିଂ କଲେକ୍ସନ ଆଣିଛି। ସ୍ଥାନୀୟ ଏସ୍‌ପ୍ଲାନେଡ୍‌ ଓ୍ବାନ୍‌ ମଲସ୍ଥିତ କମଲ୍‌ଓ୍ବାଚ ଷ୍ଟୋରରେ ରାଡ଼ୋର ବ୍ରାଣ୍ଡ ଆମ୍ବାସାଡର ତଥା ଅଭିନେତ୍ରୀ ଲିସା ରାଏ ଏହାର ଉନ୍ମୋଚନ କରିଥିଲେ। 

ପୋଷଣମୁକ୍ତ ସମାଜଗଠନ ଲାଗି ଓଏଲ୍‌ଏମ୍‌ର ଗୁରୁତ୍ୱ

ପୋଷଣମୁକ୍ତ ସମାଜଗଠନ ଲାଗି ଓଏଲ୍‌ଏମ୍‌ର ଗୁରୁତ୍ୱ

ଭୁବନେଶ୍ୱର,୨୦-୧୧: କୁପୋଷଣମୁକ୍ତ ସମାଜ ଗଠନକୁ ଧ୍ୟାନରେ ରଖି ଅପପୁଷ୍ଟିର ହ୍ରାସ ଲାଗି ଓଡିଶା ଲାଇଭଲିହୁଡ ମିଶନ(ଓଏଲ୍‌ଏମ୍‌) ପକ୍ଷରୁ ପଦକ୍ଷେପ ନିଆଯାଇଛି। ଅପପୁଷ୍ଟି ସମ୍ପର୍କରେ ଅବଗତ କରାଯିବା ସହ ଉପଯୁକ୍ତ ଖାଦ୍ୟ ଗ୍ରହଣ ଉପରେ ଗୁରୁତ୍ୱାରୋପ କରାଯାଇଛି। 

ହିରୋ ମୋଟୋକର୍ପ ଅଧ୍ୟକ୍ଷଙ୍କୁ ଡକ୍ଟରେଟ୍‌

ହିରୋ ମୋଟୋକର୍ପ ଅଧ୍ୟକ୍ଷଙ୍କୁ ଡକ୍ଟରେଟ୍‌

ଭୁବନେଶ୍ୱର,୨୦-୧୧: ହିରୋ ମୋଟୋକର୍ପ ଲିମିଟେଡର ଅଧ୍ୟକ୍ଷ,ଏମ୍‌ଡି ତଥା ସିଇଓ ପଓ୍ବନ ମୁଞ୍ଜଲଙ୍କୁ କୁରୁକ୍ଷେତ୍ର ନ୍ୟାଶନାଲ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଟେକ୍ନୋଲୋଜିର ୧୬ତମ ସମାବର୍ତ୍ତନ ଉତ୍ସବରେ ସମ୍ମାନସୂଚକ ଡକ୍ଟରେଟ୍‌ ପ୍ରଦାନ କରାଯାଇଛି। 

 ହିରୋର ଡେଷ୍ଟିନି ସ୍କୁଟର

ହିରୋର ଡେଷ୍ଟିନି ସ୍କୁଟର

ଭୁବନେଶ୍ୱର,୨୦-୧୧:ହିରୋ ମୋଟୋକର୍ପ ପକ୍ଷରୁ ବଜାରକୁ ଆସିଛି ନୂଆ ୧୨୫ ସିସି ସ୍କୁଟର ଡେଷ୍ଟିନିି। ପ୍ରିମିୟମ ଗ୍ରାହକଙ୍କୁ ନଜରରେ ରଖି କମ୍ପାନୀ ଏହାକୁ ପ୍ରସ୍ତୁତ କରିଛି। ଏହା ଦୁଇ ଭାରିଆଣ୍ଟରେ ଉପଲବ୍ଧ। 

ଜାଗୁଆର୍‌ ଏଫ୍‌-ପେସ୍‌  ଇଞ୍ଜିନିୟମ

ଜାଗୁଆର୍‌ ଏଫ୍‌-ପେସ୍‌ ଇଞ୍ଜିନିୟମ

ଭୁବନେଶ୍ୱର,୨୦-୧୧:ଜାଗୁଆର୍‌ ଲ୍ୟାଣ୍ଡ ରୋଭର ବଜାରକୁ ନୂଆ ଏଫ୍‌ପେସ୍‌ ଇଞ୍ଜିନିୟମ୍‌ ବଜାରକୁ ଆଣିଛି। ଏହି ଭାରିଆଣ୍ଟର ବଜାର ଦର ୬୩.୧୭ ଲକ୍ଷ ଟଙ୍କାରୁ ଆରମ୍ଭ ହେଉଛି।