ଖେଳ |

ଭାରତ ନିୟନ୍ତ୍ରଣରେ କୋଟଲା ଟେଷ୍ଟ

ଭାରତ ନିୟନ୍ତ୍ରଣରେ କୋଟଲା ଟେଷ୍ଟ

ନୂଆଦିଲ୍ଲୀ,୫ା୧୨(ପି.ଟି)- ଶ୍ରୀଲଙ୍କା ବିପକ୍ଷ ତୃତୀୟ ତଥା ଅନ୍ତିମ ଟେଷ୍ଟ ମ୍ୟାଚରେ ଘରୋଇ ଭାରତ ତା’ର ସ୍ଥିତି ଆହୁରି ଦୃଢ଼ କରିବା ସହ ବିଜୟ ସମ୍ଭାବନା ସୃଷ୍ଟି କରିଛି। ଭାରତର ପ୍ରଥମ ଇନିଂସ ସ୍କୋର ୫୩୬/୭ (ପାଳି ଘୋଷଣା) ଜବାବରେ ଶ୍ରୀଲଙ୍କା ପ୍ରଥମ ଇନିଂସରେ ୧୩୫.୩ ଓଭରରେ ୩୭୩ ରନ କରି ଅଲଆଉଟ ହେବା ପରେ ଭାରତ ୧୬୩ ରନର ମହତ୍ତ୍ୱପୁର୍ଣ୍ଣ ଅଗ୍ରଣୀ ହାସଲ କରିଥିଲା। ଦ୍ୱିତୀୟ ଇନିଂସ ଆରମ୍ଭ କରି ଭାରତ ୫୨.୨ ଓଭରରେ ୫ ଉଇକେଟ ହରାଇ ୨୪୬ ରନ କରି ପୁଣି ଥରେ ପାଳି ଘୋଷଣା କରିଥିଲା। ଫଳରେ ଶ୍ରୀଲଙ୍କା ସମ୍ମୁଖରେ ୪୧୦ ରନର ବିଜୟ ଲକ୍ଷ୍ୟ ଧାର୍ଯ୍ୟ ହୋଇଥିଲା। ଜବାବରେ ଦ୍ୱିତୀୟ ଇନିଂସ ଆରମ୍ଭ କରି ଶ୍ରୀଲଙ୍କା ଚତୁର୍ଥ ଦିବସ ଖେଳ ଶେଷ ସୁଦ୍ଧା ୧୬ ଓଭରରେ ୩ ଉଇକେଟ ହରାଇ ୩୧ ରନ ସଂଗ୍ରହ କରିଛି। ମ୍ୟାଚ ଆଉ ଗୋଟିଏ ଦିନ ବାକି ଥିବା ବେଳେ ବିଜୟ ପାଇଁ ଶ୍ରୀଲଙ୍କା ୭ ଉଇକେଟ ହାତରେ ଥାଇ ଆହୁରି ୩୭୯ ରନ ଆବଶ୍ୟକ କରୁଛି। ଷ୍ଟମ୍ପ ଅପସାରଣ ବେଳକୁ ଧନଞ୍ଜୟ ଡି’ସିଲଭା ୧୩ ଓ ପ୍ରଥମ ଇନିଂସରେ ଲଢୁଆ ଶତକ ହାସଲ କରିଥିବା ଆଞ୍ଜେଲୋ ମାଥ୍ୟୁସ ବିନା ସ୍କୋରରେ ଅପରାଜିତ ରହିଛନ୍ତି।

All Right Reserved By

Model This Week

ନିକିତା

ଖେଳ |

ଏସିଆନ ସେଲିଂ ଚାମ୍ପିୟନଶିପ୍‌: ଆର୍ମି ସେଲର୍ସଙ୍କୁ ୭ଟି ସ୍ଥାନ

ଏସିଆନ ସେଲିଂ ଚାମ୍ପିୟନଶିପ୍‌: ଆର୍ମି ସେଲର୍ସଙ୍କୁ ୭ଟି ସ୍ଥାନ

ନୂଆଦିଲ୍ଲୀ, ୨୪।୪(ପି.ଟି.)- ଇଣ୍ଡୋନେସିଆରେ ଆସନ୍ତା ଜୁନ ୨୪ରୁ ୩୦ ତାରିଖ ପର୍ଯ୍ୟନ୍ତ ଏସିଆନ ସେଲିଂ ଚାମ୍ପିୟନଶିପ୍‌ ଅନୁଷ୍ଠିତ ହେବ। ଏଥିଲାଗି ଆର୍ମି ୟାଚିଂ ନୋଡ୍‌ (ଏଓ୍ବାଇଏନ୍‌) ସେଲର୍ସ ମୋଟ୍‌ ୮ଟିରୁ ୭ଟି ସ୍ଥାନ ହାସଲ କରିଛନ୍ତି।

ଶୁଟିଂ ବିଶ୍ୱକପ୍‌: ରିଜଭି ଜିତିଲେ ରୌପ୍ୟ

ଶୁଟିଂ ବିଶ୍ୱକପ୍‌: ରିଜଭି ଜିତିଲେ ରୌପ୍ୟ

ଚାଙ୍ଗ୍‌ଓ୍ବନ(ଦକ୍ଷିଣ କୋରିଆ), ୨୪।୪(ପି.ଟି.)- ଏଠାରେ ଚାଲିଥିବା ଆଇଏସ୍‌ଏସ୍‌ଏଫ୍‌ ବିଶ୍ୱକପ୍‌ରେ ଶାହରାଜ ରିଜଭି ଭାରତ ପାଇଁ ପଦକ ଅଭିଯାନ ଆରମ୍ଭ କରିଛନ୍ତି। ମଙ୍ଗଳବାର ରିଜଭି ୧୦ ମିଟର ଏୟାର ପିସ୍ତଲ ଇଭେଣ୍ଟରେ ୨ୟ ସ୍ଥାନରେ ରହି ରୌପ୍ୟ ପଦକ ହାସଲ କରିବା ସହ ଦେଶ ପାଇଁ ପ୍ରଥମ ପଦକ ସଫଳତା ଆଣିଛନ୍ତି।

ଦ.ଆଫ୍ରିକା-ପାକିସ୍ତାନ ସିରିଜ: ସେଞ୍ଚୁରିୟନରେ ବକ୍ସିଂ ଡେ ଟେଷ୍ଟ

ଦ.ଆଫ୍ରିକା-ପାକିସ୍ତାନ ସିରିଜ: ସେଞ୍ଚୁରିୟନରେ ବକ୍ସିଂ ଡେ ଟେଷ୍ଟ

ଜୋହାନ୍ସବର୍ଗ, ୨୪।୪(ଏଏଫ୍‌ପି)- ଆସନ୍ତା ୨୦୧୮-୧୯ ସିଜନ ଲାଗି ଦକ୍ଷିଣ ଆଫ୍ରିକାର ଘରୋଇ କାର୍ଯ୍ୟସୂଚୀ ଘୋଷଣା କରାଯାଇଛି। ଏଥିରେ ଘରୋଇ ଦକ୍ଷିଣ ଆଫ୍ରିକା ୩ଟି ଟେଷ୍ଟ ପାକିସ୍ତାନ ବିପକ୍ଷରେ ଏବଂ ୨ଟି ଟେଷ୍ଟ ମ୍ୟାଚ୍‌ ଶ୍ରୀଲଙ୍କା ବିପକ୍ଷରେ ଖେଳିବ ବୋଲି ଜଣାପଡ଼ିଛି।

ସ୍ବର୍ଣ୍ଣ ବିଜୟିନୀ ଅଂଶିକାଙ୍କୁ ସ୍ବାଗତ

ସ୍ବର୍ଣ୍ଣ ବିଜୟିନୀ ଅଂଶିକାଙ୍କୁ ସ୍ବାଗତ

ଭୁବନେଶ୍ୱର, ୨୪।୪(ସ୍ପୋଟର୍‌ସ ବ୍ୟୁରୋ)- ଦିଲ୍ଲୀର ତାଲକୋଟ୍ରା ଷ୍ଟାଡିୟମରେ ଅନୁଷ୍ଠିତ ଜାତୀୟ ସବ୍‌ଜୁନିୟର କରାଟେ ଚାମ୍ପିୟନଶିପ୍‌ରେ ସ୍ବର୍ଣ୍ଣ ପଦକ ଜିତିଥିବା ଓଡ଼ିଶାର ଅଂଶିକା ମହାପାତ୍ର ସୋମବାର ଭୁବନେଶ୍ୱର ଫେରିଛନ୍ତି।

କ୍ରୀଡ଼ା ଭାଷ୍ୟକାର ଅବିନାଶ ସମ୍ବର୍ଦ୍ଧିତ

କ୍ରୀଡ଼ା ଭାଷ୍ୟକାର ଅବିନାଶ ସମ୍ବର୍ଦ୍ଧିତ

ଭୁବନେଶ୍ୱର, ୨୪।୪(ସ୍ପୋଟର୍‌ସ ବ୍ୟୁରୋ)- କ୍ରୀଡ଼ା ଭାଷ୍ୟକାର ଅବିନାଶ ସାମଲଙ୍କୁ ସୋମବାର କଳିଙ୍ଗ ଗ୍ରୁପ ଅଫ୍‌ ଇନଷ୍ଟିଚ୍ୟୁଶନ୍‌ (କେଜିଆଇ)ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଛି। ଅବିନାଶ ଦୀର୍ଘ ୧୦ ବର୍ଷରୁ ଊର୍ଦ୍ଧ୍ୱ ଓଡ଼ିଶାରେ ଅନୁଷ୍ଠିତ ରାଜ୍ୟସ୍ତରୀୟ କ୍ରିକେଟ ଟୁର୍ନାମେଣ୍ଟ ଗୁଡ଼ିକରେ ଭାଷ୍ୟକାରଭାବେ ଦାୟିତ୍ୱ ତୁଲାଇ ଆସୁଛନ୍ତି।

ଗୋପୀଚାନ୍ଦ ଏକାଡେମୀରେ ପ୍ରଶିକ୍ଷଣ ନେବେ ଓଡ଼ିଶାର ତୁଶିତ

ଗୋପୀଚାନ୍ଦ ଏକାଡେମୀରେ ପ୍ରଶିକ୍ଷଣ ନେବେ ଓଡ଼ିଶାର ତୁଶିତ

ଭୁବନେଶ୍ୱର,୨୪।୪(ସ୍ପୋଟର୍‌ସ ବ୍ୟୁରୋ)- ଓଡ଼ିଶାର ତୁଶିତ କୁମାର କେଜ୍ରିଓ୍ବାଲ ହାଇଦ୍ରାବାଦସ୍ଥିତ ପୁଲେଲା ଗୋପୀଚାନ୍ଦ ବ୍ୟାଡ୍‌ମିଣ୍ଟନ ଏକାଡେମୀରେ ପ୍ରଶିକ୍ଷଣ ପାଇଁ ମନୋନୀତ ହୋଇଛନ୍ତି। ଆଇଡିବିଆଇ ଫେଡେରାଲ ଲାଇଫ୍‌ ଇନ୍ସୁରାନ୍ସର ଚାମ୍ପ୍‌ ପ୍ରୋଗ୍ରାମ ପାଇଁ ଚୟନ ହୋଇଥିବା ୧୪ ଯୁବ ଖେଳାଳିଙ୍କ ମଧ୍ୟରୁ ତୁଶିତ ଅନ୍ୟତମ।

ସାର୍ନୋବତ ଚତୁର୍ଥ

ସାର୍ନୋବତ ଚତୁର୍ଥ

ଚାଙ୍ଗଓନ୍‌ (ଦକ୍ଷିଣ କୋରିଆ), ୨୪ା୪ (ପି.ଟି.)-ଇଣ୍ଟରନ୍ୟାଶନାଲ ଶୁଟିଂ ସ୍ପୋଟର୍‌ସ ଫେଡେରେଶନ (ଆଇଏସ୍‌ଏସ୍‌ଏଫ୍‌) ଓ୍ବାଲର୍‌ଡ କପ୍‌ ଷ୍ଟେଜ୍‌-୨ରେ ଭାରତର ରାହି ସାର୍ନୋବତ୍‌ ଅଳ୍ପକେ ପଦକ ହାସଲରୁ ବଞ୍ଚତ୍ତ ହୋଇଛନ୍ତି। ମହିଳା ୨୫ମିଟର ପିସ୍ତଲ ଇଭେଣ୍ଟରେ ସେ ଚତୁର୍ଥ ସ୍ଥାନ ଅଧିକାର କରିଛନ୍ତି। ପ୍ରତିଯୋଗିତାର ଦ୍ୱିତୀୟ ଦିବସରେ ଭାରତୀୟଙ୍କ ମଧ୍ୟରେ ସାର୍ନୋବତ୍‌ ଶ୍ରେଷ୍ଠ ପ୍ରଦର୍ଶନ କରିଥିଲେ।

ଭାରତର ଭିଜା ନିୟମକୁ ପିସିବି ମୁଖ୍ୟଙ୍କ ନାପସନ୍ଦ

ଭାରତର ଭିଜା ନିୟମକୁ ପିସିବି ମୁଖ୍ୟଙ୍କ ନାପସନ୍ଦ

କଲିକତା, ୨୪ା୪ (ପି.ଟି.)-ଭାରତର କଡ଼ା ଭିଜା ନିୟମ ଯୋଗୁ ମୋତେ ଲାହୋରରୁ କଲିକତା ଆସିବା ଲାଗି ଦୀର୍ଘ ୧୯ ଘଣ୍ଟା ସମୟ ଲାଗିଛି ବୋଲି ପାକିସ୍ତାନ କ୍ରିକେଟ ବୋର୍ଡ (ପିସିବି) ଚେୟାରମ୍ୟାନ ନଜାମ ସେଠୀ କହିଛନ୍ତି। ଏଥିପାଇଁ ସେ ଭାରତର ବହିର୍ବ୍ୟାପାର ମନ୍ତ୍ରଣାଳୟ ବିରୋଧରେ ଅଭିଯୋଗ ଆଣିିଛନ୍ତି।

ଭାରତର ୫ମହିଳା ବକ୍ସର ସେମିରେ

ଭାରତର ୫ମହିଳା ବକ୍ସର ସେମିରେ

ବ୍ୟାଙ୍କକ୍‌, ୨୪ା୪ (ପି.ଟି.)-ଏସିଆନ ୟୁଥ ଚାମ୍ପିୟନଶିପ୍‌ରେ ଭାରତର ୫ ମହିଳା ବକ୍ସର ସେମିଫାଇନାଲରେ ପ୍ରବେଶ କରି ପଦକ ନିଶ୍ଚିତ କରିଛନ୍ତି। ସେମାନଙ୍କ ମଧ୍ୟରୁ ୨ ଜଣ ଅନାମିକା (୫୧କେଜି) ଓ ଆସ୍ଥା (୭୫କେଜି) ଚଳିତବର୍ଷ ଆର୍ଜେଣ୍ଟିନାରେ ହେବାକୁଥିବା ୟୁଥ୍‌ ଅଲିମ୍ପିକ ଗେମ୍ସ ଲାଗି ଯୋଗ୍ୟତା ନିକଟତର ହୋଇଛନ୍ତି। ଆର୍ଜେଣ୍ଟିନା ରାଜଧାନୀ ବୁଏନସ ଏରିଜ୍‌ରେ ହେବାକୁଥିବା ଏହି ଗେମ୍ସ ଲାଗି ଚଳିତ ଇଭେଣ୍ଟରୁ ୪ଜଣ ଶ୍ରେଷ୍ଠ ବକ୍ସର ଯୋଗ୍ୟତା ଅର୍ଜନ କରିବେ। ଅନାମିକା ମଙ୍ଗୋଲିଆର ମୁନ୍‌ଗୁନ୍‌ସରନ ବାଲ୍‌ସାନ୍‌ଙ୍କୁ ପରାସ୍ତ କରିଥିବାବେଳେ ଆସ୍ଥା ପାହ୍ବା ଚାଇନାର ଜିୟୁଇ ଓ୍ବାଙ୍ଗ୍‌ଙ୍କୁ ହରାଇ ଦେଇଛନ୍ତି।

‘ଟେଷ୍ଟ ପୂର୍ବରୁ ଦିନିକିଆ ସିରିଜ ସହାୟକ ହେବ’

‘ଟେଷ୍ଟ ପୂର୍ବରୁ ଦିନିକିଆ ସିରିଜ ସହାୟକ ହେବ’

ବମ୍ବେ, ୨୪।୪(ପି.ଟି.)- ଭାରତୀୟ କ୍ରିକେଟ ଦଳ ପାଇଁ ଆଗାମୀ ସିଜନ ବେଶ୍‌ ବ୍ୟସ୍ତବହୁଳ ରହିଛି। ଭାରତୀୟ ଦଳ ଜୁନ୍‌ ଅନ୍ତିମ ଭାଗରେ ଇଂଲଣ୍ଡ ଗସ୍ତ କରି ସେଠାରେ ଘରୋଇ ଦଳ ବିପକ୍ଷରେ ପାଞ୍ଚ ମ୍ୟାଚ୍‌ବିଶିଷ୍ଟ ଟେଷ୍ଟ ସହ ଏକପୂର୍ଣ୍ଣ ସିରିଜ ଖେଳିବାର କାର୍ଯ୍ୟକ୍ରମ ରହିଛି। ତେବେ ଟେଷ୍ଟ ପୂର୍ବରୁ ପ୍ରଥମେ ଦିନିକିଆ ସିରିଜ ଖେଳିଲେ ଏହା ଭାରତୀୟ ଖେଳାଳିଙ୍କୁ ବେଶ୍‌ ସହାୟକ ହେବ। ବିଶେଷ କରି ଟେଷ୍ଟ ସିରିଜ ପୂର୍ବରୁ ସ୍ଥାନୀୟ ପରିବେଶ ସହ ଖାପ ଖୁଆଇବା ଲାଗି ଭାରତୀୟ ଖେଳାଳିଙ୍କୁ ଯଥେଷ୍ଟ ସମୟ ମିଳିବ ବୋଲି ମୁଖ୍ୟ କୋଚ୍‌ ରବି ଶାସ୍ତ୍ରୀ କହିଛନ୍ତି।

କିଙ୍ଗ୍ସ ଇଲେଭେନ ୪ ରନରେ ବିଜୟୀ

କିଙ୍ଗ୍ସ ଇଲେଭେନ ୪ ରନରେ ବିଜୟୀ

ନୂଆଦିଲ୍ଲୀ, ୨୪।୪- ସ୍ଥାନୀୟ ଫିରୋଜ ଶାହ କୋଟଲା ଗ୍ରାଉଣ୍ଡରେ ସୋମବାର ଅନୁଷ୍ଠିତ ଇଣ୍ଡିଆନ ପ୍ରିମିୟର ଲିଗ୍‌ ମ୍ୟାଚରେ କିଙ୍ଗ୍ସ ଇଲେଭେନ ପଞ୍ଜାବ ୪ ରନରେ ଦିଲ୍ଲୀ ଡେୟାରଡେଭିଲ୍ସକୁ ପରାସ୍ତ କରିଛି। ମ୍ୟାଚରେ ବଡ଼ ସ୍କୋର ହୋଇ ନ ଥିଲେ ହେଁ ପଞ୍ଜାବ ପକ୍ଷରୁ ଧାର୍ଯ୍ୟ ୧୪୪ ରନ ବିଜୟ ଲକ୍ଷ୍ୟକୁ ଦିଲ୍ଲୀ ଚେଜ୍‌ କରିପାରି ନ ଥିଲା। ଶ୍ରେୟାସ ଆୟାରଙ୍କ ଅର୍ଦ୍ଧଶତକ ସତ୍ତ୍ୱେ ଦଳ ୨୦ ଓଭରରେ ୮ ଉଇକେଟ ହରାଇ ୧୩୯ ରନ କରିବାକୁ ସକ୍ଷମ ହୋଇଥିଲା।

ଗିରିଧାରୀ ଚ୍ୟାଲେଞ୍ଜ କପ୍‌ ଫୁଟବଲ  ମା’ ମଙ୍ଗଳା, ଯୁଗଜ୍ୟୋତି ଟିମ୍‌ ଚାମ୍ପିୟନ

ଗିରିଧାରୀ ଚ୍ୟାଲେଞ୍ଜ କପ୍‌ ଫୁଟବଲ ମା’ ମଙ୍ଗଳା, ଯୁଗଜ୍ୟୋତି ଟିମ୍‌ ଚାମ୍ପିୟନ

ଭଣ୍ଡାରିପୋଖରୀ,୨୪।୪(ଡି.ଏନ.ଏ.)-ଭଣ୍ଡାରିପୋଖରୀ ବ୍ଲକ ଷୋଳମପୁର ପଞ୍ଚାୟତର ମଣିନାଥପୁର ଖେଳପଡ଼ିଆଠାରେ ଗୋପବନ୍ଧୁ ଯୁବକ ସଂଘ ଆନୁକୂଲ୍ୟରେ ଚାଲିଥିବା ୩୦ତମ ଗିରିଧାରୀ ଚ୍ୟାଲେଞ୍ଜ କପ୍‌ ଫୁଟବଲ ଟୁର୍ନାମେଣ୍ଟ ଉଦ୍‌ଯାପିତ ହୋଇଯାଇଛି। ପୁରୁଷ ଓ ମହିଳା ଦୁଇ ଭାଗରେ ଏହି ଟୁର୍ନାମେଣ୍ଟ ହୋଇଥିଲା। ପୁରୁଷ ବିଭାଗରେ ଖଇରାବାଦର ଫ୍ରେର୍ଣ୍ଣସ କ୍ଲବ ଓ ବରୁହଁ। ର ମା’ ମଙ୍ଗଳା ଆଥଲେଟିକ ଆସୋସିଏଶନ ମଧ୍ୟରେ ଫାଇନାଲ ମ୍ୟାଚ୍‌ ହୋଇଥିଲା। ଏଥିରେ ମା’ ମଙ୍ଗଳା ଟିମ୍‌ ୩-୦ ଗୋଲ ଦେଇ ବିଜୟୀ ହୋଇଥିଲା। ମହିଳା ବିଭାଗରେ କଟକର ଯୁଗଜ୍ୟୋତି ଟିମ୍‌ ଓ ଭଦ୍ରକ ହରିପୁରର ଜେଜେପି ଟିମ୍‌ ମଧ୍ୟରେ ଫାଇନାଲ ମ୍ୟାଚ୍‌ ହୋଇଥିଲା। ଯୁଗଜ୍ୟୋତି ଟିମ୍‌ ୨-୦ ଗୋଲ ଦେଇ ଚାମ୍ପିୟନ ହୋଇଥିଲା। ରେଫରୀ ଭାବେ ତାଜଉଦିନ ଖଁ। ମ୍ୟାଚ୍‌ ପରିଚାଳନା କରିଥିଲେ। ଲାଇନ୍ସମ୍ୟାନ ଭାବେ ସୁମନ ଦାସ ଓ ଅଭିରାମ ଦାସ ଦାୟିତ୍ୱ ତୁଲାଇଥିଲେ।