ଖେଳ |

ବେଆରଷ୍ଟୋଙ୍କୁ ଭାବନାତ୍ମକ ଉପହାର

ବେଆରଷ୍ଟୋଙ୍କୁ ଭାବନାତ୍ମକ ଉପହାର

ଆଡିଲେଡ୍‌, ୫।୧୨(ଏଏଫ୍‌ପି)- ଏଠାରେ ଚାଲିଥିବା ଆଶେସ ସିରିଜ୍‌ର ୨ୟ ମ୍ୟାଚ୍‌ରେ ଇଂଲଣ୍ଡ କ୍ରିକେଟର ଜନ୍ନି ବେଆରଷ୍ଟୋଙ୍କୁ ଏକ ଭାବନାତ୍ମକ ଉପହାର ମିଳିଛି। ମଙ୍ଗଳବାର ତାଙ୍କ ପିତାଙ୍କ ଜଣେ ବନ୍ଧୁ ଉପହାର ସ୍ବରୂପ ଦେଇଛନ୍ତି ଉଇକେଟ କିପିଂ ଗ୍ଲୋବ୍ସ। ଏହା ହେଉଛି ବେଆରଷ୍ଟୋଙ୍କ ପିତା ଡେଭିଡ ବେଆରଷ୍ଟୋଙ୍କ ଗ୍ଲୋବ୍ସ। ସେ ଇଂଲଣ୍ଡ ଟେଷ୍ଟ ଦଳର ପୂର୍ବତନ ଉଇକେଟ ରକ୍ଷକ ଥିଲେ। ତାଙ୍କ ବନ୍ଧୁ ଆଣ୍ଡ୍ର୍ୟୁ ଜନ୍ସ ସୋମବାର ଜନ୍ନିଙ୍କ ଆଡିଲେଡ୍‌ ଓଭାଲ ଗସ୍ତ ସମ୍ପର୍କରେ ଅବଗତ ହୋଇଥିଲେ। ପରେ ତାଙ୍କ ସହ ଯୋଗାଯୋଗ କରି ମଙ୍ଗଳବାର ଭେଟିଥିଲେ। ଏହି ଅବସରରେ ସେ ଜନ୍ନିଙ୍କୁ ତାଙ୍କ ପିତାଙ୍କ ସ୍ବାକ୍ଷର ଥିବା କିପିଂ ଗ୍ଲୋବ୍ସ ଉପହାର ଦେଇଥିଲେ। ଉପହାର ପାଇବା ପରେ ଜନ୍ନି ଅତ୍ୟନ୍ତ ଭାବ ବିହୂଳ ହୋଇପଡ଼ିଥିବା ଜନ୍ସ ପ୍ରକାଶ କରିଛନ୍ତି। ସୂଚନାଥାଉ କି, ଡେଭିଡ ବେଆରଷ୍ଟୋ ୩୯ ବର୍ଷ ବୟସରେ ଆତ୍ମହତ୍ୟା କରିଥିଲେ। ସେତେବେଳେ ଜନ୍ନିଙ୍କ ବୟସ ମାତ୍ର ୮ ବର୍ଷ ଥିଲା।

All Right Reserved By

ଖେଳ |

ଆର୍ଜେଣ୍ଟିନା କୋଚ୍‌ ପଦରୁ ସାମପାଓଲି ବିଦା

ଆର୍ଜେଣ୍ଟିନା କୋଚ୍‌ ପଦରୁ ସାମପାଓଲି ବିଦା

ବୁଏନ୍ସ ଆରିଜ,୧୬।୭(ଏଏଫ୍‌ପି)- ଫିଫା ବିଶ୍ୱକପ୍‌ର ପ୍ରି-କ୍ୱାର୍ଟର ଫାଇନାଲରୁ ବିଦାୟ ନେଇଥିବା ଆର୍ଜେଣ୍ଟିନା ଦଳର କୋଚ୍‌ ଜର୍ଜ ସାମପାଓଲି ପଦରୁ ବିଦାୟ ନେଇଛନ୍ତି। ଏ ନେଇ ଆର୍ଜେଣ୍ଟିନା ଫୁଟ୍‌ବଲ ଫେଡେରେଶନ ପକ୍ଷରୁ ରବିବାର ଘୋଷଣା କରାଯାଇଛି।

ସର୍ବିଆ ଯୁବ ବକ୍ସିଂ: ଭାରତକୁ ୭ ସ୍ବର୍ଣ୍ଣ

ନୂଆଦିଲ୍ଲୀ,୧୬।୭(ପି.ଟି.)- ସର୍ବିଆର ସୁବୋଟିକାଠାରେ ଚାଲିଥିବା ୩୬ତମ ଗୋଲ୍ଡେନ ଗ୍ଲୋବ ଯୁବ ବକ୍ସିଂ ଟୁର୍ନାମେଣ୍ଟ ଉଦ୍‌ଯାପିତ ହେବା ସହ ରିଙ୍ଗ୍‌ରେ ଭାରତୀୟ ବକ୍ସରଙ୍କ ରାଜୁତିର ଶେଷ ହୋଇଛି। ଭାରତୀୟ ଦଳ ୭ଟି ସ୍ବର୍ଣ୍ଣ ସହ ପଦକ ତାଲିକାର ଶୀର୍ଷ ସ୍ଥାନରେ ରହି ଅଭିଯାନ ଶେଷ କରିଛି।

ଘାସ ଖାଇଲେ ଜୋକୋଭିଚ୍‌

ଘାସ ଖାଇଲେ ଜୋକୋଭିଚ୍‌

ଲଣ୍ଡନ,୧୬।୭- ପୂର୍ବତନ ଶୀର୍ଷ ର଼୍ୟାଙ୍କଧାରୀ ପୁରୁଷ ସିଙ୍ଗଲ୍ସ ଟନିସ୍‌ ଖେଳାଳି ନୋଭାକ ଜୋକୋଭିଚ୍‌ ରବିବାର କ୍ୟାରିୟରର ୪ର୍ଥ ଓ୍ବିମ୍ବେଲଡନ ଟାଇଟଲ ଜିତିଛନ୍ତି। ଆହତ ସମସ୍ୟା ଓ ଖରାପ ଫର୍ମ ଦେଇ ଗତି କରୁଥିବା ଜୋକୋଭିଚ୍‌ ପ୍ରାୟ ଦୁଇ ବର୍ଷ ପରେ କୌଣସି ଟାଇଟଲ ଜିତିଛନ୍ତି।

ସ୍ପେନ ଗ୍ରାଁ ପ୍ରି କୁସ୍ତି: ଭିନେଶଙ୍କୁ ସ୍ବର୍ଣ୍ଣ

ସ୍ପେନ ଗ୍ରାଁ ପ୍ରି କୁସ୍ତି: ଭିନେଶଙ୍କୁ ସ୍ବର୍ଣ୍ଣ

ନୂଆଦିଲ୍ଲୀ,୧୬।୭- ଏସିଆନ୍‌ ଗେମ୍ସ ଲାଗି ପ୍ରସ୍ତୁତ ହେଉଥିବା ଭାରତୀୟ ମହିଳା କୁସ୍ତିଯୋଦ୍ଧା ଭିନେଶ ଫୋଗଟ ସ୍ପାନିଶ ଗ୍ରାଁ ପ୍ରି ପ୍ରତିଯୋଗିତାରେ ସ୍ବର୍ଣ୍ଣ ପଦକ ଜିତିଛନ୍ତି। ୨୩ ବର୍ଷୀୟ ଭିନେଶ ଫାଇନାଲରେ କାନାଡାର ନାତାଶା ଫକ୍ସଙ୍କୁ ୧୦-୦ ବ୍ୟବଧାନରେ ହରାଇ ଦେଇଛନ୍ତି।

ଭାରତୀୟ ମହିଳା କ୍ରିକେଟ ଦଳର ଆନ୍ତରୀଣ କୋଚ୍‌ ପାଓ୍ବାର

ଭାରତୀୟ ମହିଳା କ୍ରିକେଟ ଦଳର ଆନ୍ତରୀଣ କୋଚ୍‌ ପାଓ୍ବାର

ମୁମ୍ବାଇ,୧୬।୭(ପି.ଟି.)- ନିକଟରେ ମୁମ୍ବାଇ ରଣଜୀ ଦଳ କୋଚ୍‌ ପଦରୁ ବଞ୍ଚତ୍ତ ରହିଥିବା ପୂର୍ବତନ ଭାରତୀୟ ସ୍ପିନର ରମେଶ ପାଓ୍ବାରଙ୍କୁ ସୋମବାର ସମ୍ମାନଜନକ ପଦବି ମିଳିଛି। ତାଙ୍କୁ ମହିଳା କ୍ରିକେଟ ଦଳର ଆନ୍ତରୀଣ କୋଚ୍‌ ଭାବେ ନିଯୁକ୍ତ କରାଯାଇଛି।

ମନୁ, ଅନମୋଲଙ୍କୁ ସ୍ବର୍ଣ୍ଣ

ମନୁ, ଅନମୋଲଙ୍କୁ ସ୍ବର୍ଣ୍ଣ

ନୂଆଦିଲ୍ଲୀ,୧୬।୭- ଚେକ ଗଣତନ୍ତ୍ରଠାରେ ଚାଲିଥିବା ୨୮ତମ ଶୁଟିଂ ହୋପ୍‌ସ ଅନ୍ତର୍ଜାତୀୟ ପ୍ରତିଯୋଗିତାରେ ମନୁ ଭାକର ଓ ଅନମୋଲ ଜୈନ ୧୦ ମିଟର ମିକ୍ସଡ୍‌ ଏୟାର ପିସ୍ତଲ ଇଭେଣ୍ଟରେ ସ୍ବର୍ଣ୍ଣ ପଦକ ଜିତିଛନ୍ତି।

କାତାରକୁ ମଶାଲ ହସ୍ତାନ୍ତର କଲେ ପୁଟିନ

କାତାରକୁ ମଶାଲ ହସ୍ତାନ୍ତର କଲେ ପୁଟିନ

ମସ୍କୋ, ୧୬।୭(ଏଏଫ୍‌ପି)- ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ ୨୦୨୨ ଫିଫା ବିଶ୍ୱକପ୍‌ ଆୟୋଜନ ପାଇଁ କାତାରକୁ ଓୌପଚାରିକ ଭାବେ ମଶାଲ ହସ୍ତାନ୍ତର କରିଛନ୍ତି। ରବିବାର ବିଶ୍ୱକପ୍‌ ଫାଇନାଲ ମ୍ୟାଚ୍‌ ପୂର୍ବରୁ କ୍ରେମ୍‌ଲିନ୍‌ରେ ପୁଟିନ୍‌ କାତାରର ଅମିର ଶେଖ୍‌ ତାମିମ୍‌ ବିନ୍‌ ହମାଦ ଅଲ ଥାନି ଓ ଫିଫା ମୁଖ୍ୟ ଜିଆନି ଇନ୍‌ଫାଣ୍ଟିନୋଙ୍କୁ ଭେଟିଥିଲେ।

ଉଦ୍‌ଯାପନୀ ଉତ୍ସବରେ ମନମୋହିଲେ ଇରା ଇଷ୍ଟ୍ରେଫି

ଉଦ୍‌ଯାପନୀ ଉତ୍ସବରେ ମନମୋହିଲେ ଇରା ଇଷ୍ଟ୍ରେଫି

ମସ୍କୋ, ୧୬।୭(ଏଏଫ୍‌ପି)- ଫାଇନାଲ ମ୍ୟାଚ୍‌ ପୂର୍ବରୁ ଫିଫା ବିଶ୍ୱକପ୍‌ର ରଙ୍ଗାରଙ୍ଗ ଉଦ୍‌ଯାପନୀ ଉତ୍ସବ ଅନୁଷ୍ଠିତ ହୋଇଥିଲା। ଖଚାଖଚ୍‌ଭରା ସ୍ଥାନୀୟ ଐତିହାସିକ ଲୁଝ୍‌ନିକି ଷ୍ଟାଡିୟମରେ ଏହା ବେଶ୍‌ ମନମୋହକ ହୋଇଥିଲା। ଉତ୍ସବର ମୁଖ୍ୟ ଆକର୍ଷଣ ଥିଲେ କୋସୋଭ୍‌ର ଜଣାଶୁଣା ଗାୟିକା ଇରା ଇଷ୍ଟ୍ରେଫି।

ଜୁନିୟର ହକି : ମହିଳା ଦଳର ବିଜୟ, ପୁରୁଷ ହାରିଲା

ଜୁନିୟର ହକି : ମହିଳା ଦଳର ବିଜୟ, ପୁରୁଷ ହାରିଲା

ଆଣ୍ଟ୍ବେର୍ପ (ବେଲଜିୟମ), ୧୬ା୭ (ପି.ଟି.)- ଏଠାରେ ଚାଲିଥିବା ୨୩ ବର୍ଷରୁ କମ୍‌ ମହିଳା ଷଡ଼ରାଷ୍ଟ୍ରୀୟ ଟୁର୍ନାମେଣ୍ଟରେ ଭାରତର ଜୁନିୟର ମହିଳା ହକି ଦଳ ୧-୦ଗୋଲରେ ଗ୍ରେଟ୍‌ ବ୍ରିଟେନକୁ ପରାସ୍ତ କରିଛି। ସଙ୍ଗୀତା କୁମାରୀ ଏହି ବିଜୟସୂଚକ ଗୋଲ୍‌ଟିକୁ ସ୍କୋର କରିଥିଲେ।

ଜୋକୋଭିଚ୍‌ଙ୍କୁ ଚତୁର୍ଥ ଓ୍ବିମ୍ବେଲଡନ ଟାଇଟଲ

ଜୋକୋଭିଚ୍‌ଙ୍କୁ ଚତୁର୍ଥ ଓ୍ବିମ୍ବେଲଡନ ଟାଇଟଲ

ଲଣ୍ଡନ,୧୬ା୭- ନୋଭାକ ଜୋକୋଭିଚ୍‌ ଚତୁର୍ଥ ଥର ପାଇଁ ଓ୍ବିମ୍ବେଲଡନ ଓପନ ଟେନିସ ଟାଇଟଲ ହାସଲ କରିଛନ୍ତି। ରବିବାର ଅନୁଷ୍ଠିତ ଫାଇନାଲରେ ୧୨ତମ ସିଡ୍‌ ସର୍ବୀୟ ଖେଳାଳି ୬-୨, ୬-୨, ୭-୬ (୭-୩) ସେଟ୍‌ରେ ଦକ୍ଷିଣ ଆଫ୍ରିକାର କେଭିନ ଆଣ୍ଡରସନଙ୍କୁ ପରାସ୍ତ କରିଛନ୍ତି।

ଏସିଆନ ଗେମ୍ସ ପାଇଁ ଚିଫ୍‌ ଡି’ ମିଶନ ହେବେ ବ୍ରିଜ ଭୂଷଣ

ନୂଆଦିଲ୍ଲୀ, ୧୬ା୭ (ପି.ଟି.)- ଏସିଆନ ଗେମ୍ସ ଲାଗି ଗସ୍ତ କରିବାକୁଥିବା ଭାରତୀୟ ଦଳର ଚିଫ୍‌ ଡି’ ମିଶନ ହେବେ ଭାରତୀୟ କୁସ୍ତି ମହାସଂଘ ସଭାପତି ବ୍ରିଜ ଭୂଷଣ ସିଂ। ଭାରତୀୟ ଅଲିମ୍ପିକ ଆସୋସିଏଶନ (ଆଇଓଏ) ଚଳିତ ସପ୍ତାହରେ ବିଧିବଦ୍ଧ ଏହା ଘୋଷଣା କରିବ।

ମନୁ, ଅନ୍‌ମୋଲଙ୍କୁ ମିକ୍ସଡ ଏୟାର ପିସ୍ତଲ ସ୍ବର୍ଣ୍ଣ

ନୂଆଦିଲ୍ଲୀ, ୧୬ା୭ (ପି.ଟି.)-ଚେକ୍‌ ରିପବ୍ଲିକର ପ୍ଲିଜେନଠାରେ ଚାଲିଥିବା ଶୁଟିଂ ହୋପ୍ସ ଇଣ୍ଟରନ୍ୟାଶନାଲ ପ୍ରତିଯୋଗିତାରେ ସ୍ବଳ୍ପବୟସ୍କା ପ୍ରତିଭା ମନୁ ଭାକର ଓ ଅନମୋଲ୍‌ ଜୈନ ୧୦ ମିଟର ଏୟାର ପିସ୍ତଲ ଟିମ୍‌ ଇଭେଣ୍ଟରେ ସ୍ବର୍ଣ୍ଣ ପଦକ ଲାଭ କରିଛନ୍ତି।

Model This Week

ରୂପେଶ