ଅନ୍ତର୍ଜାତୀୟ |

୨୦୧୯ ସେନା କର୍ମଚାରୀଙ୍କୁ ଗିରଫ କଲା ଶ୍ରୀଲଙ୍କା ସୈନ୍ୟବାହିନୀ

୨୦୧୯ ସେନା କର୍ମଚାରୀଙ୍କୁ ଗିରଫ କଲା ଶ୍ରୀଲଙ୍କା ସୈନ୍ୟବାହିନୀ
କଲମ୍ବୋ,୫।୧୨: ଶ୍ରୀଲଙ୍କା ସୈନ୍ୟବାହିନୀ ୨୦୧୯ ଜଣ ସେନା କର୍ମଚାରୀଙ୍କୁ ଗିରଫ କରିଛି। ସେମାନେ ଏଲ୍‌ଟିଟିଇ ସଂଗ୍ରାମ ସମୟରେ ସୈନ୍ୟବାହିନୀଙ୍କୁ ସହଯୋଗ କରି ନ ଥିବା ଅଭିଯୋଗ ହୋଇଛି। ସେମାନେ ସଂଗ୍ରାମ ସମୟରେ ସୈନ୍ୟବାହିନୀ ଛାଡି ଚାଲିଯାଇଥିଲେ। ଏଲ୍‌ଟିଟି ସଂଗ୍ରାମ ପରେ ଅପରାଧ କ୍ଷମା କାର୍ଯ୍ୟକ୍ରମ ଶେଷରେ ୨୮ହଜାର କର୍ମଚାରୀ ନିଖୋଜ ଥିବା ଜଣାପଡିଥିଲା ବୋଲି ଶ୍ରୀଲଙ୍କା ସୈନ୍ୟ ବିଭାଗ ମୁଖପାତ୍ର ବ୍ରିଗେଡ଼ିୟର ରୋଶନ ସେନେଭିରାନ୍ଥେ ସୂଚିତ କରିଛନ୍ତି। ଗିରଫ ହୋଇଥିବା କର୍ମଚାରୀଙ୍କ ଉପରେ ଆବଶ୍ୟକ ତଦନ୍ତ କରାଯିବା ପରେ ସେମାନଙ୍କୁ ମୁକ୍ତ କରାଯିବ। ସୂଚନାଯୋଗ୍ୟ, ଶ୍ରୀଲଙ୍କା ସୈନ୍ୟ ବାହିନୀ ପକ୍ଷରୁ ଅକ୍ଟୋବର ୨୩ରୁ ନଭେମ୍ବର ୨୩ ପର୍ଯ୍ୟନ୍ତ ଅପରାଧ କ୍ଷମା କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ଏହି ସମୟରେ ୧୧,୩୫୦ କର୍ମଚାରୀ ଆତ୍ମସମର୍ପଣ କରିଥିଲେ। ସେମାନଙ୍କୁ ଆଇନଗତ ଭାବେ ସେନା ସେବାରୁ ନିବୃତ୍ତ କରାଯାଇଥିଲା। ଏହି ସଂଗ୍ରାମରେ ୩୦ ବର୍ଷ ମଧ୍ୟରେ ୧୦ ହଜାରରୁ ଅଧିକ ସୈନ୍ୟ ନିହତ ହୋଇଥିଲେ।
All Right Reserved By

ଅନ୍ତର୍ଜାତୀୟ |

ଭାରତ-ତାଞ୍ଜାନିଆ ମଧ୍ୟରେ ଚୁକ୍ତି ସ୍ବାକ୍ଷରିତ

ଭାରତ-ତାଞ୍ଜାନିଆ ମଧ୍ୟରେ ଚୁକ୍ତି ସ୍ବାକ୍ଷରିତ

ନୂଆଦିଲ୍ଲୀ/ଡୋଡୋମା,୧୬।୧୦: ବୈଦେଶିକ ବ୍ୟାପାର ମନ୍ତ୍ରୀ ସୁଷମା ସ୍ବରାଜ ଓ ତାଞ୍ଜାନିଆର ବୈଦେଶିକ ମନ୍ତ୍ରୀ ଡ. ଅଗଷ୍ଟାଇନ୍‌ ପି ମହିଗାଙ୍କ ଉପସ୍ଥିତିରେ ଦୁଇ ଦେଶ ମଧ୍ୟରେ ଏକ ଚୁକ୍ତି ସ୍ବାକ୍ଷରିତ ହୋଇଛି।

ଡାଟା ଚୋରି: ଦ୍ୱିତୀୟ ସ୍ଥାନରେ ଭାରତ

ଡାଟା ଚୋରି: ଦ୍ୱିତୀୟ ସ୍ଥାନରେ ଭାରତ

ନୂଆଦିଲ୍ଲୀ/ଓ୍ବାଶିଂଟନ,୧୬।୧୦: ପୃଥିବୀରେ ଡାଟା ଚୋରି ଘଟଣା ବଢ଼ିବାରେ ଲାଗିଛି। ଡାଟା ଚୋରି ଘଟଣାରେ ଭାରତ ପୃଥିବୀରେ ଦ୍ୱିତୀୟସ୍ଥାନ ହାସଲ କରିଛି। 

ଖାଦ୍ୟ ସୁରକ୍ଷା ଏବେ ବି ଅପହଞ୍ଚ: ପୃଥିବୀରେ ୮୨ କୋଟି ଭୋକିଲା

ଖାଦ୍ୟ ସୁରକ୍ଷା ଏବେ ବି ଅପହଞ୍ଚ: ପୃଥିବୀରେ ୮୨ କୋଟି ଭୋକିଲା

ନୂଆଦିଲ୍ଲୀ/ଜେନେଭା, ୧୬।୧୦: ଅକ୍ଟୋବର ୧୬ରେ ପାଳିତ ହେଉଛି ବିଶ୍ୱ ଖାଦ୍ୟ ଦିବସ। ତେବେ ୨୦୧୮ କ୍ଷୁଧା ସୂଚକାଙ୍କରେ ପ୍ରକାଶ ପାଇଛି ଯେ, ପୃଥିବୀରେ ଏବେ ମଧ୍ୟ ୮୨ କୋଟି ଲୋକ ଭୋକିଲା ରହିଛନ୍ତି। 

ମାଇକ୍ରୋସଫ୍ଟର ସହପ୍ରତିଷ୍ଠାତା ପଲ ଆଲେନଙ୍କ ପରଲୋକ

ମାଇକ୍ରୋସଫ୍ଟର ସହପ୍ରତିଷ୍ଠାତା ପଲ ଆଲେନଙ୍କ ପରଲୋକ

ନ୍ୟୁୟର୍କ, ୧୬।୧୦:  ଆମେରିକୀୟ ସଫ୍ଟଓ୍ବେୟାର କମ୍ପାନୀ ମାଇକ୍ରୋସଫ୍ଟର ସହ-ସଂସ୍ଥାପକ ପଲ ଆଲେନଙ୍କ ପରଲୋକ ଘଟିଛି। ମୃତ ବେଳକୁ ତାଙ୍କୁ ୬୫ ବର୍ଷ ହୋଇଥିଲା। 

ପାକିସ୍ତାନ ସାନି ନିର୍ବାଚନ:ଇମ୍ରାନ୍‌ଙ୍କୁ ଝଟକା, ଚମକିଲେ ନଓ୍ବାଜ

ପାକିସ୍ତାନ ସାନି ନିର୍ବାଚନ:ଇମ୍ରାନ୍‌ଙ୍କୁ ଝଟକା, ଚମକିଲେ ନଓ୍ବାଜ

ଇସ୍‌ଲାମାବାଦ,୧୬।୧୦(ପି.ଟି.)- ସାନି ନିର୍ବାଚନରେ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‌ ନେତୃତ୍ୱାଧୀନ ପାକିସ୍ତାନ ତେହେରିକ୍‌-ଇ-ଇନ୍‌ଶାଫ୍‌ (ପିଟିଆଇ) ପାର୍ଟିକୁ ଶକ୍ତ ଧକ୍କା ଲାଗିଛି। 

ମେଘାନ୍‌ ଅନ୍ତଃସତ୍ତ୍ୱା

ମେଘାନ୍‌ ଅନ୍ତଃସତ୍ତ୍ୱା

ଲଣ୍ଡନ: ବ୍ରିଟେନ୍‌ ରାଜପରିବାରକୁ ଆସୁଛନ୍ତି ଆଉ ଜଣେ ନୂଆ ସଦସ୍ୟ। ଡ୍ୟୁକ୍‌ ଅଫ୍‌ ସସେକ୍ସ ପ୍ରିନ୍ସ ହ୍ୟାରିଙ୍କ ପ୍ରଥମ ସନ୍ତାନକୁ ଜନ୍ମ ଦେବାକୁ ଯାଉଛନ୍ତି ଡଚେସ୍‌ ଅଫ୍‌ ସସେକ୍ସ ଯୁବରାଣୀ ମେଘାନ୍‌ ମର୍କଲେ।

ମିଟିଂ ଚାଲିଥିବା ବେଳେ ଛାତରୁ ଖସିଲା ଅଜଗର: ଭିଡିଓ ଭାଇରାଲ

ମିଟିଂ ଚାଲିଥିବା ବେଳେ ଛାତରୁ ଖସିଲା ଅଜଗର: ଭିଡିଓ ଭାଇରାଲ

ବେଜିଂ,୧୫।୧୦: ଚାଇନାର ନାନିଙ୍ଗ ସହରରେ ଥିବା ଏକ ଇଣ୍ଡଷ୍ଟ୍ରିଆଲ ଓ କମର୍ସିଆଲ ବ୍ୟାଙ୍କରେ ଚାଲିଥିଲା ମିଟିଂ। ଏହି ସମୟରେ କେତେଜଣ କର୍ମଚାରୀ ବ୍ୟାଙ୍କର ମଧ୍ୟ ଭାଗରେ ଠିଆ ହୋଇ କଥା ହେଉଥିଲେ।

ଭାରତ ସୀମାରେ ଚାଇନାର ଦାଦାଗିରି

ଭାରତ ସୀମାରେ ଚାଇନାର ଦାଦାଗିରି

ନୂଆଦିଲ୍ଲୀ/ବେଜିଂ,୧୫।୧୦: ଭାରତ ସୀମାରେ ପୁଣି ଚାଇନା ଆରମ୍ଭ କରିଛି ଦାଦାଗିରି। ୧୦ ଦିନ ତଳେ ଅରୁଣାଚଳ ପ୍ରଦେଶର ଦିଓ୍ବାଙ୍ଗ ଓ୍ବେଲୀରେ ଚାଇନା ସୈନ୍ୟ ଅନୁପ୍ରବେଶ କରିଥିଲେ। 

ତାଲିବାନ ଆକ୍ରମଣରେ ୨୦ ଆଫଗାନ୍‌ ସେନା ନିହତ

ତାଲିବାନ ଆକ୍ରମଣରେ ୨୦ ଆଫଗାନ୍‌ ସେନା ନିହତ

ଫରହା,୧୫।୧୦: ଆଫଗାନିସ୍ତାନ ଇରାନ ସୀମାରେ ଥିବା ପଶ୍ଚିମ ଫରହା ଅଞ୍ଚଳରେ ରବିବାର ତାଲିବାନ ସେନା ଦ୍ୱାରା ୨ଟି ମିଲିଟାରୀ ଚେକ୍‌ ପୋଷ୍ଟ ଉପରେ ଆକ୍ରମଣ କରିବା ଫଳରେ ଅତିକମ୍‌ରେ ୨୦ ଆଫଗାନ୍‌ ସେନା ନିହତ ହୋଇଥିବା ସୂଚନା ମିଳିଛି।

ମହିଳାଙ୍କ ତୁଳନାରେ ପୁରୁଷ କର୍ମଚାରୀଙ୍କୁ ଅଧିକ ପସନ୍ଦ କରୁଛନ୍ତି କମ୍ପାନୀ

ମହିଳାଙ୍କ ତୁଳନାରେ ପୁରୁଷ କର୍ମଚାରୀଙ୍କୁ ଅଧିକ ପସନ୍ଦ କରୁଛନ୍ତି କମ୍ପାନୀ

ନୂଆଦିଲ୍ଲୀ/ଓ୍ବାଶିଂଟନ,୧୫।୧୦: ମହିଳାଙ୍କ ତୁଳନାରେ ପୁରୁଷ କର୍ମଚାରୀଙ୍କୁ ଅଧିକ ପସନ୍ଦ କରୁଛନ୍ତି କମ୍ପାନୀ।  ଦେଶର ପ୍ରତି ୫ଟିରୁ ୪ଟି କମ୍ପାନୀରେ ମହିଳା କର୍ମଚାରୀଙ୍କ ସଂଖ୍ୟା ୧୦ ପ୍ରତିଶତରୁ କମ୍‌ ରହିଛି। 

ପାକିସ୍ତାନ-ଆଫଗାନିସ୍ତାନ ଫ୍ରେଣ୍ଡଶିପ୍‌ ଗେଟ୍‌ ବନ୍ଦ

ପାକିସ୍ତାନ-ଆଫଗାନିସ୍ତାନ ଫ୍ରେଣ୍ଡଶିପ୍‌ ଗେଟ୍‌ ବନ୍ଦ

କାବୁଲ,୧୫।୧୦: ପାକିସ୍ତାନ ଏବଂ ଆଫଗାନୀସ୍ତାନ ମଧ୍ୟରେ ଥିବା ପ୍ରେଣ୍ଡଶିପ୍‌ ଗେଟ୍‌କୁ ବନ୍ଦ କରାଯାଇଛି। ଚମନ ସହରର ଉତ୍ତରରେ ୬୦ କିମି ଦୂରରେ ଥିବା ପୋଷ୍ଟରେ ଦୁଇଦେଶ ସୈନିକଙ୍କ ମଧ୍ୟରେ ଗୁଳିଗୋଳା ବିନିମୟ ହୋଇଛି। 

ହ୍ବାଇଟ୍‌ ଗାଉନ୍‌ରେ ବରଙ୍କ କବର ସହିତ ବିବାହ କଲେ ଯୁବତୀ

ହ୍ବାଇଟ୍‌ ଗାଉନ୍‌ରେ ବରଙ୍କ କବର ସହିତ ବିବାହ କଲେ ଯୁବତୀ

ଇଣ୍ଡିଆନା,୧୪।୧୦: ଆମେରିକା ଇଣ୍ଡିଆନାରେ ବାସ କରୁଥିବା ଜଣେ ଯୁବତୀ ବରଙ୍କ କବର ସହିତ ବିବାହ କରିଛନ୍ତି।