ମେଟ୍ରୋ |

ଇଣ୍ଡିଆ ବୁକ୍‌ ଅଫ୍‌ ରେକର୍ଡସରେ ସ୍ଥାନ ପାଇଲେ କୌସ୍ତୁଭ

ଇଣ୍ଡିଆ ବୁକ୍‌ ଅଫ୍‌ ରେକର୍ଡସରେ ସ୍ଥାନ ପାଇଲେ କୌସ୍ତୁଭ

ପୁରୀ ଅଫିସ, ୫।୧୨: ଅଦ୍ୟମ ଇଚ୍ଛାଶକ୍ତି ଏବଂ ଏକାଗ୍ରତା ସଫଳତା ଆଣିଦିଏ। ଏହାକୁ ପ୍ରମାଣିତ କରିଛନ୍ତି ପୁରୀ କେନ୍ଦ୍ରୀୟ ବିଦ୍ୟାଳୟର ସପ୍ତମ ଶ୍ରେଣୀର ଛାତ୍ର କୌସ୍ତୁଭ ମିଶ୍ର। ୧୧ବର୍ଷୀୟ ଏହି ଛାତ୍ର ଏବେ ଇଣ୍ଡିଆ ବୁକ୍‌ ଅଫ୍‌ ରେକର୍ଡସରେ ସ୍ଥାନ ପାଇଛନ୍ତି। ତୁଳସୀ ଦୁଇ ପତ୍ରରୁ ବାସିଲା ଭଳି ଛାତ୍ର ଜୀବନରୁ ପରିବେଶ ସୁରକ୍ଷା ପ୍ରତି ମନବଳାଇଥିବା କୌସ୍ତୁଭ ୨୦୧୭ ଏପ୍ରିଲରେ ମିଶନ ଓଡ଼ିଶା ପକ୍ଷରୁ ପୁରୀ ବେଳାଭୂମିରୁ ବାଲିହରିଚଣ୍ଡୀ ପର୍ଯ୍ୟନ୍ତ ଆୟୋଜିତ କୋଷ୍ଟାଲ ଟ୍ରାକ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରି ଏହି ସଫଳତା ହାସଲ କରିଛନ୍ତି। ୨୪ କିମି ବ୍ୟାପ୍ତ ଏହି କୋଷ୍ଟାଲ ଟ୍ରାକିଂରେ ଜଣେ ମାତ୍ର ଛାତ୍ର ଭାବେ ଅଂଶଗ୍ରହଣ କରି କୌସ୍ତୁଭ ବେଳାଭୂମି ସୁରକ୍ଷା, ସ୍ବଚ୍ଛତା, ପରିବେଶ ସୁରକ୍ଷାର ବାର୍ତ୍ତା ପ୍ରେରଣ କରିଥିଲେ। କୋଷ୍ଟାଲ ଟ୍ରାକରେ ରହୁଥିବା ମତ୍ସ୍ୟଜୀବୀଙ୍କ ସହିତ ଭାବ ବିନିମୟ କରିବା ସହ ସେମାନଙ୍କ ଜୀବନଶୈଳୀ ସମ୍ପର୍କରେ ମଧ୍ୟ ପଚାରି ବୁଝିଥିଲେ। ବେଳାଭୂମିରେ ଚାଲିବା ସମୟରେ ରାସ୍ତାରେ ପଡିଥିବା ପ୍ଲାଷ୍ଟିକ ଜରି, ଅଳିଆ ଆବର୍ଜନା ଉଠାଇ ଡଷ୍ଟବିନ୍‌ରେ ପକାଇବା ସହ ଏନେଇ ବେଳାଭୂମିରେ ବୁଲାବୁଲି କରୁଥିବା ପର୍ଯ୍ୟଟକମାନଙ୍କୁ ବେଳାଭୂମିର ସ୍ବଚ୍ଛତା ପ୍ରତି ଦୃଷ୍ଟି ଆକର୍ଷଣ ମଧ୍ୟ କରିଥିଲେ। ଏପରିକି ବେଳାଭୂମିରେ ମରି ପଡିଥିବା କଇଁଛ ମାନଙ୍କୁ ନିଜ ହାତରେ ଗାତଖୋଳି ପୋତିଥିଲେ। କୌସ୍ତୁଭଙ୍କ ଏଭଳି ପ୍ରଶଂସନୀୟ କାର୍ଯ୍ୟ ଲାଗି ଇଣ୍ଡିଆ ବୁକ୍‌ ଅଫ୍‌ ରେକର୍ଡସ ସଂସ୍ଥା ତାଙ୍କୁ ଏହି ସମ୍ମାନ ପ୍ରଦାନ କରିଛି। ତାଙ୍କର ଏହି ଦୁଃସାହସିକ କାର୍ଯ୍ୟ ଲାଗି ଆଗକୁ ଅହମ୍ମଦାବାଦର ୱାର୍ଲଡ ରେକର୍ଡ ଇଣ୍ଡିଆ ତାଙ୍କୁ ସମ୍ମାନିତ କରିବା ଲାଗି ସ୍ଥିର ହୋଇଥିବା ଜଣାପଡିଛି। କୌସ୍ତୁଭଙ୍କ ଏହି ସଫଳତା ଲାଗି କେନ୍ଦ୍ରୀୟ ବିଦ୍ୟାଳୟର ଶିକ୍ଷୟିତ୍ରୀ, ଶିକ୍ଷକ, କର୍ତ୍ତୃପକ୍ଷ, ମିଶନ୍‌ ଓଡ଼ିଶା ଟିମ୍‌ ସଦସ୍ୟ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

All Right Reserved By

ମେଟ୍ରୋ |

ସାକ୍ଷୀଗୋପାଳ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ବର୍ଷାପାଣି

ସାକ୍ଷୀଗୋପାଳ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ବର୍ଷାପାଣି

ସାକ୍ଷୀଗୋପାଳ, ୧୬।୭( ଡି.ଏନ୍‌.ଏ.): ଦୁଇଦିନ ଧରି ଲଘୁଚାପଜନିତ ପ୍ରବଳ ବର୍ଷା ଯୋଗୁ ପୁରୀ ଜିଲା ସାକ୍ଷୀଗୋପାଳ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ପରିସରରେ ବର୍ଷା ପାଣି ଜମି ରହିଛି।

ସବୁଆଡେ ଜଳାର୍ଣ୍ଣବ, ରାସ୍ତା ଉପରେ ଆଣ୍ଠୁଏ ପାଣି

ସବୁଆଡେ ଜଳାର୍ଣ୍ଣବ, ରାସ୍ତା ଉପରେ ଆଣ୍ଠୁଏ ପାଣି

ଚନ୍ଦ୍ରଶେଖରପୁର,୧୬।୭(ଡି.ଏନ୍‌.ଏ.): ଲଗାଣ ବର୍ଷା ଯୋଗୁ ସୋମବାର ଭୁବନେଶ୍ୱରର ଚନ୍ଦ୍ରଶେଖରପୁର ଅଞ୍ଚଳ ଜଳାର୍ଣ୍ଣବ ହୋଇଛି। କଲୋନୀଠାରୁ ଆରମ୍ଭ କରି ବସ୍ତିବାସିନ୍ଦାଙ୍କ ଘର ଭିତରେ ପାଣି ପଶିଯାଇଛି। ଫଳରେ ଛୋଟ ଛୋଟ ପିଲାଙ୍କୁ ଧରି ପ୍ରବଳ ବର୍ଷାରେ ବାଧ୍ୟହୋଇ ଲୋକେ ରାସ୍ତା ଉପରେ ଛିଡା ହୋଇଛନ୍ତି।

ଜଣେ ଭକ୍ତଙ୍କ ଅନୁଭୂତି: କାଳିଆର ପ୍ରେମ ନିଆରା

ଜଣେ ଭକ୍ତଙ୍କ ଅନୁଭୂତି: କାଳିଆର ପ୍ରେମ ନିଆରା

ପୁରୀ ଅଫିସ,୧୬।୭ : ଗତ କିଛି ବର୍ଷ ହେବ ମୁଁ ପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ରଥ ଉପରେ ଦର୍ଶନ କରିବାକୁ ପୁରୀ ଆସୁଛି। ଯେତେ ଅସୁବିଧା ହେଉ ପଛେ ରଥଯାତ୍ରାରେ ମହାପ୍ରଭୁମାନଙ୍କୁ ନ ଦେଖିଲେ ମୋତେ ସାରା ବର୍ଷ ଭଲ ଲାଗେ ନାହିଁ। ଚଳିତବର୍ଷ ଘୋଷଯାତ୍ରାରେ ଆସିପାରିଲି ନାହିଁ। କିନ୍ତୁ ମନ ମାନିଲା ନାହିଁ। ତା’ ପର ଦିନ ସକାଳୁ ସକାଳୁ ପୁରୀରେ ପହଞ୍ଚତ୍ ଯାଇଥିଲି।

ଆହୁରି ୨ଦିନ ବର୍ଷିବ

ଆହୁରି ୨ଦିନ ବର୍ଷିବ

ଭୁବନେଶ୍ୱର,୧୬।୭(ବ୍ୟୁରୋ): ଉତ୍ତର ପଶ୍ଚିମ ବଙ୍ଗୋପସାଗର ଏବଂ ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ରବିବାର ରାୟଗଡା, କଳାହାଣ୍ଡି ଏବଂ ଗଞ୍ଜାମ ଜିଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇଛି। ରାୟଗଡାର ନାଗାବଳୀ ନଦୀରେ ବର୍ଷାପାଣି ମାଡି ଆସିିବାରୁ ଗାଧୋଉ ଥିବାବେଳେ ଜଣେ ବ୍ୟକ୍ତି ଭାସି ଯାଇଥିବା ଜଣାପଡିଛି।

ଓ୍ବିଫି ଇଣ୍ଟରନେଟର ୯ମ ବର୍ଷ ପୂର୍ତ୍ତି

ଓ୍ବିଫି ଇଣ୍ଟରନେଟର ୯ମ ବର୍ଷ ପୂର୍ତ୍ତି

ଭୁବନେଶ୍ୱର, ୧୬-୭: ବ୍ରଡବ୍ୟାଣ୍ଡ ଇଣ୍ଟରନେଟ ସେବା ଯୋଗାଣ କ୍ଷେତ୍ରରେ ପ୍ରମୁଖ କମ୍ପାନୀ ଓ୍ବିଫି ଇଣ୍ଟରନେଟ ୯ମ ବର୍ଷ ପୂର୍ତ୍ତି ପାଳନ କରୁଛି। ସ୍ଥାନୀୟ ଚନ୍ଦ୍ରଶେଖରପୁର ଅଞ୍ଚଳରୁ ସେବା ଆରମ୍ଭ କରିଥିବା କମ୍ପାନୀ ବର୍ତ୍ତମାନ ରାଜ୍ୟର ଅନ୍ୟ ସ୍ଥାନଗୁଡିକୁ ସେବା ସମ୍ପ୍ରସାରଣ ନେଇ ଲକ୍ଷ୍ୟ ରଖିଛି।

ଯୋଗସାଧନା କେନ୍ଦ୍ରର ବାର୍ଷିକ ଉତ୍ସବ : ଯୋଗ ସ୍ବାସ୍ଥ୍ୟ ରକ୍ଷାର ବିଜ୍ଞାନ

ଭୁବନେଶ୍ୱର, ୧୬ା୭ (ବ୍ୟୁରୋ)- ଭାରତୀୟ ଯୋଗ ସଂସ୍ଥାନ ନୂଆଦିଲ୍ଲୀ ପକ୍ଷରୁ ପରିଚାଳିତ ନିଃଶୁଳ୍କ ଯୋଗସାଧନା କେନ୍ଦ୍ରର ତ୍ରୟୋଦଶ ବାର୍ଷିକ ଉତ୍ସବ ଶନିବାର ବିଜୁ ପଟ୍ଟନାୟକ ପାର୍କଠାରେ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟ ଅତିଥି ଭାବେ ଶିକ୍ଷାବିତ୍‌ ତଥା ଅବସରପ୍ରାପ୍ତ ପ୍ରଫେସର ଉମାଶଙ୍କର ମିଶ୍ର ଯୋଗଦେଇ କହିଲେ, ଯୋଗ ସ୍ବାସ୍ଥ୍ୟ ରକ୍ଷାର ବିଜ୍ଞାନ।

ଘରୁ ୫ଲକ୍ଷ ଟଙ୍କା ଅଳଙ୍କାର ଚୋରି

ଘରୁ ୫ଲକ୍ଷ ଟଙ୍କା ଅଳଙ୍କାର ଚୋରି

ଚନ୍ଦ୍ରଶେଖରପୁର, ୧୬ା୭ (ଡି.ଏନ୍‌.ଏ.)- ଇନ୍‌ଫୋସିଟି ଥାନା ଅନ୍ତର୍ଗତ ପ୍ରଶାନ୍ତି ବିହାରରେ ବଡ଼ଧରଣର ଚୋରି ହୋଇଛି। ପ୍ଲଟ୍‌ ନଂ. ଏଲ୍‌ପି-୧୬୯ରେ ରହୁଥିବା ଭାରତ ଦାସ ଓ ପରିବାର ସଦସ୍ୟ ଶନିବାର ଅପରାହ୍ନରେ ନିକଟସ୍ଥ କିସ୍‌ ରଥଯାତ୍ରା

ଫାଇନ୍‌ ଆଳରେ ଟଙ୍କା ଆଦାୟ ଅଭିଯୋଗ ଟ୍ରାଫିକ ପୋଲିସର ଦାଦାଗିରି

ଫାଇନ୍‌ ଆଳରେ ଟଙ୍କା ଆଦାୟ ଅଭିଯୋଗ ଟ୍ରାଫିକ ପୋଲିସର ଦାଦାଗିରି

ଭୁବନେଶ୍ୱର,୧୬ା୭(ବ୍ୟୁରୋ)- ସାଧାରଣ ଲୋକଙ୍କ ଉପରେ ଟ୍ରାଫିକ ପୋଲିସର ଜୁଲମ ରୋକିବା ପାଇଁ କମିଶନ୍‌ରେଟ ପୋଲିସ ପକ୍ଷରୁ ବଡି କ୍ୟାମେରାର ବ୍ୟବସ୍ଥା ହେଲା। ହେଲେ ଫାଇନ୍‌ କାଟୁଥିବା ଟ୍ରାଫିକ ପୋଲିସ ଏହାକୁ ଏବେ ବ୍ୟବହାର ନ କରି ନାନା ବାହାନାରେ ଟଙ୍କା ଆଦାୟରେ ବ୍ୟସ୍ତ ରହୁଛନ୍ତି।

ସ୍ପଷ୍ଟ କଲେ ରଘୁନାଥ ଦ୍ୱିତୀୟ କୋଣାର୍କ ନୁହେଁ, ଆଦିତ୍ୟ ନାରାୟଣ ମନ୍ଦିର

ଭୁବନେଶ୍ୱର,୧୬।୭(ବ୍ୟୁରୋ)- ବିଶିଷ୍ଟ ସ୍ଥପତି ପଦ୍ମବିଭୂଷଣ ରଘୁନାଥ ମହାପାତ୍ର ରାଜ୍ୟ ସଭାକୁ ନିର୍ବାଚିତ ହେବା ପରେ ପୁଣିଥରେ ଦ୍ୱିତୀୟ କୋଣାର୍କ ନିର୍ମାଣକୁ ନେଇ ଚର୍ଚ୍ଚା ଜୋର୍‌ ଧରିଛି। ଏହାକୁ ନେଇ ଏବେ ରାଜନୀତି ଆରମ୍ଭ ହୋଇଯାଇଛି।

ନନ୍ଦିଘୋଷ ରଥକୁ ଚଢ଼ିଲେ ଶ୍ରଦ୍ଧାଳୁ

ନନ୍ଦିଘୋଷ ରଥକୁ ଚଢ଼ିଲେ ଶ୍ରଦ୍ଧାଳୁ

ପୁରୀ ଅଫିସ, ୧୬ା୭: ଶରଧାବାଲିରେ ଲାଗିଛି ତିନିରଥ। ରଥ ତଳେ ରହି ରଥାରୂଢ ଠାକୁରଙ୍କୁ ଦର୍ଶନ କରୁଛନ୍ତି ଭକ୍ତ। ରବିବାର ପୂର୍ବାହ୍ନରେ ସେବାୟତ ବେଶରେ ଜଣେ ଅଣସେବାୟତ ନନ୍ଦିଘୋଷ ରଥକୁ ଚଢ଼ିଥିଲେ। ରଥର ଘୋଡ଼ା ପର୍ଯ୍ୟନ୍ତ ଚଢ଼ିଥିବା ବେଳେ ଏହା ଜାଣିପାରି ଜେଟିପିମାନେ ତାଙ୍କୁ ଓହ୍ଲାଇ ଦେଇଥିଲେ।

 କାର୍ଯ୍ୟକାରୀ ହୋଇପାରୁନି ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ , ଦାନଦକ୍ଷିଣା ଆଦାୟ ରୋକିବାରୁ ଉତ୍ତେଜନା

କାର୍ଯ୍ୟକାରୀ ହୋଇପାରୁନି ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ , ଦାନଦକ୍ଷିଣା ଆଦାୟ ରୋକିବାରୁ ଉତ୍ତେଜନା

ପୁରୀ ଅଫିସ, ୧୬ା୭: ମହାପ୍ରଭୁଙ୍କ ଜଗନ୍ନାଥଙ୍କ ନାମରେ କୌଣସି ସେବକ ସିଧାସଳଖ ଦାନଦକ୍ଷିଣା ନେଇପାରିବେ ନାହିଁ ବୋଲି ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ରହିଛି। ଦାନଦକ୍ଷିଣା ଯେଭଳି ସେବକ ଆଦାୟ ନ କରନ୍ତି ତାହାକୁ ନିଶ୍ଚିତ କରାଇବାକୁ ଶ୍ରୀମନ୍ଦିର ପ୍ରଶାସନକୁ ସର୍ବୋଚ୍ଚ ନ୍ୟାୟାଳୟ ନିର୍ଦ୍ଦେଶ ଦେଇଛନ୍ତି।

ଆଜି ଗର୍ଭଗୃହ ଯାଞ୍ଚ

ପୁରୀ ଅଫିସ, ୧୬ା୭: ନାଟମଣ୍ଡପର ଗରୁଡ଼ ସ୍ତମ୍ବ ଉପର ଭାଗ ବିମ୍‌ ଦୁର୍ବଳ ଅବସ୍ଥାରେ ରହିଛି। ଜଗମୋହନ-ନାଟମଣ୍ଡପର ସଂଯୋଗସ୍ଥଳ ସଙ୍ଗିନ୍‌ ସ୍ଥିତିରେ ରହିଛି। ନାଟମଣ୍ଡପ-ଭୋଗମଣ୍ଡପ ସଂଯୋଗ ସ୍ଥଳରୁ ପାଣି ଗଳୁଛି। ସୋମବାର ସବୁ ବର୍ଷ ଭଳି ଗର୍ଭଗୃହ ଯାଞ୍ଚ ହେବ।

Model This Week

ରୂପେଶ