ମେଟ୍ରୋ |

ବାଉଳି ମଠ: ଜମି କିଣିବାକୁ ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ମହନ୍ତ

 ବାଉଳି ମଠ: ଜମି କିଣିବାକୁ ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ମହନ୍ତ
ପୁରୀ ଅଫିସ, ୫।୧୨: ଉଦାସୀନ ସମ୍ପ୍ରଦାୟର ବାଉଳି ମଠକୁ ଶ୍ରୀମନ୍ଦିର ପ୍ରଶାସନ ଦଖଲକୁ ନେବା ପ୍ରସଙ୍ଗ ଏବେ ଭିନ୍ନମୋଡ ନେଇଛି। ଶ୍ରୀଜଗନ୍ନାଥ ମନ୍ଦିର ପରିଚାଳନା କମିଟିର ଜମି ନୀତି ଅନୁଯାୟୀ ମହନ୍ତଙ୍କ ନାମରେ ବିକ୍ରି ପତ୍ର (ସେଲ ଡିଡ୍‌) କରିବା ଲାଗି ନିର୍ଦ୍ଦେଶ ଦେବାକୁ ନିବେଦନ କରି ମଠ ମହନ୍ତ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ମାମଲାର ଶୁଣାଣି କରି ହାଇକୋର୍ଟ ଏକ ମଧ୍ୟବର୍ତ୍ତିକାଳୀନ ରାୟ ଦେଇଛନ୍ତି। ପରବର୍ତ୍ତୀ ଶୁଣାଣି ପର୍ଯ୍ୟନ୍ତ ସ୍ଥିତାବସ୍ଥା ଜାରି କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଡିସେମ୍ବର ୧୮ତାରିଖରେ ଏହି ମାମଲା ପରବର୍ତ୍ତୀ ଶୁଣାଣି ରହିଛି। ଅନ୍ୟପକ୍ଷରେ ଉପଜିଲାପାଳଙ୍କ ନିର୍ଦ୍ଦେଶକ୍ରମେ ପୁରୀ ଅତିରିକ୍ତ ତହସିଲଦାର ଅକ୍ଷୟ କୁମାର ସ୍ବାଇଁ ମଙ୍ଗଳବାର ମଠର ଲଜିଂରେ ଥିବା ଜିନିଷର ତାଲିକା ପ୍ରସ୍ତୁତ କରିବା ଲାଗି ଯାଇଥିଲେ। ତେବେ ମହନ୍ତ କୋର୍ଟ ନିର୍ଦ୍ଦେଶ ଦେଖାଇବା ପରେ ଅଧିକାରୀ ଆଉ ଯାଞ୍ଚ ନ କରି ଖାଲିହାତରେ ଫେରିଛନ୍ତି। ସୁପ୍ରିମକୋର୍ଟଙ୍କ ରାୟ ଆଧାରରେ ବାଉଳି ମଠକୁ ଗତ ନଭେମ୍ବର ୨୨ରେ ଶ୍ରୀମନ୍ଦିର ପ୍ରଶାସନ ଦଖଲକୁ ନେଇଥିଲା। ଏହାପରେ ଏହି ମାମଲା ହାଇକୋର୍ଟରେ ପହଞ୍ଚତ୍ଛି। ଏହି ମାମଲାରେ ମଠ ପକ୍ଷରୁ ରାଜ୍ୟ ସରକାରଙ୍କ ରାଜସ୍ବ ସଚିବ, ଶ୍ରୀମନ୍ଦିର ମନ୍ଦିର ମୁଖ୍ୟ ପ୍ରଶାସକ, ଜିଲାପାଳ, ଶ୍ରୀଜଗନ୍ନାଥ ମନ୍ଦିର ପରିଚାଳନା କମିଟିର ସଭାପତି, ରାଜ୍ୟ ଦେବୋତ୍ତର କମିଶନର ଏବଂ ଶ୍ରୀମନ୍ଦିର ପ୍ରଶାସକଙ୍କୁ ପକ୍ଷଭୁକ୍ତ କରାଯାଇଛି। ପ୍ରକାଶଥାଉ କି, ଶ୍ରୀମନ୍ଦିର ପ୍ରଶାସନର ଜମି ବିକ୍ରି ଲାଗି ୟୁନିଫର୍ମ ପଲିସି-୨୦୧୩ ରହିଛି। ଏହି ନୀତି ଅନୁଯାୟୀ ୩୦ବର୍ଷରୁ ଅଧିକ ସମୟ ଶ୍ରୀଜଗନ୍ନାଥଙ୍କ ଜମିରେ ରହିଥିବା ବ୍ୟକ୍ତିଙ୍କୁ ଶ୍ରୀମନ୍ଦିର ପ୍ରଶାସନ ପରିଚାଳନା କମିଟିର ଅନୁମୋଦନ କ୍ରମେ ଜମି ବିକ୍ରି କରୁଛି। ଏହି ନୀତି ଅନୁଯାୟୀ ବାଉଳିମଠ ଜମି କିଣିବାକୁ ମହନ୍ତ ଆବେଦନ କରିଛନ୍ତି।
All Right Reserved By

ମେଟ୍ରୋ |

ସମୁଦ୍ରରେ ବୁଡି ଛାତ୍ର ନିଖୋଜ

ସମୁଦ୍ରରେ ବୁଡି ଛାତ୍ର ନିଖୋଜ

ପୁରୀ ଅଫିସ, ୧୮।୧୨: ପୁରୀ ସମୁଦ୍ରରେ ଗାଧୋଉଥିବା ବେଳେ ଜଣେ ଛାତ୍ର ମଙ୍ଗଳବାର ବୁଡି ନିଖୋଜ ହୋଇଯାଇଛନ୍ତି। ସେ ହେଲେ ବୋକାରସସ୍ଥିତ ଏକ ଘରୋଇ ଇଞ୍ଜିନିୟରିଂ କଲେଜର ଛାତ୍ର ଶ୍ରୀକ୍ରିଷ୍ଣା କୁମାର। 

ପୁରୁଷ ହକି ବିଶ୍ୱକପ୍‌ର ସଫଳ ଆୟୋଜନକୁ ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା

ପୁରୁଷ ହକି ବିଶ୍ୱକପ୍‌ର ସଫଳ ଆୟୋଜନକୁ ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା

ଭୁବନେଶ୍ୱର,୧୮।୧୨(ବ୍ୟୁରୋ):ଓଡ଼ିଶା ସରକାର ସଫଳତାର ସହ ପୁରୁଷ ହକି ବିଶ୍ୱକପ୍‌କୁ ଆୟୋଜନ କରିଛନ୍ତି। ଏହି କାରଣରୁ ବିଭିନ୍ନ ମହଲରୁ ପ୍ରଶଂସାର ସୁଅ ଛୁଟିବାରେ ଲାଗିଛି।

ହୃଦ୍‌ରୋଗ ପୀଡ଼ିତ ଶିଶୁଙ୍କୁ ଭେଟିଲେ ନବୀନ

ହୃଦ୍‌ରୋଗ ପୀଡ଼ିତ ଶିଶୁଙ୍କୁ ଭେଟିଲେ ନବୀନ

ଭୁବନେଶ୍ୱର,୧୮।୧୨(ବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅହମ୍ମଦାବାଦସ୍ଥିତ ସତ୍ୟସାଇ ହାର୍ଟ ହସ୍ପିଟାଲରେ ସୋମବାର ହୃଦ୍‌ରୋଗ ପୀଡ଼ିତ ଶିଶୁଙ୍କୁ ଭେଟିଛନ୍ତି।

ସ୍ଥଳଭାଗ ଛୁଇଁଲା ପେଥାଇ: ଦକ୍ଷିଣ,ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା

ସ୍ଥଳଭାଗ ଛୁଇଁଲା ପେଥାଇ: ଦକ୍ଷିଣ,ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା

ଭୁବନେଶ୍ୱର,୧୮ା୧୨(ବ୍ୟୁରୋ): ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ସାମୁଦ୍ରିକ ଝଡ଼ ‘ପେଥାଇ’ ସୋମବାର ମଧ୍ୟାହ୍ନରେ ଆନ୍ଧ୍ରପ୍ରଦେଶର କାକିନାଡ଼ା ଦେଇ ସ୍ଥଳଭାଗ ଛୁଇଁଛି। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ବାତ୍ୟା ଦୁର୍ବଳ ହୋଇ ଅବପାତରେ ପରିଣତ ହେବାର ସମ୍ଭାବନା ରହିଛି ବୋଲି ଆଞ୍ଚଳିକ ପାଣିପାଗ କାର୍ଯ୍ୟାଳୟ ପକ୍ଷରୁ ପୂର୍ବାନୁମାନ କରାଯାଇଛି।

‘ତିତ୍‌ଲି’ ସହାୟତା ଦେଲା କେନ୍ଦ୍ର:ମିଳିଲା ୧୦୨୩  କୋଟି

‘ତିତ୍‌ଲି’ ସହାୟତା ଦେଲା କେନ୍ଦ୍ର:ମିଳିଲା ୧୦୨୩ କୋଟି

ଭୁବନେଶ୍ୱର,୧୮ା୧୨(ବ୍ୟୁରୋ): ତିତ୍‌ଲି କ୍ଷୟକ୍ଷତି ଭରଣା ପାଇଁ କେନ୍ଦ୍ର ସରକାର ଜାତୀୟ ବିପର୍ଯ୍ୟୟ ପରିଚାଳନା ପାଣ୍ଠି(ଏନ୍‌ଡିଆର୍‌ଏଫ୍‌)ରୁ ଓଡ଼ିଶାକୁ ୧୦୨୩.୫୯ କୋଟି ଟଙ୍କା ମଞ୍ଜୁର କରିଛନ୍ତି। ସୋମବାର ସ୍ବରାଷ୍ଟ୍ର ମନ୍ତ୍ରୀ ରାଜନାଥ ସିଂଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ଉଚ୍ଚସ୍ତରୀୟ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ରାଜ୍ୟ ସରକାର ତିତ୍‌ଲିରେ ହୋଇଥିବା କ୍ଷୟକ୍ଷତି ଆକଳନ କରି ଭରଣା ପାଇଁ ୨୦୨୩.୨୩ କୋଟି ଟଙ୍କାର ସହାୟତା ଯୋଗାଇ ଦେବାକୁ କେନ୍ଦ୍ର ସରକାରଙ୍କୁ ସ୍ମାରକପତ୍ର ପ୍ରଦାନ କରିଥିଲେ। ମାତ୍ର କେନ୍ଦ୍ର ସରକାର ଏହାର ଅଧା ସହାୟତା ଅନୁମୋଦନ କରିଛନ୍ତି। 

ଡାକ୍ତରଙ୍କ ସ୍ତ୍ରୀଙ୍କୁ ବୀଭତ୍ସ ହତ୍ୟା: ରେଲ୍‌ଓ୍ବେ କ୍ବାର୍ଟର୍ସରୁ ମୃତଦେହ ଉଦ୍ଧାର

ଡାକ୍ତରଙ୍କ ସ୍ତ୍ରୀଙ୍କୁ ବୀଭତ୍ସ ହତ୍ୟା: ରେଲ୍‌ଓ୍ବେ କ୍ବାର୍ଟର୍ସରୁ ମୃତଦେହ ଉଦ୍ଧାର

ପୁରୀ ଅଫିସ,୧୮ା୧୨:  ରେଲ୍‌ଓ୍ବେ କ୍ବାର୍ଟର୍ସରେ ଜଣେ ଡାକ୍ତରଙ୍କ ସ୍ତ୍ରୀଙ୍କୁ ସୋମବାର ମଧ୍ୟାହ୍ନରେ ଅତି ବୀଭତ୍ସ ଭାବେ ହତ୍ୟା କରାଯାଇଛି। ତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଛି। ଅତ୍ୟଧିକ ରକ୍ତସ୍ରାବ ଯୋଗୁ ତାଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଛି। ମୃତା ହେଲେ ଡାକ୍ତର ସଞ୍ଜୀବ କୁମାର ସାହୁଙ୍କ ସ୍ତ୍ରୀ ସୁଜାତା ସାହୁ (୪୬)। 

ଶ୍ରୀକ୍ଷେତ୍ର ମହୋତ୍ସବର ଦ୍ୱିତୀୟ ସନ୍ଧ୍ୟା: ଆକର୍ଷଣ ସାଜିଲା ମଣିପୁରର ଥାଙ୍ଗ୍‌ ଟା

ଶ୍ରୀକ୍ଷେତ୍ର ମହୋତ୍ସବର ଦ୍ୱିତୀୟ ସନ୍ଧ୍ୟା: ଆକର୍ଷଣ ସାଜିଲା ମଣିପୁରର ଥାଙ୍ଗ୍‌ ଟା

ପୁରୀ ଅଫିସ,୧୮ା୧୨: ଶରଧାବାଲିସ୍ଥତ ମୁକ୍ତାକାଶ ରଙ୍ଗମଞ୍ଚରେ ଚାଲିଥିବା ଷୋଡ଼ଶ ଶ୍ରୀକ୍ଷେତ୍ର ମହୋତ୍ସବର ସୋମବାର ଥିଲା ଦ୍ୱିତୀୟ ସନ୍ଧ୍ୟା। ଜାଗା ଆଖଡା ସଙ୍ଗୀତରୁ ଆରମ୍ଭ ହୋଇଥିଲା ଏହି ପାରମ୍ପରିକ ସାଂସ୍କୃତିକ କାର୍ଯ୍ୟକ୍ରମ। ଜୀବନାନନ୍ଦ ଦାଶ ଓ ପ୍ରକାଶ କୁମାର ରଥ ସଙ୍ଗୀତ ପରିବେଷଣ କରିଥିବା ବେଳେ ବାଦ୍ୟଯନ୍ତ୍ରରେ ଜଗନ୍ନାଥ ମିଶ୍ର, ସଞ୍ଜୟ କୁମାର ପାତ୍ର, ଚନ୍ଦନ କୁମାର ଦାଶ ଏବଂ ରବିନାରାୟଣ ରଥ ସହଯୋଗ କରିଥିଲେ। 

ହୃଦରୋଗ ପୀଡିତ ଶିଶୁଙ୍କୁ ଭେଟିଲେ ନବୀନ

ହୃଦରୋଗ ପୀଡିତ ଶିଶୁଙ୍କୁ ଭେଟିଲେ ନବୀନ

ଭୁବନେଶ୍ୱର,୧୭।୧୨(ବ୍ୟୁରୋ)- ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅହମ୍ମଦାବାଦସ୍ଥିତ ସତ୍ୟସାଇ ହାର୍ଟ ହସ୍ପିଟାଲରେ ସୋମବାର ହୃଦରୋଗ ପୀଡିତ ଶିଶୁମାନଙ୍କୁ ଭେଟିଛନ୍ତି।

ମହାବିଦ୍ୟାଳୟସ୍ତରୀୟ କବାଡ଼ି ପ୍ରତିଯୋଗିତା

ମହାବିଦ୍ୟାଳୟସ୍ତରୀୟ କବାଡ଼ି ପ୍ରତିଯୋଗିତା

ସାକ୍ଷୀଗୋପାଳ, ୧୬।୧୮(ଡି.ଏନ୍‌.ଏ.)-ସତ୍ୟବାଦୀର ଉତ୍କଳମଣି ଗୋପବନ୍ଧୁ ମହାବିଦ୍ୟାଳୟ ପରିସରରେ ସୋମବାର ମହାବିଦ୍ୟାଳୟସ୍ତରୀୟ କବାଡ଼ି ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। 

କଣ୍ଟାପଡା ପଞ୍ଚାୟତରେ ପିଠା କାର୍ଯ୍ୟକ୍ରମ

କଣ୍ଟାପଡା ପଞ୍ଚାୟତରେ ପିଠା କାର୍ଯ୍ୟକ୍ରମ

କଣ୍ଟାପଡା,୧୭।୧୨(ଡି.ଏନ୍‌.ଏ.): କଟକ ଜିଲା କଣ୍ଟାପଡା ବ୍ଲକ ଅନ୍ତର୍ଗତ କଣ୍ଟାପଡା ପଞ୍ଚାୟତରେ ରାଜ୍ୟ ସରକାରଙ୍କ ପକ୍ଷରୁ ଆୟୋଜିତ ପିଠା କାର୍ଯ୍ୟକ୍ରମ ସୋମବାର ଆୟୋଜିତ ହୋଇଯାଇଛି।

ଚାଷୀ ପ୍ରସଙ୍ଗ: କେନ୍ଦ୍ର ସରକାରଙ୍କୁ ଘେରିବ ବିଜେଡି, ୮ରେ ଦିଲ୍ଲୀ ଅଭିଯାନ

ଚାଷୀ ପ୍ରସଙ୍ଗ: କେନ୍ଦ୍ର ସରକାରଙ୍କୁ ଘେରିବ ବିଜେଡି, ୮ରେ ଦିଲ୍ଲୀ ଅଭିଯାନ

ଭୁବନେଶ୍ୱର, ୧୭।୧୨(ବ୍ୟୁରୋ): ଚାଷୀ ପ୍ରସଙ୍ଗକୁ ନେଇ କେନ୍ଦ୍ର ସରକାରଙ୍କୁ ଘେରିବ ବିଜେଡି। ଧାନର ସହାୟକ ମୂଲ୍ୟ ବୃଦ୍ଧି ଦାବିରେ ଜାନୁଆରୀ ୮ରେ ସଂସଦ ସାମ୍ନାରେ ଏନେଇ ବିକ୍ଷୋଭ ପ୍ରଦର୍ଶନ କରାଯିବ ବୋଲି ବିଜେଡି ପକ୍ଷରୁ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି।

ସହକାରୀ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢାଉ

ସହକାରୀ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢାଉ

ଖୋର୍ଦ୍ଧା ଅଫିସ୍‌, ୧୭।୧୨: ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ କଟକ ଉଠା ଜଳସେଚନ ବିଭାଗର ସହକାରୀ ଯନ୍ତ୍ରୀ ପ୍ରଶାନ୍ତ କୁମାର ବେହେରାଙ୍କ ଖୋର୍ଦ୍ଧାସ୍ଥିତ ବାସଭବନରେ ସୋମବାର ଭିଜିଲାନ୍ସ ପକ୍ଷରୁ ଚଢାଉ କରାଯାଇଛି।