ମେଟ୍ରୋ |

ଜାନୁୟାରୀ ୧୧ରେ ଚିଲିକାରେ ପକ୍ଷୀ ଗଣନା

ଜାନୁୟାରୀ ୧୧ରେ ଚିଲିକାରେ ପକ୍ଷୀ ଗଣନା
ପୁରୀ ଅଫିସ, ୫।୧୨: ଚିଲିକାରେ ପର୍ଯ୍ୟଟକଙ୍କ ମୁଖ୍ୟ ଆକର୍ଷଣ ସାଜିଛନ୍ତି ପକ୍ଷୀ ଏବଂ ଡଲଫିନ। ୨୦୧୮ ଜାନୁୟାରୀ ୧୧ରେ ଚିଲିକାରେ ପକ୍ଷୀ ଗଣନା ହେବ। ଏଥିଲାଗି ରାଜ୍ୟ ସରକାରଙ୍କ ଚିଫ୍‌ ୱାଇଲ୍‌ଡ ଲାଇଫ ୱାର୍ଡେନଙ୍କ ପକ୍ଷରୁ ବିଜ୍ଞପ୍ତି ଜାରି ହୋଇଛି। ପକ୍ଷୀ ଗଣନା ରିପୋର୍ଟ ୧୨ତାରିଖ ସୁଦ୍ଧା ଦେବା ଲାଗି ନିର୍ଦ୍ଦେଶ ରହିଛି। ମିଳିଥିବା ସୂଚନା ଅନୁଯାୟୀ, ଜଙ୍ଗଲ ବିଭାଗ ପକ୍ଷରୁ ପକ୍ଷୀ, କୁମ୍ଭୀର, ଡଲଫିନ ଏବଂ କୃଷ୍ଣସାର ମୃଗ ଗଣନା ନେଇ କ୍ୟାଲେଣ୍ଡର ପ୍ରକାଶ ପାଇଛି। ସେଥିରେ କେଉଁ ଦିନ କ’ଣ ଗଣନା କରାଯିବ ତାହା ଉଲ୍ଲେଖ ରହିଛି। ଚିଲିକା, ହୀରାକୁଦ ଏବଂ ହେନ୍ତାଳବଣ ଅଞ୍ଚଳକୁ ବାଦ ଦେଲେ ରାଜ୍ୟର ସମସ୍ତ ଜଳାଶୟରେ ଆସନ୍ତା ଜାନୁୟାରୀ ୩ ରେ ପକ୍ଷୀ ଗଣନା କରାଯିବ। ୧୦ତାରିଖ ସୁଦ୍ଧା ପକ୍ଷୀ ଗଣନା ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି। ସେହିପରି ହେନ୍ତାଳବଣ ଇଲାକାରେ ଜାନୁୟାରୀ ୯ରେ ପକ୍ଷୀ ଗଣନା ହୋଇ ୧୨ତାରିଖରେ ରିପୋର୍ଟ ଦିଆଯିବ। ହୀରାକୁଦ ଜଳଭଣ୍ଡାର ଅଞ୍ଚଳରେ ଜାନୁୟାରୀ ୧୬ରେ ପକ୍ଷୀ ଗଣନା କରାଯାଇ ୧୮ତାରିଖରେ ବିଭାଗକୁ ରିପୋର୍ଟ ଦିଆଯିବ। ଜାନୁୟାରୀ ୧୯ରେ ଚିଲିକା ଏବଂ ୪୮୦କିମି ବ୍ୟାପ୍ତ ସମୁଦ୍ର ଉପକୂଳରେ ଡଲଫିନ ଗଣନା କରାଯିବ। ବିଭାଗକୁ ୨୫ତାରିଖ ସୁଦ୍ଧା ରିପୋର୍ଟ ଦିଆଯିବ। ସେହିପରି ଜାନୁୟାରୀ ୩ରୁ ୧୦ତାରିଖ ପର୍ଯ୍ୟନ୍ତ କୁମ୍ଭୀର ଗଣନା କରାଯିବ। ମହାନଦୀ ଅବବାହିକା, ଘୋଡାହାଡ, ଭିତରକନିକା ଅଭୟାରଣ୍ୟ ଏବଂ ଶିମିଳିପାଳରେ କୁମ୍ଭୀର ଗଣନା ହେବ। ୧୨ତାରିଖ ସୁଦ୍ଧା ଗଣନା ରିପୋର୍ଟ ବିଭାଗକୁ ଦିଆଯିବାକୁ ନିର୍ଦ୍ଦେଶ ରହିଛି। ଫେବୃୟାରୀ ୨୮ରେ କୃଷ୍ଣସାର ମୃଗ ଗଣନା ପାଇଁ ଦିନ ଧାର୍ଯ୍ୟ ହୋଇଛି। ମାର୍ଚ୍ଚ ୫ରେ ଗଣନା ରିପୋର୍ଟ ଦେବାକୁ ସ୍ଥିର ହୋଇଛି।
All Right Reserved By

ମେଟ୍ରୋ |

ଭାଜପା ମହିଳା ମୋର୍ଚ୍ଚାର ଲାଲଚୁଡ଼ି ପ୍ରତିବାଦ: ସଚିବାଳୟ ଗେଟ୍‌ରେ ବାନ୍ଧିଲେ ଚୁଡ଼ି

ଭାଜପା ମହିଳା ମୋର୍ଚ୍ଚାର ଲାଲଚୁଡ଼ି ପ୍ରତିବାଦ: ସଚିବାଳୟ ଗେଟ୍‌ରେ ବାନ୍ଧିଲେ ଚୁଡ଼ି

ଭୁବନେଶ୍ୱର,୨୧ା୧ (ବ୍ୟୁରୋ)- ରାଜ୍ୟରେ ମହିଳାଙ୍କ ଉପରେ ବଢ଼ୁଛି ନିର୍ଯାତନା। ଶିଶୁକନ୍ୟାଠାରୁ ଆରମ୍ଭ କରି ନାବାଳିକା, ଯୁବତୀ, ମହିଳାମାନେ ବଳାତ୍କାର ଓ ହତ୍ୟାର ଶିକାର ହେଉଛନ୍ତି।

ସ୍କୁଲ୍‌ ମାଲିକାଣୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସ୍କୁଲ୍‌ ମାଲିକାଣୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ଭୁବନେଶ୍ୱର,୨୧ା୧ (ବ୍ୟୁରୋ)- ନୟାପଲ୍ଲୀ ଥାନା ଅନ୍ତର୍ଗତ ସାଲିଆ ସାହି ଅଞ୍ଚଳରେ ରହୁଥିବା ଜଣେ ମହିଳାଙ୍କ ଝୁଲନ୍ତା ମୃତଦେହ ତାଙ୍କ ଘରୁ ପୋଲିସ ଉଦ୍ଧାର କରିଛି। ମହିଳା ଜଣକ ହେଲେ ତ୍ରିନାଥ ବେହେରାଙ୍କ ସ୍ତ୍ରୀ ଯଶୋବନ୍ତୀ (୪୩)। ଯଶୋବନ୍ତୀ ମହାବୀର ନଗରରେ ଏକ ଘରୋଇ ସ୍କୁଲ୍‌ ଖୋଲି ନିଜେ ପଢ଼ାଉଥିଲେ।

ଏଏସ୍‌ଓ ପରୀକ୍ଷାରୁ ଦିବ୍ୟାଙ୍ଗ ବଞ୍ଚତ୍ତ ହେବା ଘଟଣା: ପୁନଃ ପରୀକ୍ଷା ସୁଯୋଗ ଦାବିରେ ବିକ୍ଷୋଭ

ଏଏସ୍‌ଓ ପରୀକ୍ଷାରୁ ଦିବ୍ୟାଙ୍ଗ ବଞ୍ଚତ୍ତ ହେବା ଘଟଣା: ପୁନଃ ପରୀକ୍ଷା ସୁଯୋଗ ଦାବିରେ ବିକ୍ଷୋଭ

ଭୁବନେଶ୍ୱର,୨୧ା୧ (ବ୍ୟୁରୋ)- ରବିବାର ରାଜ୍ୟର ୪୮୪ କେନ୍ଦ୍ରରେ ପ୍ରାୟ ୯୦ ହଜାରରୁ ଊର୍ଦ୍ଧ୍ୱ ପରୀକ୍ଷାର୍ଥୀ ଏଏସ୍‌ଓ (ଆସିଷ୍ଟାଣ୍ଟ୍‌ ସେକ୍ସନ ଅଫିସର) ପରୀକ୍ଷା ଦେଇଛନ୍ତି। ତେବେ ଏହି ପରୀକ୍ଷାରେ ନାନା ବିଭ୍ରାଟ ହୋଇଥିବା ଅଭିଯୋଗ ଆଣିଛି ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ଏବିଭିପି)। ଦିବ୍ୟାଙ୍ଗ ପରୀକ୍ଷାର୍ଥତ୍ ସାଙ୍ଗରେ ସ୍କ୍ରାଇବ ନେବାର ନିୟମ ଥିଲେ ମଧ୍ୟ ଓପିଏସ୍‌ସି ଅନୁମତି ମିଳି ନ ଥିଲା। 

‘ହେଲ୍‌ଥ ମେଡିକନ୍‌’ ଉଦ୍‌ଘାଟିତ: ଭାରତୀୟ ଚିକିତ୍ସା ଉପରେ ବ୍ୟାପକ ଗବେଷଣା ହେଉ

‘ହେଲ୍‌ଥ ମେଡିକନ୍‌’ ଉଦ୍‌ଘାଟିତ: ଭାରତୀୟ ଚିକିତ୍ସା ଉପରେ ବ୍ୟାପକ ଗବେଷଣା ହେଉ

ଭୁବନେଶ୍ୱର, ୨୧।୧(ବ୍ୟୁରୋ)- ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ (ଓୟୁଏଟି)ଠାରେ ସୋମବାର ପ୍ରଥମ ଆନ୍ତର୍ଜାତିକ ସ୍ବାସ୍ଥ୍ୟ ସମ୍ମିଳନୀ ‘ହେଲ୍‌ଥ ମେଡିକନ୍‌-୨୦୧୯’ ଉଦ୍‌ଘାଟିତ ହୋଇଛି। ଇଣ୍ଡିଆନ ପ୍ରୋକ୍ଟୋଲୋଜି ସୋସାଇଟି (ଆଇପିଏସ୍‌) ଏବଂ ଓୟୁଏଟି ପକ୍ଷରୁ ଆୟୋଜିତ ଏହି ସମ୍ମିଳନୀକୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ରାଜ୍ୟ ଇସ୍ପାତ ଓ ଖଣି ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ ଉଦ୍‌ଘାଟନ କରିଛନ୍ତି। 

ସାନିଟାରି ନାପ୍‌କିନ୍‌ ଭେଣ୍ଡିଙ୍ଗ ମେଶିନ ସଂଖ୍ୟା ବଢ଼ାଇବ ପୂର୍ବତଟ ରେଳପଥ

ସାନିଟାରି ନାପ୍‌କିନ୍‌ ଭେଣ୍ଡିଙ୍ଗ ମେଶିନ ସଂଖ୍ୟା ବଢ଼ାଇବ ପୂର୍ବତଟ ରେଳପଥ

ଭୁବନେଶ୍ୱର,୨୨।୧(ବ୍ୟୁରୋ)-ମହିଳା ଯାତ୍ରୀଙ୍କ ସୁବିଧା ପାଇଁ ଏଣିକି ଟ୍ରେନ୍‌ଗୁଡ଼ିକରେ ଅଧିକ ସଂଖ୍ୟକ ସାନିଟାରି ନାପ୍‌କିନ୍‌ ଭେଣ୍ଡିଙ୍ଗ ମେଶିନ ଉପଲବ୍ଧ କରାଇବାକୁ ନିଷ୍ପତ୍ତି ନେଇଛି ପୂର୍ବତଟ ରେଳପଥ। ମହିଳାଙ୍କ ଚାହିଦା ଓ ହୀରାଖଣ୍ଡ ଏକ୍ସପ୍ରେସରେ ସାନିଟାରି ନାପ୍‌କିନ୍‌ ଭେଣ୍ଡିଙ୍ଗ ମେଶିନ ପ୍ରତି ସେମାନଙ୍କ ସକାରାତ୍ମକ ଅନୁଭୂତିକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନିଆଯାଇଛି।

ମହୋଦଧି ଆଳତିର ଦ୍ୱାଦଶ ବାର୍ଷିକୋତ୍ସବ:ରାମଲାଲା ତମ୍ବୁରେ ରହିବା ଦେଶ ପାଇଁ ଦୁର୍ଭାଗ୍ୟଜନକ

ମହୋଦଧି ଆଳତିର ଦ୍ୱାଦଶ ବାର୍ଷିକୋତ୍ସବ:ରାମଲାଲା ତମ୍ବୁରେ ରହିବା ଦେଶ ପାଇଁ ଦୁର୍ଭାଗ୍ୟଜନକ

ପୁରୀ ଅଫିସ,୨୨ା୧: ମର୍ଯ୍ୟାଦା ପୁରୁଷୋତ୍ତମ ଶ୍ରୀରାମଚନ୍ଦ୍ର ତମ୍ବୁରେ ରହିଛନ୍ତି। ଏହା ହିନ୍ଦୁ ଜାତି ଲାଗି ଅତ୍ୟନ୍ତ ଦୁର୍ଭାଗ୍ୟଜନକ। ରାମରାଜ୍ୟର ସ୍ବପ୍ନ ଦେଖାଇ କେନ୍ଦ୍ରକୁ ଆସିଥିବା ମୋଦି ସରକାର ଭବ୍ୟ ରାମମନ୍ଦିର ନିର୍ମାଣ ନେଇ ନିଜ ମତ ସ୍ପଷ୍ଟ କରନ୍ତୁ। 

ଶ୍ରୀନଅରରେ ଗଜପତିଙ୍କ ପୁଷ୍ୟାଭିଷେକ

ଶ୍ରୀନଅରରେ ଗଜପତିଙ୍କ ପୁଷ୍ୟାଭିଷେକ

ପୁରୀ ଅଫିସ,୨୨ା୧: ପୁଷ୍ୟା ନକ୍ଷତ୍ର ଯୋଗରେ ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ପୁଷ୍ୟାଭିଷେକ ଶ୍ରୀନଅରଠାରେ ସୋମବାର ସନ୍ଧ୍ୟାରେ ସମ୍ପନ୍ନ ହୋଇଛି। ଏଥିରେ ବରୁଣ ପୂଜା, ପଞ୍ଚଦେବତା ପୂଜା, ବର୍ଦ୍ଧନି କଳସ ପୂଜା ଏବଂ ରାମାଭିଷେକ ପଟି ପୂଜା ଅନୁଷ୍ଠିତ ହୋଇଥିଲା। 

ଶାଢ଼ି ବନ୍ଧାଇଲେ ମୁଦିରସ୍ତ

ଶାଢ଼ି ବନ୍ଧାଇଲେ ମୁଦିରସ୍ତ

ପୁରୀ ଅଫିସ,୨୨ା୧: ପବିତ୍ର ପୁଷ୍ୟାଭିଷେକ ଅବସରରେ ସୋମବାର ଶ୍ରୀନଅରରେ ଶାଢି ବନ୍ଧା ଅନୁଷ୍ଠିତ ହୋଇଛି। ମୁଦିରସ୍ତ ଭାବେ ଆଦିତ୍ୟ ନାରାୟଣ ମୁଦିରସ୍ତ (୧୫ବର୍ଷ) ଶାଢି ବନ୍ଧାଇଛନ୍ତି।

ଶ୍ରୀମନ୍ଦିରରେ ପୁଷ୍ୟାଭିଷେକ ନୀତି:ରତ୍ନସିଂହାସନରେ ଦାରୁଦିଅଁଙ୍କ ସୁନାବେଶ

ଶ୍ରୀମନ୍ଦିରରେ ପୁଷ୍ୟାଭିଷେକ ନୀତି:ରତ୍ନସିଂହାସନରେ ଦାରୁଦିଅଁଙ୍କ ସୁନାବେଶ

ପୁରୀ ଅଫିସ,୨୨ା୧: ପୌଷପୂର୍ଣ୍ଣମୀ ଅବସରରେ ସୋମବାର ଶ୍ରୀମନ୍ଦିରରେ ପୁଷ୍ୟାଭିଷେକ ନୀତି ସମ୍ପନ୍ନ ହୋଇଛି। ରତ୍ନସିଂହାସନରେ ଦାରୁଦିଅଁ ରାଜରାଜେଶ୍ୱର ବା ସୁନାବେଶରେ ଭକ୍ତଙ୍କୁ ଦର୍ଶନ ଦେଇଛନ୍ତି।

ଶାଳପତ୍ର ଉପରୁ ରୟାଲିଟି ଛାଡ଼ କଲେ ରାଜ୍ୟ ସରକାର, ଉପକୃତ ହେବେ ୨୫ ଲକ୍ଷ ଶ୍ରମିକ

ଶାଳପତ୍ର ଉପରୁ ରୟାଲିଟି ଛାଡ଼ କଲେ ରାଜ୍ୟ ସରକାର, ଉପକୃତ ହେବେ ୨୫ ଲକ୍ଷ ଶ୍ରମିକ

ଭୁବନେଶ୍ୱର,୨୧।୧(ବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୋମବାର ଶାଳ ପତ୍ର ଉପରୁ ରୟାଲିଟି ଛାଡ଼ କରିବାକୁ ଘୋଷଣା କରିଛନ୍ତି। ଫଳରେ ପୂର୍ବରୁ କୁଇଣ୍ଟାଲ ପିଛା ଦେଉଥିବା ୮୬ଟଙ୍କା ରୟାଲିଟି ଆଉ ଦେବାକୁ ପଡ଼ିବ ନାହିଁ। ମୁଖ୍ୟମନ୍ତ୍ରୀ ଏ ନେଇ ନିଷ୍ପତ୍ତି ନେବା ପରେ ଶାଳପତ୍ର ଶ୍ରମିକଙ୍କ ମଧ୍ୟରେ ଆନନ୍ଦର ଲହରୀ ଖେଳିଯାଇଛି। 

କଜଳକଣା ନିକଟରେ ଓଲଟିଲା ବସ୍‌: ୨ ମୃତ, ୫ ଗୁରୁତର, ୧୫ରୁ ଊର୍ଦ୍ଧ୍ୱ ଆହତ

କଜଳକଣା ନିକଟରେ ଓଲଟିଲା ବସ୍‌: ୨ ମୃତ, ୫ ଗୁରୁତର, ୧୫ରୁ ଊର୍ଦ୍ଧ୍ୱ ଆହତ

ଚୌଦ୍ୱାର,୨୧।୧(ଡି.ଏନ୍‌.ଏ.): କଟକ ଚୌଦ୍ୱାରସ୍ଥିତ କଜଳକଣା ନିକଟରେ ସେମବାର ଏକ ଘରୋଇ ଯାତ୍ରୀବାହୀ ବସ୍‌ ଓଲଟି ପଡ଼ିଛି। ‘ନୀଳକଣ୍ଠ’ ନାମକ ଏହି ବସ୍‌ଟି ଅନୁଗୋଳରୁ କଟକ ଆସୁଥିବା ବେଳେ ଉକ୍ତ ସ୍ଥାନରେ ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା। ଫଳରେ ୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୨୦ରୁ ଊର୍ଦ୍ଧ୍ୱ ଯାତ୍ରୀ ଆହତ ହୋଇଛନ୍ତି। 

ଜେଜେମା’ଙ୍କ ଦଶାହ ତୁଠରେ ନାତି ନିଖୋଜ ଘଟଣା: ୪ଦିନ ପରେ ପୋଖରୀରୁ ମୃତଦେହ ଉଦ୍ଧାର

ଜେଜେମା’ଙ୍କ ଦଶାହ ତୁଠରେ ନାତି ନିଖୋଜ ଘଟଣା: ୪ଦିନ ପରେ ପୋଖରୀରୁ ମୃତଦେହ ଉଦ୍ଧାର

ସାକ୍ଷୀଗୋପାଳ,୨୧।୧ (ଡି.ଏନ.ଏ.): ସତ୍ୟବାଦୀ ବଜାର ଉପକଣ୍ଠ କମାରସାହିରେ ସୋମବାର ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି। ଜେଜେମା’ଙ୍କ ଦଶାହ ତୁଠରେ ଗାଧୋଇବା ବେଳେ ଶୁକ୍ରବାରଠାରୁ ନାତି ସୁବାଶିଷ ମହାନ୍ତି ନିଖୋଜ ଥିଲେ। ସକାଳେ ମୃତଦେହ ପୋଖରୀରେ ଭାସୁଥିବା ଗ୍ରାମବାସୀ ଓ ପରିବାର ଲୋକେ ଦେଖି ଅଗ୍ନିିଶମ କର୍ମଚାରୀଙ୍କୁ ଖବର ଦେଇଥିଲେ। ଖବର ପାଇ ଅଗ୍ନିିଶମ କର୍ମଚାରୀ ମୃତଦେହ ଉଦ୍ଧାର କରିଛି।