ମେଟ୍ରୋ |

ପୋଲିସକୁ ଚକମା ଦେଇ ଖସିଗଲେ ୨ ବନ୍ଧୁକ ବେପାରୀ

ପୋଲିସକୁ ଚକମା ଦେଇ ଖସିଗଲେ ୨ ବନ୍ଧୁକ ବେପାରୀ

ଭୁବନେଶ୍ୱର, ୫।୧୨(ବ୍ୟୁରୋ)- ମଙ୍ଗଳବାର ରାତି ଅଧରେ ରାଜଧାନୀରେ ଚୋର ପୋଲିସ ଖେଳ ଦେଖିବାକୁ ମିଳିଥିଲା। ଦୁଇ ଅଭିଯୁକ୍ତ ପଲ୍‌ସର ୨୨୦ ବାଇକ୍‌ରେ ମଞ୍ଚେଶ୍ୱର ଶିଳ୍ପାଅଞ୍ଚଳରେ ଦ୍ରୁତ ଗତିରେ ଗାଡି ଚଳାଇ ଫେରାର ହେବାକୁ ଉଦ୍ୟମ କରୁଥିବା ବେଳେ ସେମାନଙ୍କ ପଛରେ ପିସିଆର ଭ୍ୟାନ୍‌ ଗୋଡାଉଥିଲା। ଏମିତି ଅଧଘଣ୍ଟା ଧରି ପିସିଆର୍‌ ଭ୍ୟାନ୍‌ ସେମାନଙ୍କୁ ଗୋଡାଇଥିଲେ ମଧ୍ୟ ଶେଷରେ ଫେଲ ମାରିଥିଲା। ଦୁଇ ବନ୍ଧୁକ ବେପାରୀ ଭିନ୍ନ ଭିନ୍ନ ରାସ୍ତା ଦେଇ ବମିଖାଲ ଅଭିମୁଖେ ବାଇକ୍‌ରେ ଦ୍ରୁତଗତିରେ ଫେରାର ହୋଇଯିବାରେ ସଫଳ ହୋଇଥିଲେ। ସୂଚନାଯୋଗ୍ୟ, ଖଣ୍ଡଗିରି ଓଭରବ୍ରିଜ୍‌ ଉପରେ ୨ଟି ନମ୍ବର ବିହୀନ ବାଇକ୍‌ରେ ୨ଜଣ ଯୁବକ ହାତରେ ବନ୍ଧୁକ ଧରି ଛିଡାହୋଇଥିଲେ। ଏହି ସମୟରେ ଉକ୍ତ ରାସ୍ତାରେ ଯାଉଥିବା କିଛି ଟ୍ରକ ଡ୍ରାଇଭର ପୋଲିସ କଣ୍ଟ୍ରାଲ୍‌ ରୁମ୍‌କୁ ଫୋନ୍‌ କରି ଜଣାଇ ଦେଇଥିଲେ। ଖବରପାଇ ପିସିଆର୍‌ ଭ୍ୟାନ୍‌ ସେଠାରେ ପହଞ୍ଚିବା ପରେ ପୋଲିସକୁ ଦେଖି ସେମାନେ ଦୁଇଟି ବାଇକ୍‌ରେ ଦ୍ରୁତ୍‌ ଗତିରେ ଜୟଦେବବିହାର ଅଭିମୁଖେ ଚାଲିଯାଇଥିଲେ। ଖଣ୍ଡଗିରି ଥାନା ପିସିଆର୍‌ ଭ୍ୟାନ୍‌ ନୟାପଲ୍ଲୀ, ସହିଦନଗର ଓ ମଞ୍ଚେଶ୍ୱର ଥାନାକୁ ଫୋନ୍‌ କରି ଜଣାଇଥିଲା। ନୟାପଲ୍ଲୀ ଥାନା ପିସିଆର୍‌ ଓ ଶହୀଦନଗର ଥାନା ପିସିଆର୍‌ ସେମାନଙ୍କ ପିଛା କରିଥିଲେ ମଧ୍ୟ ପାରି ନ ଥିଲେ। ଶେଷରେ ଖବରପାଇ ମଞ୍ଚେଶ୍ୱର ଥାନାର ୭ନମ୍ବର ପିସିଆର୍‌ ଭ୍ୟାନ୍‌ ସେମାନଙ୍କ ପିଛା କରିଥିଲା। ଦୁଇ ଅଭିଯୁକ୍ତ କୌଣସି ବାଟ ନ ପାଇ ରସୁଲଗଡ ରାସ୍ତା ଦେଇ ମଞ୍ଚେଶ୍ୱର ଶିଳ୍ପାଞ୍ଚଳ ଅଭିମୁଖେ ଯାଇଥିଲେ। ପିସିଆର ଭ୍ୟାନ୍‌ ସେମାନଙ୍କ ପିଛା କରିଥିଲାବେଳେ ୨ ଅଭିଯୁକ୍ତ ଭିନ୍ନ ଭିନ୍ନ ରାସ୍ତାରେ ଫେରାର ହୋଇଯାଇଥିଲେ। ରାତି ସମୟରେ ବାଇକ୍‌ ପାଟ୍ରୋଲିଂ ହେଉ ନ ଥିବାରୁ ପିସିଆର୍‌ ଭ୍ୟାନ୍‌ ଏହି ଅଭିଯୁକ୍ତଙ୍କୁ ଧରିପାରି ନ ଥିବା ଆଲୋଚନା ହୋଉଛି।

All Right Reserved By

ମେଟ୍ରୋ |

ଏସ୍‌ସିବିରେ ଚିକିତ୍ସାଧୀନ ବାଲେଶ୍ୱର ଯୁବକ ନିପା ଆକ୍ରାନ୍ତ ଏକ ଗୁଜବ: ସ୍ବାସ୍ଥ୍ୟମନ୍ତ୍ରୀ

ଏସ୍‌ସିବିରେ ଚିକିତ୍ସାଧୀନ ବାଲେଶ୍ୱର ଯୁବକ ନିପା ଆକ୍ରାନ୍ତ ଏକ ଗୁଜବ: ସ୍ବାସ୍ଥ୍ୟମନ୍ତ୍ରୀ

ଭୁବନେଶ୍ୱର,୧୯।୭(ବ୍ୟୁରୋ): ବାଲେଶ୍ୱର ଜିଲାର ୮ଜଣ ଯୁବକ ଜ୍ୱରରେ ଆକ୍ରାନ୍ତ ହୋଇ ଏସ୍‌ସିବିରେ ଚିକିତ୍ସିତ ହେଉଛନ୍ତି। ସେମାନେ ନିପାରେ ଆକ୍ରାନ୍ତ ବୋଲି ଚର୍ଚ୍ଚା ହେଉଛିି। ତେବେ ଏ ନେଇ ଗୁରୁବାର ପ୍ରତିକ୍ରିୟା ରଖିଛନ୍ତି ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ପ୍ରତାପ ଜେନା। ମନ୍ତ୍ରୀ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି, ଏହା ଏକ ଗୁଜବ। ଏଥିରେ କୌଣସି ସତ୍ୟତା ନାହିଁ।

ତାମିଲନାଡ଼ୁ ପରେ ଗୁଜରାଟରେ ଶ୍ରମିକଙ୍କୁ ନିର୍ଯ୍ୟାତନା: ଫେରାଇ ଆଣିବାକୁ ଜିଲାପାଳଙ୍କ ନିକଟରେ ନିବେଦନ

ତାମିଲନାଡ଼ୁ ପରେ ଗୁଜରାଟରେ ଶ୍ରମିକଙ୍କୁ ନିର୍ଯ୍ୟାତନା: ଫେରାଇ ଆଣିବାକୁ ଜିଲାପାଳଙ୍କ ନିକଟରେ ନିବେଦନ

ପୁରୀ ଅଫିସ,୧୯ା୭ : ତାମିଲନାଡୁ ପରେ ଏବେ ଗୁଜୁରାଟରେ ପୁରୀ ଜିଲାର କେତେଜଣ ଶ୍ରମିକ ନିର୍ଯାତନାର ଶିକାର ହୋଇଥିବା ଜଣାପଡିଛି। ଏଥିରେ ଜିଲାର ପୁରୀ ସଦର, ବ୍ରହ୍ମଗିରି ଓ ପିପିଲି ବ୍ଳକର ପ୍ରାୟ ୨୫ ଶ୍ରମିକ ରହିଛନ୍ତି।

 ଶ୍ରୀମନ୍ଦିରକୁ ଫେରିବା ଲାଗି ମହାପ୍ରଭୁଙ୍କ ପ୍ରସ୍ତୁତି: ରଥ ଦକ୍ଷିଣ ମୋଡ଼ ଆରମ୍ଭ

ଶ୍ରୀମନ୍ଦିରକୁ ଫେରିବା ଲାଗି ମହାପ୍ରଭୁଙ୍କ ପ୍ରସ୍ତୁତି: ରଥ ଦକ୍ଷିଣ ମୋଡ଼ ଆରମ୍ଭ

ପୁରୀ ଅଫିସ,୧୯।୭: ହେରାପଞ୍ଚମୀରେ ଶ୍ରୀଦେବୀ(ଲକ୍ଷ୍ମୀ ଠାକୁରାଣୀ) ମହାପ୍ରଭୁଙ୍କୁ ଫେରାଇ ନେବାକୁ ଆସିଥିଲେ। ହେଲେ ଅଭିମାନ କରି ଶ୍ରୀଦେବୀ ଚାଲିଯିବା ପରେ ଶ୍ରୀମନ୍ଦିରକୁ ଫେରିବା ଲାଗି ମହାପ୍ରଭୁ ପ୍ରସ୍ତୁତି ଆରମ୍ଭ କରିଛନ୍ତି।

କେନ୍ଦ୍ର ସରକାରଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ପ୍ରସଙ୍ଗ: ଏମ୍‌ପିଙ୍କୁ ହ୍ବିପ୍‌ ଜାରି କଲା ବିଜେଡି

କେନ୍ଦ୍ର ସରକାରଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ପ୍ରସଙ୍ଗ: ଏମ୍‌ପିଙ୍କୁ ହ୍ବିପ୍‌ ଜାରି କଲା ବିଜେଡି

ଭୁବନେଶ୍ୱର,୧୯।୭(ବ୍ୟୁରୋ): କେନ୍ଦ୍ର ସରକାରଙ୍କ ବିରୋଧରେ ଆସିଥିବା ଅନାସ୍ଥା ପ୍ରସ୍ତାବ ନେଇ ଶୁକ୍ରବାର ଲୋକସଭାରେ ଆଲୋଚନା ହେବ। ଏ ନେଇ ବିଜେଡି ପକ୍ଷରୁ ଏମ୍‌ପିମାନଙ୍କୁ ହ୍ବିପ୍‌ ଜାରି କରାଯାଇଛି। ଅନାସ୍ଥା ଆଲୋଚନା ବେଳେ ସମସ୍ତ ଏମ୍‌ପିଙ୍କୁ ଗୃହରେ ଉପସ୍ଥିତ ରହିବାକୁ କୁହାଯାଇଛି।

ଏମ୍ସ ଯାଇ ଜଗା ବଳିଆଙ୍କୁ ଭେଟିବେ ସ୍ବାସ୍ଥ୍ୟମନ୍ତ୍ରୀ

ଏମ୍ସ ଯାଇ ଜଗା ବଳିଆଙ୍କୁ ଭେଟିବେ ସ୍ବାସ୍ଥ୍ୟମନ୍ତ୍ରୀ

ଭୁବନେଶ୍ୱର,୧୯।୭(ବ୍ୟୁରୋ): ସ୍ବାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରୀ ପ୍ରତାପ ଜେନା ଶୁକ୍ରବାର ଅପରାହ୍ନରେ ଦିଲ୍ଲୀ ଗସ୍ତ କରିବେ। ସେଠାରେ ସେ ଏମ୍ସ ଯାଇ କନ୍ଧମାଳର ଯୋଡାମୁଣ୍ଡ ଶିଶୁ ଜଗା ବଳିଆଙ୍କ ସ୍ବାସ୍ଥ୍ୟାବସ୍ଥା ବିଷୟ ପଚାରି ବୁଝିବେ। ମନ୍ତ୍ରୀଙ୍କ ସହ ୫ଜଣିଆ ଡାକ୍ତରୀ ଟିମ୍‌ ମଧ୍ୟ ଯାତ୍ରା କରିବାର କାର୍ଯ୍ୟକ୍ରମ ରହିଛି।

ମାଛ ମାର୍କେଟରେ ଚଢ଼ାଉ

ମାଛ ମାର୍କେଟରେ ଚଢ଼ାଉ

ଖୋର୍ଦ୍ଧା ଅଫିସ,୧୯।୭: ଖୋର୍ଦ୍ଧା ସହର ସମେତ ବିଭିନ୍ନ ଅଞ୍ଚଳରେ ଥିବା ମାଛ ଗୋଦାମ ଓ ମାଛ ମାର୍କେଟରେ ଗୁରୁବାର ଚଢ଼ାଉ କରାଯାଇଛି। ତୋଟାପଡ଼ା ବଜାରର ମାଛଗୋଦାମ, ସହରର ମାଛମାର୍କେଟ, ମୁକୁନ୍ଦପ୍ରସାଦ ଆଦି ସ୍ଥାନରେ ଚଢ଼ାଉ କରାଯାଇଛି।

ହିନ୍ଦୀ ଟେଲି ଅଭିନେତ୍ରୀଙ୍କୁ ପୁରୀରେ ଦୁର୍ବ୍ୟବହାର

ହିନ୍ଦୀ ଟେଲି ଅଭିନେତ୍ରୀଙ୍କୁ ପୁରୀରେ ଦୁର୍ବ୍ୟବହାର

ପୁରୀ ଅଫିସ,୧୯।୭ : ରଥଯାତ୍ରାବେଳେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ସତ୍ତ୍ୱେ ପୁରୀରେ ଘଟିଥିଲା ଏକ ସ୍ପର୍ଶକାତର ଘଟଣା। ମହାପ୍ରଭୁଙ୍କୁ ଦର୍ଶନ କରିବାକୁ ଆସିଥିବା ହିନ୍ଦୀ ଟେଲି ଅଭିନେତ୍ରୀ ମାହିକା ଶର୍ମା ଦୁର୍ବ୍ୟବହାରର ଶିକାର ହୋଇଥିଲେ।

ଟିଟୋଙ୍କ ୮ ସହଯୋଗୀଙ୍କୁ ଗିରଫ ଘଟଣା ଜେଲ ଗଲେ ୪, ରିମାଣ୍ଡରେ ଆଣିବ କ୍ରାଇମବ୍ରାଞ୍ଚ

ଟିଟୋଙ୍କ ୮ ସହଯୋଗୀଙ୍କୁ ଗିରଫ ଘଟଣା ଜେଲ ଗଲେ ୪, ରିମାଣ୍ଡରେ ଆଣିବ କ୍ରାଇମବ୍ରାଞ୍ଚ

କଟକ ଅଫିସ, ୧୯।୭ - ଗ୍ୟାଙ୍ଗଷ୍ଟର ସୟଦ ଉସ୍‌ମାନ ଅଲ୍ଲୀ ଓରଫ ଟିଟୋଙ୍କ ୮ ସହଯୋଗୀଙ୍କୁ ସୋମବାର ବିଳମ୍ବିତ ରାତିରେ କ୍ରାଇମ୍‌ବ୍ରାଞ୍ଚର ସ୍ବତନ୍ତ୍ର ଟାକ୍ସ ଫୋର୍ସ (ଏସ୍‌ଟିଏଫ୍‌) ଗିରଫ କରିଥିଲା। ପଚରାଉଚରାରୁ ସେମାନଙ୍କର ଟିଟୋ ଲିଙ୍କ୍‌ ଜଣାପଡିବା ପରେ ଅଧିକ ଖୋଳତାଡ଼ ଆରମ୍ଭ ହୋଇଛି।

ନିଆରା ପରମ୍ପରା , ଶ୍ରୀଦେବୀଙ୍କୁ ମହାପ୍ରଭୁ ଦେଇଯାନ୍ତି କଳମ ଶାଗ

ପୁରୀ ଅଫିସ, ୧୯।୭: ଘୋଷଯାତ୍ରାରେ ବାହାରିଥିବା ଦାରୁଦିଅଁ ଏବେ ଆଡ଼ପ ମଣ୍ଡପରେ। ଗୁଣ୍ଡିଚା ମନ୍ଦିରରେ ଲାଗୁଛି ଶ୍ରଦ୍ଧାଳୁଙ୍କ ଲମ୍ବା ଧାଡି। ଏପଟେ କିନ୍ତୁ ଖଁା ଖଁା ଶ୍ରୀମନ୍ଦିର। ରନ୍ଧାଯାଉନି ଷାଠିଏ ପଉଟି କି ମନ୍ଦିରରେ ନାହିଁ ଗହଳି ଚହଳି।

ଆତ୍ମହତ୍ୟା ପ୍ରବଣତାକୁ ନେଇ ବଢ଼ୁଛି ଚିନ୍ତା , ଆରମ୍ଭ ହେବ ସ୍ବତନ୍ତ୍ର କାଉନ୍‌ସେଲିଂ ବ୍ୟବସ୍ଥା

କଟକ ଅଫିସ, ୧୯।୭- ପ୍ରେମରେ ଧୋକା ଖାଇବା ପରେ ହେଉ କିମ୍ବା ସ୍ବାମୀସ୍ତ୍ରୀଙ୍କ ମଧ୍ୟରେ ବିବାଦ କାରଣରୁ ହେଉ ଅବା ପରୀକ୍ଷାରେ ଅକୃତକାର୍ଯ୍ୟ ଓ ମାନସିକ ଅସୁସ୍ଥତା କାରଣରୁ ଲୋକେ ଆତ୍ମହତ୍ୟା କରୁଛନ୍ତି। ସେହିପରି ନିଶା ସେବନ ଯୋଗୁ ଆତ୍ମହତ୍ୟା ପ୍ରବୃତ୍ତି ଜାଗ୍ରତ ହେଉଛି।

ରଞ୍ଜିତା ବିଶ୍ୱାଳ ଜାମିନ ମାମଲା , ଡି’ଲିଙ୍କ୍‌ର ପ୍ରମାଣ ଲୋଡିଲେ ହାଇକୋର୍ଟ

କଟକ ଅଫିସ,୧୯।୭- ବିଜେଡି କର୍ପୋରେଟର ରଞ୍ଜିତା ବିଶ୍ୱାଳଙ୍କ ଜାମିନ ଆବେଦନର ଶୁଣାଣି ଗତ ମଙ୍ଗଳବାର ହାଇକୋର୍ଟରେ ହୋଇଥିଲା। କର୍ପୋରେଟର ରଞ୍ଜିତା ଧଳସାମନ୍ତ ଭ୍ରାତାଙ୍କୁ ଜେଲ୍‌ରେ ଭେଟିବାର କ’ଣ ସବୁ ପ୍ରମାଣ ରହିଛି ସେସବୁ କୋର୍ଟରେ ଦାଖଲ କରିବା ପାଇଁ ବିଚାରପତି ଜଷ୍ଟିସ ଜେ.ପି. ଦାସ ସରକାରଙ୍କୁ ଆଦେଶ ଦେଇଛନ୍ତି।

ସ୍ବାସ୍ଥ୍ୟ ବିଭାଗ କିରାଣିଙ୍କ ଘରେ ଭିଜିଲାନ୍ସ ଯାଞ୍ଚ , ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ

କଟକ ଅଫିସ, ୧୯।୭- କଟକ ଜିଲା ମୁଖ୍ୟ ଚିକିତ୍ସାଧିକାରୀ (ସିଡିଏମ୍‌ଓ)ଙ୍କ କାର୍ଯ୍ୟାଳୟର କନିଷ୍ଠ କିରାଣି ସୁନୀଲ କୁମାର ଦାସଙ୍କ ଘରେ ବୁଧବାର ଭିଜିଲାନ୍ସ ଯାଞ୍ଚ ହୋଇଛି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରିଥିବା ନେଇ ସୁନୀଲଙ୍କ ବିରୋଧରେ ଅଭିଯୋଗ ହୋଇଥିଲା।

Model This Week

ରୂପେଶ