Dharitri News
ମେଟ୍ରୋ |

ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ବିବାଦ: ମୁଖ୍ୟମନ୍ତ୍ରୀଙ୍କ ପାଖରେ ପହଞ୍ଚତ୍ଲା ଅଭିଯୋଗ

ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ବିବାଦ: ମୁଖ୍ୟମନ୍ତ୍ରୀଙ୍କ ପାଖରେ ପହଞ୍ଚତ୍ଲା ଅଭିଯୋଗ ଭୁବନେଶ୍ୱର,୪।୧୨(ବ୍ୟୁରୋ)- ରାଜ୍ୟ ଫିଲ୍ମ ପୁରସ୍କାର ଚୟନକୁ ନେଇ ବରିଷ୍ଠ ଅଭିନେତ୍ରୀ ମହାଶ୍ୱେତା ରାୟ ପ୍ରଶ୍ନ ଉଠାଇବା ପରେ ବିବାଦ ବଢିବାରେ ଲାଗିଛି। ଜଣକ ପରେ ଜଣେ ଓଡ଼ିଆ କଳାକାର ଏନେଇ ମୁହଁ ଖୋଲୁଛନ୍ତି। ଏପରିକି ପୁରସ୍କାର ଚୟନରେ ସ୍ବଚ୍ଛତା ରହୁ ନ ଥିବା ଅଭିଯୋଗ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିକଟରେ ପହଞ୍ଚତ୍ଛି। ଚଳଚ୍ଚିତ୍ର ନିର୍ଦ୍ଦେଶକ ସନ୍ତୋଷ ପଣ୍ଡା ଟୁଇଟର ଏବଂ ଫେସ୍‌ବୁକ୍‌ ମାଧ୍ୟମରେ ଏ ବିଷୟରେ ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡିଛନ୍ତି। ଶିଶୁ ଅଧିକାର ଉପରେ ପ୍ରସ୍ତୁତ ଚଳଚ୍ଚିତ୍ର ‘ସାବାସ୍‌ ବିଜୁ’କୁ ଚଳଚ୍ଚିତ୍ର ପୁରସ୍କାରରେ ଅଣଦେଖା କରାଯାଇଥିବା ସେ ଅଭିଯୋଗ ଉଠାଇଛନ୍ତି। ନିର୍ଦ୍ଦେଶକ ପଣ୍ଡା ଉଲ୍ଲେଖ କରିଛନ୍ତି ଯେ, ୨୦୧୬ରେ ରାଜସ୍ଥାନରେ ଅନୁଷ୍ଠିତ ଜାତୀୟ ଶିଶୁ ଚଳଚ୍ଚିତ୍ର ଉତ୍ସବ ଏବଂ ୨୦୧୭ରେ ହାଇଦ୍ରାବାଦରେ ଅନୁଷ୍ଠିତ ଅନ୍ତର୍ଜାତୀୟ ଶିଶୁ ଚଳଚ୍ଚିତ୍ର ମହୋତ୍ସବରେ ‘ସାବାସ୍‌ ବିଜୁ’ ସ୍କ୍ରିନିଂ ହେବାସହ ପ୍ରଶଂସା ସାଉଣ୍ଟିଥିଲା। ଏହି ମହୋତ୍ସବରେ ୧୦୯ଟି ଦେଶର ଶିଶୁ ଚଳଚ୍ଚିତ୍ର ପ୍ରଦର୍ଶିତ ହୋଇଥିବା ବେଳେ ଏକମାତ୍ର ସିନେମାଭାବେ ‘ସାବାସ୍‌ ବିଜୁ’ ସେଠାରେ ଦୁଇଥର ପ୍ରଦର୍ଶିତ ହୋଇଥିଲା। ଏଭଳି ଏକ ସିନେମାକୁ ଚୟନ ପ୍ରକ୍ରିୟାରେ ଅର୍ନ୍ତଭୁକ୍ତ ବି କରାଯାଇନାହିଁ। ସବୁଠାରୁ ଆଶ୍ଚର୍ଯ୍ୟର ବିଷୟ ହେଉଛି ଯେ, ଏହା ଏକମାତ୍ର ଶିଶୁ ଚଳଚ୍ଚିତ୍ର ଭାବେ ରାଜ୍ୟ ଫିଲ୍ମ ଆଓ୍ବାର୍ଡ ପାଇଁ ଆବେଦନ କରିଥିଲେ ମଧ୍ୟ ଏହାକୁ ବିଚାରକୁ ନିଆଯାଇନାହିଁ। ଏପରିକି ଏଥର ଚୟନ ପ୍ରକ୍ରିୟା ଠିକ୍‌ ହୋଇ ନ ଥିବା ନେଇ ବରିଷ୍ଠ ଅଭିନେତ୍ରୀ, ଅଭିନେତା ଓ ସଂଗଠନ ସ୍ବର ଉଠାଉଛନ୍ତି। ତେଣୁ ହସ୍ତକ୍ଷେପ କରି ନ୍ୟାୟ ପ୍ରଦାନ କରିବାକୁ ନିର୍ଦ୍ଦେଶକ ପଣ୍ଡା ମୁଖ୍ୟମନ୍ତ୍ରୀଙ୍କୁ ନିବେଦନ କରିଛନ୍ତି। ସେହିଭଳି ବରିଷ୍ଠ ଅଭିନେତ୍ରୀ ମହାଶ୍ୱେତା ସୋମବାର ପୁଣିଥରେ ମୁହଁ ଖୋଲିଛନ୍ତି। ‘ନିଜେ ନିଜର ବିଚାରକ ହେବା ଉଚିତ୍‌ ନୁହେଁ’ ବୋଲି ଜୁରୀ ସଦସ୍ୟ ଏବଂ ସଂସ୍କୃତି ବିଭାଗ ଅଧିକାରୀ ଦେଇଥିବା ମତକୁ ସେ କାଉଣ୍ଟର କରିଛନ୍ତି। ଏ ସମ୍ପର୍କରେ ସେ ‘ଧରିତ୍ରୀ’କୁ କହିଛନ୍ତି ଯେ ପ୍ରତ୍ୟେକ କଳାକାର ସର୍ବପ୍ରଥମେ ନିଜେ ନିଜର ବିଚାରକ ଓ କ୍ରିଟିକ୍‌। ଜୁରୀ ସଦସ୍ୟମାନଙ୍କୁ ମୁଁ ଗୋଟିଏ ପ୍ରଶ୍ନ କରିବାକୁ ଚାହୁଁଛି, ‘ଚିନି’ ଚଳଚ୍ଚିତ୍ରକୁ ସେମାନେ ଶ୍ରେଷ୍ଠ ଚଳଚ୍ଚିତ୍ର ପୁରସ୍କାର ପାଇଁ ମନୋନୀତ କଲେ। ହେଲେ ଏହି ଫିଲ୍ମରେ କ’ଣ ଦେଖିଲେ ଯେ ଏହାକୁ ଶ୍ରେଷ୍ଠ ବୋଲି ଭାବିଲେ? ନା କାହାଣୀକୁ, ନା ଚିତ୍ରନାଟ୍ୟକୁ, ନା ନିର୍ଦ୍ଦେଶକଙ୍କୁ, ନା ଏଡିଟିଂକୁ, ନା ସଙ୍ଗୀତକୁ, ନା କଳାକାରଙ୍କୁ, ଯଦି କାହାରିକୁ ଶ୍ରେଷ୍ଠ ବୋଲି ଭାବିଲେନି ତା’ହେଲେ ଫିଲ୍ମ କେମିତି ଶ୍ରେଷ୍ଠ ବୋଲି ଭାବିଲେ। ଫିଲ୍ମରେ ଯଦି କିଛି ଶ୍ରେଷ୍ଠ ନ ଥିଲା ଫିଲ୍ମ କେମିତି ଶ୍ରେଷ୍ଠ ହେଲା। ଜୟଦେବ ପୁରସ୍କାର ପାଇଗଲି ବୋଲି ମୁଁ କ’ଣ ଅଭିନୟରୁ ଅବସର ନେଇ ଘରେ ବସିବି ନା ବୃଦ୍ଧାଶ୍ରମକୁ ଯିବି। ଅନ୍ୟାୟ ଦେଖି ମୁହଁ ନଖୋଲିବାକୁ ସେମାନେ ମୋତେ ବାଧ୍ୟ କରୁଛନ୍ତି। ଏପର୍ଯ୍ୟନ୍ତ ଚୁପ୍‌ ରହିବାରୁ ଇଣ୍ଡଷ୍ଟ୍ରୀର ବହୁତ କ୍ଷତି ହୋଇଗଲାଣି। ଭବିଷ୍ୟତରେ ଇଣ୍ଡଷ୍ଟ୍ରୀର ସମସ୍ୟା ନେଇ ଆମେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବୁ ବୋଲି ସେ କହିଛନ୍ତି। ଆଉ କେତେଜଣ ଅଭିନେତ୍ରୀ ଓ ଅଭିନେତା ସମାଲୋଚନା କରି କହିଛନ୍ତି ଯେ, ପୁରସ୍କାର ଚୟନବେଳେ ଗତ କିଛିବର୍ଷ ହେଲା ପାତରଅନ୍ତର କରାଯାଉଛି। କେତେଜଣ ଜୁରୀ ସଦସ୍ୟ ଅଭିନେତା, ଅଭିନେତ୍ରୀ, ନିର୍ଦ୍ଦେଶକଙ୍କ ସହ ଭିତିରିଆ ସମ୍ପର୍କରେ ରହୁଛନ୍ତି। କିଭଳି ପୁରସ୍କାର ମିଳିବ ସେନେଇ କମିଟି ବୈଠକରେ ବଡପାଟିରେ ହୋହାଲ୍ଲା କରୁଛନ୍ତି। ଏପରିକି ପୁରସ୍କାର ମିଳିବା ଆଗରୁ ବାହାରେ ପ୍ରକାଶ କରୁଛନ୍ତି ଓ ପୁରସ୍କାର ପାଇବା ପରେ ସେମାନଙ୍କ ଘରକୁ ଯାଇ ମିଠା ଖାଉଛନ୍ତି। ଏଭଳି ପ୍ରକ୍ରିୟା ବନ୍ଦ କରା ନ ଗଲେ ଓଡ଼ିଶା ଚଳଚ୍ଚିତ୍ରର ଭବିଷ୍ୟତ ଅନ୍ଧକାର ଭିତରକୁ ଚାଲିଯିବ ବୋଲି ସେମାନେ କହୁଛନ୍ତି। ମୁହଁ ଖୋଲିଲେ ଉତ୍ତମ ମହାନ୍ତି: ମହାଶ୍ୱେତାଙ୍କ ପରେ ଆଉଜଣେ ଜୟଦେବ ପୁରସ୍କାର ବିଜେତା ଅଭିନେତା ଉତ୍ତମ ମହାନ୍ତି ପୁରସ୍କାର ଚୟନକୁ ନେଇ ମୁହଁ ଖୋଲିଛନ୍ତି। ଧରିତ୍ରୀକୁ ଏହି ବରିଷ୍ଠ ଅଭିନେତା କହିଛନ୍ତି, ଅଜାଗା ଘା ଦେଖି ହୁଏନି କି ଦେଖାଇ ହୁଏନି। ଯେହେତୁ ସରକାର ପୁରସ୍କାର ଚୟନ କରୁଛନ୍ତି, ତେଣୁ କିଛି କହିହେଉନି। କାହାଉପରେ ମନ୍ତବ୍ୟ ରଖିବା ମଧ୍ୟ ଉଚିତ ହେବନି। ମହାଶ୍ୱେତାଙ୍କ ପ୍ରତି ଅନ୍ୟାୟ ହୋଇଛି। ଯେଉଁ ଫିଲ୍ମ ପାଇଁ ସେ ଶ୍ରେଷ୍ଠ ସହ ଅଭିନେତ୍ରୀ ପୁରସ୍କାର ପାଇବାକୁ ମନୋନୀତ ହୋଇଛନ୍ତି, ଉକ୍ତ ଫିଲ୍ମ ପ୍ରିମିୟର ଶୋ’ ପରେ ହଲ୍‌ରୁ ଉଠିଯାଇଛି। ହେଲେ ସେଭଳି ସ୍ଥଳେ ‘ଚିନି’ ଶ୍ରେଷ୍ଠ ଚଳଚ୍ଚିତ୍ର ହୋଇଥିଲେ ବି ସେଥିରେ ତାଙ୍କର ଅଭିନୟକୁ ବିଚାରକୁ ନିଆଯାଇନି। କେବଳ ସେହି ଫିଲ୍ମ ନୁହେଁ, ଅନ୍ୟ ଯେଉଁ ଫିଲ୍ମ ଚଳିତବର୍ଷ ରାଜ୍ୟ ପୁରସ୍କାର ପାଇଛନ୍ତି ସବୁ ଫିଲ୍ମ ଗୋଟିଏ କିମ୍ବା ଦୁଇଦିନ ପରେ ହଲ୍‌ରୁ ଉଠିଯାଇଛି। ଜୁରୀ ସଦସ୍ୟମାନଙ୍କ ଏଭଳି ଅନିୟମିତତା ଓ ପାତରଅନ୍ତର ଯୋଗୁ ଅନେକ ନିର୍ଦ୍ଦେଶକ ଓ ପ୍ରଯୋଜକ ଭଲ ଫିଲ୍ମକୁ ରାଜ୍ୟ ପୁରସ୍କାର ପାଇଁ ପଠାଉ ନାହାନ୍ତି। ଏହାଠାରୁ ଦୁର୍ଭାଗ୍ୟଜନକ ଆଉ କିଛିନୁହେଁ।

ମେଟ୍ରୋ |

ଭୋଟକୁ କେନ୍ଦ୍ରକରି ଗୋଷ୍ଠୀ ସଂଘର୍ଷ, ୩ ଗୁରୁତର

ଭୋଟକୁ କେନ୍ଦ୍ରକରି ଗୋଷ୍ଠୀ ସଂଘର୍ଷ, ୩ ଗୁରୁତର

କୃଷ୍ଣପ୍ରସାଦ,୧୯।୧(ଡି.ଏନ୍‌.ଏ.): ପୁରୀ ଜିଲା କୃଷ୍ଣପ୍ରସାଦ ବ୍ଲକ ବଡ଼ଅଁଳ ପଞ୍ଚାୟତ ରସକୁଦି ଗ୍ରାମରେ ଶୁକ୍ରବାର ଓ୍ବାର୍ଡମେମ୍ବର ଭୋଟକୁ କେନ୍ଦ୍ରକରି ଦୁଇ ଗୋଷ୍ଠୀ ମୁହାଁମୁହିଁ ହୋଇଛନ୍ତି। ଏଥିରେ ଉଭୟ ଗୋଷ୍ଠୀର ୩ ଗୁରୁତର ଆହତ ହୋଇଛନ୍ତି।

ପୂର୍ବ ଶତୃତାକୁ କେନ୍ଦ୍ରକରି ଦୋକାନ ପୋଡିଲେ ଦୁର୍ବୃତ୍ତ

ପୂର୍ବ ଶତୃତାକୁ କେନ୍ଦ୍ରକରି ଦୋକାନ ପୋଡିଲେ ଦୁର୍ବୃତ୍ତ

କଣ୍ଟାପଡ଼ା, ୧୯।୧(ଡି.ଏନ୍‌.ଏ.): ଗୋବିନ୍ଦପୁର ଥାନା ଅନ୍ତର୍ଗତ କୂଳ ବ୍ରାହ୍ମଣସାଇଲୋ ବଜାରରେ ଜଣେ ବ୍ୟକ୍ତିଙ୍କ ଜଳଖିଆ ଦୋକାନରେ ଗୁରୁବାର ରାତିରେ କେତେକ ଦୁର୍ବୃତ୍ତ ନିଆଁ ଲଗାଇ ଦେଇଥିବା ଶୁକ୍ରବାର ଥାନାରେ ଅଭିଯୋଗ ହୋଇଛି।

ତହସିଲଦାରଙ୍କ ବଦଳି ବାତିଲ ଦାବିରେ ଗଣଧାରଣା

ତହସିଲଦାରଙ୍କ ବଦଳି ବାତିଲ ଦାବିରେ ଗଣଧାରଣା

କଣ୍ଟାପଡ଼ା, ୧୯।୧(ଡି.ଏନ୍‌.ଏ.): କଟକ ଜିଲା କଣ୍ଟାପଡ଼ା ତହସିଲଦାର ସିଦ୍ଧାର୍ଥ ଶଙ୍କର ସାହୁଙ୍କ ବଦଳି ପ୍ରତିବାଦରେ ଗ୍ରାମାଞ୍ଚଳ ବିକାଶ ପରିଷଦ ପକ୍ଷରୁ ଶୁକ୍ରବାର ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା ଦିଆଯାଇଛି।

ଭାଜପାର ମିଶନ ଓଡ଼ିଶାରେ ସାମିଲ ହେଲେ ରମାରଞ୍ଜନ

ଭାଜପାର ମିଶନ ଓଡ଼ିଶାରେ ସାମିଲ ହେଲେ ରମାରଞ୍ଜନ

ସାକ୍ଷୀଗୋପାଳ, ୧୯।୧(ଡି.ଏନ୍‌.ଏ.): ପୁରୀ ଜିଲା ସତ୍ୟବାଦୀର ପୁର୍ବତନ ବିଧାୟକ ରମାରଞ୍ଜନ ବଳିୟାରସିଂହ ବିଜେଡି ଛାଡ଼ିବା ପରେ ଭାଜପାରେ ମିଶିବା ନିଶ୍ଚିତ ହୋଇଛି। ଶନିବାର ଭାଜପାର ରାଜ୍ୟ କାର୍ଯ୍ୟାଳୟରେ ମିଶ୍ରଣ ପର୍ବ ଅନୁଷ୍ଠିତ ହେବ।

ନେତାଜୀ ମ୍ୟୁଜିୟମରେ ତାଲା, ସମ୍ମୁଖରେ ବିକ୍ଷୋଭ

ନେତାଜୀ ମ୍ୟୁଜିୟମରେ ତାଲା, ସମ୍ମୁଖରେ ବିକ୍ଷୋଭ

ପୁରୀ ଅଫସ, ୧୯।୧: ଆସନ୍ତା ୨୩ ତାରିଖରେ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଜୟନ୍ତୀ। ଏହି ଅବସରରେ ପୁରୀସ୍ଥିତ ଗୋପାଳବଲ୍ଲଭ ଲେନ୍‌ଠାରେ ନିର୍ମାଣାଧୀନ ନେତାଜୀଙ୍କ ମ୍ୟୁଜିୟମରେ ତାଲା ପଡିଥିବା ବେଳେ ତାହା ଖୋଲିପାରିବ ନାହିଁ।

ଏଣିକି ଭକ୍ତ ଦେଖିବେ ହୁଣ୍ଡି ଗଣତି

ଏଣିକି ଭକ୍ତ ଦେଖିବେ ହୁଣ୍ଡି ଗଣତି

ପୁରୀ ଅଫିସ,୧୮।୧: ଏଣିକି ଶ୍ରୀମନ୍ଦିର ହୁଣ୍ଡି ଗଣତି ଦେଖିପାରିବେ ଶ୍ରଦ୍ଧାଳୁ। ମହାପ୍ରଭୁଙ୍କ ହୁଣ୍ଡିରେ ଭକ୍ତମାନେ କ’ଣ ଦାନ ଦେଇଛନ୍ତି ତାହା ମଧ୍ୟ ଜାଣିପାରିବେ। ଏହି ବ୍ୟବସ୍ଥା କରିଛି ଶ୍ରୀମନ୍ଦିର ପ୍ରଶାସନ। ଭକ୍ତଙ୍କ ଉଦ୍ଦେଶ୍ୟରେ ଗୁରୁବାର ଶ୍ରୀମନ୍ଦିର ବେଢା ଶାଖା କାର୍ଯ୍ୟାଳୟ ନିକଟରେ ଲାଗିଛି ଏଲ୍‌ଇଡି ଟିଭି।

ପୁରୀ ରେଳଷ୍ଟେଶନ ନିକଟରେ ବିଜେଡିର ପ୍ରତିବାଦ ସଭା

ପୁରୀ ରେଳଷ୍ଟେଶନ ନିକଟରେ ବିଜେଡିର ପ୍ରତିବାଦ ସଭା

ପୁରୀ ଅଫିସ, ୧୮।୧: ବମ୍ବେର ଛତ୍ରପତି ଶିବାଜୀ ଟର୍ମିନସ (ସିଏସ୍‌ଟି) ଷ୍ଟେଶନରେ ଲଗାଯାଇଥିବା ଶ୍ରୀମନ୍ଦିର ସମ୍ପର୍କିତ ବିବାଦୀୟ ପୋଷ୍ଟରକୁ ନେଇ ଭାଜପାକୁ ଘେରିଛି ବିଜେଡି।

୨ ଅଙ୍ଗନୱାଡ଼ିର ଫଳକ ଭାଙ୍ଗିଲେ ସରପଞ୍ଚଙ୍କ ସମର୍ଥକ

୨ ଅଙ୍ଗନୱାଡ଼ିର ଫଳକ ଭାଙ୍ଗିଲେ ସରପଞ୍ଚଙ୍କ ସମର୍ଥକ

ପୁରୀ ଅଫିସ, ୧୮।୧: ଗୁରୁବାର ରାଜସ୍ବ ମନ୍ତ୍ରୀ ମହେଶ୍ୱର ମହାନ୍ତିଙ୍କ ପୁରୀ ନିର୍ବାଚନ ମଣ୍ଡଳୀର ବିଭିନ୍ନ ସ୍ଥାନରେ ମାରାଥନ ଶିଳାନ୍ୟାସ ଓ ଉଦ୍‌ଘାଟନ କାର୍ଯ୍ୟକ୍ରମ ଥିଲା। କିନ୍ତୁ ବାଲିପଡା ଏବଂ ଝିଙ୍କିରିଆ ଗ୍ରାମର ଅଙ୍ଗନୱାଡି କେନ୍ଦ୍ର ଉଦ୍‌ଘାଟନକୁ ନେଇ ସୃଷ୍ଟି ହୋଇଥିଲା ଉତ୍ତେଜନା।

ଅନ୍ନପୂର୍ଣ୍ଣା ମଞ୍ଚରେ ‘ମୁଁ ଏକ ଅସଫଳ ନାୟକ’

ଅନ୍ନପୂର୍ଣ୍ଣା ମଞ୍ଚରେ ‘ମୁଁ ଏକ ଅସଫଳ ନାୟକ’

ପୁରୀ ଅଫିସ,୧୮।୧: ଆଜିର ସମାଜ ବଡ଼ ବିଚିତ୍ରମୟ। ସମସ୍ତେ ନିଜ ପାଇଁ ବ୍ୟସ୍ତ। ନିଜେ ଭଲରେ ରହିବେ, ଭଲ ପିନ୍ଧିବେ, ଭଲ ଖାଇବେ ଆଉ ସବୁଥିରେ ସଫଳତା ପାଇବେ। ଏମିତି ଚିନ୍ତାରେ ମଣିଷ ସର୍ବଦା ଧାଉଁଛି।

ଫ୍ରାଞ୍ଚାଇଜ୍‌ ସ୍ବାର୍ଥରେ ସେସୁ

ଭୁବନେଶ୍ୱର,୧୮।୧(ବ୍ୟୁରୋ)- ବିଦ୍ୟୁତ୍‌ ବଣ୍ଟନ ଦାୟିତ୍ୱ ନେଇଥିବା ଫ୍ରାଞ୍ଚାଇଜ୍‌ କମ୍ପାନୀମାନେ ଗତ ପ୍ରାୟ ୫ ବର୍ଷ ମଧ୍ୟରେ ଗ୍ରାହକଙ୍କ ଉପରୋକ୍ତ ସମସ୍ୟାକୁ ସମାଧାନ କରିବାରେ ବାରମ୍ବାର ବିଫଳ ହେଉଥିଲେ ମଧ୍ୟ ସେସୁ ମ୍ୟାନେଜମେଣ୍ଟ ଆଖିବୁଜି ବସିଛି। କାହିଁକି ଫ୍ରାଞ୍ଚାଇଜ୍‌ କମ୍ପାନୀଗୁଡ଼ିକ ବିଫଳ ହେଉଛନ୍ତି ତାହାର ସମୀକ୍ଷା କରାଯାଉନାହିଁ। ଏଭଳିସ୍ଥଳେ ବିନା ଟେଣ୍ଡରରେ ଫ୍ରାଞ୍ଚାଇଜ୍‌ କମ୍ପାନୀଗୁଡ଼ିକର କାର୍ଯ୍ୟକାଳ ପୁଣିଥରେ ବୃଦ୍ଧି ପାଇଁ ମସୁଧା ଚାଲିଛି।

ଚିଟ୍‌ଫଣ୍ଡ ତଦନ୍ତ କମିଶନ: ଦାଖଲ ହେଲା ଚତୁର୍ଥ ଅନ୍ତରୀଣ ରିପୋର୍ଟ

କଟକ ଅଫିସ, ୧୮।୧- ଚିଟଫଣ୍ଡ ଠକେଇ ଘଟଣାର ତଦନ୍ତ କରୁଥିବା ଜଷ୍ଟିସ ମଦନ ମୋହନ ଦାସ କମିଶନ ଗୁରୁବାର ସରକାରଙ୍କୁ ଚତୁର୍ଥ ଅନ୍ତରୀଣ ରିପୋର୍ଟ ଦେଇଛନ୍ତି। କମିଶନଙ୍କ ସଚିବ ଦେବରାଜ ରାଉତ ସିଲ୍‌ କଭରରେ ୬୮୯୧ ପୃଷ୍ଠାର ଏହି ରିପୋର୍ଟକୁ ଗୃହ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କୁ ପ୍ରଦାନ କରିଛନ୍ତି।

ଏକ୍ସପାଏରି ଔଷଧ ଖାଇବେ ରୋଗୀ

ଏକ୍ସପାଏରି ଔଷଧ ଖାଇବେ ରୋଗୀ

କଟକ ଅଫିସ, ୧୮।୧- ନିରାମୟ ଯୋଜନାରେ ସରକାର ଯୋଗାଣ କରିଥିବା ମାଗଣା ଔଷଧକୁ ନେଇ ଏକ ବଡ଼ଧରଣର ଦାୟିତ୍ୱହୀନତା ସାମ୍ନାକୁ ଆସିଛି। ଏସ୍‌ସିବି ମେଡିକାଲରୁ ଏହା ଧରାପଡିଛି। ଜାନୁୟାରୀ ୧୬ ତାରିଖରେ ରୋଗୀଙ୍କୁ ଦିଆଯାଇଥିବା ଔଷଧର ଅବଧି ଫେବୃୟାରୀ ପର୍ଯ୍ୟନ୍ତ ରହିଛି। ଅର୍ଥାତ ମାତ୍ର ୪୪ଦିନ ଔଷଧର ଅବଧି ଥିବା ବେଳେ ରୋଗୀଙ୍କୁ କେଉଁଠି ଦୁଇମାସ, ଅଢେଇମାସ ଓ ସ୍ଥଳବିଶେଷରେ ୩ମାସ ପାଇଁ ଦିଆଯାଇଛି।