ଜାତୀୟ |

ଗଣତନ୍ତ୍ର ପାଇଁ ଲଢ଼େଇ ଜାରି ରହିବ: ଶରଦ

ଗଣତନ୍ତ୍ର ପାଇଁ ଲଢ଼େଇ ଜାରି ରହିବ: ଶରଦ
ନୂଆଦିଲ୍ଲୀ,୫।୧୨: ରାଜ୍ୟସଭା ପଦରୁ ଅଯୋଗ୍ୟ ଘୋଷିତ ହେବା ପରେ ଶରଦ ଯାଦବ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କୁ ତୀବ୍ର ସମାଲୋଚନା କରିଛନ୍ତି। ତାଙ୍କ ପ୍ରତି ହୋଇଥିବା ଅନ୍ୟାୟ ଓ ଗଣତନ୍ତ୍ର ପାଇଁ ଲଢ଼େଇ ଜାରି ରହିବ ବୋଲି ମଙ୍ଗଳବାର ସୂଚିତ କରିଛନ୍ତି। ସେ ସତକଥା କହିଥିବାରୁ ତାଙ୍କ ପ୍ରତି ଏଭଳି ଅବିଚାର କରାଯାଇଛି। ଏହାର ଉତ୍ତର ଆଗାମୀ ଦିନରେ ବିହାରର ୧୧ କୋଟି ଭୋଟର ଦେବେ। ନୀତିଶଙ୍କ ବର୍ତ୍ତମାନ ମେଣ୍ଟ ପ୍ରତି ବିହାର ଜନସାଧାରଣ ମତଦାନ କରି ନାହାଁନ୍ତି। ରାଜ୍ୟରେ ନୀତିଶ ଭାଜପା ସହିତ ମିଶି ଏକଛତ୍ରବାଦୀ ଶାସନ ଚଳାଇଛନ୍ତି ବୋଲି ସେ ଅଭିଯୋଗ କରିଛନ୍ତି।
All Right Reserved By

ଜାତୀୟ |

ଲୋକ ସଭା ଏମ୍‌ପି ଭୋଲା ସିଂଙ୍କ ପରଲୋକ

ଲୋକ ସଭା ଏମ୍‌ପି ଭୋଲା ସିଂଙ୍କ ପରଲୋକ

ନୂଆଦିଲ୍ଲୀ,୨୦।୧୦: ବିହାର ବେଗୁସରାଇର ଲୋକ ସଭା ଏମ୍‌ପି ଭୋଲା ସିଂଙ୍କର ଶୁକ୍ରବାର ପରଲୋକ ହୋଇଛି। ୮୨ ବର୍ଷ ବୟସରେ ଦିଲ୍ଲୀସ୍ଥିତ ରାମ ମନୋହର ଲୋହିଆ ହସ୍ପିଟାଲରେ ତାଙ୍କର ମୃତ୍ୟୁ ହୋଇଛି।

ପଞ୍ଜାବ ରେଳ ଦୁର୍ଘଟଣା ପରେ ଟ୍ରେନ୍‌ ସେବା ବାଧାପ୍ରାପ୍ତ

ପଞ୍ଜାବ ରେଳ ଦୁର୍ଘଟଣା ପରେ ଟ୍ରେନ୍‌ ସେବା ବାଧାପ୍ରାପ୍ତ

ଅମୃତସର,୨୦।୧୦: ପଞ୍ଜାବର ଅମୃତସରରେ ଶୁକ୍ରବାର ରାତିରେ ହୋଇଥିବା ରେଳ ଦୁର୍ଘଟଣା ପରେ ଟ୍ରେନ୍‌ ସେବା ବାଧାପ୍ରାପ୍ତ ହୋଇଛି। ପ୍ରାୟ ୮ଟି ଟ୍ରେନ୍‌ ଚଳାଚଳକୁ ବାତିଲ କରାଯାଇଥିବା ବେଳେ ୫ଟିର ଗତିପଥରେ ପରିବର୍ତ୍ତନ କରାଯାଇଛି।

ଜମ୍ମୁ-କଶ୍ମୀର ପୌର ନିର୍ବାଚନର ଭୋଟ ଗଣତି ଆରମ୍ଭ

ଜମ୍ମୁ-କଶ୍ମୀର ପୌର ନିର୍ବାଚନର ଭୋଟ ଗଣତି ଆରମ୍ଭ

ଶ୍ରୀନଗର.୨୦।୧୦: ଜମ୍ମୁ-କଶ୍ମୀରର ହୋଇଥିବା ପୌର ପାଳିକା ନିର୍ବାଚନର ଭୋଟ ଗଣତି ପ୍ରକ୍ରିୟା ଶନିବାର ଆରମ୍ଭ ହୋଇଛି। ସନ୍ଧ୍ୟା ସୁଦ୍ଧା ଏହାର ଫଳାଫଳ ଘୋଷଣା କରାଯିବ ବୋଲି ସୂଚନା ମିଳିଛି। 

ପଞ୍ଜାବ ରେଳ ଦୁର୍ଘଟଣା: ରେଲଓ୍ବେ ପାଖରେ ନ ଥିଲା କାର୍ଯ୍ୟକ୍ରମ ସମ୍ପର୍କିତ ସୂଚନା

ପଞ୍ଜାବ ରେଳ ଦୁର୍ଘଟଣା: ରେଲଓ୍ବେ ପାଖରେ ନ ଥିଲା କାର୍ଯ୍ୟକ୍ରମ ସମ୍ପର୍କିତ ସୂଚନା

ଅମୃତସର,୨୦।୧୦: ପଞ୍ଜାବ ରେଳ ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା ୬୧ ଛୁଇଁଛି। ଆଗକୁ ଏହା ଆହୁରି ବଢିପାରେ ବୋଲି ଅନୁମାନ କରାଯାଉଛି। ତେବେ ଶୁକ୍ରବାର ରେଳ ଧାରଣାରେ ଠିଆ ହୋଇ କିଛି ଲୋକ ରାବଣ ପୋଡି ଉତ୍ସବ ଦେଖୁଥିବା ସମୟରେ ହଠାତ୍‌ ଏକ ଟ୍ରେନ୍‌ ସେମାନଙ୍କ ଉପରେ ମାଡି ଯାଇଥିଲା।

ରାବଣ ପୋଡ଼ି ଦେଖୁଥିବା ବେଳେ ଚଢ଼ିଗଲା ଟ୍ରେନ୍‌, ୩୦ରୁ ଊର୍ଦ୍ଧ୍ୱ ମୃତ

ରାବଣ ପୋଡ଼ି ଦେଖୁଥିବା ବେଳେ ଚଢ଼ିଗଲା ଟ୍ରେନ୍‌, ୩୦ରୁ ଊର୍ଦ୍ଧ୍ୱ ମୃତ

ଅମୃତସର,୧୯ା୧୦-ପଞ୍ଜାବର ଅମୃତସର-ଦିଲ୍ଲୀ ରାଜପଥ କଡ଼ରେ ରେଳଧାରଣାରେ ଠିଆ ହୋଇ ରାବଣପୋଡ଼ି ଦେଖୁଥିବା ସମୟରେ ଟ୍ରେନ୍‌ ଚଢ଼ିଯିବାରୁ ୩୦ ଊର୍ଦ୍ଧ୍ୱ ଲୋକଙ୍କର ମୃତ୍ୟୁ ଘଟିଥିବାବେଳେ ୫୦ରୁ ଅଧିକ ଆହତ ହୋଇଛନ୍ତି।  

ପଞ୍ଚକୁଲାରେ ଜଳିଲା ୨୧୦ ଫୁଟ୍‌ର ରାବଣ

ପଞ୍ଚକୁଲାରେ ଜଳିଲା ୨୧୦ ଫୁଟ୍‌ର ରାବଣ

ହରିୟାଣା,୧୯।୧୦: ହରିୟାଣାର ପଞ୍ଚକୁଲାରେ ରାବଣ ପୋଡି ଅବସରରେ ୨୧୦ ଫୁଟର ଏକ ରାବଣ ପିତ୍ତୁଳା ପୋଡା ଯାଇଛି। ସେହିପରି ଶ୍ରୀ ନବଧାର୍ମିକ ଲିଳା କମିଟି ଦ୍ୱାରା ଆୟୋଜିତ ରାବଣ ପୋଡି ଉତ୍ସବରେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ, ଉପା ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଓ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଯୋଗ ଦେଇଥିଲେ।

ରାବଣରେ ଅଗ୍ନି ସଂଯୋଗ କଲେ ପ୍ରଧାନମନ୍ତ୍ରୀ

ରାବଣରେ ଅଗ୍ନି ସଂଯୋଗ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୧୯।୧୦: ରାଜଧାନୀ ଦିଲ୍ଲୀର ଲାଲକିଲ୍ଲା ମୈଦାନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାବଣ ପିତୁଳାରେ ଅଗ୍ନି ସଂଯୋଗ କରିଛନ୍ତି। ତୀରମାରି ପ୍ରଧାନମନ୍ତ୍ରୀ ପିତୁଳାକୁ ଦହନ କରିବା ସହ ଏଠାରେ ଅନୁଷ୍ଠିତ ହୋଇଥିବା ରାମଲିଳାକୁ ମଧ୍ୟ ଉପଭୋଗ କରିଥିଲେ।

# ମି ଟୂ ଅଭିଯୋଗ ସହି ନ ପାରି ଆାତ୍ମହତ୍ୟା ଉଦ୍ୟମ କଲେ ଅନିର୍ବାଣ

# ମି ଟୂ ଅଭିଯୋଗ ସହି ନ ପାରି ଆାତ୍ମହତ୍ୟା ଉଦ୍ୟମ କଲେ ଅନିର୍ବାଣ

ମୁମ୍ବାଇ,୧୯।୧୦: ବଲିଉଡ ଜଗତରେ ଏବେ # ମି ଟୂ ଅଭିଯାନ ଦ୍ରୁତ ଗତିରେ ମାଡି ଚାଲିଛି। ଏଥିରେ ଅଭିନେତାଙ୍କଠାରୁ ଆରମ୍ଭ କରି ନିର୍ଦ୍ଦେଶକ ପର୍ଯ୍ୟନ୍ତ ସମସ୍ତଙ୍କର ଏକ ଲମ୍ବା ତାଲିକା ହୋଇ ଗଲାଣି।

ଆଶିଷଙ୍କୁ ମିଳିଲାନି ଜାମିନ

ଆଶିଷଙ୍କୁ ମିଳିଲାନି ଜାମିନ

ନୂଆଦିଲ୍ଲୀ,୧୯।୧୦: ରାଜଧାନୀ ଦିଲ୍ଲୀରେ ଥିବା ପଞ୍ଚତାରକା ହୋଟେଲ ହୟାତ ବାହାରେ ବନ୍ଧୁକ ଦେଖାଇ ମହିଳାଙ୍କୁ ଧମକାଉ ଥିବା ଅଭିଯୋଗରେ ବିଏସ୍‌ପି ନେତାଙ୍କ ପୁଅ ଆଶିଷ ପାଣ୍ଡେଙ୍କୁ ଜାମିନ ମିଳିଲା ନାହିଁ । 

ମହାରାଷ୍ଟ୍ର ଗସ୍ତରେ ମୋଦି

ମହାରାଷ୍ଟ୍ର ଗସ୍ତରେ ମୋଦି

ଶିରିଡି,୧୯।୧୦: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ମହାରାଷ୍ଟ୍ର ଗସ୍ତ କରିଛନ୍ତି। ଏହି ଅବସରରେ ସେ ଶରିଡି ଶାଇ ମନ୍ଦିର ଦର୍ଶନ କରିଛନ୍ତି। ଏକ ଜନସଭାରେ ଯୋଗଦେଇ ପ୍ରଧାନମନ୍ତ୍ରୀ ଆବାସ ଯୋଜନା-ଗ୍ରାମୀଣ(ପିଏମ୍‌ଏଓ୍ବାଇ-ଜି) ଅଧିନରେ ଘର ମିଳିଥିବା ହିତାଧିକାରୀଙ୍କୁ ଘରର ଚାବି ପ୍ରଦାନ କରିଥିଲେ।

ବିଜୟା ଦଶମୀରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ

ବିଜୟା ଦଶମୀରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୧୯।୧୦: ବିଜୟା ଦଶମୀ ଅବସରରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। 

ଯୌନ ଶୋଷଣ ଅଭିଯୋଗ ଆସିବାରୁ ନିଜ ଯୌନାଙ୍ଗ କାଟିଲେ ସାଧୁ

ଯୌନ ଶୋଷଣ ଅଭିଯୋଗ ଆସିବାରୁ ନିଜ ଯୌନାଙ୍ଗ କାଟିଲେ ସାଧୁ

ବମନା,୧୯।୧୦: ଉତ୍ତର ପ୍ରଦେଶର ବମନା ଗାଁରେ ଘଟିଛି ଏକ ଅଭାବନୀୟ ଘଟଣା। ମଦନୀ ବାବା ନାମକ ଜଣେ ସାଧୁ ନିଜ ଯୌନାଙ୍ଗ କାଟି ଏବେ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି।